ସ୍ୱର୍ଗ ନରକ ବେନି ମାର୍ଗେ । ଉପନିଷଦ ବ୍ରହ୍ମଭାଗେ ।
କର୍ମ ସାଧନ୍ତି ନାନାମତେ । ଅନ୍ତେ ଗମନ୍ତି ବେନିପଥେ ।
ଏ ବେଦ ଜଗତ-ଈଶ୍ୱର । ସଂସାରଚକ୍ରେ ମୂଳାଧାର ।
ଏ ବେଦ ସର୍ବଭୂତ ଆଖି । ବାହ୍ୟ-ଅନ୍ତର-କର୍ମସାକ୍ଷୀ ।
ଯେ ମାର୍ଗେ ଗୁଣ ଦୋଷ ସାର । ଏଣେ ନ ତୁଟଇ ସଂସାର ।
ତୋ ମୁଖୁଁ ମୁହିଁ ପୂର୍ବେ ଶୁଣି । ଏ କଥାମାନ ପରିମାଣି ।
ସଂଶୟ କଲି ଭମଚିତ୍ତେ । ଭୋନାଥ କହ ମୋ ଅଗ୍ରତେ ।
ଏମନ୍ତେ ଉଦ୍ଧବ-ବଚନ । ଶୁଣି କହନ୍ତି ଭଗବାନ ।
ଶ୍ରୀ ଭଗବାନୁବାଚ
ଉଦ୍ଧବ ଏକଚିତ୍ତେ ଶୁଣ । ଯେ ଯୋଗ ଲୋକ-ପରିତ୍ରାଣ ।
ଭକତି, କର୍ମ, ଜ୍ଞାନ ଘେନି । ଏମନ୍ତେ ଯୋଗମାର୍ଗ ତିନି ।
ଏ ତିନିପଥ ଅନ୍ୟମତେ । ଉପାୟ ନ ଦେଖି ଜଗତେ ।
ଏ କଥା ଶୁଣି ମନ ଦେଇ । ଉତ୍ତମଶିଷ୍ୟେ ଏହା କହି ।
ଏ ତିନି ଯୋଗ ତୋର ଆଗେ । ଶୁଣି କହିବା ବେଦଭାଗେ ।
କର୍ମର ଫଳ ତ୍ୟାଗକରି । ବିଷ୍ଣୁର ଭାବେ ଚିତ୍ତଧରି ।
ଦିନ ବଞ୍ଚଇ ଦୃଢ଼ଭାବେ । ସେ ଅଧିକାରୀ ଜ୍ଞାନଯୋଗେ ।
ଯାହାର କାମଭୋଗ ଚିତ୍ତେ । ନିବର୍ତ୍ତ ନୁହେ କଦାଚିତେ ।
ତାହାର କର୍ମଯୋଗସାର । ବେଦ-ନିର୍ମିତ ଏ ସଂସାର ।
ବିଷୟରସୁଁ ଯାର ଚିତ୍ତେ । ବୈରାଗ୍ୟ ସମ୍ଭବେ କିଞ୍ଚିତେ ।
ତାହାକୁ ବୋଲି ଜ୍ଞାନଯୋଗୀ । ନିର୍ଲେପ ଜ୍ଞାନେ ସୁଖଭୋଗୀ ।
ମୁଁ ଯାକୁ କରଇ ସଦୟେ । ତାହାର ମହାଭାଗ୍ୟୋଦୟେ ।
ମୋ ନାମ ଶ୍ରବଣ-କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯାର ମନେ ।
ତାବତ ବେଦ ଅଧିକାରେ । କର୍ମ କରିବ ଏ ସଂସାରେ ।
ଏ ତିନି ଯୋଗ ବୀର ତୋତେ । କହିଲି ସ୍ୱକର୍ମ ଉଚିତେ ।
ସ୍ୱଧର୍ମ ସ୍ୱଭାବ ଯୁଗତେ । ଯଜ୍ଞାଦି କର୍ମ କରେ ଯେତେ ।
ସେ କର୍ମଫଳ-ଆଶା-ତେଜେ । କେବଳ ମୋ ଚରଣେ ଭଜେ ।
ଉଦ୍ଧବ ରହେ ସେ ନିଶ୍ଚିନ୍ତେ । ନ ଗମେ ଦୁଃଖ-ସୁଖପଥେ ।
ସ୍ୱର୍ଗ-ସମ୍ପଦେ ଆଶା ନାହିଁ । ନରକେ ପଡ଼ିବ ସେ କାହିଁ ।
ମୋ ଭାବେ ରହେ ସେ ନିଶ୍ଚିନ୍ତ । କୁକର୍ମ ନ ଭଜେ ତା ଚିତ୍ତ ।
ମୁହିଁ ବସଇ ତାର ଅଙ୍ଗେ । ସକଳ ସିଦ୍ଧି ଘେନି ସଙ୍ଗେ ।
ଉଦ୍ଧବ ଚିତ୍ତେ ଅନୁମାନ । ଏ ମୋ ବିଶୁଦ୍ଧ ତତ୍ତ୍ୱଜ୍ଞାନ ।
ଏଣୁ ଯେ ସ୍ୱର୍ଗବାସୀ ଜନେ । ନିତ୍ୟ ଚିନ୍ତନ୍ତି ଦୁଃଖମନେ ।
ଭାରତଭୂମି ମଧ୍ୟେ ଯାଇ । ମନୁଷ୍ୟ-ଦେହ ଆମ୍ଭେ ପାଇ ।
ପୃଷ୍ଠା:Typical selections from Oriya literature.pdf/୨୭୭
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୪୧
ଓଡ଼ିଆ ସାହିତ୍ୟ-ପରିଚୟ