ପୃଷ୍ଠା:Typical selections from Oriya literature.pdf/୨୯୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୫୯
ଓଡ଼ିଆ ସାହିତ୍ୟ-ପରିଚୟ

ଏତେକ ଦେଇଣ ସେହୁ ମନୁ ମହାରାଜା ।
ଅନେକ ମତେ ମୁନିଙ୍କି କଲେ ପାଦପୂଜା ।
ଘଟକୁମର ମୋତେ ପ୍ରତିକାର କରିବା ।
ତୋହର ପାଦରେ ମୋର ଅହର୍ନିଶୀ ସେବା ।

(2)

ତପ‌ତୀ-ସମ୍ବରଣ-ଉପାଖ୍ୟାନ (Adi-Parva)
ବଦନ୍ତି ମହାମୁନି ଶୁଣହେ ଯୁଗପ‌ତି ।
କନ୍ୟା ଏକ ଦେଲା ପୁଣି କୌଶଳ-ନୃପତି ।
ହିନ୍ଦୁ ଦେଶରେ ସେ ପଶ୍ଚିମ ସଉରାଷ୍ଟ୍ରଇ ।
ତାହାର ଦୁହିତା କୃଷ୍ଣନାଥ ନାମ ଅଟଇ ।
ପ୍ରବାଳସେନ ବୋଲିଣ ସେ ହିନ୍ଦୁ ନୃପ‌ତି ।
ଅଷ୍ଟମେ ବିବାହ ହେଲେ ତାହାର ଦୁହିତୀ ।
ଏହ୍ନେ ନବ ଜାତରୁ ନବକନ୍ୟା ପ୍ରଦାନ ।
ନବପୁତ୍ର ଜନ୍ମିଲେ ଯଜାତି ବିଦ୍ୟମାନ ।
ମାନବକୁଳକୁ ରାଜା ଅଟେ ବୁଦ୍ଧସେନ ।
ମାନବ କୁଳରୁ କନ୍ୟାଏ ହେଲା ପ୍ରଦାନ ।
ଗୋପାଳ ନୃପତି ନାମ ଋତୁଧ୍ୱଜ ବୀର ।
ଯୁଗାବତୀ ବୋଲିଣ ଯେ ଦୁହିତା ତାହାର ।
ସସାଗରା ପୃଥିବୀ ସେ ନବଭାଗ କଲେ ।
ନବଖଣ୍ତ ମେଦିନୀ ନବପୁତ୍ରଙ୍କୁ ଦେଲେ ।
ରାଜାର ଜ୍ୟେଷ୍ଠ ପୁତ୍ର ନାମ ଗୁରୁନୃପତି ।
ଓଡ଼ାଣି ଭାରିଯା ତାର ଅଟଇ ସନ୍ତ‌ତି ।
ମାତାଙ୍କର ଭାଗ ଯେ ଓଡରାଷ୍ଟ୍ର ମଣ୍ତଳେ ।
ତେଣୁ ଓଡ଼ିଶାକୁ ଓଡ଼ରାଷ୍ଟ୍ର ଯେ ବୋଇଲେ ।
ପୁରରବା ନନ୍ଦନ ଯେ ପବନ ନୃପତି ।
ତା ନନ୍ଦନ ଅନୁପମ ନୃପ ଚକ୍ରବର୍ତ୍ତୀ ।
ଥାଟ ସୈନ୍ୟ ନ ଥାଇ ସେ ଏହାଙ୍କର କୁଳେ ।
ଏକା ନବଖଣ୍ତ ମେଦିନୀ ସେ ସାଧ୍ୟକଲେ ।
ଆପଣେ ଭିଆଇଲେ ସପତ ଦ୍ୱୀପା ପୃଥ୍ୱୀ ।
ମହା ପୁରୁଷ ଏ ଅନୁପମ ଚକ୍ରବର୍ତ୍ତୀ ।
ଅନୁପମ ନନ୍ଦନ ସେ ଅଟଇ ଭୂମିର ।
ଦୁଷ୍ମନ୍ତ ବୋଲି କରିଣ ପୁତ୍ରେକ ଏହାର ।