ପୃଷ୍ଠା:Typical selections from Oriya literature.pdf/୨୯୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୧
ଓଡ଼ିଆ ସାହିତ୍ୟ-ପରିଚୟ

ଅଣଚାଶ ପବନ ମୂଳେ ଯକ୍ଷ କିନ୍ନର ।
କାଳଗଣ ଘେନି ବିଜେ କଲେ ନାଶକର ।
ମଧୁକର ମଳୟ ଯେ ବସନ୍ତ ଅନନ୍ତ ।
ବିଜେ ସକରୁଣା ନାଥ ଗ‌ଗନାଦି ପଥ ।
ଗର୍ଜନନାଦ କରି ନରନାଥ ନୃପତି ।
ଏମନ୍ତେ ବିଜେ ଯାଇ ମଣ୍ତଳ ଚକ୍ରବର୍ତ୍ତୀ ।
ମେଘମାଳ ସ‌ହିତେ ନୃପତି ହେମ‌ବନ୍ତ ।
ସେ ପ୍ରବେଶ ହୋଇଲେ ମନ୍ଦର ପରବତ ।
ଗନ୍ଧର୍ବ କିନ୍ନର ସୁର ଦକ୍ଷ ସିଦ୍ଧ ମୁନି ।
ସ୍ୱୟମ୍ବର କଲେ ଦେବତାମାନଙ୍କୁ ଘେନି ।
ଏସନେକ ସ୍ୱୟମ୍ବର ଦେଖି ବିବୁଧାଦି ।
ଦେବତାଙ୍କୁ ସମ୍ବର୍ଦ୍ଧନା କଲେକ ଅନାଦି ।
ତ୍ରିଦଶ ଦେବ ସରବେ ବସିଲେ ଆସ୍ଥାନେ ।
ବଚନ କରତାର ଶୁଣିମା ରାଜାମାନେ ।
ଏ ମୋହର ଦୁହିତା ଯେ ଅଟଇ ତାପତୀ ।
ସ୍ୱୟମ୍ବର ନିମନ୍ତେ ବରିଲଇଁ ସବୁନ୍ତି ।
ଯାହାର କଣ୍ଠରେ ନେଇ ଦେବ ପୁଷ୍ପମାଳି ।
ସେ ତାହାର ବଲ୍ଲଭ ହୋଇବ ପ୍ରତିପାଳି ।
ତ୍ରିଦଶ ଦେବେ ଶୁଣିଣ ଆନନ୍ଦିତ ମନେ ।
ବିଜୟେ ବୃନ୍ଦାଅର୍କେ ସର୍ବେ ପଦ୍ମଆସନେ ।
ବଦତି କରତାର ଶୁଣ ଆଗୋ ତାପତୀ ।
ତୋହର ନିମନ୍ତେ ଆଗୋ ବରିଲି ସବୁନ୍ତି ।
ଯାହାର କଣ୍ଠରେ ତୁ ଗୋ ଦେବୁ ପୁଷ୍ପ ମାଳି ।
ସେ ତା ବଲ୍ଲଭ ହେବ ଗୋ ସତ୍ୟ ପ୍ରତିପାଳି ।
ଯାହାକୁ ଇଚ୍ଛା ତୋହର ବର ଗୋ ସ୍ୱଚିତ୍ତେ ।
ପାରିଜାତ ପୁଷ୍ପମାଳା ଦିଅ ତାର କଣ୍ଠେ ।
ପିତାର ନିଷ୍ଠ ବଚନ ଶୁଣିଣ ତାପତୀ ।
ମାଳା ଘେନି ମିଳିଲା ସେ ସୁରନାଥ କତି ।
ତାପତିର ତେଜ ଅଟଇ ଅନଳ ପ୍ରାୟେ ।
ଭୟେଣ ଅନ୍ତର ତ‌ହୁଁ ହେଲେ ସୁରରାୟେ ।
ଇନ୍ଦ୍ରଦେବ ଯ‌ହୁଁ ତ‌ହୁଁ ଅନ୍ତର ହୋଇଲା ।
ମାଳା ଘେନି ସେ କୁବେର ସନ୍ନିଧେ ମିଳିଲା ।
କ‌ତିକି ଆସନ୍ତେ ସେହି ସ୍ୱର୍ଗର ଅବଳା ।
ତାପତିର ତେଜ ଲାଗି ହେଲା ମହାଜ୍ୱାଳା ।