ପୃଷ୍ଠା:Typical selections from Oriya literature.pdf/୨୯୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୩
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣସି ମହାରଜା ହୋଇ ପରମଶାନ୍ତ ।
ତେଣୁ ସେହୁ କୁରୁବଂଶ ହୋଇଲା ବିଖ୍ୟାତ ।

(୩)

ଧୃତରାଷ୍ଟ୍ର -ଗାନ୍ଧାରୀ-ସଂବାଦ (Adi-Parva)
ଗାନ୍ଧାରୀ ପୁଛିଲେ ଧୃତରାଷ୍ଟ୍ରଙ୍କ ଆଗରେ ।
ଏଡ଼େ ବିରସ କିପାଇଁ ହୋଇଲ ମନରେ ।
କଥାଏ ପଚାରଇଁ କ‌ହ ମୋର ଆଗରେ ।
ଧୃତରାଷ୍ଟ୍ର ବୋଇଲେ, ଶୁଣଆଗୋ ଗାନ୍ଧାରୀ ।
ପାଣ୍ତୁଙ୍କ ସମ୍ପଦ ମୁହିଁ ଦେଖିତ ନ ପାରି ।
ମୁହିଁ ଆଗେ ଜ୍ୟେଷ୍ଠ ପାଣ୍ତୁ, ମୋହର ସାନୁଜ ।
ପୃଥ୍ୱୀରେ ବିକାଶିଲା ଯେ ପାଣ୍ତୁ ମହାତେଜ ।
ଅନେକ ସମ୍ପଦ ତାର କ‌ହିତ କି ପାରି ।
ମରଣ ଭଲ ଏହା ମୁଁ ସ‌ହିତ ନ ପାରି ।
ଭଲ ଦିନ ଖୋଜ ଗୋ ପ୍ରୟାଗ-ତୀର୍ଥେ ଯିବା ।
ତ୍ରିବେଣୀ-ସଙ୍ଗମେ ଗୋ ସୁନ୍ଦରି ଝାସ ଦେବା ।
କ୍ଷତ୍ରିୟ ହୁଅଇ ଯେବେ ପରଦୋଷକାରୀ ।
ରାଜା ହୋଇ ଯେବେ ସଂଗ୍ରାମକୁ ଭୟ କରି ।
ଦେବତା ହୋଇଣ ଯେବେ ନ କରିବ ଦୟା ।
ତୀର୍ଥବାସୀ ହୋଇ ଯେବେ ହୃଦେ କରେ ମାୟା ।
ସୁନ୍ଦରୀ ସ୍ତିରୀ ହୋଇ ଯେବେ ହୁଏ ଦୁର୍ଭାଗୀ ।
ଇନ୍ଦ୍ରିୟ ନିଗ୍ରହ ନ କରେ ଯେବଣ ଯୋଗୀ ।
ଏମାନେ ନୁହ‌ନ୍ତି ଗୋ ପଣ୍ତିତ ବିଜ୍ଞବନ୍ତ ।
ଏକଥାମାନ ସେ ଆଗୋ ଜାଣଇ ତଦନ୍ତ ।
ଗାନ୍ଧାରୀ ବୋଇଲେ ଏହୁ ତ ଯୁକତ କଥା ।
କପାଳେ ଯା ଲିଖିତ ହୁଅଇ କି ଅନ୍ୟଥା ।
ଯାହା ଅରଜି ଥାଇ ତାହାହିଁ ସିନା ଭୁଞ୍ଜି ।
ସାଧୁ ପୁଣ୍ୟବନ୍ତ ଦୁହେଁହି ମଣ୍ତଳ ମଝି ।
ସ୍ୱାମୀ ସୁକୃତ ବୋଲିଣ ଯେବଣ ପୁରୁଷ ।
ନାନା ରୂପ ଧରଇ ସେ ନୁହଇ ବିନାଶ ।
ଖଞ୍ଜ କୁବୁଜ ହୋଇଣ ଅପାରଗ ଗୋଟା ।
ବଳବନ୍ତ ସୁନ୍ଦର ପୃଥୁଳ ରୂପ ସେଟା ।
ସୁନ୍ଦର ପୁରୁଷ ସେ କ୍ଷତ୍ରୀ ପଣ୍ତିତ ବେଶ ।
କ୍ଷଣକେ ବାଳୁତ କ୍ଷଣେ ମନରେ ବିରସ ।