ପୃଷ୍ଠା:Typical selections from Oriya literature.pdf/୩୦୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୬୫
ଓଡ଼ିଆ ସାହିତ୍ୟ-ପରିଚୟ

ଧାତିକାରେ ବିଜେ କଲେ ପାଣ୍ତୁ ରାଜା ସ୍ୱାମୀ ।
ଧୃତରାଷ୍ଟ୍ର-ଚରଣେ ହୋଇଲେ ପରିଣମି ।

(୪)

ଭୀମର ବାଲ୍ୟଲୀଳା (Adi-Parva)
କ‌ହ‌ନ୍ତି ଅଗସ୍ତି ଶୁଣ ଆହୋ ମହାରଥା ।
ଭୀମକୁ ଶୁଆଇ କୋନ୍ତ ଭୋଜର ଦୁହିତା ।
ରାନ୍ଧଣା ବିଧି ଯୋଗାଡ଼ ବେଗେ କରି ସାରି ।
ପୁତ୍ରଙ୍କୁ ଶୁଆଇ ଦେବୀ ଭୋଜର କୁମାରୀ ।
ମାଦ୍ରୀ କୁନ୍ତୀ ଦୁଇ ଦେବୀ ଗଲେ ତ‌ହୁଁ ସ୍ନାନେ ।
ପାଣ୍ତୁ ରହିଛନ୍ତି ସେହି ଉଦ୍ଦାଳକ ବନେ ।
ରାନ୍ଧଣାଶାଳେ ବେଗେ ପଶିଲାକ ମାରୁତି ।
ପାକ-ଶାଳରେ ଯାଇଁଣ ପଶିଲା ତଡ଼ତି ।
ଭାତ ତିଅଣ ଯେତେକ ଥିଲା ପାକଶାଳେ ।
ସବୁଥିରୁ ଅଧେ ଅଧେ ଭୁଞ୍ଜିଲା ତ‌ତ୍‌କାଳେ ।
ଲେଉଟି ଯାଇଣ ସେହିଠାବରେ ଶୋଇଲା ।
ସ୍ନାହାନ ସାରିଣ ଦେବୀ କୁନ୍ତୀ ପ୍ରବେଶିଲା ।
ପାଣ୍ତ ବିଜେ କଲେ ପୁଣି ନିତ୍ୟକର୍ମ ସାରି ।
ମଣୋହି କୋଠିରେ ଯାଇ ବିଜେ ଦଣ୍ତଧାରୀ ।
କୁନ୍ତୀ ଯାଇ ବିଜେ କଲେ ରାନ୍ଧଣାଶାଳରେ ।
ଦେଖିଲେ ଅଧେ ଅଧେ ନାହିଁ ସେହି ହାଣ୍ତିରେ ।
ବାହୁଡ଼ି କ‌ହିଲେ ଯାଇ ପାଣ୍ତୁଙ୍କ ଆଗରେ ।
ମଣୋହି ଯୋଗାଡ଼ ଅଧେ ନାହିଁତ ହାଣ୍ତିରେ ।
ପାଣ୍ତୁ ବୋଇଲେତ ସିଝାଇଲା ପକ୍ୱ ଅନ୍ନ ।
ବିସୋଇଲେ ଅଳପ ହୁଅଇ ଯେ ବିଧାନ ।
ଆହୁତିକୁ କିଛି କିଛି ଦିଅନ୍ତି ଯତନେ ।
ଦେବତାପିତୃ ଦେଇଣ କଲେକ ଭୋଜନେ ।
ଏହିମତେ ବାଳୁତ ଭୁଞ୍ଜଇ ନିତି ନିତି ।
ଦିନୁ ଦିନ ଆହାରେ ତା ବଡ଼ିଲା ପୀରତି ।
ଖାଉ ଖାଉ ଏହିପରି ଅଳପ ରହିଲା ।
ଏପରି ଭାବେ ବରଷେ ପରିଯନ୍ତେ ଗଲା ।
ଜ୍ୟେଷ୍ଠ କୃଷ୍ଣପକ୍ଷ ଚତୁର୍ଥୀ ଶଉରୀବାର ।
ଉତ୍ତରାଷାଢ଼ା ଧନୁ ଅଟଇ ସେ ଦିନର ।