ପୃଷ୍ଠା:Typical selections from Oriya literature.pdf/୩୧୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭୪
ଓଡ଼ିଆ ସାହିତ୍ୟ-ପରିଚୟ

ଅସୁର-ଭୋଗ-ତୀର୍ଥରେ ସ୍ନାନ ନ କରିବୁ ।
ଧନ ସଞ୍ଚିବାବୁ ସଦା ଲୋଭୀ ଯେ ନୋହିବୁ ।
ବେଳକାଳ ଜାଣି ଧନ ପ୍ରଜାଙ୍କୁ ଯେ ଦେବୁ ।
ଅନ୍ଧାରି ବିଜେ ନ କରି ବିଶ୍ୱାସ ନ ଯିବୁ ।
ପାରିଧିକି ବରାବର ନ ତେଜିବୁ ରାଜା ।
ଦେବ ବ୍ରାହ୍ମଣଙ୍କୁ ନିତି କରୁଥିବୁ ପୂଜା ।
ଧର୍ମିକଙ୍କୁ କରାଇବୁ ବ୍ରତ ଏକାଦଶୀ ।
ବିଦେଶୀ ଦୂତଙ୍କୁ ନ‌ଗ୍ରେ ନ ଦେବୁ ଯେ ପଶି ।
ପରଦାରା ପରଧନେ ଲୋଭୀ ଯେ ନୋହିବୁ ।
ବିବାହିତା ନାରୀ-ସଙ୍ଗ କେବଳ କରିବୁ ।
ଯଥା ଯଜ୍ଞ କରି ଦେଉ‌ଥିବୁ ଯେ ଆହୁତି ।
ଦଣ୍ତ ବିହିବୁ ଯେ ଉପଗତ ଶତ୍ରୁ ପ୍ରତି ।
ଦୁଷ୍ଟ ଦାନବ ଦେଖିଲେ କରିବୁ ବିନାଶ ।
ତ‌ହିଁରେ ରାଜାକୁ ଲେଶ ମାତ୍ର ନାହିଁ ଦୋଷ ।
ପରଦାରା ଧନ ନ କରିବୁଟି ହରଣ ।
ରଖିବୁ ଯେ ବିକଳରେ ପଶିବ ଶରଣ ।
ବିଶ୍ୱାସୀ ମନ୍ତ୍ରୀକି ରାଜ୍ୟଭାର ସମର୍ପିବୁ ।
ସମୁଦାୟ ଅଧିକାର କେବେହେଁ ନ ଦେବୁ ।
କଷ୍ଟ ଯେପରି ନ ପାନ୍ତି ଗୋରୁ ଯେ ବ୍ରାହ୍ମଣ ।
ଏ କଥାକୁ ସଦା ରହିଥିବୁ ସାବଧାନେ ।
ତୀର୍ଥ-ଅନ୍ନ‌ଛତ୍ର ଦେଉଥିବୁ ହେ ନୃପତି ।
ସ୍ଥାନ ଅନୁରୂପେ ରଖିଥିବୁ ସେନାପତି ।
ଗଜ ଅଶ୍ୱ ନିମ‌ନ୍ତେ ଯେ ଦେଉଥିବୁ ଧନ ।
ଗୋଚର କରି ବ‌ହୁତ ଛାଡିଦେବୁ ସ୍ଥାନ ।
ଗୁଣ ଜାଣି ଲୋକଙ୍କୁ ଯେ କରୁଥିବୁ ପୂଜା ।
କବିଙ୍କଠାରେ କୃପଣ ନୋହିବୁ ହେ ରାଜା ।
ଏ ବିଧିରେ କ‌ହି ଭୀଷ୍ମ ରାଜବିଧିମାନ ।
ଶ୍ରୀକୃଷ୍ଣଙ୍କ ମୁଖକୁ ଚାହିଁଲେ ବ‌ହ‌ନ ।

(୮)

ମହାଯାତ୍ରା (Swargarohana-Parva)
ଯୁଧିଷ୍ଠିର ବୋଲନ୍ତି ତୁ ଶୁଣ ବୃକୋଦର ।
ନ‌ଦୀ ପାରି ହୋଇ ଯିବା କେମନ୍ତ ପ୍ରକାର ।
ସ୍ୱାମୀଙ୍କ ଆଜ୍ଞାରେ ବୃକୋଦର ହେଲା ପାରି ।
ସେ ସମୟେ କେ ଡ଼ାକିଲା ରେ ରେ କାର କରି ।