ପୃଷ୍ଠା:Typical selections from Oriya literature.pdf/୩୧୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୭୯
ଓଡ଼ିଆ ସାହିତ୍ୟ-ପଚିରୟ

ରାଜ୍ୟ ଦଣ୍ତସିଂହାସନ ନ‌କୁଳ ଭୀମ ଅର୍ଜୁନ
ଦ୍ରୌପଦୀ ସ‌ହିତେ ପୀଢ଼ କଲେ ସକ‌ଳ ।
ହାରିଲେ ସେ ଧର୍ମଙ୍କସୁତ ।
ଜିଣିଲେ ମା‌ନ‌ଗୋବିନ୍ଦ ଶୁଣ ଗୋ ମାତ ।
ଆଜ୍ଞା ମୋତେ ଛନ୍ତି ଦେଇ ରାଜା ଭାନୁମ‌ତୀସାଇଁ
ଦ୍ରୌପଦୀର କେଶ ଧରି ଘେନି ମୁଁ ଯିବି ।
ଆଗୋ ମାତଃ ଛାଡ଼ ଦ୍ୱାର ଯିବଇ ଭିତର ପୁର
ଉଛୁର ହୋଇଲେ ପରାଭବ ପାଇବି ।
କୁନ୍ତୀଦେବୀ ପୁଛିଲେ ସବୁ ।
କେଉଁ ପୀଢ଼େ ଦୌପଦୀକି ହାରିଲେ ବାବୁ ।
ଦୁଃଶାସନ ବୋଲେ ମାତଃ ପ୍ରଥମେ ଧର୍ମଙ୍କ ସୁତ ।
ହାରିଲେ ସପତଘର ଧନ ଭଣ୍ତାର ।
ଦ୍ୱିତୀୟରେ ପୀଢ଼ କରି ଦଣ୍ତସିଂହାସନ ହାରି ।
ତୃତୀୟେ ହାରିଲେ ତୁମ୍ଭ ଭୀମ କୁମର ।
ଚତୁର୍ଥେ ହାରିଲେ ଅର୍ଜୁନ ।
ପଞ୍ଚମେ ହାରିଲେ ମାଗୋ ମାଦ୍ରୀନନ୍ଦନ ।
ଷଷ୍ଠବେଳେ ପୀତକରି ହାରିଲେ ଦ୍ରୋପଦୀ ନାରୀ
ସପ୍ତବେଳେ ହାରି ଅଙ୍ଗ ହେଲେ ମଉନ ।
କୁନ୍ତୀ ବୋଇଲେ ଦ୍ରୋପଦୀ ପ୍ରଥମ ବିବାହୀ ସତୀ
ପ୍ରଥ‌ମ‌ପୀତେ ହାରିଲେ ନିଅନ୍ତ ପୁଣ ।
ଭାଇ ଭାଇ କରିଛ ଗୋଳ ।
ଏ ଛାର କଥାକୁ ଦୁଃଶା କରୁ କଟାଳ ।
ସୋଦରେ ସୋଦରେ ପୂଣ ହେଉଛନ୍ତି ହଣାହଣି
କ‌ହ ଦ୍ରୋପଦୀ କି ଦୋଷ କରିଛି ତ‌ହିଁ ।
ଶୁଣି କରି ଦୁଃଶାସନ ବୁଲାଇ ବେନିନୟନ ଆଡ଼
ହୁଅ ବୋଲି କୁନ୍ତୀ ଦେବୀଙ୍କି କ‌ହି ।
ଠେଲି କରେ ଦେଲା ପକାଇ ।
କବାଟ କଣରେ ଦେବୀ ପଡିଲେ ଯାଇଁ ।
କୁନ୍ତୀ ଡାକ ଦେଲେ ହରି ଆହେ ଶଙ୍ଖ ଚକ୍ରଧାରୀ
ଦ୍ୱାରକା ଛାଡି କି ନିଜ ଧାମ‌କୁ ଗଲ ।
କେତେ କେତେ ଶଙ୍କଟରୁ ରଖିଛ ମୋହ ପୁତ୍ରଙ୍କୁ
ଏବେ ଯୁଧିଷ୍ଠିରଠାରେ ଦୟା ଛା‌ଡିଲ
ପଞ୍ଚପୁତ୍ର ମଲେ କି ମୋର ।
ଥିଲେ କିପାଁ ଦୁଃଶସନ ପଶନ୍ତା ଘର ।