ପୃଷ୍ଠା:Typical selections from Oriya literature.pdf/୩୨୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୬
ଓଡ଼ିଆ ସାହିତ୍ୟ-ପରିଚୟ

ତୁମ୍ଭେ ମହତ ବୋଲି ବ‌ହୁତ ଆଶ୍ରେ ମୁଁ କରିଥିଲି ।
ଅନାଥା ନାରୀ ପରାୟେ ହୋଇ ବିଅର୍ଥେ ଦିନ ନେଲି ।
ଲକ୍ଷେ ନୃପତି ମଧ୍ୟରୁ ମୋତେ କିପାଁ ଆଣିଲ ଜିଣି ।
ପଞ୍ଚଗୁରସ୍ତ ଥାଉଁ ମୋ କେଶ ଧଇଲା ଦୁଃଶା ପୂଣି ।
ଧିକ ତୁମ୍ଭର ଗଦା କୋଦଣ୍ତ ଧିକ ତୁମ୍ଭର ବାହା ।
ପାମର ଦୁଃଶା ଉଲଗ୍ନ କରେ ଜଣେ ନୋହିଲ ସାହା ।
ଦ୍ରୌପଦୀଙ୍କର ଏ କଟୁ ଗିରଶୁଣିଣ ବୃକୋଦର ।
ସ‌ହି ନ ପାରି ଉଠିଲା ବୀର ଦେଇଣ ଆଣ୍ଠୁ ଭର ।
ରେ ରେ ଶବଦ କରିଣ ବୀର ଛାଡିଲା ଦୀର୍ଘ ରଡି ।
କି ଅଦଭୂତ ହୋଇ ମନ୍ଦର ଗିରି ପଡିଲା ଝଡି ।
ଲକ୍ଷ‌ଯୋଜନ ଯମ‌ଭୁବନ ଆସ୍ତାନ ତେଜି ଗଲା ।
ମେରୁ ସ‌ହିତେ ଭୂମି ସପତପାତାଳ କମ୍ପିଗଲା ।
ଭୀଷ୍ମ ଦ୍ରୋଣହିଁ ସ‌ହିତେ ତ‌ହିଁ ସଭାରେ ବସିଥିଲେ ।
ଭୀମ-ତର୍ଜନ-ଗର୍ଜନ ଶୁଣି ଆସ୍ଥାନ ଛାଡିଗଲେ ।
ଭୀଷ୍ମ କ‌ହ‌ନ୍ତି ଦ୍ରୋଣ ଶୁଣନ୍ତି ଭୋ ଗୁରୁ ଦେବ ଦେଖ ।
ଏ ଭୀମସେନ କୁପିତ ମନ ଦେଖି ଦ୍ରୌପଦୀ-ଦୁଃଖ ।
ଏକା ଯୁଧିଷ୍ଠିରଦେବ ଆଜ୍ଞାଟି ଯେବେ ତାହାକୁ ଦେବ ।
ଦୁର୍ଯ୍ୟୋଧନର ସ‌ହିତେ ସୈନ୍ୟ କ୍ଷଣକେ ବିନାଶିବ ।
ରଣେ ଶରଣ ହୋଇଲେ ଭୀମ ଦ୍ୱିଗୁଣ କରି ମାରେ ।
କ୍ଷତ୍ରିଙ୍କ ପରେ ଦ୍ୱିତୀୟ ଯମ ବୋଲନ୍ତି ବୃକୋଦରେ ।
ଦୁର୍ଯ୍ୟୋଧନର ସଭାନିକଟେ ଥିଲା ଯେ ଦୁଃଶାସନ ।
ଭୀମ-ତର୍ଜନ-ଗର୍ଜନ ଶୁଣି ମିଳିଲା ସନ୍ନିଧାନେ ।
କ୍ରୋଧେ ବୋଲଇ ଭୀମ‌କୁ ଚାହିଁ କିରେ ପାମର ବାଇ ।
ଗତ ଆଗତ କଥାର ମତ ଜାଣିଲୁ କିରେ ତୁହି ।
ଯେବେ ସେବକ ମତର ଲୋକ ହୋଇଲ ପାଞ୍ଚଜଣ ।
ନିର୍ଲ୍ଲଜ ହୋଇ ଜୀଇ କିପାଇଁ କରୁଛ ଏଡ଼େ ଟାଣ ।
ଯେ ଯେଉଁ ସେବା ତାହା କ‌ହିବା ପାଣ୍ତବ ପାଞ୍ଚଭାଇ ।
ପ୍ରମାଣ କଥା ଗୋଟାକୁ କିମ୍ପା ଦ୍ୱନ୍ଦ କରୁଛୁ ତୁହି ।
ଧର୍ମ‌ଯୁଧିଷ୍ଠି ନ ପାରେ ଉଠି ବସିଲାଠାରେ ଥାଇ ।
ରଥ-ଦଉଡ଼ା ଯେତେକ ଲୋଡ଼ା ନିତ୍ୟେ ବଳିବ ସେହି ।
ଅର୍ଜୁନ ବୀର ରୋଷଘରର ହୋଇବ ସୁପକାର ।
ତୁ ବୃକୋଦର ଭିତର ପୂରେ ଦେବୁ ନିରତେ ନୀର ।
ନ‌କୁଳବୀର ସିଂହଦୁଆର ଜଗିଣ ବସିଥିବ ।
ଜାରଜାତକା ପାଣ୍ତବେ ଆମ୍ଭ ସେବାରେ ଦିନ ନେବ ।