ପୃଷ୍ଠା:Typical selections from Oriya literature.pdf/୩୨୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୩
ଓଡ଼ିଆ ସାହିତ୍ୟ-ପରିଚୟ

ଈକ୍ଷଣ କରି ଦେବୀ ସଭା-ବଦନ ଯେ । ଭାବନ୍ତି ବସିଛନ୍ତି ମୋ ଗୁରୁଜନ ଯେ ।
ପୁଣି ଚିନ୍ତନ୍ତି ସର୍ବେ ପୁରୁଷ । ଏହାଙ୍କୁ ଯେବେ କରିବି ନାଶ ।
ଏଥିରେ ନ ଲଭିବି ମୁଁ ଯଶ ବୁଝି ଏସନ ଯେ ।
ଏରୂପେ ମନେ ମନେ ବିଚାରି । ପ୍ରଳୟ ଅଗ୍ନି ନେତ୍ର ବିସ୍ତାରି ।
ଚାହାଁନ୍ତେ ଦୁର୍ଯ୍ୟୋଧନ-ନବରେ ପଡିଲା ଯାଇଁ ଯେ ।
ପବନ‌ଘାତ ପାଇ ହୁତାଶ । ପୋଡିଲା ନ‌ଗ୍ର ପୁର ଉଆସ ।
ଦେବୀ-ବଚନେ ସେ ରାଣୀହଂସପୁର ଦ‌ହଇ ଯେ ।
ସମସ୍ତ ନାରୀମାନେ ସଭୟ ହୋଇ ଯେ । ବ୍ୟସ୍ତେ ବସନ ତେଜି ଗଲେ ପଳାଇ ଯେ ।
ଭାନୁମତୀରେ ଅଙ୍ଗରେ ଅଗ୍ନି । ବେଢ଼ାନ୍ତେ ବସ୍ତ୍ର ପକାଇ ଫେଡ଼ି ।
ପ୍ରାଣଭୟରେ ସଭା ମଧ୍ୟରେ ମିଳିଲେ ଯାଇଁ ହେ ।
ସଭାରେ ଥିଲେ ବ‌ହୁ ରାଜନ । ହସିଲେ ମୁଖେ ଦେଇ ବସନ ।
ଦ୍ରୋଣ ବୋଲନ୍ତି କୁରୁରାଜନ ବଚନ ଶୁଣ ହେ ।
ପରକୁ ଯେହୁ ଚିନ୍ତଇ ମନ୍ଦ । ତାହାର ମନ୍ଦ ଚିନ୍ତେ ଗୋବିନ୍ଦ ।
ଅନ୍ତକାଳରେ ସେହି ଲ‌ଭଇ ଅତି କଷଣ ହେ ।
ତୁ ନୃପନାଥ ମନେ କଲୁ ଗରବ ହେ । ଗର୍ବଗଞ୍ଜନବାନା ପ୍ରଭୁ କେଶବ ହେ ।
ସଭାର ତଳେ ଦ୍ରୌପଦୀ ଆଣି । ବିବସ୍ତ୍ର କଲୁ ନୃପତି-ମଣି ।
ତୋହର କୁଳବଧୁ ଉଲଙ୍ଗ ଦେଖିଲେ ସର୍ବେ ହେ ।
ଏମନ୍ତ ଦ୍ରୋଣ‌ଗୁରୁଙ୍କ ବାଣୀ । ଶୁଣିଣ ସେହି ନୃପତିମଣି ।
ଜୋକ ମୁଖରେ ଲବଣ ଜାଣି ହେଲା ମଉନ ଯେ ।
ଡ଼ଗରାମାନେ ବ‌ହ‌ନ ଯାଇଁ । ଧୃତରାଷ୍ଟ୍ରର ଅଗ୍ରେ ଜଣାଇ ।
ଭୋଦେବ ତୁମ୍ଭ ଜ୍ୟେଷ୍ଠ ତନୟ ମହିଁମା ଶୁଣ ହେ ।
ଯୁଧିଷ୍ଠିର ଦେବ ସଙ୍ଗେ ପାଶାରେ ମାତି ହେ । ରାଜ୍ୟ ଧନ ଭଣ୍ତାର ସମସ୍ତ ଜିତି ହେ ।
ସଭାର ତଳେ ଦ୍ରୌପଦୀ ଆଣି । ବିବସ୍ତ୍ର କଲା ନୃପତିମଣି ।
ଅନଳ ନେତ୍ରେ ଚାହାଁନ୍ତେ ସତୀ ପୁର ଦ‌ହ‌ନ୍ତି ଯେ ।
ଶୁଣି ବୋଲଇ ଅନ୍ଧ ରାଜନ । ମୋହର ବଂଶ ହେଲେ ନିଧନ ।
କୁଳବଧୂଙ୍କୁ ସଙ୍ଗରେ ଘେନି ଯାଏ ନରେଶ ଯେ ।
ହସ୍ତରେ ଘେନି ସୁବର୍ଣ୍ଣସ୍ଥାଳୀ । ସୁବେଶ ହୋଇ ଚଳିଲେ ବାଳୀ ।
ଜୟ ଶବଦ ଦେଇଣ ହେଲେ ଦ୍ରୌପଦୀ ପାଶ ହେ ।
ବନ୍ଦାପନା କରିଲେ ମାନ୍ୟ ବିଶେଷ ହେ ।
ସାନ୍ତ୍ୱନା କରି ପୁରକୁ ନେଲେ । ରତ୍ନପଲ୍ୟଙ୍କେ ଆସନ ଦେଲେ ।
ବିବିଧ ଉପ‌ହାରେ କଲେ ସନ୍ତୋଷ ଯେ ।
ସେଠାରୁ ଦେବୀ ଗୌରବ ପାଇ । ରତନ ପଲ୍ୟଙ୍କରୁ ଓହ୍ଲାଇ ।
ଆନନ୍ଦ ମନେ ନିଜ ସଦନେ ବିଜୟ କଲେ ଯେ ।