ପୃଷ୍ଠା:Typical selections from Oriya literature.pdf/୩୩୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୪
ଓଡ଼ିଆ ସାହିତ୍ୟ-ପରିଚୟ

ଆଗ ପଛରେ ଚଳନ୍ତି ଦାସୀ । ପ୍ରବେଶ ହେଲେ ବାରୁଣା ଆସି ।
ଭିତରପୁର ରତ୍ନପଲ୍ୟଙ୍କେ ଯାଇଁ ବସିଲେ ଯେ ।
ଏଯେ କପଟପାଶା ଅମୃତରସ ଯେ । ସୁଜନ‌ଜନେ ଏହି ରସରେ ରସ ହେ ।
ନୁହେଁ ମହତ ଜାତି କୈବତ୍ତ । ଶୁଦ୍ଧ ଅଶୁଦ୍ଧ ନ ଘେନି ଚିତ୍ତ ।
କ‌ହଇ ଭୀମା ପ୍ରଭୁ ଚରଣେ ସର୍ବଦା ଆଶ ହେ ।


ହରିବଂଶ
BY RAMA KRSNA SINHA

ଜନ୍ମେଜୟ କ‌ହିଲେ ବଇଶମ୍ପାୟନ ଆଗେ ।
ବଇଶମ୍ପାୟନ କ‌ହିଲେ ତାହାଙ୍କୁ ସରାଗେ ।
ପୁଣ୍ୟପାପନାଶନ ହରିବଂଶ କଥା ।
ଯେ ଶୁଣିଛି ତାହାର ନାହିଁ ଭବବ୍ୟଥା ।
ଅବ୍ୟକ୍ତ କାରଣ ପ୍ରଧାନ ଯାକୁ କ‌ହି ।
ତ‌ହିଁରୁ ମହାତ‌ତ୍ତ୍ୱ ସର୍ଜ୍ଜିଲେ ଲକ୍ଷ୍ମୀସାଇଁ ।
ମହାତ‌ତ୍ତ୍ୱକୁଟି ବୋଲନ୍ତି କୁଶଧର ।
ମୋ କ‌ହିବାରୁ ଏହା ରାଜନ ମନେ କର ।
ସେ ମହାତ‌ତ୍ତ୍ୱ ନାରାୟଣକୁ ଆଶ୍ରେ କରି ।
ସଂସାର ସର୍ଜନା କଥାରୁ ହେଲେ ପାରି ।
ବ୍ରହ୍ମରୂପ ମହାତ‌ତ୍ତ୍ୱରୁ ଅହ‌ଙ୍କାର ।
ଜନ୍ମି ପଞ୍ଚଭୂତକୁ ସର୍ଜ୍ଜିଲେ ନରବର ।
ପଞ୍ଚଭୂତରୁଟି ହୋଇଲେ ସର୍ବପ୍ରାଣୀ ।
ବିସ୍ତାରି କ‌ହିବା ଶୁଣ ହେ ନୃପମଣି ।
ପ୍ରାଣିଙ୍କର ସର୍ଜନା ଶୁଣଇ ଯେଉଁ ଲୋକ ।
ଲ‌ଭଇ ସେ ପୁଣ୍ୟଧନ ଯଶ ଯାକ ।
ବୃଷ୍ଟିବଂଶ ଜନମ କ‌ହିବା ପାଇଁ ମୁହିଁ ।
କ‌ହିବି ପ୍ରାଣିଙ୍କର ସର୍ଜନା ବତାଇ ।
ବିଷ୍ଣୁ ପ୍ରଜାମାନଙ୍କୁ ସରଜିବା ପାଇଁ ।
ଆପଣ ଜଳ ସରଜିଲେ ପ୍ରୀତି ବ‌ହି ।
ସେ ଜଳେ ଆପଣା ବୀଜକୁ ରଖିଲେ ।
ଏଣୁ ଜଳନାର ନାମ ବୋଲାଇଲେ ।