ପୃଷ୍ଠା:Typical selections from Oriya literature.pdf/୩୩୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୯୮
ଓଡ଼ିଆ ସାହିତ୍ୟ-ପରିଚୟ

ଭୀମ ଶୂନ୍ୟ ହସ୍ତେ ତାହାଠାକୁ ଗଲେ ।
ବାହୁଯୁଦ୍ଧ କରି ତାହାକୁ ମାଇଲେ ।
ପାଣ୍ତୁସୁତେ ଦିଗବିଜୟ ଆରମ୍ଭିଲେ ।
ବଳେ ରଜାମାନଙ୍କୁ ଜିଣି ବଶକଲେ ।
ଅତି ଶ୍ରେଷ୍ଠ ଅଟଇ ରାଜସୂୟ ଯାଗ ।
ହେଳେ ତାହା କଲେ ପାଣ୍ତବେ ମହାଭାଗ ।
ଦ୍ରୁପଦଙ୍କସୁତା ଦୁଃଖରେ କାନ୍ଦୁଥିଲେ ।
ଋତୁ ହୋଇଥିଲା ଏକ ବସ୍ତ୍ରେ ଥିଲେ ।
ନାଥବନ୍ତ ହେଲେହେଁ ଅନାଥ ଲୋକ ପରି ।
ସଭାମଧ୍ୟେ ତାହାଙ୍କୁ ଆଣିଲେ ଯେ ଧରି ।
ମନ୍ଦବୁଦ୍ଧି ମୋର କୁମାର ଦୁଃଶାସନ ।
କାଢ଼ୁଥିଲା ଦ୍ରୌପଦୀ ଦେହରୁ ବସନ ।
ତେତେବେଳେ ତାଙ୍କର ଅଙ୍ଗରୁ ସେ ବାସ ।
ଶେଷ ନୋହି ବାହାର ହୋଇଲା ଅଶେଷ ।
ଶକୁନି କପଟରେ ପଶାଖେଳି କରି ।
ଯୁଧିଷ୍ଠିର ରାଜ୍ୟ ସମ୍ପତ୍ତି ନେଲା ହରି ।
ନିରୂପମ ଆଟନ୍ତି ତାଙ୍କର ଭାଇମାନେ ।
ଅନୁଗତ ହୋଇ ରହିଲେ ମଉନେ ।
ଧର୍ମରେ ତ ବୁଦ୍ଧି ତାଙ୍କର ଥାଏ ଭଲେ ।
ଜ୍ୟେଷ୍ଠ ଭାଇ ତୁଲେ ପ୍ରୀତି କରିଥିଲେ ।
କ୍ଳେଶ ପାଇ ପାଣ୍ତବେ ବ‌ନ‌କୁ ବାହାରିଲେ ।
ଗଲାବେଳେ ନାନା ଚେଷ୍ଟା କରି ଗଲେ ।
ବନରେ ଯୁଧିଷ୍ଠିର ବାସ କରି ଥିଲେ ।
ସ‌ହସ୍ରେ ଦ୍ୱିଜ ତାଙ୍କୁ ଭିକ୍ଷା ମାଗି ଗଲେ ।
ସେମାନଙ୍କୁ ଅନ୍ନ ଭୁଞ୍ଜାଇଲେ ସେହି ।
ଏ କଥା ଏ ମହୀରେ କେହି କରି ନାହିଁ ।
ଦେବତାମାନଙ୍କର ଦେବତା ଅଟନ୍ତି ।
ତ୍ରୟମ୍ବକ ନାମ ତାହାଙ୍କର ଖ୍ୟାତି ।
କିରାତ ରୂପକୁ ସେ କପଟେ ଧରିଥିଲେ ।
ଅରଜୁନ ତାହାଙ୍କୁ ଯୁଦ୍ଧରେ ତୋଷିଲେ ।
ତାହାଙ୍କଠାରୁ ପାଶୁପତ ଅସ୍ତ୍ରପୁଣି ।
ପାଇଲେ ଅରଜୁନ ବୀରଗଣମଣି ।
ସ୍ୱର୍ଗଲୋକେ ଯାଇ ଅର୍ଜୁନ ରହିଲେ ।
ଇନ୍ଦ୍ରଙ୍କଠାରୁ ଦିବ୍ୟ ଅସ୍ତ୍ର ଶିକ୍ଷା କଲେ ।