ପୃଷ୍ଠା:Typical selections from Oriya literature.pdf/୩୪୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୧୨
ଓଡ଼ିଆ ସାହିତ୍ୟ-ପରିଚୟ

ଯୁଧିଷ୍ଠିର ଅଟନ୍ତି ଅତି ଧର୍ମକାରୀ ।
ପାପକଥା ନ ରଢ଼େ ମନ‌କୁ ତାହାଙ୍କରି ।
ବଳିମାନଙ୍କରେ ଶ୍ରେଷ୍ଠ ଭୀମସେନ ।
ଅର୍ଜୁନ ତ ଧାନୁକି-ମସ୍ତକ-ମଣ୍ତନ ।
ମାଦ୍ରୀପୁତ୍ର ଦୁହେଁ ଧର୍ମାତ୍ମା ଅଟନ୍ତି ।
ପାପସ୍ୱପନେ ତ ଏମାନେ ନ ଜାଣନ୍ତି ।
ପିତୃକ୍ରମ ରାଜ୍ୟ ପାଣ୍ତବମାନଙ୍କର ।
ଜାଣି ହିଂସା କଲେ ଅମ୍ବିକା-କୁମର ।
ଧୃତରାଷ୍ଟ୍ରଙ୍କର ଏ ଅଧର୍ମ୍ମ ରୀତି ।
ଜାଣି ଭୀଷ୍ମ କାହିଁକି ସମ୍ମତି କରୁଛନ୍ତି ।
ହସ୍ତିନାରୁ ପାଣ୍ତବେ ବାହାରି ଯାଆନ୍ତି ।
ଭୀଷ୍ମ ନିବର୍ତ୍ତାଇ ରଖୁତ ନାହାନ୍ତି ।
ଶାନ୍ତନୁ ନୃପଙ୍କର ଅଟନ୍ତି କୁମର ।
ବିଚିତ୍ରବୀର୍ଯ୍ୟ ନାମେ ଯେଉଁ ନରବର ।
ପୁତ୍ରପରି ଆମ୍ଭଙ୍କୁ ପାଳନା କରୁଥିଲେ ।
ପାଣ୍ତୁ ମଧ୍ୟ ନୃପତି ହୋଇ ତା ଆଚରିଲେ ।
ପାଣ୍ତୁ ରାଜାଙ୍କର ହୁଅନ୍ତେ ସ୍ୱର୍ଗଲାଭ ।
ଧୃତରାଷ୍ଟ୍ରଙ୍କର ରାଜ୍ୟରେ ହେଲା ଲୋଭ ।
ପାଣ୍ତୁକୁମରଙ୍କୁ ସାନ ଦେଖି କରି ।
ସ‌ହି ନ ପାରନ୍ତି ମନେ ହିଂସା ଧରି ।
ଆମ୍ଭେମାନେ ଏବେ ହସ୍ତିନା ଛାଡ଼ିବା ।
ଯୁଧିଷ୍ଠିର ଯ‌ହିଁ ରହିବେ ତ‌ହିଁଯିବା ।
ଲୋକଙ୍କର ମୁଖରୁ ଏରୂପେ ଶୁଣି ।
ଟିକିଏ ଚିନ୍ତା କରି ଯୁଧିଷ୍ଠିର ଭଣି ।
ଧୃତରାଷ୍ଟ୍ର ଆମ୍ଭ ପିତା ମାନ୍ୟଗୁରୁ ।
ତାହାଙ୍କ ଆଜ୍ଞା ନିକି ଆମ୍ଭେ ଭାଙ୍ଗିପାରୁଁ ।
ସେ ଯାହା ବୋଲୁଥିବେ କରିବୁଁ ନିଃଶଙ୍କରେ ।
ଏ ବ୍ରତ ଗୋଟି ଆମ୍ଭେ କରିଛୁଁ ମନରେ ।
ଆମ୍ଭର ମିତ୍ର ଅଟ ତୁମ୍ଭେ ତ ସମସ୍ତେ ।
ଏବେ ଯାଅ ଲେଉଟି ଘରକୁ ତ୍ୱରିତେ ।
ଯେଉଁକାଳେ ଆମ୍ଭର ଯେଉଁ କର୍ମ ହେବ ।
କ‌ହୁଅଛୁଁ ସେ କଥା ତୁମ୍ଭେ କରୁଥିବ ।
ଯୁଧିଷ୍ଠିରଙ୍କର ଏ ବଚନ ଶୁଣି ।
ତାଙ୍କୁ ପ୍ରଦକ୍ଷିଣ କରି ସେହିକ୍ଷଣି ।