ପୃଷ୍ଠା:Typical selections from Oriya literature.pdf/୩୬୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୨୬
ଓଡ଼ିଆ ସାହିତ୍ୟ-ପରିଚୟ

ତାଙ୍କୁ ବେଳହୁଁ ଉପାୟେ ମାରିବା । ନ ମାରିଲେ ଆପେ କାଳେ ମରିବା ।
ତେଣୁକରି କହିଲେ ମନ୍ତ୍ରିବର । ମୋର ଅର୍ଥେ ଉପାୟ ତୁମ୍ଭେ କର ।
ଏତେ ବୋଲି ବେନି କର ଧଇଲା । ଶୋକେ ଆଲିଙ୍ଗନ କରି କହିଲା ।
କରେ ବହୁତ ପ୍ରକାରେ ବିନତି । କହୁଁ କହୁଁ ପ୍ରବେଶ ହେଲା ରାତି ।
ନିଜେ କରେ ଲେଖନ ପତ୍ର ଧରି । ଆଜ୍ଞାପତ୍ରିକା ଲେଖି ଦଣ୍ଡଧାରି ।
ମୁଦି ଅକ୍ରୁର କରେ ସମର୍ପିଲା । ଯାଆ ବୋଲି ହରଷେ ଆଜ୍ଞା ଦେଲା ।
ମନ୍ତ୍ରୀ ଗଳାରେ ଲମ୍ବାଇଲା ହାର । ଚିତ୍ତଆନନ୍ଦେ ହୋଇଲା ବାହାର ।
କଂସରାଜ ହିଁ ନିଶ୍ଚିନ୍ତେ ରହିଲା । କାଳ ଚକ୍ରେ ପଶି ମୋହ ହୋଇଲା ।
ସ୍ନାନ ମାର୍ଜନ ଭୋଜନ ଶୟନ । କିଛି ନ ରୁଚଇ ବିଷ ସମାନ ।
ଯେଉଁ ଦିଗକୁ ଦିଅଇ ଅନାଇ । ସେହି ଦିଗେ ବିଜେ ନନ୍ଦ କହ୍ନାଇ ।
ଶୋଇ ସ୍ବପନେ ଚମକି ପଡ଼ଇ । କହି ବଚନ କ୍ଷଣକେ ହୁଡ଼ଇ ।
ଝାଇଁ ମାରଇ ନିଶ୍ବାସ ପବନ । କଲେ ଦକ୍ଷିଣ ଦିଗକୁ ଗମନ ।
କଣ୍ଠେ ମନ୍ଦାର ମାଳ ବିଭୁଷଣ । କରି ମହିଷଯାନ ଆରେହଣ ।
ଚରମରେ ପଡ଼ିଅଛି କବରୀ । ଫିଟି ପବନେ ଉଡ଼େ କେରି କେରି ।
ଚାରିଦିଗେ ଶୃଗାଳ ପେଚା ଶ୍ବାନ । ଗୃଧ୍ର ଅହୀ ମାର୍ଜାରଙ୍କ ନିସ୍ବନ ।
ପ୍ରାଣ ନ ରହଇ ଯେଉଁ ସ୍ବପନେ । କଂସ ଦେଖିଲା ତା ବେନି ନୟନେ ।
ଚେତି ଉଠି ମନରେ ବିଚାରଇ । ସ୍ବପ୍ନ ସତ ନୋହେ ବେଦ ଭାଷଇ ।
ମନେ ଏମନ୍ତ ବିଚାରି ଶୋଇଲା । ନିଶି ପାହିଣ ପ୍ରଭାତ ହୋଇଲା ।
ଜାଣି ଅକ୍ରୁର ଉଠିଲା ଆସନୁ । ପୂର୍ବଦିଗେ ଦେଖିଲା ଉଦେଭାନୁ ।
ନିତ୍ୟକର୍ମ ସାରି ହେଲା ବାହାର । ଭକ୍ତ ଦାସ ସାଜେ ରଥ ତାହାର ।

ତୃତୀୟ ଛାନ୍ଦ
ରାଗ ବଙ୍ଗଳାଶ୍ରୀ
ନନ୍ଦଙ୍କୁ କଂସର ପତ୍ର

ଲେଖିଅଛି କଂସ ହୋଇ ମହାରୋଷ ଆହେ ଗୋପପତି ନନ୍ଦ ।
ଆଜ୍ଞା ପ୍ରମାଣେ ତତକାଳେ ଚଳିବୁ ନୋହିଲେ ଛେଦିବି କନ୍ଧ ।
ଜାଣୁତ ମୋହର ବଳବୀର୍ଯ୍ୟ ଯେତେ ଅଇରିକୁଳ କେତୁ ।
ପ୍ରତିଜ୍ଞାରେ ରଣ ତେଜି ଜନ୍ତୁରାଣ ପୁତ୍ରେହେଁ ଲଭନ୍ତି ମୃତ୍ୟୁ ।
କୋପ କଲେ ମହୀ ଦୋହଲି ଉଠଇ ମେରୁ ହୁଏ ଥରହର ।
ରାଣ ଦେଲେ ଜନ୍ତୁପତି ଭୟ କରେ ଆଉମାନେ କେତେ ଛାର ।
ବିଧାଘାତେ ଚିକ୍ରକୂଟ ମହୀଧର କରିମୁଁ ପାରଇଁ ଚୁନା ।
ଅଇରି ନାସନବାନା ମୁଁ ବହଇ ଶରଣକୁ ବଜ୍ରସେହ୍ନା ।