ପୃଷ୍ଠା:Typical selections from Oriya literature.pdf/୩୬୫

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୨୭
ଓଡ଼ିଆ ସାହିତ୍ୟ-ପରିଚୟ

ଦାନିପଣକୁ ସୁନାଶୀର ପରାୟେ ଗଭୀରପଣେ ଜଳଧି ।
ପଣ୍ଡିତପଣେ ଦେବ ଗୁରୁ ହାରଇ ବେଦ ବେଦାନ୍ତର ବିଧି ।
ଧାର୍ମିକପଣେ କେହି ସମ ନୁହଇ ପରଜା ପାଳନେ ତାତ ।
ମୋର ଦେଶରେ ଭୟ କରି ପ୍ରଚଣ୍ଡ ହୋଇ ନ ବହଇ ବାତ ।
ଅଗ୍ନି ଦେବତା ଶିଖାମାନ ନିଉନ ଦେଖି ମୋର ତେଜ ବଳ ।
ସୁଜନଙ୍କୁ ରଖି ଦୁର୍ଜ୍ଜନ ମାରଇଁ ଏ କଥା ମୋହର ମୂଳ ।
ଗଡ଼ ଦେଖି ବଡ଼ କ୍ଷତ୍ରିମାନେ ଆଡ଼ ହୁଅନ୍ତି ବହୁତ ଦୁରୁ ।
କଟକାଇ କଲେ ଅମରେ ପଳାଇ ଯାଆନ୍ତି ଅମର ପୁରୁଁ ।
ଯାଦବକୂଳ କୁମୁଦବନ ପ୍ରାୟ ମୁଁ ତହିଁକି ନିଶାମଣି ।
ସୁନ୍ଦରପଶେ କାମ ସରି ନୁହଇ ସହିଷ୍ଣୁ ପଣେ ଧରଣି ।
ଯୁଦ୍ଧ ନ କରି ଯୋଦ୍ଧାମାନ ଜିଣିଲି ବ୍ରହ୍ମାଣ୍ଡ ହୋଇଲା ମୋର ।
ଏହିଠାରେଥାଇ ଦର୍ଶନେ ନ ଆସୁ ଏଡ଼େ ଗାରିମା ତୋହର ।
ରଡ଼ି ଗୋଟାକେ ସର୍ବଜନ୍ତୁ ମରିବେ ତିନିପୁରେ ଥିବେ ଯେତେ ।
ଦୟା କରି ତାଙ୍କୁ ଶରଣ ରଖିଲି ଯେଣ ଆଶ୍ରେ କଲେ ମୋତେ ।
ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ସଙ୍ଗେ ଅଷ୍ଟଭୂଜ ସମସ୍ତେ ମୋହର ବଶ ।
ମହାଦୁଷ୍ଟମାନେ ଛାଡ଼ି ପଳାଇଲେ ଶୁଣି ମୋର ଧନିର୍ଘୋଷ ।
ଛାର ଗଉଡ଼ ଅଟୁ ତୁ ଏଡ଼େ ବଡ଼ ନ ଦେଉ ମୋହର କର ।
ଯେବେ ଦେବି ଧାପ ରଖିବ କେ ବାପ ଅନଳେ ଦହିବି ପୁର ।
ଶ୍ବଶୁର ମୋର ଜରାସନ୍ଧ ଦଇତ୍ୟ ସଖା ମୋର ବୀରକେଶୀ ।
ଏକା ନିମିଷକେ ଚରାଚର ମହୀ ପକାଇ ପାରଇ ଧ୍ବସିଂ ।
ଶୂର ନାରକା ବ୍ୟୋମା ଅମ୍ବା କଦମ୍ବା ସଙ୍ଗାତ ଦ୍ରୁବିନ୍ଦବୀର ।
ଚାଣୁର ମୁଷ୍ଟିକ ଶଲ୍ୟ ଆଦିମାନେ ଅଛନ୍ତି ମୋ ହନ୍ତକାର ।
କେବଳ ଶିରୀଷ କୁସୁମକୁ ମହାପ୍ରବଳ ବରଷା ଲୋଡ଼ି ।
ସେହି ପ୍ରାୟ ମୁହିଁ ସେହି ପ୍ରାୟ ତୁହିଁ ଶିଶିରେ ଯେ ଯିବୁ ସଢ଼ି ।
ଏବେ ମୋର ଧନୁଉତ୍ସବେ ଘେନାଇ ସଙ୍ଗେ ବେନି ସୁତ ଆସ ।
ସମସ୍ତ ଦୋଷ ତୋର କ୍ଷମା ହୋଇଲା ମନେ ନକରିବୁ କ୍ରାସ ।
ରମ୍ଭା ଆଳୁ ଦଧି ଶତେ ଭାର ନେଇ ଗୋଟିକା ଅଧାମ ଆଦି ।
ସଙ୍ଗେ ଗୋପାଳ ଦଶଶତ ଆଣିବୁ କରିବେ ସେ ଯଥାବିଧି ।
ରାମ କୃଷ୍ଣ ବେନି ଭାଇଙ୍କି ଅକ୍ରୁର ସଙ୍ଗେ ସଙ୍ଗ କରି ଦେବୁ ।
କେଡ଼େ ହେଲେଣି ତୋର ବେନି ନନ୍ଦନ ତାହାଙ୍କୁ ଆମ୍ଭେ ଦେଖିବୁଁ ।
ସେହି ଦେଖିବେ ମୋର ଧନୁଉତ୍ସବ ଶୁଭକଥା ସିନା ତୋତେ ।
ବଡ଼ଲୋକଙ୍କ ସଙ୍ଗେ ସଙ୍ଗ ହୋଇବେ ଭୟ ନରହିବ ଚିତ୍ତେ ।
ବୃଦ୍ଧଶରୀର କେତେ ଦିନ ବଞ୍ଚିବୁ ମିଥ୍ୟା ମାଟି କଳେବର ।
ତୋହ ଥାଉଁ ଥାଉଁ କୁମର ଦୁହିଁଙ୍କି ମୋ ସଙ୍ଗେ ପରଚେ କର ।