ପୃଷ୍ଠା:Typical selections from Oriya literature.pdf/୩୭୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୧
ଓଡ଼ିଆ ସାହିତ୍ୟ-ପରିଚୟ

ବାନ୍ଧିଲା କନ୍ଧଦେଶେ ଲଗାଇ ଜୁଡ଼ା ।
ମଲିକଳିକା ସଙ୍ଗେ ଜାତିପାଖୁଡା ଯେ ।
ଶିରେ ସିମନ୍ତୀ ଚୂର୍ଣ୍ଣକୁନ୍ତଳ ସାଜି ।
ଭାଲେ ସିନ୍ଦୂର ନେତ୍ରେ ଅଞ୍ଜନ ରଞ୍ଜି ଯେ ।
ନାସେ ବସଣି କର୍ଣ୍ଣେ ହେମତାଟଙ୍କ ।
କଣ୍ଠେ ମୁକୁତାମାଳ କରେ ଝଟକ ଯେ ।
ଉରଉପରେ ପତ୍ରାବଳୀ ଲେଖନ ।
କଟିରେ ଆଚ୍ଛାଦିଲା ବସ୍ତ୍ର ସୂଝୀନ ଯେ ।
ବେନିଭୁଜରେ ଶୋହେ ସୂବର୍ଣ୍ଣ ଚୁଡ଼ି ।
ଅଙ୍ଗୁଳିମାନଙ୍କରେ ମୁଦ୍ରିକାଧାଡ଼ି ଯେ ।
ପାଦେ ଯାବକ ଲେଖି ଖଞ୍ଜି ନୂପୁର ।
ମନ୍ଦଚାଲିକି ନାଦ କଲା ମଧୁର ଯେ ।
ଶେଯ ଶେଯାଇ ବସି ରହିଲା ବାମା ।
ବୋଲେ ଆସିବେ ନିକି ବିଚିତ୍ରକର୍ମା ଯେ ।
ଭକ୍ତଚରଣ ଦାସ କହଇ ରସେ ।
କୁବୁଜା ମନ ପେଷି ଗୋବିନ୍ଦ ପାଶେ ଯେ ।
ଲୟ ଲଗାଇ ଚିତ୍ତେ ଦିବସ ନିଶି ।
ବୋଲଇ ବିକି ହେବି ଶ୍ରୀକୃଷ୍ଣଦାସୀ ଯେ ।

ବିଂଶ ଛାନ୍ଦ

ରାଗ-ବରାଡ଼ି, ଆଶାଢ ଶୁକ୍ଳ ବାଣୀ

କଂସ ଭେଟକୁ ଯିବାବେଳେ ତାଙ୍କୁ ଦେଖି ମଥୁରା ରାଣୀଙ୍କ ବିଚାର

ଏଥୁ ଅନନ୍ତରେ ମୋହନରାୟ । ମଥୁରା ଦାଣ୍ତେ କରନ୍ତି ବିଜୟ ।
ଘନଘନ ଶିଙ୍ଗା ମୁରଲି ବାଜେ । ସମ୍ବର ଯୁଦ୍ଧେ କି ମଦନ ସାଜେ ।
ସେହି ମତି ଶୋଭା । ଦେଖି ନର ନାରୀ ହୁଅନ୍ତି ଲୋଭା ।
ଧାଇଁଲେ ମଥୁରାନାଗରୀମାନେ । ପ୍ରଦୀପ ଦେଖିଲେ ପତଙ୍ଗ ଯେହ୍ନେ ।
କାଲିଠାରୁ ହୋଇଥିଲେ ଉଚ୍ଛନ୍ନ । ରୁଚୁ ନ ଥିଲା ଅଶନ ବସନ ।
କରୁଥିଲେ ଧ୍ୟାନ । ଅନିଦ୍ରା ହୋଇ ନ କରି ଶୟନ ।
ଲଜ୍ଜା ବାଲିବନ୍ଧ ପ୍ରାୟେ ଭାଜିଲା । ଆନନ୍ଦଜଳ ବଳି ବହିଗଲା ।
କାଷ୍ଠ ତୃଣ ପ୍ରାୟ ପତି ତନୟ । ସମ୍ଭାଳି ନ ପାରି ପ୍ରବଳ ପୟ ।
ସେହି ଭାସିଗଲେ । କେହି ନିରୋଧ କରି ନ ପାରିଲେ ।
କାହାର ନାରୀ କାହାର ନନ୍ଦିନୀ । କାହା ଭଗିନୀ କାହାର ଜନନୀ ।
କାହାର ଖୁଡ଼ୀ କାହାର ମଉଳାଣୀ । ଏହି ପ୍ରକାରେ ଅନେକ ରମଣୀ ।
କରନ୍ତି ଗମନ । ରତି କି ଧାଏଁ ଦେଖନ୍ତେ ମଦନ ।