କାମ ଜ୍ୱରକୁ ଔଷଧି ପାଇଲେ କରୁଣାନିଧି ଗୋପାଙ୍ଗନା ଅପଥ୍ୟ ହୋଇଲେ ରେ ।
ମଧୁକର ।
ଏ କଥା ଏମନ୍ତ ହେବ ସିନା । ଯାଅ ତୋ କୃଷ୍ଣଙ୍କୁ କହି କିନା ରେ ।
ତଥାପି କହୁଛୁଁ ତୋତେ ଯାଅ ବା ନ ଯାଅ ପ୍ରତେ କଳାରେ ବିଶ୍ୱାସ ଯିବୁ ନାହିଁ ।
ବୋଲୁବୁ ନାହିଁ ମୋ ମିତ୍ର ଜାଣିଥା ପଙ୍କଜନେତ୍ର କି କଲେ ଆମ୍ଭର ମିତ୍ର ହୋଇ
ରେ । ମଧୁକର ।
ଏଣୁକରି କହୁଅଛି ତୋତେ । କଳାଜନେ ନ ଯିବୁ ପରତେ ରେ ।
ଦେଖ କଳାନନ୍ଦବଳା ଆମ୍ଭ ଜାତିକୁଳ ନେଲା କାଳେ କାଳେ ରଖିଲା ଦୁଷଣ ।
ଫୁଲଗଭା ପ୍ରାୟେ କରି ଫିଙ୍ଗିଦେଲା ଭୋଗିସାରି କେ ସହିବ ଏ ଦୁଃଖ କଷଣ ରେ ।
ମଧୁକର ।
ଶରଦ କୋକିଳ ପ୍ରାୟ ହେଲୁଁ । ପ୍ରୀତି କୁଳ ମର୍ଯ୍ୟାଦା ତେଜିଲୁଁ ରେ ।
ଚନ୍ଦ୍ରକୁ ଆଶ୍ରୟ କଲା ଶଶା ଯେଉଁରୂପେ ମଲା ସେହିରୂପେ ମରିବୁଁ ଗୋପିନୀ ।
କଳଙ୍କ ବହିବେ ହରି କଥା ଥିବ ଯୁଗଚାରି ପଣ୍ତିତେ ନିନ୍ଦିବେ କର୍ଣ୍ଣେ ଶୁଣି ରେ ।
ମଧୁକର ।
ଏଡ଼େ ବଡ଼ କଥା ଆଚରିଲା । କରକାର ପ୍ରାୟେ କଚାଡ଼ିଲା ହେ ।
ଯେଉଁଦିନୁ ଦାବାନଳ ଗିଳିଦେଲା ନନ୍ଦବାଳ ସେହିଦିନୁ ଭାଳୁ ଥାଉଁ ଚିତ୍ତେ ।
ଏତ ନୁହଇ ମନୁଷ୍ୟ କେଉଁ ଦେବତା ପ୍ରକାଶ ହୋଇ ଗୋପେ ରହିଛି ଗୁପତେ ରେ ।
ମଧୁକର ।
ସର୍ପଶିରେ ନାଚେ କି ମାନବ । କାହିଁ ବୋଲେ ବିଷ ସୁଧା ହେବ ରେ ।
ଯେଉଁରୂପେ ଡ଼ରୁଥିଲୁ ସେହିରୂପେ ଏବେ ମଳୁଁଆଉ ତାହା କହି ହେବ କିସ ।
ଯେଉଁ ପ୍ରାଣ ଯହିଁ ବଢ଼େ ତହିଁ ତାକୁ ନିନ୍ଦା ପଡେ ଅବଶ୍ୟ ଜୀବନେ ଯାଇ ନାଶ
ରେ । ମଧୁକର ।
ବୟସଗରବେ ହେଲୁଁ ବାଇ । ଆମ୍ଭେ ନାଶ ନ ଯିବୁଁ କିପାଇଁ ରେ ।
ନ ମାନିଲୁଁ ଗୁରୁଜନ ନ କଲୁଁ ପତିବଚନ ନ ମାନିଲୁଁ ଭଲ ମନ୍ଦ ବୋଲି ।
ନ ଜାଣିଲୁଁ ଦିବା ନିଶି ନିରତେ ତା ସଙ୍ଗେ ରସି କୁଳଟା ହୋଇଲୁ ବ୍ରଜବାଳୀ ରେ ।
ମଧୁକର ।
ତହିଁରୁ ମିଳିଲା ଏହି ସୁଖ । ମିଥ୍ୟା ନୋହେ ସାକ୍ଷାତରେ ଦେଖ ରେ ।
ଜାଣିଥିଲେ ତାଙ୍କ ରୀତି ନ କରନ୍ତୁ ଏତେ ପ୍ରୀତି ବପଟିଆ ଫାନ୍ଦରେ ପଡ଼ିଲୁ ।
ସୁଧାବୃକ୍ଷ ବୋଲୁ ତାକୁ ଆଶ୍ରୟ କଲୁଁ କାଳକୁ ଫଳିଲା ଗରଳ ଖାଇ ମଲୁ ରେ ।
ମଧୁକର ।
କର୍ମକୁ ବୋଲିବା ସିନା ମନ୍ଦ । ନୋହିଲେ କି ତେଜନ୍ତେ ଗୋବିନ୍ଦ ରେ ।
କୃପଣସାମନ୍ତ ବାଣୀ ଶୁଣି ଯେଉଁ ଲୋଭୀ ପ୍ରାଣୀ ମହାକଷ୍ଟେ ବଞ୍ଚଇ ଦିନକୁ ।
କାଳେ ସେ ନିରାଶ ହୋଇ ସେହିମତି ହେଲୁଁ ଗୋଈ ଆଶ୍ରେ କରି ମାଧବ ବୋଲକୁ ।
ମଧୁକର ।
ପୃଷ୍ଠା:Typical selections from Oriya literature.pdf/୩୯୪
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୬
ଓଡ଼ିଆ ସାହିତ୍ୟ-ପରିଚୟ