ପୃଷ୍ଠା:Typical selections from Oriya literature.pdf/୪୦୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୫
ଓଡ଼ିଆ ସାହିତ୍ୟ-ପରିଚୟ

ଗୋପ‌ପୁରୁଁ ପଳାଇଲେ ଅନ୍ୟ ଅନ୍ୟ ଦେଶେ ଗଲେ ଯେଣୁ ଗୋପୀ ସୁବେଶ ନୁହ‌ନ୍ତି ହେ । ଦୀନବନ୍ଧୁ ।
ତାଙ୍କ ସଙ୍ଗେ ଗଲା ମାଳାକାର । ଯହୁଁ ବିକା ନ ଗଲା ତାହାର ହେ ।
ପୁଣି ଦେଖିଲି ବିଚିତ୍ର ଯେତେ ଦ୍ରବ୍ୟ ପଦ୍ମନେତ୍ର ବୃକ୍ଷର କୋମଳପତ୍ର ଛବି ।
ବୃନ୍ଦାବନେଣ ମିଳନ୍ତି ଶୁଣିମା ହେଉ ଶ୍ରୀପତି ତବ ବିନେ ବରଜସାଧବୀ ହେ । ଦୀନବନ୍ଧୁ ।
ବିରହଅନଳେ ତାପୀ ହୋଇ । ଶ‌ଯ୍ୟାକରି ତ‌ହିଁପରେ ଶୋଇ ହେ ।
ରାଜ‌ହଂସଶ୍ରେଣୀ ମୃଗ ଚନ୍ଦ୍ରମା ଗଜ ଅର୍ଣ୍ଣଙ୍ଗ ବନପ୍ରିୟ ଆଦି କତି କତି ।
ଶାରଙ୍ଗ ନ କରେ ସ୍ୱନ ହୋଇଣ ଆନନ୍ଦମନ ଦେଖି ଦୁଃଖୀ ବରଜ‌ଯୁବତୀ ହେ । ଦୀନବନ୍ଧୁ ।
କି କ‌ହିବି ଗୋପର ଉଦନ୍ତ । କୃଶ ହୋଇ ଅଛନ୍ତି ସମସ୍ତ ହେ ।
ଚମ୍ପା ଜାତି କୁରୁବକ ନିଆଳୀ ମଲ୍ଲୀ ଅଶୋକ ଏ ଆଦି ଯେତେକ ପୁଷ୍ପମାନ ।
ଫୁଟନ୍ତି ଝଡ଼ନ୍ତି ତଳେ ପଡ଼ନ୍ତି ଅତି ପ୍ରବଳେ ଯେଣୁ ଗୋପୀ ନୁହ‌ନ୍ତି ମଣ୍ତନ ହେ । ଦୀନବନ୍ଧୁ ।
ଗୋପ‌ପୁର ବାରତା ଏମନ୍ତ । ଶୁଣିଲେ ଶ୍ରବଣେ ଦେବ ହସ୍ତ ହେ ।
ପୁଣିହିଁ ଅତି ବିଚିତ୍ର ଦେଖିଲି ପଙ୍କଜନେତ୍ର ଯମୁନା ପ୍ରବଳ ହୋଇଅଛି ।
କୁଳକୁ ଲଙ୍ଘି ତରଙ୍ଗ ଶୁଣି ବୋଲନ୍ତି ଶ୍ରୀରଙ୍ଗ କ‌ହ ଏଥି କି ବିଷୟ ଅଛି ହେ । ଦୀନବନ୍ଧୁ ।
ଶୁଣି କ‌ହେ ଶିରେ ଦେଇ ପାଣି । ଶୁଣ ସାବଧାନେ ସେ କାହାଣୀ ହେ ।
ତବ ବିଚ୍ଛେଦରୁ କରି ରୋଦନ୍ତି ବରଜନାରୀ ନୟନୁ ଲୋତକ ବ‌ହି ଯାଇ ।
ମିଶଇ ଯମୁନା ସଙ୍ଗେ ତେଣୁ ସେ ବଢ଼ଇ ରଙ୍ଗେ କୃତାନ୍ତ ଭଗିନୀ ଦୋଷ ନାହିଁ ହେ । ଦୀନବନ୍ଧୁ ।
ବୃନ୍ଦାବନ କଥା ନ ପଚାର । ମନେ ପଡି କମ୍ପଇ ମୋ ଉର ହେ ।
ଏ ବାଣୀ ଶୁଣି ଗୋବିନ୍ଦ ବୁଜି ନେତ୍ରଅରବିନ୍ଦ ହୃଦରେ ସୁମରି ଗୋପୀଭାବ ।
ଟିକାକ ଅନ୍ତରେ ଧନ୍ୟ ସେ ଗୋପନିବାସୀ ମୋହଠାରେ ଏଡ଼େବଡ଼ ଭାବ ସେ । ଗୋପୀମାନେ ।
ସତେକି କରିବେ ସୁରଶ୍ରେଷ୍ଠ । ସେମାନଙ୍କ ସଙ୍ଗେ ହେବ ଭେଟ ହେ ।
ଏତେବୋଲି ଭାବଗ୍ରାହୀ ଉଦ୍ଧବେ ମେଲାଣି ଦେଇ ନିଜପୁରେ ରହିଲେ ମାଧବ ।
ସେ ଗୋବିନ୍ଦ ପାଦ‌ଯୁଗେ ଯେ ଭ‌ଜଇ ଅନୁରାଗେ ସେହି ଜନ ସଂସାରୁ ତରିବ ହେ । ନରମାନେ ।
ଆନ ଦେବ ଦେବୀ ଦୂରେ ତେଜ । ନିରବଧି ହରିରସେ ମଜ୍ଜ ହେ ।
ଦେଖ ଏ ଅନିତ୍ୟ ଅଙ୍ଗ କ୍ଷଣକେ ହୁଅଇ ଭଙ୍ଗ ଚିର ହୋଇ କେବେହେଁ ନ ରହେ ।
ଧନ ଜନ ତାତ ମାତ ଏ ଘେନ ବିଜୁଳିମତ କେହି କାହା ସଙ୍ଗରେ ନ ଯାଏ ହେ । ନରମାନେ ।
ଏଣୁ ଭଜ ଗୋବିନ୍ଦ ଚରଣ । ନ ପାଇବ ଯମର କଷଣ ହେ ।