ପୃଷ୍ଠା:Typical selections from Oriya literature.pdf/୪୦୮

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୦
ଓଡ଼ିଆ ସାହିତ୍ୟ-ପରିଚୟ

ମହତ କରି କ‌ହୁଅଛି ହେ ମହାବାହୁ ସବୁରି ସଂଶୟ ରହିବ ହେ । ମହାପ୍ରଭୁ ।
ଯାହା ନାମ ସ୍ମରଣେ ମରଣଭୟ ଜିଣେ ନୋହେ ଦଣ୍ତଧର ଦଣ୍ତକୁ ।
ଜଗତ ନିସ୍ତାରଣ ଥାଉଁ ଏଡ଼େ ଦାରୁଣ ହୋଇବ ବିପତ୍ତିକାଳକୁ ହେ । ମହାପ୍ରଭୁ ।
ଜୀବ ଯିବାର ବଡ଼ ସୁଖ । ଜୀଇବା ସମ ନାହିଁ ଦୁଃଖ ।
ଯାହା ସାମନ୍ତ ଚଉବର୍ଗରେ ଅଧିକାରୀ ତାହା ସେବକର ଏ ଦୁଃଖ ହେ । ମହାପ୍ରଭୁ ।
ରାଜିବପଦ ଯାର ପାଷାଣ କରେ ନର ଶୋକ କଳୁଷ ନିବାରଣ ।
ରଙ୍କ ପ୍ରାୟେ ତାହାର ପରିଚାର ହେବାର ଏ ନିକି ପ୍ରଭୁଙ୍କୁ ଭୂଷଣ ହେ । ମହାପ୍ରଭୁ ।
ରମା ଯାହାର ପ୍ରିୟବତୀ । ରସାଦି ତୈଲୋକ୍ୟର ପତି ।
ରତି ଏତ ସୁନ୍ଦର ନୋହିଲା ମୋ ଉତ୍ତର ଏମନ୍ତ ପ୍ରଭୁର ଏ ରୀତି ହେ । ମହାପ୍ରଭୁ ।
ଲ‌ଲାଟର ଲିଖନ କେ କରି ପାରେ ଆନ ଏମନ୍ତ ଆଜ୍ଞା ହେବ ଅବା
ଲଭି ତୁମ୍ଭଙ୍କୁ ପତି ପଣେ ହେ ରମାପତି କର୍ମକୁ କିପାଁ ଆଦରିବା ହେ । ମହାପ୍ରଭୁ ।
ଲୀଳା ମାତ୍ରକେ ଏ ସଂସାର । ଲୁତା ପ୍ରାୟେ କର ସଂହାର ।
ଲୋକ କର୍ମକୁ ଏହୁ କଥା ହେ ମହାବାହୁ ଏହା କି ବିଚାର ମନରେ ହେ । ମହାପ୍ରଭୁ ।
ବିଚିତ୍ର କରି ଗୁରୁପୁତ୍ର ଶରାନପୁରୁଁ ଇଷିତ ମାତ୍ରକେ ଆଣିଲ ।
ବିଂଶକର ଅମରବର କରିଣ ଦୂର ବିନାଶି ବିଧିକି ଜିଣିଲେ ହେ । ମହାପ୍ରଭୁ ।
ବିଷମ ସଙ୍କଟୁ ଉଦ୍ଧର । ବିଶ୍ୱସଂସାରୁ ପାରି କର ।
ବିଶେଷ ବାଞ୍ଚାନିଧି ବାଂଛା କର ପ୍ରସିଦ୍ଧି ବୋଲି ଅନେକ ବାଂଛା ମୋର ହେ । ମହାପ୍ରଭୁ ।
ସେବକ ହୋଇ କରି ପ୍ରଭୁ କୋପକୁ ଡ଼ରି ଭରସି ଯେବେ ନ କ‌ହିବ ।
ଶୁଣ ମହିଁମାମେରୁ ଏ ଦୁଃଖ ଜଳଧିରୁ କେମନ୍ତ ପ୍ରକାରେ ତରିବ ହେ । ମହାପ୍ରଭୁ ।
ସର୍ବଜ୍ଞ ପୁରୁଷ ଗୋସାଇଁ । ସକଳ ଜୀବ ହୃଦେ ଥାଇ ।
ସେବକ ଦୁଃଖ ଜାଣି ଦୟା ନ କଲେ ପୁଣି ଆଉ ଜାଣନ୍ତା ଅଛି କେହି ହେ । ମହାପ୍ରଭୁ ।
ଶେଷ ବିରଞ୍ଚି ଶିବ ସୁର ଆଦି ବାସବ ଶକ ସନ‌କ ସନାତନ ।
ସେବେ ଯେଉଁ ପୟରେ କୋଟି ଅଂଶଲକ୍ଷରେ ମୁଁ ଦାସପଣେ କି ଭାଜନ ହେ । ମହାପ୍ରଭୁ ।
ସବୁ ଭରସା ଅଛି ଏଣୁ । ଶରଣ ନିସ୍ତାରଣ ଯେଣୁ ।
ଶୁଣିଅଛି ଆହୁରି କଥାଏ ଚିତ୍ର କରି ସୁମେରୁସମ କର ରେଣୁ ହେ । ମହାପ୍ରଭୁ ।
ଶୁଣି ତୁମ୍ଭ ଭରସା-ବିଶ୍ରାମ ନାମେ ଆଶା ନିବେଶି ଅଛି ଶ୍ରୀଚରଣୈ ।
ସୁଖ-ସାଗର ହୋଇ ଦୁଃଖ-ସାଗରେ ନେଇ ମେଲି ଦେଉ‌ଛ ଅକାରଣେ ହେ । ମହାପ୍ରଭୁ ।
ସେବିଛି ତୁମ୍ଭ ପାଦ ଦୁଇ । ଶୋକସିନ୍ଧୁ ତରିବା ପାଇଁ ।
ଶ୍ରୀବତ୍ସଲଞ୍ଛାନ ହେ କର ପ୍ରତିକାରଣ କରୁଣା କଟାକ୍ଷେ ଅନାଇଁ ହେ । ମହାପ୍ରଭୁ ।
ହୃଦୟେ ଅଛି ମୋର ଏ ସଂସାର-ସାଗର ତରିବି ତୁମ୍ଭ ମହିଁମାରୁ ।