ପୃଷ୍ଠା:Typical selections from Oriya literature.pdf/୪୦୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୧
ଓଡ଼ିଆ ସାହିତ୍ୟ-ପରିଚୟ

ହେଉଅଛି ସଂଶୟେ ଯେଣୁ ମୋର ବିଷୟେ ଅକରୁଣା ମହିମାମେରୁ ହେ ।
ମହାପ୍ରଭୁ ।
ହୋଇଲା କର୍ମ ମୋ ବଇରୀ । ହୃଦୟ ନୁହଇ ମୋହରି ।
ହେତୁ କର୍ମର ତୁମ୍ଭେ ତେଣୁକରି ଅଦମ୍ଭେ ଗୁହାରି କଲି ଦଇତାରି ହେ । ମହାପ୍ରଭୁ ।
କ୍ଷମାସାଗର ବୋଲି ଛାମୁରେ ସିନା ମୁହିଁ ଜଣାଉଅଛି ଏଣୁବାରେ ।
କ୍ଷଣେହେଁ ମୋହ ମନ ନ ରହେ ତୁମ୍ଭ ଧ୍ୟାନ ଗୁଣ ଗାୟନମାନଙ୍କରେ ହେ ।
ମହାପ୍ରଭୁ ।
କ୍ଷୋଭ ଯେବେ ମନେ ନୁହ‌ନ୍ତା । କ୍ଷଣେହେଁ ନାମ କେ ଜପନ୍ତା ।
ଛାର ଦୀନପାମର କୃଷ୍ଣ କିପାଁଇ ଛାର ଭବସାଗରକୁ ଡ଼ରନ୍ତା ହେ । ମହାପ୍ରଭୁ ।
ନାବକେଳି
ଦୀନ‌କୃଷ୍ଣ ଦାସ
ଏମନ୍ତ ବିଚାର କରନ୍ତେ ଏଣେ । ନାବ ଗୋଟାଏକ ଦିଶିଲା ତେଣେ ।
କୃଷ୍ଣ ବୋଲି ତାଙ୍କୁ ନ ଜାଣୁ କେହି । ମାୟାରୂପେ ଛନ୍ତି କେଉଟ ହୋଇ ।
ଅଝାଲ ଦଉଡ଼ି ବାନ୍ଧିଛି ଟାଣି । ଦ‌ଦରା ନାବରୁ ବ‌ହୁଛି ପାଣି ।
ପାକଲା ଦଉଡ଼ି କନ୍ଧରେ ପାଡ଼ି । ନାବ ପୂର୍ବମଂଗେ ବସିଛି ମାଡ଼ି ।
କରେଣ ବଇଁଶି କଙ୍କଣ ଆଭା । ମୟୁରଖୁଲାରି ମଥାରେ ଶୋଭା ।
ମୀନ ଖାଳୁଆଏ ଅଛି ପାଖର । ଜାଲ ପଡ଼ିଅଛି ନାବ ଭିତର ।
ତମାଳି କରି ଗୀତ ପଦେ ଗାଇ । ସ୍ଥିର କରି ନାବ ଦେଉଛି ବାହି ।
ଏଡ଼େ ହଟିୟା ଗୋ ନନ୍ଦର ବତ୍ସି । ବୃଦ୍ଧରୂପ ଧରି ନାବ ବାହୁଛି ।
ଅତି ପରପଞ୍ଚ ଖାଙ୍କର କେଶ । ଦେଖି ନ ଯୋଗାଏ ଏମନ୍ତ ବେଶ ।
ବେନିନୟନରୁ ପେଚଡ଼ା ବ‌ହେ । ବାଙ୍କନୟନେ ଟେରିଆଇଁ ଚାହେଁ ।
ଗୋଦଡ଼ ହୋଇଛି ଡ଼ାହାଣ ଗୋଡ଼ । ବୁକୁରେ ପଡ଼ିଛି ପାକଲା ଥୋଡ଼ ।
କଳା ଦେହ ତାର ବିସ୍ତର ମୋଟା । ଦନ୍ତନାହି ବୁଢ଼ା ପାକୁଆ ଗୋଟା ।
ବଚନ କ‌ହିଲେ କୋମଳ ଭାଷେ । ହସିଲେ ବୁଢ଼ା ପରପଞ୍ଚ ଦିଶେ ।
ତାହା ଦେଖି ଆମ୍ଭେ ଉସତ ହୋଇ । ନାବ ଆଣ ବୋଲି ଡ଼ାକିଲୁଁ ଗୋଈ ।
ଜଣେ ଜଣେ ତୋତେ କଉଡ଼ି ଦେବୁଁ । ପାରି କରିଦେଲେ ମଥୁରା ଯିବୁଁ ।
ଆମ୍ବିଳ ହୋଇଗଲା ବିକା ଗୋରସ । ଆଉ ଘଡ଼ିକେ ସବୁ ଯିବ ନାଶ ।
ସକାଳପ‌ହରୁ ଅଛୁଁ ଅନାଇଁ । ବେଗେ ନାବ ଆଣ କେଉଟ ଭାଇ ।
ଅନେକ ପ୍ରକାରେ ଡ଼ାକିଲୁଁ ତାକୁ । କେଭେ ନ ଆସିଲା ଆମ୍ଭପାଖକୁ ।