ପୃଷ୍ଠା:Typical selections from Oriya literature.pdf/୪୨୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୨
ଓଡ଼ିଆ ସାହିତ୍ୟ-ପରିଚୟ

କିଏ ସ୍ତମ୍ଭନ ମୋହ‌ନ ବଶବନ୍ତ ।
କଇତବରେ ହୋଇଛି ମୂର୍ତ୍ତିମ‌ନ୍ତ ।
କ‌ହୁଁ କ‌ହୁଁ ନନ୍ଦପୁରେ ପରବେଶ ।
କୁମାରକୁ ଦେଖି ହୋଏ ହସ ହସ ।
କାଖୁଁ ବିଷଲଡ଼ୁଥାଳୀ ଥୋଇ ତଳେ ।
କଥା ହୋଏ ନନ୍ଦ‌ଯୁବତିଙ୍କ ମେଳେ ।
କର୍ଣ୍ଣେ ଶୁଣିଲା ବେଳୁଁ ପୁତ୍ର ଜନ‌ନ ।
କରୁଥାଇଁ ଆସିବାକୁ ନିତି ମନ ।
କଲା ଏତେଦିନେ ଯୋଗ ଆସିବାକୁ ।
କୁମାରକୁ ଦେଖି ଫୁଲୁଅଛି ବୁକୁ ।
କରାଇବି ମୁଁ ଏହାଙ୍କୁ କ୍ଷୀରପାନ ।
କଲେ ସନ୍ତୋଷରେ ତୁମ୍ଭେ ଅବଧାନ ।
କଉତୁକ‌କଥା ଶୁଣି ନନ୍ଦରାଣୀ ।
କୋଳେ ଦେଲା ନବଘନରୂପ ଆଣି ।
କଳାବଦନେ ଦିଅନ୍ତେ ସ୍ତନ ନେଇଁ ।
କବଳମାତ୍ରକେ ପ୍ରାଣ ଦେଲେ ପିଇଁ ।
କ‌ହୁଁ କ‌ହୁଁ ନିଜରୂପ ପ୍ରକାଶିଲା ।
କାୟା ବିସ୍ତାର କରି ଅସୁରୀ ମଲା ।
କୃତାର୍ଥ ହୋଇ ସେ ବିଷ୍ଣୁଲୋକେ ଗଲା ।
କାଳଦଣ୍ତଘାତରେ ସେ ନ ପଡ଼ିଲା ।
କୃଷ୍ଣନାମ ସବୁଆଡ଼େ ବାଜିଗଲା ।
କେତେ ଭକ୍ତିରେ କେ କେତେ ପୂଜାକଲା ।
କଞ୍ଜ ଶିବ ଆବିର୍ଭାବ ଯେଉଁ କୃଷ୍ଣ ।
କୃଷ୍ଣ ଚିନ୍ତି ସେ କୃଷ୍ଣଙ୍କୁ ମହାତୃଷ୍ଣ ।
ପଞ୍ଚମ ଛାନ୍ଦ
ରାଗ-ଗୁଜ୍ଜରୀ-ପତିତାଳ
କୃଷ୍ଣ ବାଳକଲୀଳା ଏକମନେ । କର୍ଣ୍ଣ ନିବେଶି ଶୁଣ ସାଧୁଜନେ ।
କଳିକଳୁଷମାନ କ୍ଷୟ ଯାଉ । କାଳ ଦଣ୍ତିବାକୁ ଭୟ ନ ଥାଉ ।
କୃତାର୍ଥ ; କର ମାନବଜନ୍ମ । କଣ୍ଠରେ ନିରନ୍ତର ଧରି ନାମ ।
କଳାକର-କଳା ବଢ଼ିଲା ପ୍ରାୟେ । କ୍ରମେ ବଢ଼ିଲେ ଯଶୋଦାଙ୍କ ପୋଏ ।
କର ଜାନୁରେ କରନ୍ତେ ଗମନ । କଟିତଟେ କରେ କିଙ୍କିଣୀ ସ୍ୱନ ।
କୁଟିଳ ; ନୀଳକୁନ୍ତଳ ଲୁଳେ । କମଳେ ଯେସନ ଭ୍ରମରମାଳେ ।