କୁଧରପ୍ରମାଣେ ତୁଳାକୁ ଶିଖି । କଣମାତ୍ରକେ ନ ଦିଅଇ ରଖି ।
କରହେ; ଜନେ କୃଷ୍ଣ କୀର୍ତ୍ତନ । କର୍ଣ୍ଣରେ ଶୁଣ କୃଷ୍ଣକଥାମାନ ।
କୃଷ୍ଣବିଚିତ୍ରମହୀମା ଏମନ୍ତ । କରି ଅମୃତବିନ୍ଦୁ ମୂର୍ତ୍ତିମନ୍ତ ।
କମ୍ବୁ ଚକ୍ର ଧରି ହୃଦେ ବିହରି । କରନ୍ତି ଜଠରଜ୍ୱାଳାରୁ ପାରି ।
କରଇ; ନାହିଁ ଯେ ତାଙ୍କୁ ସେବା । କୃତଘ୍ନ ସେହି ଲୋକକୁ ବୋଲିବା ।
କୃଷ୍ଣକଥାରେ ଯାର ସ୍ନେହ ନାହିଁ । କାଳେ ସଂଘାତକୁ ଦେଖିବ ସେହି ।
କାଳଦଣ୍ତେ ସଂଘାତ ସେ ହୋଇବ । କଷ୍ଟସଂଘାତକୁ ନିଶ୍ଚେଁ ପାଇବ ।
କହଇ ; ଦୀନକୃଷ୍ଣ ସେ କଥା । କେବେହେଁ ହୋଇବ ନାହିଁ ଅନ୍ୟଥା ।
ଷଷ୍ଠ ଛାନ୍ଦ
ରାଗ - କୌଶିକ
କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ ଶୁଣ ଜନେ କୃଷ୍ଣଚରିତ ।
କଳାକରକରେ ଅନ୍ଧକାରେ ପ୍ରାୟେ କ୍ଷୟ ଯାଉ ସର୍ବଦୁରିତ ।
କଞ୍ଜନୟନ, ଅଞ୍ଜନବରନ କେଶବ ।
କାମପାଳ ସଙ୍ଗେ ଘେନି ନାନା ରଙ୍ଗେ କରନ୍ତି ବାଳଲୀଳାଭାବ ।
କେତେବେଳେ ବଳେ ଗୋପସୁତମେଳେ ନବନୀତ ଘେନି ପଳାନ୍ତି ।
କେତେବେଳେ ଗୃହକର୍ମରୁ ବିଗ୍ରହ କରି ଜନନୀଙ୍କି ଚଳାନ୍ତି ।
କେତେବେଳେ ସେ, କୋଳିକି ଗୋଳକରି ରାଗେ ।
କେତେବେଳେ କାନ୍ଦି କଣ୍ଠେ କଣ୍ଠ ଛନ୍ଦି କାଖରେ ବସନ୍ତି ସରାଗେ ।
କେତେବେଳେ ନନ୍ଦକାନ୍ଧେ ବସି ଚାନ୍ଦ ମାଗନ୍ତି ରଜନୀସମୟେ ।
କରି ମନ ତୋଷ ଜହ୍ନମାମୁ ଆସ ଆସ ବୋଲନ୍ତି ନନ୍ଦରାୟେ ।
କେତେବେଳେ ସେ, କଉତୁକେ ହୋଇ ଉତ୍ସାହା ।
କାମି କାମଦୁହା ଗୋଧନସୋରେହା ହୋଇ ଶିଖିଲେ ଗାଇଦୁହାଁ ।
କମଳନୟନ ନୟନ-ମଣ୍ତନ କ୍ରମେ ପାରିଲେ ବତ୍ସା ରଖି ।
କଳାକରମୁଖୀ ଗୋପୀମାନେ ଦେଖି ମନେ ହୁଅନ୍ତି ମହାସୁଖୀ ।
କେଉଁ ଗୋପିକା, କାରୁଣ୍ୟରସକୁ ବୁହାଇ ।
କୃଷ୍ଣସ୍ନେହ ଘେନି ଯଶୋଦାଙ୍କୁ ମାନୀ ହୋଇ ସଖୀଆଗେ କହଇ ।
କେଉଁ ସୁଖ ନାହିଁ ନନ୍ଦଘରେ ଏହି ପୁଅ ଯାଏ ବୃନ୍ଦାବନକୁ ।
କରୁଣାହୃଦୟ ନୁହନ୍ତି ନିର୍ଦ୍ଦୟ ଧିକ ଏହାଙ୍କର ଧନକୁ ।
କେଉଁ ବିଧାତା, କଲା ଏମନ୍ତ ଅବିଚାର ।
କୋଟିଲକ୍ଷ୍ମୀ ଯାହା ସେବାକୁ ଉତ୍ସାହା ସେ କଲେ ବନକୁ ସଞ୍ଚାର ।
କୋମଳଚରଣ ନିନ୍ଦଇ ଅରୁଣ କେତେ ଲକ୍ଷଣ ଅଛି ଦେଖ ।
କେମନ୍ତ ଉଜ୍ଜ୍ୱଳ ନକ୍ଷତ୍ରମଣ୍ତଳ ପରାୟେ ତାରତର ନଖ ।
ପୃଷ୍ଠା:Typical selections from Oriya literature.pdf/୪୨୩
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୮୫
ଓଡ଼ିଆ ସାହିତ୍ୟ-ପରିଚୟ