ପୃଷ୍ଠା:Typical selections from Oriya literature.pdf/୪୩୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୪
ଓଡ଼ିଆ ସାହିତ୍ୟ-ପରିଚୟ

କମ୍ବ ଆକୃତିଋ କଣ୍ଠ ଦିଶେ ଚାଋ ମୃଣାଳରୁ ବଳି ଭୁଜ ।
କରପ‌ତ୍ର ଶତ-ପ‌ତ୍ରକୁ ନିନ୍ଦଇ କୁସୁମକାନ୍ତି କରଜ ।
କର୍କଶରେ କରିକୁମ୍ଭ ସମ କରି ରୂପେ ହେମସଂପୁଟକ ।
କି କ‌ହିବା ତାଳଫଳରୁ ଉଜ୍ଜ୍ୱଳ ଯେଉଁ କୁଚକୁମ୍ଭ ଟେକ ।
କାମ କର କାଳୀ ବର୍ଣ୍ଣା-ବଳୀ ବଳି ବିରାଜଇ ରୋମାବଳୀ ।
କେଶରୀ ଡ଼ମ୍ବରୁ ମଧ୍ୟୁଁ ମଧ୍ୟ ସରୁ ପୁଳିନୁଁ ଜଘନ ବଳି ।
କନ‌କ‌କଦଳୀ ଜାନୁସଙ୍ଗେ ତୁଳିବାକୁ ନ ବଳଇ ମନ ।
କାମ ଉବ୍ଦୀପନ ବଢ଼ାଇ ବ‌ହ‌ନ ତ‌ହିଁକି କେବା ସମାନ ।
କମଳୁଁ ଅରୁଣ କୋମଳ ଚରଣ ନ‌ଖ ମଣିଗଣ ପ୍ରାୟେ ।
କରନ୍ତେ ଗମନ ଗଜପ‌ତି ମନ ମହ-ମନ୍ଦାକ୍ଷକୁ ପାଏ ।
କାଳିନ୍ଦୀକୂଳରେ ପ୍ରବେଶ ହୋଇଲେ ସକଳ ଗୋପବନିତା ।
କଳେବରମାନ ଦିଶଇ ଶୋଭନ ଯେମ‌ନ୍ତ କନ‌କଲତା ।
କଜ୍ଜ୍ୱଳ ପରାୟେ ନେତ୍ରକୁ ସୁନ୍ଦର ଦିଶଇ ଯମୁନାଜଳ ।
କୁଳବତୀ ପରା ପରତେ ହୁଅଇ କୁଳକୁ କରି ଉଜ୍ଜ୍ୱଳ ।
କୃଷ୍ଣପ୍ରିଅଲୋକ ହୃଦୟ ପ୍ରାୟେକ କମଳ ମହା ନିର୍ମଳ ।
କର୍ପୂର ଚନ୍ଦନ ଚନ୍ଦ୍ରମା ସମାନ ସନ୍ତାପ-ହର ଶୀତଳ ।
କୃଷ୍ଣ ହୃଦସ୍ଥଳ ପରାୟେ କମଳମାଳରେ ମଣ୍ତିତ ହୋଇ ।
କରଜ ରଞ୍ଜନୀ ସମାନ‌କୁ ପାଇ ପୁନର୍ଭବକୁ ଛେଦଇ ।
କରିଣୀ ପରାୟେ ପଦ୍ମ ଧରିବା ଏ କାଳୀପ୍ରାୟେ ଚକ୍ର ଧରି ।
କି ଅବା ନାଗରୀ ଫୁଲବେଶ ଧରି ଘନରସକୁ ବିସ୍ତାରି ।
କି ଅବା ପକ୍ଷିଣୀ ବେନିତଟ ପାଣି ଦୁଇଦିନ ଏକରାତି ।
କି ସୁରସରଣୀ ଉଡ଼ୁପ ତରଣି ହୋଇବାରୁ ଗତାଗତି ।
କେ ବୋଲେ ପ୍ରୋଷିତ ପ୍ରିୟତମା ପ୍ରାୟେ ହୋଇଥିଲା ମଳିନ‌ତା ।
କୃଷ୍ଣ ଅଙ୍ଗସଙ୍ଗ ଲାଗିବାରୁ ଅଙ୍ଗ ହେଲା ଏଡ଼େ ନିର୍ମଳତା ।
କେ ବୋଲେ ବାସକସଜ୍ଜ୍ୟା ପରାୟେକ ହୋଇଅଛି ଏବେ ଦେଖ ।
କୃଷ୍ଣ ଆଗମନ ଆଶାରେ ପ୍ରସନ୍ନ କରିଅଛି ପଦ୍ମମୁଖ ।
କଉତୁକେ ଏହି କ‌ଥାମାନ କ‌ହି ପଶିଲେ ଯାଇଁ ଜଳରେ ।
କନ‌କ ରସାଣ ହେଲା ସୁର-ରାଣ-ନୀଳ ରତନ ସ୍ଥଳରେ ।
କରି ଅବଗାହ ଗୋପିକାସମୂହ ଜଳରୁଁ ବାହାର ହୋଇ ।
କରି ଅଙ୍ଗ ପୋଚ୍ଛା ଯାହାର ଯେ ଇଚ୍ଛା ବସନ ପିନ୍ଧିଲେ ଯାଇଁ ।
କଲେ ଧୀରଗତି ଗୋକୁଳ‌ଯୁବତି ହସ ରସ କଉତୁକେ ।
କଳହଂସ‌ପନ୍ତି ଯେମନ୍ତ ଗମନ୍ତି ମହାମତ୍ତ କଳଡାକେ ।
କେ କ‌ହିବ ଗୋପ‌ଯୁବତିଙ୍କ ତପ ମାନ‌ବଶରୀର ବ‌ହି ।
କୃଷ୍ଣ ଭଗତିରେ ଭୋଳ ନିରନ୍ତରେ କୃଷ୍ଣ କ‌ଥାମାନ କ‌ହି ।