ପୃଷ୍ଠା:Typical selections from Oriya literature.pdf/୪୩୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୯୮
ଓଡ଼ିଆ ସାହିତ୍ୟ-ପରିଚୟ

କେଉଁ ଗୋପି ହସି ବକ୍ରବାଣୀ ଭାଷି ବୋଲେ ଦେଖ ଏ କାମଦୂତୀ
କାମ କାର୍ଯ୍ୟସିଦ୍ଧ କରିବାରୁ ବୁଦ୍ଧମାନେ ବୋଲନ୍ତି କାମଦୂତୀ ।
କେ ବୋଲେ, ଶୁଣ ଗୋ ସମସ୍ତେ ସୁନାରି ।
କୃତମାଳ ନାମ ଥିବାରୁ ଏ କାମଅବନୀପତିର ସୁନାରୀ ।
କରିଛି କୁସୁମ କପଟେ ସୁସମ ତପନୀୟ କଣ୍ଠିମାଳାକୁ ।
କନ୍ଦର୍ପକୁ ଭୟେ ନ ଥିଲେ ଥୋକାଏ ନେଇଥାଅ ଜେଝା ଗଳାକୁ ।
କେ ବୋଲେ, ସୁଖ ଲୋଭେ ଦୁଃଖ ପାଇବ ।
କେତୁ ମୁଣ୍ତ ପ୍ରାୟେ ତୁଣ୍ତସୁଆଦରୁ କାଳେ ଦଣ୍ତ ସିନା ହୋଇବ ।
କୃଷ୍ଣକରୁଣାରେ ମନଫୁରୁଣାରେ ଆମ୍ଭେ ବୋଲୁ ଥାଇଁ ନିଆଳି ।
କେଉଁ ରସବତୀ ବିରହବିପତ୍ତି ପାଇ ବୋଲୁଥିବ ନିଆଁଳି ।
କେ ବୋଲେ, ଦେଖ ଦେଖ ସଖି ଅଶୋକ ।
କେଉଁ ରସିକିନୀ କାନ୍ତବିଯୋଗିନୀ ହେଲେ ନ କରାଏ ସଶୋକ ।
କେଶବପ୍ରସାଦେ କାମ ଅପ୍ରମାଦେ ଆମ୍ଭଙ୍କୁ ହୋଇଛି ପୁନ୍ନାଗ ।
କାନ୍ତ ସଙ୍ଗ ଛଡ଼ା କାମରସପୀଡ଼ା ହୋଇଲେ ହୋଏ ଏ ପୁନ୍ନାଗ ।
କେବଳ, ଭଲକାଳେ ଭଲ ସଭିଏଁ ।
କେ ଅବା ଅଭଲେ ଅଭଲ ନୋହିଛି ବିଚାରି କ‌ହିଲ ସଭିଏଁ ।
କେଉଁ ଗୋପୀ ଦେଖି କରକୀ ତରକି ବୋଲଇ ସଖି ଦେଖ ଦେଖ ।
କିପାଁ ବୃଦ୍ଧନାରୀ ସ୍ତନପ୍ରାୟ କରି ତଳକୁ କରିଅଛି ମୁଖ ।
କେବଳ, ମନ‌କୁ ଏମନ୍ତ ଘଟିଲା ।
କମନୀୟ ଦନ୍ତପନ୍ତି ଦେଖି ଅନ୍ତସରିକି ହୃଦୟ ଫାଟିଲା ।
କେ ବୋଲଇ କୁଚ ଅନାଇଁ ସଙ୍କୋଚ ପାଇ ମୁଖ କରି ତଳକୁ ।
କରଇ ତପସ୍ୟା କରି ପ୍ରତିଆଶା ଲଗାଇ ସମାନ ତୁଳକୁ ।
କେ କାହା, କୁଚେ କର ଦେଇ ଆଞ୍ଚିଲା ।
କାହୁଁ ଏହା ପରା ହୋଇବ ଏ ତୋରା ବୋଲି ମନ୍ଦ‌ହାସ ମୁଞ୍ଚିଲା ।
କ‌ହିଲେ ବ‌ହୁତ ହେବ ଏ ଚରିତ ଶୁଣ ହେ ରସିକ ନାଗର ।
କେବଳ ଅମୃତ ଖାଇଲେ ବ‌ହୁଳ ମନ‌କୁ ନୋହେ ସୁଖକର ।
କ‌ହଇ, ଦୀନ‌କୃଷ୍ଣ ବନ ଭ୍ରମଣୀ ।
କର୍ଣ୍ଣେ ଏହା ଶୁଣି ସୁକୃତି ପରାଣୀ ତର ସଂସାର ତରଙ୍ଗିଣୀ ।
ପଞ୍ଚଦଶ ଛାନ୍ଦ
ରାଗ-ଆହାରୀ
କ୍ରମେ ମଧୁଶେଷ ହୁଅନ୍ତେ ପ୍ରବେଶ ହୋଇଲା ଗ୍ରୀଷମ ସମୟ ।
କରମାଳି କର ମହା ଖରତର କମଳକୁମାର ପରାୟ ।