ପୃଷ୍ଠା:Typical selections from Oriya literature.pdf/୪୭୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୩
ଓଡ଼ିଆ ସାହିତ୍ୟ-ପରିଚୟ

ଏକତ୍ରିଂଶ ଛାନ୍ଦ
ରାଗ - ବରାଡ଼ୀ
କିଶୋରୀରତନ ରାଧା ବିରହେ କନ୍ଦର୍ପବାଧା ପାଇବାରୁ ଅତିଶୟ କରି ।
କଳାକରକଳା ପ୍ରାୟେ କୃଶକୁ ଭଜିଲା କାୟେ କିରପାଠ ପ୍ରାୟେ କାନ୍ତାନାମ
ଧରି ସେ । କଞ୍ଜନେତ୍ର ।
କାରାସମ ସଦନ ମଣନ୍ତି । କେଳି କଉତୁକ ଖେଡ଼ରେ ଗଡ଼ନ୍ତି ।
କାମଅନଳ ପ୍ରବଳ କରେ ମଳୟଅନିଳ କଲେ ଶୀତ ଉପଚାର ତ‌ହିଁ ।
କୋଟିଏ ଗୁଣେ ତପତ କ‌ହୁଁ କ‌ହୁଁ ହୋଏ ଜାତ ଜଳ ଦେଲେ ଯେହ୍ନେ ଶାମୂକ‌କୁ
ଦ‌ହି ସେ । କଞ୍ଜନେତ୍ର ।
କଷ୍ଟେ କଷ୍ଟେ ସ‌ହ‌ନ୍ତି ସେ ବାଧା । କ୍ରୋଧ କରି ବୋଲନ୍ତି ଉଦ୍ଧର ରାଧା ସେ ।
କମନୀୟ ଫୁଲମାଳ ନ ବ‌ହ‌‌ନ୍ତି ବକ୍ଷସ୍ଥଳ ଫଣିମଣିସମାନରେ ଗଣି ।
କଳକଣ୍ଠ-କଣ୍ଠ ଶୁଣି କର୍ଣ୍ଣରେ ଦିଅନ୍ତି ପାଣି କାମ-କୁଳିଶ-ଘାତି ପରାୟେ ମଣି ସେ ।
କଞ୍ଜନେତ୍ର ।
କଳକଣ୍ଠ ଡ଼ାକିଲେ ବିଟଙ୍କେ । କାନ୍ତାମଣିବାଣୀ ଚେତିଣ ଚମକେ ସେ ।
କେତେବେଳେ ଅଭିଳାସ କରନ୍ତି ସୁନ୍ଦରୀପାଶ, କେତେବେଳେ ଚିନ୍ତାରେ ଆରତ
କେତେବେଳେ ସୁମରନ୍ତି, ଗୁଣ କୀର୍ତ୍ତନ କରନ୍ତି, କେତେବେଳେ ଊର୍ଦ୍ଧ୍ୱେ ଚାହିଁ
ଭ୍ରମଚିତ୍ତ ସେ । କଞ୍ଜନେତ୍ର ।
କେତେବେଳେ କରନ୍ତି ବିଳାପ । କେତେବେଳେ ବ୍ୟାଧି ହୁଅଇ ଅମାପ ସେ ।
କେଉଁଲୋକ କ‌ହିବ ତା, କାନ୍ତା ବିରହିତା କେବଳ ଜାଣଇ ଏକା ମନ ।
କୁମତି ଗୁଆଁରଜନ ତ‌ହିଁକି ନୋହେ ଭାଜନ ଗତ ହୋଇଛି ଯାହାର ଯଉବନ
ହେ । କବିମାନେ ।
କମଳନେତ୍ର ନାଗରବର । କିପାଁ ନୋହିବେ ବିରହେ କାତର ସେ ।
କୁଣ୍ତଳୀ ଯେମନ୍ତ ଥାଇ ନିଶ୍ୱାସ ପକାଇ ସେହି ସେହିରୂପେ ପକାନ୍ତି ନିଶ୍ୱାସ ।
କରନ୍ତି ବିଚାର ମନେ କି କାର୍ଯ୍ୟ ଛାରଜୀବନେ ପ୍ରାଣବଲ୍ଲଭୀ ଯେବେହେଁ ନାହିଁ ପାଶ
ସେ । କଞ୍ଜନେତ୍ର ।
କଥାକେ କଥାକେ ନିରୂପମ । କେଉଁ ଗୁଣେ କେଉଁନାରୀ ହେବ ସମ ସେ ।
କମଳପଲ୍ଲବଶେଯେ ଶୋଇଥିବ ଏବେ ସେ ଯେ କୃଶ କରି କୃଶୋଦରୀ କାୟେ ।
କରମାଳି ଅସ୍ତକାଳେ ଯେମନ୍ତ ନଭୋମଣ୍ତଳେ ଶୁକ୍ଳଦ୍ୱିତୀୟାଚନ୍ଦ୍ରମା ଶୋଭା ପାଏ
ସେ । କୃଶୋଦରୀ ।
ଚାରିପାଶେ ବେଢ଼ି ସଖୀଗଣ । କରୁଥିବେ କେତେ ପ୍ରକାରେ କାରୁଣ ସେ ।
କଇରବ-ନନ୍ଦନାକୁ ଜଗଜ୍ଜନବନ୍ଦନାକୁ କେତେବେଳେ ପକାଇ ଅଙ୍କରେ ।
କରି ଅପଲକ ଆଖି ଚାହୁଁଥିବେ ପ୍ରିୟସଖୀ ବସି ଭାଲୁଥିବେ ପାଶେ ଆତଙ୍କରେ
ସେ । କେଉଁଆଳୀ ।
କରତଳେ ଦେଇ ଗଣ୍ତପାଳି । କାଳ ନେଉଥିବ ଅହ-ନିଶି ଭାଳି ସେ ।