ପୃଷ୍ଠା:Typical selections from Oriya literature.pdf/୪୭୬

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୮
ଓଡ଼ିଆ ସାହିତ୍ୟ-ପରିଚୟ

କାଖେ କୋଳେ ଧରି କେତେ ସେବା କରି କାହିଁରେ ଆମ୍ଭେ ନୋହିଲୁଁ ।
କୃଷିକାର ପ୍ରାୟେ କ୍ଳେଶ କରି କାୟେ ଶ୍ରମ ଲାଭକୁ ପାଇଲୁଁ ସେ ।
କଳନ୍ତରଲୋଭେ ଗଲା ମୂଳ । କରି ହୃଦୟ ମାତ୍ର ବିକଳ ସେ ।
କେ ବୋଲଇ ଦେଇଥିଲା ଦ୍ରବ୍ୟ ପାଇ ତାଙ୍କୁ, ଦେଲୁଁ ଆମ୍ଭେ ମନ ।
କମଳନୟନ କରୁଣାନିଧାନ କଷ୍ଟ କଲେ ଅବଧାନ ସେ ।
କାହିଁ ରହିଲା ରୂଷିଙ୍କ ବୋଲ । କ‌ହ ସମସ୍ତେ ପୁରୁଷ ଭଲ ସେ ।
କେତେ କଷ୍ଟେ ମଧୁମାଛି ସଞ୍ଚେ ମଧୁଶ୍ରମ ପାଇ ନାନା ଦୁଃଖେ ।
କିକି କରି ଆନ ତାହା କରେ ପାନ ହୁତାଶନ ଦେଇ ମୁଖେ ସେ ।
କାଳେ ଆମ୍ଭର ହେଲା ସେ ଫଳ । କଲୁଁ ଭୋଗ କନ୍ଦର୍ପଅନଳ ସେ ।
କୁସୁମୁଁ ମିଳିନ୍ଦ ହରି ମକରନ୍ଦ ନାମ ବ‌ହେ ମଧୁକର ।
କୃଷ୍ଣ ଗୋପୀନାଥ ବୋଲାନ୍ତି ଅନାଥ ହୋଇଲେ ଗୋପୀନିକର ସେ ।
କାହିଁ ଶୁଣିଛ ଏ ବିପରୀତ ? କେତେ କ‌ହିବା ଏଥି ଚରିତ ସେ ।
କଇରବକାନ୍ତ ବୋଲାଇ ଯେମନ୍ତ ଚନ୍ଦ୍ର, ତାରା କରେ ଭୋଗ ।
କେଶବ ଆମ୍ଭର କୁବୁଚ୍ଚାବେଭାର ସେହିରୂପେ କଲା ଯୋଗ ସେ ।
କଇରବଠାରୁ ଆମ୍ଭେ ଦୁଃଖୀ । କୃଷ୍ଣ ଚନ୍ଦ୍ର ନୟନେ ନ ଦେଖି ସେ ।
କୋକମିଥୁନରୁ ବିଚ୍ଛେଦରେ ଗୁରୁ କଲା ଆମ୍ଭଙ୍କୁ ଦଇବ ।
କାହା ଅଙ୍ଗସଙ୍ଗ କରିଥିଲୁଁ ଭଙ୍ଗ କ‌ହିଲେ ତାହା କି ହେବ ସେ ।
କଲା ନାହିଁ ତାଙ୍କ ପରି ବି‌ହି । କାଳ ନିୟନ୍ତୁଁ ଦିବସେ ଚାହିଁ ସେ ।
କାର୍ଯ୍ୟ ଘେନା ପ୍ରୀତି ଶକ‌ତି କୀରତି କେବେହେଁ ରହଇ ନାହିଁ ।
କରଗତ କୀର କ‌ହିବା ମଧୁର କାନନେ ପଶିଲେ କାହିଁ ? ସେ ।
କେତେ କ‌ହିବୁଁ ତୁମ୍ଭଙ୍କୁ ଏହା । କର୍ଣ୍ଣେ ଶୁଣୁଥିବ ମାତ୍ର ଯାହା ସେ ।
କୃପା କଲା ଲୋକ ନୋହିବ ବିବେକ ଆପଣାଲୋକରେ ଯେବେ ।
କାକୁସ୍ଥେ କ‌ହିବା ପରେ କୁହାଇବା କେଉଁ କାର୍ଯ୍ୟ ହେବ ତେବେ ସେ ।
କଥା କଡ଼ାକରେ ଲେଖା ନୋହେ । କେତେ ଅଧର୍ମ ମାତ୍ରକ ରହେ ସେ ।
କଢ଼ି କୁସୁମକୁ ଫୁଟାଇ ବାସକୁ ପ୍ରବେଶ କରିଛି ? କେହି ।
କରତା ବିମନ ହେଲେ ତାହା ଆନ କରିବା କଥାହିଁ କାହିଁ ସେ ।
କର ଓଟାରି ଯେଉଁ ପୀରତି । କଷ୍ଟ ତ‌ହୁଁ ବଡ଼ ନାହିଁ କ୍ଷତି ସେ ।
କୋଟି କୋଟି ଦଣ୍ତବତ ପୁଣ୍ତରୀକନେତ୍ରଙ୍କୁ ଆମ୍ଭ କ‌ହିବ ।
କୁବୁଜା ପାଶରେ ଥିବା ସମୟରେ ଦୁଃଖ ଏକା ନ କ‌ହିକ ସେ ।
କଟୁ ନୋହିଲେ ତାହାଙ୍କ ବୋଲ ? କଲେ ଏହା ସେ ଆମ୍ଭଙ୍କୁ ଶଲ୍ୟ ସେ ।
କିଶୋରୀରତନ ଗୋପୀଙ୍କ ବଚନ ଶୁଣି ଉଦ୍ଧବ ହରଷ ।
କଲେ ସେ ଗମନ ତୋଷ କରି ମନ ମଥୁରା ହେଲେ ପ୍ରବେଶ ସେ ।
କୃଷ୍ଣ ଛାମୁରେ ପ୍ରବେଶ ହେଲେ । କୃଷ୍ଣଦାସକୁ ଆନନ୍ଦ ଦେଲେ ସେ ।