ପୃଷ୍ଠା:Typical selections from Oriya literature.pdf/୪୭୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୧
ଓଡ଼ିଆ ସାହିତ୍ୟ-ପରିଚୟ

କର୍ଣ୍ଣତୁଣ୍ତରେ ଯେ କରଇ ପାନ । କିଛିହିଁ ସ୍ୱାଦୁ ଜାଣଇ ସେ ଜନ ।
କିତ୍ସିତ ଯା ବୁଦ୍ଧି । କରେ ତା ବଚନ ଆମ୍ବିଳ ଦ‌ଧି ।
କବିତ୍ୱକୋଷେ ନାନା ଦ୍ରବ୍ୟ ଥାଇ । କିଛି ଯାର ଜ୍ଞାନ ଛୁଇଁ ନ ଥାଇ ।
କରନ୍ତି ଯାଇଁ ତ‌ହିଁ ଅଧିକାର । କିଞ୍ଚିତେ ଲାଜ ନ ଥାଇ ତାଙ୍କର ।
କାର୍ଯ୍ୟ ପଡ଼ିଗଲେ । କେବଳ ବେଭାର ସରଇ ଭଲେ ।
କର ଧରି କ‌ହୁଅଛି ହେ ଜନେ । କ୍ରୋଧ ଅଭିମାନ ନ ଧର ମନେ ।
କରୁଣାହୃଦୟ ନିରତେ ହୁଅ । କୃଷ୍ଣକଥାରେ ଏକା ମନ ଦିଅ ।
କର ଦୀନେ ଦାନ । କ‌ହୁଁ କ‌ହୁଁ ଯିବଟୀ ଏ ଜୀବନ ।
କେବଳ ସାଧୁସଙ୍ଗେ ସଙ୍ଗ ହୁଅ । କୁଟିଳ‌ଲୋକ-ପାଖକୁ ନ ଯାଅ ।
କୋମଳ କରି କଥାମାନ କ‌ହ । କୃଷ୍ଣଭଗତଜନ-ମନ ମୋହ ।
କୃଷ୍ଣ କର ଧ୍ୟାନ । କୃଷ୍ଣଚରିତମାନ କର ପାନ ।
କାଳିନ୍ଦୀଜଳକଲ୍ଲୋଳରଙ୍ଗୀୟ । କେକୀ-ବରହ-କଳାପଚୂଳୀୟ ।
କାନ୍ତକୁଣ୍ତଳୀୟ । କୁମୁଦବନ୍ଧୁ-ମୁଖମଣ୍ତଳୀୟ ।
କୁଟିଳନୀଳାଳକାବଳୀୟ । କମନୀୟ ବନଫୁଲମାଳୀୟ ।
କଳଧଉତକାନ୍ତିଦୁକୁଳୀୟ । କିଶୋରୀବରଜସଙ୍ଗମେଳୀୟ ।
କୃଷ୍ଣଦାସ ମନ । କମଳଉନ୍ନିଦ୍ରକର ତପନ ।

ପ୍ରେମ‌ପଞ୍ଚାମୃତ
ଭୂପତି ପଣ୍ତିତ

ଶ୍ରୀହରେକୃଷ୍ଣ ରାମନାମ । ଚାରିବେଦରେ ଅନୁପମ
ଶ୍ରୀକୃଷ୍ଣ ନାମ ପୂର୍ଣ୍ଣମୟୀ । ନାଦ ଶବଦ ରୂପେଥାଇ ।
ସେ ନିତ୍ୟ ସତ୍ୟ ନିରୂପମ । ଶବଦବ୍ରହ୍ମ ନିଜଧାମ ।
ଜୀବ ଅଜୀବ ଠୁଳ ଶୂନ୍ୟେ । ସର୍ବତ୍ର ସମାନ ସମ୍ପୂର୍ଣ୍ଣେ ।
ଦଶଦିଗରେ ସମେ ବ୍ୟାପୀ । ଶବଦ ବ୍ରହ୍ମ ନାମରୂପୀ ।
ବର୍ଣ୍ଣରେ ନାମ ନ ମିଶଇ । ସର୍ବ ବର୍ଣ୍ଣ ନାମମୟୀ ।
ଯେସନେ ପିଣ୍ତ ବ୍ୟାପୀ ପ୍ରାଣ । କେବଳ ମୂଳ ନୁହେ ସ୍ଥାନ ।
ସର୍ବ ସମ୍ପୂର୍ଣ୍ଣେ ନାମ ରହି । ସମୂଳ କ‌ହି ନୋହେ କେହି ।
ସକଳ ରୂପ ନାମୁ ଜାତ । ନାମଟି ନିତ୍ୟ ସତ୍ୟବ୍ରତ ।
ଅବ୍ୟୟ ଅକ୍ଷୟ ଅଥୟ । ନାମଟି ଠୁଳୁଁ ଶୂନ୍ୟମୟ ।