ପୃଷ୍ଠା:Typical selections from Oriya literature.pdf/୪୮୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୫
ଓଡ଼ିଆ ସାହିତ୍ୟ-ପରିଚୟ

ଗୋପୀଏ ବଂଶୀତଟ ତଳୈ । ବିଚାରି ହୃଦୟ-କମଳେ ।
ଏକ ଗୋପୀ କ‌ହେ ଶୁଣ । ଏଗଲା ଏକାଦଶୀ ଦିନ ।
ସୁଜ୍ଞାନ ପଣ୍ତା ଏହା କ‌ହି । ଏ କୃଷ୍ଣ ସର୍ବ ଘଟେ ରହି ।
ଏ ଗୋ ସବୁଙ୍କୁ ଦେଖୁଥାନ୍ତି । ଏହାଙ୍କୁ କେହି ନ ଦେଖନ୍ତି ।
ଏ କଥା ତାର ମୁଖୁଁ ଶୁଣି । ମୁଁ ଆଜ ମନେ ମନେ ଗୁଣି ।
ଏମନ୍ତ ଚୋର ଘୋର ବନେ । ଆମ୍ଭେ ଗୋ ଧରିବା କେମନେ ।
ସୁଚେତା କ‌ହେ ଏହା ଶୁଣି । ମୁଁ ବିପ୍ର ମୁଖୁଁ ଅଛି ଶୁଣି ।
ପୂର୍ବେ ଯେ ହିରଣ୍ୟ କୁମର । ସେହି ସେବକ ଗୋବିନ୍ଦର ।
ତାହାକୁ ଧରି ତା ବଇରୀ । ବୋଇଲା କାହିଁ ତୋର ହରି ।
ସେ ତାକୁ ବୋଇଲା ରେ ଶୁଣ । ଜଗ‌ତେ ପୂର୍ଣ୍ଣ ଭଗବାନ ।
ରଖିବି ବୋଲି ନିଜ ଦାସ । ଏ ସ୍ତମ୍ଭେ ହୋଇବେ ପ୍ରକାଶ ।
ସେ ସ୍ତମ୍ଭ ସ୍ୱଭାବେ ପଥର । ତ‌ହୁଁ ସେ ହୋଇଲେ ବାହାର ।
ଏରୂପେ ମଲା ତା ବଇରି । ପ୍ରକାଶ ସେହି ରୂପ ଧରି ।
ସେ ମନ ସ୍ତମ୍ଭେ ଦୃଢ଼ କଲା । ସ୍ତମ୍ଭେ ଗୋବିନ୍ଦକୁ ପାଇଲା ।
ଆମ୍ଭର ମନ ଯେବେସତ । ଯାଇଛି ଗୋବିନ୍ଦ ସଙ୍ଗତ ।
ସେ ଧରି ଆଣିମ ପ୍ରମାଣ । ଏ କଥା ମୂଳ କରି ଜାଣ ।
ସୁଧର୍ମ୍ମ ବୋଲନ୍ତି ବିଚାରି । କାୟା ବଚନ ମନେ ଧରି ।
କୃଷ୍ଣକୁ କେ ଧରି ପାରିବ । ବ୍ରହ୍ମା ବାସୁକୀ ବାସୁଦେବ ।
ଯଜ୍ଞାଦି ନାନା ଧର୍ମ୍ମେ ସତ । କୃଷ୍ଣ ହୁଅନ୍ତି ପରାପତ ।
ପୂର୍ବେ ଯେ ବଳି ଦଣ୍ତଧାରୀ । ଯଜ୍ଞାଦି ନାନା କର୍ମକରି ।
ତା ନିଜ କର୍ମ ଦେଖ । ଭିଖାରୀ ହେଲା ପଦ୍ମମୁଖ ।
ଏବେ ଗୋ ଦେଖ ଧର୍ମ୍ବଳ । ଗୋବିନ୍ଦ ତାର ଦ୍ୱାରପାଳ ।
ଏଣୁ ଜାଣିଲୁଁ କଥାସତ । କୃଷ୍ଣ‌ଟି ଧର୍ମରେ ପ୍ରାପତ ।
ଯେବେ ଆମ୍ଭର ଧର୍ମଥିବ । ତାହାର ଇଚ୍ଛାରେ ଆସିବ ।
ସୁଧର୍ମା ମୁଖୁଁ ତାହା ଶୁଣି । ବୋଲନ୍ତି ରାଧା ଠାକୁରାଣୀ ।
ଶୁଣ ସୁଧର୍ମା ଆଗେ ଆସ । କ‌ହିବା ତ‌ତ୍ତ୍ୱ ଉପଦେଶ ।
ଏ ନାନା ମତେ ଧର୍ମ କରି । ପ୍ରାପତ ହୁଅନ୍ତ ଶ୍ରୀହରି ।
ଏ ଧର୍ମଫଳ କରି ପୂର୍ଣ୍ଣ । ଅନ୍ତର ହୋନ୍ତି ଭଗବାନ ।
ଏ ପରାପତ ଚିର ନୁହେ । ପୁଣି ପଡ଼ଇ ମାୟାମୋହେ ।
ଖାତକ ଶୁଝିଗଲେ ରୁଣ । ସାହୁର ନାହିଁ ପ୍ରୟୋଜନ ।
ତବ୍ଦତ ଶୁଝି ଧର୍ମରୁଣ । ଅନ୍ତର ହୋନ୍ତି ଭଗବାନ ।
ନବଧା ଭକ୍ତି ମଧ୍ୟେ ଜାଣ । ସବୁରି ପ୍ରେମଟି ପ୍ରଧାନ ।
ପ୍ରେମେ ଅବଶ୍ୟ କୃଷ୍ଣ ପାଇ । କୃଷ୍ଣ ଯେ ନୀରୋଳେ ରହି ।
ଅପ୍ରୀତି ପ୍ରୟୋଜନେ ତାର । ଗୋବିନ୍ଦ ସ‌ହଜେ ଅନ୍ତର ।