ପୃଷ୍ଠା:Typical selections from Oriya literature.pdf/୫୩୦

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୯୨
ଓଡ଼ିଆ ସାହିତ୍ୟ-ପରିଚୟ

ଶୁଣିଣ ଜାନ‌କୀ ମୂର୍ଚ୍ଛା ଯାଇଁ ପଡ଼ିଲେ । କେତେହେଁକ ବେଳେ ତ‌ହିଁ ଜ୍ଞାନ ପାଇଲେ । ବୋଲନ୍ତି ମୋହର ଏଡ଼େ ମନ୍ଦ କରମ । ବିଧାତା ଦୁଃଖ ଦେବାକୁ କଲା ଜନମ । ପ୍ରାଣ ଛାଡ଼ନ୍ତି କୁଲକୁ କଳଙ୍କ ହେବ । ପ୍ରାଣପତିଙ୍କି ମୋହର ଦୋଷ ଲାଗିବ । ପଚାରିବେ ଯୁବତିମାନେ ଯେ ଆମ୍ଭଙ୍କୁ । ପ୍ରାଣନାଥ କି ଦୋଷେ ଛାଡ଼ିଲେ ତୁମ୍ଭଙ୍କୁ । କି ବୋଲିବି ମୋତେ ସେହି ନ ଦିଶେ ବୁଦ୍ଧି । ବିନା ଦୋଷେ ତ୍ୟାଗ କଲେ କରୁଣାନିଧି । ଏମନ୍ତ ବୋଲିଣ ଉଚ୍ଚେ କଲେ ରୋଦନ । ବୋଲେ ବିଶି ଚିନ୍ତା କରି ପଦ୍ମଲୋଚନ ।

ଏକତ୍ରିଂଶ ଛାନ୍ଦ

ରାଗ-ବିଚିତ୍ର ଦେଶାକ୍ଷ

ଲବ କୁଶଙ୍କର ଶୋଭା ଦେଖିଣ ରାମ । ଦିଶୁଛନ୍ତି ବେନି ସୁତେ ଦ୍ୱିତୀୟ କାମ । କକ୍ଷାବାସ ପରିହର କନ୍ଧେ ପଇତା । ଦୋଷଡ଼ା କୃଷ୍ଣ ଅଜିନ ଦ୍ୱାଦଶ ଚିତା । ମଣ୍ତି ଅଛନ୍ତି ଗଳାରେ ରୂଦ୍ରାକ୍ଷମାଳ । ନେତ୍ରବେନି ବାହା ଦୁଇ ଦିଶେ ବିଶାଳ । ରାମାୟଣ ଶୁଣି ରାମଚନ୍ଦ୍ର ହରଷ । ବିସ୍ତାରିଲେ ବେନିସୁତେ ପିତାଙ୍କ ଯଶ । ପାଶକୁ ଆଣି ତାହାଙ୍କୁ କୋଳେ ଧଇଲେ । ଅତି ସ୍ନେହରେ ମୂର୍ଦ୍ଧନୀ ଆଘ୍ରାଣ କଲେ । ହୃଦରେ ପ୍ରବେଶ ହେଲା ଶୋକ ବିବେକ । ଦେଖୁଅଛନ୍ତି ସଭାରେ ସକଳ ଲୋକ । ଆଜ୍ଞା ଦେଲେ ଏ ବେନି ଆମ୍ଭର କୁମର । ରହିଅଛନ୍ତି ଜନନୀ ଋଷିଙ୍କ ପୁର । ଶୁଣିଣ ଆନନ୍ଦ ହେଲେ ଭ୍ରତ ଲକ୍ଷ୍ମଣ । ମନ୍ତ୍ରିଗଣ ସ‌ହିତେ ସୁଗ୍ରୀ ବିଭୀଷଣ । କୁମରଙ୍କୁ ଚାହିଁ ବୋଲନ୍ତି ସର୍ବ ନୃପ । ଦେଖ ଏ ବେନି କୁମର ଶ୍ରୀରାମ ରୂପ । ଶ୍ରୀରାମର କୋଳୁଁ ନେଇ ଭ୍ରତ ଲକ୍ଷ୍ମଣ । ଆଲିଙ୍ଗନ କରି ଶିରେ ଦେଲେ ଆଘ୍ରାଣ । ସୁଗ୍ରୀ ବିଭୀଷଣ ଆଲିଙ୍ଗନତ କଲେ । ଆଉ ରାଜାମାନେ ଶିରେ କରକୁ ଦେଲେ । ଭତ ବିଭୀଷଣକୁ ଯେ ଠାରିଣ ଦେଲେ । ସେ ବେନି ନୃପତି ତାଙ୍କ ମନ ଜାଣିଲେ । ସୁଗ୍ରୀ ବିଭୀଷଣ ଯୋଡ଼ିଣ ବେନିକର । ଭୟ ତେଜି ଜଣାଇଲେ ରାମ ଛାମୁର । ଠାକୁରାଣୀଙ୍କର ଦେବ ଅଛି କି ଦୋଷ । କିପାଁ ତାଙ୍କୁ ଆଜ୍ଞା ହେଲା ବନେ ନିବାସ । ଲଙ୍କାରେତ ଦେଖିଅଛ ପରୀକ୍ଷା ଦେଲେ । ଏବେ ପ୍ରଭୁଙ୍କୁ କେବଣ ଅପ୍ରାଧ କଲେ । ଏବେ ସେହି ଅପରାଧ ଆମ୍ଭଙ୍କୁ ଦେବ । ଋଷିଙ୍କ ମଠରୁ ଘେନାଇଣ ଆସିବ । ଶୁଣିଣ ଶ୍ରୀରାମ ତାହାଙ୍କର ବଚନ । ବୋଲନ୍ତି ଯେ ନିନ୍ଦା କଲେ ଅଯୋଧ୍ୟାଜନ ।