ପୃଷ୍ଠା:Typical selections from Oriya literature.pdf/୭୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏତେ କହି ନନ୍ଦିକି ବହୁତ ଝିଙ୍ଘାସିଲା ।
କୋପ ବହି ନନ୍ଦି ସେ ରାବଣେ ଶାପଦେଲା ॥
ବୋଇଲା ରାବଣ କଲୁ ଅକାରଣେ ରୋଷ ।
ଏ ନର-ବାନରେ ତୋର ବଂଶ ଯାଉ ନାଶ ॥
ପ୍ରତ୍ୟକ୍ଷେ ସେ ନନ୍ଦୀଶ୍ବର ଅଟେ ଶିବ ସରି ।
ତାର କୋପାନଳେ ମରିବ ସେ ଦଶଶିରୀ ॥
ମୁହିଁ ତାହା ଜାଣିଣ ଯେ ଅଛି ନିର୍ଭାକରି ।
ତୁମ୍ଭେ ଦେବତାଏ ଯାଅ ଏବେ ଯେଝାପୁରୀ ॥
କାଳ ଅବଶେଷ ଜାଣି ସମୟେକ ରହ ।
ରାବଣକୁ ସେବାକରି ରକ୍ଷାକର ଦେହ ॥
କଶ୍ୟପରୁଷି ଏଥର ମଞ୍ଚପୁରେ ଯାଉ ।
ଅଯୋଧ୍ୟାନଗରେ ରାଜା ଦଶରଥ ହେଉ ॥
ଅଦିତି ଯେ ଦେବମାତା ମୋର ବୋଲୋ କରୁ ।
କଉଶଲ୍ୟା ନାମବହି ମଞ୍ଚେ ଅବତରୁ ॥
ଶ୍ରୀ ବିଷ୍ଣୁନାଥଙ୍କୁ ଚାଲ ସର୍ବେ ଜଣାଇବା ।
ଦଶରଥ ଘରେ ନେଇ ଜନ୍ମ କରାଇବା ॥
ତୁମ୍ଭେ ସର୍ବ ଦେବତାଏ ରୁକ୍ଷକପି ହୋଇ ।
ମଞ୍ଚପୁରେ ଅବତାର ହୁଅ ବେଗେ ଯାଇ ॥
ଆନମତେ ନ ମରଇ କେହେହେଁ ଅସୁର ।
ଅବଶ୍ୟ ଶ୍ରୀ ବିଷ୍ଣୁ ଜାତ ହେବେ ମଞ୍ଚପୁର ॥
ଏମନ୍ତ ବିଚାର ଯେ କହିଲେ କୁଶଧାରୀ ।
ଶୁଣି ଦେବଗଣେ ଚଳିଗଲେ ବିଷ୍ଣୁପୁରୀ ॥
ଗୁହାରି କଲେକ ଦେବେ ବିଷ୍ଣୁର ଛାମର ।
ଅନେକ କଷ୍ଟ ଦେଲାଣି ରାବଣ ଅସୁର ॥
କରପତ୍ର ଯୋଡ଼ିଣ ଅନେକ ସ୍ତୁତି କଲେ ।
ବିକଳେ ଦେବେ ଛାମୁରେ ପଟୁଆରୀ ହେଲେ ॥
ଜୟ ଜୟ ଜଗନ୍ନାଥ କମଳାରମଣ ।
ତୁହି ସେ ପରମବ୍ରହ୍ମ ସ୍ବୟଂ ନାରାୟଣ ॥
ଦେବକୁଳ ଉଦ୍ଧାରଣ ତୁ ସେ ଚକ୍ରଧାରୀ ।
ତାର ବାରେ ବିପତ୍ତିନାଶନ ଦଇତ୍ୟାରି ॥
ଅସୁରମାନେ ହୋଇଲେ ମଞ୍ଚେ ଅବତାର ।
ମତ୍ସ୍ୟ କୂର୍ମ ବରାହ ତୋ ଦଶଅବତାର ॥
ହୋଇଣ ବିନାଶ ତୁମ୍ଭେ କର ସର୍ବକାଳେ ।
ଏବେ ସେ ରୂପେ ବ୍ୟାକୁଳ ହେଲେ ଦେବକୁଳେ ॥