ସଭା ପାତ୍ର ପୋଷୁ ଟିକି ପୁତ୍ର ସମ କରି ।
ମଦମତ୍ତଗଜ ଦ୍ୱାରେ ଥାନ୍ତି ଦୁଇ ଚାରି ।
ନୀତିଶାସ୍ତ୍ର ପଢ଼ି ନିତ୍ୟେ କରୁ କି ଆଚାର ।
ଧର୍ମକଥାକୁ ଯେ ଲୟ ଥାଇ ନା ତୋହର ।
ପର ଦେଶର ବାରତା ପାଉ ଟିକି ଶୋଧି ।
ମନ୍ତ୍ରୀ ତୋ ଜାଣଇ ଟିକି ବିଚାର ସୁବୁଦ୍ଧି ।
ପୁରୋହିତ ଜାଣଇ ନା ଶାସ୍ତ୍ରର ବିଚାର ।
ସନ୍ଧ୍ୟା ଜପ ମନ୍ତ୍ର ବେଦସ୍ତୁତି ଆଦି ସାର ।
ପୁତ୍ରମାନେ କରନ୍ତି ନା ମାତା ପିତା ସେବା ।
ସବୁ ହୃଦେ ଥାଇ ଟିକି ଦେବା ଦିଆଇବା ।
ନଗ୍ର ନରନାରୀଏ ତ ଅଛନ୍ତି ସୁସ୍ଥରେ ।
କାଳେ ବୃଷ୍ଟିକରଇ ନା ଇନ୍ଦ୍ର ତୋ ରାଜ୍ୟରେ ।
ଅନ୍ତଃପୁରର ଚରଚା କରୁ ଟିକି ନିତି ।
ନିର୍ଦ୍ଧୋଷରେ ଦଣ୍ତମଣ୍ତ ନ କରୁ ଅନୀତି ।
ବରଷାରେ ନଦୀଘାଟେ ଥାଇ ଟିକି ନାବ ।
ସୁଜନେ ତସ୍ମରେ ନୁହନ୍ତି ତ ସଦଭାବ ।
ପତିରେ ଭକତି ନିତ୍ୟେ କରନ୍ତି ନା ନାରୀ ।
ବିଶ୍ୱାସଘାତକୀ ପ୍ରୀତି ନୋହୁ ଦଣ୍ତଧାରୀ ।
ଭେଷଜ ବିଦ୍ୟା ଜାଣନ୍ତି ବୈଦ୍ୟେ କି ସୁବୁଦ୍ଧି ।
ତପୀମାନେ ଅଛନ୍ତି ନା ଅଗ୍ନିକି ଆରାଧି ।
ସେବକଙ୍କୁ ବରଗିଲେ ନୁହନ୍ତି ବିମୁଖ ।
ସଂଗ୍ରାମରେ କ୍ଷତ୍ରିଙ୍କର ରଖୁ ଟିକି ସୁଖ ।
ଦେବତାରେ ପୂଜାବିଧି ବ୍ରାହ୍ମଣରେ ଦାନ ।
କୁଳୀନଜନେ ରଖନ୍ତି ଟିକି କୁଳଧର୍ମ ।
ନଗ୍ରେ ପରିମଳ ହୋଇ ଫଳନ୍ତି କି ତରୁ ।
ଅପନ୍ତରା ବାଟରେ ଯେ ପାଣିପଣା କରୁ ।
ପ୍ରାସାଦ ଅଟ୍ଟାଳିରେ ନାହିଁ ନା ବୃକ୍ଷମାନ ।
ପଥେ ଖାଲ ଖଣା ପୋତାଇ ନା କରୁ ସମ ।
ଦୁର୍ବଳ ଜନଙ୍କୁ ଆଶ୍ୱାସନାଟି ଗୃହସ୍ଥେ ।
ଦୋସାଧୁ ରଖନ୍ତିଟିକି ସାଧୁଙ୍କର ବିତ୍ତେ ।
ଅଗାଧ ଜଳ ଅଛି ନା ନଗ୍ର ଚଉପାଶେ ।
ସେବକେ ନ କରନ୍ତି ତ ସେବାରେ ଆଳସେ ।
ମନ୍ତ୍ରୀ ବୋଲେ ବିପ୍ରମାନେ କରନ୍ତି ନା କାମ ।
ସୁଜ୍ଞ ଦ୍ୱିଜବରମାନେ କରନ୍ତିଟି ହୋମ ।
ପୃଷ୍ଠା:Typical selections from Oriya literature.pdf/୮୫
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୯
ଓଡ଼ିଆ ସାହିତ୍ୟ-ପରିଚୟ