"ପୃଷ୍ଠା:Aama Parala Gajapati.pdf/୭୯" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ →‎ପ୍ରମାଣିତ କରିବେ: ବନାନ ଶୁଦ୍ଧି
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ହୋଇପାରିବ । ସେହି କାରଣରୁ ସେମାନଙ୍କ ସହିତ ସହଯୋଗ କରାଯିବା ଆବଶ୍ୟକ ଏବଂ ଟାରୋଟି ପ୍ରଦେଶରେ ବିଭାଜିତ ହୋଇ ଦୁଃସ୍ଥିତିରେ ଥିବା ଉତ୍କଳୀୟଙ୍କ ବାସ୍ତବ ସମସ୍ୟା ପ୍ରତି ସେମାନଙ୍କ ଦୃଷ୍ଟି ଯଥାର୍ଥ ଭାବେ ଅକର୍ଷଣ କରାଯିବା ଆବଶ୍ୟକ ।
ହୋଇପାରିବ । ସେହି କାରଣରୁ ସେମାନଙ୍କ ସହିତ ସହଯୋଗ କରାଯିବା ଆବଶ୍ୟକ ଏବଂ ଟାରୋଟି ପ୍ରଦେଶରେ ବିଭାଜିତ ହୋଇ ଦୁଃସ୍ଥିତିରେ ଥିବା ଉତ୍କଳୀୟଙ୍କ ବାସ୍ତବ ସମସ୍ୟା ପ୍ରତି ସେମାନଙ୍କ ଦୃଷ୍ଟି ଯଥାର୍ଥ ଭାବେ ଆକର୍ଷଣ କରାଯିବା ଆବଶ୍ୟକ ।


ସେମାନଙ୍କର ଲକ୍ଷ ବିନ୍ଦୁ ଥିଲା ଓଡ଼ିଆମାନଙ୍କପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ସେଇ କାରଣରୁ ହିଁ ସେମାନେ ଓଡ଼ିଶୀ ଦେଶ ମିଶ୍ରଣ ଆନ୍ଦୋଳନ ଅବ୍ୟାହତ ରଖିଥିଲେ ଓଡ଼ିଶା କଂଗ୍ରେସ ସଭ୍ୟମାନଙ୍କର ସମସ୍ତ ନିଷ୍କ୍ରିୟତା ତଥା ଅସହଯୋଗ ସତ୍ତ୍ୱେ । ତେବେ ଓଡ଼ିଆମାନଙ୍କର ସେହି ଦାବିରେ କ’ଣ ଭାରତୀୟ ବା ଜାତୀୟ ଆନ୍ଦୋଳନର ଗତିରୋଧ କରିବା କିମ୍ବା ତାହାକୁ ଦୂର୍ବଳ କରିଦେବାର ଆଶଙ୍କା ଥିଲା କି ?
ସେମାନଙ୍କର ଲକ୍ଷବିନ୍ଦୁ ଥିଲା ଓଡ଼ିଆମାନଙ୍କପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ସେଇ କାରଣରୁ ହିଁ ସେମାନେ ଓଡ଼ିଶୀ ଦେଶ ମିଶ୍ରଣ ଆନ୍ଦୋଳନ ଅବ୍ୟାହତ ରଖିଥିଲେ ଓଡ଼ିଶା କଂଗ୍ରେସ ସଭ୍ୟମାନଙ୍କର ସମସ୍ତ ନିଷ୍କ୍ରିୟତା ତଥା ଅସହଯୋଗ ସତ୍ତ୍ୱେ । ତେବେ ଓଡ଼ିଆମାନଙ୍କର ସେହି ଦାବିରେ କ’ଣ ଭାରତୀୟ ବା ଜାତୀୟ ଆନ୍ଦୋଳନର ଗତିରୋଧ କରିବା କିମ୍ବା ତାହାକୁ ଦୂର୍ବଳ କରିଦେବାର ଆଶଙ୍କା ଥିଲା କି ?


ସମ୍ଭବତଃ ଶତକଡ଼ା ଅନେଶତ ଅଂଶ ଥିଲା ନାସ୍ତିବାଚକ । ତଥାପି ଜାତୀୟ କଂଗ୍ରେସର ଶୃଙ୍ଖଳିତ ସଦସ୍ୟ ଭାବରେ ଓଡ଼ିଶାର କଂଗ୍ରେସ ସଭ୍ୟବୃନ୍ଦ ସେମାନଙ୍କ ଅନୁଷ୍ଠାନର ନୀତି ନିର୍ଦ୍ଧାରଣକୁ ହିଁ ସମ୍ମାନ ଦେଉଥିଲେ । ତେବେ ଏଠାରେ ସ୍ମରଣ ରଖାଯାଇପାରେ ଯେ ଗୋପବନ୍ଧୁଙ୍କଠାରୁ ଆରମ୍ଭ କରି ସମୟକ୍ରମେ ଯେଉଁ ନେତୃବର୍ଗ ଜାତୀୟ ରାଜନୀତିରେ ଅଂଶୀଦାର ଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଥିଲେ ପ୍ରାଥମିକ ଅବସ୍ଥାରେ ଦେଶ ମିଶ୍ରଣ ଅନ୍ଦୋଳନର ଜଣେ ଜଣେ କର୍ଣ୍ଣଧାର । କିନ୍ତୁ ସମୟର ଅନୁରଣନରେ ସେମାନଙ୍କ ମନରେ ଦୃଢ଼ ଆସ୍ଥା ରୋପିତ ହୋଇଥିଲା ଯେ ଦେଶ ସ୍ୱାଧୀନ ହୋଇଯିବା ପରେପରେ ଜନଗଣଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିଗଣ ହିଁ ଅଭ୍ୟନ୍ତରୀଣ ସମସ୍ୟାଗୁଡ଼ିକର ସହଜ ସମାଧାନ କରିଦେଇ ପାରିବେ । ଜାତୀୟ ଆନ୍ଦୋଳନର ନେତୃତ୍ବ ନେଉଥିବା ବାପୁଜୀ, ନେହେରୁ, ଆଜାଦ, ପଟେଲ ଆଦି ତୁଙ୍ଗ ନେତୃତ୍ଵମାନଙ୍କର ମଧ୍ୟ ସେହି ବିଶ୍ୱାସ ଥିଲା । ତେଣୁ ଉତ୍କଳୀୟ ନେତୃତ୍ଵ ମଧ୍ୟ ବିଶ୍ୱାସ କରୁଥିଲା ଯେ ଦେଶର ସ୍ଵାଧୀନତା ହାସଲ ପରେ ଦେଶ ମିଶ୍ରଣ ଅନ୍ଦୋଳନର ଅବଶ୍ୟକତା ଆଉ ରହିବ ନାହିଁ । ଆମରି ଦ୍ଵାରା ନିର୍ବାଚିତ ଲୋକପ୍ରତିନିଧିମଣ୍ଡଳୀ ତାହାର ସହଜ ସମାଧାନ କରିଦେଇପାରିବ ।
ସମ୍ଭବତଃ ଶତକଡ଼ା ଅନେଶତ ଅଂଶ ଥିଲା ନାସ୍ତିବାଚକ । ତଥାପି ଜାତୀୟ କଂଗ୍ରେସର ଶୃଙ୍ଖଳିତ ସଦସ୍ୟ ଭାବରେ ଓଡ଼ିଶାର କଂଗ୍ରେସ ସଭ୍ୟବୃନ୍ଦ ସେମାନଙ୍କ ଅନୁଷ୍ଠାନର ନୀତି ନିର୍ଦ୍ଧାରଣକୁ ହିଁ ସମ୍ମାନ ଦେଉଥିଲେ । ତେବେ ଏଠାରେ ସ୍ମରଣ ରଖାଯାଇପାରେ ଯେ ଗୋପବନ୍ଧୁଙ୍କଠାରୁ ଆରମ୍ଭ କରି ସମୟକ୍ରମେ ଯେଉଁ ନେତୃବର୍ଗ ଜାତୀୟ ରାଜନୀତିରେ ଅଂଶୀଦାର ଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଥିଲେ ପ୍ରାଥମିକ ଅବସ୍ଥାରେ ଦେଶ ମିଶ୍ରଣ ଅନ୍ଦୋଳନର ଜଣେ ଜଣେ କର୍ଣ୍ଣଧାର । କିନ୍ତୁ ସମୟର ଅନୁରଣନରେ ସେମାନଙ୍କ ମନରେ ଦୃଢ଼ ଆସ୍ଥା ରୋପିତ ହୋଇଥିଲା ଯେ ଦେଶ ସ୍ୱାଧୀନ ହୋଇଯିବା ପରେପରେ ଜନଗଣଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧିଗଣ ହିଁ ଅଭ୍ୟନ୍ତରୀଣ ସମସ୍ୟାଗୁଡ଼ିକର ସହଜ ସମାଧାନ କରିଦେଇ ପାରିବେ । ଜାତୀୟ ଆନ୍ଦୋଳନର ନେତୃତ୍ବ ନେଉଥିବା ବାପୁଜୀ, ନେହେରୁ, ଆଜାଦ, ପଟେଲ୍ ଆଦି ତୁଙ୍ଗ ନେତୃତ୍ଵମାନଙ୍କର ମଧ୍ୟ ସେହି ବିଶ୍ୱାସ ଥିଲା । ତେଣୁ ଉତ୍କଳୀୟ ନେତୃତ୍ଵ ମଧ୍ୟ ବିଶ୍ୱାସ କରୁଥିଲା ଯେ ଦେଶର ସ୍ଵାଧୀନତା ହାସଲ ପରେ ଦେଶ ମିଶ୍ରଣ ଅନ୍ଦୋଳନର ଅବଶ୍ୟକତା ଆଉ ରହିବ ନାହିଁ । ଆମରି ଦ୍ଵାରା ନିର୍ବାଚିତ ଲୋକପ୍ରତିନିଧିମଣ୍ଡଳୀ ତାହାର ସହଜ ସମାଧାନ କରିଦେଇପାରିବ ।


କିନ୍ତୁ ସେହି ମୁଦ୍ରାର ଅନ୍ୟ ପାର୍ଶ୍ୱରେ ଥିବା ମଧୁବାବୁ, ପାରଳା ମହାରାଜା ପ୍ରମୁଖଙ୍କ ସମେତ ଉତ୍କଳ ସମ୍ମିଳନୀର କର୍ତ୍ତାଗଣଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନ, କୌଣସି ପରିପ୍ରେକ୍ଷୀରେ, ଦେଶରେ ବେଶ ଦୃଢ଼ ଦାନା ବାନ୍ଧିଥିବା ବୃହତ୍ତର ଜାତୀୟ ଆନ୍ଦୋଳନ ପଥରେ କଣ୍ଟକ ସଦୃଶ୍ୟ ନୁହେଁ- ବରଂ ଏହା ତାହାର ସହାୟକ । ଏଭଳି ଆଞ୍ଚଳିକ ଜାତୀୟତାବାଦରୁ ହିଁ ସୃଷ୍ଟି ମହାଭାରତୀୟ ଜାତୀୟ ଚେତନା । ଏହିଭଳି ମତବାଦୀ ମହାପୁରୁଷମାନଙ୍କ ଚିନ୍ତାଧାରା କେତେ ଯଥାର୍ଥ ଥିଲା ତାହା ବର୍ଭମାନ ସ୍ପଷ୍ଟ ଅନୁଭବ କରାଯାଇପାରେ । କିନ୍ତୁ ସେତେବେଳେ ସେହିଭଳି ମତ ପୋଷଣ ଯୋଗୁଁ ଅନେକ ଅନେକ ମତାନ୍ତର ସୃଷ୍ଟି ହୋଇଥିଲା । ତଥାପି ସେମାନେ ସେତେବେଳେ ଓଡ଼ିଶା ଆନ୍ଦୋଳନର ଅନ୍ୟତମ ସାରଥୀ ପାରଳା ଗଜପତିଙ୍କ ନେତୃତ୍ଵରେ
କିନ୍ତୁ ସେହି ମୁଦ୍ରାର ଅନ୍ୟ ପାର୍ଶ୍ୱରେ ଥିବା ମଧୁବାବୁ, ପାରଳା ମହାରାଜା ପ୍ରମୁଖଙ୍କ ସମେତ ଉତ୍କଳ ସମ୍ମିଳନୀର କର୍ତ୍ତାଗଣଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନ, କୌଣସି ପରିପ୍ରେକ୍ଷୀରେ, ଦେଶରେ ବେଶ୍ ଦୃଢ଼ ଦାନା ବାନ୍ଧିଥିବା ବୃହତ୍ତର ଜାତୀୟ ଆନ୍ଦୋଳନ ପଥରେ କଣ୍ଟକ ସଦୃଶ୍ୟ ନୁହେଁ- ବରଂ ଏହା ତାହାର ସହାୟକ । ଏଭଳି ଆଞ୍ଚଳିକ ଜାତୀୟତାବାଦରୁ ହିଁ ସୃଷ୍ଟି ମହାଭାରତୀୟ ଜାତୀୟ ଚେତନା । ଏହିଭଳି ମତବାଦୀ ମହାପୁରୁଷମାନଙ୍କ ଚିନ୍ତାଧାରା କେତେ ଯଥାର୍ଥ ଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ଅନୁଭବ କରାଯାଇପାରେ । କିନ୍ତୁ ସେତେବେଳେ ସେହିଭଳି ମତ ପୋଷଣ ଯୋଗୁଁ ଅନେକ ଅନେକ ମତାନ୍ତର ସୃଷ୍ଟି ହୋଇଥିଲା । ତଥାପି ସେମାନେ ସେତେବେଳେ ଓଡ଼ିଶା ଆନ୍ଦୋଳନର ଅନ୍ୟତମ ସାରଥୀ ପାରଳା ଗଜପତିଙ୍କ ନେତୃତ୍ଵରେ