"ପୃଷ୍ଠା:Kathalahari (RN Das, 1927) opt.pdf/୨୯" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ଟିକେ →ପ୍ରମାଣିତ କରିବେ |
|||
ପୃଷ୍ଠାର ସ୍ଥିତି | ପୃଷ୍ଠାର ସ୍ଥିତି | ||
- | + | ବୈଧ କରାଗଲା | |
ଶିରୋନାମା (noinclude): | ଶିରୋନାମା (noinclude): | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{rh|୨୦|ଉତ୍କଳ କାହାଣୀ ସଂଗ୍ରହ ।|}} |
|||
ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
ନାହିଁ । ଏହିପରି ଗୋଟିଏ ଦୋଟି ରଖୁ୨ ବଡରାଣୀ ସବୁ ପାରାଯାକ ରଖିଲା । ଏ ମାଗିଲାକୁ କହିଲା ତୋ ଜୀବନ କୋଉଠି ଅଛି ନ କହିଲେ ମୁଁ କେଭେଁ ପାରା ଦେବି ନାହିଁ । ତୋ ବୋଉ ଯଦି ନ କହୁଚି, ତେବେ ତୁ ରୁଷିଲେ ସେ କହିବ । ଏ ଗଲାସେଦିନ, ଖାଲି ତଳେ ଗଡିଲା ମା ସଙ୍ଗେ ଏକଯିଦ୍ କଲା କହ ମୋ ଜୀବନ କୋଉଠି ଅଛି ? ମା କହିଲା ଏ କଥା ତୋତେ କିଏ ଶିଖେଇଚି ? ଏ କହିଲା ମତେ କେହି ଶିଖେଇ ନାହିଁ, ମୁଁ ନିଜେ ଜାଣିବି ମତେ କହ । ଏହିପରି ଲଗାଇ୨ ମାଠାରୁ ସବୁ ଜାଣିଲା ୟା ଜୀବନ କୋଉଠି ଅଛି ଆସି ବଡରାଣୀ ଆଗରେ ସବୁ କହିଦେଲା । ବଡରାଣୀ ଶୁଣିଲା ଯେଉଁଠୁ ସବୁ ପାରା ଛାଡିଦେଲା । ତହିଁ ଆର ଦିନ ବଡରାଣୀ କଣ କଲା ଧାଈ ହାତରେ ରଜାଙ୍କ ପାଖକୁ ଖବର ଦେଲା, କହିଲା ରଜାଙ୍କୁ କହିବୁ, ବଡରାଣୀଙ୍କ ଦେହ ଦୁଃଖ ହୋଇଚି, ଦାଣ୍ଡ ଗାଡିୟା ମାଛ ମରିବେ, ସେଥିରେ ଯେଉଁ ରାଘବମାଛ ଅଛି ତାକୁ ଖାଇଲେ ତାଙ୍କ ଦେହ ଭଲ ହେବ । ରଜା ତ ଆଉ ଏତେ କଥା ଜାଣନ୍ତି ନାହିଁ । କହିଲେ ହଉ ଜାଲ ପକାଅ । ବଡ ଜାଲ ଥରେ ବୁଲାଇ ଆଣି ଆଉ ଥରେ ବୁଲାଇ ଆଣିଲା ବେଳକୁ ସେହି ରାଘବମାଛ ପଡିଲା । ତାକୁ ବଡ ରାଣୀଙ୍କ ଉଆସକୁ ନେଇଗଲେ । ବଡରାଣୀ ନିଜେ ସେ ମାଛକୁ କେଳେଇ ବସିଲା । ତାକୁ ଦିଗର(୧) କରି କାଟି ଦେଲା, ପେଟକୁ ଚିରି ଦେଇ ହାର ଫରୁଆକୁ କାଢି ରଖିଲା, କହିଲା ନିଅ ୟାକୁ କାଟିକୁଟି ତରକାରି କର । ଏ ଫରୁଆରୁ ହାରଟିକି କାଢି ବେକରେ ପକାଇଲା ଯୋଉଠୁ ତେଣେ ଡାଳିମ୍ୱକୁମରଟି ମରିଗଲା । ସାନରାଣୀ କାନ୍ଦି ଉଠିଲା, ଆଉ ସମସ୍ତେ ଯାଇ ଦେଖନ୍ତି ଯେ |
|||
<hr> |
<hr> |