"ଓଡ଼ିଆ ଭାଗବତ/୧୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୦୬ କ ଧାଡ଼ି:
ଉତ୍ପତ୍ତି ସ୍ଥିତି ଲୟକର୍ତ୍ତା । ସକଳ ଦେବଙ୍କ ଦେବତା ।।୯୪

ପାଦ ପାଣି ମସ୍ତକ ଯହିଁ । ଚାହିଁଲେ ଠୁଳ ପ୍ରକାଶଇ ।।୯୫

ଅକ୍ଷୟ ଭାବେ ଏ ମୁରାରୀ । ଅନନ୍ତ ନାମ ଏଥି ଧରି ।।୯୬

କେତେହେଁ ଜାତ କେତେ ଲୀନ । କେ ତାହା କରିବ ବଖାଣ ।।୯୭

ଯେସନେ ବରଷଇ ପାଣି । କେତେ ବରଷେ କେବା ଜାଣି ।।୯୮

ଜନ୍ମ ଏମନ୍ତ କେତେ ହୋଇ । କେ ଜାଣିପାରେ ଅନ୍ତ ନାହିଁ ।।୯୯

ସିନ୍ଧୁରେ କେତେ ନ‌ଦୀ ମିଶି । ତାହା କେ କ‌ହିବ ପ୍ରକାଶି ।।୧୦୦

ଏମନ୍ତେ କେତେ ହେଁ ପ୍ରଳୟ । କେ ତାହା କ‌ହିବ ନିର୍ଣ୍ଣୟ ।।୧୦୧

ପ୍ରଥମସ୍କନ୍ଧେ ଅଛି ରହି । ଦ୍ୱିତୀୟସ୍କନ୍ଧେ ହୁଏ ଏହି ।।୧୦୨

ତୃତୀୟସ୍ମନ୍ଧେ ଯା ବଖାଣି । ଚତୁର୍ଥସ୍କନ୍ଧେ ପରିମାଣି ।।୧୦୩

ପଞ୍ଚମସ୍କନ୍ଧେ ଯାହା ତୋତେ । କ‌ହିଲୁ ଷଷ୍ଠସ୍କନ୍ଧ ମତେ ।।୧୦୪

ସପ୍ତମସ୍କନ୍ଧେ ଜ୍ଞାନ କ‌ହି । ଅଷ୍ଟମସ୍କନ୍ଧେ ବୁଝ ତୁହି ।।୧୦୫

ନବମସ୍କନ୍ଧେ ଦେଲି ଦୀକ୍ଷା । ଦଶମସ୍କନ୍ଧେ ପ୍ରେମ ଶିକ୍ଷା ।।୧୦୬

ଏକାଦଶରେ ଜ୍ଞାନ କ‌ହି । ଦ୍ୱାଦଶସ୍କନ୍ଧେ ଆଚରଇ ।।୧୦୭

ତୋର ଅବୋଧ ଦେଖି ମନ । ତେଣୁ ମୁଁ ଦେଲି ଦରଶନ ।।୧୦୮

ଏବେ ତୁ ପୂଜା ଧ୍ୟାନ ଛାଡ଼ । ଏକାନ୍ତ ବ୍ରହ୍ମ ସୁଖେ ଜଡ଼ ।।୧୦୯

ଏ ବ୍ରହ୍ମ ପ୍ରେମ ତରଙ୍ଗିଣୀ । ଭବସାଗରୁ ତରେ ପ୍ରାଣୀ ।।୧୧୦

ଏକାନ୍ତେ ରହି ଆତ୍ମ‌ଭାବେ । ବୋଧି ଉଦ୍ଧବ ଜ୍ଞାନ‌ଯୋଗେ ।।୧୧୧

ଅନ୍ତରେ ହୋଇଣ ନିର୍ମଳ । ହସି କ‌ହିଲେ ଆଦିମୂଳ ।।୧୧୨

ଦ୍ୱାରକା ଜଗନ୍ନାଥ ଦାସ । ଆନନ୍ଦେ କଲେ ପରକାଶ ।।୧୧୩

ତ୍ରୟୋଦଶସ୍କନ୍ଧେ ଏ ରସ । ସୁଜନେ ଶୁଣ ହୋଇ ତୋଷ ।।୧୧୪

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ଦ୍ୱାରକା

ବିବରଣେ ନାମ ପ୍ରଥମୋଦ୍ଧଧ୍ୟାୟଃ ।।