ବ୍ୟବହାରକାରୀ:ଉଇକିପାଠାଗାର:ଜନ୍ମତିଥି/୩
ଓଡ଼ିଆ ଉଇକିପାଠାଗାରର ୩ୟ ଜନ୍ମତିଥି
ଡିସେମ୍ବର ୩, ୨୦୧୭ • ଭୁବନେଶ୍ୱର
#ORWS3
ଡିସେମ୍ବର ୩ ୨୦୧୭, ଭୁବନେଶ୍ୱର
ହୋଟେଲ ତାଜ ଓଡ଼ିଶା
ଜନପଥ
ଭୁବନେଶ୍ୱର
ବ୍ୟବହାରକାରୀ:ଉଇକିପାଠାଗାର:ଜନ୍ମତିଥି/୩/ନିର୍ଘଣ୍ଟ
ଯୋଗଦିଅନ୍ତୁ
- ସର୍ବସାଧାରଣ ( ଯୋଗଦେବା ପାଇଁ ଏଠାରେ କ୍ଲିକ କରି ନାମ ଲେଖାନ୍ତୁ])
- ଇ-ମେଲ: odiawikigmail.com
- ଫେସବୁକ:
- ଟୁଇଟର: @odiawiki
- https://docs.google.com/forms/d/e/1FAIpQLSduqrgUHlHH1wlInNDjwyzgAhv0ja1hQA2rxNMD55k4yf8Y1g/viewform କେବଳ ଉଇକିଆଳିମାନେ ଏଠାରେ ନାମଲେଖାନ୍ତୁ ]
କେବଳ ଉଇକିଆଳିଙ୍କ ନିମନ୍ତେ
- ଏହି ସଭା ପରିଚାଳନା କରିବାକୁ ଆଗ୍ରହୀ ଥିଲେ ଏଠାରେ କ୍ଲିକ କରନ୍ତୁ
- ଆପଣ କୌଣସି ବିଷୟରେ ଏକ ୩୦ ମିନିଟରୁ-୧ ଘଣ୍ଟିଆ କର୍ମଶାଳା କରିବାକୁ ଚାହୁଁଥିଲେ ତଳେ ଉଲ୍ଲେଖ କରନ୍ତୁ । ତଳେ ଥିବା ଘରେ କରିବାକୁ ଚାହୁଁଥିବା କର୍ମଶାଳାର ନାମ ଦେଇ କଲେ ଏକ ନୂଆ ପୃଷ୍ଠା ଖୋଲିବ । ସେ ପୃଷ୍ଠାରେ କର୍ମଶାଳା ବାବଦରେ ସବିଶେଷ ଉଲ୍ଲେଖ କରିବେ । ଜଣେ କିମ୍ବା ୨-୩ ଜଣଙ୍କୁ ନେଇ ତିଆରି ଏକ ଦଳ କର୍ମଶାଳାଟିଏ କରିପାରିବେ । (ହେବାକୁ ଥିବା କର୍ମଶାଳାଗୁଡ଼ିକ)
ନିର୍ଘଣ୍ଟ
ଏହି ପୃଷ୍ଠାଟି ଓଡିଆ ଉଇକିପାଠାଗାର ୩ୟ ଜନ୍ମତିଥି ପାଇଁ ଉଦ୍ଦିଷ୍ଟ । ଏଠାରେ ପାଠାଗାର ଜନ୍ମତିଥି ପାଳନ ପାଇଁ ପ୍ରସ୍ତୁତ ଯୋଜନା ଓ କାମ ଗୁଡିକ ବିଷୟରେ ଲେଖୁଛି । ଯଦି ଏହା ସମ୍ବନ୍ଧିତ କେହି କିଛି ମତାମତ/ପରାମର୍ଶ ଦେବାକୁ ଚାହାନ୍ତି, ଏଠାରେ ଲେଖିପାରିବେ ।
ତାରିଖ : ୩ ଡିସେମ୍ବର ୨୦୧୭
ସ୍ଥାନ : ଭୁବନେଶ୍ଵର
ବିବରଣୀ : ଭୁବନେଶ୍ଵର ଉଇକିଟୁଙ୍ଗୀ ମେଳଣରେ ଉଇକିପାଠାଗାର ୩ୟ ଜନ୍ମତିଥି କିପରି ପାଳନ କରାଯିବ ସେଥିପାଇଁ ଆଲୋଚନା କରାଗଲା ଓ କିଛି ଯୋଜନା ପ୍ରସ୍ତୁତ କରାଗଲା । କର୍ମଶାଳା ଓ ସଭା ପାଇଁ ଭୁବନେଶ୍ଵର ଜନପଥରେ ଥିବା "ହୋଟେଲ ତାଜ ଓଡିଶା" କୁ ବଛାଗଲା । ଏହା ରେଳ ଆଡ୍ଡା,ବସ ଆଡ୍ଡା ଓ ବିମାନବନ୍ଦରକୁ ନିକଟ । ତାରିଖ ଭାବରେ ୩ ଡିସେମ୍ବରକୁ ସ୍ଥିର କରାଗଲା । ଯେହେତୁ ତା ପୂର୍ବ ରବିବାରକୁ ସମୟ କମ ହେତୁ ସବୁ ଆୟୋଜନ କରିବା କଷ୍ଟ ହୋଇପାରେ ଏବଂ ତା ପରେ ଅଧିକାଂଶ ଉଇକିଆଳିମାନେ ଆସିବା ସମ୍ଭବ ହେଉନି ।
୩ ଡିସେମ୍ବର ପାଇଁ କରାଯାଇଥିବା ସମୟ-ସୂଚୀ:
୯.୦୦-୧୦.୦୦ : ସମସ୍ତେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବେ
୧୦.୦୦-୧୦.୧୫ : କାର୍ମଶାଳା ଆରମ୍ଭ ଓ ପରିଚୟ ଆଦାନ-ପ୍ରଦାନ
୧୦.୧୫-୧୧.୩୦: ଉଇକିଆଳି ମୃତ୍ୟୁଞ୍ଜୟ କର ଉଇକିପାଠାଗାର,ଏହାର ଉଦ୍ଦେଶ୍ୟ,ବର୍ତ୍ତମାନର ପରିସଙ୍ଖ୍ୟାନ,OTRS, କେଉଁ ସବୁ ବହି କିପରି ଭାବରେ ପାଠାଗାରକୁ ଅଣାଯାଇପାରିବ ଇତ୍ୟାଦି କହିବେ ।
୧୧.୩୦-୧୨.୧୫: ଉଇକିଆଳି ସୁବାସ ଚନ୍ଦ୍ର ରାଉତ ଉଇକିପାଠାଗାରରେ କିପରି ସଠିକ ଭାବରେ ଲେଖାଯାଇପାରିବ ସେସବୁ ବିଷୟରେ କହିବେ
୧୨.୧୫-୧୨.୩୦: ଉଇକିଆଳି ପଙ୍କଜମାଳା ଷଡଙ୍ଗୀ ଏକ ଛୋଟ ବକ୍ତବ୍ୟ ରଖିବେ
୧୨.୩୦-୧.୩୦: ପ୍ରଶ୍ନ-ଉତ୍ତର ସଭା (ଉଇକି ପାଠାଗାର,ଉଇକିପିଡିଆ କିମ୍ବା ଯେକୌଣସି ଉଇକିମିଡିଆ ପ୍ରକଳ୍ପ ସମ୍ବନ୍ଧିତ ଆଲୋଚନା କରାଯିବ ଏବଂ କାହାର କିଛି ସୂଚନା/ସାହାଯ୍ୟ ଦରକାର ଥିଲେ ସେ ବିଷୟରେ ଆଲୋଚନା କରାଯିବ)
୦୧.୩୦-୦୩.୦୦: ଖାଇବା ବିରତି
୦୩.୦୦-୦୪.୦୦: ଉଇକିଆଳି ପ୍ରତୀକ ପଟ୍ଟନାୟକ ବହି/ପୋଥି ସ୍କାନିଂ ଓ ଡିଜିଟାଇଜେସନ ବିଷୟରେ କହିବେ ଓ କିପରି ଏସବୁକୁ କମନ୍ସ ଓ ପାଠାଗାରକୁ ଅଣାଯିବ ଦେଖାଇବେ ।
୦୪.୦୦-୦୫.୦୦: ଉଇକିଆଳି ଜ୍ଞାନ ରଞ୍ଜନ ସାହୁ ଉଇକିପାଠାଗାର,ଉଇକିପିଡିଆରେ ଥିବା ଦରକାରୀ ଟୁଲ ଓ ଗ୍ୟାଜେଟ ଗୁଡିକ ବିଷୟରେ କହିବେ । ଉଇକିଆଳି ଶୈଳେଶ ପଟ୍ଟନାୟକ ଏହି ବର୍ଷର ସଫଳ ପ୍ରକଳ୍ପ ଓ ଆଗକୁ ହେବାକୁ ଥିବା ପ୍ରକଳ୍ପ ଗୁଡିକ ବିଷୟରେ କହିବେ ।
୦୫.୦୦-୦୫.୩୦: ବିରତି ଓ ଅତିଥି ମାନଙ୍କୁ ସ୍ଵାଗତ
୦୫.୩୦-୦୭.୩୦: ସାଧାରଣ ସଭା
ଅତିଥି ପରିଚୟ :ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବିଜୟ ମଲ୍ଲ ଓ ଶ୍ରୀମତୀ ଶକୁନ୍ତଳା ବଳିୟାରସିଂ ଙ୍କ ନାମ ବଛାଯାଇଛି । ତା' ଛଡା ଆଉ ଯେଉଁ ଲେଖକ/ଲେଖିକା ମାନେ ନିଜର ବହି ପାଠାଗାରକୁ ଦେଇଛନ୍ତି ବା କିଛି ବହି ଆଣିବାରେ ସାହାଯ୍ୟ କରିଛନ୍ତି ,ସେମାନଙ୍କୁ ସଭାକୁ ନିମନ୍ତ୍ରଣ କରାଯିବ । ତା' ସହ ସୃଜନିକାକୁ ମଧ୍ୟ ନିମନ୍ତ୍ରଣ ପାଇଁ ପ୍ରସ୍ତାବ ଅଛି ।