ବ୍ୟବହାରକାରୀ:రహ్మానుద్దీన్/Amari jatir agua neta
- ଅଭିମତ
- ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ପ୍ରଣିତ ପୁସ୍ତକ
- "ଆମରି ଜତିର ଆଗୁଆ ନେତା" ପଢିବାର
- ସୁଯୋଗ ପାଇଲି। ଅପାର ଆନନ୍ଦ ଲାଭ କଲି ।
- ଭାବ ଓ ଭାଷା ମଧ୍ୟରେ ପରିପୂରକତା ତଥା ସମତା
- ରକ୍ଷା କରିବାର ବିରଳ ସଫଳତା ଅର୍ଜୁନ କରିଛନ୍ତି
- ଲେଖକ।
- ଯେଉଁ ଆଗୁଆ ନେତାଙ୍କ ଜୟଗାଥା ଶଂସିତ
- ପୁସ୍ତକରେ ଆଲୋଚନା କରାଯାଇଛି ସେମାନେ
- ହେଉଛନ୍ତି, ବକ୍ସି ଜଗବନ୍ଧୁ , ଦଳବେହେରା,
- ସୁରେନ୍ଦ୍ର ସାଏ , ବାଘାଯତୀନ ଓ ଲକ୍ଷ୍ମଣ ନାୟକ।
- ଦେଶପାଇଁ ଆତ୍ମୋସ୍ତ୍ରର୍ଗର ଏସବୁ ଦୃଷ୍ଟାନ୍ତ ଇତିହାସରେ
- ଅନନ୍ୟସାଧାରଣ। କେବଳ ସେତେବେଳେ ଏହା
- ସମ୍ଭବ ଥିଲେ, ତ୍ୟାଗ ଶୋର୍ଯ୍ୟ ଓ ବୀରତ୍ବ
- ଇତିହାସକୁ ମହିମା ମଣ୍ଡିତ କରିଥିଲା। ଆଜି
- ଏସବୁ ସଦଗୁଣର ଏକାନ୍ତ ଆବଶ୍ୟକତା ଥିଲେ ହେଁ ସେ
- ପ୍ରକାର ବୀର ପୁରୁଷଙ୍କ ଅଭାବ ଆମକୁ ଘାଇ
- ପକାଉଛି। ପାଠକଂକୁ ସେ ଦିଗରେ ଅନୁପ୍ରାଣିତ
- କରି ପାରିଲେ ଲେଖକଙ୍କ ଶ୍ରମ ସାର୍ଥକ ହେବ ସନ୍ଦେହ ନାହିଁ।
- ଲେଖକ ଡକ୍ଟର ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଅତୁଟ ରହୁ,
- ଏହି କାମନ କରୁଛି।
- *
ଆମରି ଜାତିର ଆଗୁଆ ନେତା
ବକ୍ସି ଜଗବନ୍ଧୁ
ଅଖଣ୍ଡ ତାଙ୍କର କ୍ଷମତା । ତା' ଛଡା ପୁଣି ଛୋଟ ବଡ ରାଜ୍ଯର ମାଲିକ ଥା'ନ୍ତି
ମରହଟ୍ଟା, ପଠାଣ, ହିନ୍ଦୁ-ବହୁ ଧର୍ମର,ବହୁ ଜାତିର । ସେମାନଙ୍କ ସଂଖ୍ଯା ଶହ ଶହ,ହଜାର ହଜାର । ସେମାନଙ୍କ ମଧ୍ଯରେ କେତେ ଯେ କଳି କଜିଆ, ବାଦ ବିବାଦ କହିଲେ ନସରେ ।
କଙ୍କଡାକୁ ଗୋଳିପାଣି ସୁହାଏ । ବିଦେଶ ବେପାରିଙ୍କୁ ସୁବିଧା ମିଳିଗଲା ।
ଦୀପ ତେଜିଲେ, ହାତ ଚିକ୍କଣ କଲେ ।କେତେବେଳେ କାହା ସାଥିରେ ହାତ ମିଳାଇଲେ ।ଏଘର ମାଉସୀ ସେଘର ପିଉସୀ ହେଲେ ।ବେପାରରୁ ଭଲ ରୋଜଗାର ବି କଲେ ।ରାଜାମାନଙ୍କ ଠାରୁ ଦୟାରେ ବା ସହାନୂଭୂତିରେ ଖଣ୍ଡେ ଖଣ୍ଡେ ଜାଗା ପାଇଲେ । ସେଠାରେ ଦୁର୍ଗ ତିଆରି କଲେ । ରାଜା ମହାରାଜା ମାନଙ୍କୁ କହି ବୋଲି କେତେପ୍ରକାର ସୁବିଧା ପାଇଲେ ।
କିନ୍ତୁ ହାୟ,,,,,,,,,,,
ଆମ ଦେଶର ରାଜାମାନେ ଇଂରେଜଙ୍କ ମାୟା ଜାଲରେ ପଶିପାରିଲେ ନାହିଁ । ସେମାନଙ୍କ ଛନ୍ଦ
କପଟ ବୁଝିପାରିଲେ ନାହିଁ|ବେଳାଉଣ୍ଡି କେଉଁ ରାଜାଙ୍କୁ ଲଢେଇରେ ସାହାଯ୍ଯ କରି ବା କେଉଁ ରାଜାଙ୍କୁ ନାଲିଆଖି ଦେଖାଇ ଖଣ୍ଡେ ଖଣ୍ଡେ ରାଜ୍ଯ ଦଖଲ କରି ଶାସନ କଲେ।ଆଉ ଯେଉଁ ବିଦେଶୀ ଆସିଲେ ସେମାନଙ୍କୁ କଳେ,ବଳେ ଆଉ କୌଶଳରେ ହଟାଇ ଦେଲେ।
ଦିନକୁ ଦିନ ସେମାନଙ୍କ କ୍ଷମତା ବଢିବାରେ ଲାଗିଲା ବର୍ଷାଦିନେ ନଈ ବଢ଼ିଲାପରି।ଆମ ଦେଶର ଅନେକ ରାଜା ବି ସେମାନଙ୍କ ଅଧୀନତା ସ୍ୱୀକାର କଲେ।ଇଂରେଜମାନେ କହିଲେ ସେମାନେ ବସିବେ,ସେମାନେ ଉଠିବେ।ନିଜ ଘରେ ନିଜେ ପ୍ରବାସୀ ହେଲେ।ବାଘ ଘରେ ମିରିଗର ନାଟଚାଲିଲା।
ଚମକାଇ ଇଂରେଜମାନେ ଧନ ଲୁଟ କଲେ।ସେମାନଙ୍କ ଦେଶକୁ ବୁହାଇଲେ। ଭାରତରେ ସୁନା ଫେଳେ। ଏଇ ଲୋକ କଥା ସେମାନେ ସାତରେ ଦେଖିଲେ ଆଉ ତାଙ୍କ ଦେଶରେ ଦେଖଆଈ ଦେଲେ।
ଆମ ଦେଶରେ ଲୋକଙ୍କ ଅବସ୍ଥା ହେଲା ଅତି ଶୈଚନୀୟ। ଲୋକେ ରୋଗ ଉପାସାରେ ସଢ଼ିଲେ।ସମୟ ସମୟରେ ପୋକମାଛି ପରି ମଲେ।ରାସ୍ତା,ଘାଟ,ବଣିଜ ବେପଆର,ଶିଳ୍ପକଳାର ଉନ୍ନତୀ ହୋଇ ପାରିଲା ନାହିଁ।
ଇଂରେଜମାନେ ଓଡିଶାକୁ ସାବୁରି ପାଛରେ ୧୮୦୩ ମସିହାରେ ନିଜ ଦଖଲକୁ ନେଇ ପାରିଥିଲେ।ସେତେବେଲେ ମାରହଟ୍ଟାମାନେ ଓଡିଶୀର ଅଧିକାଂଶ ଅଂଚଳରେ ଶାସନ କରୁଥିଲେ। ସେମାନଙ ଅଧିନରେ ଜମିଦାରମାନେ ରହି ଜାହା କିଛି କର ଦେଉଥିଲେ।ସେମାନେ ଇଂରେଜମାଙ୍କର ବଶ୍ୟତା ମାନିଲେ।
ପ୍ରଥମେ ପାଇକ ବୀରମାଙ୍କର ବାସଭୂମି ଖୋର୍ଦ୍ଧା ମୁଲକ ଇଂରେଜମାନଙ୍କର ଦଖଲକୁ
ଯାଇ ନ ଥିଲା । ସେତେବେଳେ ଖୋର୍ଦ୍ଧାର ରାଜା ଥିଲେ ଦ୍ଯିତୀୟ ମୁକୁନ୍ଦ ଦେବ। ସେ ମଧ୍ଯ ଇଂ ରେଜମା ନ ଙ୍କୁ ବାଧା ନ ଦେଇ ସେମାନ ଙ୍କର ବାଧ୍ଯହୋଇଗଲେ। କିନ୍ତୁ ଇଂରେଜମାନେ ଖୋର୍ଦ୍ଧା ଗଡ ଦଖଲ କରିବାକୁ ବସିବାରୁ ରାଜା ମନ୍ତ୍ରୀ ସେଠାରୁ ଖସି ଚାଲିଗଲେ । ପାଇକମାନେ ଦୂର୍ଗ ଭିତରେ ଜଗି ରହିଲେ । ଖୁବ ସାହସର ସହିତ ବ ହୁଦିନ ଲଢେଇ କରି ଶେଷରେ ହଟିଗଲେ।
ଇଂରେଜମାନେ ଗଡ ଭିତରେ ପଶି ରାଜା ମନ୍ତ୍ରୀଙ୍କୁ ପାଇଲେ ନାହିଁ। ଯେତେ ଯୁଆଡେ ଖୋଜିଲେ ମଧ୍ଯ ସେମାନ ଙ୍କର ପତ୍ତା ମିଳିଲା ନାହିଁ । ତେଣୁ ଇଂରେଜମାନେ ରାଜା ଙ୍କୁ ଗାଦିରୁ ହଟାଇ ଦିଆଗଲା ବୋଲି ଘୋଷଣା କଲେ ।
ତା ଙ୍କ ଠାରୁ ଜଗନ୍ନାଥ ମନ୍ଦିର ଦାୟିତ୍ୱ ମଧ୍ଯ କାଢି ନିଆଗଲା। କିନ୍ତୁ ରାଜା ଙ୍କୁ ଧରି ନପାରିଲେ ସେ କେତେବେଳେ ଗଣ୍ଡଗୋଳ କରିବସିବେ । ସବୁ ଓଲଟ ପାଲଟ ହୋଇଯିବ । ଏଇ ଭ୍ୟରେ ଇଂରେଜମାନେ ରାଜାଙ୍କର ବନ୍ଧୁ ବାନ୍ଧବମାନଙ୍କୁ ଧରି ଆଣି ଧମକ ଚମକ ଦେଲେ ରାଜାଙ୍କର ଖବର ପାଇବାକୁ
- ଅଭିମତ
- ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ପ୍ରଣିତ ପୁସ୍ତକ
- "ଆମରି ଜତିର ଆଗୁଆ ନେତା" ପଢିବାର
- ସୁଯୋଗ ପାଇଲି। ଅପାର ଆନନ୍ଦ ଲାଭ କଲି ।
- ଭାବ ଓ ଭାଷା ମଧ୍ୟରେ ପରିପୂରକତା ତଥା ସମତା
- ରକ୍ଷା କରିବାର ବିରଳ ସଫଳତା ଅର୍ଜୁନ କରିଛନ୍ତି
- ଲେଖକ।
- ଯେଉଁ ଆଗୁଆ ନେତାଙ୍କ ଜୟଗାଥା ଶଂସିତ
- ପୁସ୍ତକରେ ଆଲୋଚନା କରାଯାଇଛି ସେମାନେ
- ହେଉଛନ୍ତି, ବକ୍ସି ଜଗବନ୍ଧୁ , ଦଳବେହେରା,
- ସୁରେନ୍ଦ୍ର ସାଏ , ବାଘାଯତୀନ ଓ ଲକ୍ଷ୍ମଣ ନାୟକ।
- ଦେଶପାଇଁ ଆତ୍ମୋସ୍ତ୍ରର୍ଗର ଏସବୁ ଦୃଷ୍ଟାନ୍ତ ଇତିହାସରେ
- ଅନନ୍ୟସାଧାରଣ। କେବଳ ସେତେବେଳେ ଏହା
- ସମ୍ଭବ ଥିଲେ, ତ୍ୟାଗ ଶୋର୍ଯ୍ୟ ଓ ବୀରତ୍ବ
- ଇତିହାସକୁ ମହିମା ମଣ୍ଡିତ କରିଥିଲା। ଆଜି
- ଏସବୁ ସଦଗୁଣର ଏକାନ୍ତ ଆବଶ୍ୟକତା ଥିଲେ ହେଁ ସେ
- ପ୍ରକାର ବୀର ପୁରୁଷଙ୍କ ଅଭାବ ଆମକୁ ଘାଇ
- ପକାଉଛି। ପାଠକଂକୁ ସେ ଦିଗରେ ଅନୁପ୍ରାଣିତ
- କରି ପାରିଲେ ଲେଖକଙ୍କ ଶ୍ରମ ସାର୍ଥକ ହେବ ସନ୍ଦେହ ନାହିଁ।
- ଲେଖକ ଡକ୍ଟର ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଅତୁଟ ରହୁ,
- ଏହି କାମନ କରୁଛି।
- *
ଆମରି ଜାତିର ଆଗୁଆ ନେତା
ବକ୍ସି ଜଗବନ୍ଧୁ
ଅଖଣ୍ଡ ତାଙ୍କର କ୍ଷମତା । ତା' ଛଡା ପୁଣି ଛୋଟ ବଡ ରାଜ୍ଯର ମାଲିକ ଥା'ନ୍ତି
ମରହଟ୍ଟା, ପଠାଣ, ହିନ୍ଦୁ-ବହୁ ଧର୍ମର,ବହୁ ଜାତିର । ସେମାନଙ୍କ ସଂଖ୍ଯା ଶହ ଶହ,ହଜାର ହଜାର । ସେମାନଙ୍କ ମଧ୍ଯରେ କେତେ ଯେ କଳି କଜିଆ, ବାଦ ବିବାଦ କହିଲେ ନସରେ ।
କଙ୍କଡାକୁ ଗୋଳିପାଣି ସୁହାଏ । ବିଦେଶ ବେପାରିଙ୍କୁ ସୁବିଧା ମିଳିଗଲା ।
ଦୀପ ତେଜିଲେ, ହାତ ଚିକ୍କଣ କଲେ ।କେତେବେଳେ କାହା ସାଥିରେ ହାତ ମିଳାଇଲେ ।ଏଘର ମାଉସୀ ସେଘର ପିଉସୀ ହେଲେ ।ବେପାରରୁ ଭଲ ରୋଜଗାର ବି କଲେ ।ରାଜାମାନଙ୍କ ଠାରୁ ଦୟାରେ ବା ସହାନୂଭୂତିରେ ଖଣ୍ଡେ ଖଣ୍ଡେ ଜାଗା ପାଇଲେ । ସେଠାରେ ଦୁର୍ଗ ତିଆରି କଲେ । ରାଜା ମହାରାଜା ମାନଙ୍କୁ କହି ବୋଲି କେତେପ୍ରକାର ସୁବିଧା ପାଇଲେ ।
କିନ୍ତୁ ହାୟ,,,,,,,,,,,
ଆମ ଦେଶର ରାଜାମାନେ ଇଂରେଜଙ୍କ ମାୟା ଜାଲରେ ପଶିପାରିଲେ ନାହିଁ । ସେମାନଙ୍କ ଛନ୍ଦ
କପଟ ବୁଝିପାରିଲେ ନାହିଁ|ବେଳାଉଣ୍ଡି କେଉଁ ରାଜାଙ୍କୁ ଲଢେଇରେ ସାହାଯ୍ଯ କରି ବା କେଉଁ ରାଜାଙ୍କୁ ନାଲିଆଖି ଦେଖାଇ ଖଣ୍ଡେ ଖଣ୍ଡେ ରାଜ୍ଯ ଦଖଲ କରି ଶାସନ କଲେ।ଆଉ ଯେଉଁ ବିଦେଶୀ ଆସିଲେ ସେମାନଙ୍କୁ କଳେ,ବଳେ ଆଉ କୌଶଳରେ ହଟାଇ ଦେଲେ।
ଦିନକୁ ଦିନ ସେମାନଙ୍କ କ୍ଷମତା ବଢିବାରେ ଲାଗିଲା ବର୍ଷାଦିନେ ନଈ ବଢ଼ିଲାପରି।ଆମ ଦେଶର ଅନେକ ରାଜା ବି ସେମାନଙ୍କ ଅଧୀନତା ସ୍ୱୀକାର କଲେ।ଇଂରେଜମାନେ କହିଲେ ସେମାନେ ବସିବେ,ସେମାନେ ଉଠିବେ।ନିଜ ଘରେ ନିଜେ ପ୍ରବାସୀ ହେଲେ।ବାଘ ଘରେ ମିରିଗର ନାଟଚାଲିଲା।
ଯାଇ ନ ଥିଲା । ସେତେବେଳେ ଖୋର୍ଦ୍ଧାର ରାଜା ଥିଲେ ଦ୍ଯିତୀୟ ମୁକୁନ୍ଦ ଦେବ। ସେ ମଧ୍ଯ ଇଂ ରେଜମା ନ ଙ୍କୁ ବାଧା ନ ଦେଇ ସେମାନ ଙ୍କର ବାଧ୍ଯହୋଇଗଲେ। କିନ୍ତୁ ଇଂରେଜମାନେ ଖୋର୍ଦ୍ଧା ଗଡ ଦଖଲ କରିବାକୁ ବସିବାରୁ ରାଜା ମନ୍ତ୍ରୀ ସେଠାରୁ ଖସି ଚାଲିଗଲେ । ପାଇକମାନେ ଦୂର୍ଗ ଭିତରେ ଜଗି ରହିଲେ । ଖୁବ ସାହସର ସହିତ ବ ହୁଦିନ ଲଢେଇ କରି ଶେଷରେ ହଟିଗଲେ।
ଇଂରେଜମାନେ ଗଡ ଭିତରେ ପଶି ରାଜା ମନ୍ତ୍ରୀଙ୍କୁ ପାଇଲେ ନାହିଁ। ଯେତେ ଯୁଆଡେ ଖୋଜିଲେ ମଧ୍ଯ ସେମାନ ଙ୍କର ପତ୍ତା ମିଳିଲା ନାହିଁ । ତେଣୁ ଇଂରେଜମାନେ ରାଜା ଙ୍କୁ ଗାଦିରୁ ହଟାଇ ଦିଆଗଲା ବୋଲି ଘୋଷଣା କଲେ ।
ତା ଙ୍କ ଠାରୁ ଜଗନ୍ନାଥ ମନ୍ଦିର ଦାୟିତ୍ୱ ମଧ୍ଯ କାଢି ନିଆଗଲା। କିନ୍ତୁ ରାଜା ଙ୍କୁ ଧରି ନପାରିଲେ ସେ କେତେବେଳେ ଗଣ୍ଡଗୋଳ କରିବସିବେ । ସବୁ ଓଲଟ ପାଲଟ ହୋଇଯିବ । ଏଇ ଭ୍ୟରେ ଇଂରେଜମାନେ ରାଜାଙ୍କର ବନ୍ଧୁ ବାନ୍ଧବମାନଙ୍କୁ ଧରି ଆଣି ଧମକ ଚମକ ଦେଲେ ରାଜାଙ୍କର ଖବର ପାଇବାକୁ
ହେଲେ ରାଜାଙ୍କୁ ସବୁ ଖବର ଦିଆଯାଉ ଥିବାରୁ ସେ ଲୁଚିଛପି ବଣ ଜଙ୍ଗଲରେ ବୁଲିବାରେ ଲାଗିଲେ ।
ଏମିତି ଘରଦ୍ୱାର ଛାଡି ଅଖିଆ ଅପିଆ ରାଜା କେତେଦିନ ରାହିପାରିବେ ? ସେ ଠିକ କଲେ ନିଜେ ଆସି ଇଂରେଜଙ୍କ ପାଖରେ ଧରାଦେବାକୁ । ଇଂରେଜମାନେ ବି ଭାବିଲେ କେତେଦିନ ଏମିତି ରାଜାଙ୍କ ସାଥିରେ ଲୁଚୁକାଳି ଖେଳରେ ମାତିବେ ? ତେଣୁ ସେମାନେ ଘୋଷଣା କଲେ ଯେ ରାଜା ଯଦି ନିଜେ ଧରା ଦେବେ ତାଙ୍କୁ ବେଶୀ ଦଣ୍ଡ ଦିଆଯିବ ନାହିଁ । ଏଇ ଘୋଷଣା ଯେମିତି ରାଜାଙ୍କ କାନରେ ବାଜିଲା, ବିଲେଇ କପାଳକୁ ଶିକା ଛିଡିଲା ପରି ହେଲା ।
ରାଜା ନିଜେ ଆସି ଖୋର୍ଦ୍ଧାର ଇଂରେଜ ଶାସକ ଫ୍ରେଚର ସାହେବଙ୍କୁ ଦେଖା କଲେ । ସାଙ୍ଗେସାଙ୍ଗେ ତାଙ୍କୁ ଗିରଫ୍ କରି କଟକ ପଠାଇ ଦିଆଗଲା । ରାଜା ମୁକୁନ୍ଦଦେବ ବାରବାଟି ଦୁର୍ଗରେ ଅଟକବନ୍ଦୀ ହୋଇ ରହିଲେ । ତାପରେ ତାଙ୍କୁ ପୁଣି ମେଦିନୀପୁର ଜେଲ୍କୁ ପଠାଇ ଦିଆଯାଇଥିଲା ।
ଖୋର୍ଦ୍ଧା ମୁଲକର ଲୋକମାନେ ରାଜାଙ୍କୁ ଜଗନ୍ନାଥନ୍କର ଚଳନ୍ତି ପ୍ରତିମା ଭାବରେ ଯୁଗ ଯୁଗ ଧରି ପୂଜା କରି ଆସୁଥିଲ୍େ। ଇଂର୍େଜମାନଙ୍କ ହାତର୍େ ତାଙ୍କ ଠାକୁର ରାଜାଙ୍କର ଏମିତି ନାରଖାର ଅବସ୍ଥା ଦ୍େଖି ସ୍େମାନ୍େ ବଡ ଉତ୍ତେଜିତ ହୋଇ ପଡିଲେ।
ଫ୍ରେଚର ସାହେବ ଭାରି କଡା ଶାସକ ଥିଲେ। ସେ ଖୋର୍ଦ୍ଧା ମୁଲକରେ ଦେଖିଲେ ରାଜାଙ୍କର ସେନାପତି, ପାଇକ, ଦଳେଇ, ଦଳବେହେରାମାନେ ସବୁ ଜମିବାଡି ବିନା ଖଜଣାରେ ଭୋଗ ଦଖଲ କରୁଛନ୍ତି। ଇଂରେଜମାନେ ଯଦି ସେମାଙ୍କ ଠାରୁ ଖଜଣା ଆଦାୟ ନକରିବେ, ଏତେବଡ ରାଜ୍ୟ ଶାସନ କରି ଲାଭ କ'ଣ ? ପୁଣି ଶାସନ ଚାଲିବ କିପରି ? ତେଣୁ ସେ ହୁକୁମ ଦେଲେ ଯେଉଁମାନେ ଖଜଣା ନଦେବେ, ତାନ୍କଠାରୁ ଜମିତକ କାଢି ନିଆଯିବ ।
ସେଇଆ ହେଲା । ଖଜଣା ନଦେଲେ, ସେମାନ୍କ ଜମିବାଡି ନିଲାମ ହେଲା । ରାଜାଙ୍କର ଜମିବାଡି ବି ନିଲାମ ହେଲା । ଜଗନ୍ନାଥଙ୍କ
ମନ୍ଦିରତ ଯାଇଥିଲା।ରାଜାଙ୍କ ଚଳିବା ପାଇଁ କିଛି ଭତା କେବଳ ଖଜ୍ଞ ଦିଆଗଲା। ଗଜପତି ରାଜା ପୁଣି ନିଜେ ଚଳିବା ପାଇଁ ଇଂରେଜମାନଙ୍କ ହାତ ଟେକାକୁ ଚାହଁ ରହିଲେ।
ଇଂରେଜ ସରକାର ତିନି ଚାରି ବର୍ଷରେ କମି ବନ୍ଦବସ୍ତ କରି ଖଜଣା ବଢାଇବାରେ ଲାଗିଲେ।ଦିନ କୁ ଦିନ ଏହାର ଭାର ଅସମ୍ଭାଳ ହେଲା। ଆଗରୁତ ରାଜା ଖାଜଣା ନେଉ ନଥିଲେ । ଏବେ ଖଜଣା ଭାର ବଢିବାରୁ ଲୋକଙ୍କୁ ବାଧିଲା । ଅନେକ ଜମିଦାରଙ୍କ ଜମିଦାରୀ ମଧ୍ୟ ଖଜନା ନଦେଇପାରିବାରୁ ନିଲାମ୍ ହେଲା। ସାଧାରଣ ଲୋକମାନାନମଙ୍କଠାରୁ ରାଜା ଜମିଦାର ଯାଏ ସମସ୍ତେ ବଡ ହଇରାଣ ହରକତ ହେଲେ। ସେମାନଙ୍କ ମନରେ ବିଦ୍ରୋହର ନିଆଁ ଜଳିବାରେ ଲାଗିଲା।
ଲୋକଙ୍କ ମନରେ ଯେଉଁ ନିଆଁ କୁହୁଳୁ ଥିଲା, ତାହା ୧୮୧୭ ମସିହାରେ ହୁତ୍ କରି ଜଳି ଉଠିଲା। ଓଡିଆ ପାଇକମାଙ୍କର ବିର ରକ୍ତ ଟକ୍ ଟକ୍ କରି ଫୁତିଲା। ସେମାନଙ୍କର ନେତା ହେଲେ ଖୋର୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର। ରାଜାଙ୍କ ସେନାପତିଙ୍କୁ ବକ୍ସି କୁହା ଯାଉଥିଲା। ଯୁଗ ଯୁଗ ଧରି ଯେଉଁ ସେନାପତି ପାଇକ ସେନାଙ୍କର ନେତୃତ୍ୱ
ନେଇ ଗଙ୍ଗାଠାରୁ ଗୋଦାବରୀ ଯାଏ ରାଜ୍ୟ ଜୟ କରିଥିଲେ, ସେଇ ସେନାପତି ବଂଶର ବକ୍ସି ଜଗବନ୍ଧୁ ସେମାନଙ୍କୁ ନୂଆ ବଳ ଓ ସାହାସ ଦେଲେ। ସେମାନଙ୍କର ନିରାଶ ମନରେ ଆଶାର ସଂଚାର କଲେ। ଖୋର୍ଦ୍ଧା ମୁଲକରେ ଆନ୍ଦୋଳନର ସୁଅ ଛୁଟିଲା।
ବକ୍ସି ଜଗବନ୍ଧୁ ରୋଢଙ୍ଗ ପ୍ରଗନା ବୋଲି ଏକ ବଡ ଇଲାକା କେତେ ପୁରୁଷ ଧରି ସେନାପତି କାମ ପାଇଁ ଜାଗିରୀ ପାଇଥିଲେ। କିନ୍ତୁ ଏବେ ସେ ମଧ୍ୟ ଏଥିରୁ ବଂଚିତ ହୋଇ ବଡ ଦୀନହୀନ ଅବସ୍ଥାରେ ଚଳୁଥିଲେ।
ବକ୍ସି ଜଗବନ୍ଧୁଙ୍କ ଚଳିବା ଅବସ୍ଥା ସିନା ଖରାପ ହୋଇଥିଲା, ତାଙ୍କ ମନର ଅବସ୍ଥା ସେମିତି ଦୃଢ ଥିଲା। ସେ ଖୁବ୍ ବୁଦ୍ଧିମାନ ଓ ସାହାସୀ ଥିଲେ। ନିଜ ଦେଶ- ତା'ର ଭୂଇଁ, ତା'ର ପାଣି ପବନ, ତା'ର ରାଜା, ଠାକୁର ସବୁ ତାଙ୍କର ଅତି ପ୍ରିୟ ଥିଲା। ସେ ସମସ୍ତଙ୍କୁ ଦାଣ୍ଡର ଭିକାରୀ କରିଥିବା ଇଁରେଜ ଶାସନକୁ କେତେଦିନ ବା ମୁଣ୍ଡପାତି ସହନ୍ତେ?
୧୮୧୭ ମସିହା ମାର୍ଚ୍ଚ ମାସ। ଗଞାମ ଘୁମୁସର ଅନ୍ ଚଳରୁ ପ୍ରାୟ ଚାରି ପାନ୍ଚ ଶହ କନ୍ଧ ଆସି ଖୋ୍ର୍ଦ୍ଧା ଅନ୍ଚଳରେ ଲୁଟ୍ ତରାଜ ଆରମ୍ଭ କରି
ଦେଲେ। ଖୋର୍ଦ୍ଧାର ପାଇକମାନେ ଏଇ ସୁଯୋଗରେ କନ୍ଧ ମାନଙ୍କ ସହିତ ମିଶି ଇଁରେଜମାନଙ୍କ ବିରୁଦ୍ଧରେ ମାତିଗଲେ। ବକ୍ସି ଜଗବନ୍ଧୁ ପାଇକ ମାନଙ୍କୁ ନେତୃତ୍ୱ ଦେଲେ। ସେମାନଙ୍କୁ ନରଣ ଗଡର ଦଳବେହେରା, କଣାସର ଦେବାନ କୃଷ୍ଣଚନ୍ଦ୍ର, ସର୍ଦ୍ଦାର କରୁଣାକର ପ୍ରଭୃତି ସାହାଯ୍ୟ କଲେ।
ବିଦ୍ରୋହୀ ପାଇକମାନେ ପ୍ରଥମେ ବାଣପୁର ଥାନା ଉପରେ ଆକ୍ରମଣ କଲେ। ଦାରୋଗା ଓ ସିପେହିମାନେ ଜୀବନ ବିକଳରେ ଥାନା ଛାଡି ପାହାଡ ଜଙ୍ଗଲରେ ଲୁଚିଲେ। ପାଇକମାନେ ଥାନାକୁ ଜାଳିପୋଡି ଧୂଳିସାତ୍ କରିଦେଲେ। ବାଣପୁର ଖଜଣାଖାନା ଲୁଟ୍ କରିନେଲେ।
ଲୋକମାନେ ଲୁଣମାରିବାରେ ଇଂରେଜ ସରକାରଙ୍କ କଟକଣା ଯୋଗୁଁ ଖୁବ୍ ବିରକ୍ତ ହୋଇ ପଡିଥିଲେ। ତେଣୁ ବିଦ୍ରୋହୀ ପାଇକମାନେ ଚିଲିକାକୂଳକୁ ଧାଇଁଲେ। ଲୁଣ ଏଜେଣ୍ଟ ବେଚରଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ତିଲା। କିନ୍ତୁ ବେଚର ଏ ଖବର ପାଇ ପ୍ରାଣଭୟରେ ପୁରୀ ଆଡକୁ ପଳାଇଲେ। ପାଇକମାନେ ବେଚରଙ୍କୁ ନପାଇ ଚିଲିକାରୁ ଫେରିଲେ।
ବାଣପୁରରେ ବିଦ୍ରୋହର ସଫଳତା ପାଇକ-ମାନଙ୍କୁ ଖୁବ୍ ଉତ୍ସାହିତ କଲା।ସେମାନେ ମାତୃଭୁମିର ଜୟ ଜୟକାର କରି ଖୋର୍ଦ୍ଧା ଆଡକୁ ଆଗେଇ ଚାଲିଲେ।ଖୋର୍ଦ୍ଧାରେ କଚେରୀ ଥିବାରୁ କେତେକ ଗୋରା ହାକିମ ଥା'ନ୍ତି।ହଜାର ହାଜର ପାଇକ ସାମୁଦ୍ରର ଲହରୀ ପାରି ମାଡି ଆସୁଥିବାରୁ ଶୁଣି ସେମାନେ ଖୋର୍ଦ୍ଧା ଛାଡି କଟକକୁ ପଳାଇଲେ।
ବିଦ୍ରୋହୀମାନେ ଖୋର୍ଦ୍ଧାରେ ଇଂରେଜ କର୍ମଚାରୀମାନଙ୍କୁ ନପାଇ କିମ୍ବା କେଉଁଠି କାହାଠାରୁ ବାଧା ନପାଇ ସହଜରେ କଚେରୀ ସବୁ ଜାଳିପୋଡି ପାଉଁଶ କରିଦେଲେ।ଖୋର୍ଦ୍ଧା ଖଜଣାଖାନା ଲୁଟ୍ ପାଟ୍ କରିନେଲେ।
ଏହି ଖବର ଓଡିଶାର ରାଜଧାନୀ କଟକରେ ପହ୍ଞ୍ଚିଲା। ସେତେବେଲେ ସେଠା ବାରବାଟୀ ଦୁର୍ଗରେ ଓଡିଶାର କମିଶନର, ମାଜିଷ୍ଟ୍ରେଟ୍ ଓ ସେନାପତିମାନେ ରହୁଥିଲେ। ବିଦ୍ରୋହ ଦମନ କରିବା ପାଇଁ ତିନିଜଣ ସେନାପତି ଓ ମାଜିଷ୍ଟ୍ରେଟ୍ ଖୋର୍ଦ୍ଧା ଚାଲିଲେ। ସାଥିରେ ସେମାନେ ପ୍ରଚୁର ତୋପ କମାଣ, ଗୋଳାବାରୁଦ ଆଉ ଖାଦ୍ୟଶସ୍ୟ ନେଇଥିଲେ। ଆଜିକାଲି ପରି ତ ରାସ୍ତାଘାଟର ସୁବିଧା ନ୍ଥିଲା। କଟକରୁ ପୁରୀକୁ ଏକମାତ୍ର ରାସ୍ତା ଜଗନ୍ନାଥ ସଡକ ପଡିଥିଲା। ସେଇ ରାସ୍ତାରେ ସେମାନେ ଚାଲି ଚାଲି ବା ଶଗଡଗାଡିରେ ଖୋର୍ଦ୍ଧା ଗଲେ।
ପାଇକମାନେ ଏହା ଜାଣି ଖୋର୍ଦ୍ଧା ପୂର୍ବରୁ ୩/୪ କିଲୋମିଟର ଦୂରରେ ଗଙ୍ଗପଡା ଜଙ୍ଗଲରେ ଲୁଚି ରହିଲେ। ସାହେବମାନେ ଯେଉଁବାଟେ ଯିବାର ଥିଲା, ତାକୁ ହାଣି ଖଣ୍ଡିଆ କାବରା କରି ଦେଲେ ଆଉ ରାସ୍ତା ଉପରେ ପଥର ସବୁ ପାହାଡ ପରି ଗଦା କରିଦେଲେ।
ସାହେବମାନେ ସଞ୍ଜ ବେଳକୁ ଗଙ୍ଗପଡା ପାଖରେ ପହଞ୍ଚି ରାସ୍ତାର ଏ ଅବସ୍ଥା ଦେଖିଲେ।