ବ୍ୟବହାରକାରୀ:Jnanaranjan sahu/Amari jatir agua neta

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ଅଭିମତ
ଡକ୍‌ଟର ଜଗନ୍ନାଥ ମହାନ୍ତିଙ୍କ ପ୍ରଣିତ ପୁସ୍ତକ
"ଆମରି ଜତିର ଆଗୁଆ ନେତା" ପଢିବାର
ସୁଯୋଗ ପାଇଲି। ଅପାର ଆନନ୍ଦ ଲାଭ କଲି ।
ଭାବ ଓ ଭାଷା ମଧ୍ୟରେ ପରିପୂରକତା ତଥା ସମତା
ରକ୍ଷା କରିବାର ବିରଳ ସଫଳତା ଅର୍ଜୁନ କରିଛନ୍ତି
ଲେଖକ।
ଯେଉଁ ଆଗୁଆ ନେତାଙ୍କ ଜୟଗାଥା ଶଂସିତ
ପୁସ୍ତକରେ ଆଲୋଚନା କରାଯାଇଛି ସେମାନେ
ହେଉଛନ୍ତି, ବକ୍ସି ଜଗବନ୍ଧୁ , ଦଳବେହେରା,
ସୁରେନ୍ଦ୍ର ସାଏ , ବାଘାଯତୀନ ଓ ଲକ୍ଷ୍ମଣ ନାୟକ।
ଦେଶପାଇଁ ଆତ୍ମୋସ୍ତ୍ରର୍ଗର ଏସବୁ ଦୃଷ୍ଟାନ୍ତ ଇତିହାସରେ
ଅନନ୍ୟସାଧାରଣ। କେବଳ ସେତେବେଳେ ଏହା
ସମ୍ଭବ ଥିଲେ, ତ୍ୟାଗ ଶୋର୍ଯ୍ୟ ଓ ବୀରତ୍ବ
ଇତିହାସକୁ ମହିମା ମଣ୍ଡିତ କରିଥିଲା। ଆଜି
ଏସବୁ ସଦଗୁଣର ଏକାନ୍ତ ଆବଶ୍ୟକତା ଥିଲେ ହେଁ ସେ
ପ୍ରକାର ବୀର ପୁରୁଷଙ୍କ ଅଭାବ ଆମକୁ ଘାଇ
ପକାଉଛି। ପାଠକଂକୁ ସେ ଦିଗରେ ଅନୁପ୍ରାଣିତ
କରି ପାରିଲେ ଲେଖକଙ୍କ ଶ୍ରମ ସାର୍ଥକ ହେବ ସନ୍ଦେହ ନାହିଁ।
ଲେଖକ ଡକ୍ଟର ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଅତୁଟ ରହୁ,
ଏହି କାମନ କରୁଛି।
*
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆମରି ଜାତିର ଆଗୁଆ ନେତା
ବକ୍ସି ଜଗବନ୍ଧୁ

ଆଜିକୁ ପାୟ ଚାରିଶହ ବର୍ଷ ତଳର କଥା । ସାତ ଦରିଆ ସେପାରିରୁ ଆସିଥିଲେ ଇଂରେଜମାନେ । ଆମରି ଦେଶରେ ସେମାନେ ବଣିଜ ବେପାର କଲେ । ଦିଲ୍ଲୀରେ ସେତେବେଳ ଥା'ନ୍ତି ମୋଗଲ ନବାବ । ମସ୍ତବଡ଼ ତାଙ୍କର ମୁଲକ ।
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଛବି
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଅଖଣ୍ଡ ତାଙ୍କର କ୍ଷମତା । ତା' ଛଡା ପୁଣି ଛୋଟ ବଡ ରାଜ୍ଯର ମାଲିକ ଥା'ନ୍ତି ମରହଟ୍ଟା, ପଠାଣ, ହିନ୍ଦୁ-ବ‌ହୁ ଧର୍ମର,ବ‌ହୁ ଜାତିର । ସେମାନଙ୍କ ସଂଖ୍ଯା ଶହ ଶହ,ହଜାର ହଜାର । ସେମାନଙ୍କ ମଧ୍ଯରେ କେତେ ଯେ କଳି କଜିଆ, ବାଦ ବିବାଦ କ‌ହିଲେ ନସରେ ।

କଙ୍କଡାକୁ   ଗୋଳିପାଣି  ସୁହାଏ  ।  ବିଦେଶ ବେପାରିଙ୍କୁ  ସୁବିଧା ମିଳିଗଲା  । 

ଦୀପ ତେଜିଲେ, ହାତ ଚିକ୍‌କଣ କଲେ ।କେତେବେଳେ କାହା ସାଥିରେ ହାତ ମିଳାଇଲେ ।ଏଘର ମାଉସୀ ସେଘର ପିଉସୀ ହେଲେ ।ବେପାରରୁ ଭଲ ରୋଜଗାର ବି କଲେ ।ରାଜାମାନଙ୍କ ଠାରୁ ଦୟାରେ ବା ସ‌ହାନୂଭୂତିରେ ଖଣ୍ଡେ ଖଣ୍ଡେ ଜାଗା ପାଇଲେ । ସେଠାରେ ଦୁର୍ଗ ତିଆରି କଲେ । ରାଜା ମହାରାଜା ମାନଙ୍କୁ କ‌ହି ବୋଲି କେତେପ୍ରକାର ସୁବିଧା ପାଇଲେ ।

କିନ୍ତୁ ହାୟ,,,,,,,,,,,

ଆମ ଦେଶର ରାଜାମାନେ ଇଂରେଜଙ୍କ ମାୟା ଜାଲରେ ପଶିପାରିଲେ ନାହିଁ । ସେମାନଙ୍କ ଛନ୍ଦ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


କପଟ ବୁଝିପାରିଲେ ନାହିଁ|ବେଳାଉଣ୍ଡି କେଉଁ ରାଜାଙ୍କୁ ଲଢେଇରେ ସାହାଯ୍ଯ କରି ବା କେଉଁ ରାଜାଙ୍କୁ ନାଲିଆଖି ଦେଖାଇ ଖଣ୍ଡେ ଖଣ୍ଡେ ରାଜ୍ଯ ଦଖଲ କରି ଶାସନ କଲେ।ଆଉ ଯେଉଁ ବିଦେଶୀ ଆସିଲେ ସେମାନଙ୍କୁ କଳେ,ବଳେ ଆଉ କୌଶଳରେ ହଟାଇ ଦେଲେ। ଦିନକୁ ଦିନ ସେମାନଙ୍କ କ୍ଷମତା ବଢିବାରେ ଲାଗିଲା ବର୍ଷାଦିନେ ନଈ ବଢ଼ିଲାପରି।ଆମ ଦେଶର ଅନେକ ରାଜା ବି ସେମାନଙ୍କ ଅଧୀନତା ସ୍ୱୀକାର କଲେ।ଇଂରେଜମାନେ କହିଲେ ସେମାନେ ବସିବେ,ସେମାନେ ଉଠିବେ।ନିଜ ଘରେ ନିଜେ ପ୍ରବାସୀ ହେଲେ।ବାଘ ଘରେ ମିରିଗର ନାଟଚାଲିଲା।

ଆମ ଦେଶରେ ରାଜାମାନେ ଯେତେବେଳେ ସେମାନଙ୍କର ବୋଲକରା ହେଲେ,ଘର ଢ଼ିଙ୍କି କୁମ୍ଭୀର ହେଲା,ସେତେବେଳେ ଦେଶର ଅବସ୍ଥା କ'ଣ ହେବ? ଖୁଣ୍ଟ ଗୁଣେ ଘୋଡ଼ା ନାଚେ। ଘର ଗୁଣେ ବିଲେଇ ବାଈ। ଦେଶରେ ଆଉ ଶାନ୍ତି ଶୃଙ୍ଖଳା ବା ଉନ୍ନତି କ'ଣ ହେବ।ଧମକାଇ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଛବି
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଚମକାଇ ଇଂରେଜମାନେ ଧନ ଲୁଟ କଲେ।ସେମାନଙ୍କ ଦେଶକୁ ବୁହାଇଲେ। ଭାରତରେ ସୁନା ଫେଳେ। ଏଇ ଲୋକ କଥା ସେମାନେ ସାତରେ ଦେଖିଲେ ଆଉ ତାଙ୍କ ଦେଶରେ ଦେଖଆଈ ଦେଲେ।

ଆମ ଦେଶରେ ଲୋକଙ୍କ ଅବସ୍ଥା ହେଲା ଅତି ଶୈଚନୀୟ। ଲୋକେ ରୋଗ ଉପାସାରେ ସଢ଼ିଲେ।ସମୟ ସମୟରେ ପୋକମାଛି ପରି ମଲେ।ରାସ୍ତା,ଘାଟ,ବଣିଜ ବେପଆର,ଶିଳ୍ପକଳାର ଉନ୍ନତୀ ହୋଇ ପାରିଲା ନାହିଁ।

ଇଂରେଜମାନେ ଓଡିଶାକୁ ସାବୁରି ପାଛରେ ୧୮୦୩ ମସିହାରେ ନିଜ ଦଖଲକୁ ନେଇ ପାରିଥିଲେ।ସେତେବେଲେ ମାରହଟ୍ଟାମାନେ ଓଡିଶୀର ଅଧିକାଂଶ ଅଂଚଳରେ ଶାସନ କରୁଥିଲେ। ସେମାନଙ ଅଧିନରେ ଜମିଦାରମାନେ ରହି ଜାହା କିଛି କର ଦେଉଥିଲେ।ସେମାନେ ଇଂରେଜମାଙ୍କର ବଶ୍ୟତା ମାନିଲେ।

ପ୍ରଥମେ ପାଇକ ବୀରମାଙ୍କର ବାସଭୂମି ଖୋର୍ଦ୍ଧା ମୁଲକ ଇଂରେଜମାନଙ୍କର ଦଖଲକୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଯାଇ ନ ଥିଲା । ସେତେବେଳେ ଖୋର୍ଦ୍ଧାର ରାଜା ଥିଲେ ଦ୍ଯିତୀୟ ମୁକୁନ୍ଦ ଦେବ। ସେ ମଧ୍ଯ ଇଂ ରେଜମା ନ ଙ୍କୁ ବାଧା ନ ଦେଇ ସେମାନ ଙ୍କର ବାଧ୍ଯହୋଇଗଲେ। କିନ୍ତୁ ଇଂରେଜମାନେ ଖୋର୍ଦ୍ଧା ଗଡ ଦଖଲ କରିବାକୁ ବସିବାରୁ ରାଜା ମନ୍ତ୍ରୀ ସେଠାରୁ ଖସି ଚାଲିଗଲେ । ପାଇକମାନେ ଦୂର୍ଗ ଭିତରେ ଜଗି ରହିଲେ । ଖୁବ ସାହସର ସହିତ ବ ହୁଦିନ ଲଢେଇ କରି ଶେଷରେ ହଟିଗଲେ।

ଇଂରେଜମାନେ ଗଡ ଭିତରେ ପଶି ରାଜା ମନ୍ତ୍ରୀଙ୍କୁ ପାଇଲେ ନାହିଁ। ଯେତେ ଯୁଆଡେ ଖୋଜିଲେ ମଧ୍ଯ ସେମାନ ଙ୍କର ପତ୍ତା ମିଳିଲା ନାହିଁ । ତେଣୁ ଇଂରେଜମାନେ ରାଜା ଙ୍କୁ ଗାଦିରୁ ହଟାଇ ଦିଆଗଲା ବୋଲି ଘୋଷଣା କଲେ ।

ତା ଙ୍କ ଠାରୁ ଜଗନ୍ନାଥ ମନ୍ଦିର ଦାୟିତ୍ୱ ମଧ୍ଯ କାଢି ନିଆଗଲା। କିନ୍ତୁ ରାଜା ଙ୍କୁ ଧରି ନପାରିଲେ ସେ କେତେବେଳେ ଗଣ୍ଡଗୋଳ କରିବସିବେ । ସବୁ ଓଲଟ ପାଲଟ ହୋଇଯିବ । ଏଇ ଭ୍ୟରେ ଇଂରେଜମାନେ ରାଜାଙ୍କର ବନ୍ଧୁ ବାନ୍ଧବମାନଙ୍କୁ ଧରି ଆଣି ଧମକ ଚମକ ଦେଲେ ରାଜାଙ୍କର ଖବର ପାଇବାକୁ