ବ୍ୟବହାରକାରୀ:Prateek Pattanaik/ଲେଖା ସଜାଣି

ଉଇକିପାଠାଗାରରେ ଲେଖିଲା ବେଳେ ଅନେକ ସ୍ଥଳରେ ବିଶେଷ ପ୍ରକାର ଫର୍ମାଟିଂ ବା ସଜାଣି ଦରକାର ପଡ଼ିଥାଏ । ଏହା ଉଇକିପିଡ଼ିଆଠୁ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଉଇକିପାଠାଗାରରେ ଆବଶ୍ୟକ ପଡ଼ୁଥିବା କେତେଟା ରାସ୍ତା ଓ ସୁବିଧା ଗୋଟିଏ ଥାନରେ ରଖାଗଲା ।

ପୃଷ୍ଠା ସଂଖ୍ୟା ସମ୍ପାଦନା

କେତେକ ବହି ପାଇଁ ହେଡ଼ର ସଚଳ କରାଯାଇଛି । ଏଣୁ ପ୍ରତ୍ୟେକ ପୃଷ୍ଠାର ଉପରେ ବିଦଗ୍ଧ ଚିନ୍ତାମଣି ଓ ପୃଷ୍ଠ ସଂଖ୍ୟା (ଡାହାଣ ପଟେ) ଆପେ ଆପେ ଆସିଯିବ । ଯଦି ସଂଖ୍ୟା ବାଆଁ ପଟେ ଥାଏ ତେବେ ହେଡ଼ର ଛାଞ୍ଚରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ ।
ହେଡ଼ର ଛାଞ୍ଚ ଏପରି {{rh|ବାଆଁ|ମଝି|ଡାହାଣ}} ଓ ଏମିତି ଦେଖାଯିବ-

ବାଆଁ
ଡାହାଣ
ମଝି

ଡିଫଲଟ {{rh||ବିଦଗ୍ଧ ଚିନ୍ତାମଣି|ପୃଷ୍ଠସଂଖ୍ୟା}} ଏମିତି ରଖାଯାଇଛି । ତାହା ଏମିତି ଦେଖାଯିବ-

ପୃଷ୍ଠସଂଖ୍ୟା
ବିଦଗ୍ଧ ଚିନ୍ତାମଣି

ପାଦଟୀକା ଯୋଡ଼ିବା ସମ୍ପାଦନା

କେତେକ ବହିରେ ପାଦଟୀକା ଥାଏ । ଉଦାହରଣ ସ୍ୱରୂପ ବିଦଗ୍ଧ ଚିନ୍ତାମଣିର ପ୍ରତ୍ୟେକ ପୃଷ୍ଠା ତଳେ ଗୋଟିଏ ଗାର ଟଣାଯାଇଛି ଓ ତା' ତଳେ ପଦଗୁଡ଼ିକର ପାଦଟୀକା ଦିଆଯାଇଛି । ଉଇକିରେ ଏଗୁଡ଼ିକୁ ସିଧାସଳଖ ଟାଇପ କରନ୍ତୁ ନାହିଁ- ସେପରି କଲେ ଯେତେବେଳେ ପୂରା ବହିଟିକୁ ଗୋଟିଏ ସ୍ଥାନରେ ସନ୍ନିବେଶିତ କରାଯିବ, ପାଦଟୀକା ଗୁଡ଼ିକ ପ୍ରତି ପୃଷ୍ଠା ମଝିରେ ରହି ଅସୁବିଧା କରିବ । ତେଣୁ ପାଦଟୀକାକୁ ଅଲଗା ଶୈଳୀରେ ଯୋଡ଼ିବାକୁ ପଡ଼ିବ ।
ଉଦାହରଣ ସ୍ୱରୂପ- [ପୃଷ୍ଠା]କୁ ଧରିନିଅନ୍ତୁ ।

  • ଏଠି ପାଦଟୀକାରେ ପ୍ରଥମେ ଲେଖା ଯାଇଛି- ୭-୧ ଋକ ସାମ ଯଜୁର୍ବେଦ, ଘ, ଚ, ଟ ଓ ତା ପରେ ; ଚିହ୍ନ ଦିଆଯାଇଛି ।
  • ଏଥିରୁ ବୁଝାପଡ଼ୁଛି ଯେ ୭ମ ପଦ (stanza)ର ୧ମ ପାଦ (line)କୁ ପୋଥି ଘ, ଚ, ଓ ଟ ରେ ଅଲଗା ଭାବରେ ଲେଖାଯାଇଛି, ଏଠି ପାଠାନ୍ତର ରହିଛି ।
  • ସେହି ପାଠାନ୍ତର ହେଲା ଋକ ଯଜୁ ସାମ ବହୁ ସ୍ଥାନରେ ଋକ ସାମ ଯଜୁର୍ବେଦ
  • ତେଣୁ ୭ମ ପଦର ୧ମ ପାଦକୁ ଯାଇ 'ଋକ ଯଜୁ ସାମ'ପରେ <ref>ଏଠାରେ ୭-୧ ଟୀକା ରହିବ ।</ref> ଲେଖିଦିଅନ୍ତୁ ।
  • <ref> ଟ୍ୟାଗ ମଝିରେ ଟୀକା ଲେଖିଲାବେଳେ ଅନାବଶ୍ୟକ ; ଚିହ୍ନକୁ ଅନ୍ତରୁ କାଢ଼ିଦିଅନ୍ତୁ କିନ୍ତୁ '୭-୧'ଟି ରହିବାକୁ ଦିଅନ୍ତୁ ।
  • ଏତିକି କଲାପରେ ପୃଷ୍ଠାଟିକୁ ସାଇତିଲେ ଟୀକା ଆପେ ଆପେ ତଳେ ଆସିଯିବ ।

ପାଦଟୀକା ପାଇଁ ମଧ୍ୟ ଫୁଟର ସଚଳ କରିହେବ ।

କେବେ ପାଦଟୀକା ଯୋଡ଼ିବେ ନାହିଁ ସମ୍ପାଦନା

କେତେକ ସ୍ଥଳରେ ବହିଗୁଡ଼ିକର ପାଦଟୀକାରେ କେବଳ ଶବ୍ଦାର୍ଥ ଦେଖିବାକୁ ମିଳେ । ଯେହେତୁ ଏଥିରେ ମାତ୍ର ଗୋଟିଏ ଗୋଟିଏ କଷ୍ଟ ଶବ୍ଦର ଅଭିଧାନ ଅର୍ଥ ଦିଆଯାଇଛି, ଏହାକୁ ଟୀକା ରୂପେ ଧରି ଉପରେ ଦିଆଯାଇଥିବା ଢଙ୍ଗରେ ସଜାଡ଼ିବା ଉଚିତ ନୁହେଁ । ଏହା ପାଇଁ ଉଇକିପାଠାଗାରର ସହପ୍ରକଳ୍ପ ଉଇକିଅଭିଧାନ ଅଛି । ଏମିତି ପରିସ୍ଥିତି ଆସିଲେ ଯେଉଁ ଶବ୍ଦର ଅର୍ଥ ତଳେ ଟୀକାରେ ଦିଆଯାଇଛି, ସେହି ଶବ୍ଦକୁ ଉଇକିଅଭିଧାନ ସଙ୍ଗେ ଲିଙ୍କ ଯୋଡ଼ିଦେଲେ ପାଠକଙ୍କୁ ଅଧିକ ସୁବିଧା ହେବ । ତାହା ଏମିତି କରିପାରିବେ-

  • ଧରନ୍ତୁ କୌଣସି ରଚନାରେ କମାଣ ଶବ୍ଦ ବ୍ୟବହାର ହୋଇଛି ଏବଂ ତଳେ ତାହାର ଅର୍ଥ କମାଣ=ଧନୁ ଦିଆଯାଇଛି ।
  • ଏହି ସ୍ଥଳରେ କମାଣ ଶବ୍ଦକୁ ଏପରି କରିଦିଅନ୍ତୁ- [[wikt:କମାଣ|କମାଣ]] । ଏହା ଦ୍ୱାରା ଶବ୍ଦଟିକୁ click କଲେ ଜଣେ ତାହାର ଅର୍ଥ ଉଇକିଅଭିଧାନରୁ ପାଇପାରିବ ।

ଯଦି ଶବ୍ଦଟିର ଏକାଧିକ ଅର୍ଥ ଥାଏ ଏବଂ ଏହି ରଚନାରେ ତାହା କୌଣସି ନିର୍ଦ୍ଦିଷ୍ଟ ଅର୍ଥରେ ବ୍ୟବହାର ହୋଇଛି ଓ ଯଦି ସନ୍ଦେହ ଉପୁଜିପାରେ, ଉଇକିଅଭିଧାନରେ ସେହି ଶବ୍ଦଟିକୁ ସମ୍ପାଦନା କରି ଏହି ରଚନାରୁ ଉଦ୍ଧୃତି ଦେଇପାରିବେ । ଏହାଦ୍ୱାରା ଅର୍ଥ ସ୍ପଷ୍ଟ ହୋଇପାରିବ । ତା ସଙ୍ଗେ ସଙ୍ଗେ ଉଇକିଅଭିଧାନରୁ ଉଇକିପାଠାଗାରର ସେହି ରଚନାକୁ ମଧ୍ୟ ଲିଙ୍କ କରିପାରିବେ- ଯେପରି ଉଇକିଅଭିଧାନରେ 'କମାଣ'କୁ ସମ୍ପାଦନା କରି '୧-ଧନୁ' ତଳେ ନାସା ବିନ୍ଧା ଅପ୍ରତିଆଣି କି ଏ କାମକମାଣ - [[wikisource:କଳାକଳେବର ଚଉତିଶା|କଳାକଳେବର ଚଉତିଶା]], [[wikisource:ଲେଖକ:ଭକ୍ତ ଚରଣ ଦାସ|ଭକ୍ତ ଚରଣ ଦାସ]] ଲେଖିଲେ ଏପରି ଦେଖାଯିବ-

ନାସା ବିନ୍ଧା ଅପ୍ରତିଆଣି କି ଏ କାମକମାଣ - କଳାକଳେବର ଚଉତିଶା, ଭକ୍ତ ଚରଣ ଦାସ

ଏହାଦ୍ୱାରା ଉଇକିଅଭିଧାନରେ ଜଣେ ଉଦ୍ଧୃତି ପାଇଲେ ସମ୍ପୂର୍ଣ୍ଣ ରଚନାକୁ ଉଇକିପାଠାଗାରରେ ଫେରି ପଢ଼ିପାରିବ । wikisource ସ୍ଥାନରେ ମାତ୍ର s ଲେଖିଲେ ମଧ୍ୟ ସଠିକ ଭାବେ କାମ ଦେବ ।

  • ଠିକ ଏହାର ଅନୁକରଣରେ, ଯଦି କୌଣସି ରଚନାରେ ଗୋଟିଏ ନିର୍ଦ୍ଦିଷ୍ଟ ବିଚାର ବୁଝିବା ପାଇଁ ଏକ ସାଧାରଣ ପାଠକଙ୍କୁ ଅଧିକ କିଛି ଦରକାର ପଡ଼ିବ ବୋଲି ଭାବୁଛନ୍ତି, ସେହି ସ୍ଥାନରେ ଉଇକିପିଡ଼ିଆକୁ ଲିଙ୍କ କରିପାରିବେ ।
  • ଅତ୍ୟଧିକ ଲିଙ୍କ କରିଲେ ପଢ଼ିବା ପାଇଁ ଅସୁବିଧା ହୁଏ । ଏଣୁ ଯଦି ଅତ୍ୟନ୍ତ ସରଳ ଶବ୍ଦ ପାଇଁ ବହିରେ ଟୀକା ଦିଆଯାଇଥାଏ ତାକୁ ଆପଣ ଛାଡ଼ିପାରିବେ ।

କବିତାକୁ ଲେଖିବା ସମ୍ପାଦନା

କବିତାଗୁଡ଼ିକୁ ମୂଳସ୍ରୋତରୁ ଲେଖିଲା ବେଳେ ଟିକେ ଅଲଗା ଶୈଳୀର ଫର୍ମାଟିଂ ଆବଶ୍ୟକ ହୁଏ ।

ଇଣ୍ଡେଣ୍ଟେସନ (Indentation) ସମ୍ପାଦନା

କେବେ କେବେ ମୂଳସ୍ରୋତରେ କବିତାର ଧାଡ଼ିଗୁଡ଼ା indent ହୋଇ ଲେଖାହୋଇଥାଏ । ଉଇକିପାଠାଗାରରେ ମଧ୍ୟ ଚାହିଁଲେ ଠିକ ସେହି ଶୈଳୀରେ ଲେଖିହେବ ।

  • ହେଲେ ଏହା ପୂର୍ବରୁ ଗୋଟିଏ ଜିନିଷ ଭାବିବା ଆବଶ୍ୟକ- indentation ଦ୍ୱାରା କବିତା ବା ରଚନାର ପଠନରେ କଣ ଲାଭ ହେଉଛି? ଅନେକ ସ୍ଥଳରେ ଏହା ଛନ୍ଦ ଦୃଷ୍ଟିରୁ ମୁଦ୍ରଣ ବେଳେ indent କରାଯାଇ ଛପାଯାଏ । ଏହା ଦ୍ୱାରା ଗୀତିକବିତା ଗାଇଲା ବେଳେ ପଦଗୁଡ଼ିକ କେଉଁଠି ଛିଡ଼ିବ ଜଣାପଡ଼େ । ଏପରି ସ୍ଥିତିରେ ତାକୁ ଅବିକଳ ଲେଖିବା ଉଚିତ । ହେଲେ ଅନ୍ୟ କେତେକ ପରିସ୍ଥିତରେ ଅକାରଣ indentation କରାହୋଇଥାଏ । ଏମିତିରେ ତାକୁ ଠିକ ସେହିପରି ସଜାଇବା ସମୟକୁ ନଷ୍ଟ କରିବା ସହ ସମାନ । ତେଣୁ indentation ବ୍ୟବହାର କଲାବେଳେ ଭାବି ଚିନ୍ତି ବ୍ୟବହାର କରନ୍ତୁ ।
  • Indentationର ମାତ୍ରାଧିକ ବ୍ୟବହାର ମଧ୍ୟ ଉଚିତ ନୁହେଁ- ସେପରି କଲେ ମୋବାଇଲରେ ପଢ଼ିଲାବେଳେ ଯଥେଷ୍ଟ space ନ ଥିବାରୁ ଧାଡ଼ିଗୁଡ଼ା ଏପଟ ସେପଟ ହୋଇଯାଏ ଓ ଏହା ଲାଭକାରୀ ନ ହୋଇ ହାନିକାରକ ହୋଇଥାଏ ।

<poem> ଟ୍ୟାଗ ବ୍ୟବହାର କରି ସମ୍ପାଦନା

ଉଇକିପାଠାଗାରରେ କବିତା ଲେଖିବା ପାଇଁ <poem></poem> ଟ୍ୟାଗ ରହିଛି । ଏଥିରେ indentation ପାଇଁ ବ୍ୟବସ୍ଥା ଏପରି ରହିଛି-

କୌଣସି ଧାଡ଼ିକୁ ଯେତେଗୋଟି em ('em' ବାଁ ପଟରୁ ଧାଡ଼ିଟି କେତେ ଦୂରରେ ରହିବ ତାହାର ଗୋଟିଏ ପରିମାପକ ବା unit) ଦ୍ୱାରା ଇଣ୍ଡେଣ୍ଟ କରିବାକୁ ଚାହୁଁଛନ୍ତି, ଧାଡ଼ିର ଆରମ୍ଭରେ ସେତେ ଗୋଟି : (କଲୋନ ଚିହ୍ନ) ଦିଅନ୍ତୁ ।

ଉଦାହରଣ ସ୍ୱରୂପ ସମ୍ପାଦନାରେ ଏପରି ଲେଖିଲେ-

<poem>
ମଲ୍ଲୀମାଳ ଶ୍ୟାମକୁ ଦେବି
:ମନ ତୋଷିବି
ଗ୍ରୀଷମ ହୋଇଲେ ବାସ ଚନ୍ଦନ
::ମୁଁ ଲେପିବି
</poem>

ଦେଖାଇଲାବେଳେ ଏପରି ଦେଖାଯିବ ।

ମଲ୍ଲୀମାଳ ଶ୍ୟାମକୁ ଦେବି
ମନ ତୋଷିବି
ଗ୍ରୀଷମ ହୋଇଲେ ବାସ ଚନ୍ଦନ
ମୁଁ ଲେପିବି

କବିତାର ୨ୟ ଧାଡ଼ିରେ ଗୋଟିଏ କଲୋନ ଚିହ୍ନ ଥିବାରୁ ୨ୟ ଧାଡ଼ିଟି ଟିକେ ଆଗକୁ (୧ em ଆଗକୁ) ହୋଇ ରହିଛି; ସେହିପରି ୪ର୍ଥ ଧାଡ଼ିର ସମ୍ମୁଖରେ ଦୁଇଗୋଟି କଲୋନ ଚିହ୍ନ ଥିବାରୁ ସେହି ଧାଡ଼ିଟି ୨ୟ ଧାଡ଼ିଠୁ ଆଉ ଟିକେ ଆଗକୁ (୨ em ଆଗକୁ) ହୋଇ ରହିଛି ।