ବ୍ୟବହାରକାରୀ:Ssgapu22/ଓଡ଼ିଶା ରାଜନୀତି ୧

ଓଡ଼ିଶା ରାଜନୀତିର ଇତିହାସ
ଲେଖକ/କବି: ଉଦ୍ଧବ ଚରଣ ନାୟକ


 

ଓଡ଼ିଶା ରାଜନୀତିର ଇତିହାସ

୧୯୩୬-୨୦୧୩

 

ଡକ୍ଟର ଉଦ୍ଧବ ଚରଣ ନାୟକ

 
 

ଓଡ଼ିଶା ରାଜନୀତିର ଇତିହାସ
ଡକ୍ଟର ଉଦ୍ଧବ ଚରଣ ନାୟକ
ପ୍ରକାଶକ : ଆମ ଓଡ଼ିଶା,
୪ ଆର୍‍ ୧/୨, ଇଉନିଟ୍‍-୩,
ଭୁବନେଶ୍ୱର-୭୫୧୦୦୧
ମୁଦ୍ରଣ : ଡୁଡୁଲି ପ୍ରୋସେସ୍‍ ଆଣ୍ଡ୍‍ ଅଫ୍‍ସେଟ୍‍
ବାପୁଜୀ ନଗର, ଭୁବନେଶ୍ୱର-୯
ପ୍ରଥମ ସଂସ୍କରଣ : ସେପ୍ଟେମ୍ବର, ୨୦୧୩
ଦ୍ୱିତୀୟ ପରିବର୍ଦ୍ଧିତ ସଂସ୍କରଣ : ଜାନୁଆରି, ୨୦୧୪
© ଆମ ଓଡ଼ିଶା
ପ୍ରଚ୍ଛଦ : ବିଜୟ କୁମାର ପ୍ରଧାନ
ମୂଲ୍ୟ : ଟ.୧୭୦/-


Odisha Rajanitira Itihasa
Dr. Uddhab Charan Nayak

Publisher : Aama Odisha,
4R 1/2, Unit-3, Bhubaneswar-751001
e-mail : aamaodisha@gmail.com

Printed at : Duduly Process & Offset
Bapuji Nagar, Bhubaneswar-9

First edition : September, 2013
Second enlarged edition : January, 2014
© Aama Odisha

Cover : Bijaya Kumar Pradhan
Price : ₹ 170/
ISBN : 978-81-89436-54-4

ଓଡିଶାର ବିଶିଷ୍ଟ ସାହିତ୍ୟିକ ଓ ରାଜନେତା
ତଥା ଆସାମର ମାନ୍ୟବର ରାଜ୍ୟପାଳ
ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ
ଭୂମିକା

୨୦୦୭ ମସିହା ମେ ମାସ ପ୍ରଥମ ସପ୍ତାହର ଏକ ଶୀତଳ ଅପରାହ୍‌ଣ; ଯାଇଥିଲି "ସମ୍ବାଦ' ଅଫିସ୍‍କୁ । ପାଖରେ ଥାଏ ଗୋଟିଏ ଲେଖା "ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର, ବିଧାନସଭା ଓ ମନ୍ତ୍ରିମଣ୍ଡଳ" । କାମ ସାରି 'ସମ୍ବାଦ' ଅଫିସରୁ ବାହାରି ଆସିବା ବେଳେ ଶୁଣିଲି, ସେଠାରେ 'ପୌରୁଷ' ପାଇଁ ଲେଖା ନିଆଯାଉଛି । ଅସିତ ମହାନ୍ତି ଅଛନ୍ତି ଏହାର ଦାୟିତ୍ୱରେ । ସେତେବେଳେ ସେଠାରେ ସେ ନଥିଲେ । ପାଖରେ ଥିବା ଲେଖାଟିକୁ ତାଙ୍କର ଜଣେ ସହକର୍ମୀ ବନ୍ଧୁଙ୍କୁ ଦେଇ କହିଲି, "ଏହା 'ପୌରୁଷ' ପାଇଁ ।" ଲେଖାଟି ଜୁନ୍‍ ୨୦୦୭ ସଂଖ୍ୟାରେ ପ୍ରକାଶ ପାଇଲା । ଜୁଲାଇ ମାସରେ ଶ୍ରୀଗୁଣ୍ଡିଚା । ସେହି ଉପଲକ୍ଷେ ଜଗନ୍ନାଥ ତତ୍ତ୍ୱ ଉପରେ ଅନ୍ୟ ଗୋଟିଏ ଲେଖା 'ପୌରୁଷ' ପାଇଁ 'ସମ୍ବାଦ' ଅଫିସ୍‍ରେ ଦେଇ ଆସିଥଲିି । କିନ୍ତୁ ଲେଖାଟିକୁ ଜୁନ୍‍ ସଂଖ୍ୟାର 'ପୌରୁଷ' କପି ସହ ଅସିତବାବୁ ମୋ ପାଖକୁ ପଠାଇ ଦେଲେ । ଦିନେ ସନ୍ଧ୍ୟାରେ ଫୋନ୍‍ କରି କହିଲେ, "ଆପଣଙ୍କ ଲେଖା 'ପୌରୁଷ'ର 'ଓଡ଼ିଶା ଅଧ୍ୟାୟ' ବିଭାଗରେ ପ୍ରକାଶ ପାଇଛି । ସେହି କ୍ରମରେ ଅନ୍ୟ ଲେଖାମାନ ଦିଅନ୍ତୁ ।"

ଜୁଲାଇ-୨୦୦୭ ସଂଖ୍ୟା ପାଇଁ "ସ୍ୱତନ୍ତ୍ର ଓଡ଼ିଶାର ପ୍ରଶାସକଗଣ" ଶୀର୍ଷକରେ ଲେଖାଟିଏ ପଠାଇଲି । ତାହା ଯଥାବିଧି ପ୍ରକାଶ ପାଇଲା । ପୁଣି ସେହି ସଂଖ୍ୟାରେ ପ୍ରକାଶ ପାଇଥିଲା ଜଟଣୀର ଜଣେ ପାଠିକା ନୀହାର ନଳିନୀ ପରିଡ଼ାଙ୍କର ଏକ ପତ୍ର । ସେ ଲେଖିଥିଲେ, "ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର, ବିଧାନସଭା ଓ ମନ୍ତ୍ରିମଣ୍ଡଳ" ଲେଖାଟି ବେଶ୍‍ ତଥ୍ୟପୂର୍ଣ୍ଣ । ଲେଖାର ଭାଷା ଓ ଉପସ୍ଥାପନା ମଧ୍ୟ ଖୁବ୍‍ ମାର୍ଜିତ । କ୍ରମାନ୍ୱୟରେ 'ଓଡ଼ିଶା ଅଧ୍ୟାୟ'ରେ ଅଧିକ ଲେଖା ଲେଖିବାକୁ ସେ ଲେଖକଙ୍କୁ ଅନୁରୋଧ କରିଥିଲେ । ତାହା ପଢ଼ିବା ପରେ ମୋ ମନରେ ଅଫୁରନ୍ତ ପ୍ରେରଣା ଓ ଉତ୍ସାହ ସୃଷ୍ଟି ହେଲା । ଏହି ଗୁରୁ ଦାୟିତ୍ୱ ମୋତେ ତୁଲାଇବାକୁ ହେବ ବୋଲି ସ୍ଥିର କରିନେଲି । ଅନ୍ୟ କୌଣସି ଲେଖା ପ୍ରତି ବିଶେଷ ଧ୍ୟାନ ନ ଦେଇ ଓଡଶି଼ା ସମ୍ପକର୍ତି ରାଜନୈତିକ ତଥ୍ୟମାନ ସଂଗହ୍ର କରି ଲେଖିବାରେ ଲାଗଗିଲି । ବହୁ ପରିଶମ୍ର କରବିାକୁ ପଡ଼ୁଥିଲା । ବହୁ ବିଜ୍ଞ ପାଠକ, ଲେଖକ ଓ ଅଧ୍ୟାପକ ବନ୍ଧଙ୍କୁ ପାଖରୁ ଉତ୍ସାହ ଓ ପ୍ରେରଣା ବି ମିଳୁଥିଲା । ଲେଖା ଚାଲଥିାଏ ଏବଂ ପକ୍ରାଶ ବି ପାଉଥାଏ । ଅସିତବାବୁ ତାଗିଦ୍‍ କରି ଠିକ୍‍ ସମୟରେ ମୋ'ଠାରୁ ଲେଖା ସଂଗ୍ରହ କରି ନେଇ ଯାଉଥାଆନ୍ତି । ପାଠକଙ୍କ ପାଖରୁ ପଶ୍ରଂସା ସହ ରୁଚିପୂର୍ଣ୍ଣ ମନ୍ତବ୍ୟ ଓ ପରାମର୍ଶ ମଧ୍ୟ ମିଳୁଥାଏ । ହଠାତ୍‍ ଦିନେ 'ପୌରୁଷ'ର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଅସିତବାବୁଙ୍କ ହାତରେ ମୋତେ ଡକାଇ ପଠାଇଲେ । ଡରିଡରି ଗଲି । ଭାବିଲି, ଲେଖାରେ ବୋଧହୁଏ କେଉଁଠି କିଛି ତ୍ରୁଟି ରହିଯାଇଛି । ମାତ୍ର ଶୁଣିିଲି, ସେ ଲେଖକମାନଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ପାଖରେ ପହଞ୍ଚି ତାହା ହୃଦୟଙ୍ଗମ କଲି । ଆମ ସହିତ ପ୍ରାୟ ୪୫ ମିନିଟ୍‍ରୁ ଊର୍ଦ୍ଧ୍ୱକାଳ 'ଓଡ଼ିଶା ଅଧ୍ୟାୟ'ରେ ପ୍ରକାଶ ପାଇଥିବା ରାଜନୀତି ସମ୍ପର୍କିତ ବିଭିନ୍ନ ଲେଖା ଉପରେ ସେ ଆଲୋଚନା କଲେ । ତାଙ୍କ ମନରେ ଗୋଟିଏ ଦୁଇଟି ସ୍ଥାନରେ ଟିକିଏ ସନ୍ଦେହ ଥିଲା, ଆଲୋଚନା ମାଧ୍ୟମରେ ତାହା ଦୂରୀଭୂତ ହେଲା । ସେ ବହୁତ ଖୁସି ହେଲେ । ତାଙ୍କଠାରୁ ଆଶୀର୍ବାଦ ଓ ପ୍ରେରଣା ମଧ୍ୟ ପାଇଲି । ଜାଣିଲି, ଲେଖାଗୁଡ଼ିକୁ ସେ ପଢ଼ନ୍ତି ଓ ଅନୁଧ୍ୟାନ ମଧ୍ୟ କରନ୍ତି । ଏଥିପାଇଁ ନିଜକୁ ଧନ୍ୟ ମନେ କଲି । ଏହି ଘଟଣାର କିଛି ଦିନ ପରେ ସେ ଆସାମର ରାଜ୍ୟପାଳ ହେଲେ । ୧୯୩୬ରୁ ୨୦୦୦ ଯାଏ ଓଡ଼ିଶାର ରାଜନୀତିକ ଘଟଣାବଳୀକୁ ନେଇ ମୋର ଲେଖା ୨୫ଟି ପରିଚ୍ଛେଦରେ ସମ୍ପୂର୍ଣ୍ଣ ହେଲା ।

ଆମ ଭିତରେ ଆଲୋଚନା ହେଲା, ଲେଖାଗୁଡ଼ିକୁ ନେଇ ଗୋଟିଏ ବହି କରାଯାଉ ! ମୁଁ ବି ତାହା ଚାହୁଁଥିଲି । ଲେଖାଗୁଡ଼ିକୁ ଏକାଠି କରି 'ଆମ ଓଡ଼ିଶା'ରେ ନେଇ ଦାଖଲ କରିଦେଲି । ପ୍ରଥମ ପରିଚ୍ଛେଦରେ "୧୯୩୬ର ରାଜନୈତିକ ପୃଷ୍ଠଭୂମି" ଶୀର୍ଷକ ଅଧ୍ୟାୟଟି ଯୋଡ଼ିଲି । ପୁଣି ଶେଷ ଅଧ୍ୟାୟରେ ୨୦୦୪-୨୦୧୩ ମସିହାର ରାଜନୈତିକ ଚିତ୍ରପଟ ଏବଂ ସବା ଶେଷରେ "ପରିଶିଷ୍ଟ" ମଧ୍ୟ ସଂଯୋଗ ହେଲା । ଏସବୁ ପୂର୍ବରୁ ପ୍ରକାଶ ପାଇନଥିଲା । ଆଜି ଏହି ପୁସ୍ତକ ଆକାରରେ ସେସବୁ ପ୍ରକାଶ ପାଉଛି, "ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩)" ନାଆଁରେ । ଏଥିପାଇଁ "ଆମ ଓଡ଼ିଶା' ପ୍ରକାଶନ ବିଭାଗର ସଂପାଦନାମଣ୍ଡଳୀକୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବୈଷ୍ଣବ ପ୍ରସାଦ ମହାନ୍ତି, ଓଡ଼ିଶା ବିଧାନସଭାର ପୂର୍ବତନ ଗବେଷଣା ଅଧିକାରୀ ରବିନାରାୟଣ ପଲେଇ, ଓଡ଼ିଶା ଅଭିଲେଖାଗାରର ପୂର୍ବତନ ଅଧ୍ୟକ୍ଷା ସବିତା ମିଶ୍ର ପ୍ରମୁଖ ଏହି କାର୍ଯ୍ୟ ନିମନ୍ତେ ମୋତେ ପ୍ରତ୍ୟକ୍ଷ ଭାବରେ ବହୁ ସାହାଯ୍ୟ ଓ ସହଯୋଗ ଦେଇଛନ୍ତି । ସେଥିପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ମୋର ପିତା, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅନନ୍ତ ଚରଣ ନାୟକ ସାଇତି ରଖିଥିବା ଅନେକ ପୁସ୍ତକର ସହାୟତା ଏହି ବହି ପାଇଁ ମୁଁ ନେଇଛି । ଏଣୁ ମୋର ସ୍ୱର୍ଗତ ପିତାଙ୍କ ନିକଟରେ ମୁଁ ଋଣୀ ।

ପୁସ୍ତକଟିକୁ ରାଜନୀତି-ବିଶାରଦ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ଅର୍ପଣ କରି ମୁଁ ନିଜକୁ ଧନ୍ୟ ମନେକରୁଛି । ଆଶା, ପୁସ୍ତକଟି ଛାତ୍ର, ଶିକ୍ଷକ, ଗବେଷକ, ଅଧ୍ୟାପକ, ରାଜନୀତିଜ୍ଞ ଓ ସାଧାରଣ ପାଠକପାଠିକାଙ୍କ ନିକଟରେ ବିଶେଷ ଭାବରେ ଆଦୃତ ହେବ ।

ସ୍ୱାଧୀନତା ଦିବସ, ୨୦୧୩
ମହିମାଗାଦି, ଢେ଼ଙ୍କାନାଳ

ସୂଚିପତ୍ର
୧୯୩୬ର ରାଜନୈତିକ ପୃଷ୍ଠଭୂମି ୦୯
ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର,
ପ୍ରଥମ ବିଧାନସଭା ଓ ପ୍ରଥମ ମନ୍ତ୍ରିମଣ୍ଡଳ ୨୩
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଶାସକଗଣ ୩୦
ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ
ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ ୩୪
ସ୍ୱାଧୀନତା ପୂର୍ବର ଦ୍ୱିତୀୟ ବିଧାନସଭା ଓ ମନ୍ତ୍ରିମଣ୍ଡଳ ୪୩
ଓଡ଼ିଶାର ଗଡ଼ଜାତ ରାଜ୍ୟ ୫୩
ଗଡ଼ଜାତ ମିଶ୍ରଣ ଓ ଷ୍ଟେଟ୍‍ ବିଧାନସଭା ୬୭
ହରେକୃଷ୍ଣ ଦିଲ୍ଲୀ ଗଲେ, ନବକୃଷ୍ଣ ମୁଖ୍ୟମନ୍ତ୍ରୀ ହେଲେ ୭୫
ରାଜ୍ୟପାଳ ଆସଫ୍‍ ଅଲ୍ଲି, ହାଇକୋର୍ଟ ପ୍ରତିଷ୍ଠା ଓ
ପ୍ରଥମ ସ୍ୱାଧୀନତା ଦିବସ ୮୨
ଓଡ଼ିଶାରେ ପ୍ରଥମ ସାଧାରଣ ନିର୍ବାଚନ ୮୯
ନବକୃଷ୍ଣ ଚୌଧୁରୀଙ୍କ ଶାସନକାଳରେ ଓଡ଼ିଶା ୯୯
ନବକୃଷ୍ଣ ଚୌଧୁରୀଙ୍କ ଇସ୍ତଫା ଓ
ଦ୍ୱିତୀୟ ସାଧାରଣ ନିର୍ବାଚନ ୧୧୦
୧୯୫୭ର ଝୁଲା ବିଧାନସଭା ଓ ମିଳିତ ସରକାର ୧୨୪
ମିଳିତ ସରକାରର ପତନ ଓ
୧୯୬୧ ସାଧାରଣ ନିର୍ବାଚନ ୧୩୨
ଯୁବ ନେତୃତ୍ୱରେ ୧୯୬୧ ମସିହା କଂଗ୍ରେସ ମନ୍ତ୍ରିମଣ୍ଡଳ ୧୪୪
ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍‍ ମିତ୍ର ୧୫୪
ମୁଖ୍ୟମନ୍ତ୍ରୀ ଆସନରେ ସଦାଶିବ ତ୍ରିପାଠୀ ୧୬୦
ଚତୁର୍ଥ ସାଧାରଣ ନିର୍ବାଚନ ଓ
ସ୍ୱତନ୍ତ୍ର ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ୧୬୮
ପଞ୍ଚମ ବିଧାନସଭା ଓ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ ୧୮୦
ମୁଖ୍ୟମନ୍ତ୍ରୀ ଆସନରେ ନନ୍ଦିନୀ ଦେବୀ ଓ
୧୯୭୪ର ମଧ୍ୟବର୍ତ୍ତୀ ନିର୍ବାଚନ ୧୯୨
ସପ୍ତମ ରାଜ୍ୟ ବିଧାନସଭା ନିର୍ବାଚନ ଓ
ମୁଖ୍ୟମନ୍ତ୍ରୀ ଆସନରେ ନୀଳମଣି ରାଉତରାୟ ୨୦୭
ଓଡ଼ିଶାରେ ସ୍ଥାୟୀ ସରକାର ଓ
ମୁଖ୍ୟମନ୍ତ୍ରୀ ଆସନରେ ଜାନକୀ ବଲ୍ଲଭ ପଟ୍ଟନାୟକ ୨୨୨
ନବମ ଓଡ଼ିଶା ବିଧାନସଭା :
ଜାନକୀବାବୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ ୨୩୮
ଦଶମ ଓଡ଼ିଶା ବିଧାନସଭା :
୨୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନରେ ବିଜୁବାବୁ ୨୫୪
ଏକାଦଶ ଓଡ଼ିଶା ବିଧାନସଭା:
ଜାନକୀବାବୁ ତୃତୀୟର ମୁଖ୍ୟମନ୍ତ୍ରୀ ୨୬୯
ଦ୍ୱାଦଶ, ତ୍ରୟୋଦଶ ଓ ଚତୁର୍ଦ୍ଦଶ ବିଧାନସଭା :
ମୁଖ୍ୟମନ୍ତ୍ରୀ ଆସନରେ ନବୀନ ପଟ୍ଟନାୟକ ୨୮୮
ନବୀନଙ୍କ ଶାସନ କାଳରେ ଆଞ୍ଚଳିକ ରାଜନୈତିକ ଦଳ ୩୩୩
ପରିଶିଷ୍ଟ-କ: ବ୍ରିଟିଶ-ଉତ୍କଳର କମିଶନରମାନେ ୩୩୮
ପରିଶିଷ୍ଟ-ଖ: ଓଡ଼ିଶାର ରାଜ୍ୟପାଳଗଣ ୩୩୯
ପରିଶିଷ୍ଟ-ଗ: ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଗଣ ୩୪୨
ପରିଶିଷ୍ଟ-ଘ: ଓଡ଼ିଶାର ବାଚସ୍ପତିଗଣ ୩୪୩
ପରିଶିଷ୍ଟ-ଙ: ଓଡ଼ିଶାର ଉପବାଚସ୍ପତିଗଣ ୩୪୪

***

ପ୍ରଥମ ପରିଚ୍ଛେଦ
୧୯୩୬ର ରାଜନୈତିକ ପୃଷ୍ଠଭୂମି

ଆମ ରାଜ୍ୟ ଓଡ଼ିଶା ଏକ ପ୍ରାଚୀନ ରାଜ୍ୟ । ପୂର୍ବେ ଏହାର ନାମ ଥିଲା, 'କଳିଙ୍ଗ' ଓ 'ଉତ୍କଳ' । ଏହାର ଶ୍ରେଷ୍ଠତା ଶାସ୍ତ୍ର-ପୁରାଣମାନଙ୍କରେ ଲିପିବଦ୍ଧ । କପିଳ ସଂହିତାରେ ଲେଖାଯାଇଛି :

ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ଶ୍ରୁତଃ,
ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ ॥

ଏହି ଶ୍ଲୋକର ଅର୍ଥ ସହଜରେ ବୁଝିହେଉଛି । ବର୍ତ୍ତମାନ ଆମ ରାଜ୍ୟର ନାମ ଓଡ଼ିଶା ।

ସେହିପରି କବିବର ରାଧାନାଥ ରାୟ ଉତ୍କଳ ସଂପର୍କରେ ଲେଖିଯାଇଛନ୍ତି-

ଭାରତ ପଙ୍କଜ ଦଳମିଦ ମୁତ୍କଳ ମଣ୍ଡଳମିତି ବିଦିତଂ ଯତ୍‍ ।
ତସ୍ୟ କୃତେ ବୟମତ୍ର ସମେତା ବହିତ୍ରୋତ୍କଳ-ସଂସଦ ।

ମହାଭାରତ ଯୁଦ୍ଧ ପୂର୍ବରୁ ଗୋଦାବରୀ ନଦୀଠାରୁ ଦାମୋଦର ନଦୀ ଓ ମହୋଦଧି ପୁରୀଠାରୁ ପଶ୍ଚିମର ରାଏଗଡ଼ ମଧ୍ୟରେ ଅନେକ କ୍ଷୁଦ୍ର ରାଜ୍ୟ ମୁଣ୍ଡ ଟେକିିଥିଲା । ଦକ୍ଷିଣର ଉପକୂଳ ଅଞ୍ଚଳକୁ ଦକ୍ଷିଣ କଳିଙ୍ଗ; ଉତ୍ତର ଉପକୂଳ ଅଞ୍ଚଳ ଯଥା; ସିଂହଭୂମ, ମୟୂରଭଞ୍ଜ, ମେଦିନପୁର ଓ କଟକକୁ ଉତ୍ତରକଳିଙ୍ଗ, ମଧ୍ୟ ଅଞ୍ଚଳକୁ ମଧ୍ୟ କଳିଙ୍ଗ ବୋଲି କୁହାଯାଉଥିଲା । ସୋନପୁର ଓ ସମ୍ବଲପୁରକୁ କୋଶଳ ରାଜ୍ୟ; କଳାହାଣ୍ଡି, ଜୟପୁର, ବସ୍ତରକୁ ନେଇ ମୂଷିକ ରାଜ୍ୟ ଗଢ଼ି ଉଠିିଲା । କ୍ରମେ ଉତ୍ତର କଳିଙ୍ଗ ଉତ୍କଳିଙ୍ଗ ନାମରେ ପରିଚିତ ହୋଇ ଧୀରେ ଧୀରେ ଉତ୍କଳ ହେଲା । xxx ପ୍ରତାପ ରୁଦ୍ରଙ୍କ ରାଜତ୍ୱକାଳ (୧୪୯୫-୧୫୩୨)ରେ ଏହିସବୁ ଅଞ୍ଚଳ ମିଶି ଉତ୍କଳ ସାମ୍ରାଜ୍ୟ ଗଠିତ ହେଲା । ଏହାର ଶାସକ ହେଲେ ଗଜପତି ରାଜାମାନେ । ଏହା ପରେ ମୋଗଲ, ମରହଟ୍ଟା ଓ ଇଂରେଜ ଶାସନ କାଳରେ ଉତ୍କଳ ଶାସିତ ହୋଇ ଖଣ୍ଡ ବିଖଣ୍ଡିତ ହେଲା ।

ଓଡ଼ିଶାରେ ପଠାଣ ଓ ମୋଗଲ ରାଜତ୍ୱ କାଳ ହେଲା ୧୫୬୮-୧୭୫୧ ଖ୍ରୀଷ୍ଟାବ୍ଦ । ଏହି ସମୟରେ ଉତ୍କଳ ବଙ୍ଗଳାର ନବାବ ଓ ମୋଗଲ ଶାସନାଧୀନ ଥାଇ ବହୁ ଅତ୍ୟାଚାର ଭୋଗ କରୁିଥିଲା । ବିଦ୍ରୋହ ଓ ଯୁଦ୍ଧ ଆଦିରେ ଲିପ୍ତ ହୋଇ ଉତ୍କଳରାଜ୍ୟ ଅନ୍ତଃସାରଶୂନ୍ୟ ହୋଇଗଲା । ୧୫୬୯ ମସିହାରେ ଉତ୍କଳର ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ଘଟିଲା । ଉତ୍କଳ ରାଜସିଂହାସନ ଶୂନ୍ୟ ପଡ଼ିଲା । ଏହାର ସୁବିଧା ଉଠାଇଲେ ମୁକୁନ୍ଦଦେବଙ୍କ ପ୍ରଧାନମନ୍ତ୍ରୀ ଭୋଇ ଜନାର୍ଦ୍ଦନ ବିଦ୍ୟାଧରଙ୍କ ପୁତ୍ର ରମାଇ ରାଉତରା । ସେ ରାମଚନ୍ଦ୍ର ଦେବ ନାମ ଧାରଣ କଲେ । ଆଉ ନିଜକୁ ରାଜବଂଶର ଉତ୍ତରାଧିକାରୀ ଘୋଷଣା କରି ଉତ୍କଳ ସିଂହାସନ ଆରୋହଣ କଲେ । ୧୫୮୦ ମସିହାର କଥା । ସେତେବେଳେ ଦିଲ୍ଲୀ ସମ୍ରାଟ ଥାଆନ୍ତି ଆକବର । ତୋଡର ମଲ୍ଲ ଆକବରଙ୍କ ସେନାପତି । ସେ ପଠାଣମାନଙ୍କ ବିରୁଦ୍ଧରେ ଉତ୍କଳ ଜୟ କରିବା ନିମନ୍ତେ ଆସିଲେ । ରାମଚନ୍ଦ୍ର ଦେବଙ୍କୁ ସେ ରାଜା ବୋଲି ସ୍ୱୀକାର କଲେ । ସ୍ୱୀକାର କରିବା ସହ ରାମଚନ୍ଦ୍ର ଦେବଙ୍କୁ ସମଗ୍ର ଖୋରଧା, ରାହାଙ୍ଗ, ଚବିଶକୁଦ, ସିରାଇ ଓ ଲେମ୍ବାଇ ପ୍ରଗନାମାନ ନିସ୍କର ଭାବରେ ଛାଡ଼ିଦେଲେ । ଏସମସ୍ତ ଅଞ୍ଚଳର ଆୟତନ ଥିଲା ୧୫୪୭ ବର୍ଗମାଇଲ । ଏସବୁ ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳ ଗୁଡ଼ିକ ମୋଗଲମାନଙ୍କ ଶାସନ ଅଧୀନରେ ରହିଲା ।

ତୋଡ଼ରମଲ୍ଲଙ୍କ ଦ୍ୱାରା ୧୫୮୨ ଖ୍ରୀଷ୍ଟାବ୍ଦରେ ଉତ୍କଳରେ ବନ୍ଦୋବସ୍ତ ବା ଜରିବ କାର୍ଯ୍ୟ ସମ୍ପନ୍ନ ହେଲା । ପଠାଣମାନେ ପୁନର୍ବାର ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିିବାରୁ ଦିଲ୍ଲୀ ଆକବରଙ୍କ ଦରବାରର ରାଜା ମାନସିଂହ ୧୫୯୦ ମସିହାରେ ଓଡ଼ିଶା ଆକ୍ରମଣକରି ବିଦ୍ରୋହ ଦମନ କରିବା ସହ ଆହୁରି ୧୨୯ କିଲ୍ଲା ରାମଚନ୍ଦ୍ର ଦେବଙ୍କୁ ପ୍ରଦାନ କଲେ । ଏହା ଛଡ଼ା ୩୦ଟି ଗଡ଼ଜାତ ମଧ୍ୟ ତାଙ୍କ ଅଧୀନରେ ରହିଲା । ମୋଗଲ ଦରବାରରେ ତାଙ୍କୁ ଉଚ୍ଚ ସମ୍ମାନ ପ୍ରଦାନ କରାଗଲା । ସେ 'ମାନ୍‍ସୁବେଦାରୀ' ଉପାଧିରେ ଭୂଷିତ ହୋଇ ମୋଗଲ ସାମ୍ରାଜ୍ୟର କରଦରାଜ୍ୟ ଭାବରେ ରହିଲେ । ମୋଗଲ ରାଜତ୍ୱ କାଳରେ ଓଡ଼ିଆଭାଷା ସାହିତ୍ୟର ଶ୍ରୀବୃଦ୍ଧି ଘଟିଥିଲା । ଏ ଯୁଗର ଓଡ଼ିଆ କବିମାନେ ହେଲେ ଦୀନକୃଷ୍ଣ, ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ ଓ ବିଶ୍ୱନାଥ ଖୁଣ୍ଟିଆ ଆଦି କବି ଓ ପଣ୍ଡିତଗଣ । ଉତ୍କଳର ଶାସନ ଦାୟିତ୍ୱରେ ଯେଉଁ ମୋଗଲ ସୁବେଦାରମାନେ ଥିଲେ, ସେମାନେ ହେଲେ:

ହକିମ ଖାଁ- ୧୬୦୭-୧୧
କଲ୍ୟାଣ ସିଂହ (ତୋଡ଼ରମଲ୍ଲଙ୍କ ପୁତ୍ର) - ୧୬୧୧-୧୭
ମକରମ ଖାଁ - ୧୬୧୭-୨୩
ମିର୍ଜା ଅହମ୍ମଦ ବେଗ୍‍ ଖାଁ - ୧୬୨୩-୨୪
ବାଖର ଖାଁ - ୧୬୨୮-୩୨
ମତାକଦ ଖାଁ - ୧୬୩୨-୪୧
ଶାକଓ୍ୱାଜ ଖାଁ - ୧୬୪୧-୪୨
ମହମ୍ମଦ ଜମନତିହାରାନି ଖାଁ - ୧୬୪୨-୪୫

ମତାକଦ୍‍ ଖାଁ - ୧୬୪୫-୪୮
ଟରନିୟତ ଖାଁ - ୧୬୪୮-୫୬
ଇତ୍‍ସାମ୍‍ ଖାଁ - ୧୬୫୯-୬୦
ଖାନି ଦୁରାନିଖାଁ - ୧୬୬୦-୬୭
ଟରନିୟତ ଖାଁ - ୧୬୬୭-୬୯
ସାଫି ଖାଁ - ୧୬୬୯-୭୬
ନୁରୁଲ ଖାଁ - ୧୬୭୬-୭୮
ତମ୍‍ଗର୍‍ ଖାଁ - ୧୬୭୮-୮୪
ମୁର୍ଶିଦକୁଲି ଖାଁ - ୧୭୦୫-୨୫
ମହମ୍ମଦ ତକିଖାଁ - ୧୭୨୫-୩୪
ମୁର୍ଶିଦ କୁଲିଖାଁ - ୧୭୩୪-୪୧

ମୁର୍ଶିଦକୁଲି ଖାଁଙ୍କର ଜାମାତା ସୁଜାଉଦ୍ଦିନ ମହମ୍ମଦ ୧୭୦୬ ମସିହାରେ ଉତ୍କଳର ନାଏବ ସୁବେଦାର ଭାବରେ ନିଯୁକ୍ତି ପାଇଲେ । ସେ କଟକରେ କଦମରସୁଲ ନିର୍ମାଣ କଲେ । ମରିବା ପରେ ସେଠାରେ ତାଙ୍କୁ କବର ଦିଆଗଲା । ସେ ଓଡ଼ିଶାରେ ସତ୍ୟ ନାରାୟଣ ପାଲା ପ୍ରଚଳନ କରିିବାର ଜଣାଯାଏ । ଏହାଙ୍କ ସମୟରେ ମେଦିନୀପୁର ଜିଲ୍ଲା ଉତ୍କଳରୁ ଅଲଗା ହୋଇ ବଙ୍ଗ ଦେଶରେ ମିଶିଲା । ମୋଗଲ ଶାସନ ସମୟରେ ଉତ୍କଳକୁ ଭୋଇ ବଂଶର ରାଜାମାନେ ଶାସନ କରୁଥିଲେ । ସେମାନେ ହେଲେ, ରାମଚନ୍ଦ୍ର ଦେବ (୧୫୬୮-୧୬୦୦), ରାମଚନ୍ଦ୍ର ଦେବ ପୁରୀ ନିକଟରେ ଷୋଳଶାସନ ବସାଇଥିଲେ । ପୁରୁଷୋତ୍ତମ ଦେବ (୧୬୦୦-୧୬୨୨) । ପୁରୁଷୋତ୍ତମ ଦେବଙ୍କ ସମୟରେ ମୋଗଲ ସୁବେଦାରମାନେ ବହୁ ଅତ୍ୟାଚାର କରୁଥିଲେ । ପୁରୀ ମନ୍ଦିର ଲୁଣ୍ଠନ ବି କରିଥିଲେ । ନରସିଂହ ଦେବ (୧୬୨୨-୧୬୪୬), ଗଙ୍ଗାଧର ଓ ବଳଭଦ୍ର ଦେବ (୧୬୪୬-୧୬୫୫), ମୁକୁନ୍ଦଦେବ (୧୬୫୫-୧୬୯୩), ଦିବ୍ୟସିଂହ ଦେବ (୧୬୯୩-୧୭୨୦), ହରେକୃଷ୍ଣ ଦେବ (୧୭୨୦-୧୭୨୫), ଗୋପୀନାଥ ଦେବ (୧୭୨୫-୧୭୩୨) ରାମଚନ୍ଦ୍ର ଦେବ (୨ୟ) (୧୭୩୨-୧୭୪୩) । ଏହି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ମୋଗଲ ସୁବେଦାର ଭୁବନେଶ୍ୱର ଆକ୍ରମଣ କରିବା ସହ ପୁରୀ ଲୁଣ୍ଠନ କରିିଥିଲେ । ୨ୟ ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି କଟକରେ ରଖି ମୁସଲମାନ ଧର୍ମରେ ଦୀକ୍ଷିତ କରାଇ ମୁର୍ଶିଦ କୁଲିଖାଁଙ୍କ କନ୍ୟାକୁ ବିବାହ ଦେଲେ । ରାମଚନ୍ଦ୍ର ଦେବଙ୍କର ନାମ ପରିବର୍ତ୍ତନ ହେଲା । ସେ ହାଫିଜ କାଦର ବେଗ୍‍ ନାମରେ ପରିଚିତ ହେଲେ । ଫଳରେ ସେ ଶ୍ରୀ ମନ୍ଦିରରେ ପ୍ରବେଶ ସୁବିଧାରୁ ବଞ୍ଚିତ ହେଲେ । ତାଙ୍କ ଦର୍ଶନାର୍ଥେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ସ୍ଥାପିତ ହେଲେ ପତିତପାବନ ମୂର୍ତ୍ତିି ।

ଓଡ଼ିଶାରେ ମରହଟ୍ଟା ଶାସନ : ଓଡ଼ିଶାରେ ମରହଟ୍ଟା ଶାସନର ସମୟ ହେଲା ୧୭୫୧ - ୧୮୦୩ । ମରହଟ୍ଟାମାନେ ଉତ୍କଳର ରାଜସ୍ୱ ଅଧିକାର ଲାଭ କଲେ ୧୭୫୧ ମସିହାରେ ଓ

୧୭୫୭ରେ ଓଡ଼ିଶାର ଶାସନଭାର ଗ୍ରହଣ କଲେ । ମରହଟ୍ଟା ମାନଙ୍କର ଶାସନ ମୁଖ୍ୟକୁ ସୁବେଦାର ବୋଲି କୁହାଯାଉଥିଲା । ଓଡ଼ିଶାର ପ୍ରଥମ ସୁବେଦାର ଥିଲେ ଶିଓଭଟ୍ଟ ସାମନ୍ତରାଓ । ସେ ୧୭୫୭- ୧୭୬୫ ଯାଏ ଓଡ଼ିଶା ଶାସନ ଦାୟିତ୍ୱ ବହନ କରିିଥିଲେ । ଏହି ସମୟରେ ସେ ୧୭୬୨ ମସିହାରେ ଓଡ଼ିଶାରେ ବନ୍ଦୋବସ୍ତ କାର୍ଯ୍ୟକରି ନୂତନ କର ଧାର୍ଯ୍ୟ କଲେ । ଏହାଙ୍କ ପରେ ବିମନାସାହୁ ଓ ଉଦୟ ପୁରୀ ସୁବେଦାର ହୋଇଥିଲେ । ଏମାନଙ୍କ ପରେ ଭବାନୀ ପଣ୍ଡିତ ଓଡ଼ିଶାର ସୁବେଦାର ହୋଇଆସିଲେ । ସେ ଆସିଲା ବେଳେ ସାଙ୍ଗରେ ଆଣିିଲେ ଅନେକ ସୈନ୍ୟ ସାମନ୍ତ । ଏହି ସୈନ୍ୟ ସାମନ୍ତମାନେ ଉତ୍କଳରେ ନାନା ଅତ୍ୟାଚାର କରିଥିଲେ । ତାହା ଲୋକମାନେ ଭୁଲିପାରି ନାହାନ୍ତି । ଏହାକୁ କୁହାଯାଏ ବର୍ଗୀ ଅତ୍ୟାଚାର । ଭବାନୀ ପଣ୍ଡିତ ଉତ୍କଳର ସୁବେଦାର ଥିଲେ ୧୭୬୮ ମସିହାଯାଏ । ତାଙ୍କ ପରର ମରହଟ୍ଟା ସୁବେଦାର ମାନେ ହେଲେ :

ଶମ୍ଭୁଜୀ ଗଣେଶ- ୧୭୬୮-୭୧
ବାବାଜୀ ନାୟକ - ୧୭୭୧-୭୩
ମାଧୋଜୀ ହରି - ୧୭୭୩-୭୫
ବାବାଜୀ ନାୟକ - ୧୭୭୫
ମାଧୋଜୀ ହରି - ୧୭୭୫-୭୮
ରାଜାରାମ ପଣ୍ଡିତ,
ସଦାଶିବ ରାଓ, ୧୭୮୨-୧୮୦୩ ।
ଲଙ୍କାଜୀ ଶୁକଦେବ
ବାଲାଜୀ କଞ୍ଜୀ

ମରହଟ୍ଟା ଅମଳରେ କବି ଅଭିମନ୍ୟୁ ସାମନ୍ତସିଂହାର, ଭୀମାଧୀବର ଓ ଅଚ୍ୟୁତାନନ୍ଦ ଦାସ ଆଦି ପ୍ରସିଦ୍ଧ କବିମାନେ ଓଡ଼ିଆ ଭାଷା ସାହିତ୍ୟର ବିଶେଷ ଉନ୍ନତି ଘଟାଇଥିଲେ । ମରହଟ୍ଟା ସୁବେଦାର ରାଜାରାମଙ୍କ ହାତରୁ ଇଂରେଜମାନେ ୧୮୦୩ ମସିହା ଅକ୍ଟୋବର ୪ ତାରିଖରେ ଓଡ଼ିଶା ଶାସନ ଭାର ଗ୍ରହଣ କଲେ ।

ଓଡ଼ିଶାରେ ଇଂରେଜ ଶାସନ :

ମରହଟ୍ଟାମାନଙ୍କ ହାତରୁ ଇଂରେଜମାନେ ଓଡ଼ିଶା ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ସଙ୍ଗେ ସଙ୍ଗେ ବୌଦ୍ଧ, ଦଶପଲ୍ଲା, ସୋନପୁର ଓ ଅନୁଗୋଳର ରାଜାମାନେ ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କଲେ । ଉତ୍କଳ ଅଧିକାର କରି ଇଂରେଜମାନେ ଜଣେ କମିଶନର ନିଯୁକ୍ତି କଲେ । ଉତ୍କଳର ଶାସନ ସୁବିଧା ପାଇଁ ଏହାକୁ ଦୁଇଟି ଜିଲ୍ଲାରେ ପରିଣତ କଲେ । ଦୁଇଜଣ ଜଜ୍‍ ମାଜିଷ୍ଟ୍ରେଟଙ୍କ ହାତରେ ଏହି ଜିଲ୍ଲା ଦୁଇଟିର ଶାସନ ଦାୟିତ୍ୱ ଅର୍ପଣ କରାଗଲା । ୧୮୦୫ରେ ଆଉ ଗୋଟିଏ ଜିଲ୍ଲା ସୃଷ୍ଟି ହେଲା । ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟ ଏହି ଜିଲ୍ଲାଗୁଡ଼ିକ ଅଧୀନରେ

ରହିଲା । ତିନୋଟି ଯାକ ଜିଲ୍ଲା ହେଲା କଟକ, ପୁରୀ ଓ ବାଲେଶ୍ୱର । ୧୮୪୦ରେ ଇଂରେଜମାନଙ୍କ ବିରୁଦ୍ଧରେ ବାଙ୍କି ରାଜା ବିଦ୍ରୋହ କଲେ । ୧୮୪୭ରେ ଅନୁଗୁଳ ରାଜା ବିଦ୍ରୋହ କଲେ । ଫଳରେ ଏଇ ଦୁଇରାଜ୍ୟକୁ ଇଂରେଜମାନେ ଖାସ କରି ସେମାନଙ୍କ ଶାସନ ପରିସରକୁ ଆଣିଲେ । ୧୮୪୯ରେ ସମ୍ବଲପୁର ରାଜା ନିଃସନ୍ତାନ ହୋଇ ପ୍ରାଣ ତ୍ୟାଗ କରିବାରୁ ସମ୍ବଲପୁର ଖାସ୍‍ ହେଲା । ୧୮୬୦ରେ ସମ୍ବଲପୁର ଓଡ଼ିଶା ସହିତ ମିଶିଲା । ୧୯୦୫ ମସିହାରେ ଅନ୍ୟ କେତୋଟି ଗଡ଼ଜାତର ମଧ୍ୟ ଓଡ଼ିଶା ସହ ମିଶ୍ରଣ ଘଟିଲା । ୧୮୫୪ ମସିହାଠାରୁ ୧୯୩୬ ମସିହା ଯାଏ ଇଂରେଜ ଶାସନର ଓଡ଼ିଶା କମିଶନରମାନଙ୍କ ନାମ ତାଲିକା ପରିଶିଷ୍ଟ 'କ'ରେ ଦିଆଯାଇଛି ।

ଉତ୍କଳର ଅଙ୍ଗଚ୍ଛେଦ :

ଅନଙ୍ଗଭୀମ ଦେବ ତାଙ୍କ ଶାସନକାଳ (୧୧୯୦-୧୨୦୨)ରେ ଉତ୍କଳକୁ ଜରିବ କରାଇଥିଲେ । ସେତେବେଳେ ଉତ୍କଳର ସୀମାଥିଲା ହୁଗୁଳୀ ଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ । ମୁସଲମାନ ଶାସନ କାଳରେ ୧୫୯୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ପ୍ରଥମ ଅଙ୍ଗଚ୍ଛେଦ ହେଲା । ଆକବରଙ୍କ ମନ୍ତ୍ରୀମାନେ ହୁଗୁଳୀ ଏବଂ ଉତ୍କଳର ୧୦ଟି ମାହାଲ ଉତ୍କଳରୁ ନେଇଯାଇ ବଙ୍ଗଦେଶରେ ମିଶାଇ ଦେଲେ । ଉତ୍କଳର ପଶ୍ଚିମରେ ଥିବା ବିଶିନପୁର ଠାରୁ କଳାହାଣ୍ଡି, ଜୟପୁର, ବସ୍ତରକୁ ନେଇ ଏକ ଅଲଗା ତଉଜି ଗଠନ କଲେ । ରାଜମହେନ୍ଦ୍ରୀ, ଟିକାଲି, ରଘୁନାଥପୁର ଠାରୁ ଦକ୍ଷିଣ କଳିଙ୍ଗରାଜ୍ୟ, ଗୋଲକୁଣ୍ଡାର ମୁସଲମାନ ନବାବମାନେ ଉତ୍କଳରୁ ଅଲଗା କରିଦେଲେ । ୧୭୨୬ ଖ୍ରୀଷ୍ଟାବ୍ଦର କଥା । ହାଇଦ୍ରାବାଦ ନିଜାମଙ୍କ କର୍ମଚାରୀମାନେ ଗଞ୍ଜାମର କ୍ଷମତାଶାଳୀ ଜମିଦାରଙ୍କ ସହ ଷଡ଼ଯନ୍ତ୍ର କରି ଚିଲିକା ଠାରୁ ସମଗ୍ର ଦକ୍ଷିଣ ଉତ୍କଳକୁ କାଢ଼ି ନେଲେ । ଏହାପରେ ନବାବ ସୁଜାଉଦ୍ଦିନ ମହମ୍ମଦ ଖାଁ ପଟାସପୁର ପ୍ରଗଣା ବ୍ୟତୀତ ସମଗ୍ର ଜଳେଶ୍ୱର ତଉଜିକୁ ଅର୍ଥାତ୍ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ ମୁର୍ଶୀଦାବାଦ ସହ ମିଶାଇଦେଲେ । ଉତ୍କଳର ସୀମା ଖୁବ୍‍ ଛୋଟ ହୋଇଗଲା । ଉତ୍ତରରେ ପଟାସପୁର ଓ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ, ଦକ୍ଷିଣରେ ଚିଲିକା ପର୍ଯ୍ୟନ୍ତ, ପୂର୍ବରେ ସମୁଦ୍ର ଓ ପଶ୍ଚିମରେ ବଡ଼ମୂଳ ଘାଟି ପର୍ଯ୍ୟନ୍ତ ଉତ୍କଳର ସୀମା ରହିଲା ।

୧୭୫୧ ମସିହାରେ ଆଲିବର୍ଦ୍ଦିଖାଁଙ୍କ ସହ ମରହଟ୍ଟା ମାନଙ୍କର ସନ୍ଧିହେଲା । ସନ୍ଧି ପରେ ଏହି ସୀମା ବିଶିଷ୍ଟ ଉତ୍କଳ ପ୍ରଦେଶକୁ ମୋଗଲମାନେ ମରହଟ୍ଟାମାନଙ୍କୁ ହସ୍ତାନ୍ତର କଲେ । ସେହି ସନ୍ଧି ବଳରେ ସୁବର୍ଣ୍ଣରେଖା ନଦୀ ଉତ୍କଳ ଓ ବଙ୍ଗଦେଶର ସୀମା ଭାବରେ ସ୍ଥିରୀକୃତ ହେଲା । ଏହିପରି ଉତ୍କଳର ଅଙ୍ଗଚ୍ଛେଦ ହୋଇଛି ।

ଇଂରେଜ ଶାସନ କାଳରେ ଦକ୍ଷିଣ ମେଦିନୀପୁର ଉତ୍କଳରେ ଥିଲା । ୧୯୦୫ରେ ଲର୍ଡ କର୍ଜନଙ୍କ ଶାସନ କାଳରେ କଳାହାଣ୍ଡି, ପାଟଣା, ସୋନପୁର, ରେଢ଼ାଖୋଲ, ଗାଙ୍ଗପୁର, ବାମଣ୍ଡା ଓ ବଣେଇ ଆଦି ଗଡଜାତ ରାଜ୍ୟ ମଧ୍ୟପ୍ରଦେଶ ଓ ଛୋଟନାଗପୁର ଆସି ଓଡ଼ିଶାରେ ମିଶିଲା ।

ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ପ୍ରୟାସ :

୧୮୮୧ ମସିହାରେ ମଧୁବାବୁ କଲିକତାରୁ କଟକ ଫେରି ଆସିଲେ । ପତ୍ନୀ ବିୟୋଗଜନିତ ଦୁଃଖରେ ସେ ଥା'ନ୍ତି ଉଦାସୀନ । କଟକ ସହରର ଡଗରପଡ଼ା ଅନ୍ତର୍ଗତ ବିହାରୀବାଗଠାରେ ସେ ଅବସ୍ଥାନ କଲେ । ଏଇଠି ରହି ସେ ଆରମ୍ଭ କଲେ ଓକିଲାତି ବ୍ୟବସାୟ । ଏହି ସମୟରେ ମଧୁବାବୁଙ୍କ ପାଖରେ ଆସି ପହଞ୍ଚିଲେ ସିଂହଭୂମ, ସମ୍ବଲପୁର ଓ ଅନ୍ୟାନ୍ୟ ବିଚ୍ଛିନ୍ନାଞ୍ଚଳର ଅନେକ ମେଧାବୀ ତ‌ଥା ଦେଶ ପ୍ରେମୀ ଛାତ୍ର । ଏମାନଙ୍କୁ ନେଇ ମଧୁବାବୁ ଗଠନ କଲେ 'ଓଡ଼ିଶା ୟଙ୍ଗ୍‌ମେନସ୍‍ ଆସୋସିଏସନ୍‍' । ଓଡ଼ିଆରେ ଏହି ଅନୁଷ୍ଠାନର ନାମ ହେଲା 'ଓଡ଼ିଶା ଯୁବକ ସଂଘ' । ଏହି ଅନୁଷ୍ଠାନ ତରଫରୁ ଗଠନ କରାଗଲା ଏକ ପାଠାଗାର । ଦେଶ-ବିଦେଶର ପତ୍ର-ପତ୍ରିକା ଏଠାକୁ ଆସିଲା । ସଭ୍ୟମାନେ ଏ ସବୁକୁ ପଠନ କରିବା ନିମନ୍ତେ ମଧୁବାବୁ ଜୋର୍‍ ଦେଲେ । ଯାହା ଫଳରେ କି ସଭ୍ୟମାନେ ଦେଶ ବିଦେଶ ସଂପର୍କରେ ସମ୍ୟକ୍‍ ଧାରଣା ପାଇବା ପାଇଁ ସକ୍ଷମ ହେଲେ । ସେମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିଲା । ମନରୁ ସଂକୀର୍ଣ୍ଣତା ଦୂର ହେଲା ।

ଓଡ଼ିଶା ଆସୋସିଏସନ୍‍ ବା ଉତ୍କଳ ସଭା :

ଧୀରେଧୀରେ ଏହି ଅନୁଷ୍ଠାନ ସହ ବିଚିତ୍ରାନନ୍ଦ ଦାସ, ଭୁବନାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଅଭିରାମ ଭଞ୍ଜ ଓ ପାରେଶ୍ୱର ମହାନ୍ତି ଆଦି ବିଶିଷ୍ଟ ବ୍ୟକ୍ତି ଜଡ଼ିତ ହୋଇ ସଭ୍ୟ ପଦ ଗ୍ରହଣ କଲେ । ଏହା ପରେ ୧୮୮୨ ମସିହା ଅଗଷ୍ଟ ଷୋହଳ ତାରିଖରେ ମଧୁବାବୁଙ୍କ ଆବାହନକ୍ରମେ କଟକ ପ୍ରିଣ୍ଟିଙ୍ଗ୍‍ କମ୍ପାନୀ କୋଠାରେ ଓଡ଼ିଶାର ପ୍ରଥମ ବିଦ୍ଧିବଦ୍ଧ ସମ୍ବାଦପତ୍ର 'ଉତ୍କଳ ଦୀପିକା'ର ସଂପାଦକ ଗୌରୀଶଙ୍କର ରାୟଙ୍କ ସାହାଯ୍ୟ ସହଯୋଗକ୍ରମେ ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ 'ଉତ୍କଳ ସଭା' ବା 'ଓଡ଼ିଆ ଆସୋସିଏସନ୍‍' ପ୍ରତିଷ୍ଠା ହେଲା । ଓଡ଼ିଆମାନଙ୍କର ସର୍ବବିଧ ହିତକର କାର୍ଯ୍ୟକରିବା ହେଲା ଏହି ସଭାର ଉଦ୍ଦେଶ୍ୟ । ବାବୁ ବିହାରୀଲାଲ୍‍ ପଣ୍ଡିତଙ୍କ ପ୍ରସ୍ତାବମତେ ଓ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଉତ୍କଳ ସଭାର ସଭାପତି ଭାବରେ ଚୌଧୁରୀ କାଶୀନାଥ ଦାସ, ସହକାରୀ ସଭାପତି ଭାବରେ ନନ୍ଦକିଶୋର ଦାସ ଓ ହାଜୀ ଅବ୍‍ଦୁଲ୍‍ ରହମାନ୍‍ ଏବଂ ସଂପାଦକ ଭାବରେ ଗୌରୀଶଙ୍କର ରାୟ ମନୋନୀତ ହେଲେ । ମଧୁସୂଦନଙ୍କ ବ୍ୟତୀତ ଉତ୍କଳସଭା କ'ଣ ସମ୍ଭବ ? ଏଣୁ ମଧୁସୂଦନଙ୍କୁ ସହକାରୀ ସଭାପତି ବା ସଂପାଦକ ରୂପେ ରଖିବାପାଇଁ ଗୌରୀଶଙ୍କର ରାୟ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିବାପାଇଁ ଉଠୁଥିବା ବେଳେ ମଧୁସୂଦନ ବାରଣ କଲେ । କହିଲେ, 'ଆରମ୍ଭରୁ ଅନୁଷ୍ଠାନର କର୍ମକର୍ତ୍ତା ହୋଇ ରହିଲେ ଅନେକେ ନାନାକଥା ଉଠାଇ ପାରନ୍ତି । ଅକାରଣରେ ଅନୁଷ୍ଠାନର ବିରୋଧକରି ବସିବେ । ଫଳରେ ଉତ୍କଳ ସଭାର ଲାଭ ପରିବର୍ତ୍ତେ ବହୁତ କ୍ଷତି ହେବାର ଆଶଙ୍କା ଅଛି । ଏଣୁ ନେପଥ୍ୟରେ ରହିବା ସବୁଠାରୁ ଭଲ । ଗଛର ଚେର ସମସ୍ତଙ୍କ ଅଜାଣତରେ ସବୁବେଳେ ଥାଏ ମାଟିତଳେ ।'

ମଧୁସୂଦନ ଦାସ ଏହି ସଭାରେ କେବଳ ଧନ୍ୟବାଦ ପ୍ରଦାନ କରିିଥିଲେ ।

୧୮୮୫ ମସିହାର କଥା । ଏହି ବର୍ଷ ନଭେମ୍ବର ୧୮ ତାରିଖ ଦିନ ସେସମୟର ବଙ୍ଗପ୍ରଦେଶ (ବିହାର, ଓଡ଼ିଶା, ବଙ୍ଗ ଓ ଆସାମ)ର ଛୋଟଲାଟ୍‍ (ଲେଫଟ୍‍ନାଣ୍ଟ ଗଭର୍ଣ୍ଣର) ସାର ରିଚାର୍ଡସ ଟମସନ୍‍ ପରିଦର୍ଶନରେ ଆସିିଥିଲେ କଟକ ସହରକୁ । ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ନିମନ୍ତେ ଏକ ସ୍ମାରକପତ୍ର ଲାଟସାହେବଙ୍କୁ ଉତ୍କଳ ସଭା ପକ୍ଷରୁ ପ୍ରଦାନ କରାଯାଇଥିଲା । ଏଥିରେ ମଧୁବାବୁ ମୁଖ୍ୟ ଅଂଶ ଗ୍ରହଣକରି ଲାଟ୍‍ଙ୍କ ଦରବାରରେ ସ୍ମାରକପତ୍ରଟିକୁ ପାଠ କରିଥିଲେ । ୧୮୮୮ ମସିହା ନଭେମ୍ବର ୨୪ ତାରିଖରେ ବଙ୍ଗଳାର ଲାଟ୍‍ସାହେବ ଷ୍ଟୁଆର୍ଟ ବେଲି (Bailey) କଟକ ପରିଦର୍ଶନରେ ଆସିିଥିବା କାଳରେ ତାଙ୍କ ଦରବାର ସଭାରେ ଉତ୍କଳସଭା ତରଫରୁ ଦେଶ ମିଶ୍ରଣ ଦାବିର ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

୧୮୯୫ରେ ସମ୍ବଲପୁର ଜିଲ୍ଲାର କୋର୍ଟ କଚେରିରୁ ଓଡ଼ିଆ ଭାଷାକୁ ଉଠାଇ ହିନ୍ଦୀ ଭାଷା ପ୍ରଚଳନ ନିମନ୍ତେ ମଧ୍ୟପ୍ରଦେଶର ଚିଫ୍‍ କମିଶନର ସାର୍‍ ଜନ୍‍ ଉଡ଼ବର୍ଣ୍ଣ ଦେଇିବା ପ୍ରସ୍ତାବ ବିରୁଦ୍ଧରେ ଓଡ଼ିଆମାନେ ସଭା ସମିତି କଲେ । ପତ୍ରପତ୍ରିକାରେ ଏହି ପ୍ରସ୍ତାବର ବିରୋଧ କରାଗଲା । ଜୁନ୍‍ ୨୦ ତାରିଖରେ କଟକଠାରେ ଉତ୍କଳସଭା ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଲା । ସର୍ବସମ୍ମତି କ୍ରମେ ବଡ଼ଲାଟ ଏଲ୍‌ଗିନ୍‌ଙ୍କ ପାଖକୁ ପଠାଗଲା ଏକ ସ୍ମାରକପତ୍ର । ଏହି ସ୍ମାରକପତ୍ରରେ ପ୍ରସ୍ତାବ ଉଲ୍ଲେଖ ହେଲା, ସମ୍ବଲପୁରକୁ ଓଡ଼ିଶା ଡିଭିଜନ ସହ ମିଶାଇ ଦେବାପାଇଁ । ଏହି ପ୍ରସଙ୍ଗରେ ମଧୁବାବୁ ଓଡ଼ିଶା କମିଶନର କୁକ୍‍ ସାହେବଙ୍କୁ ଭେଟି ସମସ୍ତ ଉପାନ୍ତ ଓଡ଼ିଆ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇ ଦେବାପାଇଁ ଅନୁରୋଧ କଲେ । କୁକ୍‍ ସାହେବ ଏହି ପ୍ରସ୍ତାବକୁ ସମର୍ଥନ କରି ଏକ ପ୍ରସ୍ତାବ ବଙ୍ଗ ସରକାରଙ୍କୁ ପଠାଇଦେଲେ ।

୧୮୯୭ରେ ମଧୁବାବୁ ପ୍ରଥମଥର ପାଇଁ ବିଲାତ ଯାଇ ଭାରତ ସଚିିବ ଲର୍ଡ ଜର୍ଜ ହାମିଲ୍‍ଟନ୍‍ଙ୍କୁ ଭେଟି ଓଡ଼ିଶା ଦେଶ ମିଶ୍ରଣର ଏକ ପ୍ରସ୍ତାବ ଛପା ପୁସ୍ତିକା ଆକାରରେ ପ୍ରଦାନ କଲେ । ୧୯୦୦ରେ ସିମ୍‍ଳାଠାରେ ମଧୁବାବୁ ବଡ଼ଲାଟ ଲର୍ଡ କର୍ଜନଙ୍କୁ ଭେଟି ଓଡ଼ିଶାର ସମସ୍ୟା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଦେଲେ । ସେହିବର୍ଷ ଡିସେମ୍ବର ୧୬ ତାରିଖରେ ବଡ଼ଲାଟ କର୍ଜନ ଓଡ଼ିଶା ଆସିଲେ କେବଳ ମଧୁବାବୁଙ୍କ ସହ ସାକ୍ଷାତ ଆଲୋଚନା ପାଇଁ । ସେ ମଧୁବାବୁଙ୍କ ବାକ୍‍ଚାତୁରୀ ଓ ବ୍ୟବହାରରେ ହୋଇଯାଇିଲେ ଅତ୍ୟନ୍ତ ମୁଗ୍ଧ ।

ଉତ୍କଳ ସମ୍ମିଳନୀର ଜନ୍ମ :

୧୯୦୧ ମସିହାର କଥା । ସେହିବର୍ଷ ସେପ୍ଟେମ୍ବର ମାସରେ ସପ୍ତମ ଏଡ଼ଓ୍ୱାର୍ଡଙ୍କ ଅଭିଷେକ ଉତ୍ସବ ଦିଲ୍ଲୀଠାରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥାଏ । ଏହି ଉତ୍ସବରେ ଯୋଗ ଦେବା ନିମନ୍ତେ ଭାରତବର୍ଷର ବିଭିନ୍ନ ରାଜା ଓ ଜମିଦାରମାନଙ୍କୁ ନିମନ୍ତ୍ରଣ କରାଯାଇ ଥାଏ । ଖଲ୍ଲିକୋଟର ରାଜା ସାହେବ ହରିହର ମର୍ଦ୍ଦରାଜ ଦେଓ ଓ ଅନ୍ୟମାନଙ୍କ ପରି ଏହି ସମ୍ମିଳନୀରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ ପାଇଲେ । ଦିଲ୍ଲୀ ଯିବାପାଇଁ ରାଜାସାହେବ ତାଙ୍କ ଶୁଭେଚ୍ଛୁମ।ନଙ୍କ ସହ ପରାମର୍ଶ

ଓ ମନ୍ତ୍ରଣାରେ ଲାଗି ପଡ଼ିଲେ । ତାଙ୍କର ଏହି ଶୁଭେଚ୍ଛୁମାନଙ୍କ ଭିତରେ ଥିଲେ ଗଞ୍ଜାମର ଅନ୍ୟତମ ଶିକ୍ଷିତ ତ‌ଥା ସରକାରୀ କର୍ମଚାରୀ ନରସିଂହ ଦାସ । ରାଜା ନରସିଂହବାବୁଙ୍କୁ ଖୁବ୍‍ ଭଲ ପାଉଥିଲେ । ଅନେକ କଥାରେ ରାଜା ତାଙ୍କର ପରାମର୍ଶ ଲୋଡ଼ନ୍ତି । ଦିଲ୍ଲୀ ଯିବାର ସମସ୍ତ ଆୟୋଜନ ହେଲା । ଏଥିପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ଅଟକଳ ହେଲା । ଏତେଗୁଡ଼ିଏ ଟଙ୍କା ରାଜକୋଷରୁ ବ୍ୟୟ ହୋଇଯିବ ! ଏକା ନରସିଂହ ଦାସଙ୍କ ମନକୁ ପାଇଲା ନାହିଁ । କିନ୍ତୁ ସେ ରାଜାଙ୍କୁ ମୁହଁଖୋଲି କିଛି କହି ପାରିଲେ ନାହିଁ । କାଳେ ରାଜା ତାଙ୍କୁ ଖରାପ ଭାବିବେ । ତ‌ଥାପି ନରସିଂହ ଦାସେ ଓରଉଣ୍ଡି ନାନା ଭାବରେ ରାଜାଙ୍କ ସହ ଆଳାପ ଆଲୋଚନା ଓ ଯୁକ୍ତିତର୍କ କରି ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରୁ ରାଜାଙ୍କୁ ବିରତ କରି ଦେଲେ । ସେ ରାଜାଙ୍କୁ ବିନୟ ସହକାରେ ବୁଝାଇ ସୁଝାଇ କହିଲେ- "ତିରିଶ ହଜାର ଟଙ୍କା ଖର୍ଚ୍ଚ ହେବ; ଅଥଚ ଆପଣ ଯେଉଁ ଜମିଦାରକୁ ସେଇ ଜମିଦାର ହୋଇ ରହିବେ । ବରଂ ବିଭିନ୍ନ ପ୍ରଦେଶରେ ରହିିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାରେ ଏହି ଟଙ୍କାକୁ ବ୍ୟୟକଲେ ଓଡ଼ିଆ ଜାତିର ଲୁପ୍ତ ଗୌରବ ଉଦ୍ଧାର ହେବା ସଙ୍ଗେ ସଙ୍ଗେ ରାଜା ହରିହର ମର୍ଦ୍ଦରାଜ ଦେଓ ଙ୍କ ନାମ ଚିରଦିନ ପାଇଁ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।"

ନରସିଂହ ଦାସଙ୍କ ଏହି ଯଥାର୍ଥ ଯୁକ୍ତି ରଜା ହରିହର ମର୍ଦ୍ଦରାଜ ଦେଓଙ୍କ ମନକୁ ବେଶ୍‍ ସ୍ପର୍ଶ କଲା । ତାଙ୍କ ମନରେ ଦେଖାଦେଲା ଘୋର ପରିବର୍ତ୍ତନ । ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ର କରିବାପାଇଁ ସେ ମନପ୍ରାଣ ଢାଳିଦେଲେ । ଦିଲ୍ଲୀ ଗସ୍ତକୁ ବାତିଲ୍ କରିଦେଲେ । ଦୈବଯୋଗକୁ ଏହି ସମୟରେ ବାମଣ୍ଡା ରାଜା ବାସୁଦେବ ସୁଢ଼ଳ ଦେବଙ୍କ ସହ ମନୋମାଳିନ୍ୟ ଘଟାଇ ଖଲିକୋଟଠାରେ ଆସି ପହଞ୍ଚିଥିଲେ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଓ ସଂପାଦକ ନୀଳମଣି ବିଦ୍ୟାରତ୍ନ । ୧୯୦୨ ମସିହା ଏପ୍ରିଲ୍ ମାସରେ ରମ୍ଭା ରାଜପ୍ରାସାଦଠାରେ ଗଞ୍ଜାମ ସମ୍ମିଳନୀ ନାମରେ ଏକ ବିରାଟ ସଭାର ଆୟୋଜନ କରାଗଲା । ଉତ୍କଳର ବିଭିନ୍ନ ସ୍ଥାନର ନେତୃ ସ୍ଥାନୀୟ ବ୍ୟକ୍ତି ମାନଙ୍କୁ ଏହିସଭାରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଗଲା । ସେହି ସମୟରେ ମଧୁସୂଦନ ଥିଲେ କଲିକତାରେ । ଏହି ସମ୍ମିଳନୀରେ ଆସି ଯୋଗଦାନ କରିବା

ନିମନ୍ତେ ତାଙ୍କୁ ଟେଲିଗ୍ରାମ କରାଗଲା । ମଧୁବାବୁ ଆସିଲେ । ଏହି ସମ୍ମିଳନୀ ଆୟୋଜନ କରିିବାରୁ ସେ ପ୍ରଥମେ ରାଜା ହରିହର ମର୍ଦ୍ଦରାଜ ଓ ନୀଳମଣି ବିଦ୍ୟାରତ୍ନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କଲେ ।

ଏହି ସମ୍ମିଳନୀରେ ଉତ୍କଳର ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିିଲେ ସେମାନଙ୍କ ମଧ୍ୟରେ ଶଶିଭୂଷଣ ରାୟ, ଗୋପାଳ ଚନ୍ଦ୍ର ପ୍ରହରାଜ, ବିଶ୍ୱନାଥ କର ଓ ପୁରୀର ମୁକ୍ତାର ରାମଚନ୍ଦ୍ର ଦାସ ଆଦି ଅନ୍ୟତମ । ଗୋପବନ୍ଧୁ ଦାସ ଜଣେ ତରୁଣ ଛାତ୍ର ଥିବାରୁ ସେ ଜଣେ ସ୍ୱେଚ୍ଛାସେବୀ ଭ।ବରେ ଏହି ସମ୍ମିଳନୀରେ ଯୋଗଦାନ କରିିଥିଲେ । ଗଞ୍ଜାମର ସର୍ବପ୍ରଥମ ବି.ଏ. ଡିଗ୍ରୀଧାରୀ ଶ୍ୟାମସୁନ୍ଦର ରାଜଗୁରୁ ଏହି ସମ୍ମିଳନୀରେ ସଭାପତିତ୍ୱ କରିିଥିଲେ । ପୂର୍ବରୁ ମଧୁବାବୁ କଟକଠାରେ ଗଠନ କରିିଥିବା 'ଓଡ଼ିଆ ଆସୋସିଏସନ୍‍' ବା ଉତ୍କଳ ସଭାକୁ ଏହି ଅନୁଷ୍ଠାନ ସହ ମିଶାଇ ଦେଇ ନୂତନ ଅନୁଷ୍ଠାନର ନାମ ରଖିଲେ, 'ଉତ୍କଳ ସମ୍ମିଳନୀ' । ଉତ୍କଳ ସମ୍ମିଳନୀର ପ୍ରଥମ ସଂପାଦକ ହେଲେ ବ୍ରହ୍ମପୁରର ଓକିଲ ପର୍ଶୁରାମ ପାତ୍ର । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକଠାରେ ଅନୁଷ୍ଠିତ ହେବାପାଇଁ ଏହି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଗଲା । ଏହିପରି ଭାବରେ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ଉଦ୍ୟମରେ ରମ୍ଭା ରାଜପ୍ରାସାଦଠାରେ ଉତ୍କଳ ସମ୍ମିଳନୀର ବୀଜବପନ ହୋଇଥିଲା ।

ରାଜା ହରିହର ମର୍ଦ୍ଦରାଜଙ୍କ ଅର୍ଥ ସାହାଯ୍ୟରେ ୧୯୦୨ ମସିହା ଜୁନ୍‍ ମାସରେ 'ପ୍ରଜାବନ୍ଧୁ' ନାମରେ ଏକ ସାପ୍ତାହିକ ପତ୍ରିକା ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶ ପାଇଲା । 'ପ୍ରଜାବନ୍ଧୁ' ହେଲା ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ଆନ୍ଦୋଳନରେ ମୁଖପତ୍ର । ଏହି ପତ୍ରିକା ପ୍ରକାଶ ପାଇଁ ରାଜା ହରିହର ରମ୍ଭାଠାରେ ପ୍ରତିଷ୍ଠା କଲେ ଏକ ସ୍ୱତନ୍ତ୍ର ପ୍ରେସ୍‍ ।

ଉତ୍କଳ ସମ୍ମିଳନୀର ଭିତ୍ତି ପ୍ରଦାନ :

କଟକ ସହରର ଲାଲବାଗ୍‍ କୋଠି ପରିସରରେ ସମ୍ରାଟ ସପ୍ତମ ଏଡଓ୍ୱାର୍ଡଙ୍କର ଅଭିଷେକ ଉତ୍ସବ ୧୯୦୩ ଜାନୁଆରି ୨ ତାରିଖରେ ମହା ସମାରୋହରେ ପାଳିତ ହେଲା । ଏହି ଉପଲକ୍ଷେ ଆୟୋଜିତ ହେଲା ଦରବାର । ଏହି ଉତ୍ସବରେ ଓଡ଼ିଶାର ରାଜା ମହାରାଜା, ଜମିଦାରୀ ଇଲାକାର ଜମିଦାର ଓ ଓଡ଼ିଶାର ଅନେକ ବିଶିଷ୍ଟ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହୋଇ

ଯୋଗଦାନ କଲେ । କଟକରେ ଏମାନଙ୍କ ଉପସ୍ଥିତିର ସୁଯୋଗ ନେବାପାଇଁ ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ଶ୍ରୀକରଣ ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକ ପ୍ରମୁଖ ନେତାମାନେ ଉଦ୍ୟମ କଲେ । ଫଳରେ ତା ୬-୧-୧୯୦୩ ତାରିଖରେ ମଧୁସୂଦନ ଦାସଙ୍କ କୋଠିରେ ଏହି ସମସ୍ତ ବ୍ୟକ୍ତିମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେଲା । ଉପସ୍ଥିତ ରାଜା, ଜମିଦାର ଓ ଭଦ୍ରମଣ୍ଡଳୀଙ୍କୁ ଆହ୍ୱାନ ଜଣାଇ ମଧୁସୂଦନ ଦାସ ଦେଶ ମିଶ୍ରଣ ନିମନ୍ତେ ଏକତାର ଅଭାବ ସଂପର୍କରେ ଏକ ବକ୍ତୃତା ପ୍ରଦାନ କଲେ । ମନ ଧ୍ୟାନ ଦେଇ ଜନ୍ମଭୂମିର ସେବା କରିବା ନିମନ୍ତେ ଅନୁରୋଧ କଲେ । ଆଠଗଡ଼ ରାଜା ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକ ପ୍ରସ୍ତାବ ଦେଲେ କି, ଓଡ଼ିଶାର ଏହି ମହାନଗରୀରେ ଏପରି ଏକ ସମ୍ମଳନୀ ଆୟୋଜନର ଦିବସ ଧାର୍ଯ୍ୟ କରାଯାଉ । ସମସ୍ତେ ଏହି ପ୍ରସ୍ତାବରେ ସମ୍ମତ ହେଲେ । ସମସ୍ତଙ୍କର ମୁଖ ସ୍ୱରୂପ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଦେଓ ଏହି ସମ୍ମିଳନୀର ଭାର ମଧୁସୂଦନ ଦାସଙ୍କ ଉପରେ ନ୍ୟସ୍ତ କରିବା ନିମନ୍ତେ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବ ବିପୁଳ କରତାଳି ଧ୍ୱନିରେ ଆନନ୍ଦ ଉଲ୍ଲାସର ସହ ଅନୁମୋଦନ ଲାଭ କଲା । ଏଇଠି ପଡ଼ିଲା ଉତ୍କଳ ସମ୍ମିଳନୀର ଭିତ୍ତି ଯେଉଁ ଅନୁଷ୍ଠାନ କି ଜନ୍ମ ନେଇଥିଲା ରମ୍ଭା ରାଜ ପ୍ରାସାଦରେ ।

ସେହି ବର୍ଷ ମାର୍ଚ୍ଚ ମାସ ୭ ତାରିଖରେ ବଙ୍ଗ ପ୍ରଦେଶର ଛୋଟଲାଟ୍‍ ଜେମ୍‍ସ ବୋର୍ଡ଼ଲନ୍‌ କଟକସହର ପରିଦର୍ଶନରେ ଆସିଲେ । ତାଙ୍କୁ ଭେଟିବାପାଇଁ ଓଡ଼ିଶାର ବହୁରାଜା ମହାରାଜା ଓ ଜମିଦାର ଆସିଲେ । ସେମାନଙ୍କ ଭିତରେ ଥିଲେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ, ବାଲେଶ୍ୱର ରାଜା ବୈକଣ୍ଠ ନାଥ ଦେଓ, ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେଓ ଏମାନଙ୍କୁ ମଧୁସୂଦନ ଦାସ ନିଜ କୋଠିକୁ ନିମନ୍ତ୍ରଣ କରି ଦେଶ ମିଶ୍ରଣ ସଂପର୍କରେ ଏକ ଉତ୍ତେଜନା ପୂର୍ଣ୍ଣ ଭାଷଣ ପ୍ରଦାନ କଲେ । ଫଳରେ ରାଜା ଜମିଦାରମାନେ ଦେଶ ମିଶ୍ରଣ ନିମନ୍ତେ ବିଶେଷ ଉତ୍ସାହିତ ହୋଇପଡ଼ିଲେ । ହରିହର ମର୍ଦ୍ଦରାଜ ଗଞ୍ଜାମରେ ଏକଜାତୀୟ ସମ୍ମିଳନୀ ଅନୁଷ୍ଠିତ କରିବାପାଇଁ ପ୍ରସ୍ତୁତ ବୋଲି ଏଠାରେ ପ୍ରକାଶ କଲେ ।

ଏପ୍ରିଲ୍‍ ୧୧ ଓ ୧୨ ତାରିଖରେ ଗଞ୍ଜାମ ଜାତୀୟ ସମ୍ମିଳନୀ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେଲା । ଗଞ୍ଜାମର ବହୁ ଓଡ଼ିଆ ଜମିଦାର, ଧନଶାଳୀ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗଦାନ କଲେ । କଟକରୁ ମଧୁସୂଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, କୃଷ୍ଣପ୍ରସାଦ ମହାପାତ୍ର, ନନ୍ଦ କିଶୋର ବଳ, ପୁରୀରୁ ରାମଚନ୍ଦ୍ର ଦାସ, ଗୋପବନ୍ଧୁ ଦାସ, ପଣ୍ଡିତ ବାସୁଦେବ କାବ୍ୟତୀର୍ଥ, ରଘୁନାଥ ରାଓ, ବକ୍ସି ଲୋକନାଥ ବିଦ୍ୟାଧର ମହାପାତ୍ର ଓ ବାଲେଶ୍ୱରରୁ ଫକୀର ମୋହନ ସେନାପତି ଯୋଗ ଦେଇିଥିବାରୁ ସ୍ଥାନୀୟ ଗଞ୍ଜାମବାସୀ ଉତ୍ସାହିତ ହୋଇପଡ଼ିଲେ । ଏହି ସମ୍ମିଳନୀରେ ପାରଳାଖେମୁଣ୍ଡି ନିବାସୀ ବିଶିଷ୍ଟ ସାହିତ୍ୟିକ ତ‌ଥା ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍‍ ଶ୍ୟାମସୁନ୍ଦର ରାଜଗୁରୁ ସଭାପତିତ୍ୱ କରିିଥିଲେ । ଏହି ସମ୍ମିଳନୀରେ ଗଞ୍ଜାମ ତ‌ଥା ଓଡ଼ିଶା ଓ ଓଡ଼ିଆ ଭାଷାର ବିକାଶ ନିମନ୍ତେ ପ୍ରସ୍ତାବମାନ ଗୃହୀତ ହେଲା । ଏହି ସମ୍ମିଳନୀ ହେଲା 'ଉତ୍କଳ ସମ୍ମିଳନୀ'ର ଅଗ୍ରଦୂତ ।

ଉତ୍କଳ ସମ୍ମିଳନୀ :

୧୯୦୩ ମସିହା ଡିସେମ୍ବର ମାସରେ ଉତ୍କଳ ସମ୍ମିଳନୀର ଜନ୍ମ । ଏହାର ପ୍ରଥମ ଅଧିବେଶନ ଡିସେମ୍ବର ୩୦-୩୧ରେ ଅନୁଷ୍ଠିତ ହେଲା କଟକର ଇଦ୍‍ଗା ପଡ଼ିଆରେ । ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଏହି ଅଧିବେଶନରେ ଅଧ୍ୟକ୍ଷତା କଲେ । ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷା ହେଲା ଉତ୍କଳ ସମ୍ମିଳନୀର ମୂଳ ତ‌ଥା ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ 'ଉତ୍କଳ ସମ୍ମିଳନୀ'ର କାର୍ଯ୍ୟକ୍ରମ ଜୋରଦାର ହେଲା । ୧୯୦୩ ମସିହାରୁ ୧୯୩୪ ମସିହାଯାଏ ଉତ୍କଳ ସମ୍ମିଳନୀର ଅଧିବେଶନ ବିଭିନ୍ନ ସ୍ଥାନ ଯଥା: କଟକ, ବାଲେଶ୍ୱର, ପୁରୀ, ବ୍ରହ୍ମପୁର, ପାରଳାଖେମୁଣ୍ଡି, ସମ୍ବଲପୁର, ଚକ୍ରଧରପୁର, ଜଳନ୍ତର ଆଦି ସ୍ଥାନମାନରେ ଅନୁଷ୍ଠିତ ହେଲା । ଏହି ସମୟ ମଧ୍ୟରେ ୨୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ଗୁଡ଼ିକରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଧରାକୋଟ ରାଜା ମଦନ ମୋହନ ସିଂହଦେଓ, ତାଳଚେର ରାଜା କିଶୋର ଚନ୍ଦ୍ର ଦେବ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ସୁରଙ୍ଗୀରାଜା ଚନ୍ଦ୍ର ଚୂଡ଼ାମଣି ହରିଚନ୍ଦନ ଜଗଦେବ, ଆଠଗଡ଼ ରାଜା ରାଧାନା ବର୍ମା, ବାଲେଶ୍ୱର ରାଜା ବୈକୁଣ୍ଠନା ଦେ, ବାବୁ ମଧୁସୂଦନ ଦାସ, ଜୟପୁର ରାଜା ବିକ୍ରମଦେବ ବର୍ମା, ସିଂହଭୂମ ରାଜା ଲକ୍ଷ୍ମୀନାରାୟଣ ସିଂହଦେଓ, ମଞ୍ଜୁଷା ରାଜା ଶ୍ରୀନିବାସ ରାଜମଣି ରାଜଦେବ, ସାହିିତ୍ୟିକ ଫକୀର ମୋହନ ସେନାପତି, ପଣ୍ଡିତ ଗୋପବନ୍ଧୁ ଦାସ, ଚନ୍ଦ୍ରଶେଖର ବେହେରା, ଜଗବନ୍ଧୁ ସିଂହ, ଭୁବନାନନ୍ଦ ଦାସ, ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି, ରାୟବାହାଦୁର ଲୋକନାଥ ମିଶ୍ର, ଦାମୋଦର ସାହୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓ ଆଡ଼ଭୋକେଟ ମଧୁସୂଦନ ପାଣିଗ୍ରାହୀ ସଭ।ପତିତ୍ୱ କରିଥିଲେ । ଏହା ବ୍ୟତୀତ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ବ୍ରଜ ସୁନ୍ଦର ଦାସ, ପଲ୍ଲୀକବି ନନ୍ଦକିଶୋର ବଳ, 'ଆଶା' ପତ୍ରିକାର ସମ୍ପାଦକ ଶଶିଭୂଷଣ ରଥ, ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ, ଭକ୍ତ କବି ମଧୁସୂଦନ ରାଓ, ସେବକ ଲକ୍ଷ୍ମୀନାରାୟଣ ସାହୁ, ମଧୁସୂଦନ ଦାସ ଓ ପଣ୍ଡିତ ଗୋପବନ୍ଧୁ ଦାସ ଆଦି ନେତୃବର୍ଗଙ୍କ ସହାୟତାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ନିମନ୍ତେ ଗଭୀର ଭାବରେ କାର୍ଯ୍ୟ କରିିଲେ । ବିଭିନ୍ନ କମିଟି ପାଖରେ ସାକ୍ଷଦେବା, ବିଭିନ୍ନ ସମୟରେ 'ଓଡେନଲ୍‍ କମିଟି'ଠାରୁ ଆରମ୍ଭ କରି ବିଭିନ୍ନ କମିଟି ଓ ସରକାରୀ ସ୍ତରରେ ସ୍ମାରକପତ୍ରମାନ ଏମାନେ ପ୍ରଦାନ କରୁିଲେ । ୧୯୧୨ ମସିହାରେ ଓଡ଼ିଶା 'ବଙ୍ଗବିହାର ଓଡ଼ିଶା' ପ୍ରଦେଶରୁ ଅଲଗା ହୋଇ 'ବିହାର ଓଡ଼ିଶା' ନାମରେ ଏକ ନୂତନ ପ୍ରଦେଶ ସୃଷ୍ଟି ହେଲା ।

ଓଡ଼ୋନେଲ୍‍ କମିିଟି :

୧୯୩୧ ମସିହା ଜାନୁଆରି ୧୬ ତାରିଖରେ ଲଣ୍ଡନଠାରେ ପ୍ରଥମ ଗୋଲ୍‍ଟେବୁଲ୍‍ ବୈଠକ ଅନୁଷ୍ଠିତ ହୋଇ ଭାରତର ଶାସନ ସଂସ୍କାର ସଂପର୍କରେ ଆଲୋଚନା କରିବାପାଇଁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେଓ ଏିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କଲେ । କୁଳବୃଦ୍ଧ ସେତେବେଳେ କଠିନ ବ୍ୟାଧିରେ ପୀଡ଼ିତ ହୋଇ ଥାଆନ୍ତି ଶଯ୍ୟାଶାୟୀ । ପାରଳା ମହାରାଜାଙ୍କ ସ୍ମାରକପତ୍ରକୁ ବିଚାର କରି ଭାରତ ସରକାରଙ୍କ ତରଫରୁ "ଓଡ଼ୋନେଲ୍‍ କମିଟି' ଗଠନ କରାଗଲା ୧୯୩୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବିତ ଓଡ଼ିଶାର ସୀମାନିର୍ଦ୍ଧାରଣ ପାଇଁ । ସାର୍‍ ଏସ୍‍. ଓଡ଼୍‍ନେଲ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରହିଲେ ଆଉ ଦୁଇଜଣ ସଦସ୍ୟ । ସେମାନେ ହେଲେ ବମ୍ବେର ଏଚ୍‍. ଏମ୍‍. ମେହେଟ୍ଟା ଓ ଆସାମର ତରୁଣରାମ ଫୁକନ । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓଡ଼ିଶା ପକ୍ଷରୁ, ସଚ୍ଚିଦାନନ୍ଦ ସିଂହ ବିହାର ପକ୍ଷରୁ ଓ ଆନ୍ଧ୍ର ପକ୍ଷରୁ ତେଲ୍‍ଗୁ ଭାଷାଭାଷୀଙ୍କ ସ୍ୱାର୍ଥରକ୍ଷାପାଇଁ ସି.ଭି.ଏସ୍‍ ନରସିଂହ ରାଜୁ ଏହି କମିଟିରେ ରହିଲେ ସହଯୋଗୀ ବା ଆସୋସିଏଟ୍‍ ମେମ୍ବର ଭାବରେ ନିଯୁକ୍ତି ପାଇ ।

ଓଡ଼ୋନେଲ୍‍ କମିଟି ଓଡ଼ିଶା ପ୍ରତି ସୁବିଚାର କଲେ ନାହିଁ । ବିହାରର ସିଂହଭୂମ ସଦର ଓ ମଧ୍ୟପ୍ରଦେଶର ବିଳାସପୁର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମେତ ଦକ୍ଷିଣରେ ଥିବା ଜୟପୁର ଜମିଦାରୀ ଓ ପାରଳାଖେମୁଣ୍ଡି ଜମିଦାରୀକୁ ଓଡ଼ିଶାରୁ ବାଦ ଦେଲେ । କିନ୍ତୁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ଏହି ଅନ୍ୟାୟର ପୁନର୍ବିଚାର କରି ଜୟପର ଜମିଦାରୀ ସମେତ ପାରଳାଖେମୁଣ୍ଡି ଜମିଦାରୀର ଜଳନ୍ତର, ମାଳିଆ, ପାରଳାଖେମୁଣ୍ଡି ସହର ଓ ପାରଳାଖେମୁଣ୍ଡିର କିଛି ଅଂଶ ଓଡ଼ିଶାକୁ ପ୍ରଦାନ କଲେ । ଏହିପରି ଭାବରେ ଓଡ଼ିଶାର ସୀମାସରହଦ ସ୍ଥିର ହେବା ପରେ ୧୯୩୬ ମସିହା ଜାନୁଆରି ଏକ ତାରିଖରେ ବ୍ରିଟିଶ୍‍ ପାର୍ଲିିଆମେଣ୍ଟରେ ଗଭର୍ଣ୍ଣମେଣ୍ଟ ଅଫ୍‍ ଇଣ୍ଡିଆ ଅର୍ଡ଼ର (କନ୍‍ଷ୍ଟିଚ୍ୟୁସନ ଅଫ୍‍ ଓଡ଼ିଶା) ବିଲ୍‍ ଗୃହୀତ ହେଲା । ଏହି ନିର୍ଦ୍ଦେଶନାମା (ଅର୍ଡ଼ର) ବି୍ରଟେନ୍‍ ଓ ଭାରତରେ ପ୍ରକାଶ ପାଇଲା । ୧୯୩୬ ଏପ୍ରିଲ୍‍ ପହିଲାରେ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠିତ ହେଲା । ସେହିବର୍ଷ ଏପ୍ରିଲ୍‍ ପହିଲା ଦିନ ବ୍ରିଟିଶ୍‍ ସରକାର ସାଂପ୍ରଦାୟିକ ଭାରସାମ୍ୟ ରକ୍ଷା କରିବା ନୀତିରେ ମୁସଲମାନ ଜନସଂଖ୍ୟା ବହୁଳ ସିନ୍ଧୁପ୍ରଦେଶ ଗଠନ କଲେ । ସେହି ପ୍ରଦେଶଟି ବର୍ତ୍ତମାନ ପାକ୍ତିସ୍ତାନ ଅନ୍ତର୍ଭୁକ୍ତ ।

ନୂତନ ଓଡ଼ିଶା ପ୍ରଦେଶ ଓ ସିନ୍ଧୁପ୍ରଦେଶ ନିମନ୍ତେ ଦୁଇଜଣ ଗଭର୍ଣ୍ଣରଙ୍କ ନିଯୁକ୍ତିକୁ ଭାରତ ସମ୍ରାଟ ଅନୁମୋଦନ କଲେ । ସେମାନେ ହେଲେ ମିଷ୍ଟର ଜନ୍‍ ଅଷ୍ଟେନ୍‍ ହବାକ୍‍ ସି.ଏସ୍‍.ଆଇ. ଓଡ଼ିଶା ପାଇଁ ଓ ସାର୍‍ ଲାନ୍‍ସଲଟ୍‍ ଗ୍ରାହାମ୍‍, କେ.ଇ.ଆଇ.ଇ; ଆଇ.ସି.ଏସ୍‍ ସିନ୍ଧୁପ୍ରଦେଶ ନିମନ୍ତେ ।

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା । ସମ୍ବଲପୁର, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ ଓ କୋରାପୁଟ ନାମରେ ଛ'ଟି ଜିଲ୍ଲା ରହିଲା । ପୂର୍ବରୁ ଅନୁଗୁଳ ଓ କନ୍ଧମାଳମିଶି ଅନୁଗୁଳ ବୋଲି ଗୋଟିଏ ଜିଲ୍ଲା ଥିଲା । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଅନୁଗୁଳ ଜିଲ୍ଲାକୁ ଭାଙ୍ଗିଦେଇ ଅନୁଗୁଳ ଅଂଶକୁ କଟକ ଜିଲ୍ଲାର ଏକ ସବ୍‍ ଡିଭିଜନ ଭାବରେ ରଖାଗଲା । କନ୍ଧମାଳକୁ ଗଞ୍ଜାମ ଜିଲ୍ଲା ଅଧୀନକୁ ନିଆଗଲା ।

ଦୁଃଖର ବିଷୟ ଯେ, ଅନ୍ୟାନ୍ୟ ପ୍ରଦେଶରେ ରହିଗଲା କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ଯାହାକି ଓଡ଼ିଶା ସହିତ ମିଶିବାର କଥା । ସେଗୁଡ଼ିକ ହେଲା; ବିହାର ପ୍ରଦେଶର ମାନଭୂମ୍‍ ଜିଲ୍ଲାର ଦକ୍ଷିଣସ୍ଥ ଚାନ୍ଦ୍‍ଲି, ବରାହଭୂମି, ମାନବଜାର ସହ ସମଗ୍ର ସିଂହଭୂମ ଜିଲ୍ଲା । ବଙ୍ଗପ୍ରଦେଶ ବାଙ୍କୁଡ଼ା ଜିଲ୍ଲାର ଦକ୍ଷିଣ ଶିମିଳିପାଳ, ଖାଡ଼ୋ, ରାୟପୁର; ମେଦିନୀପୁର ଜିଲ୍ଲାର ଦକ୍ଷିଣପଶ୍ଚିମରେ ଥିବା କଣ୍ଟାଇ, ଝାଡ଼ଗ୍ରାମ ସବ୍‍ ଡିଭିଜନ, ଦାନ୍ତୁନ, ନାରାୟଣଗଡ଼, କେଶିଆଡ଼ି, ଖଡ଼ଗପୁର ଓ ମୋହନପୁର ପୋଲିସ ଷ୍ଟେସନ, ସଦର ସବ୍‍ ଡିଭିଜନର ଦେବରା, ସବଙ୍ଗ, ପଙ୍ଗଳା ପୋଲିସ୍‍ ଷ୍ଟେସନ ଏବଂ ତମଲୁକ ସବ୍‍ଡିଭିଜନର ନନ୍ଦିଗ୍ରାମ ଓ ପାଞ୍ଚକୁଡ଼ା ପୋଲିସ୍‍ ଷ୍ଟେସନ । ମଧ୍ୟପ୍ରଦେଶର ରାୟପୁର ଜିଲ୍ଲାର ଫୁଲଝର, ବିନ୍ଦ୍ରା ନୂଆଗଡ଼, କେରେଡ଼ା, ଦେବଭୋଗ, ବିଳାସପୁର ଜିଲ୍ଲାର ଚନ୍ଦ୍ରପୁର, ମାଲଖୋର୍ଦ୍ଧା, ଜମିଦାରୀ ଓ ଯୋଜନୀ ଗ୍ରାମ, ବସ୍ତର, ଶାରଙ୍ଗଗଡ଼, ରାୟଗଡ଼ ଓ ଯାସପୁର ଗଡ଼ଜାତ ଇତ୍ୟାଦି । ମାନ୍ଦ୍ରାଜର ବିଶାଖାପାଟଣା ଜିଲ୍ଲାର ମଞ୍ଜୁଷା, ଟେକାଲି, ତରଳା, ବୁଡାରସିଂ, ଜଳନ୍ତର, ଇଚ୍ଛାପୁର, ସୋମପେଣ୍ଠ, ପାରଳା ଓ ଚିତ୍କିଟି ଜମିଦାରୀର ବିଚ୍ଛିନ୍ନ ଅଂଶ, ଉଦ୍ୟାନଖଣ୍ଡର ୬୦ଟି ଗ୍ରାମ, ହିଲମାଡ଼ଗୁଲ, ସୁଜନକୋଟ, ମୁଠା, ପାଡ଼େରୁ, ଆରକୁପାଲ୍ଲୀ ପୋଲିସଥାନା ଇତ୍ୟାଦି ।

ଓଡ଼ିଆ ସଭ୍ୟମାନଙ୍କୁ ବିଦାୟ ସମ୍ବର୍ଦ୍ଧନା :

ବିହାର-ଓଡ଼ିଶା ପ୍ରଦେଶ ବ୍ୟବସ୍ଥାପକ ସଭାରେ ସେତେବେଳେ ଥିଲେ ଏଗାରଜଣ ଓଡ଼ିଆ ସଦସ୍ୟ । ସେମାନଙ୍କ ମଧ୍ୟରୁ ଦଶ ଜଣ ନିର୍ବାଚିତ ଓ ଜଣେ ମନୋନୀତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅବ୍ୟବହିତ ପୂର୍ବରୁ ଓଡ଼ିଆ ସଦସ୍ୟମାନଙ୍କୁ ୧୯୩୬ ମସିହା ମାର୍ଚ୍ଚ ୨୮ତାରିଖରେ ବିହାରର ପାଟଣାଠାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ଏହି ସଦସ୍ୟମାନେ ହେଲେ-

ରାୟବାହାଦୂର ଲକ୍ଷ୍ମୀଧର ମହାନ୍ତି, ଶେଖ୍‍ ଅବ୍‍ଦୁଲ ସଲିଲ୍‍, ହରିହର ଦାସ, ନିକୁଞ୍ଜ କିଶୋର ଦାସ, ରାଧା ରଞ୍ଜନ ଦାସ, ଜଗନ୍ନାଥ ଦାସ, ଗୋଦାବରୀଶ ମିଶ୍ର, ରାୟବାହାଦୁର ଲୋକନାଥ ମିଶ୍ର, ବଜ୍ରମୋହନ ପଣ୍ଡା, ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ର ଓ ରେଭରେଣ୍ଡ ବ୍ରଜାନନ୍ଦ ଦାସ ମନୋନୀତ ସଭ୍ୟ ।

ରାୟ ବାହାଦରୁ ଲକ୍ଷ୍ମୀଧର ମହାନ୍ତି ଥିଲେ ତ‌ତ୍‌କାଳୀନ ବିହାର-ଓଡ଼ିଶା ପ୍ରଦେଶ ବ୍ୟବସ୍ଥାପକ ସଭାର ଉପାଧ୍ୟକ୍ଷ ବିଦାୟକାଳୀନ ସଭାରେ ଅଧ୍ୟକ୍ଷ ଓଡ଼ିଆ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ କହିଲେ:

"They (Oriya members) have rendered very valuable services to the province as a whole. Our relation with them has been always cordial and intimate. I assure them on behalf of the honourable members of this council from Bihar that they have our good wishes in the future hapiness and prospority of their new province."

ଅଧ୍ୟକ୍ଷଙ୍କ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଭାଷଣ ପରେ ରାୟ ବାହାଦୁର ଲକ୍ଷ୍ମୀଧର ମହାନ୍ତି ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଧନ୍ୟବାଦ ପ୍ରଦାନ କରିିଥିଲେ ।

* * *
ଦ୍ୱିତୀୟ ପରିଚ୍ଛେଦ

ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ଗଭର୍ଣ୍ଣର,

ପ୍ରଥମ ବିଧାନସଭା ଓ ପ୍ରଥମ ମନ୍ତ୍ରିମଣ୍ଡଳ

୧୯୩୬ ମସିହା ଏପିଲ ପହିଲା ତାରିଖରେ ବିହାରରୁ ଅଲଗା ହୋଇ ଓଡ଼ିଶା ସ୍ୱତନ୍ତ୍ର ହେଲା । କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଛ'ଟି ଜିଲ୍ଲାର ଅଠରଟି ସବ୍‍ଡିଭିଜନ୍‍କୁ ନେଇ ଏହି ନୂତନ ଓଡ଼ିଶା ପ୍ରଦେଶ ଗଠିତ ହେଲା । ନୂତନ ଓଡ଼ିଶାପ୍ରଦେଶ ସହ ଗଡ଼ଜାତ ମାନଙ୍କର କୌଣସି ସମ୍ପର୍କ ରହିଲା ନାହିଁ । ନୂତନ ଓଡ଼ିଶାର ଆୟତନ ଥିଲା ୩୨,୬୯୫ ବର୍ଗମାଇଲ ଓ ଜନସଂଖ୍ୟା ଥିଲା ୮୧,୭୪,୦୦୦ । ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ଉତ୍ସବ ପାଳନ କରାଗଲା କଟକ ନଗରର ରେଭେନ୍‍ସା କଲେଜ ହଲରେ ।

ସେହିଦିନ ପ୍ରଭାତରେ ନୂତନ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ସାର୍‍ ଜନ ଅଷ୍ଟେନ୍‍ ହବାକ, କେ.ସି. ଆଇ.ଇ; ଆଇ.ସି.ଏସ୍‍ ତାଙ୍କ ସହଧର୍ମିଣୀଙ୍କ ସହ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଯୋଗେ କଟକରେ ଆସି ପହଞ୍ଚିଲେ । ତତ୍‍କାଳୀନ ଭାରତୀୟ ସିପାହୀମାନେ ତାଙ୍କୁ 'ଗାର୍ଡ ଅଫ୍‍ ଅନର' ପ୍ରଦାନ କଲେ । ସତରଟି ତୋପ ସଲାମୀ ଗ୍ରହଣ କରିବା ପରେ ଲାଟ୍‍ସାହେବ ରେଭେନ୍‍ସା କଲେଜ ଅଭିମୁଖେ ଯାତ୍ରା କଲେ । ପୂର୍ବରୁ ରେଭେନ୍‍ସା କଲେଜ ହଲରେ ଦରବାରର ଆୟୋଜନ ହୋଇଥିଲା । ଓଡ଼ିଶାର ବହୁ ଉଚ୍ଚବଂଶୀୟ ବ୍ୟକ୍ତି, ରାଜା-ଜମିଦାର, ବିଶିଷ୍ଟ କର୍ମଚାରୀ ଓ ସାଧାରଣ ଲୋକ ଏହି ଉତ୍ସବରେ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଲାଟସାହେବ ରାଜଭକ୍ତି ଓ କାର୍ଯ୍ୟଭାର ଗ୍ରହଣସୂଚକ ଶପଥ ଗ୍ରହଣ କଲେ । ବିହାର-ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ସାର୍‍ କଟନି ଟେଲର ଓଡ଼ିଶାର ନୂତନ ଗଭର୍ଣ୍ଣର ଭାବେ ତାଙ୍କୁୁ ଶପଥ ପାଠ କରାଇଲେ ।

ମହାମହିମ ଭାରତସମ୍ରାଟ ସପ୍ତମ ଏଡ୍‍ଓ୍ୱାର୍ଡ ନୂତନ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ଓଡ଼ିଶାବାସୀଙ୍କ ପ୍ରତି ଏକ ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନ ଭାରତର ବଡ଼ଲାଟ ଲର୍ଡ ଉଇଲିଂଡନ୍‍ଙ୍କ

ପାଖକୁ ପଠାଇଥିଲେ । ଏହି ବାର୍ତ୍ତାକୁ ନୂତନ ଗଭର୍ଣ୍ଣର ସାର ଜନ୍‍ ଅଷ୍ଟେନ୍‍ ହବାକ୍‍ ଏହି ଦରବାରରେ ପାଠ କରିିଲେ । ସେହି ବାର୍ତ୍ତା ଓ ଶୁଭେଚ୍ଛାର ସାରମର୍ମ ହେଲା, "ମୋର ଶାସନ କାଳରେ ସର୍ବ ପ୍ରଥମ କାର୍ଯ୍ୟ ରୂପେ ଗତବର୍ଷ ଭାରତ ସରକାର ଆଇନ୍‍ (Govt. of India Act) ଅନୁଯାୟୀ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ସୃଷ୍ଟି କରିବାର ଅନୁମତି ପ୍ରଦାନ କରି ମୁଁ ବିଶେଷ ଆନନ୍ଦିତ । ମୋର ବଡ଼ଲାଟ ଓ ଓଡ଼ିଶାର ପ୍ରଥମ ଲାଟଙ୍କ ଜରିଆରେ ମୁଁ ଓଡ଼ିଶା ପ୍ରଦେଶକୁ ଏହି ଅଭିନନ୍ଦନ ବାର୍ତ୍ତା ପଠାଉଛି । ଅନ୍ୟାନ୍ୟ ଶାସନ ସହିତ ଶତାବ୍ଦୀ ବ୍ୟାପୀ ପରାଧୀନତା ପରେ ପୁନଃ ମିଳିତ ହେବା ପାଇଁ ଓଡ଼ିଆ ଲୋକଙ୍କର ଯେଉଁ ଦୀର୍ଘ କାଳ ପୋଷିତ ଏକ ସ୍ୱାଭାବିକ ଅଭିଳାଷ ଥିଲା, ତାହା ଆଜି ପୂର୍ଣ୍ଣହେଲା । ଏହି ନୂତନ ପ୍ରଦେଶ ନିଜର ଅତୀତର ଉତ୍ସାହ ଉଦ୍ଦୀପନା ଆହରଣ କରି ପବିତ୍ର ଉତ୍କଳଭୂମିର ଐତିହାସିକ ଖ୍ୟାତିର ଉପଯୁକ୍ତ ଦାୟାଦ ବୋଲି ନିଜକୁ ପ୍ରମାଣିତ କରୁ । ଏହା ହିଁ ମୋର ଆଶା ଓ ଆକାଂକ୍ଷା । ମୁଁ ଓଡ଼ିଶାବାସୀ ସମସ୍ତ ପ୍ରଜାମାନଙ୍କର ସୁଖ ସମୃଦ୍ଧି ପାଇଁ ମୋର ଆନ୍ତରିକ କାମନା ଜଣାଉଛି ।" ଏହାପରଠାରୁ ସ୍ୱତନ୍ତ୍ର ଓଡ଼ିଶା ଶାସନରେ ପ୍ରାଶାସନିକ ବ୍ୟବସ୍ଥା ଚାଲୁ ହେଲା ।

ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପରେ ୧୯୩୭ ମସିହା ମାର୍ଚ୍ଚ ମାସ ଶେଷ ଯାଏ ଓଡ଼ିଶା ପ୍ରଦେଶର ଶାସନ ଦାୟିତ୍ୱ ରାଜ୍ୟପାଳଙ୍କ ହାତରେ ରହିଲା । ଶାସନ କ୍ଷେତ୍ରରେ ରାଜ୍ୟପାଳଙ୍କୁ ପରାମର୍ଶ ଦେବା ନିମନ୍ତେ ରାଜ୍ୟପାଳ ଏକ ପରାମର୍ଶଦାତା କମିଟି ଗଠନ କଲେ । ଏହି କମିଟିରେ ବିହାର-ଓଡ଼ିଶା ପ୍ରଦେଶ ବ୍ୟବସ୍ଥାପକ ସଭାରେ ଥିବା ଏଗାର ଜଣ ଓଡ଼ିଆ ସଭ୍ୟମାନଙ୍କ ସମେତ କୋଡ଼ିଏ ଜଣ ସଦସ୍ୟ ରହିିଲେ । ସେମାନେ ହେଲେ: ବାବୁ ହରିହର ଦାସ, ବାବୁ ଗୋଦାବରୀଶ ମିଶ୍ର, ବାବୁ ରାଧାରଂଜନ ଦାସ, ବାବୁ ଜଗନ୍ନାଥ ଦାସ, ବାବୁ ବ୍ରଜମୋହନ ପଣ୍ଡା, ରେଭରେଣ୍ଡ ବ୍ରଜାନନ୍ଦ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ ବାହାଦୁର , ଏ ଥୁମ୍ବନାଥନ୍ ପାନ୍ତଲୁ ଗାରୁ, ଶ୍ରୀମାନ୍‍ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ, ଶ୍ରୀମାନ୍‍ ବି.ବି. ଗୋପୀନାଥ ବିଶୋୟୀ ମହାଶୟ, ବାବୁ ନିକୁଞ୍ଜ କିଶୋର ଦାସ, ରାୟ ସାହେବ ଏନ୍‍.ସି.ରାୟ, ରାୟବାହାଦୁର ଲୋକନାଥ

ମିଶ୍ର, ପି.ଟି. ମ୍ୟାନ୍‍ସ ଫିଲ୍‍ଡ଼ (ମୁଖ୍ୟ ଶାସନ ସଚିବ), ଦେଓ୍ୱାନ୍‍ ବାହାଦୁର ସି. ଗୋବିନ୍ଦନ ନାୟାର୍‍, ରାୟ ବାହାଦୁର ଲକ୍ଷ୍ମୀଧର ମହାନ୍ତି, ମୌଲବୀ ମହମ୍ମଦ ଅବ୍‍ଦୁଲ୍‍ ଜଲିଲ୍‍, ବାବୁ ବୀରବର ନାରାୟଣ ଧୀର ନରେନ୍ଦ୍ର, ଆର୍ତ୍ତତ୍ରାଣ ଦେଓ ଓ ବଳଦେବ ନାରାୟଣ ସାମନ୍ତରାୟ ।

ଏହି ପରାମର୍ଶଦାତା କମିଟିର ପ୍ରଥମ ବୈଠକ ପୁରୀ ମ୍ୟୁନିସ୍‍ପାଲ୍‍ କାଉନ୍‍ସିଲ୍‍ ହଲ୍‌ରେ ୧୯୩୬ ମସିହା ମଇମାସ ୮ ତାରିଖରେ ଅନୁଷ୍ଠିତ ହେଲା । ଏହି ବୈଠକରେ ମହାମହିମ ରାଜ୍ୟପାଳ ଅଧ୍ୟକ୍ଷତା କଲେ । ନୂତନ ପ୍ରଦେଶର ରାଜଧାନୀ ନିମନ୍ତେ ସ୍ଥାନ ନିରୂପଣ, ଦୈନନ୍ଦିନ ଅଫିସ୍‍ କାର୍ଯ୍ୟ ପରିଚାଳନା ନିମନ୍ତେ ଅସ୍ଥାୟୀ ବ୍ୟବସ୍ଥା, ପ୍ରଦେଶର ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ରକ୍ଷା ସର୍ବୋପରି ପ୍ରାଦେଶିକ ବ୍ୟବସ୍ଥାପକ ସଭାର ନିର୍ବାଚନ ଓ ଶୀଘ୍ର ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏହି ବୈଠକରେ ପ୍ରସ୍ତାବ ଗୃହୀତ ହେଲା । ସେହି ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ କଟକରେ ଥିବା ସିଟି ହସ୍ପିଟାଲ୍‍ କୋଠାରେ ସେକ୍ରେଟେରିଏଟ୍‍ କାର୍ଯ୍ୟ ଅନୁଷ୍ଠିତ ହେଲା । ତା'ପରେ କିଲା ପଡ଼ିଆଠାରେ ବାରାକ୍‍ ନିର୍ମାଣ କରାଯାଇ ଅସ୍ଥାୟୀ ଭାବରେ ଓଡ଼ିଶା ସେକ୍ରେଟାରିଏଟ୍‍ ସେଠାରେ କାର୍ଯ୍ୟ କଲା । ଏବେ ସେହି ବାରାକ୍‍ଗୁଡ଼ିକ ରହିଛି । ତାକୁ କୁହାଯାଉଛି 'ଓଲ୍‍ଡ଼-ସେକ୍ରେଟେରିଏଟ୍‍' । ଏଠାରେ ପ୍ରାୟ ୧୫ ବର୍ଷ ସେକ୍ରେଟେରିଏଟ୍‍ କାର୍ଯ୍ୟ କରି ଭୁବନେଶ୍ୱର ନୂତନ ସଚିବାଳୟ କୋଠାକୁ ଉଠି ଆସିଲା । ସେହି ବୈଠକର ନିଷ୍ପତ୍ତି ଅନୁସାରେ ୧୯୩୬ ମସିହା ନଭେମ୍ବର ମାସ ସୁଦ୍ଧା ସୀମିତ ସଂଖ୍ୟକ ସାବାଳକ ଭୋଟରମାନଙ୍କର ତାଲିକା ପ୍ରସ୍ତୁତ ହୋଇଗଲା ।

ନୂତନ ଓଡ଼ିଶାର ବିଧାନସଭାକୁ ଲୋକପ୍ରିୟ ପ୍ରତିନିଧି ପଠାଇବା ପାଇଁ ୧୯୩୭ ମସିହା ଜାନୁଆରି ୧୮ରୁ ୨୩ ତାରିଖ ଯାଏ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ବିଧାନସଭାରେ ମୋଟ ୬୦ ଜଣ ସଭ୍ୟ ରହିବାର ବ୍ୟବସ୍ଥା ରହିଲା । ୫୬ ଜଣ ନିର୍ବାଚିତ ଓ ୪ ଜଣ ମନୋନୀତ । ୫୬ଟି ଆସନରୁ ୪୧ଟି ସାଧାରଣ ବର୍ଗ, ୬ଟି ହରିଜନ, ୨ଟି ମହିଳା, ୨ଟି ଜମିଦାର, ୪ଟି ମୁସଲମାନ ଓ ଗୋଟିଏ ଖ୍ରୀଷ୍ଟିଆନ ସଂପ୍ରଦାୟ ପାଇଁ ଉଦ୍ଦିଷ୍ଟ ରହିଲା । ଅନୁଷ୍ଠିତ ନିର୍ବାଚନରେ ୫୬ଟି ଆସନରୁ କଂଗ୍ରେସ ଦଳ ୩୬ଟି ଆସନ ଲାଭ କରି ସଂଖ୍ୟାଗରିଷ୍ଠ ଦଳ ବିବେଚିତ ହେଲା ।

ସ୍ୱାଧୀନତା ପୂର୍ବ ପ୍ରଥମ ବିଧାନ ସଭାର ସଭ୍ୟ (୧୯୩୭-୧୯୪୬)
ପଶ୍ଚିମ କଟକ ସଦର ରାଜକୃଷ୍ଣ ବୋଷ କଂଗ୍ରେସ
କେନ୍ଦ୍ରୀୟ କଟକ ସଦର ବିଚିତ୍ରାନନ୍ଦ ଦାସ କଂଗ୍ରେସ
ଉତ୍ତର କଟକ ସଦର ଅଟଳ ବିହାରୀ ଆଚାର୍ଯ୍ୟ କଂଗ୍ରେସ
ଉତ୍ତର କଟକ ସଦର କିଣେଇ ସାମଲ (ଅନୁସୂଚିତ)
ପୂର୍ବ କଟକ ସଦର ନବକୃଷ୍ଣ ଚୌଧୁରୀ କଂଗ୍ରେସ
ଦକ୍ଷିଣ କଟକ ସଦର ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
କେନ୍ଦୀୟ କେନ୍ଦ୍ରାପଡ଼ା ଯଦୁମଣି ମଙ୍ଗରାଜ କଂଗ୍ରେସ
ଉତ୍ତର କେନ୍ଦ୍ରାପଡ଼ା ଗୋବିନ୍ଦ ପ୍ରସାଦ ସିଂହ
ଉତ୍ତର କେନ୍ଦ୍ରାପଡ଼ା ବ୍ରଜନାଥ ମିଶ୍ର (ଉପ ନିର୍ବାଚନ) କଂଗ୍ରେସ
ପୂର୍ବ କେନ୍ଦ୍ରାପଡ଼ା ଲୋକନାଥ ମିଶ୍ର କଂଗ୍ରେସ
ପୂର୍ବ ଯାଜପୁର ବୀରକିଶୋର ବେହେରା
ପୂର୍ବ ଯାଜପୁର (ଅନୁସୂଚିତ) ଦ୍ୱାରକା ନାଥ ଦାସ
ପଶ୍ଚିମ ଯାଜପୁର ବୀରବର ନାରାୟଣଚନ୍ଦ୍ର ଧୀର ନରେନ୍ଦ୍ର
ଉତ୍ତର ଯାଜପୁର ସାଧୁଚରଣ ଦାସ କଂଗ୍ରେସ
ଅନୁଗୋଳ ଗିରିଜା ଭୂଷଣ ଦତ୍ତ କଂଗ୍ରେସ
ଅନୁଗୋଳ କୃପାସିନ୍ଧୁ ଭୁକ୍ତା (ଉପନିର୍ବାଚନ)
ପୂର୍ବ ପୁରୀ ସଦର ମୋହନ ଦାସ କଂଗ୍ରେସ
ଦକ୍ଷିଣ ପୁରୀ ସଦର ଜଗବନ୍ଧୁ ସିଂହ କଂଗ୍ରେସ
ଉତ୍ତର ପୁରୀ ସଦର ଜଗନ୍ନାଥ ମିଶ୍ର କଂଗ୍ରେସ
ଉତ୍ତର ପୁରୀ ସଦର (ଅନୁସୂଚିତ) ବିଶି ଗଣ୍ଡ କଂଗ୍ରେସ
ପୂର୍ବ ଖୋର୍ଦ୍ଧା ପ୍ରାଣନାଥ ପଟ୍ଟନାୟକ କଂଗ୍ରେସ
ପଶ୍ଚିମ ଖୋର୍ଦ୍ଧା ଗୋଦାବରୀଶ ମିଶ୍ର କଂଗ୍ରେସ
କେନ୍ଦ୍ରୀୟ ବାଲେଶ୍ୱର ମୁକୁନ୍ଦ ପ୍ରସାଦ ଦାସ କଂଗ୍ରେସ
ଦକ୍ଷିଣ ବାଲେଶ୍ୱର ସଦର ନନ୍ଦକିଶୋର ଦାସ କଂଗ୍ରେସ
ଉତ୍ତର ବାଲେଶ୍ୱର ସଦର ଚାରୁଚନ୍ଦ୍ର ରାୟ କଂଗ୍ରେସ
ପୂର୍ବ ଭଦ୍ରକ ଚକ୍ରଧର ବେହେରା କଂଗ୍ରେସ
ପଶ୍ଚିମ ଭଦ୍ରକ ଜଗନ୍ନାଥ ଦାସ କଂଗ୍ରେସ
ପଶ୍ଚିମ ଭଦ୍ରକ (ଅନୁସୂଚିତ) ନିଧି ଦାସ କଂଗ୍ରେସ
ସମ୍ବଲପୁର ସଦର ନୃପଲାଲ୍‍ ସିଂହ
ସମ୍ବଲପୁର ସଦର (ଅନୁସୂଚିତ ଜନଜାତି) ବୋଧିରାମ ଦୁବେ କଂଗ୍ରେସ
ପଶ୍ଚିମ ବରଗଡ଼ ପ୍ରହ୍ଲାଦ ରାୟ ଲାଠ କଂଗ୍ରେସ
ପୂର୍ବ ବରଗଡ଼ ଫକୀର ବେହେରା କଂଗ୍ରେସ
ପୂର୍ବ ବରଗଡ଼ (ଅନୁସୂଚିତ) ବିଶି ଗଣ୍ଡ
ଖଡ଼ିଆଳ (ରାଜା) ଆର୍ତ୍ତତ୍ରାଣ ଦେଓ
ଘୁମୁସର ବିଶ୍ୱନାଥ ଦାସ କଂଗ୍ରେସ
ଘୁମୁସର ଆନନ୍ଦଚରଣ ରାଉତ
କେଦଳା (ଖଲିକୋଟ ରାଜା) ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ
ଛତ୍ରପୁର (ଜମିଦାର) ମାନନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ
ଆସ୍କା-ସୋରଡ଼ା ଗୋବିନ୍ଦ ପ୍ରଧାନ କଂଗ୍ରେସ
ଆସ୍କା-ସୋରଡ଼ା (ଅନୁସୂଚିତ) ପୁନିଆ ନାୟକ କଂଗ୍ରେସ
ବ୍ରହ୍ମପୁର ଦିବାକର ପଟ୍ଟନାୟକ କଂଗ୍ରେସ
ବ୍ରହ୍ମପୁର ରାମଚନ୍ଦ୍ର ଦେଓ (ବଡ଼ଖେମୁଣ୍ଡି ରାଜା)
ବ୍ରହ୍ମପୁର ବୈଶ୍ୟରାଜ କାଶୀବିଶ୍ୱନାଥ ରାଜୁ
ବାଲିଗୁଡ଼ା-କନ୍ଧମାଳ ଗୋବିନ୍ଦ ଚନ୍ଦ୍ର ଥାଟ୍ଟରାଜ (ବିଷମକଟକ ରାଜା)
ବାଲିଗୁଡ଼ା-କନ୍ଧମାଳ (ଉପ) ଉମାଚରଣ ପଟ୍ଟନାୟକ
ବାଲିଗୁଡ଼ା-କନ୍ଧମାଳ (ଉପ) ଭରତ ଭୋଇ
ପାରଳାଖେମୁଣ୍ଡି କୃଷ୍ଣଚନ୍ଦ୍ର ଗଜପତି ଦେଓ (ପାରଳା ମହାରାଜା)
ନବରଙ୍ଗପୁର ସଦାଶିବ ତ୍ରିପାଠୀ କଂଗ୍ରେସ
ଜୟପୁର-ମାଲକାନାଗିରି ରାଧାମୋହନ ସାହୁ କଂଗ୍ରେସ
କୋରାପୁଟ ରାଧାକୃଷ୍ଣ ବିଶ୍ୱାସ ରାୟ କଂଗ୍ରେସ
କଟକ ସଦର (ମୁସଲମାନ) ଖାଁ ବାହାଦୁର ସୟଦ ଅହମ୍‍ଦ ବକ୍ସ
ଉତ୍ତରକଟକ-ଅନୁଗୋଳ (ମୁ) ସୟଦ ଫଜଲ ହକ୍‍
ବାଲେଶ୍ୱର-ସମ୍ବଲପୁର (ମୁ) ମୌଲବୀ ଅବଦୁସ୍‍ ଶୋଭନ ଖାଁ
ଦକ୍ଷିଣ ଓଡ଼ିଶା (ମୁସଲମାନ) ମୈାଲବୀ ଲତିଫୁର ରହମନ
କଟକ ସହର (ମହିଳା) ସରଳା ଦେବୀ କଂଗ୍ରେସ
ବ୍ରହ୍ମପୁର ସହର (ମହିଳା) ଏ. ଲକ୍ଷ୍ମୀବାଈ କଂଗ୍ରେସ
ଭାରତୀୟ ଖ୍ରୀଷ୍ଟିଆନ୍‍ ଓଡ଼ିଶା ପ୍ରେମାନନ୍ଦ ମହାନ୍ତି
ବାଣିଜ୍ୟ ଓ ଶିଳ୍ପ ଓଡ଼ିଶା ରଙ୍ଗଲାଲ୍‍ ମୋଦି
ପୂର୍ବ ଓଡ଼ିଶା (ଭୂ-ଧାରକ) ବ୍ରଜ ସୁନ୍ଦର ଦାସ
ପୂର୍ବ ଓଡ଼ିଶା (ଭୂ-ଧାରକ) ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ବାହାଦୁର
ପଶ୍ଚିମ ଓଡ଼ିଶା (ଭୂଧାରକ) ରାଜାକୃଷ୍ଣଚନ୍ଦ୍ର ମାନସିଂହ ହରିଚନ୍ଦନ ମର୍ଦ୍ଦରାଜ
ଭ୍ରମରବର ରାୟ (ପାରିକୁଦ ରାଜା)
ଶ୍ରମ ଓଡ଼ିଶା ପ୍ୟାରୀ ଶଙ୍କର ରାୟ କଂଗ୍ରେସ
ଘୁମୁସର-ଉଦୟଗିରି(ମନୋନୀତ) ଇ.ଏମ୍‍. ଇଭାନ୍‍ସ୍‍
ସେରାଙ୍ଗ ଗଞ୍ଜାମ (ମନୋନୀତ) ହରିପାଣି ଜେନ୍ନା
କୋରାପୁଟ (ମନୋନୀତ) ଏମ୍‍.ଆରାବଲୁ ଆପଲାସ୍ୱାମୀ ନାଇଡ଼ୁ
ରାୟଗଡ଼ା (ମନୋନୀତ) ରାଧାମୋହନ ପଣ୍ଡା

ବିଶ୍ୱନାଥ ଦାସ କଂଗ୍ରେସ ଦଳର ଦଳପତି ନିର୍ବାଚିତ ହେଲେ । କିନ୍ତୁ ସରକାର ଓ କଂଗ୍ରେସ ଦଳ ଭିତରେ କେତେକ କାରଣରୁ ମତଭେଦ ଉପୁଜିବାରୁ କଂଗ୍ରେସ ଦଳ ସରକାର ଗଠନ କଲେ ନାହିଁ । ଫଳରେ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ସେ ହେଲେ ନୂତନ ଓଡ଼ଶ।ର ପ୍ରଥମ ପ୍ରଧ।ନମନ୍ତ୍ରୀ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ପ୍ରଧ।ନମନ୍ତ୍ରୀ ପଦ ରହିଥିଲା । ଏହି ମନ୍ତ୍ରିମଣ୍ଡଳ ୧୯୩୭ ମସିହା ଏପ୍ରିଲ ମାସ ପହିଲାରେ ଗଠିତ ହେଲ। । ପ୍ରଧ।ନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦୁଇ ସହଯୋଗୀ ମନ୍ତ୍ରୀ ହେଲେ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ-ରାଜସ୍ୱ ବିଭାଗର ମନ୍ତ୍ରୀ ଓ ମୌଲବୀ ମହମ୍ମଦ ଲିତିଫର ରହମନ-ଶିକ୍ଷାମନ୍ତ୍ରୀ । ସରକାର ଓ କଂଗ୍ରେସଦଳ ମଧ୍ୟରେ ଉପୁଜିିବା ବିବାଦର ସମାଧାନ ହୋଇଯିବାରୁ କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କଲେ ।

ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ୧୯୩୭ ଜୁଲାଇ ୨୬-୨୭ ତାରିଖରେ କଂଗ୍ରେସଦଳର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କଲେ । ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ଦୁଇ ସହଯୋଗୀ ମନ୍ତ୍ରୀହେଲେ; ନିତ୍ୟାନନ୍ଦ କାନୁନ୍‍ଗୋ- ରାଜସ୍ୱ ବିଭାଗ ମନ୍ତ୍ରୀ ଓ ଶ୍ରୀ ବୋଧିରାମ ଦୁବେ-ଶିକ୍ଷାମନ୍ତ୍ରୀ । ମନ୍ତ୍ରୀ ଦ୍ୱୟଙ୍କୁ ସହାୟତା କରିବା ନିମନ୍ତେ ବିଧାୟକମାନଙ୍କ ମଧ୍ୟରୁ ଚାରିଜଣ ବ୍ୟବସ୍ଥାପକ ସଚିବ ଭାବରେ ନିଯୁକ୍ତି ପାଇଲେ । ସେମାନେ ହେଲେ ଯଦୁମଣି ମଙ୍ଗରାଜ, ଜଗନ୍ନାଥ ମିଶ୍ର, ରାଜକୃଷ୍ଣ ବୋଷ ଓ ରାଧାକୃଷ୍ଣ ବିଶ୍ୱାସ ରାୟ । ମୁକୁନ୍ଦ ପ୍ରସାଦ ଦାସ ହେଲେ ବାଚସ୍ପତି ଓ ନନ୍ଦକିଶୋର ଦାସ ହେଲେ ଉପବାଚସ୍ପତି ।

୧୯୩୭ ମସିହା ଅଗଷ୍ଟ ୩୦ ତାରିଖ ଦିନ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ରେଭେନ୍‌ସା କଲେଜ ହଲରେ-ଅନୁଷ୍ଠିତ ହେଲା । ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଓଡ଼ିଶାର ମାନ୍ୟବର ଲାଟ ସାହେବ ସାର୍‍ ଜନ୍‍ ଅଷ୍ଟେନ ହବାକ ନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ମୁଖରେ ତାଙ୍କ ଅଭିଭାଷଣ ପ୍ରଦାନ କଲେ । ସେଥିରୁ କିଛି ଅଂଶ ଏଠାରେ ଉଲ୍ଲେଖ କରାଯାଉଛି:

"God may direct and guide us in all our consultations. That we may lay aside all private interests, prejudices and partial affection and finally that the result of our counsels may be to the public wealth, peace and tranquility of the realms and the uniting and knitting together of the hearts of all persons and estates within the same."

୧୯୩୬ ମସିହା ଏପ୍ରିଲ ପହିଲାଠାରୁ ଓଡ଼ିଶା ପ୍ରଗତି ପଥରେ ଅଗ୍ରସର ହେବାରେ ଲାଗିଛି । ତତ୍‍କାଳୀନ ଭାରତ ସମ୍ରାଟ ବିଲାତ ନିବାସୀ ନିଶ୍ଚିତ ଭାବରେ ଉତ୍କଳର ପବିତ୍ରତା ଓ ଐତିହାସିକ ଖ୍ୟାତି ସମ୍ପର୍କରେ ସଚେତନ ଥିଲେ । ଏହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ଦିବସରେ ସେ ପଠାଇଥିବା ଶୁଭେଚ୍ଛା ବାର୍ତ୍ତାରୁ ସ୍ପଷ୍ଟ ସୂଚିତ ହେଉଛି । ଉତ୍କଳ ପବିତ୍ର ଭୂମି ଓ ଓଡ଼ିଆ ବୀର ଜାତି, ଓଡ଼ିଆମାନଙ୍କର ଐତିହ୍ୟ ପରମ୍ପରା ବହୁ ଉଚ୍ଚରେ ଏକଥା ସମଗ୍ର ବିଶ୍ୱବାସୀ ଯେ ମୁକ୍ତକଣ୍ଠରେ ସ୍ୱୀକାର କରିବେ- ଏଥିରେ ସନ୍ଦେହ ନାହିଁ ।

ତୃତୀୟ ପରିଚ୍ଛେଦ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଶାସକଗଣ

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇସାରିବା ପରେ ଏହାର ରାଜଧାନୀ ରହିଲା କଟକ ମହାନଗରୀରେ । ସଚିବାଳୟ ଏଠାରେ କାର୍ଯ୍ୟ କଲା । ସାର ଜନ୍‍ ଅଷ୍ଟେନ୍‍ ହବାକ୍‍ ଓଡ଼ିଶାର ଲାଟସାହେବ ବା ଗଭର୍ଣ୍ଣର ହୋଇ ଆସିଲେ । ସେ ପ୍ରଦେଶ ଗଠନର ପ୍ରଥମ ଦିନ ଓଡ଼ିଶାରେ ପଦାର୍ପଣ କରି ଶାସନ ଦାୟିତ୍ୱ ଗ୍ରହଣ କଲେ । ସାର ଜନ୍‍ ଅଷ୍ଟିନ୍‍ ହବାକ୍‍ ୧୮୭୮ ମସିହା ଫେବ୍ରୁଆରି ୨୮ ତାରିଖରେ ବିଲାତରେ ଜନ୍ମଗ୍ରହଣ କରିିଲେ । ଇଂଲଣ୍ଡର କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟରୁ ଏମ୍‍.ଏ. ପାସ୍‍ କରି ପ୍ରଥମେ ଜଏଣ୍ଟ ମାଜିଷ୍ଟ୍ରେଟ୍‍ ଭାବରେ ସରକାରୀ କାର୍ଯ୍ୟରେ ଯୋଗଦାନ କରିିଲେ । ବିହାର-ଓଡ଼ିଶା ଶାସନ ସମିତି ଓ ଅର୍ଥ ସଦସ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ହୋଇ ଆସିଲେ ।

ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ ଥିଲେ ଜଣେ ପଣ୍ଡିତ ବ୍ୟକ୍ତି । ଗଣିତ, ଉଦ୍ଭିଦ ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରରେ ତାଙ୍କର ଥିଲା ଅଗାଧ ପାଣ୍ଡିତ୍ୟ । ତାଙ୍କର ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଯଥେଷ୍ଟ ଦକ୍ଷତା ଥିଲା । କାରଣ ସେ ଓଡ଼ିଶାର ଗଭର୍ଣ୍ଣର ହେବା ପୂର୍ବରୁ ୧୯୨୬, ୧୯୨୯ ଓ ୧୯୩୦ ମସିହାରେ ତିନିଥର ଓଡ଼ିଶାର କମିଶନର ଦାୟିତ୍ୱ ତୁଲାଇଥିଲେ । ସେ ଓଡ଼ିଶାର କମିଶନର ଭାବରେ କାର୍ଯ୍ୟ କରିିବା ସମୟରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାସ୍ଥ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବେଶ୍‍ ତ‌ତ୍ପର ଥିଲେ । କମିଶନର ଭାବରେ ସେ ଓଡ଼ିଶାରେ ବହୁଳ ଲୋକପ୍ରିୟତା ହାସଲ କରିଥିଲେ । ସେହି ସମୟରେ ଓଡ଼ିଆ ଭାଷାକୋଷର ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପାଇଁ ବିହାର-ଓଡ଼ିଶା ସରକାରଙ୍କୁ ଅନୁରୋଧ କରି ଆର୍ଥିକ ସହାୟତା ପ୍ରଦାନ କରାଇଥିଲେ । ଓଡ଼ିଶାର ଗଭର୍ଣ୍ଣର ହେବା ପରେ ଓଡ଼ିଆ ଭାଷାକୋଷର ପ୍ରକାଶନ ଲାଗି ଆର୍ଥିକ ସହାୟତା ନିମନ୍ତେ ଭାରତର ତତ୍‍କାଳୀନ ଭାଇସ୍‍-ରଏ ଲିନ୍‍ ଲିଥଗୋଙ୍କ ଦୃଷ୍ଟି ଆକର୍ଷଣ କରିିଥିଲେ । ଓଡ଼ିଶାର ଲାଟ ସାହେବ ଭାବରେ ଭାଷାକୋଷର ସପ୍ତମ ଖଣ୍ଡ ପ୍ରକାଶନ ନିମନ୍ତେ ସ୍ୱ-ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ଓଡ଼ିଆ ଭାଷାକୋଷର ପ୍ରଥମ ଖଣ୍ଡକୁ ତାଙ୍କ ନାମରେ ଉତ୍ସର୍ଗ କରାଯାଇଛି ।

ଲଣ୍ଡନସ୍ଥିତ ପ୍ରାଚ୍ୟ ମହାବିଦ୍ୟାଳୟ (ଲଣ୍ଡନ କଲେଜ ଅଫ୍‍ ଓରିଏଣ୍ଟାଲ ଷ୍ଟଡିଜ୍‍)ର ପୁସ୍ତକାଗାରରେ ଓଡ଼ିଆ ପୁସ୍ତକ ସ୍ଥାନ ପାଇବା ନିମନ୍ତେ ସେ ଗଭୀର ଦୃଷ୍ଟି ପ୍ରଦାନ କରିିଥିଲେ । ତା୧୮/୧୧/୧୯୩୯ରେ 'ଉତ୍କଳ ସାହିତ୍ୟ ସମାଜ' ଆନୁକୂଲ୍ୟୂରେ ଡକ୍ଟର ମାୟାଧର ମାନସିଂହଙ୍କ ଦ୍ୱାରା "ପାଶ୍ଚାତ୍ୟ ଦୃଷ୍ଟିରେ ଉତ୍କଳୀୟ" ଶୀର୍ଷକ ଆଲୋଚନା ସଭାରେ ସଭାପତିତ୍ୱ କରିିଥିଲେ ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ । ତା୧୮/୧୨/୧୯୩୮ରେ ଉତ୍କଳ ସଙ୍ଗୀତ ସମାଜର ବାର୍ଷିକ ଉତ୍ସବକୁ ସେ ଉଦ୍‍ଘାଟନ କରି ଉଦ୍‍ବୋଧନ ଦେଇଥିଲେ । ତାଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି କେତେ ଅନୁରାଗ ଥିଲା ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ତାଙ୍କର ସହଧର୍ମିଣୀ ଲେଡି ହବାକ୍‍ ଉତ୍କଳ ନାରୀସଂଘ ପ୍ରତିଷ୍ଠା ପାଇଁ ସତର ହଜାର ଟଙ୍କା ଚାନ୍ଦା ସଂଗ୍ରହ କରିଥିଲେ । ୧୯୩୯ ମସିହାରେ ସାର୍‍ ଅଷ୍ଟେନ୍‍ ହବାକ୍‍ କଟକ ନାରୀ ସଂଘ ସଦନର ଶୁଭ ପ୍ରଦାନ କରି ୧୯୪୦ରେ ଏହାକୁ ଉଦ୍‍ଘାଟନ କରିଥିଲେ । ସାର୍‍ ହବାକ୍‍ ଥିଲେ ଜଣେ ମହାନ୍‍ ଆଦର୍ଶସ୍ଥାନୀୟ ବ୍ୟକ୍ତି । ୧୯୩୬ ମସିହାରେ ଓଡ଼ିଶାର ଲାଟ୍‍ ହୋଇ ଆସି ସାରିବା ପରେ ସେ ଓଡ଼ିଶାର ମାଳ ଅଞ୍ଚଳ ଗସ୍ତ କରିବା ନିମନ୍ତେ ମନ ବଳାଇଲେ । ଏ ଖବର କୋରାପୁଟରେ ରାଜକର୍ମଚାରୀମାନଙ୍କ ମଧ୍ୟରେ ବେଶ୍‍ ଚହଳ ପକାଇଥିଲା । ସେମାନେ ଲାଟ ସାହବ ଓ ତାଙ୍କର କର୍ମଚାରୀମାନଙ୍କ ଖାଇବା, ପିଇବା ଓ ରହିବାର ସୁବନ୍ଦୋବସ୍ତ ନିମନ୍ତେ ଲାଗିପଡ଼ିଲେ । ବେଠିଆ ପଠାଇ ରାମଗିରି ଅଞ୍ଚଳର ଗାଁ ଗଣ୍ଡାରୁ ଚାଉଳ, ଡାଲି, ଘିଅ, କାଠ, ଲୋକଙ୍କ ବାଡିରୁ ପନିପରିବା, ଭାଡିରୁ କୁକୁଡା, ଗୁହାଳରୁ ଦୁଧିଆଳି ଗାଈ ଧରି ଆଣିଲେ । ଏ କଥା କ'ଣ ଲାଟ ସାହେବ ଜାଣନ୍ତି ? ଲାଟ ସାହେବଙ୍କ ଗସ୍ତ ଶେଷ ହେଲା । ରାମଗିରି ଅଞ୍ଚଳର ଲୋକେ ସର୍ବସ୍ୱ ହରାଇ ବଡ଼ ହଇରାଣ ହରକତରେ କାଳାତିପାତ କଲେ । ସେମାନଙ୍କର ଅବସ୍ଥା କହିଲେ ନସରେ ।

ସେହି ସମୟରେ କୋରାପୁଟର ମହାନ୍‍ ଆଦିବାସୀ ନେତା ଲକ୍ଷ୍ମଣ ନାଏକଙ୍କ କାନରେ ଏହି ଖବର ପଡ଼ିଲା । ସେ ସମ୍ଭାଳି ହୋଇ ରହିପାରିଲେ ନାହିଁ । ଏ ସମ୍ପର୍କରେ ସେ କୋରାପୁଟର ଅନ୍ୟତମ ବିପ୍ଳବୀ ନେତା ନୀଳକଣ୍ଠ ପାତ୍ର ଓ ରାଧାକୃଷ୍ଣ ବିଶ୍ୱାସରାୟ (କୋରାପୁଟ ଗାନ୍ଧି)ଙ୍କ ସହ ଆଲୋଚନା କଲେ । ସେମାନେ ଏହି ଘଟଣାକୁ ବିଶଦ୍‍ ଭାବରେ ଲେଖି 'ସମାଜ' ଖବର କାଗଜକୁ ପଠାଇଲେ । 'ସମାଜ'ରେ ତାହା ପ୍ରକାଶ ପାଇଲା । ରାଜ୍ୟ ସାରା ଲୋକେ ଏକଥା ଜାଣିଲେ । ଏହି ଖବର ସରକାରଙ୍କ ଦୃଷ୍ଟିକୁ ଆସିଲା । ଲାଟସାହେବ ଜନ୍‍ ଅଷ୍ଟେନ୍‍ ହବାକ୍‍ ଏ ଖବର ଶୁଣି ଅତ୍ୟନ୍ତ ମର୍ମାହତ ହେଲେ । ଶୀଘ୍ର ଲୋକଙ୍କୁ କ୍ଷତି ପୂରଣ ଦେବା ନିମନ୍ତେ ନିର୍ଦେଶ ପ୍ରଦାନ କଲେ । ଲୋକେ କ୍ଷତି ପୂରଣ ପାଇଲେ । ଏହା ଥିଲା ଲାଟସାହେବ ଜନ୍‍ ଅଷ୍ଟେନ ହବାକ୍‍ଙ୍କ ଅନ୍ୟ ଏକ ମାନବିକତା । ସେକାଳ ଆଉ ନାହିଁ ।

ବିଶ୍ୱନାଥ ଦାସ (ସଂକ୍ଷିପ୍ତ ଜୀବନୀ) :

ସ୍ୱତନ୍ତ୍ର ଓଡ଼ିଶାର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ୱନାଥ ଦାସ । ୧୯୩୫ ମସିହା ଭାରତ ଶାସନ ଆଇନ ବଳରେ ଓଡ଼ିଶା ସମେତ ଦେଶର ଏଗାରଟି ପ୍ରଦେଶରେ ୧୯୩୭

ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା । ବିଶ୍ୱନାଥ ଦାସ ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ । ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ଲାଭ କରିବାରୁ ସେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କଲେ ।

ବିଶ୍ୱନାଥ ଦାସ ୧୮୮୯ ମସିହା ମାର୍ଚ୍ଚ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍‌ସା କଲେଜରୁ ବି.ଏ. ଓ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ୍‍ କରିବା ପରେ ମାଡ୍ରାସଠାରେ ଓକିଲାତି ବ୍ୟବସାୟ ଆରମ୍ଭ କଲେ । ଏହି ସମୟରେ ୧୯୨୦ ମସିହାରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନର ଡାକରା ତାଙ୍କ କାନରେ ପଡ଼ିଲା । ସେ ଆଇନ ବ୍ୟବସାୟ ତ୍ୟାଗ କରି ଆନ୍ଦୋଳନରେ ଯୋଗଦାନ କଲେ । ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ମଧ୍ୟ ହୋଇଗଲେ । ତାପରେ ସେ ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ୍‍ ବୋର୍ଡର ସଭାପତି ଭାବରେ ନିର୍ବାଚିତ ହେଲେ । ଏହି ସମୟରେ ସେ ମାଡ୍ରାସ ପ୍ରଭିନ୍‍ସର କୃଷକ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କଲେ । ୧୯୨୦-୧୯୨୯ ମଧ୍ୟରେ ସେ ମାଡ୍ରାସ କାଉନ୍‍ସିଲକୁ ତିନିଥର ନିର୍ବାଚିତ ହୋଇଥିଲେ । ବିଶ୍ୱନାଥ ବାବୁ ମାଡ୍ରାସ କାଉନ୍‍ସିଲରୁ ଇସ୍ତଫା ଦେଇ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରି ବହୁବାର କାରାବରଣ କଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିିଲେ । ଶେଷରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । ସେ ହେଲେ ଓଡ଼ିଶାର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀ । ତାଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ମାଡ୍ରାସ ଭୂସମ୍ପତ୍ତି (ଓଡ଼ିଶା ସଂଶୋଧନ) ବିଲ; ଓଡ଼ିଶା ପ୍ରଜା ସ୍ୱତ୍ୱ (ସଂଶୋଧନ) ବିଲ ଓ ମହାଜନି କାରବାର ଆଇନ ବିଲ ଆଗତ ହୋଇଥିଲା । ୧୯୩୯ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଘୋଷଣା ହେବାରୁ ଭାରତୀୟ ଜାତୀୟ କଂଗ୍ରେସ ନିର୍ଦେଶରେ ବିଶ୍ୱନାଥ ବାବୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ, ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା ।

ଓଡ଼ିଶା ପ୍ରଦେଶର ଶାସନ ସିଧାସଳଖ ଲାଟସାହେବଙ୍କ ଅଧୀନରେ ରହିଲା । ତାଙ୍କର ବ୍ୟକ୍ତିଗତ ସଚିବ ମିଃ. ଜେ. ଏସ୍‍. ଉଇଲ କକ୍‍, ଆଇ.ସି.ଏସ୍‍. ତାଙ୍କୁ ଶାସନ ପରିଚାଳନାରେ ସହାୟତା କଲେ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବା ପରେ ଶାସନର ସୁବିଧା ପାଇଁ ଅନେକ ଗୁଡ଼ିଏ ବିଭାଗ ସୃଷ୍ଟି କରାଯାଇଥିଲା । ସଚିବାଳୟ ଓ ବିଭାଗୀୟ ସ୍ତରରେ ଅନେକ ବିଶିଷ୍ଟ ବ୍ୟକ୍ତି ନିଯୁକ୍ତି ପାଇଲେ । ତା'ଭିତରେ ଥିଲେ ଅନେକ ଗୋରା ସାହେବ, କେତେକ ଭାରତୀୟ ଓ ଅଳ୍ପ କିଛି ଓଡ଼ିଆ । ଚିଫ୍‍ ସେକ୍ରେଟାରୀ ବା ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ପାଇଲେ ମିଃ. ପି.ଟି. ମାନ୍‍ସଫିଲଡ୍‍, ସି.ଆଇ.ଇ, ଆଇ.ସି.ଏସ୍‍. । ଉନ୍ନୟନ ସଚିବ ବା ଡେଭଲପ୍‍ମେଣ୍ଟ ସେକ୍ରେଟାରୀ ଭାବରେ ନିଯୁକ୍ତି ପାଇଲେ ମିଃ. ଏଫ୍‍. ଡବ୍ଲ୍ୟୁ. ଡିକସନ୍‍, ଆଇ.ସି.ଏସ୍‍. । ଅନ୍ୟ ବିଭାଗ ପାଇଁ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ନିଯୁକ୍ତି ପାଇଥିଲେ ସେମାନେ ହେଲେ- ଆଇନ୍‍ ସଚିବ ତ‌ଥା ଆଡ୍‍ଭୋକେଟ୍‍ ଜେନେରାଲ-ଦେଓ୍ୱାନ୍‍ ବାହାଦୂର ଗୋବିନ୍ଦନ ନାୟାର, ବି.ଏ.ବି.ଏଲ୍‍., ବାରଆଟ-ଲ; ରାଜସ୍ୱ କମିଶନର-ମିଃ. ଆର.ପି.ଓ୍ୱାର୍ଡ, ଆଇ.ସି.ଏସ୍‍.; ସ୍ୱାସ୍ଥ୍ୟ ଓ କାରାଗାର ନିର୍ଦ୍ଦେଶକ

ମେଜର ଭର୍ଗିଜ, ଆଇ.ଏମ୍‍.ଏସ୍‍. ଏମ୍‍.ଡ଼ି. ଆରକ୍ଷୀ ମହାନିର୍ଦ୍ଦେଶକ ମିଃ. ଇ.ଓ.ପରକିନ୍, ଆଇ.ପି. ମୁଖ୍ୟଯନ୍ତ୍ରୀ ମିଃ.ଏ.ଭିପାନ୍‍, ଏମ୍‍.ଆଇ.ସି.ଇ; ବନ ସଂରକ୍ଷକ- ମିଃ ନିକଲସନ୍‍, ଆଇ.ଏଫ୍‍.ଏସ୍‍.; ଇନ୍‍ସପେକ୍ଟର ଅଫ୍‍ ସ୍କୁଲ୍‍ସ- ମିସ୍‍. ନିର୍ମଳବାଳା ନାୟକ, ବି.ଏ.; କଟକ ଟ୍ରେନିଂ କଲେଜ ପ୍ରିନ୍‌ସିପାଲ- ମିଃ. ଭଗବାନ ମୁଖାର୍ଜୀ, ଏମ୍‍.ଏ. ରେଭେନ୍‍ସା କଲେଜ ପ୍ରିନ୍‍ସିପାଲ ମିଃ. ଏସ୍‍. ତ୍ରିପାଠୀ. ଆଇ.ଇ.ଏସ୍‍.; ଓଡ଼ିଆ ଅନୁବାଦକ-ବାବୁ ରମାକାନ୍ତ ମହାପାତ୍ର, ବି.ଏ.; ଅଣ୍ଡର ସେକ୍ରେଟାରୀ (ପଲ୍‍ଟିକାଲ)- ମିଃ. ରମନ୍‍, ଆଇ.ସି.ଏସ୍‍.; ଅଣ୍ଡର ସେକ୍ରଟାରୀ (ଫାଇନାନ୍‍ସ) ରାୟ ସାହେବ ନିଶାମଣି ମହାନ୍ତି; ଡେପୁଟି ରେଜିଷ୍ଟ୍ରାର କୋ-ଅପରେଟିଭ ସୋସାଇଟିଜ୍‍-ବାବୁ ସତୀଶ ଚନ୍ଦ୍ର ରାୟ; ସୁପରିଣ୍ଟେଣ୍ଡେଣ୍ଟ ସରକାରୀ ଛାପାଖାନା-ମିଃ.ଟି.ଆର. ପଞ୍ଚପାଙ୍ଗିସନ, ଏମ୍‍.ଏ; କୃଷି ବିଭାଗ ଡେପୁଟି ଡାଇରେକ୍ଟର-ବାବୁ ହୀରାଲାଲ ଦତ୍ତ; ଇଣ୍ଡଷ୍ଟ୍ରିଜ୍ ସର୍କଲ ଅଫିସର-ବାବୁ ଶ୍ରୀବତ୍ସ ପଟ୍ଟନାୟକ; ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାୟତ୍ତ ଶାସନ ଆସିଷ୍ଟାଣ୍ଡ ସେକ୍ରେଟାରୀ-ବାବୁ ପୂର୍ଣ୍ଣଚନ୍ଦ୍ର ମହାନ୍ତି; ଇନ୍‍ସପେକ୍ଟର ଅଫ୍‍ ଫ୍ୟାକଟ୍ରିଜ୍‍-ମୌଲବୀ ଏ.ସମଦ; ଆଇନ ବିଭାଗ ସହକାରୀ ସେକ୍ରେଟାରୀ ରାୟସାହେବ ନରେଶ ଚନ୍ଦ୍ର ରାୟ ଓ ପଶୁଚିକିତ୍ସା ବିଭାଗ ଡେପୁଟି ଡାଇରେକ୍ଟର-ବାବୁ ନୀଳମଣି ଚାଟାର୍ଜୀ ।

ଏହାବ୍ୟତୀତ ଓଡ଼ିଶାର ତତ୍‍କାଳୀନ ଛ'ଗୋଟି, ଜିଲ୍ଲା ଯଥା: ବାଲେଶ୍ୱର, କଟକ-ଅନୁଗୁଳ, ସମ୍ବଲପୁର, ପୁରୀ, ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନେ ନିଯୁକ୍ତି ପାଇଲେ । ବିଚାର ବିଭାଗର ସୁପରିଚାଳନା ପାଇଁ କଟକ, ବାଲେଶ୍ୱର, ସମ୍ବଲପୁର ପାଇଁ ଜଣେ, ପୁରୀ ଓ ଗଞ୍ଜାମ ପାଇଁ ଜଣେ ଏହିପରି ଦୁଇଜଣ ଜିଲ୍ଲା ଜଜ୍‍ଙ୍କୁ ନିଯୁକ୍ତି ଦିଆଯାଇ କୋରାପୁଟ ଏଜେନ୍‍ସି ପାଇଁ ଜଣେ ସ୍ୱତନ୍ତ୍ର ସବ୍‍-ଜଜ୍‍ଙ୍କୁ ନିଯୁକ୍ତି ଦିଆ ଯାଇଥିଲା ।

କଟକ, ବାଲେଶ୍ୱର ଓ ସମ୍ବଲପୁର ପାଇଁ ବାବୁ ଅଘୋରନା ମୁଖାର୍ଜୀ ଓ ପୁରୀ, ଗଞ୍ଜାମ ପାଇଁ ମିଃ. ପି. ରାମଲିଙ୍ଗମ୍‍, ଆଇ.ସି.ଏସ୍‍. ଜିଲ୍ଲା ଜଜ୍‍ ଭାବରେ ନିଯୁକ୍ତି ପାଇଥିଲେ । ସେହି ସମୟରେ ପ୍ରଶାସନ କ୍ଷେତ୍ରରେ ସେବା ଅଧିକାରୀ (ଆଇ.ସି.ଏସ୍‍.) ଥିଲେ । ଜଣେ ମାତ୍ର ମୁଖ୍ୟ ଶାସନ ସଚିବ ଥିଲେ । ବିଭାଗ ସଂଖ୍ୟା ଥିଲା ଖୁବ୍‍ କମ୍‍ । ଏବେ ମୁଖ୍ୟ ଶାସନ ସଚିବ ଓ ଆଇ.ଏ.ଏସ୍‍. ଅଧିକାରୀଙ୍କ ସଂଖ୍ୟା ବହୁତ ବେଶୀ । ବିଭାଗ ସଂଖ୍ୟା ଅନେକ ବଢ଼ି ଯାଇଛି । ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭାଗ ଗୁଡ଼ିକ ଆଜି ଖୁବ୍‍ ବରାଟ ଆକାର ଧାରଣ କରିଛି । ରାଜ୍ୟ ପାଇଁ ନିଯୁକ୍ତି ପାଇଥିଲେ ଜଣେ ମୁଖ୍ୟ ଯନ୍ତ୍ରୀ । ଏବେ ମୁଖ୍ୟ ଯନ୍ତ୍ରୀମାନଙ୍କ ସଂଖ୍ୟା କାହିଁରେ କେତେ । ଜଣେ ଜଣେ ଅଣ୍ଡର ସେକ୍ରେଟାରୀ ଗୋଟିଏ ଗୋଟିଏ ବିଭାଗ ଦାୟିତ୍ୱରେ ଥିଲେ । ଏବେ କେଉଁ ବିଭାଗରେ ପ୍ରମୁଖ ଶାସନ ସଚିବ ତ ଅନ୍ୟ କେଉଁ ବିଭାଗମାନଙ୍କରେ କମିଶନର ତ‌ଥା ଶାସନ ସଚିବମାନେ କାର୍ଯ୍ୟ କରୁଛନ୍ତି । ତାଙ୍କ ତଳକୁ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଉପଶାସନ ସଚିବ ଓ ଅନୁଶାସନ ସଚିବମାନେ କାର୍ଯ୍ୟରତ । ହେଲେ ଶାସନର ସୁଫଳ ଲୋକେ ପାଇପାରୁ ନାହାନ୍ତିି ।

* * *

ଚତୁର୍ଥ ପରିଚ୍ଛେଦ

ଓଡ଼ିଶା ରାଜନୀତିରେ ପ୍ରଥମ ଦଳବଦଳ ଓ

ପ୍ରଥମ ମିଳିତ ମନ୍ତ୍ରିମଣ୍ଡଳ

କେତେକ ନିର୍ବାଚିତ ପ୍ରତିନିଧି ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲାଳସାର ବଶବର୍ତ୍ତୀ ହୋଇ ଦଳ ବଦଳାଇ ଥାଆନ୍ତି ତ ଆଉ କେତେକ ଅନ୍ୟ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ବଦଳାଇ ଥାଆନ୍ତି । ଆଉ ମଧ୍ୟ କେତେକ ଉପରେ ଆଦର୍ଶର ଦ୍ୱାହି ଦେଇ ବ୍ୟକ୍ତିଗତ ସ୍ୱାର୍ଥ ବା ଅସୂୟା ଭାବକୁ ହୃଦୟରେ ରଖି ଦଳ ବଦଳାଇ ଥାଆନ୍ତି । ଏହାର ବହୁଳ ଦୃଷ୍ଟାନ୍ତ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ରାଜନୀତି ସ୍ତରରେ ଦେଖିବାକୁ ମିଳିଥାଏ । ଓଡ଼ିଶା ରାଜନୀତିରେ ସ୍ୱାଧୀନତା ପୂର୍ବବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନ (୧୯୩୭) ପରେ ପରେ ଦଳ ବଦଳର ଦୃଶ୍ୟ ଦେଖିବାକୁ ମିଳେ ।

୧୯୩୭ ମସିହାରେ ଓଡ଼ିଶାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଚାରିଟି ଦଳ ସକ୍ରିୟ ଥିବାର ଜଣାଯାଏ । ସେଗୁଡ଼ିକ ହେଲା ଭାରତୀୟ ଜାତୀୟ କଂଗ୍ରେସ; କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଇଉନାଇଟେଡ୍‍ ପାର୍ଟି; ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନ୍ୟାସନାଲ ପାର୍ଟି ଓ ପାରଳାଖେମୁଣ୍ଡି ରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ 'ସ୍ୱାଧୀନ ପାର୍ଟି' । ଭାରତୀୟ ଜାତୀୟ କଂଗ୍ରେସ ସବୁଠାରୁ ବେଶୀ ପ୍ରଭାବଶାଳୀ ଥିଲା । ସେତେବେଳେ ଓଡ଼ିଶା ପ୍ରଦେଶ କମିଟିର ସଭାପତି ଥିଲେ ପଣ୍ଡିତ ନୀଳକଣ୍ଠ ଦାସ ଓ ସାଧାରଣ ସମ୍ପାଦକ ଥିଲେ ନବକୃଷ୍ଣ ଚୌଧୁରୀ । କଂଗ୍ରେସ ଦଳ ସପକ୍ଷରେ ପ୍ରଚାର କରିବା ପାଇଁ କେନ୍ଦ୍ରରୁ ଓଡ଼ିଶା ଆସିଲେ ପଣ୍ଡିତ ଜବାହାରଲାଲ ନେହେରୁ । ତାଙ୍କ ସହ ସାମିଲ ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ପଣ୍ଡିତ ନୀଳକଣ୍ଠ ଦାସ, ହରେକୃଷ୍ଣ ମହତାବ ଓ ଭାଗୀରଥି ମହାପାତ୍ର ଆଦି ଅନେକ ନାମଜାଦା ତୁଙ୍ଗ କଂଗ୍ରେସ ନେତୃବର୍ଗ ।

ପଣ୍ଡିତ ନେହେରୁ କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିରାଟ ବିରାଟ ନିର୍ବାଚନୀ ସଭାରେ ଭାଷଣ ଦେଇ କହିଲେ, "କଂଗ୍ରେସ ଦେଶର ସ୍ୱାଧୀନତା ପାଇଁ ଲଢେ଼ଇ କରୁଛି । ରାଜା ଜମିଦାରମାନେ ଇଂରେଜ ସରକାରର ବୋଲକରା ହୋଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଭୋଟ ନ ଦେଇ କଂଗ୍ରେସକୁ ଭୋଟ ଦିଅନ୍ତୁ ।" ପଣ୍ଡିତ ନେହେରୁ କଟକ ଜିଲ୍ଲାର ଜଗତସିଂହପୁର, ବିରିଡି, କେନ୍ଦ୍ରାପଡ଼ା, ସାଲେପୁର, ବହୁଗ୍ରାମ ଓ ଚାନ୍ଦୋଳ ଆଦି ସ୍ଥାନରେ ଅନୁଷ୍ଠିତ ସଭାମାନଙ୍କରେ ଭାଷଣ ଦେଲେ । ଲୋକେ ପଣ୍ଡିତ ନେହେରୁଙ୍କ ଭାଷଣରେ ପ୍ରଭାବିତ ହେଲେ ।

ନିର୍ବାଚନପାଇଁ ଉଦ୍ଦିଷ୍ଟ ୫୬ଟି ଆସନରୁ କଂଗ୍ରେସ ଦଳ ୩୬ଟି ଆସନ ଲାଭ କରି ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ବିବେଚିତ ହେଲା । ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଇଉନାଇଟେଡ୍‍ ପାର୍ଟିର ୩୨ ଜଣଙ୍କ ମଧ୍ୟରୁ ମାତ୍ର ଛ'ଜଣ ଓ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନ୍ୟାସନାଲ ପାର୍ଟିର ୧୯ ଜଣଙ୍କ ମଧ୍ୟରୁ ମାତ୍ର ଚାରିଜଣ ପ୍ରାର୍ଥୀ ଜିତିଲେ । ମୁସଲିମ୍‍ ଲିଗ୍‍ର ମଧ୍ୟ ଚାରିଜଣ ପ୍ରାର୍ଥୀ ଜିତିଲେ । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦଳ ଓ ଅନ୍ୟାନ୍ୟ ଦଳରୁ ସମୁଦାୟ ଛଅ ଜଣ ପ୍ରାର୍ଥୀ ଜିତିଲେ । ବିଧାନସଭା ନିର୍ବାଚନ ପରେ ପୂର୍ବ ଯାଜପୁର ସଂରକ୍ଷିତ ଆସନରୁ ବିଜୟ ଲାଭ କରିିଥିବା କଂଗ୍ରେସ ପ୍ରାର୍ଥୀ ବୀର କିଶୋର ବେହେରା କଂଗ୍ରେସ ଦଳ ଛାଡ଼ି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିଷ୍ଠିତ ସ୍ୱାଧୀନ ପାର୍ଟିରେ ଯୋଗଦେଲେ । ଏହାର କାରଣ ସମ୍ପର୍କରେ କୌଣସି ତ‌ଥ୍ୟ ଜଣାପଡୁନାହିଁ । ଏହା ହେଉଛି ଓଡ଼ିଶା ରାଜନୀତିରେ ପ୍ରଥମ ଦଳ ବଦଳ ଘଟଣା ।

ସେହି ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ ଥାଆନ୍ତି କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଓଡ଼ିଶାର ମନୋନୀତ ସଭ୍ୟ । ପ୍ରକୃତରେ ତାଙ୍କ ଉଦ୍ୟମରେ କଂଗ୍ରେସ ଦଳ ଅଧିକ ସଂଖ୍ୟକ ଆସନ ଲାଭ କରିିଥିଲା । ସେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନଥିଲେ । କାରଣ ସେ ଠିଆ ହେଲେ ଅନ୍ୟମାନେ ନିର୍ବାଚନ ଜିତିବାରେ ଅସୁବିଧା ହେବ ବୋଲି ତାଙ୍କୁ ବିଧାନସଭାକୁ ପ୍ରାର୍ଥୀ କରାଯାଇ ନଥିଲା । ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରେ ଉଲ୍ଲେଖ ଅଛି -

"ଛତିଶ ଜଣ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ କୋଡିଏ ଜଣ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ନେତା ନିର୍ବାଚିତ କରିବାପାଇଁ ଇଚ୍ଛା ପ୍ରକାଶ କରିିଥିଲେ । ସେ ଦଳର ନେତା ନିର୍ବାଚିତ ହୋଇ କେନ୍ଦ୍ର ବ୍ୟବସ୍ଥାପକ ସଭାରୁ ଇସ୍ତଫା ଦେଇ ଆସେମ୍ଲିକୁ ପୁଣି ଠିଆ ହେବା ପାଇଁ ସ୍ଥିର ହେଲା । ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କୁ ଧରି ସେମାନେ ଗୋଟିଏ ରୁଲ୍‍ କମିଟି ଗଠନ କଲେ । ସେହି କମିଟିରେ ରୁଲ ଦିଆଗଲା ଯେ ଆସେମ୍ଲି ଦଳ ବାହାରୁ କେହି ନେତା ହୋଇ ପାରିବେ ନାହିଁ । ଛତିଶ ଜଣ ସଭ୍ୟଙ୍କ ମଧ୍ୟରୁ କୋଡ଼ିଏ ଜଣଙ୍କ ସମର୍ଥନ ଥାଇ ମଧ୍ୟ ପଣ୍ଡିତ ନୀଳକଣ୍ଠ ଦାସ ନେତା ନିର୍ବାଚିତ ହୋଇପାରିଲେ ନାହିଁ । ଫଳରେ ନୀଳକଣ୍ଠ ଦାସଙ୍କର ଏହି କୋଡ଼ିଏ ଜଣ ସମର୍ଥକ ବିଶ୍ୱନାଥ ଦାସଙ୍କୁ ସମର୍ଥନ ଜଣାଇଲେ । ବିଶ୍ୱନାଥ ଦାସ ନେତା ହେଲେ । କିନ୍ତୁ ତାଙ୍କ ସହ ଆଲୋଚନା ହେଲା ଯେ

ସେ ରୁଲ ବଦଳାଇ ପଣ୍ଡିତ ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ କରି ଆଣି ନିଜେ ମନ୍ତ୍ରୀ ହୋଇ ରହିବେ । ନେତା ନିର୍ବାଚିତ ହେଲା ପରେ ବିଶ୍ୱନାଥ ଦାସଙ୍କର ଏହି କଥା ଆଉ ମନେରହିଲା ନାହିଁ ।"

ବିଶ୍ୱନାଥ ଦାସ ପ୍ରଧାନମନ୍ତ୍ରୀ ହେଲେ । ତାଙ୍କ ମନ୍ତ୍ରିମଣ୍ଡଳ ୧୯୩୭ ମସିହା ଜୁନ୍‍ ଶେଷ ସପ୍ତାହରେ ଶପଥ ଗ୍ରହଣ କଲେ । ଏ ବିଷୟରେ ପୂର୍ବରୁ ଆଲୋଚନା ହୋଇସାରିଛି । ଏହି କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖ ଦିନ ଇସ୍ତଫା ପ୍ରଦାନ କରିିଥିଲେ । ଏହି ସମୟରେ ୧୯୩୮ ମସିହା ମଇ ପହିଲଠାରୁ ୪ ମାସ ଯାଏ ଓଡ଼ିଶାର ଗଭର୍ଣ୍ଣର ସାର୍‍ ଜନ୍‍ ଅଷ୍ଟିନ୍‍ ହବାକ୍‍ ଛୁଟିରେ ଗଲେ । ତାଙ୍କ ସ୍ଥାନରେ ରେଭେନ୍ୟୁ କମିଶନର ଜନ୍‍ ଡନ୍‍ଙ୍କୁ ସରକାର ଅସ୍ଥାୟୀ ରାଜ୍ୟପାଳ ଭାବରେ ଅବସ୍ଥାପିତ କଲେ । ବିଶ୍ୱନାଥ ଦାସଙ୍କ କଂଗ୍ରେସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାର କାରଣ ହେଲା -

୧୯୩୯ ମସିହା ସେପ୍ଟେମ୍ବର ମାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ବ୍ରିଟିଶ୍‍ ସରକାର ମିତ୍ରଦଳ ପକ୍ଷରେ ରହି ଭାରତର ଲୋକମତକୁ ନ ନେଇ ଭାରତକୁ ଯୁଦ୍ଧରେ ସାମିଲ୍‍ କଲେ । କଂଗ୍ରେସ ପକ୍ଷରୁ ଏହାର ଘୋର ପ୍ରତିବାଦ କରାଗଲା । ବିଭିନ୍ନ ପ୍ରଦେଶରେ ଥିବା କଂଗ୍ରେସ ମନ୍ତ୍ରିମଣ୍ଡଳଗୁଡ଼ିକୁ ଇସ୍ତଫା ପ୍ରଦାନ କରିବା ପାଇଁ କଂଗ୍ରେସ ହାଇ କମାଣ୍ଡ ନିର୍ଦେଶ ଦେଲେ । ସେହି ସମୟକୁ ଦେଶର ସାତଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଦୁଇ ବର୍ଷରୁ ଅଧିକ କାଳ କୃତିତ୍ୱ ସହକାରେ ଶାସନ କରି ସାରିିଥିଲେ ।" ଏହି ପରିପ୍ରେକ୍ଷୀରେ ଓଡ଼ିଶାର କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖରେ ଇସ୍ତଫା ପ୍ରଦାନ କଲେ ।

ଓଡ଼ିଶାରେ ପ୍ରଥମ ରାଜ୍ୟପାଳ ଶାସନ :

କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ ମସିହା ନଭେମ୍ବର ୪ ତାରିଖରେ ଇସ୍ତଫା ପ୍ରଦାନ କରିବା ପରେ ସେହି ଦିନଠାରୁ ୧୯୪୧ ମସିହା ନଭେମ୍ବର ୨୮ ତାରିଖ ଯାଏ ଓଡିଶା ରାଜ୍ୟପାଳଙ୍କ ଶାସନାଧୀନ ହୋଇ ରହିଥିଲା । ୧୯୩୫ ଭାରତ ଶାସନ ଆଇନର ୯୩ ଧାରା ଅନୁଯାୟୀ ରାଜ୍ୟପାଳ ଏହି ଶାସନ ଦାୟିତ୍ୱ ଗ୍ରହଣ କଲେ । ଏହା ହେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଶାସନ । ସାର୍‍ ଜନ୍‍ ଅଷ୍ଟେନ୍‍ ହବାକ୍‍ ଦୀର୍ଘ ଚାରିବର୍ଷ କାଳ ଓଡ଼ିଶାରେ ରହି ୧୯୪୧ ମସିହା ଏପ୍ରିଲ ୧ ତାରିଖରେ ବିଦାୟ

ନେଲେ । ତାଙ୍କ ସ୍ଥାନରେ ସାର୍ ୱିଲିଅମ୍ ହଥର୍ଣ୍ଣ ଲୁଇସ ନୂଆ ରାଜ୍ୟପାଳ ଭାବରେ ଯୋଗଦେଲେ ।

ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ :

ଏହି ସମୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ବ୍ୟକ୍ତିଗତ ସତ୍ୟାଗ୍ରହ । ଫଳରେ ଅନେକ କଂଗ୍ରେସ ନେତା ଜେଲ ଭିତରେ ରହିଗଲେ । ପ୍ରଦେଶର ଅନେକ ନିର୍ବାଚିତ କଂଗ୍ରେସ ବିଧାୟକ ମଧ୍ୟ ରହିଲେ ଜେଲରେ । ଏହାର ସୁଯୋଗ ନେଲେ ପଣ୍ଡିତ ନୀଳକଣ୍ଠ ଦାସ । ସେ ତ ଆଗରୁ ବିରକ୍ତ ହୋଇ ରହିିଲେ ପ୍ରଧାନମନ୍ତ୍ରୀ ପଦ ନପାଇ । ସେ ପଣ୍ଡିତ ଗୋଦାବରୀଶଙ୍କୁ ସାଙ୍ଗ କଲେ । ଦୁଇ ପଣ୍ଡିତ ମିଶି ପ୍ରଦେଶରେ ଅଣ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ସେହି ସମୟରେ କଂଗ୍ରେସ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥାଏ । ଗୋଟିଏ ପଟରେ ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ ଓ ନିତ୍ୟାନନ୍ଦ କାନୁନ୍‍ଗୋଙ୍କ ସମେତ ତାଙ୍କ ସମର୍ଥକଗଣ । ଅନ୍ୟ ପଟରେ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ଓ ସେମାନଙ୍କ ସମର୍ଥକଗଣ । କଂଗ୍ରେସ ଦଳରେ ଆଧିପତ୍ୟ ବିସ୍ତାରରେ ବିଫଳ ହେବାରୁ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରତିଶୋଧ ନେବାପାଇଁ ଅପେକ୍ଷା କରି ରହିଲେ ।

୧୯୩୯ ମସିହାରେ ତ୍ରିପୁରା କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେଲା । ସଭାପତି ପଦପାଇଁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ହେଲା । ମହତାବଙ୍କ ସମର୍ଥକମାନେ ଡକ୍ଟର ପଟ୍ଟାଭି ସୀତାରାମେୟାଙ୍କୁ ସମର୍ଥନ କଲେ । କିନ୍ତୁ କଂଗ୍ରେସ ସୋସାଲିଷ୍ଟମାନେ ସୁଭାଷ ବୋଷଙ୍କୁ ସମର୍ଥନ କଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଥାଇ ପଣ୍ଡିତ ନୀଳକଣ୍ଠ ଦାସ, କଂଗ୍ରେସର ବିଶିଷ୍ଟ ସଭ୍ୟ ଯଦୁମଣି ମଙ୍ଗରାଜ ଓ ଦିବାକର ପଟ୍ଟନାୟକ ପ୍ରମୁଖ ଓଡ଼ିଶାରୁ ନେତାଜୀ ସୁଭାଷ ବୋଷଙ୍କୁ ସମର୍ଥନ ଜଣାଇଲେ ।

ଏଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରୁ କିଛି ଘଟଣା ଉଲ୍ଲେଖଯୋଗ୍ୟ: "୧୯୩୯ ମସିହାର କଥା । ସୁଭାଷ ବୋଷ ନିଜ ୩୮/୨ ଏଲ୍‌ଗିନ୍ ରୋଡ଼ ଘରକୁ ଆମକୁ ଡକାଇ ଥିଲେ । ଯଦୁମଣି ମଙ୍ଗରାଜ, ମୁଁ ଓ ଗୋଦାବରୀଶ ଯାଇଥିଲୁ । ଅନେକ ସମୟ କଥାବାର୍ତ୍ତା ହେବାପରେ ସେ କହିଲେ, "ଏ ନୀଳକଣ୍ଠ ଦାସ ମହାଯୁଦ୍ଧରେ ଜାପାନ ଜିଣିବାର ଖୁବ୍‍ ସମ୍ଭାବନା

ଅଛି । ଏଣୁ ସେହି ସମୟରେ ବଙ୍ଗ, ଓଡ଼ିଶା, ବିହାର ଓ ଆସାମ- ଏହି ଚାରି ପ୍ରଦେଶର ରାଜତ୍ୱ ଆମ ଲୋକଙ୍କ ହାତରେ ଥିବା ଦରକାର । ମୁଁ ସେଥିପାଇଁ ଆସାମର ଶ୍ରୀଯୁକ୍ତ ବର୍ଦୋଲାଇ ଓ ମୁସଲମାନ ନେତାଙ୍କୁ (ବୋଧହୁଏ ଫକ୍‍ରୁଦ୍ଧିନ) ଧରି ମନ୍ତ୍ରିମଣ୍ଡଳ ଗଢ଼ିବା ବ୍ୟବସ୍ଥା କରିଛି । ବଙ୍ଗଳାରେ ଶରତ ବୋଷ ଓ ଫଜଲ ହବକ୍‍-ଏ ଦୁହିଁଙ୍କୁ ଧରି ମନ୍ତ୍ରିମଣ୍ଡଳ ଗଢ଼ାହେବ । ମୁଁ ବିହାରରେ ମଧ୍ୟ ଏପରି ଗୋଟିଏ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଯାଉଛି । ଓଡ଼ିଶାରେ ତୁମେମାନେ ଯାଇ ମନ୍ତ୍ରିମଣ୍ଡଳ ଗଢ଼ । ସେଥିପାଇଁ ଗୋଦାବରୀଶ ଓ ଯଦୁମଣି ମଙ୍ଗରାଜ ଯାଆନ୍ତୁ । ନୀଳକଣ୍ଠ ଦାସ ଫରଓ୍ୱାର୍ଡ଼ ବ୍ଳକ୍‍ ତରଫରୁ କାର୍ଯ୍ୟକାରୀ କମିଟିକୁ ଯାଆନ୍ତୁ ।" ଶେଷକୁ ଗୋଦାବରୀଶ ଓ ଯଦୁମଣି ଉତ୍ତର ଦେଲେ "ନୀଳକଣ୍ଠ ବାବୁ ନଗଲେ ଆମେ ଏ କାମ ତୁଲାଇ ପାରିବୁ ନାହିଁ ।" ସେହି ଏଲ୍‍ଗିନ୍‍ ରୋଡ୍‍ ଘରୁ ଗଞ୍ଜାମର ଦିବାକର ପଟ୍ଟନାୟକଙ୍କ ପାଖକୁ ଟେଲିଗ୍ରାମ କରାଗଲା । ସେ ଦୁଇ ଦିନ ପରେ କଲିକତାରେ ପହଞ୍ଚି ଫରଓ୍ୱାର୍ଡ ବ୍ଳକ୍‍ର କାର୍ଯ୍ୟକାରୀ କମିଟିକୁ ଗଲେ ଓ ଆମ୍ଭେମାନେ ମନ୍ତ୍ରିମଣ୍ଡଳ ଗଢ଼ିବାପାଇଁ ଓଡ଼ିଶା ଆସିଲୁ ।"

ନେତାଜୀଙ୍କର ଉଦ୍ଦେଶ୍ୟ ଥିଲା- ସେ ବ୍ରିଟିଶ ବିରୋଧୀ ବୈଦେଶିକ ଶକ୍ତି ସାହାଯ୍ୟରେ ଭାରତର ପୂର୍ବ ଉପକୂଳରେ ପହଞ୍ଚି ସେଠାରୁ ଭାରତ ଭିତରେ ବ୍ରିଟିଶ ସାମରିକ ଶକ୍ତିକୁ ପରାସ୍ତ କରି ଭାରତର ସ୍ୱାଧୀନତା ହାସଲ କରିବେ । ପଣ୍ଡିତ ନୀଳକଣ୍ଠ ଦାସ ସେହି ସମୟରେ ଏକା ପ୍ରକାଶ କରିପାରି ନଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଦ୍ୟମ ଆରମ୍ଭ ହେଲା । ପଣ୍ଡିତ ଗୋଦାବରୀଶ ମିଶ୍ର, ଦିବାକର ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ ଓ ପ୍ୟାରୀ ଶଙ୍କର ରାୟ ପ୍ରମୁଖ କଂଗ୍ରେସ ଦଳର ଆଠ ଜଣ ସଭ୍ୟ ମିଶି

'ସ୍ୱରାଜ ଦଳ' ନାମରେ ଗୋଟିଏ ଦଳ ଗଠନ କରି ସେତେବେଳର ବିରୋଧୀ ଦଳର ନେତାଙ୍କ ଅଧ୍ୟକ୍ଷତାରେ ମିଳିତ ମନ୍ତ୍ରି ମଣ୍ତଳ ଗଠନ କରିବାପାଇଁ ଅଗ୍ରସର ହେଲେ । ପରେ ଏକା ପଣ୍ଡିତ ନୀଳକଣ୍ଠ ୧୯୫୨ ମସିହାରେ ଓଡ଼ିଶା ବିଧାନସଭାରେ ପ୍ରକାଶ କରିିଥିଲେ ।

ଓଡ଼ିଶା ପ୍ରଦେଶରେ ବିରୋଧୀଦଳର ସହାୟତାରେ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ହେଲା । ଇଉନାଇଟେଡ୍‍ ପାର୍ଟି (କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦଳ)ର ସଭ୍ୟ ସଂଖ୍ୟା-୬; ନ୍ୟାସନାଲ ପାର୍ଟି (ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଦଳ)ର ସଭ୍ୟ ସଂଖ୍ୟା-୪; ସ୍ୱାଧୀନ ପାର୍ଟି (ପାରଳାଖେମୁଣ୍ତି ମହାରାଜା କୃଷ୍ଣଚନ୍ଦ୍ର

ଗଜପତିଙ୍କ ଦଳ) ଓ ଅନ୍ୟ ଦଳର ସଭ୍ୟ ସଂଖ୍ୟା-୭; ମୁସଲିମ୍‍ ଲିଗ୍‍ର ସଭ୍ୟ ସଂଖ୍ୟା-୪ ଓ କଂଗ୍ରେସ ଦଳ ଛାଡ଼ି ଆସିିବା-୮ ସଭ୍ୟ ଏହିପରି ୨୯ ଜଣ ସଦସ୍ୟଙ୍କ ସମେତ ୪ ଜଣ ଯାକ ମନୋନୀତ ସଦସ୍ୟ ଏହି ମନ୍ତ୍ରିମଣ୍ଡଳକୁ ସର୍ମନ ଜଣାଇଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ୧୯୪୧ ନଭେମ୍ବର ୨୮ ତାରିଖରେ ଓଡ଼ିଶାରେ ଅନ୍ୟ ଏକ ସଂଖ୍ୟାଲଘୁ ମିଳିତ ସରକାର ଗଠନ ହେଲା । ମନ୍ତ୍ରିମଣ୍ଡଳରେ ଦୁଇଜଣ ସଦସ୍ୟ ରହିଲେ । ସେମାନେ ହେଲେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବ୍‍ଦସ୍‍ ଶୋଭନ ଖାଁ । ମହାରାଜା କ୍ୟାପଟେନ୍‍ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ହେଲେ ପ୍ରଧାନମନ୍ତ୍ରୀ । ପଣ୍ଡିତ ଗୋଦାବରୀଶ ମିଶ୍ର ହେଲେ ଘରୋଇ ବ୍ୟାପାର (ପ୍ରସାର), ଅର୍ଥ, ଶିକ୍ଷା ଓ ଉନ୍ନୟନ ବିଭାଗର ମନ୍ତ୍ରୀ । ମୌଲବୀ ଅବ୍‍ଦସ୍‍ ଶୋଭନ ଖାଁ ହେଲେ- ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ।

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରେ ଉଲ୍ଲେଖ ଅଛି ଯେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ତତ୍‍କାଳୀନ ଗଭର୍ଣ୍ଣର ଲୁଇସ୍‍ ସାହେବ ମନ୍ତ୍ରିମଣ୍ଡଳରେ ନେବାକୁ ଅନିଚ୍ଛା ପ୍ରକାଶ କରିିଥିଲେ । କିନ୍ତୁ ପଣ୍ଡିତ ନୀଳକଣ୍ଠ ଦାସ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ପ୍ରଭାବିତ କରି ଗଭର୍ଣ୍ଣରଙ୍କୁ ବୁଝାଇ ଦେଇଥିଲେ । ଫଳରେ ମହାରାଜା କୃଷ୍ଣଚନ୍ଦ୍ର ଗଭର୍ଣ୍ଣରଙ୍କୁ କହିିଲେ କି "ଆପଣ ଏପରି କଲେ ମନ୍ତ୍ରିମଣ୍ଡଳ ଗଠିତ ହୋଇ ପାରିବ ନାହିଁ । ଫଳରେ ଗଭର୍ଣ୍ଣର ଲୁଇସ୍‍ ସାହେବ ବାଧ୍ୟହୋଇ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ବ୍ୟକ୍ତିଗତ ସତ୍ୟାଗ୍ରହ ବନ୍ଦ ହୋଇଗଲା । କଂଗ୍ରେସ ନେତା ଓ ବିଧାୟକମାନେ ଜେଲରୁ ମୁକ୍ତି ପାଇ ଫେରିଲେ । ଏହି ସଂଖ୍ୟାଲଘୁ ସରକାରକୁ ହଟେଇବା ପାଇଁ ଉଦ୍ୟମ ଆରମ୍ଭ କଲେ । କିନ୍ତୁ ସରକାର ଏଥର ବର୍ତ୍ତିିଗଲା । କାରଣ ସେହି ସମୟରେ ମହାତ୍ମା ଗାନ୍ଧିଙ୍କ ଡାକରାରେ 'ଭାରତ ଛାଡ଼ ଆନ୍ଦୋଳନ' ଆରମ୍ଭ ହୋଇଗଲା । ଏ ହେଉଛି ୧୯୪୨ ମସିହା କଥା । ନବକୃଷ୍ଣ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକ ଓ ବିଶ୍ୱନାଥ ଦାସ ଆଦି ବହୁ ନେତାଙ୍କ ସମେତ, ଅଠର ଜଣ ବିଧାୟକ ଯାଇ ଜେଲରେ ରହିଲେ ।

କ୍ଷମତା ହାସଲ ପାଇଁ ସରକାରକୁ ଦୃଢ଼ ସମର୍ଥନ ଜଣାଉଥିବା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରଧାନମନ୍ତ୍ରୀ ତ‌ଥା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ମୁଖ୍ୟ ସମାଲୋଚକ ଭାବରେ ଦେଖାଦେଲେ । ସେହିପରି କଂଗ୍ରେସ ଦଳ ତ୍ୟାଗ କରି ଆସିିଥିବା ଓ ଶିକ୍ଷାମନ୍ତ୍ରୀ ହୋଇଥିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସହ କେନ୍ଦ୍ର ବ୍ୟବସ୍ଥାପକ ସଭାର ସଦସ୍ୟ ତ‌ଥା ତାଙ୍କର ପରମ ବନ୍ଧୁ ପଣ୍ଡିତ ନୀଳକଣ୍ଠ ଦାସଙ୍କର ତୀବ୍ର ମନୋମାଳିନ୍ୟ ଘଟିଲା । ଏପରି ସ୍ଥଳେ ସଂଖ୍ୟାଲଘୁ ମିଳିତ ମନ୍ତ୍ରିମଣ୍ଡଳର ପତନ ଘଟିଲା । ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୪୪ ମସିହା ୨୯ ତାରିଖରେ ଇସ୍ତଫା ପ୍ରଦାନ କଲେ । ରାଜ୍ୟପାଳ ସାର୍‍ ହାଥର୍ଣ୍ଣ ଲୁଇସ ଓଡ଼ିଶା ପ୍ରଦେଶର ଶାସନ ଦାୟିତ୍ୱ ନିଜ ହାତକୁ ନେଲେ । ଦ୍ୱିତୀୟ ଥର ପାଇଁ ଓଡ଼ିଶା ପ୍ରଦେଶରେ ରାଜ୍ୟପାଳ ଶାସନ ଜାରି ହେଲା । ଏହା ୧୯୪୪ ଜୁନ୍‍ ୨୯ ତାରିଖରୁ ତା୨୨

ମସିହା ଏପ୍ରିଲ ୪-୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ପରବର୍ତ୍ତୀ ପରିଚ୍ଛେଦରେ ବିଶଦ୍‍ ଭାବରେ ଆଲୋଚନା ହୋଇଛି ।

ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ନିର୍ବାଚନରେ (୧୯୩୭) ଦୁଇଟି ସ୍ଥାନ ଯଥା- କଟକ ସହର ଓ ବ୍ରହ୍ମପୁର ସହର ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିଲା । ଏହି ଦୁଇଟି ସ୍ଥାନରୁ ଯଥାକ୍ରମେ ସରଳା ଦେବୀ ଓ ଏ. ଲକ୍ଷ୍ମୀ ବାଈ ନିର୍ବାଚିତ ହୋଇଥିଲେ ।

ସରଳା ଦେବୀ ହେଉଛନ୍ତି ଓଡ଼ିଶା ପ୍ରଦେଶର ଆଗଧାଡ଼ିର ଜଣେ ମହିଳା ସ୍ୱାଧୀନତା ସଂଗ୍ରାମୀ । ନାରୀ ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ଓ ଆନ୍ଦୋଳନ ଅବିସ୍ମରଣୀୟ । ସେ ଥିଲେ ନାରୀ ମଙ୍ଗଳ ସମିତିର ସଭାନେତ୍ରୀ । ୧୯୪୨-୫୨ ପର୍ଯ୍ୟନ୍ତ ଦୀର୍ଘ ଦଶ ବର୍ଷ ଧରି ସେ ଓଡ଼ିଶାର ସର୍ବବୃହତ୍‍ ତ‌ଥା ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟସମାଜର ସମ୍ପାଦକ ଓ ଉପସଭାପତି ଥାଇ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାରପାଇଁ ବଳିଷ୍ଠ ପଦକ୍ଷେପ ମାନ ଗ୍ରହଣ କରିିଥିଲେ । ସେ ମହାତ୍ମାଗାନ୍ଧିଙ୍କ ଦ୍ୱାରା ମନୋନୀତ ହୋଇ ବ୍ୟକ୍ତିଗତ ସତ୍ୟାଗ୍ରହରେ ଯୋଗଦାନ କରିିଥିଲେ । ଭାରତୀୟ ଆନ୍ଦୋଳନରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବହୁବାର ଜେଲ ଭୋଗିିଲେ । ୧୯୫୫ ମସିହା ସୀମା ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଅଂଶ ଗ୍ରହଣ କରିିଲେ । ତାଙ୍କର ସ୍ୱାମୀ ଭାଗୀରଥି ମହାପାତ୍ର ଥିଲେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଲୋକସଭା ସାଂସଦ । ସରଳା ଦେବୀଙ୍କର ଜନ୍ମ ୧୯୦୪ ମସିହାରେ । ତାଙ୍କ ଜନ୍ମସ୍ଥାନ ଜଗତ୍‍ସିଂହପୁର

ଜିଲ୍ଲାର ନରିଲୋ ଗ୍ରାମ । ତାଙ୍କ ପିତାଙ୍କ ନାମ ବାସୁଦେବ କାନୁନ୍‌ଗୋ । ମାତାଙ୍କ ନାମ ପଦ୍ମାବତୀ ଦେଈ । ସେ ଭର୍ଣ୍ଣାକୁଲାର ପାସ୍‍ ଯାଏ ପଢ଼ିିଲେ । ହେଲେ ବି ବଙ୍ଗଳା, ହିନ୍ଦୀ, ଇଂରାଜୀଭାଷାରେ ତାଙ୍କର ଗଭୀର ଦକ୍ଷତା ଥିଲା । ଏହି ସବୁ ଭାଷାରେ ସେ ଭଲ ଭାଷଣ ମଧ୍ୟ ଦେଇ ପାରୁଥିଲେ । ସେ ଥିଲେ ଜଣେ ସୁଲେଖିକା । 'ବାସନ୍ତି' ନାମକ ବାରୋୟାରୀ ଉପନ୍ୟାସର ସେ ଥିଲେ ଲେଖିକା । 'ରାୟରାମାନନ୍ଦ' ନାମରେ ସେ ଏକ ପୁସ୍ତକ ଲେଖିଯାଇଛନ୍ତି । ଏହାବ୍ୟତୀତ 'ବିପ୍ଳବିଣୀ', 'ଗାଁ କଥା' ଆଦି ପୁସ୍ତକ ସେ ରଚନା କରିଯାଇଛନ୍ତି । ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ସେ ବିଧାୟିକା ଥିବାବେଳେ ବାଲ୍ୟବିବାହ ବନ୍ଦ, ଯୌତୁକ ବିରୋଧ ଓ ପୋଇଲି ପ୍ରଥା ବିରୋଧ


ପାଇଁ ବିଲ୍‍ ପାସ୍‍ କରିିଲେ । ସେ ଥିଲେ ସମବାୟ ବ୍ୟାଙ୍କର ପ୍ରମ ମହିଳା ଡିରେକ୍ଟର । ୧୯୮୬ ମସିହା ଅକ୍ଟୋବର ୪ ତାରିଖରେ ତାଙ୍କର ଦେହାନ୍ତ ହୋଇ ଯାଇଛି ।

ଏ. ଲକ୍ଷ୍ମୀବାଈ ଓଡ଼ିଶାର ଜଣେ ଜଣାଶୁଣା ମହିଳା ସ୍ୱାଧୀନତା ସଂଗ୍ରାମୀ । ସ୍ୱାଧୀନତା ସଂଗ୍ରାମ ସମୟରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହ ନିମନ୍ତେ ମହାତ୍ମା ଗାନ୍ଧିଙ୍କ ଦ୍ୱାରା ମନୋନୀତ ହୋଇିଲେ । ୧୯୪୦ ମସିହା ଡିସେମ୍ବର ୪ ତାରିଖ ଦିନ ବି୍ରଟିଶ ସରକାର ବିରୁଦ୍ଧରେ ଭାଷଣ ପ୍ରଦାନ କରି ସେ ବ୍ରହ୍ମପୁର ଠାରେ ଗିରଫ ହୋଇ କାରାବରଣ କରିିଥିଲେ । ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଏକ ବର୍ଷ କାରାବରଣ କରି ଥିଲେ । ସେ ପ୍ରମେ ଗଞ୍ଜାମ ଜିଲା୍ଲ କଂଗ୍ରେସ କମିଟିର ଉପସଭାପତି ଓ ପରେ ସଭାପତି ହୋଇଥିଲେ । ମହିଳାମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସେ ଲଢେ଼ଇ ଜାରି ରଖିିଲେ । ସେ ଓଡ଼ିଶା ବିଧାନସଭାକୁ ଦୁଇ ର ୧୯୩୭ ଓ ୧୯୪୬ରେ ନିର୍ବାଚିତ ହୋଇିଲେ । ୧୯୪୬ ମସିହାରେ ସେ ଉପ-ବାଚସ୍ପତି ଥିଲେ । ସେ ପ୍ରଥମ ମହିଳା ଉପବାଚସ୍ପତି । ସେ ହେଉଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶ୍ରମିକ ନେତା ତା ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ଭଉଣୀ ।

କୃଷ୍ଣଚନ୍ଦ୍ର ଗଜପତି :

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିିବା ପ୍ରିତଯଶା ବ୍ୟକ୍ତି ହେଉଛନ୍ତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ତାଙ୍କର ଜନ୍ମ ୧୮୯୨ ମସିହା ଏପ୍ରିଲ ୨୬ ତାରିଖରେ ପାରଳାଖେମୁଣ୍ଡିଠାରେ । ସେ ମାଡ୍ରାସରୁ ଉଚ୍ଚଶିକ୍ଷା ଲାଭ କରି ୧୯୧୩ ମସିହାରେ ସିଂହାସନ ଆରୋହଣ କଲେ । ସେ ଥିଲେ ଅତ୍ୟନ୍ତ ପ୍ରଜାବତ୍ସଳ । ୧୯୧୪ ମସିହାରେ ସେ ଉତ୍କଳ ସମ୍ମିଳନୀର ସାଧାରଣ ଅଧିବେଶନ ପାରଳାଖେମୁଣ୍ଡିଠାରେ କରାଇଥିଲେ । ୧୯୧୬ ମସିହାରେ ବ୍ରିଟିଶ୍‍ ସରକାର ତାଙ୍କୁ ଦେଶରକ୍ଷା ବିଭାଗର ପଦାତିକ ବାହିନୀକୁ ଅବୈତନିକ କମିଶନର ଭାବରେ ମନୋନୀତ କରିିଥିଲେ । ନିଜ ରାଜ୍ୟରେ ରେଳ ଚଳାଚଳ ଓ କୃଷିର ଉନ୍ନତି ପାଇଁ ସେ ବିଶେଷ ଦୃଷ୍ଟି ଦେଇଥିଲେ । ସେ ଥିଲେ ମାନ୍ଦ୍ରାଜ ବ୍ୟବସ୍ଥାପକ ସଭାର ସଭ୍ୟ । ୧୯୩୦-୩୧ରେ ଲଣ୍ଡନଠାରେ ଅନୁଷ୍ଠିତ ଗୋଲଟେବୁଲ ବୈଠକରେ ଓଡ଼ିଶା ବିଷୟ ଉପସ୍ଥାପନ କରିିଲେ । ପାରଳାଖେମୁଣ୍ଡି ଓଡ଼ିଶାରେ ମିଶିବାପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ଦୃଢ଼ ଭାବରେ ଲିଖିତମତ ବ୍ୟକ୍ତ କରିିଥିଲେ । ୧୯୩୬ ମସିହାରେ ତାଙ୍କ ଶାସକୀୟ କାର୍ଯ୍ୟକଳାପ ଓ ବ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ବ୍ରିଟିଶ ସରକାର ତାଙ୍କୁ ମହାରାଜା ଉପାଧି ପ୍ରଦାନ କରିିଥିଲେ । ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ୧୯୩୭ରେ ଶପଥ ଗ୍ରହଣ କରି ଅଣ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରିିଥିଲେ । ୧୯୪୧ ମସିହାରେ ମଧ୍ୟ ସେ ଓଡ଼ିଶାରେ ଅଣକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳର ନେତୃତ୍ୱ ଗ୍ରହଣ କରି ଦ୍ୱିତୀୟବାର ଓଡ଼ିଶାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିିଥିଲେ । ୧୯୪୭-୫୦ ମସିହାରେ ଭାରତ ସମ୍ବିଧାନ ସଭାର ସଭ୍ୟ ମନୋନୀତ ହୋଇଥିଲେ । ସେ ବହୁ ଅନୁଷ୍ଠାନ ସହ ସଂପୃକ୍ତ ଥିଲେ । ସେ ଥିଲେ ଉତ୍କଳ

ବିଶ୍ୱବିଦ୍ୟାଳୟର ଆଜୀବନ ସଭ୍ୟ । ଉତ୍କଳ ବିଶ୍ୱ ବିଦ୍ୟାଳୟ ତରଫରୁ ତାଙ୍କୁ ଏଲ୍‍.ଏଲ୍‍.ଡି. ଉପାଧିରେ ଭୂଷିତ କରାଯାଇଥିଲା । ସେ ଥିଲେ ଲଣ୍ଡନ ସ୍ଥିତ ରୟାଲ ସୋସାଇଟି ଅଫ ଆର୍ଟସ ଓ ରୟାଲ ସୋସାଇଟି ଅଫ ଏସିଆର ଆଜୀବନ ସଭ୍ୟ । ୧୯୭୪ ମଇ ମାସ ୨୫ ତାରିଖରେ ତାଙ୍କର ପରଲୋକ ଘଟିଛି । କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳର ଜୀବନ କାଳ ଥିଲା ମାତ୍ର ୩ମାସ ୧୮ଦିନ । ଉତ୍କଳ ବିଶ୍ୱବିଦ୍ୟାଳୟ ଗଠନ ନିମନ୍ତେ ସେ ଏକ କମିଟି ଗଠନ କରିିଥିଲେ । ଏହି କମିଟିର ସଦସ୍ୟମାନେ ହେଉଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧଜିବୀଗଣ :- (୧) ଏଫ୍.ଆର.ଉଡ୍‍, ଶିକ୍ଷା ସଚିବ, ଓଡ଼ିଶା ସରକାର, (୨) ମିଃ. ଏସ୍‍. ତ୍ରିପାଠୀ, ପ୍ରିନ୍‍ସିପାଲ, ରେଭେନ୍‍ସା କଲେଜ, (୩) ମିଃ. ମହେଶ ଚନ୍ଦ୍ର ପ୍ରଧାନ, ପ୍ରିନ୍‍ସିପାଲ, କଟକ ଟ୍ରେନିଂ କଲେଜ, (୪) ମିଃ. ପି. ମହାନ୍ତି, ପ୍ରିନ୍‍ସିପାଲ, ଖଲିକୋଟ କଲେଜ, (୫) ମିଃ. ପି. ଜଗନ୍ନା ସ୍ୱାମୀ, ପ୍ରିନ୍‍ସିପାଲ, ପାରଳାଖେମୁଣ୍ଡି କଲେଜ, (୬) ପ୍ରଫେସର ପି. କେ. ପରିଜା, ନିର୍ଦ୍ଦେଶକ ଶିକ୍ଷା ବିଭାଗ, (୭) ପ୍ରଫେସର ପି.ଡିପି, ନିର୍ଦ୍ଦେଶକ ଶିକ୍ଷା ବିଭାଗ ।

ପ୍ରଥମ ନିର୍ବାଚନ ପରେ ଓଡ଼ିଶାରେ ତିନୋଟି ମନ୍ତ୍ରିମଣ୍ଡଳ ଶାସନ ଭାର ଗ୍ରହଣ କରିିଥିଲେ । ଓଡ଼ିଶା ଦୁଇଥର ରାଜ୍ୟପାଳଙ୍କ ଶାସନରେ ଥିଲା । ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, କଟକ ମେଡିକାଲ ସ୍କୁଲ କଲେଜରେ ପରିଣତ ହେବା ସହିତ ପ୍ରତ୍ୟେକ ଜିଲ୍ଳାରେ ସରକାରୀ କଲେଜ ପ୍ରତିଷ୍ଠା ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

* * *
ପଞ୍ଚମ ପରିଚ୍ଛେଦ
ସ୍ୱାଧୀନତା ପୂର୍ବର ଦ୍ୱିତୀୟ ବିଧାନସଭା ଓ ମନ୍ତ୍ରିମଣ୍ଡଳ

୧୯୪୫ ମସିହାର କଥା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଲା । କିନ୍ତୁ ଭାରତବର୍ଷରେ ଲାଗିରହିଥାଏ ରାଜନୈତିକ ଅସ୍ଥିରତା । ଭାରତର ବଡ଼ଲାଟ ଥାଆନ୍ତି ଲର୍ଡ ଉଏଲଭେଲ । ଭାରତର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବ୍ରିଟିଶ୍‍ କ୍ୟାବିନେଟ୍‍ ସହ ଆଲୋଚନାପାଇଁ ସେ ଲଣ୍ଡନ ଯାତ୍ରା କଲେ ୧୯୪୫ ମାର୍ଚ୍ଚ ମାସରେ । ସେଠାରେ ଭାରତର ସଚିବ ଆଦିଙ୍କ ସହ ପରାମର୍ଶ କରି ଭାରତ ଫେରିଲେ । ଜୁନ୍‍ ୧୫ ତାରିଖରେ ଘୋଷଣା କଲେ, 'ଭାରତରେ ନୂତନ ଶାସନ ପରିଷଦ ଗଠନ ସମ୍ପର୍କରେ ଭାରତୀୟ ନେତାମାନଙ୍କ ସହ ଆଲୋଚନା ପାଇଁ ସେ ଇଚ୍ଛା କରୁଛନ୍ତି । ପ୍ରସ୍ତାବିତ ନୂତନ ପରିଷଦରେ ସମାନ ସଂଖ୍ୟକ ସବର୍ଣ୍ଣ ହିନ୍ଦୁ ଓ ମୁସଲମାନ ରହିବେ । ଭାଇସ୍‍ରୟ ଓ ମୁଖ୍ୟ ସେନାଧ୍ୟକ୍ଷଙ୍କୁ ଛାଡିଦେଲେ ପରିଷଦଟି କେବଳ ଭାରତୀୟମାନଙ୍କୁ ନେଇ ଗଠିତ ହେବ ଓ ବର୍ତ୍ତମାନ ଥିବା ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବ । ନୂତନ ଓ ସ୍ଥାୟୀ ସମ୍ବିଧାନ ଗୃହୀତ ହୋଇ କାର୍ଯ୍ୟ କରିବା ଯାଏ ମଧ୍ୟବର୍ତ୍ତୀ କାଳୀନ ସରକାର ଭାରତର ଶାସନ ଚଳାଇବେ ।'

ଏହା ପରେ ଭାରତର ବଡ଼ଲାଟଙ୍କ ଆଦେଶରେ ଜେଲରେ ଥିବା ସମସ୍ତ କଂଗ୍ରେସ ନେତାଙ୍କୁ ଖଲାସ କରିଦିଆଗଲା । ତାଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ ବଡ଼ଲାଟ ଜୁନ୍‍ ୨୫ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ସିମ୍‍ଲାରେ ଏକ ସମ୍ମିଳନୀ ଆୟୋଜନ କଲେ । ସମ୍ମିଳନୀ ବିଫଳ ହେଲା । କାରଣ ଜିନ୍ନା ଦାବିକଲେ-ମୁସଲିମ୍‍ ଲିଗ୍‍ର ସଭ୍ୟ ହୋଇନଥିଲେ କୌଣସି ମୁସଲମାନଙ୍କୁ ଭାରତର ଭାଇସ୍‍ରୟଙ୍କ ଶାସନ ପରିଷଦକୁ ନିଆ ନଯିବା ଉଚିତ । ଏହି ଦାବିକୁ କଂଗ୍ରେସ ଗ୍ରହଣ କରିବା ସମ୍ଭବ ହେଲାନାହିଁ ।

ଏହି ବର୍ଷ ବ୍ରିଟେନ୍‍ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ଜୁଲାଇ ଶେଷରେ ଶ୍ରମିକଦଳ (ଲେବର ପାର୍ଟି) ଶାସନ କ୍ଷମତାକୁ ଆସିଲେ । ଅଟ୍‍ଲି ହେଲେ କ୍ୟାବିନେଟ୍‍ ମୁଖ୍ୟ । ଭାରତପାଇଁ ଲର୍ଡ ପେଥିକ ଲରେନ୍‍ସ ନୂଆ ସଚିବ ନିଯୁକ୍ତ ହେଲେ । ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ଶ୍ରମିକ ଦଳର ସହାନୁଭୂତି ଥିଲା । ଫଳରେ ଭାରତବାସୀଙ୍କୁ ସ୍ୱୟଂଶାସନ ସରକାର ପ୍ରଦାନ ନିମନ୍ତେ ବ୍ରିଟେନ୍‍ର ନୂଆ ସରକାର ଅନୁମତି ପ୍ରଦାନ କଲେ । ଶ୍ରମିକଦଳ କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ଘୋଷଣାକଲେ- "ଭାରତରେ ବିଭିନ୍ନ ପ୍ରାଦେଶିକ ସଭାର ନିର୍ବାଚନ ୧୯୪୬ ମସିହା ମଧ୍ୟରେ ଅନୁଷ୍ଠିତ ହେବା ଦରକାର ।" ସେହି ଘୋଷଣା ଅନୁଯାୟୀ ଭାରତର ଭାଇସ୍‍ରୟ ସେପ୍ଟେମ୍ବର ୧୯ ତାରିଖ ଦିନ ବିବୃତି ଦେଇ କହିଲେ- "କେନ୍ଦ୍ର ଓ ପ୍ରାଦେଶିକ ସଭା ନିମନ୍ତେ ନୂତନ ନିର୍ବାଚନ ଅନୁଷ୍ଠିତ ହେବ । ତା'ପରେ ସମ୍ବିଧାନ ବିଧାୟିନୀ ସଭା ଆହୂତ ହେବ । କାରଣ ଭାରତରେ ସ୍ୱାୟତ୍ତ ଶାସନର ଆଶୁ ପ୍ରତିଷ୍ଠା ହେଉଛି ବ୍ରିଟିଶ ସରକାରଙ୍କର ନୀତି ।"

ବିଟ୍ରିଶ ସରକାରଙ୍କର ନୂଆନୀତି ଅନୁସାରେ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ସାର୍‍ ହଥର୍ଣ୍ଣ ଲୁଇସ୍ ଏକ ବିଜ୍ଞପ୍ତିରେ ୧୯୪୫ ମସିହା ସେପ୍ଟେମ୍ବର ୧୪ ତାରିଖ ଦିନ ଓଡ଼ିଶା ବିଧାନସଭାକୁ ଭାଙ୍ଗିଦେଲେ । ଆଠବର୍ଷରୁ ଅଧିକ କାଳ ରହିଥିବା ଓଡ଼ିଶାର ପ୍ରଥମ ବିଧାନସଭା ଭାଙ୍ଗିଗଲା । ନୂତନ ବିଧାନସଭା ଗଠନ ପାଇଁ ନଭେମ୍ବର ମାସରେ ପ୍ରସ୍ତୁତି ପର୍ବ ଆରମ୍ଭ ହେଲା । ପୂର୍ବ ବିଧାନସଭା ପରି ଏହି ବିଧାନସଭା ନିମନ୍ତେ ୬୦ଟି ଆସନ ଉଦ୍ଦିଷ୍ଟ ରହିଲା । ସଂରକ୍ଷଣ ନୀତି ପୂର୍ବପରି ବଳବତ୍ତର ରହିଲା ।

କଂଗ୍ରେସ ଦଳ ତରଫରୁ ଓଡ଼ିଶାରେ ଏହି ନିର୍ବାଚନ ପରିଚାଳନା ନିମନ୍ତେ କେନ୍ଦ୍ର କଂଗ୍ରେସ କର୍ତ୍ତୃପକ୍ଷ ବିଶନ୍ୱାଥ ଦାସ ଓ ହରେକୃଷ୍ଣ ମହତାବଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କଲେ । କାରଣ ବିଶ୍ୱନାଥ ଦାସ ୧୯୪୩ ମସିହା ଅଗଷ୍ଟ ୨୮ ତାରିଖଠାରୁ ବିଧାନସଭା ସଭ୍ୟପଦ ପାଇଁ ଛ'ବର୍ଷ ସକାଶେ ଅଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା କରିବାବେଳେ ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ କାରାଗାରରେ ଥିଲେ । ଫଳରେ ସେ ୧୯୪୬ ମସିହା ନିର୍ବାଚନରେ ପ୍ରାର୍ଥୀ ହୋଇପାରିଲେ ନାହିଁ । କିନ୍ତୁ କେନ୍ଦ୍ରୀୟ କମିଟିର ନିର୍ଦ୍ଦେଶମତେ ସେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ । ସାର୍‍ ହଥର୍ଣ୍ଣ ଲୁଇସ୍ ୧୯୪୬ ମାର୍ଚ୍ଚ ୩୧ ତାରିଖ ଦିନ ଓଡ଼ିଶା ପ୍ରଦେଶର ରାଜ୍ୟପାଳ ପଦରୁ ବଦଳି ହୋଇଗଲେ । ତାଙ୍କ ସ୍ଥାନରେ ସାର୍‍ ଚନ୍ଦୁଲାଲ ତ୍ରିବେଦୀ ଓଡ଼ିଶାର ରାଜ୍ୟପାଳ ହୋଇ ଆସିଲେ ଓ ୧୯୪୬ ମସିହା ଏପ୍ରିଲ ୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କଲେ ।

ବିଶ୍ୱନାଥ ଦାସ କଂଗ୍ରେସ ହାଇକମାଣ୍ଡ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଜଣାଇଥିଲେ ଓଡ଼ିଶାରେ କଂଗ୍ରେସଦଳ ୫୬ଟି ଆସନରୁ ୪୮ଟି ହାସଲ କରିବ ।

୧୯୪୬ ମସିହା ଏପ୍ରିଲ୍‍ ୪ ତାରିଖରୁ ୯ ତାରିଖ ଯାଏ ଓଡ଼ିଶାରେ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ପ୍ରତି ଜନସାଧାରଣଙ୍କ ପ୍ରବଳ ସମର୍ଥନ ମିଳିଲା । ସତକୁ ସତ କଂଗ୍ରେସ ଦଳ ୪୭ଟି ଆସନ ଲାଭ କଲା । ସେଥିରୁ ୩୬ଟି ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ମିଳିିଥିଲା । ପ୍ରଥମ ବିଧାନସଭାରେ ନିର୍ବାଚନ ଲଢ଼ି କଂଗ୍ରେସ ହାସଲ କରିଥିଲା ୩୬ଟି ଆସନ । ଦ୍ୱିତୀୟ ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପାଇଲା ୩୬ଟି ଆସନ ।

ବାକି ୧୧ଟି ଆସନ ଲାଭକଲା ପ୍ରତିଦ୍ୱନ୍ଦ୍ୱିତା କରି । କଂଗ୍ରେସ ପ୍ରତି ଓଡ଼ିଶା ଜନସାଧାରଣଙ୍କର କିପରି ବିପୁଳ ସମର୍ଥନ ଥିଲା- ତାହା ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରତୀୟମାନ ।

ଏହି ନିର୍ବାଚନର ବିଶେଷତ୍ୱ ହେଲା, ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦଳ 'ଇଉନାଇଟେଡ୍‍ ପାର୍ଟି', ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ 'ନ୍ୟାସନାଲ୍‍ ପାର୍ଟି' ଓ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ 'ସ୍ୱାଧୀନ ପାର୍ଟି' ତରଫରୁ କୌଣସି ପ୍ରାର୍ଥୀ ରହିଲେ ନାହିଁ । ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଦେଓ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜୟଲାଭ କଲେ । ମୁସ୍‍ଲିମ୍‍ଲିଗ୍‍ର ଚାରିଜଣ ଯାକ ପ୍ରାର୍ଥୀ ମଧ୍ୟ ବିଜୟଲାଭ କଲେ । ବୈଦ୍ୟନାଥ ରଥ କମ୍ୟୁନିଷ୍ଟ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତି ବିଧାନସଭାକୁ ଆସିଲେ । ଓଡ଼ିଶାର ଦ୍ୱିତୀୟ ବିଧାନସଭାରେ ବିଭିନ୍ନ ଦଳର ସ୍ଥିତି ହେଲା; କଂଗ୍ରେସ-୪୭, ମୁସଲିମ୍‍ଲିଗ୍‍-୪, କମ୍ୟୁନିଷ୍ଟ-୧, ସ୍ୱାଧୀନ-୪ ଓ ମନୋନୀତ-୪ ।

କଂଗ୍ରେସର ବିପୁଳ ବିଜୟରେ ବିରୋଧୀମାନେ ହତବାକ୍‍ ହୋଇଗଲେ । କଂଗ୍ରେସର ନୈତିକବଳ ମଧ୍ୟ ବୃଦ୍ଧି ପାଇଲା । ଏହା ସହିତ ଟକ୍କର ଦେବାପାଇଁ ଓଡ଼ିଶାରେ ଆଉ କୌଣସି ସୁସଂଗଠିତ ରାଜନୈତିକ ଦଳ ନଥିଲା । ୧୯୪୧ର ମିଳିତ ସରକାରରେ ଥିବା ଅସନ୍ତୁଷ୍ଟ କଂଗ୍ରେସ ନେତା ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଯଦୁମଣି ମଙ୍ଗରାଜ ଓ ଦିବାକର ପଟ୍ଟନାୟକ ଆଦିଙ୍କର ଏହି ନିର୍ବାଚନରେ କୌଣସି ସତ୍ତା ରହିଲା ନାହିଁ ।

ଏହି ନିର୍ବାଚନପାଇଁ କଂଗ୍ରେସ ପ୍ରାର୍ଥୀ ଚୟନରେ କେତେକ ସ୍ଥାନରେ ଉତ୍ସାହୀ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ଏପରିକି ପୂରା ଅଜଣା ଅଶୁଣା ବ୍ୟକ୍ତିମାନଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଥିଲା । ଜଣେ ବ୍ୟକ୍ତି ରୟାଲ ଏୟାରଫୋର୍ସରେ ଚାକିରି କରୁଥିଲେ । ତାଙ୍କ ନାମ ଲାଲ୍‍ ରଣଜିତ୍‍ ସିଂହ । ତାଙ୍କୁ ପ୍ରାର୍ଥୀ କରିବା ପାଇଁ ସର୍ଦ୍ଦାର ପଟେଲ ହରେକୃଷ୍ଣ ମହତାବଙ୍କ ପାଖକୁ ଚିଠି ଲେଖିଲେ । ୧୯୪୬ ମସିହା ଜାନୁଆରି ୮ ତାରିଖରେ ତାଙ୍କୁ ପ୍ରାଦେଶିକ କମିଟି ଗ୍ରହଣ କଲା । ଫଳରେ ଦଳ ଭିତରେ ନାନା ଭାବରେ ଆଲୋଚନା ଓ ସମାଲୋଚନା ଦେଖାଗଲା । ଏହି ପ୍ରାର୍ଥୀଙ୍କର ଜନ୍ମସ୍ଥାନ ହେଉଛି ସମ୍ବଲପୁର ଜିଲ୍ଲା । ସେଠାରେ ମଧ୍ୟ କଂଗ୍ରେସ କର୍ମୀମାନେ ଏହି ପ୍ରାର୍ଥୀଙ୍କ ଉପରେ

ଅସନ୍ତୋଷ ପ୍ରକାଶ କଲେ । ଯାହା ହେଉ ଲାଲ ରଣଜିତ୍‍ ସିଂହ ପଶ୍ଚିମ ବରଗଡ଼ ଆସନରୁ ବିଜୟଲାଭ କରି ଆସିଲେ ।

ସ୍ୱାଧୀନତା ପୂର୍ବ ଦ୍ୱିତୀୟ ବିଧାନସଭା ସଭ୍ୟ (୧୯୪୬) :

ବିଜୟୀ ପ୍ରାର୍ଥୀ ଦଳର ନାମ ନିର୍ବାଚନ ମଣ୍ଡଳୀ
ଗୌରାଙ୍ଗ ଚରଣ ଦାସ କଂଗ୍ରେସ ପଶ୍ଚିମ କଟକ ସଦର
ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ କେନ୍ଦ୍ର କଟକ ସଦର
ଭୈରବ ଚରଣ ମହାନ୍ତି କଂଗ୍ରେସ ଉତ୍ତର କଟକ ସଦର (ସାଧାରଣ)
କାହ୍ନୁ ଚରଣ ଦାସ କଂଗ୍ରେସ ଉତ୍ତର କଟକ ସଦର (ସାଧାରଣ)
ସାରଙ୍ଗଧର ଦାସ କଂଗ୍ରେସ ପୂର୍ବ କଟକ ସଦର (ସାଧାରଣ)
ନାରାୟଣ ବୀରବର ସାମନ୍ତ କଂଗ୍ରେସ ପୂର୍ବ କଟକ ସଦର (ସାଧାରଣ)
ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ ଦକ୍ଷିଣ କଟକ ସଦର(ସାଧାରଣ)
ଦୀନବନ୍ଧୁ ସାହୁ କଂଗ୍ରେସ କେନ୍ଦ୍ରୀୟ କେନ୍ଦ୍ରାପଡ଼ା (ସାଧାରଣ)
ନବକୃଷ୍ଣ ଚୌଧୁରୀ
(୬-୧୨-୧୯୪୯ରେ ଇସ୍ତଫା)
କଂଗ୍ରେସ ଉତ୍ତର କେନ୍ଦ୍ରାପଡ଼ା (ସାଧାରଣ)
ସହଦେବ ଦାସ (ଉପନିର୍ବାଚନ) କଂଗ୍ରେସ ଉତ୍ତର କେନ୍ଦ୍ରାପଡ଼ା (ସାଧାରଣ)
ରାଜକୃଷ୍ଣ ବୋଷ କଂଗ୍ରେସ ପୂର୍ବ କେନ୍ଦ୍ରାପଡ଼ା (ସାଧାରଣ)
ଗଦାଧର ଦତ୍ତ କଂଗ୍ରେସ ପୂର୍ବ ଯାଜପୁର (ସାଧାରଣ)
ଶାନ୍ତନୁ କୁମାର ଦାସ କଂଗ୍ରେସ ପୂର୍ବ ଯାଜପୁର ଅନୁିସୂଚିତ ଜାତି
ଦ୍ୱାରୀକା ନାଥ ଦାସବ କଂଗ୍ରେସ ପଶ୍ଚିମ ଯାଜପୁର (ସାଧାରଣ)
ମଦନ ମୋହନ ପଟ୍ଟନାୟକ କଂଗ୍ରେସ ଉତ୍ତର ଯାଜପୁର (ସାଧାରଣ)
ହୃଷୀକେଶ ତ୍ରିପାଠୀ କଂଗ୍ରେସ ଅନୁଗୁଳ ଜିଲ୍ଲା (ସାଧାରଣ)
ଜୟକୃଷ୍ଣ ମହାନ୍ତି କଂଗ୍ରେସ ପୂର୍ବ ପୁରୀ ସଦର (ସାଧାରଣ)
ଲୋକନାଥ ମିଶ୍ର କଂଗ୍ରେସ ଦକ୍ଷିଣ ପୁରୀ ସଦର (ସାଧାରଣ)
ଲିଙ୍ଗରାଜ ମିଶ୍ର କଂଗ୍ରେସ ଉତ୍ତର ପୁରୀ ସଦର (ସାଧାରଣ)
ପୂର୍ଣ୍ଣାନନ୍ଦ ସାମଲ କଂଗ୍ରେସ ଉତ୍ତର ପୁରୀ ସଦର (ଅ.ସୂ.ଜାତି)
ବନମାଳୀ ପଟ୍ଟନାୟକ କଂଗ୍ରେସ ପୂର୍ବ ଖୋର୍ଦ୍ଧା (ସାଧାରଣ)
ସତ୍ୟବାଦୀ ନନ୍ଦ କଂଗ୍ରେସ ପଶ୍ଚିମ ଖୋର୍ଦ୍ଧା (ସାଧାରଣ)
ସୁରେନ୍ଦ୍ର ନାଥ ଦାସ କଂଗ୍ରେସ କେନ୍ଦ୍ରୀୟ ବାଲେଶ୍ୱର ସଦର (ସାଧାରଣ)
କୈଳାସ ଚନ୍ଦ୍ର ମହନ୍ତି କଂଗ୍ରେସ ଦକ୍ଷିଣ ବାଲେଶ୍ୱର ସଦର (ସାଧାରଣ)
ନୀଳମଣି ରାଉତରାୟ କଂଗ୍ରେସ ଦକ୍ଷିଣ ବାଲେଶ୍ୱର (ସାଧାରଣ)
କରୁଣାକର ପାଣିଗ୍ରାହୀ କଂଗ୍ରେସ ଉତ୍ତର ବାଲେଶ୍ୱର ସଦର (ସାଧାରଣ)
ହରେକୃଷ୍ଣ ମହତାବ କଂଗ୍ରେସ ପୂର୍ବ ଭଦ୍ରକ (ସାଧାରଣ)
ନବକୃଷ୍ଣ ଚୌଧୁରୀ (ଉପନିର୍ବାଚନ) କଂଗ୍ରେସ
ଭାଗବତ ସାହୁ କଂଗ୍ରେସ ପଶ୍ଚିମ ଭଦ୍ରକ (ସାଧାରଣ)
ବୃନ୍ଦାବନ ଚନ୍ଦ୍ର ଦାସ କଂଗ୍ରେସ ପଶ୍ଚିମ ଭଦ୍ରକ (ଅନୁସୂଚିତ ଜାତି)
ବୋଧିରାମ ଦୁବେ କଂଗ୍ରେସ ସମ୍ବଲପୁର ସଦର (ସାଧାରଣ)
୧୩.୧୨.୧୯୪୭ରେ ଇସ୍ତଫା ପ୍ରଦାନ
ଶ୍ରଦ୍ଧାକର ସୂପକାର କଂଗ୍ରେସ (୧.୧୨.୧୯୫୦ରେ ନିର୍ବାଚିତ)
ମୋହନ ସିଂହ କଂଗ୍ରେସ ସମ୍ବଲପୁର ସଦର (ଅ.ସୂ.ଜା)
ଲାଲ ରଣଜିତ୍‍ ସିଂହ ବରିହା କଂଗ୍ରେସ ପଶ୍ଚିମ ବରଗଡ (ସାଧାରଣ)
ଲକ୍ଷ୍ମୀନାରାୟଣ ମିଶ୍ର କଂଗ୍ରେସ ପୂର୍ବ ବରଗଡ଼ (ସାଧାଣରଣ)
ବିଶି ବିଭାର କଂଗ୍ରେସ ପୂର୍ବ ବରଗଡ (ଅନୁସୂଚିତ ଜାତି)
ଆର୍ତ୍ତତ୍ରାଣ ଦେବ କଂଗ୍ରେସ ଖଡ଼ିଆଳ (ସାଧାରଣ)
ଦୀନବନ୍ଧୁ ବେହେରା କଂଗ୍ରେସ ଘୁମୁସର (ସାଧାରଣ)
ଜଗନ୍ନାଥ ମିଶ୍ର କଂଗ୍ରେସ କୋଦଳା (ସାଧାରଣ)
ନାରାୟଣ ପଣ୍ଡା କଂଗ୍ରେସ ଛତ୍ରପୁର (ସାଧାରଣ)
ମଧୁସୂଦନ ମହାପାତ୍ର କଂଗ୍ରେସ ଆସ୍କା ସଦର (ସାଧାରଣ)
ଇଶ୍ୱର ନାଏକ କଂଗ୍ରେସ ଆସ୍କା ସଦର ଅନୁସୂଚିତ ଜାତି
ଉମାଚରଣ ପଟ୍ଟନାୟକ କଂଗ୍ରେସ ବ୍ରହ୍ମପୁର (ସାଧାରଣ)
ସୋମନାଥ ପଣ୍ଡା କଂଗ୍ରେସ ବ୍ରହ୍ମପୁର (ସାଧାରଣ)
ନାରାୟଣ ମୂର୍ତ୍ତିିଗାଡ଼େ କଂଗ୍ରେସ ବ୍ରହ୍ମପୁର (ସାଧାରଣ)
ନାରାୟଣ ପାତ୍ର କଂଗ୍ରେସ ବାଲିଗଡା କନ୍ଧମାଳ (ସାଧାରଣ)
ଅନନ୍ତ ତ୍ରିପାଠୀ ଶର୍ମା କଂଗ୍ରେସ ପାରଳାଖେମୁଣ୍ଡି (ସାଧାରଣ)
ସଦାଶିବ ତ୍ରିପାଠୀ କଂଗ୍ରେସ ନବରଙ୍ଗପୁର (ସାଧାରଣ)
ରାଧାମୋହନ ସାହୁ କଂଗ୍ରେସ ଜୟପୁର-ମାଲକାନଗିରି
ରାଧାକୃଷ୍ଣ ବିଶ୍ୱାସରାୟ କଂଗ୍ରେସ କୋରାପୁଟ (ସାଧାରଣ)
(୧୩.୭.୧୯୪୮ରେ ଇସ୍ତଫା)
ଶ୍ରୀମତୀ ପ୍ରିୟମ୍ବଦା ଦେବୀ କଂଗ୍ରେସ କଟକ ଟାଉନ (ମହିଳା)
ଶ୍ରୀମତୀ ଏ.ଲକ୍ଷ୍ମୀବାଈ କଂଗ୍ରେସ ବ୍ରହ୍ମପୁର (ମହିଳା)
ଲାଲମୋହନ ପଟ୍ଟନାୟକ କଂଗ୍ରେସ ଓଡ଼ିଶା ଭାରତୀୟ ଖ୍ରୀଷ୍ଟିଆନ
ମୌଲବୀ ମହମ୍ମଦ ଇଉସୁଫ ମୁସଲିମ୍‍ ଲିଗ୍‍ କଟକ ସଦର (ମୁସଲମାନ)
ମୌଲବୀ ସାଭେଦ୍‍ ଫଜଲ୍‍ହକ ମୁସଲିମ୍‍ ଲିଗ୍‍ ଉତ୍ତର କଟକ ତ‌ଥା ଅନୁଗୁଳ
ମୌଲବୀ ଲତିଫୁ ର ରହମନ ମୁସଲିମ୍‍ ଲିଗ୍‍ ଦକ୍ଷିଣ ଓଡ଼ିଶା (ମୁସଲମାନ୍‍)
ମୌଲବୀ ମହମ୍ମଦ ଖାଁ ମୁସଲିମ୍‍ ଲିଗ୍‍ ବାଲେଶ୍ୱର ତ‌ଥା ସମ୍ବଲପୁର
ଘନଶ୍ୟାମ ଦାସ ଥିରାନି ସ୍ୱାଧୀନ ଓଡ଼ିଶା ବାଣିଜ୍ୟ ଓ ଶିଳ୍ପ
ଲୋକନା ମିଶ୍ର ସ୍ୱାଧୀନ ପଶ୍ଚିମ ଓଡ଼ିଶା ଜମିଦାର
ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଟିକାୟତ ସ୍ୱାଧୀନ ପୂର୍ବ ଓଡ଼ିଶା ଜମିଦାର
ବୈଦ୍ୟନାଥ ରଥ କମ୍ୟୁନିଷ୍ଟ ଶ୍ରମ ଓଡ଼ିଶା
ମନୋନୀତ ସଭ୍ୟ-(୪)
ଲକ୍ଷ୍ମୀନାରାୟଣ ସାହୁ କଟକ
କୁମାରୀ ଆନେ କ୍ୟା୍‍ରିନ୍‍ମ ମନ୍‍ରୁ ସେରାଙ୍ଗ-ଗଞ୍ଜ
ଅନ୍ତର୍ଯ୍ୟାମୀ ମଲ୍ଲିକ କନ୍ଧମାଳ
ଗୋଦାବରଥି ରାମଦାସ କନ୍ଧମାଳ


ଏପ୍ରିଲ ୨୦ ତାରିଖରେ କଂଗ୍ରେସ ବିଧାୟକ ଦଳର ବୈଠକ କଟକଠାରେ ଅନୁଷ୍ଠିତ ହେଲା । ୪୭ ଜଣ ସଭ୍ୟଙ୍କ ମଧ୍ୟରୁ ୪୬ଜଣ ଏହି ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଶ୍ୱନାଥ ଦାସ ଅଧ୍ୟକ୍ଷତା କରିଥିଲେ । ସର୍ବ ସମ୍ମତି କ୍ରମେ ହରେ କୃଷ୍ଣ ମହତାବ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବାଛିବାପାଇଁ ହରେକୃଷ୍ଣ ମହତାବଙ୍କୁ କ୍ଷମତା ପ୍ରଦାନ କରାଗଲା । ୨୨ ଏପ୍ରିଲରେ ମନ୍ତ୍ରି ମଣ୍ଡଳର ଏକ ପାଞ୍ଚ ଜଣିଆ ତାଲିକା ମହତାବ ରାଜ୍ୟପାଳଙ୍କୁ ପ୍ରଦାନ କଲେ । ୧୯୪୬ ମସିହା ଏପ୍ରିଲ-୨୩ ତାରିଖରେ ଏହି ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କଲା । ଏହି ପାଞ୍ଚ ଜଣିଆ ତାଲିକାରେ ଥିଲେ-

ହରେକୃଷ୍ଣ ମହତାବ : ପ୍ରଧାନମନ୍ତ୍ରୀ; ଘରୋଇ, ଅର୍, ପ୍ରସାର, ଯୋଜନା ଓ ପୁନର୍ଗଠନ
ନବକୃଷ୍ଣ ଚୌଧୁରୀ : ରାଜସ୍ୱ ଯୋଗାଣ ଓ ପରିବହନ
ପଣ୍ଡିତ ଲିଙ୍ଗରାଜ ମିଶ୍ର : ଶିକ୍ଷା, ଜଙ୍ଗଲ ଓ ସ୍ୱାସ୍ଥ୍ୟ
ନିତ୍ୟାନନ୍ଦ କାନୁନ୍‌ଗୋ : ବିଚାର ଓ ବିକାଶ ବିଭାଗ
ରାଧାକୃଷ୍ଣ ବିଶ୍ୱାସ ରାୟ : ନିର୍ମାଣ, ବାଣିଜ୍ୟ ଓ ଶ୍ରମ ବିଭାଗ

ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ସାର୍‍ ଚନ୍ଦୁଲାଲ ତ୍ରିବେଦୀ ମନ୍ତ୍ରିମଣ୍ଡଳଙ୍କୁ ସ୍ୱାଗତ ଜଣାଇଲେ । ମନ୍ତ୍ରିମଣ୍ଡଳ ତରଫରୁ ପ୍ରଧାନମନ୍ତ୍ରୀ ମହତାବ ସମ୍ବର୍ଦ୍ଧନାର ଉତ୍ତର ଦେଇ କହିଲେ-

"Independence is not now a distant object to be gazed at like star of one's choice in the distant horizon. It is now on the point of being realised and all of us believe that we will have it before the year is out. Independence is a most urgent matter for, without it, poverty and squalor of the country cannot be effectively dealt with. To me independence has no political charm, if through it I can not tackle the problems of the masses i.e. their abject poverty, disease and ignorance.xxx"

ଚାରିଜଣ ମନୋନୀତ ସଭ୍ୟଙ୍କ ମଧ୍ୟରୁ ମାନ୍ୟବର ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ସୁପାରିଶରେ ତିନିଜଣଙ୍କୁ ଓ ନିଜ ଇଚ୍ଛାରେ ଅନ୍ୟ ଜଣଙ୍କୁ ମନୋନୀତ କରିିଲେ । ସେମାନେ ହେଲେ- ଲକ୍ଷ୍ମୀ ନାରାୟଣ ସାହୁ, କୁମାରୀ ଆନ୍ନା କାଥରିନ୍ ମୁନ୍‍ରୁ, ଅନ୍ତର୍ଯ୍ୟାମୀ ମଲ୍ଲିକ ଓ ଗୋଦାବରି ରାମଦାସ ।

ଦ୍ୱିତୀୟ ବିଧାନସଭାର ମାନ୍ୟବର ସଦସ୍ୟମାନେ ୧୯୪୬ ମସିହା ମଇ ମାସ ୨୭ ତାରିଖରେ ଶପଥ ଗ୍ରହଣ କଲେ । ସେହିଦିନ ଦ୍ୱିତୀୟ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇ ଦୁଇଦିନ ଯାଏ ଚାଲିଲା । ବିପୁଳ ସଂଖ୍ୟାଗରିଷ୍ଠତା ଯୋଗୁଁ କଂଗ୍ରେସ ଦଳର ମାନ୍ୟବର ସଦସ୍ୟ ଲାଲମୋହନ ପଟ୍ଟନାୟକ ଓ ଶ୍ରୀମତୀ ଲକ୍ଷ୍ମୀବାଈ ସର୍ବସମ୍ମତିକ୍ରମେ ଯଥାକ୍ରମେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ବାଚିତ ହେଲେ । ମାନ୍ୟବର ସଦସ୍ୟ

ଲକ୍ଷ୍ମୀନାରାୟଣ ସାହୁ ନିର୍ବାଚନ ପରିଚାଳନା କରିଥିଲେ । କଟକର ରେଭେନ୍‌ସା ମହାବିଦ୍ୟାଳୟ ହଲରେ ଦ୍ୱିତୀୟ ବିଧାନସଭାର ପ୍ରଥମ ବୈଠକ ଅନୁଷ୍ଠିତ ହେଲା ।

ଏହି ମନ୍ତ୍ରିମଣ୍ଡଳ କ୍ଷମତାକୁ ଆସିବାର ସପ୍ତାହକ ମଧ୍ୟରେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ଖଲାସ କରିଦେଲେ । ଆଜୀବନ କାରାଦଣ୍ଡ ଭେ।ଗ କରି ଦେଶାନ୍ତରୀ ହୋଇଥିବା ବତିଶ ଜଣ ବନ୍ଦୀଙ୍କ ଦଣ୍ଡାଦେଶକୁ ମଧ୍ୟ ଉଠାଇଦେଲେ । ଇଣ୍ଡିଆନ୍‍ ନ୍ୟାସନାଲ ଆର୍ମି (INA)ରେ ଚାକିରି କରିଥିବା ମେଡିକାଲ ଅଫିସରମାନଙ୍କୁ ପ୍ରାଦେଶିକ ମେଡିକାଲ ସର୍ଭିସରେ ଚାକିରି ଦେବାପାଇଁ ସୁବନ୍ଦୋବସ୍ତ କଲେ । ଜନସାଧାରଣ ଦାବିକଲେ ଯେ, ବର୍ମା କ୍ୟାମ୍ପରୁ ଫେରୁଥିବା ବ୍ୟକ୍ତିମାନଙ୍କୁ ଯୋଗ୍ୟତା ଅନୁସାରେ ସରକାରୀ କର୍ମ ଯୋଗାଇ ଦିଆଯାଉ । ୧୯୪୬ ମସିହା ମଇ ମାସ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣକଲେ- ୧୯୪୨-୪୩ ଭାରତଛାଡ଼ ଆନ୍ଦୋଳନ ସମୟରେ ଗାଁ ଗଣ୍ଡାରୁ ଆଦାୟ ହେଇଥିବା ଜୋରିମାନାକୁ ସେହି ଗ୍ରାମର ଲୋକଙ୍କୁ ଫେରାଇ ଦିଆଯିବ । ଏହି ମର୍ମରେ ସମସ୍ତ ଜିଲ୍ଲାପାଳଙ୍କୁ ଆଦେଶନାମା ପଠେଇ ଦିଆଗଲା ।

ଭାରତର ସ୍ୱାଧୀନତା ଆଉ ଅଳ୍ପ ସମୟ ବାକି ଅଛି ବୋଲି ଏହି ସମୟକୁ ଜଣାପଡୁଥିଲା । ପ୍ରକୃତରେ ଘଟଣାଟି ହିଁ ତାହା । ୧୯୪୬ ମସିହା ଜୁନ୍‍ ୧୬ ତାରିଖରେ ଭାରତର ଭାଇସରାୟ କେନ୍ଦ୍ରରେ ଏକ ଦୃଢ଼ ଓ ଦକ୍ଷ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବା ନିମନ୍ତେ ପ୍ରସ୍ତାବ ରଖିଲେ । ବିଭିନ୍ନ ରାଜ୍ୟରେ ଥିବା ଦକ୍ଷ ନେତାଙ୍କୁ ଏଥିରେ ସାମିଲ କରିବା ପାଇଁ ସେ ଚିନ୍ତା ପ୍ରକଟ କଲେ । ସରକାରରେ ଯୋଗ ଦେବାପାଇଁ କଂଗ୍ରେସ ଓ ମୁସ୍‍ଲିମ୍‍ ଲିଗ୍‌ର ନେତାମାନଙ୍କୁ ବ୍ୟକ୍ତିଗତ ଚିଠି ଲେଖିଲେ । ହରେକୃଷ୍ଣ ମହତାବଙ୍କ ପାଖକୁ ଭାଇସ୍‍ରଏଙ୍କର ବ୍ୟକ୍ତିଗତ ଚିଠି ଆସିଲା । ଓଡ଼ିଶାର ବିଭିନ୍ନ ସମସ୍ୟା ଓ ହିତ ଦୃଷ୍ଟିରୁ ସେ ଏହି ସରକାରରେ ଯୋଗଦେବା ନିମନ୍ତେ ଇଚ୍ଛା ପ୍ରକାଶ କଲେ ନାହିଁ । ସର୍ଦ୍ଦାର ପଟେଲଙ୍କ ସହ ଏ ସମ୍ପର୍କରେ ଆଲେଚନା କଲେ । ଭବିଷ୍ୟତରେ ଗଡ଼ଜାତ ରାଜ୍ୟର ସମସ୍ୟା ଉପୁଜିପ।ରେ, ଏଣୁ ଏହାର ସମାଧାନ ନିମନ୍ତେ ମହତାବ ଏହି କେନ୍ଦ୍ର ସରକାରରେ ଯୋଗଦେବା ଠିକ୍‍ ନୁହେଁ ବୋଲି କେନ୍ଦ୍ରୀୟ କଂଗ୍ରେସ କମିଟି ଉପଲବ୍ଧି କଲେ । ଫଳରେ ୨୨.୬.୧୯୪୬ ତାରିଖରେ ହରେକୃଷ୍ଣ ମହତାବ ଭାଇସରାୟଙ୍କୁ ଲେଖିଲେ କି-

"ବ୍ୟକ୍ତିଗତ ଅସୁବିଧା କାରଣରୁ ସେ କେନ୍ଦ୍ରର ଏହି ମଧ୍ୟବର୍ତ୍ତୀ ସରକାରରେ ଯୋଗଦେଇ ପାରିବେ ନାହିଁ ।" କେନ୍ଦ୍ରକୁ ମହତାବଙ୍କ ଯିବା ପ୍ରସ୍ତାବ ବନ୍ଦ ହୋଇଗଲା ।

ଏହା ପରେ ସମ୍ବିଧାନ ସଭା ନିମନ୍ତେ ସଭ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା । ଓଡ଼ିଶାରୁ ୯ଜଣ ସଭ୍ୟ ଏଥିପାଇଁ ମନୋନୀତ ହେବା କଥା । ୧୭.୭.୧୯୪୬ରେ ସମ୍ବିଧାନ ବିଧାୟକ ସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଲା । ଏଥିପାଇଁ ୨୭ଜଣ ପ୍ରାର୍ଥୀ ଥିଲେ । କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ଥିବାରୁ ୯ ଜଣଙ୍କୁ ସର୍ବସମ୍ମତି କ୍ରମେ ଓଡ଼ିଶାରୁ ପଠାଗଲା । ସେମାନେ ହେଲେ, ହରେକୃଷ୍ଣ ମହତାବ, ଶାନ୍ତନୁ କୁମାର ଦାସ, ମାଳତୀ ଚୌଧୁରୀ, ରାଜକୃଷ୍ଣ ବୋଷ, ବୋଧିରାମ ଦୁବେ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, ବିଶ୍ୱନାଥ ଦାସ ଓ ଲକ୍ଷ୍ମୀ ନାରାୟଣ ସାହୁ ।

ଦ୍ୱିତୀୟ ବିଧାନସଭା ନିର୍ବାଚନରେ ଦୁଇଜଣ ମହିଳା ଶ୍ରୀମତୀ ପ୍ରିୟମ୍ବଦା ଦେବୀ କଟକ ନଗର ମହିଳା ଆସନରୁ ଓ ଶ୍ରୀମତୀ ଏ. ଲକ୍ଷ୍ମୀବାଈ ବ୍ରହ୍ମପୁର ମହିଳା ଆସନରୁ ନିର୍ବାଚିତ ହୋଇ ଆସିଲେ । ଶ୍ରୀମତୀ ଏ. ଲକ୍ଷ୍ମୀବାଈ ଦ୍ୱିତୀୟବାର ନିର୍ବାଚତ ହୋଇ ଉପ-ବାଚସ୍ପତି ହେଲେ । ସରଳାଦେବୀଙ୍କ ସ୍ଥାନରେ ପ୍ରିୟମ୍ବଦା ଦେବୀ ନିର୍ବାଚିତ ହୋଇ ଆସିଲେ । ଦୁଇଜଣଯାକ କଂଗ୍ରେସ ଦଳର ସଭ୍ୟା ।

ପ୍ରିୟମ୍ବଦା ଦେବୀ :

ପ୍ରିୟମ୍ବଦା ଦେବୀଙ୍କର ଜନ୍ମ ୧୮୯୮ରେ କଟକ ଜିଲ୍ଲାର ସତ୍ୟଭାମାପୁର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପରିବାରରେ । ସେ ଜଣେ ସାହିତ୍ୟିକା । ତାଙ୍କ ପିତାଙ୍କ ନାମ ନାରାୟଣ ଦାସ । ପ୍ରିୟମ୍ବଦା ଦେବୀ ମଧୁବାବୁଙ୍କର ଝିଆରୀ ହେବେ । ସେ ୧୯୨୪ ମସିହାରେ ବାନର ସେନା ଗଠନ କରି ସ୍ୱ।ଧୀନତା ସଂଗ୍ରାମକୁ ସାହାଯ୍ୟ କରିିଥିଲେ । ୧୯୩୦ ମସିହାରେ ଗିରଫ ହୋଇ ତିନିମାସ କାରାବରଣ କଲେ । ୧୯୩୨ ମସିହାରେ ପୁନର୍ବାର ଜେଲ ଗଲେ । ଏଥର ଜେଲରେ ଚାରି ମାସ ରହିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ସ୍ୱମୀ ଭାଗୀରଥି ଦାସଙ୍କ ସହ ଗିରଫ ହୋଇ ଯାଜପୁର ସ୍ପେଶାଲ ମାଜିଷ୍ଟ୍ରେଟ୍‍ଙ୍କ ଦ୍ୱାରା ବିଚାର ହୋଇ ଛ'ମାସ କାରାବରଣ କଲେ । ତାଙ୍କର ଶ୍ୱଶୁରଘର ରମ୍ପାଗ୍ରାମ, ପୋ.ଅ. ବରୀ ଜିଲ୍ଲା କଟକ । ୧୯୯୯ଜୁଲାଇ ୮ ତାରିଖରେ କଟକ ସହର ସ୍ଥିତ ବାସଭବନରେ ୧୦୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ବାଚସ୍ପତି ଲାଲମୋହନ ପଟ୍ଟନାୟକ :

ଏହି ବିଧାନସଭାରେ ଲାଲମୋହନ ପଟ୍ଟନାୟକ ବାଚସ୍ପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ କଲେ । ସେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀକାକୁଲମ ଜିଲ୍ଲାର ବୁଦ୍ଧରସିଙ୍ଗ ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲ ୧୮୯୧ ମସିହାରେ । ବ୍ରହ୍ମପୁରର ଖଲିକୋଟ କଲିଜିଏଟ୍‍ ହାଇସ୍କୁଲରୁ ୧୯୧୦ରେ ମାଟ୍ରିକ ପାସ୍‍ କଲେ । ତାପରେ ସେ ମାଡ୍ରାସ ଓ କଲିକତାରେ ଉଚ୍ଚଶିକ୍ଷା ଲାଭ କରି ବି.ଏ. ବି.ଏଲ୍‍ ପାସ କରିିଥିଲେ । ଏହା ପରେ ବ୍ରହ୍ମପୁର ସହରରେ ଓକିଲାତି ବ୍ୟବସାୟ ଆରମ୍ଭ କରି ବେଶ୍‍ ନାଆଁ କମେଇଲେ । ଲାଲମୋହନ ପଟ୍ଟନାୟକ ଭି.ଭି.ଗିରି., ସାର୍‍ ପର୍ଶୁରାମ ପାତ୍ର, ବିଶ୍ୱନାଥ ଦାସ, ଲିଙ୍ଗରାଜ ପାଣିଗ୍ରାହୀ ଓ ରାମକୃଷ୍ଣ ରଥ ଥିଲେ ତାଙ୍କର ସହକର୍ମୀ ଓକିଲ । ସେ ୧୦ ବର୍ଷ ଓକିଲାତି କରିିଥିଲେ । ତାପରେ ୧୯୨୧ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ଏହା ସହିତ ଓଡ଼ିଆ ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଅଂଶ ଗ୍ରହଣ କରିିଥିଲେ । ଏହି ସମୟରେ ସେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ । ୧୯୪୪ ମସିହାରେ ଖ୍ରୀଷ୍ଟୀୟ ମିଶନାରୀ କାର୍ଯ୍ୟ ପାଇଁ ସେ ବ୍ରହ୍ମପୁର ଓ କଟକରେ ଅବସ୍ଥାନ କଲେ । ଦ୍ୱିତୀୟ ସାଧାରଣ ନିର୍ବାଚନରେ ସେ ଓଡ଼ିଶା ଖ୍ରୀଷ୍ଟିଆନ ସଂରକ୍ଷଣ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟ ଲାଭ କଲେ । ସେ ଥିଲେ ଖ୍ରୀଷ୍ଟିଆନ୍‍ ଶିକ୍ଷା ପରିଷଦର ସଭାପତି, ଜେଲ ରିଫର୍ମ କମିଟିର ଅଧ୍ୟକ୍ଷ । ସେ ଓଡ଼ିଆ ଭକ୍ତି ସଙ୍ଗୀତ ଗାଇବା ଓ ଶୁଣିବାପାଇଁ ଭାରି ଭଲ ପାଉଥିଲେ । 'ରିସରେକ୍ଟେଡ ଓଡ଼ିଶା' ନାମରେ ଏକ ପୁସ୍ତକ ରଚନା କରି ସେଥିରେ ଓଡ଼ିଶାର ବନ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ମହମାରୀ ଏବଂ ଦାରିଦ୍ର୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ପୁସ୍ତକଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାଷାରେ ସେ ଲେଖିଥିଲେ । 'ଜୀବନଚମ୍ପୂ' ଓ 'ବନ୍ଦନା' ନାମରେ ଦୁଇଟି ପୁସ୍ତକ ମଧ୍ୟ ସେ ପ୍ରକାଶ କରିଥିଲେ । ସେ ଥିଲେ ଅତ୍ୟନ୍ତ ମେଳାପୀ ଓ ସାହାଯ୍ୟକାରୀ ବ୍ୟକ୍ତି । ତାଙ୍କ ଜୀବନଟା ପୂରାପୂରି ଶୃଙ୍ଖଳା ମଧ୍ୟରେ ପରିଚାଳିତ ଥିଲା । ତାଙ୍କର ଶୃଙ୍ଖଳାବୋଧକୁ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଖୁବ୍‍ ତାରିଫ୍‍ କରୁଥିଲେ । ସେ ୧୯୫୬ ମସିହା ଫେବ୍ରୁଆରି ୨୭ ତାରିଖରେ ପରଲୋକ ଗମନ କଲେ । ତାଙ୍କ ପରି ଶୃଙ୍ଖଳିତ ଜାତୀୟବାଦୀ ବ୍ୟକ୍ତି ମିଳିବା କଷ୍ଟକର ।

ଏହି ବିଧାନସଭା ଓ ମନ୍ତ୍ରିମଣ୍ଡଳ ସମୟରେ ଦେଶ ସ୍ୱାଧୀନ ହୋଇଥିଲା ।

* * *
ଷଷ୍ଠ ପରିଚ୍ଛେଦ
ଓଡ଼ିଶାର ଗଡ଼ଜାତ ରାଜ୍ୟ

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । କିନ୍ତୁ ସେଥିରେ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ମିଶିଲେ ନାହିିଁ । ଏହି ଗଡ଼ଜାତଗୁଡ଼ିକର ସଂଖ୍ୟା ଛବିଶ । ସେଗୁଡ଼ିକ ହେଲା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ତାଳଚେର, ପାଲଲହଡ଼ା, ହିନ୍ଦୋଳ, ଆଠମଲ୍ଲିକ, ଆଠଗଡ଼, ବଣେଇ, ବାମଣ୍ଡା, ନୀଳଗିରି, ତିଗିରିଆ, ବଡ଼ମ୍ବା, ନରସିଂହପୁର, ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼, ରଣପୁର, କଳାହାଣ୍ଡି, ସୋନପୁର, ପାଟଣା, ବୌଦ୍ଧ, ଗାଙ୍ଗପୁର, ରେଢ଼ାଖୋଲ, ଷଢେ଼ଇକଳା ଓ ଖରସୁଆଁ ।

ଇଂରେଜମାନେ ୧୮୦୩ ମସିହା ଅକ୍ଟୋବର ଚାରି ତାରିଖରେ ମରହଟ୍ଟାମାନଙ୍କ ହାତରୁ ଓଡ଼ିଶାର ଶାସନଭାର ଗ୍ରହଣ କଲେ । କର୍ଣ୍ଣେଲ ହାର୍କୋଟ ଓ ମିଲବିନ୍‍ ସାହେବ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରଥମ କମିଶନର ଭାବରେ ନିଯୁକ୍ତି ପାଇ କଟକଠାରେ ଅବସ୍ଥାନ କଲେ । ସେମାନେ ସର୍ବପ୍ରଥମେ ଏକ ଘୋଷଣାପତ୍ର ଦ୍ୱାରା ଓଡ଼ିଶାର ରାଜା, ଜମିଦାର ଆଦିଙ୍କୁ ଇଂରେଜ ସରକାରର ବଶ୍ୟତା ସ୍ୱୀକାର କରିବାପାଇଁ ଓ ଇଂରେଜ ସରକାରକୁ ରାଜସ୍ୱ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ । ଏଥିନିମନ୍ତେ ଇଂରେଜ ସରକାର ସହ ଚୁକ୍ତି କରିବାପାଇଁ ଏକ ଚୁକ୍ତିନାମା ଫର୍ମର ନକଲ ମଧ୍ୟ ପଠାଇଦେଲେ । କଟକକୁ ଆସି ଶୀଘ୍ର ଚୁକ୍ତିପତ୍ର ସ୍ୱାକ୍ଷର କରିବାପାଇଁ କଡ଼ା ନିର୍ଦେଶ ପ୍ରଦାନ କଲେ । ଗଡ଼ଜାତ ରାଜାମାନେ ଇଂରେଜ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ନକରି ଇଂରେଜମାନଙ୍କ ଅଧୀନରେ ରହିବାପାଇଁ ରାଜି ହୋଇ ଇଂଜେମାନଙ୍କର ବଶ୍ୟତା ସ୍ୱୀକାର କଲେ ।

୧୮୦୪ ମସିହାରେ କଟକଠାରେ ଇଂରେଜମାନଙ୍କ ତରଫରୁ କର୍ଣ୍ଣେଲ ହାର୍କୋଟ ଓ ଜନ ମିଲ୍‍ବିନ୍‍ ଓଡ଼ିଶାର ଗଡ଼ଜାତ ରାଜାମାନଙ୍କର ଏହି ଚୁକ୍ତିପତ୍ରରେ ଦସ୍ତଖତ କଲେ । ଗଡ଼ଜାତ ରାଜାମାନେ ଜଣ ଜଣ କରି ଚୁକ୍ତିପତ୍ର ସ୍ୱାକ୍ଷରକରି ନିଜ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରି ସ୍ଥାୟୀ ଭାବରେ ନିଜ ରାଜ୍ୟର ଶାସନ ପରିଚାଳନା କଲେ । ଏହା ପୂର୍ବରୁ ଏହି ରାଜାମାନେ ନିଜ ନିଜ

ରାଜ୍ୟର ସୀମା ବର୍ଦ୍ଧନ କରିବାପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କରିିବାର ବହୁ ନଜିର ରହିଛି । ଇଂରେଜମାନଙ୍କ ଓଡ଼ିଶା ଅଧିକାର ପୂର୍ବରୁ ଅନୁଗୁଳ ଜଣେ ରାଜାଙ୍କଦ୍ୱାରା ଶାସିତ ହେଉଥିଲା । କିନ୍ତୁ ଅନୁଗୋଳର ରାଜା ସୋମନାଥ ସିଂହ ବିଦ୍ରୋହୀ ହେବାରୁ ଇଂରେଜମାନେ ଅନୁଗୁଳକୁ ଖାସ୍‍ କରିଦେଲେ । ସେହିପରି ବୌଦ୍ଧରାଜା କନ୍ଧମାଳର କନ୍ଧମାନଙ୍କୁ ଶାସନ କରିନପାରି କନ୍ଧମାଳ ଇଲାକାକୁ ଇଂରେଜମାନଙ୍କ ହାତରେ ଅର୍ପଣ କରିଦେଲେ । ଫଳରେ ଇଂରେଜମାନେ ଅନୁଗୁଳ ଓ କନ୍ଧମାଳକୁ ମିଶାଇ ଅନୁଗୁଳ ଜିଲ୍ଲା ସୃଷ୍ଟିକରି ନିଜ ଦାୟିତ୍ୱରେ ରଖିଲେ ।

ଓଡ଼ିଶା କମିଶନର ଏହି ଗଡ଼ଜାତ ରାଜ୍ୟମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ତୁଲାଉଥିଲେ । କାରଣ ଏହି ଗଡ଼ଜାତ ଗୁଡ଼ିକୁ କରଦରାଜ୍ୟ ଶ୍ରେଣୀଭୁକ୍ତ କରାଯାଇଥିଲା । ପରେ ଗଡ଼ଜାତ ରାଜ୍ୟଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇଲା । ଫଳରେ କମିଶନରଙ୍କ ଅଧୀନରେ ଜଣେ ପଲ୍‍ଟିକାଲ ଏଜେଣ୍ଟଙ୍କୁ ନିଯୁକ୍ତି ଦିଆଗଲା । ପଲ୍‍ଟିକାଲ ଏଜେଣ୍ଟଙ୍କ କାମ ହେଲା ପୂରାପୂରି ସ୍ୱତନ୍ତ୍ର ଭାବରେ ଗଡ଼ଜାତ ରାଜ୍ୟର ଶାସନ ତଦାରଖ କରିବା । ପଲ୍‍ଟିକାଲ ଏଜେଣ୍ଟଙ୍କ ଅଧୀନରେ ୨୬ଟିଯାକ ଗଡ଼ଜାତ ରହିଲା । ଗଡ଼ଜାତମାନଙ୍କ ମୁଖ୍ୟଙ୍କୁ 'ରାଜା' ବା Ruler-in-chief of the Feudatory State ବୋଲି କୁହାଗଲା । ୧୯୧୫ ମସିହାରେ ଷଢେ଼ଇକଳା ଓ ଖରସୁଆଁ ଦୁଇଟି ଗଡ଼ଜାତ ରାଜ୍ୟ ଇଷ୍ଟର୍ଣ୍ଣ ଏଜେନ୍‍ସିର ଅନ୍ତର୍ଭୁକ୍ତ ହୋଇଥିଲା ।

ଏହି ଗଡ଼ଜାତ ରାଜାମାନଙ୍କ ବିଚାର ବିରୁଦ୍ଧରେ ପଲ୍‍ଟିକାଲ ଏଜେଣ୍ଟ୍‍ଙ୍କ ପାଖରେ ଦରଖାସ୍ତ କରାଯାଉଥିଲା । ତା'ପରେ ଅପିଲ ହେଉଥିଲା କମିଶନରଙ୍କ ପାଖରେ । ୧୯୨୨ ମସିହାରେ କମିଶନରଙ୍କ କ୍ଷମତା ଲୋପ ପାଇଲା । ଗଡ଼ଜାତ ରାଜ୍ୟମାନଙ୍କ ଉପରେ କେବଳ ପଲ୍‍ଟିକାଲ ଏଜେଣ୍ଟ୍‍ ହେଲେ ସର୍ବେସର୍ବା । ତାଙ୍କୁ ସହାୟତା କରିବାପାଇଁ ଜଣେ ସହକାରୀ ରହିଲେ । ପଲଟିକାଲ ଏଜେଣ୍ଟ୍‍ ବିହାର-ଓଡ଼ିଶା ଲାଟସାହେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକଲେ । ଏହି ସମୟରେ ଗଡ଼ଜାତ ରାଜାମାନଙ୍କୁ କରଦ ରାଜା ନକହି 'ସାମନ୍ତରାଜା' ଭାବରେ ଆଖ୍ୟାୟିତ କରାଗଲା ।

୧୯୩୩ ମସିହାରେ ଭାରତ ସରକାରଙ୍କ ଖାସ୍‍ ତତ୍ତ୍ୱାବଧାନରେ ଏହି ଗଡ଼ଜାତ ରାଜାମାନେ ରହିଲେ । ପୂର୍ବଖଣ୍ଡ ଗଡ଼ଜାତ ରାଜ୍ୟଗୁଡ଼ିକ ଭାରତର ବଡ଼ଲାଟଙ୍କ ନିର୍ଦେଶମତେ ଜଣେ ଏଜେଣ୍ଟ ଜେନେରାଲଙ୍କ ଅଧୀନରେ ରହିଲେ । ଏହାଙ୍କ ଅଧୀନରେ ସେକ୍ରେଟାରୀ ଓ ପଲ୍‍ଟିକାଲ ଏଜେଣ୍ଟ ରହିଲେ । ବସ୍ତୁତଃ ଗଡ଼ଜାତ ରାଜ୍ୟଗୁଡ଼ିକୁ ଓଡ଼ିଶାରୁ ପୃଥକ ରଖାଯାଇ ପଲ୍‍ଟିକାଲ ଏଜେଣ୍ଟଙ୍କ ନିୟନ୍ତ୍ରଣରେ ରଖାଯାଇଥିଲା । ପଲ୍‌ଟିକାଲ ଏଜେଣ୍ଟଙ୍କ କାମ ଥିଲା - ବ୍ରିଟିଶ ସରକାରଙ୍କ ନୀତିନିୟମ ଠିକ୍‍ ଭାବରେଦ ଗଡ଼ଜାତମାନଙ୍କରେ କାର୍ଯ୍ୟକାରୀ ହେଉଛି କି ନାହିିଁ ତଦାରଖ କରିବା । କାରଣ ଏହି ଗଡ଼ଜାତ ରାଜାମାନଙ୍କ ଦୃଢ଼ତା, କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ଉପରେ ହିିଁ ବ୍ରିଟିଶ ସରକାରର ସ୍ଥାୟିତ୍ୱ ନିର୍ଭର କରୁଥିଲା । ଫଳରେ ପଲ୍‍ଟିକାଲ ଏଜେଣ୍ଟମାନେ ଗଡ଼ଜାତ ରାଜ୍ୟର ଶାସନ ପ୍ରଣାଳୀ ଉପରେ କଡ଼ା ନଜର ରଖୁିଥିଲେ ।

ଗଡ଼ଜାତ ରାଜାମାନଙ୍କ ଅଭିଷେକ ଉତ୍ସବରେ ପଲ୍‍ଟିକାଲ ଏଜେଣ୍ଟମାନେ ଇଂରେଜ ସରକାରଙ୍କ ପ୍ରତିନଧି ରୂପେ ମୁଖ୍ୟ ଅତିିଥି ଭାବରେ ଯୋଗ ଦେଉଥିଲେ । ରାଜାମାନଙ୍କୁ ଅଭିଷେକ

କରାଉଥିଲେ । ଅଭିଷେକ ସମୟରେ ରାଜାମାନଙ୍କ ମସ୍ତକରେ ରାଜ ମୁକୁଟ ପିନ୍ଧାଇ ହସ୍ତରେ ତରବାରି ଧରାଇ ଦେଉଥିଲେ । ରାଜାଙ୍କୁ ରାଜ୍ୟର ମୁଖ୍ୟ ଭାବରେ ସାଲ୍ୟୁଟ ପ୍ରଦାନ କରୁଥିଲେ । ଏହା ପରେ ଅନ୍ୟ ଦିନମାନଙ୍କରେ ରାଜାମାନେ ପଲ୍‍ଟିକାଲ ଏଜେଣ୍ଟଙ୍କୁ ସାଲ୍ୟୁଟ କରୁଥିଲେ ।

ସମ୍ବଲପୁରଠାରେ ପୂର୍ବାଞ୍ଚଳ ରାଜ୍ୟସମୂହ ଇଷ୍ଟର୍ଣ୍ଣ ଏଜେନ୍‍ସିର ମୁଖ୍ୟ ଦପ୍ତର ପ୍ରତିଷ୍ଠା ହେବା ଆଗରୁ ଓଡ଼ିଶାର ଗଡ଼ଜାତଗୁଡ଼ିକ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଅଧୀନରେ ରହି ପରିଚାଳିତ ହେଉଥିଲେ । ସେଣ୍ଟ୍ରାଲ ପ୍ରୋଭିନ୍‍ସ କମିଶନରଙ୍କ ଅଧୀନରେ ବାମଣ୍ଡା, କଳାହାଣ୍ଡି, ପାଟଣା, ରେଢ଼ାଖୋଲ ଓ ସୋନପୁର ଗଡ଼ଜାତ ରାଜ୍ୟମାନ ଥିଲା । ଓଡ଼ିଶା ଟ୍ରିବ୍ୟୁଟାରୀ ମାହାଲ ଅଧୀନରେ ଆଠଗଡ଼, ଆଠମଲ୍ଲିକ, ବଡ଼ମ୍ବା, ବୌଦ୍ଧ, ଦଶପଲ୍ଲା, ଢେ଼ଙ୍କାନାଳ, ହିନ୍ଦୋଳ, ଖଣ୍ଡପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନରସିଂହପୁରୁ, ନୟାଗଡ଼, ନୀଳଗିରି ପାଲଲହଡା, ରଣପୁରୁ, ତାଳଚେର ଓ ତିଗିରିଆ ରାଜ୍ୟ ରହିିଥିଲା । ଛୋଟନାଗପୁର କମିଶନରଙ୍କ ଅଧୀନରେ ବଣେଇ ଓ ଗାଙ୍ଗପୁର ରାଜ୍ୟ ଥିଲା ।

ପ୍ରଥମେ ରାଜାମାନଙ୍କ କ୍ଷମତାରେ ତାରତମ୍ୟ ଥିଲା । କେତେକ ରାଜାଙ୍କୁ ସେସନ୍‍ସ ଜଜ୍‍ କ୍ଷମତା ଦିଆଯାଇଥିବା ବେଳେ ଆଉ କେତେକଙ୍କୁ ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ କ୍ଷମତା ମଧ୍ୟ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ କେତେକ ରାଜାଙ୍କୁ ନିଜ ସନନ୍ଦ ଥାଇ ଷ୍ଟାମ୍ପପେପର ପ୍ରଚଳନ କରିବା ନିମନ୍ତେ ଅଧିକାର ଦିଆଯାଇଥିଲା । ରାଜ୍ୟର ଗୁରୁତ୍ୱ, ଆୟ, ରାଜାମାନଙ୍କର ଶିକ୍ଷାଦୀକ୍ଷା ଓ ଆଚାର ବ୍ୟବହାରକୁ ବିିଚାରକୁ ନେଇ ଏହି ଗଡ଼ଜାତ ରାଜ୍ୟଗୁଡ଼ିକୁ ପ୍ରଥମ ଓ ଦ୍ୱିତୀୟ ଦୁଇଟି ଣ୍ରେଣୀରେ ବିଭକ୍ତ କରାଯାଇଥିଲା । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ପାଟଣା, ଗାଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବାମଣ୍ଡା ଓ ନୟାଗଡ଼ ଆଦି ଥିଲେ ପ୍ରଥମଶ୍ରେଣୀର ଗଡ଼ଜାତ । ବାକି ଗଡ଼ଜାତଗୁଡ଼ିକ ଦ୍ୱିତୀୟ ଶ୍ରେଣୀର ବିବେଚିତ ହୋଇଥିଲେ ।

ମୟୂରଭଞ୍ଜ, କଳାହାଣ୍ଡି, ପାଟଣା ଓ ସୋନପୁରର ଶାସକ ରାଜାମାନଙ୍କୁ 'ରାଜା' ପରିବର୍ତ୍ତେ 'ମହାରାଜା' ବୋଲି ସମ୍ବୋଧନ କରାଯାଉଥିଲା । ଇଂରେଜସରକାର କେତେକ ଉପାଧି ପ୍ରଚଳିତ କରିିଥିଲେ । ସେଥିରେ ରାଜା-ମହାରାଜା ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ନିମନ୍ତେ ଉପାଧି ଉଦ୍ଦିଷ୍ଟ ଥିଲା । ରାଜାମହାରାଜାଙ୍କ ପାଇଁ ସବୁଠାରୁ ବୃହତ୍‍ ଉପାଧି ଥିଲା 'ହିଜ୍‍ ହାଇନେସ' । କୌଣସି ରାଜା ୧୧ ବା ତା'ଠାରୁ ଅଧିକ ତୋପ ସଲାମୀ ପାଇବାପାଇଁ ଯୋଗ୍ୟବିବେଚିତ ହେଲେ ଯାଇ ତାଙ୍କୁ ଏହି ଉପାଧି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ଅନେକ ଦିଗରୁ ବିଚାରକରି ବ୍ରିଟିଶ ସରକାର ରାଜା-ମହାରାଜାଙ୍କୁ ଯେଉଁ ଉପାଧି ପ୍ରଦାନ କରୁଥିଲେ ସେଗୁଡିକ ହେଲା କେ.ସି.ଆଇ.ଇ (KCIE), ଓ.ବି.ଇ (OBE), ଏମ୍‍.ବି.ଇ (MBE) ଓ ନାଇଟ (Kt) । ସୋନପୁରର ତତ୍‍କାଳୀନ 'ମହାରାଜା' ବୀରମିତ୍ରୋଦୟ ସିଂହଦେବଙ୍କୁ ଓ ମୟୂରଭଞ୍ଜର ତତ୍‍କାଳୀନ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ କେ.ସି.ଆଇ.ଇ (KCIE) ଓ କଳାହାଣ୍ଡିର ତତ୍‍କାଳୀନ ମହାରାଜା ବ୍ରଜମୋହନ ଦେଓଙ୍କୁ ଓ.ବି.ଇ(OBE) ଉପାଧି ଇଂରେଜ ସରକାର ପ୍ରଦାନ କରିିଥିଲେ । ପ୍ରାଦେଶିକ ଗଭର୍ଣ୍ଣର, ତାଙ୍କ ମନ୍ତ୍ରୀ ହାଇକୋର୍ଟ ଜଜ୍‍, ଏକ୍‍ଜିକିଉଟିଭ କାଉନ୍‍ସିଲର ଓ ଦେଶୀୟ ରାଜାମାନଙ୍କୁ କେ.ସି.ଆଇ.ଇ (KCIE) ଠାରୁ ଉପରକୁ ଉପାଧିମାନ ମିଳିିଥିଲା ।

ବ୍ରିଟିଶ ସରକାର ରାଜାମାନଙ୍କ ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିଥିଲେ ହେଁ ଅନେକ ରାଜା ମନୋମୁଖୀ ଶାସନ ଚଳାଇ ପ୍ରଜାମାନଙ୍କୁ ନିର୍ଯ୍ୟାତନା ଦେଉଥିଲେ । ନାରୀଧର୍ଷଣ, ନରହତ୍ୟା, ବେଠି, ବେଗାରି ଆଦି ଜଘନ୍ୟ କାର୍ଯ୍ୟରେ ଲିପ୍ତ ରହୁଥିଲେ । ପ୍ରଜାମାନେ ଦୁଃଖ ଯନ୍ତ୍ରଣା ମୁଣ୍ଡପାତି ସହୁଥିଲେ । ପଲ୍‍ଟିକାଲ ଏଜେଣ୍ଟ, ରେଭେନ୍ୟୁ କମିଶନର, ରେସିଡେଣ୍ଟ କମିଶନର ଆଦି ପଦସ୍ଥ ଅଧିକାରୀମାନେ ପରିଦର୍ଶନରେ ଆସିଲେ ସେମାନଙ୍କୁ ଉତ୍ତମ ସତ୍କାର କରାଯାଇ ବଶୀଭୂତ କରିଦିଆଯାଉଥିଲା । ଢେଙ୍କାନାଳ, ତାଳଚେର, ନୀଳଗିରି, ରଣପୁରରେ ରାଜାମାନଙ୍କର ଅତ୍ୟାଚାର ସବୁଠାରୁ ଅଧିକ ଥିଲା । ଫଳରେ ଏସବୁ ରାଜ୍ୟରେ ପ୍ରଜାମଣ୍ଡଳ ଗଠନ କରାଯାଇ ଗଣ ଆନ୍ଦୋଳନ ସୃଷ୍ଟି ହୋଇଥିଲା ।

ଗଡ଼ଜାତ ରାଜ୍ୟମାନଙ୍କ ସଂକ୍ଷିପ୍ତ ବିବରଣୀ :

ପାଟଣା ରାଜ୍ୟ ୧୯୦୫ ମସିହାରେ ମଧ୍ୟ-ପ୍ରଦେଶରୁ ଆସି ଓଡ଼ିଶାରେ ମିଶିଲା । ବଲାଙ୍ଗୀର ଏହି ରାଜ୍ୟର ରାଜଧାନୀ । ଏହି ରାଜ୍ୟର କ୍ଷେତ୍ରଫଳ ୨୩୯୯ ବର୍ଗମାଇଲ । ୧୭୬୬ଟି ଗ୍ରାମ ଓ ଗୋଟିଏ ସହର ଏହି ରାଜ୍ୟର ଅନ୍ତର୍ଭୁକ୍ତ । ଏହି ରାଜ୍ୟର ଶେଷ ସ୍ୱାଧୀନ ଶାସକ ହେଲେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ । ତାଙ୍କର ଜନ୍ମ ୧୯୧୨ ମସିହା ମାର୍ଚ୍ଚ ମାସ୧୨ ତାରିଖ । ତାଙ୍କ ପୂର୍ବର ରାଜା ପୃଥୀରାଜ ଦେବ ଅପୁତ୍ରକ ଥିବାରୁ ରାଜେନ୍ଦ୍ର ନାରାୟଣଙ୍କୁ ଷଢେ଼ଇକଳା ରାଜ୍ୟରୁ ପୋଷ୍ୟପୁତ୍ର କରି ଆଣିିଥିଲେ । ରାଜେନ୍ଦ୍ର ନାରାୟଣ ପଞ୍ଜାବର ପାତିଆଲା ମହାରାଜାଙ୍କ କନ୍ୟାଙ୍କର ପାଣିଗ୍ରହଣ କରିଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ୮.୩.୧୯୬୭ ରୁ ୯.୧.୧୯୭୧ ପର୍ଯ୍ୟନ୍ତ ବହନ କରିିଥିଲେ । ୨୩.୨.୧୯୭୫ ରେ ତାଙ୍କର ପରଲୋକ ହୋଇଗଲା ।

ସୋନପୁର ପ୍ରଥମେ ପାଟଣାରାଜ୍ୟ ଅଧୀନରେ ଥିଲା । ୧୫୬୦ରେ ସମ୍ବଲପୁରର ରାଜା ମଧୁକର ରାୟ ଏହାକୁ ପାଟଣାରୁ ଅଲଗା କରିଦେଲେ । ଏହି ରାଜ୍ୟର ଆୟତନ ୯୦୬ ବର୍ଗମାଇଲ । ୨ଟି ସହର

ଓ ୮୨୭ ଗ୍ରାମ ଏହି ରାଜ୍ୟର ଅନ୍ତର୍ଭୁକ୍ତ । ରାଜଧାନୀର ନାମ ସୋନପୁର । ଏହି ରାଜ୍ୟର ଅନ୍ୟତମ ମହାରାଜା ସାର୍‍ ବୀରମିତ୍ରୋଦୟ ସିଂହଦେବ ଥିଲେ ଅତ୍ୟନ୍ତ ସାହିତ୍ୟ ଓ ସଂସ୍କୃତିସମ୍ପନ୍ନ ତ‌ଥା ଉତ୍ତମ ପ୍ରଜାପାଳକ । ସେ ୧୮୭୪ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମାନ୍ୟତା ସ୍ୱରୂପ ଇଂରେଜ ସରକାରଙ୍କଠାରୁ ନଅଟି ତୋପସଲାମି ପାଉଥିଲେ । ସେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସରକାରଙ୍କୁ ବିପୁଳ ପରିମାଣରେ ଚାଉଳ, ଅର୍ଥ ଓ ସୈନ୍ୟ ଯୋଗାଇଥିବାରୁ କେ.ସି.ଆଇ.ଇ ଉପାଧି ଲାଭ କରିିଥିଲେ । କଲିକତା ଓ ପାଟଣା ବିଶ୍ୱବିଦ୍ୟାଳୟରେ ଏହାଙ୍କ ଦାନ ଯୋଗୁ ଓଡ଼ିଆ ଭାଷା ଉଚ୍ଚ ପରୀକ୍ଷା ନିମନ୍ତେ ନିର୍ବାଚିତ ହୋଇଥିଲା । ତାଙ୍କର ମହାରାଣୀ ମଧ୍ୟ 'ସି.ଆଇ' ଉପାଧି ଲାଭ କରିିଥିଲେ । ପୁରୀ ଜିଲ୍ଲାର ଦୁର୍ଭିିକ୍ଷ ଓ ବଢ଼ି ସମୟରେ ସେ ଧାନ ଚାଉଳ ବହୁ ପରିମାଣରେ ସାହାଯ୍ୟ ଆକାରରେ ପ୍ରଦାନ କରିିଥିଲେ । ରେଭେନ୍‍ସା କଲେଜର 'ସୋନପୁର ଚେୟାର' ତାଙ୍କରି ଦାନରେ ସ୍ଥାପିତ । ସେ ପୁରୀ ଶ୍ରୀମନ୍ଦିରକୁ ମୂଲ୍ୟବାନ ବିଜୁଳି ଆଲୋକ ପ୍ରଦାନ କରିିଲେ । ତାଙ୍କର ଧର୍ମପ୍ରାଣତା ଯୋଗୁ ପୁରୀ ମୁକ୍ତିମଣ୍ଡପ ସଭା ତାଙ୍କୁ 'ଧର୍ମନିଧି ଜ୍ଞାନଗୁଣାକର' ଉପାଧି ପ୍ରଦାନ କରିଥିଲେ । ତାଙ୍କରି ପ୍ରଚେଷ୍ଟାରେ ବହୁ ଓଡ଼ିଆ ପୁସ୍ତକ ସୋନପୁର ଦରବାର ତରଫରୁ ପ୍ରକାଶିତ । ସମଗ୍ର ଉତ୍କଳରେ ସୋନପୁର ମହାରାଜା ସବୁଠାରୁ ବଡ଼ ଧନୀ ବୋଲି ପରିଚିତ ଥିଲେ । ସଂସ୍କୃତ ଭାଷାରେ ତାଙ୍କର ଓ ତାଙ୍କ ରାଣୀଙ୍କର ଗଭୀର ବ୍ୟୁତ୍ପତ୍ତି ଥିଲା । ତାଙ୍କଦ୍ୱାରା ପ୍ରତିଷ୍ଠିତ ସଂସ୍କୃତ ମହାବିଦ୍ୟାଳୟକୁ ଭାରତର ବିଭିନ୍ନ ପ୍ରାନ୍ତରୁ ଶିକ୍ଷାର୍ଥୀମାନେ ଆସି ଅଧ୍ୟୟନ କରୁଥିଲେ । ବିଶ୍ୱର ଶ୍ରେଷ୍ଠ ଆଦିବାସୀ କବି ମହାତ୍ମା ଭୀମ ଭୋଇ ଏ ମାଟିର ସନ୍ତାନ । ତାଙ୍କର ଗାଦି ଖଲିଆପାଲିଠାରେ ଅବସ୍ଥିତ ।

ମୟୂରଭଞ୍ଜ ରାଜ୍ୟ ଗଠନ ସମ୍ପର୍କରେ ଏକ ରୋଚକ କିମ୍ବଦନ୍ତୀ ଶୁଣିବାକୁ ମିଳେ । ୧୦୯୮ରେ ରାଜସ୍ଥାନର ସୂର୍ଯ୍ୟବଂଶୀ ରାଜପୁତ ଜୟସିଂହ ପୁରୀକୁ ତୀର୍ଥ ଭ୍ରମଣରେ ଆସିିଥିଲେ । ଉତ୍କଳର ଗଜପତିଙ୍କ କନ୍ୟାକୁ ବିବାହ କରି ସେ ହରିପୁର (ବର୍ତ୍ତମାନର ମୟୂରଭଞ୍ଜ) ରାଜ୍ୟକୁ ଯୌତୁକ ସ୍ୱରୂପ ପାଇଥିଲେ । ତାଙ୍କର ଥିଲେ ଦୁଇପୁତ୍ର । ସେମାନେ ହେଲେ ଆଦି ସିଂହ ଓ ଯତି ସିଂହ । ଆଦି ସିଂହ ନିଜ ବୀରତ୍ୱ ବଳରେ ମୟୂରଧ୍ୱଜ ନାମକ ଜଣେ କ୍ଷୁଦ୍ର ସାମନ୍ତ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ଗଜପତିଙ୍କଠାରୁ ଭଞ୍ଜ ଉପାଧି ପ୍ରାପ୍ତ ହୋଇଥିଲେ । ଫଳରେ ରାଜ୍ୟର ନାମ ହେଲା

ମୟୂରଭଞ୍ଜ । ଏ ରାଜ୍ୟର ରାଜଚିହ୍ନ 'ମୟୂର' । ଏଠାରେ ମୟୂର ବଧ ନିଷେଧ । ଏହି ରାଜ୍ୟର କ୍ଷେତ୍ରଫଳ ୪୨୪୩ ବର୍ଗ ମାଇଲ । ଗ୍ରାମ ସଂଖ୍ୟା ୩୭୧୫ । ସହର ଗୋଟିଏ । ରାଜଧାନୀ ବାରିପଦା । ଓଡ଼ିଶାର ବିକାଶପାଇଁ ଏ ରାଜ୍ୟର ଶାସକ ମହାରାଜମାନେ ବିଭିନ୍ନ ସମୟରେ ବହୁ ସାହାଯ୍ୟ କରିଯାଇଛନ୍ତି । ବିଶେଷକରି ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଏ ରାଜ୍ୟର ଅବଦାନ ଅବିସ୍ମରଣୀୟ ।

ଏହି ରାଜ୍ୟର ଶାସକରାଜ କୃଷ୍ଣଚନ୍ଦ୍ର ଭଞ୍ଜଦେଓ କଟକ କଲେଜିଏଟ୍‍ ସ୍କୁଲକୁ ୨୬,୨୦୦ ଟଙ୍କା ଦାନ କରି ବ୍ରିଟିଶ ସରକାରଙ୍କଠାରୁ ମହାରାଜା ଉପାଧି ପ୍ରାପ୍ତ ହୋଇଥିଲେ । ତାଙ୍କର ପୁତ୍ର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୩ରେ ଉତ୍କଳ ସମ୍ମିଳନୀ ପ୍ରଥମ ଅଧିବେଶନର ସଭାପତି ହୋଇଥିଲେ । ସେ ଶିକାରକୁ ଯାଇ ଆକସ୍ମିକ ଗୁଳି ଚୋଟରେ ପ୍ରାଣ ହରାଇଥିଲେ । ତାଙ୍କ ଅନ୍ତେ ତାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ରାଜା ହେଲେ । ସେ ଥିଲେ ପ୍ରବଳ ପରାକ୍ରମୀ । କଟକ ରେଭେନ‌୍‌ସା କଲେଜରେ ବିଜୁଳ ଆଲୋକର ସୁବନ୍ଦୋବସ୍ତପାଇଁ ସେ ଏକଲକ୍ଷ ଟଙ୍କା ଦାନ କରିିଥିଲେ । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ତାଙ୍କରି ଦାନ ଅର୍ଥରେ ପ୍ରକାଶିତ । ଫଳରେ ତାହା 'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ' ନାମରେ ନାମିତ । ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପିତା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓଡ଼ିଆଜାତି ତ‌ଥା ଓଡ଼ିଶାର ଉନ୍ନତିପାଇଁ ଖୁବ୍‍ ଯତ୍ନବାନ ଥିଲେ । ରେଭେନ୍‍ସା କଲେଜର ଉନ୍ନତିପାଇଁ ସେ ବହୁ ଅର୍ଥ ଦାନ କରିିଥିଲେ । ଓଡ଼ିଶାର ଡାକ୍ତରୀ ବିଦ୍ୟାଳୟଟି ତାଙ୍କର ଅକୁଣ୍ଠ ସାହାଯ୍ୟ ଓ ପ୍ରେରଣାରେ ପ୍ରତିଷ୍ଠା ହୋଇଥିଲା । 'ଉତ୍କଳ ସାହିତ୍ୟ ସମାଜ' ଗଠନରେ ମହାରାଜାଙ୍କ

ଭୂମିକା ଉଲ୍ଲେଖନୀୟ । ଉତ୍କଳର ପ୍ରାଣକେନ୍ଦ୍ର କଟକ ମହାନଗରୀରେ ଥିବା ମେଡ଼ିକାଲ କଲେଜଟି ତାଙ୍କରି ନାମରେ ନାମିତ । କଟକ ମହାନଗରୀର ସାହିତ୍ୟ ଓ ସଂସ୍କୃତି କେନ୍ଦ୍ର ଶ୍ରୀରାମଚନ୍ଦ୍ର ଭବନ ତାଙ୍କ ନାମରେ ନାମିତ ହୋଇ ମହାରାଜାଙ୍କ ମହିମାର ଗୁଣଗାନ କରୁଛି । ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କ୍ଷୌର ହେଉଥିବା ସମୟରେ ଧନୁଷ୍ଟଙ୍କାର ରୋଗରେ ପଡ଼ି ୧୯୨୮ ମସିହାରେ ମୃତ୍ୟୁବରଣ କରିିଥିଲେ । ତାଙ୍କ ପରେ ତାଙ୍କର କନିଷ୍ଠଭ୍ରାତା ପ୍ରତାପଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜର ଅଧିପତି ହେଲେ । ତାଙ୍କ ସମୟରେ ବହୁ ଉନ୍ନତି ଘଟିଲା । ସୁଶାସନ ପାଇଁ ସେ ଇଂରେଜ ସରକାରଙ୍କ ଠାରୁ କେ.ସି.ଆଇ.ଇ ଉପାଧି ଲାଭ କରିିଥିଲେ ।

କଳାହାଣ୍ଡି ଗଡ଼ଜାତ ରାଜ୍ୟ ଏକ ପ୍ରାଚୀନ ରାଜ୍ୟ । ପ୍ରାଚୀନ କାଳରେ ଏହା ମୂଷିକ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । କଳିଙ୍ଗର କୌଣସି ଗଙ୍ଗବଂଶୀୟ ରାଜା ଏହି ରାଜ୍ୟକୁ ଜୟ କରି ରାଜତ୍ୱ କଲେ । ଗଙ୍ଗବଂଶୀୟ ରାଜାମାନେ ଏଠାରେ ୧୦୦୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିିଥିଲେ । ଶେଷ ଗଙ୍ଗବଂଶୀ ରାଜା ଅପୁତ୍ରକ ଥିବାରୁ ଉତ୍ତରାଞ୍ଚଳର କୌଣସି ରାଜପୁତ୍ରଙ୍କୁ ନିଜର କନ୍ୟାକୁ ପ୍ରଦାନ ପୂର୍ବକ ରାଜ୍ୟଭାର ଅର୍ପଣ କରିଥିଲେ । ଏହି ଗଡ଼ଜାତ ରାଜ୍ୟ ଅଧୀନରେ ଅଠରଗୋଟି ସାମନ୍ତରାଜ୍ୟ ଥିଲା । ଏ ରାଜ୍ୟର କ୍ଷେତ୍ରଫଳ ୩୭୪୫ ବର୍ଗମାଇଲ । ଗ୍ରାମସଂଖ୍ୟା ୨୨୪୫ ଓ ସହର ସଂଖ୍ୟା ୧ । ଏ ରାଜ୍ୟର ଶାସକ ମହାରାଜା ଶ୍ରୀ ଶ୍ରୀ ବ୍ରଜମୋହନ ଦେଓ ଓଡ଼ିଶାର ରାଜାମାନଙ୍କ ମଧ୍ୟରୁ ସର୍ବପ୍ରଥମେ ମାନ୍ୟସ୍ୱରୂପ ବ୍ରିଟିଶସରକାରଠାରୁ ନଅଗୋଟି ତୋପ ସଲାମି ଓ ଓ.ବି.ଇ ଉପାଧି ପ୍ରାପ୍ତ ହୋଇଥିଲେ । ତାଙ୍କର ପୁତ୍ର ପ୍ରତାପ କେଶରୀ ଦେଓ ଥିଲେ ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା । ଭବାନୀପାଟଣା ଏ ରାଜ୍ୟର ରାଜଧାନୀ ।

କେନ୍ଦୁଝର ଗଡ଼ଜାତ ରାଜ୍ୟ ଏକ ପ୍ରାଚୀନ ଗଡ଼ଜାତ । ପ୍ରଥମେ ଏହା ମୟୂରଭଞ୍ଜ ରାଜ୍ୟ ସହ ସାମିଲ ହୋଇଥିଲା । ୧୧୧୮ରେ ଏହା ମୟୂରଭଞ୍ଜ ରାଜ୍ୟରୁ ପୃଥକ ହୋଇଥିଲା । ସେହିଦିନ ଠାରୁ ଦେଶ ସ୍ୱାଧୀନ ହେବାଯାଏ ୩୮ ଜଣ ରାଜା ଏ ରାଜ୍ୟକୁ ଶାସନ କରି ଅଛନ୍ତି । ଏ ରାଜ୍ୟର ରାଜା ସୂର୍ଯ୍ୟବଂଶୀ । ରାଜାଙ୍କର ସନ୍ତକ 'ମୟୂର ପୁଚ୍ଛ' । ୧୮୫୭ ସାଲରେ ଏଠାର କୋଲ ବିଦ୍ରୋହ ସମୟରେ ଏ ରାଜ୍ୟର ରାଜା ସାହାଯ୍ୟ କରିିଥିବାରୁ ଇଂରେଜ ସରକାର ତାଙ୍କୁ ମହାରାଜା ଉପାଧି ପ୍ରଦାନ କରିିଥିଲେ । ୧୮୬୧ ସାଲରେ କେନ୍ଦୁଝରର ରାଜା ନିଃସନ୍ତାନ ହୋଇ ମୃତ୍ୟୁବରଣ କରିବାରୁ ରାଣୀ ଧନୁର୍ଜ୍ଜୟ ଭଞ୍ଜଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କଲେ । ଶେଷ ସ୍ୱାଧୀନ ରାଜା ହେଉଛନ୍ତି ବଳଭଦ୍ର ନାରାୟଣ ଭଞ୍ଜଦେଓ । ସେ ୧୯୦୫ ମସିହା ଡ଼ିସେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରି ୧୯୨୬ ମସିହା ଅଗଷ୍ଟ ୧୨ ତାରିଖରେ ସିଂହାସନ ଆରୋହଣ କରିିଥିଲେ । ୧୮୬୧ ମସିହାରେ କେନ୍ଦୁଝରରେ କନ୍ଧ ମେଳି ହୋଇିଥିଲା । ଧରଣୀ ଭୂୟାଁ ଏହି ବିଦ୍ରୋହର ନେତା ଥିଲେ । ଇଂରେଜ ସରକାର ଏହି ବିଦ୍ରୋହକୁ ଦମନ କରିିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୩୦୯୬ ବର୍ଗମାଇଲ । ଗ୍ରାମସଂଖ୍ୟା ୧୯୬୫ । ରାଜ୍ୟର ରାଜଧାନୀ କେନ୍ଦୁଝର ଗଡ଼ ।

ଢେଙ୍କାନାଳ ଗଡ଼ଜାତ ରାଜ୍ୟ ଏକ ଶିକ୍ଷିତ, ସମ୍ଭ୍ରାନ୍ତ ଓ ସଂସ୍କୃତିସମ୍ପନ୍ନ ଗଡ଼ଜାତ ରାଜ୍ୟ ଭାବରେ ପରିଚିତ । ପୂର୍ବକାଳରେ 'ଢେଙ୍କା' ନାମରେ ଜଣେ ଶବର ରାଜା, ଏ ରାଜ୍ୟକୁ ଶାସନ

କରୁଥିଲେ । ତାଙ୍କରି ନାମ ଅନୁସାରେ ଏହି ରାଜ୍ୟର ନାମ 'ଢେ଼ଙ୍କାନାଳ' ହୋଇଛି । ଚତୁର୍ଦ୍ଦଶ ଶତାବ୍ଦୀରେ ପୁରୀ ରାଜବଂଶୀୟ ସିଂହ ବିଦ୍ୟାଧର ଏହି ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ । ମୀନକେତନ ରାଜବଂଶର ଚିହ୍ନ । ଏ ରାଜ୍ୟର କ୍ଷେତ୍ରଫଳ ୧୪୬୩ ବର୍ଗମାଇଲ । ରାଜ୍ୟରେ ୮୨୦ ଗ୍ରାମ ଓ ଦୁଇଟି ସହର ଅନ୍ତର୍ଭୁକ୍ତ । ରାଜ୍ୟର ରାଜଧାନୀ- ଢେଙ୍କାନାଳ । ୧୮୬୬ ମସିହା ନ'ଅଙ୍କ ଦୁର୍ଭିିକ୍ଷ ସମୟରେ ଏ ରାଜ୍ୟର ତତ୍‍‌କାଳୀନ ରାଜା ଭଗୀରଥି ମହୀନ୍ଦ୍ର ବାହାଦୂର ପାଣିସୁଅ ପରି ବହୁ ଅର୍ଥ ଓ ଚାଉଳ ସାହାଯ୍ୟ ପ୍ରଦାନ କରିଥିବାରୁ ଇଂରେଜ ସରକାର ତାଙ୍କୁ 'ମହାରାଜା' ଉପାଧି ପ୍ରଦାନ କରିିଥିଲେ । ଓଡ଼ିଶାରେ ସେତେବେଳେ ଛାପାଖାନା କି ଖବର କାଗଜ ନିଥିଲା । ବହୁ ଅର୍ଥ ବ୍ୟୟ କରି ମହାରାଜା ଭଗୀରଥି ମହୀନ୍ଦ୍ର ବାହାଦୂର କଟକର ପ୍ରିଣ୍ଟିଂକମ୍ପାନୀ ଛାପାଖାନା ବସିବାର ସୁବିଧା କରିଦେଲେ । ଫଳରେ ଏହି ଛାପାଖାନାରୁ 'ଉତ୍କଳ ଦୀପିକା' ଖବରକାଗଜ ପ୍ରକାଶ ପାଇଲା । ବହୁପ୍ରାଚୀନ ଗ୍ରନ୍ଥ ଏହି ଛାପାଖାନାରୁ ପ୍ରକାଶ ପାଇଥିଲା । ରାଜା ଭାଗୀରଥି ଓଡ଼ିଆ ପାଠ୍ୟପୁସ୍ତକ ଲେଖା ଓ ଛାପାହେବାପାଇଁ ବହୁ ଅର୍ଥଦାନ କରିଯାଇଛନ୍ତି । ସେ ଏହି ପାଠ୍ୟପୁସ୍ତକ ପ୍ରକାଶନ କମିଟିର ସଭ୍ୟ ମଧ୍ୟ ଥିଲେ । ଏହି ରାଜାଙ୍କ ସମୟରେ ଉତ୍କଳରେ ମହିମାଧର୍ମ ପ୍ରଚାର ହୋଇଥିଲା । ସିଂହ ବିଦ୍ୟାଧରଙ୍କଠାରୁ ଦେଶ ସ୍ୱାଧୀନ ହେବାଯାଏ ୨୬ ଜଣ ରାଜା ଏ ରାଜ୍ୟରେ ରାଜତ୍ୱ କରିଥିଲେ । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୂର । ତାଙ୍କର ଜନ୍ମ ୧୯୦୪ ମସିହା ନଭେମ୍ବର ୧୫ ତାରିଖ । ୧୯୧୮ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସେ ସିଂହାସନ ଆରୋହଣ କଲେ । ଏ ରାଜ୍ୟ ପ୍ରଥମ ଶ୍ରେଣୀ ରାଜ୍ୟ ହୋଇଥିବାରୁ ଏଠାରେ ଆଧୁନିକ ଶାସନ ପଦ୍ଧତି ପ୍ରଚଳିତ ଥିଲା । ଏଠାରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା । ଶିକ୍ଷା କ୍ଷେତ୍ରରେ ରାଜ୍ୟ ବହୁ ଉଚ୍ଚରେ ଥିଲା । ସବୁଜ କବି ଅନ୍ନଦା ଶଙ୍କର ରାୟ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, କବି ବ୍ରଜନାଥ ବଡ଼ଜେନା, ବିଶ୍ୱର ସର୍ବକନିଷ୍ଠ ବାଳକ ସହିଦ ବୀର ବାଜି ରାଉତ ଏ ମାଟିର ଅମର ସନ୍ତାନ ।

ନୟାଗଡ଼ ରାଜ୍ୟ ପ୍ରଥମେ ଖଣ୍ଡପଡ଼ା ରାଜ୍ୟ ଅନ୍ତର୍ଗତ ଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ମଧ୍ୟପ୍ରଦେଶ ରେବା ବଂଶର ସୂର୍ଯ୍ୟମଣି ସିଂହ ନାମରେ ଜଣେ ରାଜପୁତ୍ର ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନପାଇଁ ଆସିିଥିଲେ । ସେ ଆସିବା ସମୟରେ ନୟାଗଡ଼ର ଲୋକେ ବ୍ୟାଘ୍ର ଭୟରେ ଆତଙ୍କିତ

ଥିଲେ । ରାଜକୁମାର ବ୍ୟାଘ୍ରକୁ ବଧ କରି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କଲେ । ଫଳରେ ଲୋକେ ସେଠାକାର ରାଜା ଭାବରେ ତାଙ୍କୁ ବରଣ କଲେ । ଏ ରାଜବଂଶର ସନ୍ତକ ବାଘମୁଣ୍ଡ । ସେହିଦିନଠାରୁ ଦେଶ ସ୍ୱାଧୀନ ହେବାଯାଏ ଏ ରାଜ୍ୟରେ ପ୍ରାୟ ୨୪ ଜଣ ରାଜା ରାଜପଣ କରିଯାଇଛନ୍ତି । ଏହାର ଶେଷ ସ୍ୱାଧୀନ ରାଜା କୃଷ୍ଣଚନ୍ଦ୍ର ସିଂହ ମାନ୍‍ଧାତା । ତାଙ୍କର ଜନ୍ମ ୧୯୧୧ ମସିହା ଅଗଷ୍ଟ ୧୫ ତାରିଖ । ସେ ଗାଦିନସୀନ ହେଲେ ୧୯୧୮ ମସିହା ଡ଼ିସେମ୍ବର ୭ ତାରିଖ ଦିନ ନାବାଳକ ଥିବା ସମୟରେ । ସେ ନେପାଳରେ ବିବାହ କରିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୫୯୦ ବର୍ଗମାଇଲ । ଏଠାରେ ୫୬୫ ଗ୍ରାମ ରହିିଲା । ନୟାଗଡ଼ ଥିଲା ଏହାର ରାଜଧାନୀ । ଇଟାମାଟି ହେଲା ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏ ରାଜ୍ୟରେ ରଘୁନାଥଜୀଉ ଓ ଲଡୁକେଶ୍ୱର ମହାଦେବଙ୍କ ମନ୍ଦିର ବିଦ୍ୟମାନ ।

ଗାଙ୍ଗପୁର ଗଡ଼ଜାତ ରାଜ୍ୟର କ୍ଷେତ୍ରଫଳ ୨୪୯୨ ବର୍ଗମାଇଲ । ଏ ରାଜ୍ୟର ଗ୍ରାମ ସଂଖ୍ୟା ୧୧୧୮ । ସୁନ୍ଦରଗଡ଼ ଏହି ରାଜ୍ୟର ରାଜଧାନୀ । ଏ ରାଜ୍ୟ ଏକଦା ସମ୍ବଲପୁର ଅଧୀନରେ ଥିଲା । ୧୮୦୩ରେ ମରହଟ୍ଟାମାନଙ୍କ ହାତରୁ ଏହା ଇଂରେଜମାନଙ୍କ ହାତକୁ ଆସି ପୁନର୍ବାର ୧୮୦୭ ମସିହାରେ ମରହଟ୍ଟାମାନଙ୍କ ହାତକୁ ଚାଲିଯାଇଥିଲା । ୧୯୦୫ରେ ଗାଙ୍ଗପୁର ଛୋଟନାଗପୁରରୁ ବିଚ୍ଛିନ୍ନ ହୋଇ ଓଡ଼ିଶା ସହିତ ମିଶିଲା । ଏ ରାଜ୍ୟର ପ୍ରଧାନ ଅଧିବାସୀ ଭୂୟାଁ ଜାତି । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ଶ୍ରୀ ବୀରମିତ୍ର ପ୍ରତାପ ଶେଖର ଦେଓ । ୧୯୩୦ରେ ସେ ସିଂହାସନ ଆରୋହଣ କରିିଥିଲେ । ସେ ହେଉଛନ୍ତି ଗଙ୍ଗବଂଶୀ । ଭୂୟାଁମାନେ ଏ ରାଜ୍ୟର ପ୍ରଧାନ ଅଧିକାରୀ । ଭୂୟାଁମାନଙ୍କ ମୁହଁରୁ ଶୁଣାଯାଏ ଯେ, ଉତ୍କଳର ଜଣେ କେଶରୀବଂଶୀୟ ସାମନ୍ତ ଏ ରାଜ୍ୟକୁ ପ୍ରଥମେ ଶାସନ କରୁଥିଲେ । ତାଙ୍କର ବଂଶ ଲୋପପାଇବାରୁ ଲୋକେ ଶିଖର ଭୂମିରୁ ଶିଖର ବଂଶର ଜଣେ ବାଳକକୁ ଅପହରଣ କରିଆଣି ରାଜା କରିଥିଲେ । ସେହି ବଂଶ ଶେଷଯାଏ ଏ ରାଜ୍ୟର ଶାସନକର୍ତ୍ତା ବା ରାଜା ଭାବରେ ବିବେଚିତ ।

ବୌଦ୍ଧ ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ । ଆଦିମ କାଳରୁ ଏହି ରାଜ୍ୟ ଏକ କନ୍ଧ ରାଜ୍ୟ ଥିଲା । କୁହାଯାଏ, ପ୍ରାୟ ହଜାରେ ବର୍ଷ ତଳେ ଜଣେ ବ୍ରାହ୍ମଣ ଏହି ରାଜ୍ୟରେ ପ୍ରବେଶ କରି କନ୍ଧମାନଙ୍କୁ ଦକ୍ଷିଣ ଅଞ୍ଚଳକୁ ତଡ଼ିଦେଲେ । ସ୍ୱାଧୀନତା ପର୍ଯ୍ୟନ୍ତ ଏହି ବ୍ରାହ୍ମଣବଂଶୀୟ ୭୨ ଜଣ ରାଜା ଏ ରାଜ୍ୟକୁ ଶାସନ କରିଛନ୍ତି । ବୌଦ୍ଧ ଥିଲା ଏକ ବିରାଟ ରାଜ୍ୟ । କାଳକ୍ରମେ ପଡେ଼ାଶୀ ରାଜାମାନେ ଏହି ରାଜ୍ୟରୁ ଖଣ୍ଡିଏ ଖଣ୍ଡିଏ ଦଖଲ କରି ନିଜ ରାଜ୍ୟରେ ମିଶାଇ ଦେଇଛନ୍ତି । ଏ ବଂଶର ରାଜାମାନେ ଜଙ୍ଗଲ ପରିଷ୍କାର କରି ରାଜ୍ୟସ୍ଥାପନ କରିିଥିବାରୁ 'ଭଞ୍ଜ' ଉପାଧି ଲାଭକରିଥିଲେ । ରାଜା ପୀତାମ୍ବର ଦେଓ କନ୍ଧମାଳର କନ୍ଧମାନଙ୍କ ନରବଳି ପ୍ରଥା ବନ୍ଦ କରି ନପାରି କନ୍ଧମାଳକୁ ୧୮୩୫ ମସିହାରେ ଇଂରେଜମାନଙ୍କୁ ଅର୍ପଣ କରିଥିଲେ । ଫଳରେ କନ୍ଧମାଳ ଅନୁଗୁଳ ଜିଲ୍ଲା ଅନ୍ତର୍ଭୁକ୍ତ ହେଲା । ଏ ରାଜ୍ୟର ଆୟତନ ୧୨୬୪ ବର୍ଗମାଇଲ । ଏଥିରେ ଥିଲା ୧୦୨୯ଟି ଗ୍ରାମ । ବୌଦ୍ଧର ଶେଷ ସ୍ୱାଧୀନ ରାଜା ନାରାୟଣ ପ୍ରସାଦ ଦେଓ ୧୯୦୪ ମାର୍ଚ୍ଚ ୧୪ ତାରିଖରେ ଜନ୍ମ ଗ୍ରହଣ କରି ୧୯୧୩ ମସିହା ମାର୍ଚ୍ଚ ୧୦ ତାରିଖରେ ସିଂହାସନ ପାଇଥିଲେ ।

ଏଠାରେ ହାଇସ୍କୁଲ ସ୍ଥାପିତ ହୋଇଥିଲା । ରାଜା ବହୁ ଜନମଙ୍ଗଳକାର୍ଯ୍ୟ ରାଜ୍ୟବାସୀଙ୍କ ପାଇଁ କରିଯାଇଛନ୍ତି ।

ବାମଣ୍ଡା ରାଜ୍ୟ ଥିଲା ଓଡ଼ିଶାର ଏକ ଆଦର୍ଶ ଗଡ଼ଜାତ ରାଜ୍ୟ । ଶୁଣାଯାଏ, ଉତ୍କଳର ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ସୁଭକ୍ତ ଏଠାରେ ରାଜୁତି କରୁଥିଲେ । ଫଳରେ ବାମଣ୍ଡାର ରାଜବଂଶ ନିଜକୁ ଗଙ୍ଗବଂଶୀ ବୋଲି କହିଥାଆନ୍ତି । ରାଜବଂଶର ସନ୍ତକ 'ଶଙ୍ଖ' । ଏ ରାଜ୍ୟର ଆୟତନ ୧୯୮୮ ବର୍ଗମାଇଲ । ଗ୍ରାମସଂଖ୍ୟା ୧୦୪୫, ଦେବଗଡ଼ ରାଜ୍ୟର ରାଜଧାନୀ । ସାହିତ୍ୟ, ସଂସ୍କୃତି, କୃଷିବିକାଶ, ଟେଲିଫୋନ, ଜଳବିଦ୍ୟୁତ୍‍, ଡ଼ାକସେବା ଓ ମୁଦ୍ରାଯନ୍ତ୍ର ପ୍ରଚଳନ କ୍ଷେତ୍ରରେ ଏ ରାଜ୍ୟ ଆଗୁଆ ଥିଲା । ଏଠାରେ ସ୍ୱତନ୍ତ୍ର ରେଜେଷ୍ଟ୍ରି ଷ୍ଟାମ୍ପ ପ୍ରଚଳିତ ଥିଲା । ଏହା କେବଳ ଏ ରାଜ୍ୟର ଆଦର୍ଶ ଶାସକ ସାର୍‍ ବାସୁଦେବ ସୁଢ଼ଳଦେବ ଓ ତାଙ୍କ ପୁତ୍ର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଗଙ୍ଗଦେବଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା । ଓଡ଼ିଶାର ଲେଖକ, କବି, ସାହିତ୍ୟ ଓ ପଣ୍ଡିତମାନଙ୍କୁ ଏ ରାଜା ବିଶେଷ ସମାଦର ଓ ସମ୍ବର୍ଦ୍ଧନା ପ୍ରଦାନ କରୁଥିଲେ । 'ସମ୍ବଲପୁର ହିତୈଷିଣୀ' ନାମରେ ଏକ ସାହିତ୍ୟ ସଂସ୍କୃତିମୂଳକ ପତ୍ରିକା ଏଠାରୁ ପ୍ରକାଶ ପାଉଥିଲା । ଏଠାରେ ହାଇସ୍କୁଲ ଗଡ଼ଜାତ ଶାସନ ସମୟରୁ ପ୍ରତିଷ୍ଠିତ ହୋଇଛି । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ହେଉଛନ୍ତି ଶ୍ରୀ ଭାନୁଗଙ୍ଗ ତ୍ରିଭୁବନ ଦେବ । ସେ ୧୯୧୪ ମସିହା ଫେବ୍ରୁଆରି ୨୫ ତାରିଖରେ ଜନ୍ମହୋଇ ୧୯୨୦ରେ ଗାଦିପ୍ରାପ୍ତ ହୋଇଥିଲେ । ଗୁରୁତ୍ୱ ଦୃଷ୍ଟିରୁ ବାମଣ୍ଡା ଗଡ଼ଜାତ ରାଜ୍ୟ ସ୍ୱତନ୍ତ୍ର ଉପସ୍ଥାପନା ଦାବି କରେ ।

ତାଳଚେର ଗଡ଼ଜାତ ରାଜ୍ୟ ଚତୁର୍ଦ୍ଦଶ ଶତାବ୍ଦୀରେ ରାଜସ୍ଥାନ ଜୟପୁରର ସୂର୍ଯ୍ୟବଂଶୀ ରାଜାଙ୍କର ଜଣେ ପୁତ୍ରଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ସେ ଅନେକ ତାଳଗଛ ଉତ୍ପାଟନ କରାଇ ନିଜର ବାସସ୍ଥାନ ସ୍ଥାପନ କରିିଥିବାରୁ ଏହି ରାଜ୍ୟର ନାମ ତାଳଚେର ରାଜ୍ୟ ହୋଇଛି । ଏହା ଏକ ସଭ୍ୟ, ଶିକ୍ଷିତ ଓ ସଂସ୍କୃତିସମ୍ପନ୍ନ ଗଡ଼ଜାତ ରାଜ୍ୟଭାବରେ ବିବେଚିତ । ଏ ରାଜ୍ୟର ରାଜବଂଶ ସନ୍ତକ- 'ବ୍ୟାଘ୍ରମସ୍ତକ' । ଏ ରାଜ୍ୟର କ୍ଷେତ୍ରଫଳ ୩୯୯ ବର୍ଗମାଇଲ । ଏଥିରେ ୨୮୧ ଗ୍ରାମ ଓ ଗୋଟିଏ ସହର ରହିଛି । ଏଠାରେ କୋଇଲା ଖଣି, ଲୁହାଖଣି ଅଛି ଓ ରାଜାଙ୍କ ସ୍ଥାପିତ ଦିଆସିଲି କାରଖାନା ଥିଲା । 'ଗଡ଼ଜାତ ବାସିନୀ' ନାମରେ ଏ ରାଜ୍ୟରୁ ଏକ ସାହିତ୍ୟ ସଂସ୍କୃତି ପତ୍ରିକା ପ୍ରକାଶ ପାଉଥିଲା । ଏ ରାଜ୍ୟରେ 'ରାଣୀପାର୍କ' ନାମରେ ଏକ ପ୍ରାକୃତିକ ଚିଡ଼ିଆଖାନା ରହିଛି । ଏ ରାଜାଙ୍କର ରାଜପ୍ରାସାଦର ଫାଟକ ବ୍ରାହ୍ମଣୀନଦୀକୁ ମୁହଁ କରିରହିଛି । ଅନନ୍ୟ କାରୁକାର୍ଯ୍ୟରେ ଏହି ଫାଟକଟି ସୁଶୋଭିତ । ସହର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଓ ସହରର ମଝିରେ ମଝିରେ ଫାଟକମାନ ନିର୍ମାଣ କରାଯାଇଛି । 'ପ୍ରମୋଦ ଅଭିଧାନ' ନାମରେ ଏକ ବିରାଟ ଓଡ଼ିଆ କୋଷ ଏ ରାଜ୍ୟର ପଣ୍ଡିତ ଦାମୋଦର ମିଶ୍ରଙ୍କଦ୍ୱାରା ସଂକଳିତ ହୋଇ ବେଶ୍‍ ଆଦୃତି ଲାଭ କରିଛି । ସୁପ୍ରସିଦ୍ଧ ମା'ହିଙ୍ଗୁଳାଙ୍କ ପୀଠ ଏଠାରେ ବିଦ୍ୟମାନ । ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ଅମଳରେ ଏହାର ବହୁ ଉନ୍ନତି ସାଧିତ ହୋଇଥିଲା । ରାଜ୍ୟ ହସିଉଠିିଥିଲା । ରାଜ୍ୟରେ ବିଜୁଳି ଆଲୋକ ଓ ଟେଲିଫୋନ ସେବାର ସୁବିଧା ହୋଇଥିଲା । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କର ଏ ରାଜ୍ୟ ହେଉଛି ଜନ୍ମପୀଠ ।

ବଣାଇ ଏକ ପୁରାତନ ଗଡ଼ଜାତରାଜ୍ୟ । ଜଣାଯାଏ, ଲଙ୍କା ବା ସିଂହଳଦ୍ୱୀପରୁ ଏହି ରାଜବଂଶର ପୂର୍ବପୁରୁଷମାନେ ଆସି ଏଠାରେ ଥିବା ଗଣ୍ଡଭୂୟାଁ ଜମିଦାରମାନଙ୍କୁ ଯୁଦ୍ଧରେ ପରାସ୍ତ କରି ରାଜ୍ୟସ୍ଥାପନ କରିିଥିଲେ । ଏମାନେ କ୍ଷତ୍ରିୟ ଓ କଦମ୍ବବଂଶୀ । ଏହି ରାଜବଂଶ ଜୟଚନ୍ଦ୍ରଙ୍କ ବଂଶଧର । ଏହି ରାଜ୍ୟର ଆୟତନ ୧୨୯୯ ବର୍ଗମାଇଲ । ୩୬୭ ଗ୍ରାମ ଏ ରାଜ୍ୟରେ ଅନ୍ତର୍ଭୁକ୍ତ । ଏ ରାଜ୍ୟ ପ୍ରାକୃତିକ ତ‌ଥା ବଣ୍ୟ ସମ୍ପଦରେ ଭରପୂର ।

ଆଠଗଡ଼ ରାଜା ଜାତିରେ କରଣ । ପୁରୀରାଜାଙ୍କଠାରୁ ସେମାନେ ଶ୍ରୀକରଣ ବେବର୍ତ୍ତା ପଟ୍ଟନାୟକ ଉପାଧି ପ୍ରାପ୍ତ ହୋଇଥିଲେ । ପୁରୀ ରାଜାଙ୍କର ମନ୍ତ୍ରୀ ନୀଳାଦ୍ରି ବେବର୍ତ୍ତା ଏହି ରାଜ୍ୟର ପ୍ରତିଷ୍ଠାତା । ପୁରୀ ରାଜା ତାଙ୍କୁ ଏହି ରାଜ୍ୟ ପ୍ରଦାନ କରିିଥିବା ଜଣାଯାଏ । ଷୋଡ଼ଶ ଶତାବ୍ଦୀରେ ଏ ରାଜ୍ୟ ପ୍ରତିଷ୍ଠା ହୋଇଥିବା ଜଣାଯାଏ । ଏ ରାଜ୍ୟର କ୍ଷେତ୍ରଫଳ ୧୬୮ ବର୍ଗମାଇଲ । ଏଥିରେ ୧୮୭ଟି ଗ୍ରାମ ଅନ୍ତର୍ଭୁକ୍ତ ଥିଲା । ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ଏ ରାଜ୍ୟରେ ଅବସ୍ଥିତ । ରାଜ୍ୟର ରାଜା ଶ୍ରୀକରଣ ରାଧାନାଥ ବେବର୍ତ୍ତା ପଟ୍ଟନାୟକ ରାଜ୍ୟର ବହୁ ଉନ୍ନତି କରିଯାଇଛନ୍ତି । ବିଶିଷ୍ଟ ସମାଜସେବୀ ସ୍ୱାଧୀନତାସଂଗ୍ରାମୀ, 'ସମାଜ'ର ପୂର୍ବତନ ସଂପାଦକ ପଦ୍ମଶ୍ରୀ ରାଧାନାଥ ରଥ ଓ ମହାତ୍ମା ସାଧୁ ସୁନ୍ଦର ଦାସ ଏ ମାଟିର ସନ୍ତାନ ।

ରଣପୁର ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ । ପ୍ରାଚୀନ କାଳରେ ରଣାସୁର ନାମରେ ଏକ ରାକ୍ଷସ ଏଠାରେ ବାସ କରୁଥିଲା । ତାରି ନାମାନୁସାରେ ଏ ରାଜ୍ୟର ନାମ ରଣପୁର ହୋଇଛି । କଳିଯୁଗ ଆରମ୍ଭର ୧୭୪ ବର୍ଷ ପରେ ଏ ରାଜ୍ୟ ସ୍ଥାପିତ ହୋଇଛି ବୋଲି 'କପିଳ ସଂହିତା'ରେ ଉଲ୍ଲେଖ ଅଛି । ଶୁଣାଯାଏ, ବେଣୁ ରାଜବଂଶର ବିଶ୍ୱବାସବ ଏ ରାଜ୍ୟର ପ୍ରତିଷ୍ଠାତା । ଦ୍ୱାଦଶ ଶତାବ୍ଦୀରେ ଓଡ଼ିଶାର ରାଜା ଅନଙ୍ଗ ଭୀମଦେବ ତତ୍‍କାଳୀନ ରଣପୁର ରାଜାଙ୍କୁ 'ନରେନ୍ଦ୍ର' ଉପାଧି ପ୍ରଦାନ କରିିଥିଲେ । ରାଜବଂଶାବଳୀରୁ ଜଣାଯାଏ, ୩୬୦୦ ବର୍ଷ ମଧ୍ୟରେ ଏହି ରାଜ୍ୟରେ ୧୧୨ଜଣ ରାଜା ରାଜୁତି କରିସାରିଲେଣି । ଏ ରାଜ୍ୟର କ୍ଷେତ୍ରଫଳ ୨୦୩ ବର୍ଗମାଇଲ । ଏଥିରେ ୨୬୫ ଟି ଗ୍ରାମ ଅନ୍ତର୍ଭୁକ୍ତ । ଏଠାରେ ପ୍ରାଚୀନ ପ୍ରଥାରେ ଶାସନ ଚାଲୁଥିଲା । ମଣିନାଗ ଏ ରାଜ୍ୟର ପ୍ରସିଦ୍ଧ ଦେବତା । ଏ ରାଜ୍ୟ ସେତେ ଉନ୍ନତ ନଥିଲା । ଓଡି଼ଶା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ ହେଉଛନ୍ତି ରଣପୁରର ରାଜମାତା ।

ଆଠମଲ୍ଲିକ ଏକ ପୁରାତନ ରାଜ୍ୟ । ଜୟପୁରର ରାଜବଂଶ ଜଗନ୍ନଥ ଦର୍ଶନରେ ଆସି ଏହି ରାଜ୍ୟ ସ୍ଥାପନ କରିଥିଲେ । ଏହି ରାଜ୍ୟ ଅଷ୍ଟମଲ୍ଲଙ୍କଦ୍ୱାରା ଶାସିତ ହେଉଥିବାରୁ ଏହା ଆଠମଲ୍ଲିକ ନାମରେ ଖ୍ୟାତ । କଦମ୍ବ ପୁଷ୍ପ ଏ ରାଜ୍ୟର ସନ୍ତକ । ଏହି ରାଜ୍ୟର ରାଜାମାନେ କଦମ୍ବବଂଶୀ । ରାଜ୍ୟର କ୍ଷେତ୍ରଫଳ ୭୩୦ ବର୍ଗମାଇଲ । ଗ୍ରାମସଂଖ୍ୟା ୫୧୩ । ଏ ରାଜ୍ୟର ଶେଷ ଶାସକ ରାଜା ହେଉଛନ୍ତି କିଶୋର ଚନ୍ଦ୍ର ଦେଓ ସାମନ୍ତ । ୧୯୦୪ ନଭେମ୍ବର ୧୦ ତାରିଖରେ ସେ ଜନ୍ମ ହୋଇଥିଲେ ଓ ୧୯୧୮ ମସିହା ନଭେମ୍ବର ୩ ତାରିଖରେ ଗାଦି ପାଇଥିଲେ । ଓଡ଼ିଆ ସାହିତ୍ୟ ପ୍ରତି ଏହାଙ୍କ ଦାନ ଅତୁଳନୀୟ । ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ତାଙ୍କରି ଅନୁଦାନରେ ସର୍ବପ୍ରଥମେ ପ୍ରକାଶ ପାଇ ସାରା ବିଶ୍ୱରେ ଚହଳ ପକାଇଥିଲା ।

ନୀଳଗିରି ରାଜ୍ୟ ଛୋଟନାଗପୁରର ରାଜପୁତ୍ରଙ୍କଦ୍ୱାରା ୧୧୨୫ ମସିହାରେ ପ୍ରତିଷ୍ଠିତ । ସେହି ରାଜପୁତ୍ର ଉତ୍କଳସମ୍ରାଟ ପ୍ରତାପରୁଦ୍ର ଦେବଙ୍କ କନ୍ୟାଙ୍କ ପାଣିଗ୍ରହଣ କରି ଏହି ରାଜ୍ୟକୁ ଯୌତୁକ ଆକାରରେ ଲାଭକରି ରାଜ୍ୟର ପ୍ରଥମ ରାଜା ଭାବରେ ପରିଚିତ ହୋଇଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୨୮୪ ବର୍ଗମାଇଲ । ୨୯୧ ଗ୍ରାମ ଏହି ରାଜ୍ୟର ଅନ୍ତର୍ଭୁକ୍ତ । ନୀଳଗିରି ଏ ରାଜ୍ୟର ରାଜଧାନୀ । ନୀଳଗିରିର ଶେଷ ସ୍ୱାଧୀନ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ୧୯୦୪ ମସିହା ଫେବ୍ରୁଆରି ୨ ତାରିଖରେ ଜନ୍ମ ଲାଭକରି ୧୯୧୩ ଜୁଲାଇ ମାସ ୬ ତାରିଖରେ ସିଂହାସନ ଲାଭ କରିିଥିଲେ । ଏ ରାଜ୍ୟରେ ସେମିତି କିଛି ଆଖିଦୃଶିଆ ଉନ୍ନତି ହୋଇ ନଥିଲା । କିନ୍ତୁ ରାଜା ଥିଲେ ଜଣେ ଉଚ୍ଚମନା ଓ ପ୍ରଜାହିତୈଷୀ ।

ରେଢ଼ାଖୋଲ ରାଜ୍ୟ ପ୍ରଥମେ ସମ୍ବଲପୁର ଅଧୀନ ଜମିଦାରୀ ଥିଲା । ପରେ ସ୍ୱାଧୀନ ହେଲା । 'ପଦ୍ମ' ଏହି ରାଜ ବଂଶର ସନ୍ତକ । ଏ ରାଜ୍ୟର କ୍ଷେତ୍ରଫଳ ୮୩୩ ବର୍ଗମାଇଲ । ଗ୍ରାମ ସଂଖ୍ୟା ୩୧୨ ।

ଦଶପଲ୍ଲା ରାଜ୍ୟ ପ୍ରଥମେ ବୌଦ୍ଧ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ବୌଦ୍ଧର ଶାଳଭଞ୍ଜ ନାମକ ଜଣେ ରାଜପୁତ୍‍ ପାଞ୍ଚଶହ ବର୍ଷ ତଳେ ଏହି ରାଜ୍ୟକୁ ସ୍ୱାଧୀନ କଲେ । ଦଶପଲା ରାଜବଂଶ 'ଭଞ୍ଜ' ନାମରେ କଥିତ । ରାଜବଂଶର ସଙ୍କେତ ମୟୂର । କଥିତ ଅଛି ଯେ ଏହି ବଂଶର ପ୍ରଥମରାଜା ଏକ ମୟୂରଡ଼ିମ୍ବରୁ ଜାତ ହୋଇଥିଲେ । ରାଜ୍ୟର ଶେଷ ସ୍ୱାଧୀନ ରାଜା କିଶୋର ଚନ୍ଦ୍ର ଦେବଭଞ୍ଜ । ସେ ୧୯୦୮ ଏପ୍ରିଲ ୧୬ ତାରିଖରେ ଜନ୍ମଗ୍ରହଣକରି ୧୯୧୩ ମସିହା ଡ଼ିସେମ୍ବର ୧୩ ତାରିଖରେ ଗାଦି ପାଇଥିଲେ । ଶ୍ରୀଜଗନ୍ନାଙ୍କ ରଥ ନିର୍ମାଣପାଇଁ ପ୍ରତିବର୍ଷ ଏ ରାଜ୍ୟରୁ କାଠ ପ୍ରେରଣ କରାଯାଏ ।

ବଡ଼ାମ୍ବା ରାଜ୍ୟ ୧୩୦୫ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶାର ରାଜା କିଶୋର ନରସିଂହ ଦେବ ଏହି ଅଂଚଳର ହଟକେଶ୍ୱର ରାଉତ ନାମକ ଜଣେ ମଲ୍ଲଙ୍କ ଯୁଦ୍ଧବିଦ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଶଙ୍ଖ ଓ ମହୁରୀ ନାମରେ ଦୁଇଟି ଗ୍ରାମ ପୁରସ୍କାର ସ୍ୱରୂପ ଦେଇଥିଲେ । ହଟକେଶ୍ୱର କନ୍ଧମାନଙ୍କୁ ହଟାଇ ଏହି ରାଜ୍ୟ ବସାଇଲେ । ତାଙ୍କର ସାନ ଭାଇ ମାଳକେଶ୍ୱର ରାଉତ ତାଙ୍କ ପରେ ରାଜା ହୋଇ ଓଗାଲପୁରଠାରେ ଭଟ୍ଟାରିକା ବା ବୃହଦମ୍ବା ଅବା ବଡ଼ମ୍ବା ଦେବୀଙ୍କ ମନ୍ଦିର ଆବିଷ୍କାର କଲେ । ଦେବୀଙ୍କ ନାମ ଅନୁସାରେ ଏହି ରାଜ୍ୟର ନାମ 'ବଡ଼ାମ୍ବା' ହୋଇଛି । ବଡ଼ାମ୍ବାର ଶେଷ ସ୍ୱାଧୀନ ରାଜା ନାରାୟଣ ଚଦ୍ର ବୀରବର ମଙ୍ଗରାଜ ମହାପାତ୍ର । ସେ ୧୯୧୪ ମସିହା ଜାନୁଆରି ୧୦ ତାରିଖରେ ଜନ୍ମ ଗ୍ରହଣ କରି ୧୯୨୨ ମସିହା ଅଗଷ୍ଟ ୨୦ ତାରିଖରେ ଗାଦି ଲାଭ କରିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୧୪୨ ବର୍ଗମାଇଲ । ଗ୍ରାମସଂଖ୍ୟା ୧୨୭ । ମାଣିଆବନ୍ଦି ଲୁଗା ଏ ରାଜ୍ୟର ପ୍ରସିଦ୍ଧ ହସ୍ତକଳା ଭାବରେ ଖ୍ୟାତ ।

ପାଲଲହଡ଼ା ରାଜ୍ୟ ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ସନ୍ତୋଷ ପାଳ ନାମରେ ଜଣେ ବ୍ୟକ୍ତି ପ୍ରତିଷ୍ଠା କରିଥିଲେ । ପୂର୍ବେ ଏହି ରାଜ୍ୟ କେନ୍ଦୁଝର ସହ ମିଶି କରିଥିଲା । ଏ ରାଜ୍ୟର ରାଜାମାନେ ରାଜଚିହ୍ନ ସ୍ୱରୂପ 'ସର୍ପ' ଛବି ବ୍ୟବହାର କରନ୍ତି । ଏ ରାଜ୍ୟର କ୍ଷେତ୍ରଫଳ ୪୫୨ ବର୍ଗମାଇଲ । ଗ୍ରାମ ସଂଖ୍ୟା

୨୩୬ । ଏ ରାଜ୍ୟର ଶେଷ ଶାସକ ରାଜା ମୁନି ପାଲ ୧୯୦୩ ମସିହା ନଭେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରି ୧୯୧୩ ମସିହା ଏପ୍ରିଲ ୧୮ ତାରିଖରେ ରାଜଗାଦି ଲାଭ କରିିଥିଲେ । ରାଜ୍ୟର ସେମିତି କିଛି ବିକାଶ ହୋଇଥିବା ପରି ମନେହୁଏ ନାହିିଁ ।

ତିଗିରିଆ ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟ । ଏ ରାଜାମାନେ ଚନ୍ଦ୍ରବଂଶୀୟ ହିନ୍ଦୁ ସମ୍ରାଟ ଅନଙ୍ଗ ପାଳଙ୍କ ବଂଶଧର । ପୀତାମ୍ବର ତୋମର ଓ ନିତ୍ୟାନନ୍ଦ ତୋମର ନାମରେ ଦୁଇଭାଇ ଉତ୍ତର ଭାରତରୁ ଓଡ଼ିଶାକୁ ତୀର୍ଥଯାତ୍ରୀ ରୂପେ ଆସିିଥିଲେ । ସେ ସମୟରେ ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ୱ । ନିତ୍ୟାନନ୍ଦ ସାହସୀ ଓ ଯୁଦ୍ଧପ୍ରିୟ ଥିବାରୁ ଓଡ଼ିଶା ରାଜାଙ୍କର ପ୍ରିୟପାତ୍ର ହୋଇଗଲେ । ଏହି ସମୟରେ ସେ ତିଗିରିଆର ଅନାର୍ଯ୍ୟ ସରଦାର ଧୂଳିଆଙ୍କୁ ପରାସ୍ତକରି ରାଜ୍ୟ ଅଧିକାର କଲେ । ୧୨୪୬ ମସିହାଠାରୁ ଓଡ଼ିଶା ରାଜାଙ୍କର କରଦ ରାଜ୍ୟ ଭାବରେ ତିଗିରିଆ ରାଜ୍ୟ ରହିଲ। । ପରେ ସ୍ୱାଧୀନ ଗଡ଼ଜାତର ପାହ୍ୟା ଲାଭ କଲା । ଏହାର ଆୟତନ ୪୬ ବର୍ଗମାଇଲ । ସ୍ୱାଧୀନତା ଯାଏ ଏ ରାଜ୍ୟରେ ୧୬ଜଣ ରାଜା ରାଜୁତି କରିଛନ୍ତି । ଏହା ଏକ କୃଷିପ୍ରଧାନ ରାଜ୍ୟ । ନୂଆପାଟଣା ଏ ରାଜ୍ୟର ପ୍ରଧାନ ଗ୍ରାମ । ଏଠାରେ ଟସର୍‍, ପାଟ ଓ ସରୁ ସୂତାର ଲୁଗା ତିଆରି ହୁଏ । ଏହାର କାରିଗରମାନେ ବୌଦ୍ଧ ସଂପ୍ରଦାୟର ।

ନରସିଂହପୁର ଅନ୍ୟ ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟ । ୧୨୯୨ ଖ୍ରୀଷ୍ଟାବ୍ଦରେ ଧର୍ମସିଂହ ନାମରେ ଜଣେ ବ୍ୟକ୍ତି ଏହି ରାଜ୍ୟ ସ୍ଥାପନ କରିିଥିଲେ । ଏ ରାଜବଂଶର ସନ୍ତକ ବୃଶ୍ଚିକ । କିମ୍ବଦନ୍ତୀ ଅଛି, 'ନରସିଂଗା' ଓ 'ପର' ନାମରେ ଦୁଇଜଣ କନ୍ଧରାଜାଙ୍କ ନାମରେ ଏହି ରାଜ୍ୟର ନାମକରଣ ନରସିଂହପୁର ହୋଇଛି । ଏହି ରାଜ୍ୟର ରାଜଧାନୀ ନରସିଂହପୁର ଓ କାନପୁର ପ୍ରଧାନ ଗ୍ରାମ । ଏହି ରାଜ୍ୟର କ୍ଷେତ୍ରଫଳ ୧୯୯ ବର୍ଗମାଇଲ । ଗ୍ରାମ ସଂଖ୍ୟା ୧୮୮୮ । ଏହି ରାଜ୍ୟର ଶେଷ ଶାସକ ରାଜା ଅନନ୍ତ ନାରାୟଣ ମାନସିଂହ ମହାପ।ତ୍ର । ତାଙ୍କ ଜନ୍ମ ୧୯୦୮ ମସିହ। ସେପ୍ଟେମ୍ବର ୯ ତାରିଖରେ । ସେ ବିଲାତ ଆଦି ପାଶ୍ଚାତ୍ୟ ଦେଶ ଭ୍ରମଣକରି ନିଜ ରାଜ୍ୟର ଉନ୍ନତି ନିମନ୍ତେ ଚେଷ୍ଟିତ ଥିଲେ ।

ଖଣ୍ଡପଡ଼ା ମଧ୍ୟ ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟ । ଏହାର କ୍ଷେତ୍ରଫଳ ୨୪୪ ବର୍ଗମାଇଲ । ଗ୍ରାମସଂଖ୍ୟା ୨୭୪ । ଏ ରାଜ୍ୟ ପୂର୍ବେ ନୟାଗଡ଼ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ପ୍ରାୟ ୩୦୦ ବର୍ଷ ପୂର୍ବେ ନୟାଗଡ଼ର ଜଣେ ରାଜା ଖଣ୍ଡପଡ଼ାକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା କରି ରାଜଗାଦିରେ ବସିଲେ । ଖଣ୍ଡପଡ଼ା ହେଲା ଏକ ସ୍ୱତନ୍ତ୍ର ରାଜ୍ୟ । ସ୍ୱାଧୀନତା ଯାଏ ଏ ରାଜ୍ୟରେ ପ୍ରାୟ ୧୧ ଜଣ


ରାଜା ରାଜୁତି କରିିଥିଲେ । ଖଣ୍ଡପଡ଼ାର ଶେଷ ସ୍ୱାଧୀନ ରାଜା ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ । ୧୯୧୪ ମସିହା ଅଗଷ୍ଟ ୨୬ ତାରିଖରେ ସେ ଜନ୍ମହୋଇ ୧୯୨୨ରେ ସିଂହାସନ ଅଧିକାର କରିିଥିଲେ । ଏ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ । ଏ ରାଜ୍ୟ ବିଶ୍ୱବିଖ୍ୟାତ ଓଡ଼ିଆ ବୈଜ୍ଞାନିକ ପଠାଣି ସାଆନ୍ତଙ୍କ ଜନ୍ମଭୂମି । ଏ ରାଜ୍ୟ ବହୁକାଳ କୋର୍ଟ ଅଫ୍‍ ଓ୍ୟାର୍ଡରେ ଥିବାରୁ ଏ ରାଜ୍ୟର ଅଶେଷ ଉନ୍ନତି ହୋଇଥିଲା । ଏ ରାଜ୍ୟର କଣ୍ଟିଲୋ ଏକ ପ୍ରସିଦ୍ଧ ଗ୍ରାମ । ଏଠାରେ ନୀଳମାଧବଙ୍କ ମନ୍ଦିର ବିଦ୍ୟମାନ । ଉତ୍ତମ କଂସା ବାସନ ନିମନ୍ତେ କଣ୍ଟିଲୋ ସୁପ୍ରସିଦ୍ଧ । ପ୍ରଧାନ ଗ୍ରାମ ହେଲା ପଦ୍ମାବତୀ । ଏହା ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ।

ହିନ୍ଦୋଳ ଗଡ଼ଜାତ ରାଜ୍ୟ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ହରିଚନ୍ଦନଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲା । ଏ ରାଜ୍ୟର ପ୍ରତିଷ୍ଠାତା ଥିଲେ ଉଦ୍ଧବ ଦେବ ଜେନାମଣି । ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ଏ ରାଜ୍ୟରେ ୨୮ ଜଣ ରାଜା ରାଜତ୍ୱ କରିଛନ୍ତି । ଏହି ରାଜାମାନେ ଗଙ୍ଗବଂଶୀ । କଟାର ଏମାନଙ୍କର ରାଜବଂଶର ସନ୍ତକ । ଏହାର କ୍ଷେତ୍ରଫଳ ୩୧୨ ବର୍ଗମାଇଲ । ଗ୍ରାମ ସଂଖ୍ୟା ୧୪୯ । ରାଜ୍ୟର ରାଜଧାନୀ ହିନ୍ଦୋଳଗଡ଼ । ରାସୋଳ ପ୍ରଧାନ ଗ୍ରାମ । ଶେଷ ସ୍ୱାଧୀନ ରାଜା ନବ କିଶୋର ଚନ୍ଦ୍ର ମର୍ଦ୍ଦରାଜ ଜଗଦେବ । ୧୮୯୧ ମସିହା ଜୁନ୍‍ ୧୪ ତାରିଖରେ ସେ ଜନ୍ମହୋଇ ୧୯୦୬ ମସିହା ଫେବ୍ରୁଆରି ୧୦ ତାରିଖରେ ରାଜଗାଦିରେ ଅଧିଷ୍ଠିତ ହୋଇଥିଲେ ।

ଷଢ଼େଇକଳା ଗଡ଼ଜାତ ରାଜ୍ୟର ଆୟତନ ୪୯୯ ବର୍ଗମାଇଲ । ଏହା ଏକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ଷଢେ଼ଇକଳା ଏ ରାଜ୍ୟର ରାଜଧାନୀ । ଏଠାରେ ହାଇସ୍କୁଲ ଓ ଡ଼ାକ୍ତରଖାନା ସେ କାଳରେ ପ୍ରତିଷ୍ଠା ହୋଇଥିଲା । ଖରସୁଆଁର କ୍ଷେତ୍ରଫଳ ୧୫୩ ବର୍ଗମାଇଲ । ଏହା ଏକ କ୍ଷୁଦ୍ର ଗଡ଼ଜାତ ହେଲେ ବି ଓଡ଼ିଆଭାଷାଭାଷୀ ଅଞ୍ଚଳ ।

ଓଡ଼ିଶାର ତତ୍‍କାଳୀନ ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, ସୋନପୁର, ବାମଣ୍ଡା, ଢେଙ୍କାନାଳ, ତାଳଚେର, ଆଠମଲ୍ଲିକ ଆଦିର ଶାସକମାନେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ବିଶେଷ ତ‌ତ୍ପର ଥିଲେ ।

***
ସପ୍ତମ ପରିଚ୍ଛେଦ
ଗଡ଼ଜାତ ମିଶ୍ରଣ ଓ ଷ୍ଟେଟ୍‍ ବିଧାନସଭା

ଦେଶ ସ୍ୱାଧୀନ ହେଲା । ଚାରିଆଡେ଼ ଖେଳିଗଲା ଆନନ୍ଦ ଲହରୀ । ସ୍ୱାଧୀନ ଭାରତ ଅଗ୍ରସର ହେଲା ଏକ ନୂତନ ଐତିହାସିକ ମାର୍ଗରେ । କେନ୍ଦ୍ର ବ୍ୟବସ୍ଥାପକ ସଭା ଓ ପ୍ର।ଦେଶିକ ବିଧାନସଭାଗୁଡିକର ଭୂମିକା ହୋଇ ପଡ଼ିଲା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ପ୍ରଥମ ସାମ୍ବିଧାନିକ ରାଜ୍ୟପାଳ ଭାବରେ ଡକ୍ଟର କୈଳାସ ନାଥ କାଟ୍‍ଜୁ ଯୋଗଦାନ କଲେ ସ୍ୱାଧୀନତାପ୍ରାପ୍ତି ଦିବସ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ।

ଓଡ଼ିଶାର ରାଜଧାନୀ କଟକ ନଗରୀରେ ଅଗଷ୍ଟ ୨୭ ତାରିଖ ପ୍ରଭାତରେ ଅନୁଷ୍ଠିତ ହେଲା ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ । ରାଜ୍ୟପାଳ ଏହି ଅଧିବେଶନରେ ଉଦ୍‍ବୋଧନ ଦେଲେ । ସର୍ବପ୍ରଥମେ ସେ ଦେଶର ଅଗଣିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଲେ କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ।

ମାନ୍ୟବର ରାଜ୍ୟପାଳ ତାଙ୍କ ଭାଷଣରେ କହିଲେ, 'ପ୍ରଦେଶର ସୀମା ନିର୍ଦ୍ଧାରଣ, ଏକୀକରଣ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ସମସ୍ତ ଓଡ଼ିଆ ଲୋକ ମିଳିତ ହୋଇ କାର୍ଯ୍ୟକରିବା ଉଚିତ । ତାହାହେଲେ ପ୍ରଦେଶ ଲାଭ କରିବ ଉତ୍ତମ ଶାସନସେବା । ଲୋକଙ୍କର ଦ୍ରୁତ ଉନ୍ନତି ଘଟିବ, ଭାରତର ସ୍ୱାର୍ଥ ବଜାୟ ରହିବ । ଶୀଘ୍ର ଓଡ଼ିଶା ପ୍ରଦେଶରେ ହାଇକୋର୍ଟ, ଅନ୍ୟାନ୍ୟ ବୈଷୟିକ ସଂସ୍ଥା ଓ ସ୍ୱତନ୍ତ୍ର ଅନୁଷ୍ଠାନମାନ ପ୍ରତିଷ୍ଠାହେବାର ଜରୁରୀ ଆବଶ୍ୟକତା ରହିଛି । ଗଡ଼ଜାତ ରାଜ୍ୟମାନେ ପ୍ରଦେଶ ସହ ଉତ୍ତମ ସଂପର୍କ ସ୍ଥାପନ କଲେ ଏହି ପ୍ରସ୍ତାବିତ ଅନୁଷ୍ଠାନଗୁଡ଼ିକ ଅବିଳମ୍ବେ ପ୍ରତିଷ୍ଠା ହୋଇପାରିବ । ଗଡ଼ଜାତ ରାଜ୍ୟ ଓ ପ୍ରଦେଶ ପୂର୍ଣ୍ଣପ୍ରାଣରେ ଏକାଠି ହେଲେ ବଡ଼ବଡ଼ ଯୋଜନା, ପ୍ରକଳ୍ପ, ଜଳସେଚନ ଓ ଶକ୍ତି ଉତ୍ପାଦନ ଆଦି ସମ୍ଭବ ହେବ । ଯାହା ଫଳରେ କି ଭାରତବର୍ଷର ଏହି ଅଂଶର ସର୍ବାଙ୍ଗୀନ ଉନ୍ନତି ସାଧିତ ହେବା ସଙ୍ଗେ

ସଙ୍ଗେ ଓଡ଼ିଶା ହେବ ଭାରତର ଏକ ଅଗ୍ରଣୀ ପ୍ରଦେଶ । ଶେଷରେ ମାନ୍ୟବର ରାଜ୍ୟପାଳ କହିଲେ, ବିଧାୟକମାନେ ଜନସାଧାରଣ ହାସଲ କରିିଥିବା ନବଜାତ ସ୍ୱାଧୀନତା ରୂପକ ଶିଶୁକୁ ବଳିଷ୍ଠ କରି ଗଢ଼ି ତୋଳନ୍ତୁ । ସର୍ବଶକ୍ତିମାନ ଈଶ୍ୱର ଆପଣଙ୍କ ବିଚାର ବୁଦ୍ଧିରେ ଚିର ସହାୟକ ହୁଅନ୍ତୁ ।"

ମାନ୍ୟବର ରାଜ୍ୟପାଳଙ୍କ ଭାଷଣ ପରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏକ ସ୍ମରଣୀୟ ପ୍ରସ୍ତାବ ଆଗତ କରିିଥିଲେ:

"ଏହି ବିଧାନସଭା ସ୍ୱାଧୀନତାର ଆଗମନ ତ‌ଥା ପ୍ରାଦେଶିକ ସ୍ୱାୟତ୍ତ ଶାସନ କ୍ଷମତା ଲାଭକରି ଆନନ୍ଦ ସହକାରେ ହୃଦୟର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ସେହି ମହାନ୍‍ ଜାତୀୟ ନେତୃବର୍ଗ, ମହାତ୍ମାଗାନ୍ଧି, ଓଡ଼ିଶାର ଜାତୀୟବାଦୀ ଜନକ ପଣ୍ଡିତ ଗୋପବଂଧୁ ଦାସ ଏବଂ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଆତ୍ମବଳି ଦେଇଥିବା ଅଗଣିତ ସଂଗ୍ରାମୀ ଓ ଯୋଦ୍ଧାମାନଙ୍କୁ ।"

ଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ମହତାବ ସଂକ୍ଷିପ୍ତ ଭାବରେ ଦେଶର ସ୍ୱାଧୀନତା ସଂଗ୍ରାମର ଘଟଣାବଳୀ ଓ ମହାତ୍ମାଗାନ୍ଧିଙ୍କ ଅହିଂସା ଓ ଅସହଯୋଗ ଆନ୍ଦୋଳନର ଅସୀମ ଶକ୍ତି ସମ୍ପର୍କରେ ବର୍ଣ୍ଣନା କରିିଥିଲେ । ସ୍ୱାଧୀନତା ସଂଗ୍ରାମୀ ଓ ଆତ୍ମବଳି ଦେଇଥିବା ବ୍ୟକ୍ତିମାନଙ୍କ କୀର୍ତ୍ତିିର ସ୍ମାରକୀ ସ୍ୱରୂପ ଅଗଷ୍ଟ ୧୫ ତାରିଖକୁ ଏ ରାଜ୍ୟର ଜନସାଧାରଣ ଓ ବିଧାନସଭା ସଦସ୍ୟଗଣ ପ୍ରତିବର୍ଷ ସ୍ୱାଧୀନତା ଉତ୍ସବ ଭାବରେ ପାଳନ କରିବେ ବୋଲି ପ୍ରସ୍ତାବ ଆଗତ କରିିଥିଲେ । ତାଙ୍କର ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

ସ୍ୱାଧୀନତା ପରେ ଓଡ଼ିଶା କାହିିଁକି ଭାରତର ବିଭିନ୍ନ ଗଡ଼ଜାତ ରାଜ୍ୟର ଶାସକ ରାଜାମାନେ ନିଜକୁ ଓ ନିଜ ରାଜ୍ୟକୁ ସ୍ୱତନ୍ତ୍ର ଓ ସାର୍ବଭୌମ ଭାବରେ ଗଢ଼ିତୋଳିବାପାଇଁ ଉଦ୍ୟମ ଅବ୍ୟାହତ ରଖିଲେ, ଯାହାକି ନୂତନ କେନ୍ଦ୍ର ସରକାରଙ୍କପାଇଁ ମୁଣ୍ଡବ୍ୟଥାର କାରଣ ଭାବରେ ଦେଖାଗଲା । ଓଡ଼ିଶାର ଗଡ଼ଜାତ ରାଜ୍ୟର ଶାସକ ରାଜାମାନେ ଇଷ୍ଟର୍ଣ୍ଣ ଷ୍ଟେଟ୍‍ ଫେଡ଼େରାଲ ଇଉନିଅନ୍‍ ସହ ସାମିଲ ହୋଇ ଓଡ଼ିଶା ପ୍ରଦେଶ ସହ ମିଶିବାପାଇଁ ଧରାଛୁଆଁ ଦେଲେନାହିିଁ । ସ୍ୱତନ୍ତ୍ର ସାର୍ବଭୌମ କ୍ଷମତା ହାସଲପାଇଁ ବିଭିନ୍ନ ସମୟରେ ଆଲୋଚନା ଓ ବୈଠକମାନ ଅନୁଷ୍ଠିତ କରିବାରେ ଲାଗିଲେ ।

ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିବାପାଇଁ ୧୯୩୮ ମସିହାଠାରୁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଜାମଣ୍ଡଳର ନେତୃବର୍ଗ ଏଥିପାଇଁ ବହୁ ଚେଷ୍ଟା କରିଥିଲେ । ୧୯୪୬ ମସିହାରେ ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ ଏଥିପାଇଁ ଚେଷ୍ଟା କରିିଥିଲେ । କିଛି ଫଳ ହୋଇ ନ ଥିଲା । କିନ୍ତୁ ଏଥିପାଇଁ ଆପେ ଆପେ ବାଟ ଖୋଲିଗଲା ନୀଳଗିରି ଆନ୍ଦୋଳନ ପରେ ।

ସ୍ୱାଧୀନତା ପୂର୍ବରୁ ନୀଳଗିରି, ଢେ଼ଙ୍କାନାଳ ତ‌ଥା ଅନ୍ୟ କେତେକ ଗଡ଼ଜାତ ରାଜାମାନଙ୍କୁ ସେମାନଙ୍କର କୁ-ଶାସନପାଇଁ ପ୍ରାଶାସନିକ କ୍ଷମତାରୁ ବଂଚିତ କରାଯାଇଥିଲା । ପ୍ରତ୍ୟେକ ରାଜାଙ୍କର କୁ-ଶାସନଜନିତ ବିବରଣୀ ତତ୍‍କାଳୀନ ବ୍ରିଟିଶ ସରକାରଙ୍କ ମିଲିଟାରୀ ଗୋଇନ୍ଦା ପୁଲିସ ବ୍ରିଟିଶ୍‍ କ୍ରାଉନର ଭାରତ ପ୍ରତିନିଧିଙ୍କ ପାଖରେ ପହଞ୍ଚାଇଥିଲା । ସେହି ତ‌ଥ୍ୟକୁ ଭିତ୍ତିକରି କୁ-ଶାସନରେ ରତ‌ଥିବା ରାଜା ମହାରାଜାମାନଙ୍କର ପ୍ରାଶାସନିକ କ୍ଷମତାକୁ ରଦ୍ଦ କରି ଦିଆଯାଇଥିଲା । ସେହି ରାଜ୍ୟଗୁଡ଼ିକ ବ୍ରିଟିଶ ସରକାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିଲେ । ସ୍ୱାଧୀନତା ପରେ ନୀଳଗିରି ରାଜ୍ୟରେ ପ୍ରାଶାସନିକ ସଂକଟ ଦେଖାଦେବା ସହ ରାଜ୍ୟରେ ବହୁ ବିଶୃଙ୍ଖଳା, ଲୁଟତରାଜ, ପୋଡ଼ାଜଳା ଆଦି ଦେଖାଦେଲା । ନୀଳଗିରି ଏକ ଆଦିବାସୀବହୁଳ ଗଡ଼ଜାତ ରାଜ୍ୟ । ରାଜାଙ୍କ ନିର୍ମମ ଅତ୍ୟାଚାରରେ ଲୋକେ ତ୍ରାହିତ୍ରାହି ଡାକ ଛାଡ଼ୁଥିଲେ । ଦେଶ ପରାଧୀନ ଥିବାବେଳେ ପ୍ରଜାମଣ୍ଡଳର ନେତୃବର୍ଗ ରାଜାଙ୍କ ସହ ସମ୍ମୁଖ ଯୁଦ୍ଧରେ ସଦାବେଳେ ଦଣ୍ଡାୟମାନ ହେଉଥିଲେ । ସ୍ୱାଧୀନତା ପରେ ପ୍ରଜାମଣ୍ଡଳ କର୍ମୀମାନଙ୍କ ଉପରେ ପ୍ରତିଶୋଧ ନେବାପାଇଁ ରାଜା କେତେକ ଆଦିବାସୀ ଅପରାଧୀଙ୍କୁ ପ୍ରବର୍ତ୍ତାଇ ପ୍ରଜାମଣ୍ଡଳର ସଭ୍ୟମାନଙ୍କ ଘରେ ନିଆଁ ଲଗାଇଦେଲେ ।

ରାଜାଙ୍କ ପ୍ରୋତ୍ସାହନରେ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଗାଁ ଗାଁ ବୁଲି ମନଇଚ୍ଛା ଚାରିଆଡ଼େ ନିଆଁ ଲଗାଇଲେ । ନୀଳଗିରି ରାଜ୍ୟରେ ପୂରା ଅରାଜକତା ଦେଖାଦେଲା । ଓଡ଼ିଶାର ପ୍ରଧାନମନ୍ତ୍ରୀ ଏହାର ପୂର୍ଣ୍ଣ ବିବରଣୀ ଭାରତ ସରକାରଙ୍କ ପାଖକୁ ପଠାଇଲେ । ଆଇନଶୃଙ୍ଖଳା ରକ୍ଷା ନିମନ୍ତେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେଥିପାଇଁ ମଧ୍ୟ ଅପେକ୍ଷା କରି ରହିଲେ । କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ତ‌ଥା ଘରୋଇ ବିଭାଗ ମନ୍ତ୍ରୀ

ଥାଆନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ସେ ଆଦେଶ ଦେଲେ ଶୀଘ୍ର ନୀଳଗିରି ରାଜ୍ୟର ଦାୟିତ୍ୱ ଗ୍ରହଣ କରିବାପାଇଁ ।

ସେହି ସମୟରେ ମିଃ ପିଅରମ୍ୟାନ୍‍ ଥାଆନ୍ତି ଓଡ଼ିଶାର ପୋଲିସ୍‍ ଆଇ.ଜି । ଡିଭିଜନାଲ କମିଶନର ନୀଳମଣି ସେନାପତିଙ୍କ ସହ ପରାମର୍ଶ କରି ନୀଳଗିରି ରାଜ୍ୟକୁ ପିଅରମ୍ୟାନ୍‍ ସୈନ୍ୟ ଚାଳନା କଲେ । ବାଲେଶ୍ୱରରୁ ଓଡ଼ିଶାର ମିଲିଟାରୀ ପୋଲିସ୍‍ ମାର୍ଚ୍ଚିଙ୍ଗ କରି ନୀଳଗିରି ରାଜ୍ୟରେ ପ୍ରବେଶ କଲେ । ବାଟରେ ତାଙ୍କୁ ଜନସାଧାରଣ ସମ୍ବର୍ଦ୍ଧନା ଜଣାଇଲେ । ଓଡ଼ିଶା ପ୍ରାଦେଶିକ ସରକାର ନୀଳଗିରି ରାଜ୍ୟକୁ ନିଜ ଅକ୍ତିଆରକୁ ଆଣିଲେ ୧୯୪୭ ମସିହା ନଭେମ୍ବର ୧୪ ତାରିଖ ଦିନ । ପ୍ରଧାନମନ୍ତ୍ରୀ ଏହା ସର୍ଦ୍ଦାର ପଟେଲଙ୍କୁ ଜଣାଇଦେଲେ ।

ଗଡ଼ଜାତ ମିଶ୍ରଣପାଇଁ ନୀଳଗିରି ବାଟ ଦେଖାଇଲା । ଏହି ସମୟରେ 'ଏ' ଶ୍ରେଣୀର ଗଡ଼ଜାତ ରାଜାମାନେ ପ୍ରଦେଶ ସହ ନ ମିଶି ନିଜର ସାର୍ବଭୌମତ୍ୱ ରକ୍ଷା କରିବେ ବୋଲି ଲିଖିତ ଆକାରରେ କେନ୍ଦ୍ର ସରକାରଙ୍କୁ ଜଣାଇଦେଲେ । ଓଡ଼ିଶାର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ନିମନ୍ତ୍ରଣ କଲେ ଶୀଘ୍ର ଓଡ଼ିଶା ଆସିବାପାଇଁ ଓ ଗଡ଼ଜାତ ମିଶ୍ରଣ ନିମନ୍ତେ ନୀଳଗିରି ଆମକୁ ବାଟ ଦେଖାଇଛି ବୋଲି ଜଣାଇଦେଲେ । ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ନିମନ୍ତ୍ରଣ ରକ୍ଷା କରି ସର୍ଦ୍ଦାର ପଟେଲ ୧୯୪୭ ମସିହା ଡିସେମ୍ବର ୧୩ ତାରିଖରେ ଓଡ଼ିଶା ଆସିଲେ । ତାଙ୍କ ସହ ଆସିଲେ ମିଃ କେ.ଭି.କେ. ସୁନ୍ଦରମ୍‍- ଭାରତ ସରକାରଙ୍କ ବ୍ୟବସ୍ଥାପକ ସଭା ବିଭାଗର ଯୁଗ୍ମ ଶାସନ ସଚିବ; ମିଃ ଭି. ଶଙ୍କର, ଆଇ.ସି.ଏସ୍‍.- ଭାରତର ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ଘରୋଇ ସଚିବ; ମିଃ.ଭି.ପି. ମେନ୍‍ନ୍‍- ଭାରତ ସରକାରଙ୍କ ରାଜ୍ୟ ମନ୍ତ୍ରଣାଳୟର ଶାସନ ସଚିବ ଓ କୁମାରୀ ମଣିବେନ ପଟେଲ । ସେହିଦିନ ଭୁବନେଶ୍ୱର ବିମାନ ବନ୍ଦରଠାରୁ ରାଜଧାନୀ କଟକ ନଗରଯାଏ ଦୀର୍ଘ ୨୦ ମାଇଲ ବ୍ୟାପୀ ଲୋକଙ୍କର ବିକ୍ଷୋଭ । ସମସ୍ତଙ୍କର ଗୋଟିଏ ଦାବି- "ଓଡ଼ିଶା ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ପ୍ରଦେଶ ସହ ଶୀଘ୍ର ମିଶ୍ରଣ ।" ସର୍ଦ୍ଦାର ପଟେଲ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କର ଅତିିଥି ହୋଇ ରହିଲେ । ସେଦିନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲ, ତାଙ୍କ ସହ ଦିଲ୍ଲୀରୁ ଆସିିଥିବା ଅଧିକାରୀଗଣ, ଓଡ଼ିଶାର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ଓଡ଼ିଶା ପ୍ରଦେଶ ମନ୍ତ୍ରିମଣ୍ଡଳର ସଦସ୍ୟଗଣଙ୍କର ଏକ ମିଳିତ ବୈଠକରେ ଗଡ଼ଜାତ ମିଶ୍ରଣ ସମ୍ପର୍କରେ ଆଲୋଚନା ହେଲା । ମହତାବଜୀ ପ୍ରଥମେ ମିଶ୍ରଣ କଥା ଉଠାଇଲେ । ରାଜାମାନଙ୍କୁ ପ୍ରଦାନ କରାଯାଇିବା ସନନ୍ଦ ବିଷୟରେ ଆଲୋଚନା ହେଲା । ସର୍ଦ୍ଦାର ପଟେଲ ସନନ୍ଦକୁ ଦେଖିବା ମାତ୍ରକେ ତୀବ୍ର ସ୍ୱରରେ କହି ଉଠିଲେ, How could these petty rulers comply with the conditions of sanandas ? It is impossible । ପୂର୍ବରୁ ତା୨୦.୧୧.୧୯୪୭ରେ ଦିଲ୍ଲୀ ବୈଠକରେ ଆଲୋଚିତ ହୋଇଥିବା memorandumକୁ ସିଧା ଚିରି ଖଣ୍ଡ ଖଣ୍ଡ କରିଦେଲେ ଏବଂ ସ୍ଥିରକଲେ ଯେ, ଏହି ଗଡ଼ଜାତ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶ ସହ ମିଶିବ । ତା'ପରେ ସେ ମହତାବଜୀଙ୍କୁ ପଚାରିଲେ, ଆସନ୍ତାକାଲି ଓଡ଼ିଶାର ରାଜାମାନଙ୍କ ସହ

ଆଲୋଚନା ହେବାକୁ ଥିବା ବିବରଣୀ ପତ୍ର ପ୍ରସ୍ତୁତ ହୋଇଛି ତ? ମହତାବଜୀ ହଁ ମାରି କହିଲେ, ତାହା ଆସନ୍ତାକାଲି ବୈଠକରେ ବଣ୍ଟନ କରାଯିବ । ରାଜ୍ୟ ମନ୍ତ୍ରିମଣ୍ଡଳଦ୍ୱାରା ଅନୁମୋଦିତ ହୋଇ ପ୍ରସ୍ତୁତ ହୋଇଥିବା memorandumକୁ ମଧ୍ୟ ଚିରିଦେଇ ରାତାରାତି ତତ୍‍କାଳୀନ ମୁଖ୍ୟ ଶାସନସଚିବଙ୍କ ସହାୟତାରେ ଅନ୍ୟଗୋଟିଏ memorandum ପ୍ରସ୍ତୁତ କରି ସରକାରୀ ପ୍ରେସ୍‌ରେ ଛପାଇ ବାହାର କରି ଆଣିଲେ । ଏଣେ ରାତିସାରା ସର୍ଦ୍ଦାର ପଟେଲ ମହାତାବଜୀଙ୍କ ସହ ଘନଘନ ଆଲୋଚନା କରୁଥାଆନ୍ତି କିପରି ମିଶ୍ରଣ କାର୍ଯ୍ୟକାରୀ ଓ ଫଳବତୀ ହେବ । ମହତାବଜୀ ସର୍ଦ୍ଦାର ପଟେଲଙ୍କୁ ପୂରା ଆଶ୍ୱାସନା ଦେଇାଆନ୍ତି ସଫଳ ହେବ ବୋଲି ।

ପରଦିନ ତା୧୪.୧୨.୧୯୪୭ ସକାଳ ୯ଘଟିକାରେ କଟକ ରାଜଭବନ ସଭାଗୃହରେ ଏକ ସମ୍ମିଳନୀରେ ଓଡ଼ିଶାର ରାଜାମହାରାଜାମାନଙ୍କୁ ଭାରତର ଉପପ୍ରଧାନନ୍ତ୍ରୀ ତ‌ଥା କେନ୍ଦ୍ର ଘରୋଇ ମନ୍ତ୍ରୀ ସର୍ଦ୍ଦାର ପଟେଲ୍‍ ଭେଟିଲେ । ଏହି ବୈଠକରେ ଦିଲ୍ଳୀରୁ ଆସିିଥିବା ପ୍ରତିନିଧି ବର୍ଗ, ଓଡ଼ିଶା ପ୍ରଦେଶ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ମାନ୍ୟବର ରାଜ୍ୟପାଳ ଡଃ କାଟଜୁ ଓ ପ୍ରଧାନମନ୍ତ୍ରୀ ମହତାବଜୀ ଆଦି ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ସର୍ଦ୍ଦାର ପଟେଲ ପ୍ରଥମେ ରାଜା ମହାରାଜାମାନଙ୍କୁ ଲକ୍ଷ୍ୟକରି କହିଲେ, "ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ରାଜା ମହାରାଜା ଓ ପ୍ରଜାମାନଙ୍କ ହିତ ତ‌ଥା ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଶା ପ୍ରଦେଶ ସହିତ ଶୀଘ୍ର ମିଶିଯିବା ଉଚିତ ।"

ସର୍ଦ୍ଦାର ପଟେଲଙ୍କ ମୁହଁରୁ ଏକା ଶୁଣି ରଣପୁରର ଯୁବକ ରାଜା ଉଠିପଡ଼ି କହିଲେ, "ରାଜାମାନେ ତାଙ୍କ ରାଜ୍ୟର ପ୍ରଜାମାନଙ୍କ ସହ ଏହି ବିଷୟରେ ପରାମର୍ଶ କରିବା ପରେ ଯାହା ହେବ ।" ରଣପୁର ରାଜାଙ୍କର ଏକଥା ଶୁଣି ସର୍ଦ୍ଦାର ପଟେଲ ରାଗିଗଲେ । ତା'ପରେ ଷଢେ଼ଇକଳା ରାଜା ୨୦.୧୧.୧୯୪୭ରେ ଦିଲ୍ଳୀରେ ଅନୁଷ୍ଠିତ ହୋଇଥିବା ଆଲୋଚନା ବିଷୟକୁ ଦୋହରାଇଲେ । ସର୍ଦ୍ଦାର ପଟେଲ କହିଲେ, "ପଛ କଥା ପଛକୁ ପକାଇ ଦିଅନ୍ତୁ । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସର୍କୁଲାର ଯାହା ଆପଣମାନଙ୍କୁ ଦିଆଯାଇଛି, ସେଥିରେ ଲେଖାଅଛି ପୂରା ମିଶ୍ରଣ । ସେହି ଅନୁସାରେ କାର୍ଯ୍ୟ କରନ୍ତୁ ।"

ସେହି ସମୟକୁ ପ୍ରାୟ ସମସ୍ତ ଗଡ଼ଜାତ ରାଜା ନିଜ ନିଜ ରାଜ୍ୟରେ ପ୍ରଜାମଣ୍ଡଳ ଜରିଆରେ ଗୋଟିଏ ଗୋଟିଏ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ କରିସାରିଥାଆନ୍ତି । କେହି କିନ୍ତୁ ନିଜ ନିଜ ରାଜ୍ୟରେ ଗଠନ କରିିବା ମନ୍ତ୍ରିମଣ୍ଡଳ କଥା ଉଠାଇଲେ ନାହିିଁ । କେବଳ ମୟୂରଭଂଜ ରାଜା କହିଲେ, "ମୋ ରାଜ୍ୟର ମନ୍ତ୍ରିମଣ୍ଡଳ ସହ ପରାମର୍ଶ କରିବି, କାରଣ ସେମାନଙ୍କ ହାତରେ ରାଜ୍ୟର ସମସ୍ତ ପ୍ରକାର ଶାସନ ଅର୍ପଣ କରି ସାରିଛି । ଆଉ କେତେଜଣ ରାଜା ମଧ୍ୟ ସମୟ ନେଲେ ଚିନ୍ତା କରିବା ପାଇଁ । କେନ୍ଦ୍ର ଆଇନ ସଚିବ ମିଶ୍ରଣ ଦଲିଲରେ ବିଷୟବସ୍ତୁ ପଢ଼ି ଶୁଣାଇଦେଲେ । ସେହିଦିନ ପ୍ରାୟ ଅଧିକାଂଶ ରାଜା ମହାରାଜା ମିଶ୍ରଣ ଦଲିଲରେ ଦସ୍ତଖତ କରିଦେଲେ । ଆଉ ଯେଉଁମାନେ ରହିଲେ ସେମାନେ ୧୫ ତାରିଖ ସକାଳେ ଦସ୍ତଖତ କରିଦେଲେ । କିନ୍ତୁ କଳାହାଣ୍ଡି ମହାରାଜା ଡେରିରେ ସର୍ବଶେଷରେ ଦସ୍ତଖତ କଲେ । ସେଥିପାଇଁ ସର୍ଦ୍ଦାର ପଟେଲଙ୍କୁ ଅପେକ୍ଷା କରିବାକୁ ପଡ଼ିିଲା । ଶେଷରେ କଳାହାଣ୍ଡି ମହାରାଜା ଅଭିଯୋଗ କଲେ କି, ମିଃ ମେନନ୍‍ (ଭାରତ ସରକାରଙ୍କ ରାଜ୍ୟ ବିଭାଗ ସଚିବ) ତାଙ୍କଠାରୁ ଜୋରକରି ମିଶ୍ରଣ ଦଲିଲରେ ଦସ୍ତଖତ କରି ନେଇଛନ୍ତି । ଏହି ଅଭିଯୋଗ ମଧ୍ୟ ଗାନ୍ଧିଜୀଙ୍କ ପାଖରେ ପହଞ୍ଚିିଥିଲା ।

ମୟୂରଭଞ୍ଜକୁ ଛାଡ଼ି ଅନ୍ୟ ୨୫ଟି ଗଡ଼ଜାତ ରାଜ୍ୟ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରିଦେଲେ । ମୟୂରଭଞ୍ଜ ଏକ ଆଦିବାସୀ ରାଜ୍ୟ ହୋଇଥିବାରୁ ସର୍ଦ୍ଦାର ପଟେଲ ମୟୂରଭଞ୍ଜ ରାଜାଙ୍କ ଇଚ୍ଛାକୁ ଅନୁମତି ଦେଲେ । ହେଲେ ଗୋଟିଏ ବର୍ଷ ଭିତରେ ମୟୂରଭଞ୍ଜରାଜା ତାଙ୍କ ସରକାରଙ୍କ କାର୍ଯ୍ୟକଳାପରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ । ରାଜ୍ୟର ପ୍ରଜାମାନେ ଭଲରେ ରହିବା ପାଇଁ ଇଚ୍ଛାକଲେ । ନିଜ ରାଜ୍ୟକୁ ଶୀଘ୍ର ଦେଶ ହାତରେ ଟେକି ଦେବାପାଇଁ ଇଚ୍ଛାପ୍ରକାଶ କଲେ । ଫଳରେ ସର୍ଦ୍ଦାର ପଟେଲ ସରକାରଙ୍କ ତରଫରୁ ପ୍ରତିନିଧି ପଠାଇ ମିଶ୍ରଣ ଦଲିଲରେ ମୟୂରଭଞ୍ଜ ରାଜାଙ୍କ ଠାରୁ ଦସ୍ତଖତ କରି ଆଣିଲେ । ୧.୧.୧୯୪୯ରେ ଭାରତ ସରକାର ମୟୂରଭଞ୍ଜକୁ ଓଡ଼ିଶା ସରକାରଙ୍କ ହାତରେ ଅର୍ପଣ କଲେ ।

ସମସ୍ତ ଗଡ଼ଜାତରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶିଲେ । ଅଧିକାଂଶ ରାଜା ସନ୍ତୋଷ ପ୍ରକାଶ କଲେ ଯେ ସର୍ଦ୍ଦାର ବଲ୍ଲଭ ଭାଇ ତାଙ୍କପାଇଁ ହାତପାଣ୍ଠି ସହ ଅନ୍ୟାନ୍ୟ ସୁବିଧା ତ‌ଥା ସୁରକ୍ଷା ବ୍ୟବସ୍ଥା କରିଦେଲେ । ଆଉ କେତେକ ଅସନ୍ତୋଷରେ କାଳକାଟିଲେ । ସେମାନେ ମିଶ୍ରଣ ଦଲିଲରେ ଦସ୍ତଖତ କରିସାରିବା ପରେ ବି 'ଇଉନିଅନ ଆନ୍ଦୋଳନ' ଷଡ଼ଯନ୍ତ୍ରରେ ଲାଗିପଡ଼ିଲେ । ଗୁପ୍ତ

ସଂଗଠନ ଜରିଆରେ ଷଢେ଼ଇକଳା, ଖରସୁଆଁ ରାଜ୍ୟରେ କାର୍ଯ୍ୟକ୍ରମ ଚାଲୁରଖିଲେ । ବିହାର ପ୍ରାଦେଶିକ ସରକାର ଚାହୁିଁଥିଲେ ଯେ, ଷଢେ଼ଇକଳା ଓ ଖରସୁଆଁ ବିହାରରେ ରହୁ । କାରଣ ଏହି ଅଂଚଳର ଅଧିକାଂଶ ହେଉଛନ୍ତି ଆଦିବାସୀ ସଂପ୍ରଦାୟର । ଭୌଗୋଳିକ ଦୃଷ୍ଟିରୁ ସିଂହଭୂମି ଜିଲ୍ଳାର ଅଧିବାସୀ । ଏହି ବିବାଦପାଇଁ ଓଡ଼ିଶା ଓ ବିହାର ମଧ୍ୟରେ ମନୋମାଳିନ୍ୟ ଦେଖାଗଲା । ଷଡ଼ଯନ୍ତ୍ରକାରୀ ରାଜାମାନେ ଏହାର ସୁଯୋଗ ନେଲେ । ଏହି ଦୁଇ ରାଜ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେଲା । ଓଡ଼ିଶା ସରକାର 'ଇଉନିଅନ୍‍ ମୁଭ୍‍ମେଣ୍ଟ'କୁ ନିଷେଧ କରିଦେଲେ । ଆଦିବାସୀମାନେ ଆନ୍ଦୋଳନ କଲେ ଯେ ଷଢ଼େଇକଳା, ଖରସୁଆଁ ବିହାରରେ ରହୁ । ଏ ଆନ୍ଦୋଳନରେ ବହୁ ଓଡ଼ିଆ ଭାଷାଭାଷୀମାନେ ମଧ୍ୟ ଅଜାଣତରେ ସାମିଲ ହୋଇଗଲେ । ଷଢେ଼ଇକଳା, ଖରସୁଆଁ ପରିସ୍ଥିତି ବହୁତ ଖରାପ ହୋଇଉଠିଲା । ଦୁଇ ରାଜ୍ୟରେ ମିଲିଟାରୀ ପ୍ରବେଶ କଲେ । ଶେଷରେ ଭାରତ ସରକାର ନିଷ୍ପତ୍ତି ନେଲେ ଯେ, ଷଢେ଼ଇକଳା ଓ ଖରସୁଆଁ ଦୁଇଟି ରାଜ୍ୟ ସିଂହଭୂମିର ଦୁଇଟି ଦ୍ୱୀପ କହିଲେ ଚଳେ । ଓଡ଼ିଶା ଓ ବିହାର ଦାବି କରୁଛନ୍ତି ନିଜ ପ୍ରଦେଶରେ ଏହି ଦୁଇ ରାଜ୍ୟକୁ ମିଶାଇବା ପାଇଁ । ଏହି ଦୁଇଟି ରାଜ୍ୟ ସିଂହଭୂମି ଜିଲ୍ଲାରେ ଥାଉ । ପରବର୍ତ୍ତୀ ସମୟରେ ସିଂହଭୂମି ଯେଉଁ ପ୍ରଦେଶରେ ରହିବ ଏହି ରାଜ୍ୟ ଦୁଇଟି ସେହି ପ୍ରଦେଶରେ ସାମିଲ୍‍ ହେବ । ପରବର୍ତ୍ତୀ ସମୟରେ ସିଂହଭୂମି ବିହାର ପ୍ରଦେଶରେ ରହିଲା । ଓଡ଼ିଶା ହରାଇଲା ଦୁଇଟି ଗଡ଼ଜାତ ରାଜ୍ୟ । ଏହା ଓଡ଼ିଶାବାସୀଙ୍କୁ ଅସୁଖୀ କଲା ।

ଭାରତ ସରକାର ତା୨୭.୭.୧୯୪୯ରେ ରାଜ୍ୟ ମିଶ୍ରଣ ବିଜ୍ଞପ୍ତି ପ୍ରକାଶ କଲେ । ଏହି ବିଜ୍ଞପ୍ତି ଭାରତର ମାନ୍ୟବର ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଓ ଶାସନ ସଚିବ ମିଃ କେ.ଭି.କେ ସୁନ୍ଦରମ୍‍ଙ୍କ ସ୍ୱାକ୍ଷରରେ ପ୍ରକାଶ ପାଇଥିଲା । ଏହି ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ ଥିଲା, କେଉଁ ଗଡ଼ଜାତ ରାଜ୍ୟଗୁଡ଼ିକ କେଉଁ ପ୍ରଦେଶରେ ସାମିଲ ହେଲା । ଏହା ବ୍ୟତୀତ ଗଡ଼ଜାତ ରାଜ୍ୟଗୁଡ଼ିକପାଇଁ ବିଧାନସଭାର କେତୋଟି ମନୋନୀତ ଆସନ ରହିବ, ଏହାର ସଭ୍ୟମାନେ କିଭଳି ମନୋନୀତ ହେବେ ଇତ୍ୟାଦି ।

ସେହି ବିଜ୍ଞପ୍ତିରେ ଓଡ଼ିଶାର ଚବିଶଟି ଗଡ଼ଜାତ ରାଜ୍ୟ ପାଇଁ ୩୧ ଜଣ ମନୋନୀତ ସଭ୍ୟ ରହିବାର ଉଲ୍ଲେଖ ଥିଲା । ଏହି ସଭ୍ୟମାନଙ୍କର ଯୋଗ୍ୟତା ଓ କିପରି ସେମାନେ ମନୋନୀତ ହେବେ, ସେ ସମ୍ପର୍କରେ ବିଶେଷ ତ‌ଥ୍ୟ ରହିିଲା । ପୂର୍ବରୁ ଓଡ଼ିଶା ପ୍ରଦେଶ ବିଧାନସଭାର ସଦସ୍ୟ ସଂଖ୍ୟା ଥିଲା ୬୦ । ଏହି ବିଜ୍ଞପ୍ତି ବଳରେ ସଦସ୍ୟ ସଂଖ୍ୟା ହେଲା ୯୧ । ନିମ୍ନମତେ ୩୧ ଜଣ ସଭ୍ୟ ମନୋନୀତ ହୋଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । ଏମାନଙ୍କୁ ନେଇ ସ୍ୱତନ୍ତ୍ର ଏକ ଆସେମ୍ଲି ଗଠିତ ହେଲା । ମୟୂରଭଞ୍ଜ-୬; ବାମଣ୍ଡା-୧; ଢେ଼ଙ୍କାନାଳ-୨; କଳାହାଣ୍ଡି-୪; ନୟାଗଡ଼-୧; ପାଟଣା-୪; ବଣେଇ, ଗାଙ୍ଗପୁର -୩; କେଉଁଝର, ନୀଳଗିରି-୪; ଆଠଗଡ଼, ବଡ଼ମ୍ବା, ଦଶପଲା୍ଲ , ହିନ୍ଦୋଳ, ଖଣ୍ଡପଡ଼ା, ନରସିଂହପୁର, ରଣପୁର, ତିଗିରିଆ, ପାଲଲହଡା ଓ ତାଳଚେର-୩; ଆଠମଲ୍ଲିକ, ବୌଦ୍ଧ, ରେଢ଼ାଖୋଲ, ସୋନପୁର-୩ ।

ବିଭିନ୍ନ ଗଡ଼ଜାତ ରାଜ୍ୟର ମନୋନୀତ ବିଧାୟକମାନେ ହେଲେ:

ମୟୂରଭଞ୍ଜ: ଲାଲମୋହନପତି, ଶରତ ଚନ୍ଦ୍ର ଦାସ, ହରିଶ ଚନ୍ଦ୍ର ଦାସ, ମାନଗୋବିନ୍ଦ ପତି, ଗୋପୀନାଥ ନାଏକ, ଶିରୀଶ ଚନ୍ଦ୍ର ଦାସ; ବାମଣ୍ଡା- ଜଳନ୍ଧର ଦେବ; ଢେଙ୍କାନାଳ- ସୁରେନ୍ଦ୍ର ମୋହନ ପଟ୍ଟନାୟକ ଓ ମହେଶ ଚନ୍ଦ୍ର ସୁବାହୁ ସିଂହ; କଳାହାଣ୍ଡି- ଉତ୍ସବାନନ୍ଦ ପ୍ରଧାନ, କାଳୀପ୍ରସାଦ ବାବୁ, ଥଟ୍ଟରାଜ ରୁଦ୍ରପ୍ରତାପ ସିଂହଦେଓ, ଗଜାନନ ନାୟକ; ନୟାଗଡ଼- ଶ୍ରୀଧର ଦାସ; ପାଟଣା- ଦିବାକର ବହିଦାର, ନିମାଇଁ ଚରଣ ପାଣିଗ୍ରାହୀ, କପିଳେଶ୍ୱର ପ୍ରସାଦ ନନ୍ଦ, କପୁରଚାନ୍ଦ ନାଏକ; ବଣାଇ- ନରହରି ଦଣ୍ଡପାଟ; ସୁନ୍ଦରଗଡ଼- ରାମଚରଣ ପଟେଲ, ଶିବନାରାୟଣ ସିଂହ ମହାପାତ୍ର; କେଉଁଝର- ମାଣିକରାମ ମହାନ୍ତ, ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ; ନୀଳଗିରି- ଶରତ ଚନ୍ଦ୍ର ମହାନ୍ତି, କୀର୍ତ୍ତନ ବିହାରୀ ମହାନ୍ତି, ଆଠଗଡ଼- ପବିତ୍ର ମୋହନ ପ୍ରଧାନ; ହିନ୍ଦୋଳ, ନରସିଂହପୁର, ଖଣ୍ଡପଡ଼ା- ରାଧନାଥ ରଥ; ରଣପୁର- ଅନ୍ତର୍ଯ୍ୟାମୀ ସାହୁ; ଆଠମଲ୍ଲିକ- ଦଶରଥ ପ୍ରଧାନ; ବଉଦ- ମୋହନ ମିଶ୍ର; ରେଢା଼ ଖୋଲ, ସୋନପୁର- ଶଶିଭୂଷଣ ପ୍ରଧାନ ।

ଏମାନଙ୍କ ବ୍ୟତୀତ ରାଜ୍ୟର ପ୍ରଧାନମନ୍ତ୍ରୀ, ଜଣେ ମୁଖ୍ୟପ୍ରଶାସକ, ସ୍ୱତନ୍ତ୍ର କମିଶନର ଓ ଅନ୍ୟ ଜଣେ ସଚିବ ଏକ୍‍ସ- ଅଫିସିଓ ସଦସ୍ୟ ରହିଲେ । ଏହା ଷ୍ଟେଟ ଆସେମ୍ବ୍ଲି ନାମରେ କାର୍ଯ୍ୟ କଲା । ଏହା ଏକ ସ୍ୱତନ୍ତ୍ର ବିଧାନସଭାର ମାନ୍ୟତା ଲାଭକଲା ।

***
ଅଷ୍ଟମ ପରିଚ୍ଛେଦ
ହରେକୃଷ୍ଣ ଦିଲ୍ଲୀ ଗଲେ,
ନବକୃଷ୍ଣ ମୁଖ୍ୟମନ୍ତ୍ରୀ ହେଲେ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଦିଲ୍ଲୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ଓ ତାଙ୍କ ସ୍ଥାନରେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ ଆଲୋଚନା କରିବା ପୂର୍ବରୁ ସେ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ମହତାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପ୍ରସଙ୍ଗ ଏଠାରେ ପ୍ରଥମେ ଆଲୋଚନା କଲେ ପ୍ରାସଙ୍ଗିକ ହେବ ।

ଓଡ଼ିଶା ପାଇଁ ତାଙ୍କର ଆବଶ୍ୟକତା ଥିବା ସମୟରେ ନବବାବୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ନିଜର ଇସ୍ତଫା ସମ୍ପର୍କରେ ନବବାବୁ କହନ୍ତି-

"ଆମେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯାହା ଭାବି ଚାଲିିଥିଲୁ, ମୁଁ ଦେଖିଲି ମନ୍ତ୍ରିମଣ୍ଡଳର ସେ ଆଭିମୁଖ୍ୟ ରହିପାରିଲା ନାହିଁ । ବରଂ ଓଲଟା ହେଲା । ତେଣୁ ଲୋକଙ୍କ ସହିତ କିଛି ସମ୍ପର୍କ ରହିଲା ନାହିଁ । ସବୁ ମୂଳରେ ଲୋକ । ସେମାନେ ଯଦି ତାଙ୍କ ବଳ ଅନୁଭବ ନ କରନ୍ତି, ସେମାନେ ଯଦି ନ ଭାବନ୍ତି ଯେ ସେମାନେ ହିଁ ମୂଳ ତେବେ ସ୍ୱରାଜ୍ୟ ଆଉ କ'ଣ ହେଲା ? ସେତିକିବେଳେ ଠିକ୍‍ ଗାନ୍ଧିଙ୍କର ହତ୍ୟା ଓ ମୋ ପୁଅର ମୃତ୍ୟୁ ଏକ ସଙ୍ଗରେ ହେଲା । ମୁଁ ଭାରି ବିବ୍ରତ ହୋଇପଡ଼ିଲି । ତାହାରି ଭିତରେ ରାଜନୀତି ପ୍ରତି ଗୋଟିଏ dilillusionment ମଧ୍ୟ ଅତି ତୀବ୍ର ହେଉଥାଏ । ମୋର ଧାରଣା ହେଲା ଯେ ଆମର ରାଜନୀତିରେ ରହିବାଟା ଭୁଲ୍‍ । ତେଣୁ ୧୯୪୮ରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ମୌଳିକ ଶିକ୍ଷା ଦାୟିତ୍ୱରେ ରହିଲି ।" (ନବବାବୁଙ୍କ ସହ ଏକ ସାକ୍ଷାତକାରରୁ ଉଦ୍ଧୃତ- 'ଶ୍ରଦ୍ଧାଞ୍ଜଳି')

ବାସ୍ତବରେ ନବବାବୁଙ୍କର ଏକମାତ୍ର ପୁତ୍ର ବିନୟ ଚୌଧୁରୀ । ଡାକନାମ 'କାଲୁ' । ସେ ଥିଲେ ଜଣେ ଆଦର୍ଶଗୁଣସମ୍ପନ୍ନ ବାଳକ । ବୟସ ସେତେବେଳକୁ ୧୭ ବର୍ଷ । ତରୁଣ । ରେଭେନ୍‌ସା

କଲେଜର ପ୍ରଥମ ବର୍ଷ ବିଜ୍ଞାନ ଶ୍ରେଣୀର ଛାତ୍ର । ସେ ଥିଲେ ଅସାଧାରଣ ଶକ୍ତିସଂପନ୍ନ । ମନ୍ତ୍ରୀଙ୍କର ପୁଅ; ମା ଜଣେ ବିଶିଷ୍ଟ ନାରୀନେତ୍ରୀ- ମାଳତୀ ଦେବୀ ଚୌଧୁରୀ । କିନ୍ତୁ ସେ କଟକ ସହରରେ ସାଇକେଲରେ ବୁଲି 'କୃଷକ' ଖବର କାଗଜ ବିକ୍ରୀ କରୁଥିଲେ । କଟକରେ ସୋସାଲିଷ୍ଟ ପାର୍ଟି ଉଦ୍ୟମରେ ମେହେନ୍ତର ସଂଗଠନ କରାଗଲା । ସେ ହେଲେ ଏହାର ମୁଖ୍ୟ ଉଦ୍ୟୋକ୍ତା । ଛାତ୍ର ଓ ଯୁବଶକ୍ତିକୁ ଆକର୍ଷଣ କରିବା ପାଇଁ ତାଙ୍କ ପାଖରେ ଥିଲା ଅସୀମ ଶକ୍ତି । ତାଙ୍କ ପାଇଁ ଥିଲା ଏକ ଉଜ୍ଜ୍ୱଳ ଭବିଷ୍ୟତ । ହେଲେ ସେ ପୋଟାସିୟମ ଫେରୋସାଏନାଇଡ୍‍ ଖାଇ ଆତ୍ମହତ୍ୟା କଲେ । କାରଣ କ'ଣ କେହି ଜାଣିପାରିଲେ ନାହିଁ । ଏକମାତ୍ର ପୁତ୍ରର ଆତ୍ମହତ୍ୟା ଘଟଣାରେ ନବବାବୁ ଓ ମାଳତୀ ଦେବୀ ମ୍ରିୟମାଣ ହୋଇ ପଡିବା ସ୍ୱାଭାବିକ । ଫଳରେ ସେ ଇସ୍ତଫା ଦେଇ ଚାଲିଗଲେ ଅନୁଗୁଳକୁ । କିନ୍ତୁ ଜମିଜମା କମିଟିର ସଭାପତି ଭାବରେ କାର୍ଯ୍ୟ କଲେ । ୧୯୪୯ ମସିହା ଜୁଲାଇ ମାସରେ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କଲେ ।

ନବବାବୁଙ୍କ ଇସ୍ତଫାର କାରଣ ସମ୍ପର୍କରେ ହରେକୃଷ୍ଣ ମହତାବ ମଧ୍ୟ ସନ୍ଦିଗ୍ଧ ଥିଲେ । ମହତାବବାବୁ ନବ ବାବୁଙ୍କ ଇସ୍ତଫା ସମ୍ପର୍କରେ କହନ୍ତି-

"୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ଅବଶ୍ୟ ତାଙ୍କର ଏକମାତ୍ର ପୁତ୍ରର ଆତ୍ମହତ୍ୟା ଏଇ ଇସ୍ତଫାର କାରଣ ଥିଲା ବୋଲି ସେ କହିଲେ ଓ ଆମେ ବିଶ୍ୱାସ କଲୁ । କିନ୍ତୁ ମୋ ମନର ଏକ କୋଣରେ ପ୍ରଚ୍ଛନ୍ନ ସନ୍ଦେହ ରହିଗଲା ଯେ, ସେ ମନ୍ତ୍ରିମଣ୍ଡଳରେ ସୁସ୍ଥ ଅନୁଭବ କଲେନାହିଁ । ଯେଉଁମାନଙ୍କ ସହ କଂଗ୍ରେସ ସମାଜବାଦୀ ଦଳ ଗଠନ, ଗଡ଼ଜାତ ଆନ୍ଦୋଳନ ଇତ୍ୟାଦି କରି ଆସିିଥିଲେ, ସେମାନେ ମୋଠାରୁ ନିଜକୁ ଅଲଗା କରିନେଇଥିଲେ ଯଥା: ମାଳତୀ ଦେବୀ, ସାରଙ୍ଗଧର ବାବୁ ଇତ୍ୟାଦି । ସମସ୍ତଙ୍କୁ ସବୁ କଥା ପଚାରି ବୁଝାଇ ଏକମତ କରାଇ ହୁଏତ ମୁଁ କରିପାରିଲି ନାହିଁ ।" (ସାଧନାର ପଥେ...)

ପୁତ୍ର ବିୟୋଗରେ ନବବାବୁ ଅତି ଦୁଃଖରେ କାଳାତିପାତ କରୁଥିଲେ । ତାଙ୍କୁ କୌଣସି କାର୍ଯ୍ୟରେ ନିଯୁକ୍ତି ଦେଲେ ଅବଶ୍ୟ ତାଙ୍କର ଏଇ ଦୁଃଖ ଲାଘବ ହୋଇଯିବ ଭାବି ସେବାଗ୍ରାମର ମୌଳିକ ଶିକ୍ଷା କଥା ବୁଝୁଥିବା ଆର୍ଯ୍ୟ ନାୟକମ ଓ ଆଶାଦେବୀ ଚିନ୍ତା କଲେ । ସେମାନେ ଦି' ଜଣଯାକ ଥିଲେ ନବବାବୁ ଓ ମାଳତୀ ଦେବୀଙ୍କର ଘନିଷ୍ଠ ବନ୍ଧୁ । ନବବାବୁଙ୍କୁ ଓଡ଼ିଶା ପାଇଁ ମୌଳିକ ଶିକ୍ଷା ସଂଗଠକ ଦାୟିତ୍ୱ ଦେବା ନିମନ୍ତେ ଆର୍ଯ୍ୟ ନାୟକମ୍‍ ଓ ଆଶାଦେବୀ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବରେ ଓଡ଼ିଶା ସରକାର ଓ ନବବାବୁ ସମ୍ମତି ପ୍ରଦାନ କଲେ । ଫଳରେ ନବବାବୁଙ୍କୁ ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେବାପାଇଁ ପଡ଼ିଲା । ସେ ନିର୍ବାଚିତ ହୋଇଥିବା ଉତ୍ତର କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । (ଅନିର୍ବାଣ)

ନବବାବୁ ଅନୁଗୁଳରେ ରହୁଥିବାରୁ ମୌଳିକ ଶିକ୍ଷା ସଂଗଠକଙ୍କ ଅଫିସ୍‍ ଅନୁଗୁଳରେ ଖୋଲିଲା । ସେ ସାଇକେଲରେ ଯିବା ଆସିବା କରି ବିଦ୍ୟାଳୟ ପରିଦର୍ଶନ କଲେ । କିଛି ଦିନ ପରେ ତାଙ୍କୁ ଏକ ଜିପ୍‍ ଗାଡ଼ି ମିଳିଲା । ନବବାବୁ ସରକାରୀ ଚାକିରିଆ ହୋଇଗଲେ । ଏହି

ସମୟରେ ମହତାବ ବାବୁଙ୍କୁ କେନ୍ଦ୍ର କ୍ୟାବିନେଟ୍‍କୁ ମନ୍ତ୍ରୀ କରିନେବା ପାଇଁ ନେହେରୁଙ୍କ ପ୍ରଚେଷ୍ଟା ଚାଲିଲା ବୋଲି ନବବାବୁ କହନ୍ତି । (ଶ୍ରଦ୍ଧାଞ୍ଜଳି)

ରାଜ୍ୟପାଳ ଡକ୍ଟର କୈଳାସ ନାଥ କାଟ୍‍ଜୁଙ୍କର ପଶ୍ଚିମବଙ୍ଗ ରାଜ୍ୟପାଳ ଭାବରେ ବଦଳି ହୋଇଗଲା । ସେ ୧୯୪୮ ମସିହା ଜୁନ୍‍ ୨୦ ତାରିଖରେ ଓଡ଼ିଶାରୁ ବିଦାୟ ନେଇ ଚାଲିଗଲେ । ତାଙ୍କ ସ୍ଥାନରେ ଏମ୍‍. ଆସଫ୍‍ ଅଲ୍ଲୀ ଓଡ଼ିଶାକୁ ରାଜ୍ୟପାଳ ହୋଇ ଆସିଲେ ।

ଡଃ କୈଳାସ ନାଥ କାଟ୍‍ଜୁଙ୍କ ସମ୍ପର୍କରେ କିଛି ଏଠାରେ ଉଲ୍ଲେଖ କରିବା ଆବଶ୍ୟକ: ଡକ୍ଟର କାଟ୍‍ଜୁ ଥିଲେ ଜଣେ ନୀତିନିଷ୍ଠ, ଦୃଢ଼ମନା ଓ କଠୋର ବ୍ୟକ୍ତି । ଦୁର୍ବଳ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ ତାଙ୍କ ହୃଦୟ ଥିଲା ସଦା ବିହ୍ୱଳିତ । ସେ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଦକ୍ଷ ପ୍ରଶାସକ ଓ ଜଣେ ଦକ୍ଷ ମନ୍ତ୍ରୀ । ୧୮୮୭ ମସିହା ଜୁନ୍‍ ୧୭ ତାରିଖରେ ସେ ଉତ୍ତର ଭାରତର ଜାଓରା ନାମକ ଏକ ଅବହେଳିତ ଗଡ଼ଜାତ ରାଜ୍ୟରେ ଜନ୍ମଗ୍ରହଣ କରିିଥିଲେ । ତାଙ୍କ ପରିବାରରେ ସେ ଥିଲେ ପ୍ରଥମ ଇଂରାଜୀ ପଢ଼ୁଆ ବ୍ୟକ୍ତି । ତାଙ୍କ ପିତା ଥିଲେ ସେହି ରାଜ୍ୟର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ୧୯୦୦ ମସିହାରେ ସେ ଜାଓରାରୁ ଶିକ୍ଷା ସମାପନ କରି ୧୯୦୫ ଫର୍ମାନ୍‍ ଖ୍ରୀଷ୍ଟିୟାନ୍‍ କଲେଜରୁ ବି.ଏ. ପାସ୍‍ କଲେ । ତା'ପରେ ସେ ଏହ୍ଲାବାଦର ମୁର୍‍ ସେଣ୍ଟ୍ରାଲ୍‍ କଲେଜରେ ନାମ ଲେଖାଇଲେ ଆଇନ ଅଧ୍ୟୟନ କରିବା ପାଇଁ । ସେଠାରେ ସେ ହିନ୍ଦୁ ହଷ୍ଟେଲର ସଭ୍ୟ ହୋଇ ଏଲ୍‍.ଏଲ୍‍.ବି ଶ୍ରେଣୀରେ ନାମ ଲେଖାଇଲେ । ୧୯୦୭ରେ ଏଲ. ଏଲ. ବି ପାସ୍‍ କଲେ ପ୍ରାଦେଶିକ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି । ୧୯୦୮ ମସିହାରେ ସେ ଏହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍‍.ଏ. ପାସ୍‍ କରି ଜନ୍ମସ୍ଥାନ ଜାଓରାକୁ ପ୍ରତ୍ୟାବର୍ତ୍ତନ କଲେ ।

ଏହିପରି ଭାବରେ ସେ ଉଚ୍ଚଶିକ୍ଷା ଲାଭ କରି କୌଣସି ସ୍ଥାନରେ ଚାକିରି ଖଣ୍ଡିଏ ପାଇବା ଇଚ୍ଛାରେ ଅପେକ୍ଷା କରି ରହିଲେ । ଶେଷରେ ୧୯୦୮ ମସିହାରେ ସେ କାନ୍‍ପୁର ଚାଲିଯାଇ ସେଠାରେ ଆଇନ୍‍ ବ୍ୟବସାୟ ଆରମ୍ଭ କଲେ । ୧୯୧୪ ମସିହାରେ କାନପୁର ତ୍ୟାଗ କରି ଏହ୍ଲାବାଦ ଯାଇ ସେଠାରେ ଓକିଲାତି କଲେ । ଏଠାରେ ତାଙ୍କର ଖ୍ୟାତି ଦିନକୁ ଦିନ ବଢ଼ିବାରେ ଲାଗିଲା । ସେ ରାଜନୀତି ପ୍ରତି ଆଗ୍ରହୀ ହେଲେ । ର।ଜନୀତିରେ ଯୋଗଦାନ କରି ଉତ୍ତରପ୍ରଦେଶର ତତ୍‍କାଳୀନ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ମନ୍ତ୍ରିମଣ୍ଡଳରେ ଆଇନ୍‍ ଓ ବିଚାର ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ ନିର୍ବାହ କଲେ । ଦ୍ୱିତୀୟ ମହାଯୁଦ୍ଧ ପରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କଲେ । ଫଳରେ ସେ ବ୍ରିଟିଶ ସରକାର ହାତରେ ବନ୍ଦୀ ହେଲେ । ୧୯୪୩ ମସିହାରେ ସେ ଖଲାସ ହୋଇ ପୁନର୍ବାର ନିଜର ଆଇନ ବ୍ୟବସାୟରେ ମନନିବେଶ କଲେ । ୧୯୪୬ ମସିହାରେ ସେ ପୁନର୍ବାର ସ୍ୱାଧୀନତା ପୂର୍ବବର୍ତ୍ତୀ ପ୍ରାଦେଶିକ ସରକାରରେ ଯୋଗଦେଇ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ । ଦେଶ ସ୍ୱାଧୀନ ହେଲା । ସେ ଓଡ଼ିଶାର ରାଜ୍ୟପାଳ ଭାବରେ ୧୫.୮.୧୯୪୭ରେ ଯୋଗଦାନ କରି ୨୦.୬.୧୯୪୮ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ବଦଳି ହୋଇଗଲେ । ଏହା

ପରେ ସେ କେନ୍ଦ୍ର ମନ୍ତ୍ରିପରିଷଦରେ ଯୋଗଦାନ କରି ଘରୋଇ, ଆଇନ୍‍ ଓ ବୈଦେଶିକ ବିଭାଗର ଦାୟିତ୍ୱରେ ରହିଲେ । କିଛି ଦିନପାଇଁ ମଧ୍ୟ ସେ ଦେଶରକ୍ଷା ବିଭାଗ ଦାୟିତ୍ୱରେ ଥିଲେ । ଏହା ପରେ କିଛି ଦିନ ପାଇଁ ମଧ୍ୟ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ । ଏହି ପଦବୀରୁ ଅବ୍ୟାହତି ନେବା ପରେ ସେ ଏହ୍ଲାବାଦ ଚାଲିଆସି ଜୀବନର ଶେଷଭାଗ ଅତିବାହିତ କରିଥିଲେ । ୧୯୬୮ ମସିହା ଫେବ୍ରୁଆରି ମାସରେ ତାଙ୍କର ମୃତ୍ୟୁ ହେଲା ।

ଓଡ଼ିଶାର ପ୍ରାଦେଶିକ ବିଧାନସଭା ପାଇଁ ୧୯୪୬ ମସିହାରେ ଅନୁଷ୍ଠିତ ନିର୍ବାଚନରେ ୫୬ ଜଣ ସଭ୍ୟ ନିର୍ବାଚିତ ହୋଇଥିଲେ ଓ ୪ ଜଣ ସଭ୍ୟ ମନୋନୀତ ହୋଇଥିଲେ । ଏହିପରି ଥିଲେ ୬୦ ଜଣ ସଭ୍ୟ । ଓଡ଼ିଶା ପ୍ରଦେଶରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଘଟିବାରୁ ୩୧ ଜଣ ସଭ୍ୟ ମନୋନୀତ ହୋଇଆସିଲେ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା । ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ହେଲା ୯୧ । ଏହି ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ୧୯୪୯ ମସିହା ଅକ୍ଟୋବର ମାସର ୧୦ ରୁ ୧୨ ତାରିଖ ଯାଏ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏମ୍‍. ଆସଫ୍ଅଲ୍ଲୀ ଅଧିବେଶନରେ ଉଦ୍‍ବୋଧନ ଦେଇଥିଲେ । ଏହା ଥିଲା ନୂଆ ରାଜଧାନୀ ଭୁବନେଶ୍ୱରଠାରେ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ।

ଏହି ସମୟରେ କେନ୍ଦ୍ରରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେଲା । ସେଥିପାଇଁ ଗୋଟିଏ କାର୍ଯ୍ୟକାରୀ ସଂସଦ ଗଠନ କରାଗଲା । ଏଥିପାଇଁ ଓଡ଼ିଶାର ପ୍ରତିନିଧି ଥିଲେ- ବିଶ୍ୱନାଥ ଦାସ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, କୁଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ବିଜୟ କୁମାର ପାଣି, ଜଗନ୍ନାଥ ଦାସ, ଜଗନ୍ନାଥ ମିଶ୍ର, ମୌଲବୀ ମହମ୍ମଦ ହନିଫ୍‍, ମୋତିଲାଲ ପଣ୍ଡିତ, ମହେଶ୍ୱର ନାୟକ, ଯୁଧିଷ୍ଠିର ମିଶ୍ର, ସାରଙ୍ଗଧର ଦାସ, ଏନ୍‍.ମାଧବ ରାଓ ଓ ଲାଲା ରାଜ କନଓ୍ୱାର ।

ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ କେନ୍ଦ୍ରକୁ ନେଇଯିବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରିନେଲେ । ଏହାର କେତେଗୁଡ଼ିଏ କାରଣ ଥିଲା । ସେଗୁଡ଼ିକ ହେଲା:

ହରେକୃଷ୍ଣ ମହତାବ ଅହମ୍ମଦ ନଗର ଫୋର୍ଟରେ ବନ୍ଦୀ ଥିଲେ । ସେଠାରେ ତାଙ୍କ ସହ ଥିଲେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମୌଲାନା ଅବୁଲ କାଲାମ୍‍ ଆଜାଦ୍‍ ଆଦି ବିଶିଷ୍ଟ ନେତୃବର୍ଗ । ଏମାନେ ଦୀର୍ଘ ତିନିବର୍ଷରୁ ଅଧିକ କାଳ ଏହି ଜେଲ୍‍ରେ ବନ୍ଦୀ ହୋଇ ରହିିଥିଲେ । ସେମାନେ ପରସ୍ପର ମଧ୍ୟରେ ନିବିଡ଼ ବନ୍ଧୁତାରେ ଛନ୍ଦି ହୋଇଯାଇଥିଲେ । ଦେଶ ସ୍ୱାଧୀନ ହେବା ପରେ ନେହେରୁ, ପଟେଲ ଓ ଆଜାଦ୍‍ ଶାସନର ଶୀର୍ଷ ସ୍ଥାନରେ ରହିଲେ । ଏମାନଙ୍କର ମହତାବଙ୍କ ସହ ଉତ୍ତମ ସମ୍ପର୍କ ଥିଲା । ମହତାବଙ୍କର ଜ୍ଞାନ, ଗୁଣ, ଗାରିମା ଓ ପାଣ୍ଡିତ୍ୟ ସମ୍ପର୍କରେ ସେମାନେ ଥିଲେ ଖୁବ୍‍ ସଚେତନ ।

୧୯୪୬ ମସିହା ପ୍ରାଦେଶିକ ନିର୍ବାଚନରେ ଓଡ଼ିଶାରେ କଂଗେସ ଦଳର ବିପୁଳ ବିଜୟ ହୋଇଥାଏ । ତା'ପରେ ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ପରେ ମହତାବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ‌ଥା ତାଙ୍କ ବୁଦ୍ଧି ଓ କୌଶଳ ପ୍ରୟୋଗଦ୍ୱାରା ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ସର୍ବ ପ୍ରଥମେ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଘଟିଲା । ଏହା ଭାରତର ସର୍ବପ୍ରଥମ ଘଟଣା । ଯାହା ଫଳରେ କି ସର୍ଦ୍ଦାର ପଟେଲ କହିିଲେ "ଓଡ଼ିଶାରେ ମହତାବ ଆଜି ଯାହା ଚିନ୍ତା କରୁଛନ୍ତି ଭାରତ ତାହା ଆସନ୍ତା କାଲି ଚିନ୍ତା କରୁଛି ।" ଓଡ଼ିଶାର ଗଡ଼ଜାତ ମିଶ୍ରଣ ଦେଶର ଅନ୍ୟ ଦେଶୀୟ ଗଡ଼ଜାତ ମିଶ୍ରଣପାଇଁ ବାଟ ଦେଖେଇଲା । ସର୍ଦ୍ଦାର ପଟେଲଙ୍କର ଏପରି ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ମହତାବଙ୍କୁ ଶୀର୍ଷ ସ୍ଥାନକୁ ଉଠାଇ ନେଲା । ସାରା ଭାରତରେ ମହତାବଙ୍କର ପ୍ରଶଂସା ଖେଳିଗଲା ।

୧୯୫୦ ମସିହାରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓଡ଼ିଶା ଭ୍ରମଣରେ ଆସି ଥାଆନ୍ତି । ତାଙ୍କ ସହ ଆସି ଥାଆନ୍ତି ଭାରତର ଶେଷ ଇଂରେଜ ବଡଲାଟ୍‍ ମାଉଣ୍ଟବ୍ୟାଟେନ୍‌ଙ୍କ ଧର୍ମ ପତ୍ନୀ ଲେଡି ଏଡ୍‍‌ୱିନା ମାଉଣ୍ଟବ୍ୟାଟେନ୍‍ । ସେତେବେଳେ ନେହେରୁଙ୍କର ଲେଡ଼ି ମାଉଣ୍ଟ୍‍ବ୍ୟାଟେନ୍‍ଙ୍କ ସହ ଘନିଷ୍ଠ ସମ୍ପର୍କ ରହିିଥିବା କଥା ଚାରିଆଡେ଼ ପ୍ରଚାର ହୋଇଯାଇଥିଲା । ଲେଡି ମାଉଣ୍ଟବ୍ୟାଟେନ୍‍ କୋଣାର୍କ ବୁଲିବା ସମୟରେ ତାଙ୍କ ସହ ଥିଲେ ପଣ୍ଡିତ ନେହେରୁ । ପାଖରେ ଉପସ୍ଥିତ ଥିଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଓ ମାନ୍ୟବର ରାଜ୍ୟପାଳ ଆସଫ୍‍ ଅଲ୍ଲୀ । ସେହି ସମୟରେ ଲେଡି ମାଉଣ୍ଟବ୍ୟାଟେନ୍‍ ନେହେରୁଙ୍କୁ କହିିଲେ, "ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିଙ୍କୁ ଗୋଟିଏ ରାଜ୍ୟର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାନ ନ କରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ଉଚିତ ।" ପଣ୍ଡିତ ନେହେରୁ ଏଥିରେ ଏକମତ ହୋଇ ସମ୍ମତି ପ୍ରଦାନ କଲେ ।

ମହତାବଙ୍କ ଜାଗାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ? ଏଥିପାଇଁ ଚିନ୍ତା ପଡ଼ିଲା । ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନ୍‍ଗୋ ଓ ନବକୃଷ୍ଣ ଚୌଧୁରୀଙ୍କ ନାମ ନେହେରୁଙ୍କୁ କୁହାଗଲା । ହେଲେ ନେହେରୁଙ୍କର ବିଶ୍ୱନାଥ ଦାସଙ୍କ ପ୍ରତି ଆନ୍ତରିକତା ନଥାଏ । ଏଣେ ନିତ୍ୟାନନ୍ଦ କାନୁନ୍‍ଗୋଙ୍କୁ ମହତାବ ଭଲ ପାଉନଥାନ୍ତି । ମହତାବଜୀ ଠିକ୍‍ କଲେ ଯେ ନବବାବୁ ମୁଖ୍ୟମନ୍ତ୍ରୀ ହେଲେ ଖୁବ୍‍ ଭଲ ହେବ । କାରଣ ସେ କୂଟନୀତିର ଧାର ଧାରନ୍ତି ନାହିଁ । ଯେତେବେଳେ କହିଲେ ନବବାବୁ ପଦ ଛାଡ଼ିଦେବେ ଓ ସେ ଅନାୟସରେ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଆଦୌ ରାଜି ହେଲେ ନାହିଁ । ଏହି ସମୟରେ ଦିନେ ବନମାଳୀ ପଟ୍ଟନାୟକ ନବବାବୁଙ୍କୁ ଆସି କହିଲେ, ପୁରୀ ଯାଇ ପଣ୍ଡିତ ନେହେରୁଙ୍କ ସାଙ୍ଗରେ କଥା ହେବା ପାଇଁ ମହତାବ କହିଛନ୍ତି । ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି । ନବବାବୁ ପୁରୀ ଯାଇ ପଣ୍ଡିତ ନେହେରୁଙ୍କ ସହ ସାକ୍ଷାତ କଲେ । ସେତେବେଳେ ଲେଡି ମାଉଣ୍ଟବ୍ୟାଟେନ୍‍ ତାଙ୍କ ପାଖରେ ଉପସ୍ଥିତ ଥାନ୍ତି । ପଣ୍ଡିତ ନେହେରୁ ନବବାବୁଙ୍କୁ କହିଲେ, "ତୁମେ ଭଲ କାମ କରୁଛ । ଆମ ଦେଶ ପାଇଁ କାମ ମଧ୍ୟ କରିବାକୁ ହେବ ।" ଏପରି ଦୁଇ ଜଣଙ୍କ ମଧ୍ୟରେ ଅନେକ ଆଲୋଚନା ହେଲା । ଅନିଚ୍ଛା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହେବାପାଇଁ ନବବାବୁ ରାଜି ହୋଇଗଲେ ।

ନବବାବୁ କହନ୍ତି- "ଏହି ରାଜି ହେବାଟା ଗୋଟାଏ Illusion weakness ହେଲା ବୋଧହୁଏ । ମୁଁ ଭାବିଲି, କ୍ଷମତା ବାହାରେ ରହି କିଛି କରିହେଉନି । କ୍ଷମତା ଭିତରେ ରହିଲେ ବୋଧହୁଏ କରିହେବ । ସେହି ସମୟରେ ଦୁଇ ତିନିଟା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା, କଂଗ୍ରେସ କର୍ମୀମାନେ ହାରିଗଲେ ।(ଶ୍ରଦ୍ଧାଞ୍ଜଳି)

ଏହା ପରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ ପାଇଁ । ମହତାବବାବୁ କେନ୍ଦ୍ରକୁ ଯାଉଛନ୍ତି ଜାଣି ଓଡ଼ିଶାର ବୁଦ୍ଧିଜୀବୀ, ନେତୃବର୍ଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । କେତେକ କହିଲେ, ମହତାବ ବାବୁ କେନ୍ଦ୍ରକୁ ଗଲେ ଓଡ଼ିଶାର ଗୌରବ ବୃଦ୍ଧିପାଇବ । ଆଉ କେତେକ ଏହାକୁ ନାପସନ୍ଦ କଲେ । ଯାହାହେଉ ଶେଷରେ ମହତାବ ବାବୁ ଚିଠି ଲେଖି ତାଙ୍କର ସମ୍ମତି ପଣ୍ଡିତ ନେହେରୁଙ୍କୁ ଜଣାଇ ଦେଲେ କେନ୍ଦ୍ର କ୍ୟାବିନେଟ୍‍ରେ ଯୋଗଦେବା ପାଇଁ ।

କେନ୍ଦ୍ରରେ ଗଠିତ ହୋଇଥାଏ ମଧ୍ୟବର୍ତ୍ତୀକାଳୀନ ସରକାର । ଏହା କାର୍ଯ୍ୟ କରିବ ୧୯୫୦-୫୨ ଯାଏ, ଅର୍ଥାତ୍ ପ୍ରଥମ ସାଧାରଣ ନିର୍ବାଚନ ହେବା ଯାଏ । ମହତାବବାବୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ କରି ପୂର୍ବ ଭଦ୍ରକ ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ତାଙ୍କ ପାଇଁ କାର୍ଯ୍ୟକାରୀ ସଂସଦରେ ଥିବା ଓଡ଼ିଶା ପ୍ରତିନିଧି ମୋତିଲାଲ ପଣ୍ଡିତ ସ୍ଥାନ ଖାଲି କରିଦେଲେ । ହରେକୃଷ୍ଣ ମହତାବ ମୋତିଲାଲ ପଣ୍ଡିତଙ୍କ ସ୍ଥାନରେ ୧୯୫୧ରେ ନିର୍ବାଚିତ ହୋଇ କାର୍ଯ୍ୟକାରୀ ସଂସଦର ସଭ୍ୟ ହେଲେ । ହରେକୃଷ୍ଣ ମହତାବ ହେଲେ କେନ୍ଦ୍ର କ୍ୟାବିନେଟ୍‍ରେ ଶିଳ୍ପ ଓ ଯୋଗାଣ ବିଭାଗ ମନ୍ତ୍ରୀ ।

୧୨.୫.୧୯୫୦ ତାରିଖରେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ମହତାବବାବୁ ଇସ୍ତଫା ଦେଇଥିବା ପୂର୍ବ ଭଦ୍ରକ ବିଧାନସଭା ଆସନରୁ ଉପନିର୍ବାଚନ ଜରିଆରେ ଓଡ଼ିଶାର ବିଧାନସଭାକୁ ସେ ନିର୍ବାଚିତ ହେଲେ ।

ହରେକୃଷ୍ଣ ମହତାବ ସେତେବେଳେ କେନ୍ଦ୍ରକୁ ଯିବା ଉପରେ ନବକୃଷ୍ଣ ଚୌଧୁରୀ ପରବର୍ତ୍ତୀ ସମୟରେ ବିଶ୍ଲେଷଣ କରି ନିଜସ୍ୱ ମତ ପୋଷଣ କରି କହନ୍ତି-

"ସେ ସବୁର ବିଶ୍ଲେଷଣ ଆମେ ଏବେ ବୁଝୁଛୁ ଯେ That was a very deep game. ଏହା ଅଭିସନ୍ଧିମୂଳକ ଥିଲା । ଯେଉଁମାନେ ଚିନ୍ତା ଜଗତରେ ନେହେରୁଙ୍କର ବିରୋଧୀ ଥିଲେ, ଆର୍ଥାତ୍ ମହାତ୍ମା ଗାନ୍ଧୀଙ୍କ ପରି ଭାବୁଥିଲେ, ସେ ତାର ଓଲଟା ଭାବୁଥିଲେ । ସେହିମାନଙ୍କ ଭିତରୁ ଯେଉଁମାନେ ପ୍ରଧାନ (Prominent) ଲୋକ ଥିଲେ ସେମାନଙ୍କୁ ପାଲରେ ପକାଇବା ପାଇଁ ନେହେରୁ ଚକ୍ରାନ୍ତ କରୁଥିଲେ । ମହତାବବାବୁ ଥିଲେ କାର୍ଯ୍ୟକାରୀ କମିଟି (Working Committee)ର ସଭ୍ୟ । ଏହି କାର୍ଯ୍ୟକାରୀ କମିଟିରେ ଯେଉଁ ଭୋଟିଙ୍ଗ ଇତ୍ୟାଦି ହୁଏ ମହତାବବାବୁ ଓ ଅନ୍ୟ କେତେଜଣ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ସମର୍ଥନ କରୁଥିଲେ । ମହତାବବାବୁଙ୍କର ଖୁବ୍‍ ମହତ୍ତ୍ୱ ଥିଲା । ତେଣୁ ନେହେରୁ ମୂଳରୁ ଦେଖିଲେ, 'ଏ ଲୋକମାନଙ୍କୁ ନିଜ ଆଡ଼କୁ ନେବାକୁ ହେବ ।' ମହତାବବାବୁ ଚକ୍ରାନ୍ତର ଶିକାର ହେଲେ । ସେଠାକୁ ଯାଇ ସେ ଗୋଳମାଳରେ ପଡ଼ିଗଲେ । (ଶ୍ରଦ୍ଧାଞ୍ଜଳି)

ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାରେ ତାଙ୍କର ଧର୍ମପତ୍ନୀ ମାଳତୀଦେବୀ ଆଦୌ ଖୁସି ନ ଥିଲେ । ସେ ବିରକ୍ତି ପ୍ରକାଶ କରି କହିିଲେ, "ନବବାବୁ ଯଦି ଶାସନ କ୍ଷେତ୍ରକୁ ଫେରି ଯାଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି; ଏପରିକି ସେ ଯଦି ପୁଣି ବିବାହ କରନ୍ତି ମୋର ବି ଆପତ୍ତି ନାହିଁ ।" (ଅନିର୍ବାଣ)

* * *
ନବମ ପରିଚ୍ଛେଦ
ରାଜ୍ୟପାଳ ଆସଫ୍‍ ଅଲି, ହାଇକୋର୍ଟ
ପ୍ରତିଷ୍ଠା ଓ ପ୍ରଥମ ସ୍ୱାଧୀନତା ଦିବସ

ନବକୃଷ୍ଣ ଚୌଧୁରୀଙ୍କ ଶାସନ ସମ୍ପର୍କରେ ଆଲୋକପାତ କରିବା ପୂର୍ବରୁ ଓଡ଼ିଶାର ଅନ୍ୟ କେତୋଟି ପ୍ରମୁଖ ଘଟଣା ଉଲ୍ଲେଖ କରିବା ଆବଶ୍ୟକ । ତାହା ମଧ୍ୟରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ଦ୍ୱିତୀୟ ରାଜ୍ୟପାଳ ମାନ୍ୟବର ଆସଫ୍‍ ଅଲିଙ୍କ ସଂକ୍ଷିପ୍ତ ଜୀବନୀ, ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଓ ରାଜଧାନୀ କଟକ ସହିତ କେତେକ ଗଡ଼ଜାତର ପ୍ରଥମ ସ୍ୱାଧୀନତା ଦିବସ ପାଳନ ଅନ୍ୟତମ ।

ଜନାବ ଆସଫ୍‍ ଅଲି ଥିଲେ ଜଣେ ବିଜ୍ଞ ବ୍ୟକ୍ତି । ମହାନ୍‍ ସ୍ୱାଧୀନତା ସଂଗ୍ରାମୀ । ବିଶଷ୍ଟ ଆଇନଜ୍ଞ ତ‌ଥା ବାରିଷ୍ଟର । ୧୯୮୮ ମସିହା ମଇମାସ ୧୧ ତାରିଖରେ ସେ ଜନ୍ମ ହୋଇଥିଲେ ଦିଲ୍ଲୀରେ । ସ୍ଥାନୀୟ ସେଣ୍ଟ ଷ୍ଟିଫେନସ କଲେଜରୁ ଶିକ୍ଷା ଶେଷ କରି ଲଣ୍ଡନ ଗଲେ ଆଇନ୍‍ ଅଧ୍ୟୟନ ପାଇଁ । ଇଂଲଣ୍ଡରେ ସେ ପାଞ୍ଚ ବର୍ଷ ଅତିବାହିତ କରି ତୁର୍କୀ ଓ ଇଜିପ୍ଟ ସମେତ ସାରା ଇଉରୋପ ମହାଦେଶକୁ ଭଲ ଭାବରେ ଭ୍ରମଣ କରିିିଥିଲେ । ୧୯୧୨ରେ ସେ ଲଣ୍ଡନ ବାର୍‌ରେ ଯୋଗଦେଇ ୧୯୧୪ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତରେ ପହଞ୍ଚିବା ମାତ୍ରେ ଜାତୀୟ ଆନ୍ଦୋଳନରେ ସାମିଲ ହୋଇ ଜଣେ ଶକ୍ତିଶାଳୀ ବକ୍ତା ଓ ପ୍ରାବନ୍ଧିକ ଭାବରେ ସାରା ଭାରତରେ ଚହଳ ପକାଇଦେଲେ । ଏହା ସହିତ ସେ ଆଇନ୍‍ ବ୍ୟବସାୟରେ ମଧ୍ୟ ନିଜର ପରାକାଷ୍ଠା ପ୍ରଦର୍ଶନ କଲେ । ୧୯୧୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଓ ଶ୍ରୀମତୀ ଆନିବେସାନ୍ତଙ୍କ ହୋମରୁଲ ଲିଗର୍‍ ସଦସ୍ୟ ପଦ ଗ୍ରହଣ କଲେ । ଏହାର ଦୁଇ ବର୍ଷ ପରେ ତାଙ୍କୁ ଭାରତରକ୍ଷା ଆଇନ ବଳରେ ବ୍ରଟିଶ ସରକାର ବନ୍ଦୀ କଲେ । ତେବେ ବିଚାର ପରେ ସେ ଛାଡ଼ ପାଇଲେ ।

ପ୍ରଥମ ବିଶ୍ୱଯୁଦ୍ଧ ଶେଷ ସମୟରେ ଆସଫ୍‍ ଅଲି ମହାତ୍ମାଗାନ୍ଧୀଙ୍କଦ୍ୱାରା ଆହୂତ ଖିଲାଫତ୍‍ ଆନ୍ଦୋଳନରେ ଯୋଗଦେଲେ । ଏହି ଆନ୍ଦୋଳନରେ ସେ ଭୀଷଣ ଭାବରେ ମାତି ଉଠିଲେ ।

୧୯୨୧ ମସିହାରେ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଆହୂତ ହେଲା ଅସହଯୋଗ ଆନ୍ଦୋଳନ । ଏହି ଆନ୍ଦୋଳନରେ ସେ ମହାତ୍ମା ଗାନ୍ଧୀଙ୍କ ଲେଫଟନାଣ୍ଟ ଭାବରେ କାର୍ଯ୍ୟକରି ବ୍ରିଟିଶ୍‍ ସରକାର ହାତରେ ବନ୍ଦୀ ହୋଇ ଅଠରମାସ ଜେଲ୍ ଭୋଗିଲେ । ପ୍ରଥମେ ୧୯୨୩ ମସିହାରେ ସେ ଦିଲ୍ଲୀ ମ୍ୟୁନିସ୍‌ପାଲିଟିକୁ ନିର୍ବାଚିତ ହୋଇ ପରବର୍ତ୍ତୀ ତେଇଶି ବର୍ଷ ଯାଏ ପୁନଃ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କଲେ । ୧୯୨୩ ମସିହାରେ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ପିତା ପଣ୍ଡିତ ମୋତିଲାଲ ନେହେରୁଙ୍କ ପରିଚାଳିତ ସ୍ୱରାଜ (ହୋମ୍‍ରୁଲ) ପାର୍ଟି କାର୍ଯ୍ୟକାରୀ ପରିଷଦର ସଦସ୍ୟ ପଦ ଗ୍ରହଣ କଲେ । ଖୁବ୍‍ କମ୍‍ଦିନ ମଧ୍ୟରେ ସେ ଜଣେ ଆଗ ଧାଡ଼ିର ଜାତୀୟତାବାଦୀ ନେତା ଭାବରେ ପରିଚିତ ହୋଇ ଉଠିଲେ । ୧୯୩୦ ମସିହାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ମନୋନୀତ ହେଲେ । ୧୯୩୪ ମସିହାରେ ସେ ହିନ୍ଦୁ-ମୁସଲମାନ, ଶିଖ୍‍-ଖ୍ରୀଷ୍ଟିଆନ୍‍ ଯୁଗ୍ମ ନିର୍ବାଚିତ ମଣ୍ଡଳୀରୁ ଭାରତର ବ୍ୟବସ୍ଥାପକ ସଭାକୁ ନିର୍ବାଚିତ ହେଲେ । ବାରବର୍ଷ ଯାଏ ସେ ଥିଲେ କେନ୍ଦ୍ର ବ୍ୟବସ୍ଥାପକ ସଭାର ସଦସ୍ୟ । ୧୯୩୭ ମସିହାରେ ସେ ହେଲେ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆସଫ୍‍ଅଲି ତିନିବର୍ଷ ଜେଲ୍‍ ଜୀବନ ବିତାଇଥିଲେ । ଜେଲ୍‍ରୁ ମୁକ୍ତି ପାଇବାର ଏକ ବର୍ଷ ପରେ ୧୯୪୬ ମସିହାରେ ସେ ପଣ୍ଡିତ ଜବହାରଲାଲ ନେହେରୁଙ୍କ ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବହନ ବିଭାଗର କ୍ୟାବିନେଟ୍‍ ମନ୍ତ୍ରୀ ଭାବରେ ଯୋଗଦାନ କଲେ । ଏହାପରେ ଦେଶ ସ୍ୱାଧୀନ ହେଲା । ୧୯୪୭ ମସିହାରେ ଗୁରୁଦାୟିତ୍ୱ ବହନ କରି ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତର ପ୍ରତନିଧି ଭାବରେ ସେ ଚାଲିଗଲେ । ସେଠାରେ ସେ ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କଲେ । ଏହି ସମୟରେ ଜାତିସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଲା, ବିଶେଷକରି ପାଲେଷ୍ଟାଇନ୍‍ ସମସ୍ୟା ସମ୍ପର୍କରେ ଆଲୋଚନା କରିବାପାଇଁ । ଭାରତର ପ୍ରତିନିଧି ଭାବରେ ଆସଫ୍‍ ଅଲି ଏହି ଅଧିବେଶନରେ ଯୋଗଦାନ କରି ସାତଜଣ ଉପାଧ୍ୟକ୍ଷଙ୍କ ମଧ୍ୟରେ ସ୍ଥାନ ପାଇଲେ । ପ୍ର।ୟ ଆଠମାସ ସମୟ ସେ ଆମେରିକାରେ ରହି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଉଚ୍ଚପ୍ରଶଂସିତ ହୋଇ ଭାରତ

ପ୍ରତ୍ୟାବର୍ତ୍ତନ କଲେ । ଏହା ପରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତି ପ୍ରଦାନ କରାଗଲା । ୨୧/୦୬/୧୯୪୮ ମସିହାରେ ସେ ଆମ ରାଜ୍ୟର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ । ଏହିପରି ସର୍ବଗୁଣସମ୍ପନ୍ନ ମହାନ୍‍ ରାଷ୍ଟ୍ରବାଦୀ ନେତାଙ୍କୁ ରାଜ୍ୟପାଳ ଭାବରେ ପାଇ ଓଡ଼ିଶାବାସୀ ଗର୍ବ ଅନୁଭବ କଲେ ।

ହାଇକୋର୍ଟ ପ୍ରତଷ୍ଠା :

୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ହାଇକୋର୍ଟ ପ୍ରତିଷ୍ଠା ପାଇଁ ଆମ ରାଜ୍ୟବାସୀଙ୍କ ତରଫରୁ ଉଦ୍ୟମ ଜାରି ରହିଥିଲା । ମାତ୍ର ବହୁ କାରଣରୁ ତାହା ଫଳବତୀ ହୋଇ ପାରୁ ନଥିଲା । ଦେଶ ସ୍ୱାଧୀନ ହେଲା । କେନ୍ଦ୍ର ତ‌ଥା ପ୍ରଦେଶମାନଙ୍କରେ ଲୋକପ୍ରତନିଧି ଶାସନ ପ୍ରତିଷ୍ଠା ହେଲା । ତା'ପରେ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା କଥା ବିଚାରକୁ ଆସିଲା । ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ହେବା ସମୟରେ ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ବ୍ରହ୍ମପୁରଠାରେ ଜିଲ୍ଲା ଓ ସେସନ୍‍ସ ଜଜ୍‍ କୋର୍ଟ; କୋରାପୁଟଠାରେ ଅତିରିକ୍ତ ସେସନ୍‍ସ ଜଜ୍‍ କୋର୍ଟ, ବଲାଙ୍ଗୀର-ପାଟଣା (ଷ୍ଟେଟ୍‍ ପାଇଁ) ଜଜ୍‍ କୋର୍ଟ, କଟକ-ଢେ଼ଙ୍କାନାଳ ଜିଲ୍ଲା ଜଜ୍‍ କୋର୍ଟ (ଆଂଶିକ ଷ୍ଟେଟ୍‍ ଅଞ୍ଚଳ ପାଇଁ); କେନ୍ଦୁଝର ଜଜ୍‍କୋର୍ଟ (ଷ୍ଟେଟ୍‍ ପାଇଁ) ଓ ସମ୍ବଲପୁର ଜିଲ୍ଲା ଜଜ୍‍ କୋର୍ଟମାନ କାର୍ଯ୍ୟ କରୁଥିଲେ ।

ତା୨୬/୭/୧୯୪୮ରିଖ ଦିନ ଓଡ଼ିଶାର ରାଜଧାନୀ କଟକଠାରେ ନୂତନ ହାଇକୋର୍ଟ ଉଦ୍‍ଘାଟିତ ହେଲା । ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଜେକିସନ ଦାସ କାନିଆ ଏହାକୁ ଉଦ୍‍ଘାଟନ କଲେ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡକ୍ଟର କୈଳାସ ନାଥ କାଟ୍‍ଜୁ (ତତ୍‍କାଳୀନ ପଶ୍ଚିମବଙ୍ଗ ରାଜ୍ୟପାଳ) ଓ ମାନ୍ୟବର ଅଗ୍ରଓ୍ୱାଲ୍‍, ମୁଖ୍ୟ ବିଚାରପତି, ପାଟଣା ହାଇକୋର୍ଟ ଆଦି ଉପସ୍ଥିତ ଥିଲେ । ସର୍ବପ୍ରଥମେ ଜାତୀୟ ସଙ୍ଗୀତ 'ଜନଗଣମନ' ଗାୟନରେ ଉତ୍ସବସ୍ଥଳ ମୁଖରିତ ହୋଇଉଠିଲା । ମହାମାନ୍ୟ ରାଜ୍ୟପାଳ ଜନାବ୍‍ ଏମ୍‍.ଆସଫ୍‍ ଅଲି ମାନ୍ୟବର ମୁଖ୍ୟ ବିଚାରପତି ଓ କନିଷ୍ଠ ବିଚାରପତିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ । ମାନ୍ୟବର ମିଃ ବୀରକିଶୋର ରାୟ ମୁଖ୍ୟ ବିଚାରପତି ଭାବରେ; ମାନ୍ୟବର ଲିଙ୍ଗରାଜ ପାଣିଗ୍ରାହୀ, ମାନ୍ୟବର ମିଃ ଆର୍‍.ଏଲ୍‍. ନରସିଂହମ୍‍, ଆଇ.ସି.ଏସ୍‍. ଓ ମାନ୍ୟବର ବି.ଜଗନ୍ନାଥ ଦାସ କନିଷ୍ଠ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ।

ଓଡ଼ିଶାରେ ହାଇକୋର୍ଟ ଉଦ୍‍ଘାଟନ ଉତ୍ସବ ଉପଲକ୍ଷ୍ୟେ ଭାରତର ଗଭର୍ଣ୍ଣର ଜେନେରାଲ୍‍, ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ଫେଡେରାଲ କୋର୍ଟର ବିଚାରପତି ସୟଦ ଫଜଲ୍‍ ଅଲି ଓ ବିଚାରପତି ଏମ୍‍.ପି.ଶାସ୍ତ୍ରୀ, ଏହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ମିଃ ବିଧୁଭୂଷଣ ମଲ୍ଲିକ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ମିଃ ଏମ୍‍.ସି. ଚଗଲା, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍‍ ଅର୍ଥର ଟ୍ରେଭର ଓ ଆସାମ ହାଇକୋର୍ଟର ମୁଖ୍ୟ ବିଚାରପତି ମିଃ. ରୋନାଲ୍‍ଡ ଫ୍ରାନ୍‍ସିସ୍‍ ଆଦି ବିଚାରପତିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ପଠାଇଥିଲେ ।

ଭାରତର ଗଭର୍ଣ୍ଣର ଜେନେରାଲ ପଠାଇଥିବା ବାର୍ତ୍ତାଟି ହେଲା: "A High Court of Judicature maintaining the highest tradation of independence, impartiality and learning associated with the judiciary and devoting vigiliant and strict attention to the maintenance of the frontier established by long practice in British Courts between the Executive and Judiciary is an essential part of the State machinery, May the High Court of Orissa fulfill this part efficiently and with dignity and prove a tower of strength to government as well as people."

ପ୍ରଥମ ସ୍ୱାଧୀନତା ଦିବସ ପାଳନ :

ଦେଶରେ ପ୍ରଥମ ସ୍ୱାଧୀନତା ଦିବସ ପାଳନ ହେବା ପୂର୍ବରୁ ଜାତିର ଜନକ ମହାତ୍ମାଗାନ୍ଧୀ ଆତତାୟୀ ଗୁଳିରେ ପ୍ରାଣ ହରାଇଲେ ୧୯୪୮ ମସିହା ଜାନୁଆରି ମାସ ୩୦ ତାରିଖରେ । ଦେଶସାରା ବିଷାଦର ଛାୟା ଖେଳି ଯାଇଥାଏ । ସେହି ବିଷାଦ ଭରା ପରିବେଶରେ ସାରା ଦେଶରେ ପାଳିତ ହେଉଥାଏ ପ୍ରଥମ ସ୍ୱାଧୀନତା ଦିବସ । ଓଡ଼ିଶାର ରାଜଧାନୀ କଟକ ନଗର ସମେତ ଜିଲ୍ଲା ସଦର ମହକୁମାମାନଙ୍କରେ ମଧ୍ୟ ପାଳିତ ହେଲା ପ୍ରଥମ ସ୍ୱାଧୀନତା ଦିବସ ଉତ୍ସବ । ଗାଁ ଗହଳି, ପୁରପଲ୍ଲୀ, ସବୁଠାରେ ଲୋକେ ଏହି ଉତ୍ସବ ପାଳନ କଲେ ମହା ଆନନ୍ଦ ଉଲ୍ଲାସରେ ।

ଓଡ଼ିଶାର ରାଜଧାନୀ କଟକଠାରେ ସରଳ ଓ ନିରାଡମ୍ବର ଭାବରେ ଏହି ଉତ୍ସବ ପାଳିତ ହେଲା । ପ୍ରାତଃ କାଳର ଉଜ୍ୱଳ ସୂର୍ଯ୍ୟ କିରଣରେ ତ୍ରିରଙ୍ଗା ପତାକା ସହରର ପ୍ରତ୍ୟେକ କୋଠାବାଡିରେ ଫର ଫର ହୋଇ ଉଡୁଥିବାର ଦେଖାଗଲା । ପୋଲିସ ପଡ଼ିଆରେ ଅନୁଷ୍ଠିତ ହେଲା ପୋଲିସ ପ୍ୟାରେଡ୍‍ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଜନାବ୍‍ ଏମ୍‍. ଆସଫ୍‍ ଅଲି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ପ୍ୟାରେଡ୍‌ରେ ମିଳିତ ଭାବରେ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଭାଷଣ ପ୍ରଦାନ କଲେ । ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ ସ୍ୱାଧୀନତା ସଂଗ୍ରାମର ପ୍ରାଣକେନ୍ଦ୍ର ସ୍ୱରାଜ ଆଶ୍ରମଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ।

ଅପରାହ୍ନ ଦୁଇଟାରେ ସ୍ୱରାଜ ଆଶ୍ରମଠାରେ 'ସୂତ୍ରଯଜ୍ଞ' ଉତ୍ସବ ଅନୁଷ୍ଠିତ ହେଲା । ଏହି ଉତ୍ସବରେ ଜନସାଧାରଣଙ୍କ ସହ ବହୁ ଯୁବକ ଯୁବତୀ, ବାଳକ ବାଳିକା ଯୋଗଦାନ କଲେ । ଅପରାହ୍ନ ଚାରିଟାରେ ସ୍ୱରାଜ ଆଶ୍ରମଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବହୁ ସାଧାରଣ ଲୋକ ଯୋଗଦେଲେ । ଛାତ୍ର-ଛାତ୍ରୀମାନେ ଆଗରେ ରହି ଜାତୀୟସଙ୍ଗୀତ ଗାନକରି ଚାଲିଥାଆନ୍ତି । ଭାରତମାତା ଓ ମହାତ୍ମାଗାନ୍ଧୀଙ୍କ ଜୟଧ୍ୱନିରେ କଟକ ସହରର ଗଗନପବନ ମୁଖରିତ ହୋଇ ଉଠୁଥାଏ । ଶୋଭାଯାତ୍ରା ମୁଖ୍ୟରାସ୍ତା ଦେଇ ଯାଉଥିବା ସମୟରେ ବିଭିନ୍ନ ସ୍ଥାନରେ ଲୋକେ ସେଥିରେ ଯୋଗଦେବାରେ ଲାଗିଥାଆନ୍ତି । ଧୀରେ ଧୀରେ ଶୋଭାଯାତ୍ରାରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ଶୋଭାଯାତ୍ରା ସନ୍ଧ୍ୟା ଛ'ଟାରେ ଯାଇ ଟାଉନ୍‍ହଲ୍‍ ପାଖରେ ପହଞ୍ଚିଲା । ଏଠାରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଉଦ୍‍ବୋଧନ ଦେଲେ । ସନ୍ଧ୍ୟାରେ କଟକର ରାଜଭବନଠାରେ (ବର୍ତ୍ତମାନ ଯେଉଁଠାରେ ଶିଶୁଭବନ ରହିଛି) 'ପାନସୁପାରୀ' ମହୋତ୍ସବ ଅନୁଷ୍ଠିତ ହେଲା । ରାଜ୍ୟପାଳ ଏହି ଉତ୍ସବରେ ପୌରୋହିତ୍ୟ କଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି 'ପାନସୁପାରୀ' ଉତ୍ସବରେ ଯୋଗଦାନ କଲେ ।

ରାଜଧାନୀ କଟକ ନଗର ବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଥିଲା । ପୂର୍ବତନ ଗଡ଼ଜାତ ରାଜ୍ୟ ସଦର ମହକୁମାମାନଙ୍କରେ ମଧ୍ୟ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା । ତନ୍ମଧ୍ୟରୁ କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଓ ଡେଙ୍କାନାଳର ଉତ୍ସବର ବିବରଣୀ ଏଠାରେ ଉଲ୍ଲେଖନୀୟ :

କଳାହାଣ୍ଡିର ସଦର ମହକୁମା ଭବାନୀପାଟଣା ସହର ଗାନ୍ଧୀଛକଠାରେ ସକାଳ ୬.୩୦ମିନିଟ୍‍ରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା । ପ୍ରାର୍ଥନା ପରେ ୭.୩୦ ମିନିଟ୍‍ରେ ଏକ ବିରାଟ ଶୋଭାଯାତ୍ରା ସେଠାରୁ ବାହାରି ଅଭିବାଦନ ପଡ଼ିଆକୁ ଯାଇଥିଲା । ମାନ୍ୟବର କେ.ପି. ନନ୍ଦ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଗୁର୍ଖା ମିଲିଟାରୀ ବାହିନୀଠାରୁ ଅଭିବାଦନ ଗ୍ରହଣ କଲେ । ମାନ୍ୟବର ନନ୍ଦ ତାଙ୍କ ଭାଷଣରେ ସରକାରଙ୍କର ଏକ ବର୍ଷର ସଫଳତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ସହ ଜନସାଧାରଣଙ୍କୁ କହିିଲେ, "କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଗଣତାନ୍ତ୍ରିକ ସରକାରଙ୍କୁ ହଟାଇ ନିଜେ କ୍ଷମତାକୁ ଫେରିବେ ବୋଲି କହିବୁଲୁଛନ୍ତି । ଆପଣମାନେ ସେମାନଙ୍କ ବିବୃତି ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ । ଆପଣମାନେ ନିଜ ଭାଗ୍ୟ ଓ ଭବିଷ୍ୟତ କଥା ନିଜେ ହିଁ ଚିନ୍ତା କରନ୍ତୁ ।"

ଦିନ ତିନିଟାବେଳେ ମାନ୍ୟବର ନନ୍ଦ ଉତ୍‍କେଲାଠାରେ ଗାନ୍ଧୀ-ପାଠଶାଳା ଉଦ୍‍ଘାଟନ କରିଥିଲେ । ଏଠାରେ ତାଙ୍କୁ ଗୋଟିଏ ଥଳି ପୁରସ୍କାର ଦିଆଯାଇଥିଲା । ସନ୍ଧ୍ୟା ପାଞ୍ଚଟାରେ ଭବାନୀପାଟଣା ସହରରେ ଗରିବ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥିଲା । ସାରା ସହରଟି ଖୁବ୍‍ ଆଡମ୍ବରପୂର୍ଣ୍ଣ ଭାବରେ ସଜ୍ଜିତ ହୋଇଥିଲା । ସହରର ଶୋଭା ଥିଲା ଖୁବ୍‍ ମନଲୋଭା ।

ସୁନ୍ଦରଗଡ଼ ସହରରେ ଖୁବ୍‍ ଉତ୍ସାହ ଓ ଉଦ୍ଦୀପନା ସହ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ସହରର ବିଭିନ୍ନ ବର୍ଗର ଲୋକେ ଏହି ଉତ୍ସବରେ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ । ସକାଳ ଘ୮.୩୦ ମିନଟ୍‌ରେ ଓଡ଼ିଶା ବିଧାନସଭାର ମାନ୍ୟବର ବିଚାରପତି ଲାଲମୋହନ ପଟ୍ଟନାୟକ ଶଙ୍କରା ପୋଲିସ୍ ପଡ଼ିଆଠାରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲ । ସେ ତାଙ୍କ ସଂକ୍ଷିପ୍ତ ଭାଷଣରେ ପୋଲିସ ବାହିନୀ ସମସ୍ତଙ୍କ ସହଯୋଗରେ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାପରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କଲେକ୍ଟରିଏଟ୍ ସାମନାରେ ଦିବା ଦୁଇଘଟିକା ସମୟରେ 'ସୂତ୍ରଯଜ୍ଞ' ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ତ୍ୱେ ଏହି ଉତ୍ସବରେ ବହୁ ଜନସମାଗମ ହୋଇଥିଲା । ସନ୍ଧ୍ୟାରେ ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଗୋଷ୍ଠୀର ଲୋକମାନେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

କେନ୍ଦୁଝର ସହରରେ ମହା ସମାରୋହରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ମାନ୍ୟବର ମନ୍ତ୍ରୀ ଲାଲ ରଣଜିତ ସିଂହ ବରିହା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ପ୍ରାଙ୍ଗଣରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ଭାଷଣରେ କେନ୍ଦ୍ରସରକାରଙ୍କ ଦେଶରକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ପ୍ରଦାନ କରିିଥିଲେ । ସନ୍ଧ୍ୟା ଚାରିଘଣ୍ଟା ସମୟରେ ପ୍ରାୟ ଏକ ହଜାରରୁ ଅଧିକ ସଂଖ୍ୟକ ଗରିବ ଲୋକଙ୍କୁ ଭୋଜନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ହତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମନ୍ତ୍ରୀ ମହୋଦୟ ପୌରୋହିତ୍ୟ କରି ଏକ ସୁନ୍ଦର, ସଂକ୍ଷିପ୍ତ ତ‌ଥା ଚମତ୍କାର ଭାଷଣ ପ୍ରଦାନ କରିଥିଲେ ।

ଢେଙ୍କାନାଳ ସହରରେ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଥିଲା । ସକାଳ ସାଢ଼େ ଆଠଟାରେ ପୋଲିସ୍‍ ପଡ଼ିଆରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଲିଙ୍ଗରାଜ ମିଶ୍ର ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିିଥିଲେ । ସହରରେ ସାରାଦିନ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲାଗିରହିିଥିଲା ।

ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ:

ଓଡ଼ିଶାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ହରେକୃଷ୍ଣ ମହତାବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ କରିବାରୁ ତାଙ୍କ ସ୍ଥାନରେ ବିଶିଷ୍ଟ ଗାନ୍ଧିବାଦୀ ଓ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଏହା ପୂର୍ବ ଅଧ୍ୟାୟରେ ଆଲୋଚିତ ।

ନବକୃଷ୍ଣ ଚୌଧୁରୀ : (ପ୍ରଧାନମନ୍ତ୍ରୀ); ଅର୍ଥ, କୃଷି, ଶିଳ୍ପ, ଜଙ୍ଗଲ, ସ୍ୱାୟତ୍ତ ଶାସନ,
ସମବାୟ, ଅବକାରୀ, ସାହାଯ୍ୟ ଓ ପୁନର୍ବସତି
ନିତ୍ୟାନନ୍ଦ କାନୁନ୍‍ଗୋ : ଘରୋଇ, ଆଇନ, ନଦୀ, ଉନ୍ନୟନ ଓ ଯୋଜନା
ଲିଙ୍ଗରାଜ ମିଶ୍ର : ସ୍ୱାସ୍ଥ୍ୟ ଓ ଶିକ୍ଷାବିଭାଗ
ଲାଲ ରଣଜିତ ସିଂହ ବରିହା : ଆଦିବାସୀ ଓ ଗ୍ରାମ ମଙ୍ଗଳ
ରାଜକୃଷ୍ଣ ବୋଷ : ରାସ୍ତା, କୋଇଲା, ବିଦ୍ୟୁତ, ଡ୍ରେନେଜ୍‍ ବା ଜଳ ନିଷ୍କାସନ
ସଦାଶିବ ତ୍ରିପାଠୀ : ରାଜସ୍ୱ, ଯୋଜନା, ଯୋଗାଣ ଓ ଯାତାୟାତ
ପବିତ୍ର ମୋହନ ପ୍ରଧାନ : ବାଣିଜ୍ୟ, ଶ୍ରମିକ ଓ ଲୋକସମ୍ପର୍କ

ସେହି ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହରେକୃଷ୍ଣ ମହାତାବ, ଶିଳ୍ପ ଓ ଯୋଗାଣ ବିଭାଗ ମନ୍ତ୍ରୀ ଥିଲେ । କେନ୍ଦ୍ର ବ୍ୟବସ୍ଥାପକ ସଭାରେ ବିଶ୍ୱନାଥ ଦାସ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଜଗନ୍ନାଥ ଦାସ, ବିଜୟ କୁମାର ପାଣି, ଜଗନ୍ନାଥ ମିଶ୍ର, ମୌଲବୀ ମହମ୍ମଦ ହନିଫ୍‍, ଏନ୍‍. ମାଧବ ରାଓ, ଲାଲ ରାଜକନ୍‍ଓ୍ୱାର, ସାରଙ୍ଗଧର ଦାସ, ଯୁଧିଷ୍ଠିର ମିଶ୍ର ଓ ମହେଶ୍ୱର ନାୟକ ଆଦି ସଦସ୍ୟ ରହିିଥିଲେ ।

ମନ୍ତ୍ରୀମାନଙ୍କ ନିର୍ବାଚନ ମଣ୍ଡଳୀ

ନବକୃଷ୍ଣ ଚୌଧୁରୀ ପୂର୍ବ ଭଦ୍ରକ (ଉପ ନିର୍ବାଚନ)
ନିତ୍ୟାନନ୍ଦ କାନୁନ୍‌ଗୋ ଦକ୍ଷିଣ କଟକ ସଦର
ଲିଙ୍ଗରାଜ ମିଶ୍ର ଉତ୍ତର ପୁରୀ ସଦର
ଲାଲ ରଣଜିତ୍‍ ସିଂହ ବରିହା ପଶ୍ଚିମ ବରଗଡ଼
ରାଜକୃଷ୍ଣ ବୋଷ ପୂର୍ବ କେନ୍ଦ୍ରାପଡ଼ା
ସଦାଶିବ ତ୍ରିପାଠୀ ନବରଙ୍ଗପୁର
ପବିତ୍ର ମୋହନ ପ୍ରଧାନ ଆଠଗଡ଼(ମନୋନୀତ)

* * *

ଦଶମ ପରିଚ୍ଛେଦ
ଓଡ଼ିଶାରେ ପ୍ରଥମ ସାଧାରଣ ନିର୍ବାଚନ

୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଆମ ଦେଶରେ ନୂତନ ସମ୍ବିଧାନ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେଲା । ଭାରତବର୍ଷ ସାରା ବିଶ୍ୱରେ "ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର" ଭାବରେ ପରିଚିତ ହେଲା । ଏହି ନୂତନ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ସାବାଳକ ଗଣଭୋଟ ଜରିଆରେ ଲୋକମାନେ ନିର୍ବାଚନରେ ଭାଗନେଇ କେନ୍ଦ୍ର, ରାଜ୍ୟ ଓ ସ୍ୱାୟତ୍ତଶାସନ ସଂସ୍ଥାରେ ପ୍ରତିନିଧିମୂଳକ ସରକାର ଗଠନର ଅଧିକାର ଲାଭକଲେ । ଏହି ବ୍ୟବସ୍ଥା ଅନୁଯାୟୀ ୨୧ବର୍ଷ ଓ ତହିିଁରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳାମାନେ ଭୋଟଦେବାର ଅଧିକାର ପାଇଲେ । ପୂର୍ବରୁ ୧୯୩୭ ଓ ୧୯୪୬ରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ଚୌକିଦାରୀ ଟିକସ ପ୍ରଦାନକାରୀ ବ୍ୟକ୍ତିମାନେ ହିିଁ କେବଳ ଭୋଟ ଦେବାର ଅଧିକାର ପାଇଥିଲେ ।

ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ଦେଶରେ ପ୍ରଚଳିତ ହେଲା । ଦେଶରେ ନିର୍ବାଚନ କମିଶନର ନିଯୁକ୍ତ ହେଲେ । ନିର୍ବାଚନ ପରିଚାଳନା କରିବା ହେଲା ତାଙ୍କର ମୁଖ୍ୟକାର୍ଯ୍ୟ । ୧୯୩୭ ଓ ୧୯୪୬ ନିର୍ବାଚନ ବେଳେ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ଥିଲା ୬୦ । ସେଥିରୁ ୫୬ ଜଣ ନିର୍ବାଚିତ ହେଉଥିବାବେଳେ ୪ଜଣ ସଭ୍ୟ ମନୋନୀତ ହେଉଥିଲେ । ୧୯୪୮ ମସିହାରେ ଗଡ଼ଜାତ ମିଶ୍ରଣ ହେବାରୁ ପୂର୍ବତନ ଗଡ଼ଜାତ ରାଜ୍ୟମାନଙ୍କରୁ ୩୧ ଜଣ ସଭ୍ୟ ରାଜ୍ୟ ବିଧାନସଭାକୁ ମନୋନୀତ ହେଲେ । ସେତେବେଳେ ଏହିପରି ୯୧ଜଣ ସଭ୍ୟଙ୍କୁ ନେଇ ସାମ୍ବିଧାନିକ ନିର୍ବାଚନ ପୂର୍ବର ଶେଷ ବିଧାନସଭା ଗଠିତ ହୋଇଥିଲା ।

ଦେଶ ସ୍ୱାଧୀନ ହେଲା । ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିଲେ । ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା । ଓଡ଼ିଶାର ଜନସଂଖ୍ୟା ଓ କ୍ଷେତ୍ରଫଳ ବୃଦ୍ଧିପାଇଲା । ସେହି ଅନୁପାତରେ ନିର୍ବାଚନ କମିଶନ ଓଡ଼ିଶା ବିଧାନସଭା ପାଇଁ ୧୪୦ଟି ଆସନ ଓ ଲୋକସଭାପାଇଁ ୨୦ଟି ଆସନ

ନିର୍ଦ୍ଦିଷ୍ଟ କଲେ । ୧୪୦ଟି ବିଧାନସଭା ଆସନରୁ ୭୬ଟି ଜଣିକିଆ ଓ ୩୨ଟି ଯୁଗ୍ମ ନିର୍ବାଚନମଣ୍ଡଳୀ ଭାବରେ ଚିହ୍ନଟ କରାଗଲା । ଏହି ୩୨ଟି ଯୁଗ୍ମ ନିର୍ବାଚନମଣ୍ଡଳୀରୁ ଜଣେ ସାଧାରଣ ବର୍ଗର ଓ ଜଣେ ଆଦିବାସୀ / ହରିଜନ (ସେମାନଙ୍କର ଜନସଂଖ୍ୟା ଅନୁପାତରେ) ନିର୍ବାଚିତ ହେବାର ସୁବିଧା ରହିଲା । ସେହିପରି ୨୦ଟି ଲୋକସଭା ଆସନରୁ ୧୨ଟି ଜଣିକିଆ ଓ ୪ଟିରେ ଯୁଗ୍ମ ସଭ୍ୟ ନିର୍ବାଚିତ ହେବାର ନୀତି ଅନୁସୃତ ହେଲା ।

ଏହି ପ୍ରଥମ ସାଧାରଣ ସାମ୍ବିଧାନିକ ନିର୍ବାଚନ ଓଡ଼ିଶା ପାଇଁ ଥିଲା ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେତେବେଳେ ପ୍ରଦେଶ କଂଗ୍ରେସ ସଭାପତି ଥାଆନ୍ତି ବିଶ୍ୱନାଥ ଦାସ । ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ । କେନ୍ଦ୍ରୀୟ ନିର୍ବାଚନ କମିଟି ନିର୍ଦେଶରେ ନବବାବୁ ପ୍ରାଦେଶିକ କମିଟି ସଭାପତିଙ୍କ ପରାମର୍ଶକ୍ରମେ ନିର୍ବାଚନ ପରିଚାଳନାପାଇଁ ଏକ କମିଟି ଗଠନ କଲେ । ପାଣ୍ଠି ଆଦାୟଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ପ୍ରଚାର ଦାୟିତ୍ୱ ଏହି କମିଟି ହାତରେ ରହିଲା । ବିଶ୍ୱନାଥ ଦାସଙ୍କ ପ୍ରତି ପଣ୍ଡିତ ନେହେରୁଙ୍କର ସେତେ ଭଲ ଧାରଣା ନଥିଲା ।

ବିଶ୍ୱନାଥ ଦାସ ଓଡ଼ିଶା ରାଜନୀତିରେ ନ ରହନ୍ତୁ ବୋଲି ପଣ୍ଡିତ ନେହେରୁ ଚାହୁଁଥିଲେ । ଫଳରେ ବିଶ୍ୱନାଥ ଦାସଙ୍କୁ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଲା । ସେ ସ୍ୱାଧୀନ ସଭ୍ୟ ଉମା ଚରଣ ପଟ୍ଟନାୟକଙ୍କଠାରୁ ଘୁମୁସର ଲୋକସଭା ଆସନରୁ ହାରିଲେ । ଅବଶ୍ୟ ପରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରି ନିଆଗଲା ।

ପ୍ରାଦେଶିକ ନିର୍ବାଚନ କମିଟି ଠିକ୍‍ ଭାବରେ କାମ କରୁ ନଥାଏ । ଗୋଷ୍ଠୀ କନ୍ଦଳ ଲାଗିଥାଏ । ମୂଳରୁ କଂଗ୍ରେସ ଦଳରେ ଗୋଷ୍ଠୀ କନ୍ଦଳ ଥିଲା । ଫଳରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଜ ମନୋନୀତ ପ୍ରାର୍ଥୀମାନଙ୍କର ତାଲିକା ପ୍ରାଦେଶିକ କମିଟିକୁ ଦେଇ ତାର ଏକ ନକଲ କେନ୍ଦ୍ର କମିଟିକୁ ପଠାଇ ଅନୁମୋଦନ କରି ଆଣୁଥିଲେ । ଓଡ଼ିଶା ଗଡ଼ଜାତର କେତେକ ରାଜା, ରାଣୀ ଓ ଜମିଦାର ଆଦି ଦେଶର ପରିସ୍ଥିତିକୁ ଲକ୍ଷ୍ୟ କରି କଂଗ୍ରେସରେ ମିଶିବାପାଇଁ ଆଗ୍ରହ ପ୍ରକାଶ କଲେ । ବହୁ ବିଚାର ଆଲୋଚନା ପରେ କଂଗ୍ରେସଦଳ ମୋନଙ୍କ ମଧ୍ୟରୁ କେତେ ଜଣଙ୍କୁ କଂଗ୍ରେସରେ ଗ୍ରହଣ କରି କଂଗ୍ରେସ ତରଫରୁ ଦଳୀୟ ଟିକେଟ୍‍ ପ୍ରଦାନ କଲେ । ସେମାନଙ୍କ ମଧ୍ୟରେ ଖଡ଼ିଆଳର ରାଜା ଅନୁପ ସିଂହଦେଓ, ରଣପୁରର ରାଜମାତା ବସନ୍ତ

ମଞ୍ଜରୀ ଦେବୀ ଓ ଦଶପଲ୍ଲାର ରାଜା କୃଷ୍ଣଚନ୍ଦ୍ର ଦେଓ ଭଞ୍ଜ ଆଦି ଅନ୍ୟତମ । ଏମାନେ ସମସ୍ତେ କଂଗ୍ରେସର ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ।

ପଶ୍ଚିମ ଓଡ଼ିଶାର ବଲାଙ୍ଗୀରର ପୂର୍ବତନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ କଳାହାଣ୍ଡିର ପୂର୍ବତନ ମହାରାଜା ପ୍ରତାପ କେଶରୀ ଦେଓଙ୍କ ନେତୃତ୍ୱରେ 'ଗଣତନ୍ତ୍ର ପରିଷଦ' ନାମରେ ଏକ ରାଜନୈତିକ ଦଳ ଗଢିଲେ । ଏହି ଦଳ ଗଠନ ହେବା ପୂର୍ବରୁ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ 'କୋଶଳ-ଉତ୍କଳ-ପ୍ରଜାପରିଷଦ' ନାମରେ ଏକ ରାଜନୈତିକ ଦଳ ଗଠନ ହୋଇ ସାରିିଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରଠାରେ ଥିଲା । ଶାଖା କାର୍ଯ୍ୟାଳୟ ମାନ କଳାହାଣ୍ଡି, କେନ୍ଦୁଝର, ସୋନପୁର, ଗାଙ୍ଗପୁର, ବଣେଇ, ବୌଦ୍ଧ ଓ ଆଠମଲ୍ଲିକରେ ଥିଲା । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରୁ ଏହି ଦଳ 'ଗଣତନ୍ତ୍ର ପରିଷଦ' ନାମରେ ସକ୍ରିୟ ହୋଇ ଉଠିଲା । ଏହି ଦଳ ପଶ୍ଚିମ ଓଡ଼ିଶାରେ ସୁସଂଗଠିତ ହେବା ସଙ୍ଗେ ସଙ୍ଗେ କେତେକ ଗଡ଼ଜାତରେ ମଧ୍ୟ ବେଶ୍‍ ସକ୍ରିୟ ଥିଲା ।

ପଶ୍ଚିମ ଓଡ଼ିଶାରେ ଗଣତନ୍ତ୍ର ପରିଷଦ ଓ ଉପକୂଳ ଅଞ୍ଚଳ ସମେତ ଢେଙ୍କାନାଳରେ କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ପାର୍ଟିର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ବିଶେଷ ଭାବରେ ବ୍ୟସ୍ତ ଓ ବିବ୍ରତ ଅବସ୍ଥାରେ ନିର୍ବାଚନ ନିମନ୍ତେ ଅଣ୍ଟା ଭିଡ଼ି ବାହାରି ପଡ଼ିଲେ । ୧୯୫୧ ମସିହା ଶେଷ ଆଡ଼କୁ ଓଡ଼ିଶାରେ ନିର୍ବାଚନ ହେବା ନିମନ୍ତେ ସ୍ଥିର ହେଲା । ଓଡ଼ିଶାର ବିଧାନସଭା ଓ ଲୋକସଭା ଆସନ ନିମନ୍ତେ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ୧୯୫୨ ମସିହା ଜାନୁଆରି ୨୪ ତାରିଖ ଯାଏ ଦୀର୍ଘ ୩୬ ଦିନ ବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହେଲା । ଏହା ହେଲା ପ୍ରଥମ ସାମ୍ବିଧାନିକ ସାଧାରଣ ନିର୍ବାଚନ ।

ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସୋସାଲିଷ୍ଟ ପାର୍ଟି ଓ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଠିଆ କରାଇଲେ । ଯେଉଁମାନେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେଲେ ସେମାନେ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିଲେ । ଏହି ସ୍ୱାଧୀନ ପ୍ରାର୍ଥୀମାନଙ୍କ ଭିତରେ ଥିଲେ ଓଡ଼ିଶାର ବହୁ ନାମୀ ଦାମୀ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି । ଫରଓ୍ୱାର୍ଡ ବ୍ଲକ ତରଫରୁ ମଧ୍ୟ ପ୍ରାର୍ଥୀ ଠିଆ ହେଲେ । ଏହି ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ

କଂଗ୍ରେସ ୬୭ଟି ଆସନ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଲା । ଗଣତନ୍ତ୍ର ପରିଷଦ ୩୧ଟି ଆସନ ଲାଭକରି ଦ୍ୱିତୀୟ ସ୍ଥାନରେ ରହିଲା । ସୋସାଲିଷ୍ଟ ପାର୍ଟି ୧୦ଟି, କମ୍ୟୁନିଷ୍ଟ ପାର୍ଟି ୭ଟି, ଫରଓ୍ୱାର୍ଡ ବ୍ଲକ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀମାନେ ୨୪ଟି ଆସନ ହାସଲ କଲେ । ଏହି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଶେଷ ସଫଳତା ହାସଲ କରିିଥିଲେ ।

୧୯୫୨ ମସିହା ମାର୍ଚ୍ଚ ୪ତାରିଖରେ ପ୍ରଥମ ବିଧାନସଭାର ସଭ୍ୟମାନେ ଶପଥ ଗ୍ରହଣ କଲେ । ବିଧାନସଭା ସଦସ୍ୟ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଭ୍ୟମାନଙ୍କୁ ଶପଥପାଠ କରାଇଲେ । ସେହିଦିନ ମଧ୍ୟ ନବଗଠିତ ବିଧାନସଭାର ପ୍ରଥମ ବୈଠକ ନୂଆ ରାଜଧାନୀ ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ଅନୁଷ୍ଠିତ ହେଲା । ଏହା ପୂର୍ବରୁ ନବକୃଷ୍ଣ ଚୌଧୁରୀ ସଂଖ୍ୟାଗରିଷ୍ଠ ଦଳର ନେତା ନିର୍ବାଚିତ ହୋଇ ୭ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନରେ ୧୯୫୨ ମସିହା ଫେବ୍ରୁଆରି ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଶ୍ରଦ୍ଧାକର ସୂପକାର ବିରୋଧିଦଳର ନେତା ନିର୍ବାଚିତ ହେଲେ । ନନ୍ଦକିଶୋର ଦାସ ବାଚସ୍ପତି ଓ ମୌଲବୀ ମହମ୍ମଦ ହନିଫ୍‍ ଉପବାଚସ୍ପତି ଭାବରେ ୧୯୫୨ ମସିହା ମାର୍ଚ୍ଚ ୮ତାରିଖରେ ନିର୍ବାଚିତ ହେଲେ ।

ପ୍ରଥମ ବିଧାନସଭାକୁ ତିନିଜଣ ମହିଳା ନିର୍ବାଚିତ ହୋଇଥିଲେ । ସେମାନେ ହେଲେ,ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀର କୁମାରୀ ରାମ ରାଜ (ସ୍ୱାଧୀନ); ରାଜନଗରରୁ ସରସ୍ୱତୀ ଦେବୀ (କଂଗ୍ରେସ) ଓ ରଣପୁରରୁ ବସନ୍ତମଞ୍ଜରୀ ଦେବୀ (କଂଗ୍ରେସ) । ସ୍ୱାଧୀନ ସଭ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ ପ୍ରଫେସର ପ୍ରାଣକୃଷ୍ଣ ପରିଜା (ବାଲିକୁଦା), ଖ୍ୟାତନାମା ପୂର୍ବତନ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ (ସତ୍ୟବାଦୀ), ପୂର୍ବତନ ବିଶିଷ୍ଟ କଂଗ୍ରେସ ନେତା ପଣ୍ଡିତ ଗୋଦାବରୀଶ ମିଶ୍ର (ବାଣପୁର), ଖଲିକୋଟର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଆଳିରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ କେନ୍ଦୁଝର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିର୍ବାଚିତ ହେଲେ । ପୂର୍ବତନ ବିଶିଷ୍ଟ କଂଗ୍ରେସ ନେତା ଦିବାକର ପଟ୍ଟନାୟକ ଫରଓ୍ୱାର୍ଡ ବ୍ଲକ ଟିକେଟରେ ଗଂଜାମର ପାତ୍ରପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଆସିଥିଲେ ।

ପ୍ରଥମ ବିଧାନସଭାର ନିର୍ବାଚିତ ସଦସ୍ୟ (୧୯୫୧-୫୨) :
ମାଲକାନଗିରି ଲକ୍ଷ୍ମଣ ଗୌଡ ଗଣତନ୍ତ୍ର ପରିଷଦ
ପଣ୍ଡୁଆ ଗଣେଶ୍ୱର ମହାପାତ୍ର ଗଣତନ୍ତ୍ର ପରିଷଦ
ନବରଂଗପୁର (ଯୁଗ୍ମ) ସଦାଶିବ ତ୍ରିପାଠୀ କଂଗ୍ରେସ
ମୁଦି ନାଇକୋ କଂଗ୍ରେସ
ଜୟପୁର (ଯୁଗ୍ମ) ହରିହର ମିଶ୍ର ଗଣତନ୍ତ୍ର ପରିଷଦ
ଲଇଚନ ନାଇକୋ ଗଣତନ୍ତ୍ର ପରିଷଦ
କୋରାପୁଟ ଗଙ୍ଗାମୁଦୁଲି ଗଣତନ୍ତ୍ର ପରିଷଦ
ନନ୍ଦପୁର ଭଗବାନ ଖେମୁଣ୍ଡୁ ନାଏକ କଂଗ୍ରେସ
ରାୟଗଡ଼ା ମଦାଙ୍ଗି କାମାୟା କଂଗ୍ରେସ
ବିଷମକଟକ ଉଲାକା ଶ୍ୟାମଘନ ଗଣତନ୍ତ୍ର ପରିଷଦ
ଗୁଣୁପୁର ଶବର ଡୁମ୍ବା ଗଣତନ୍ତ୍ର ପରିଷଦ
ବାଲିଗୁଡ଼ା ଯାଦବ ପାତ୍ର କଂଗ୍ରେସ
ଫୁଲବାଣୀ-ଉଦୟଗିରି (ଯୁଗ୍ମ) ବାଳକକୃଷ୍ଣ ମଲ୍ଲିକ ସ୍ୱାଧୀନ
ସଦାନନ୍ଦ ସାହୁ (ମୃତ୍ୟୁ ପରେ) ସ୍ୱାଧୀନ
ସାରଙ୍ଗଧର ପ୍ରଧାନ କଂଗ୍ରେସ
ବଉଦ ହିମାଂଶୁ ଶେଖର ପାଢ଼ୀ ସ୍ୱାଧୀନ
ଆଠମଲ୍ଲିକ ଦୁତୀୟା ରାଉଳ ସ୍ୱାଧୀନ
ରାଜା କିଶୋର ଚନ୍ଦ୍ର ଦେବ କଂଗ୍ରେସ
ଅନୁଗୁଳ-ହିନ୍ଦୋଳ (ଯୁଗ୍ମ) ହୃଷୀକେଶ ତ୍ରିପାଠୀ କଂଗ୍ରେସ
ଅରକ୍ଷିତ ନାୟକ କଂଗ୍ରେସ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
ପାଲଲହଡା-କିଶୋର ନଗର (ଯୁଗ୍ମ) ମହେଶ ଚନ୍ଦ୍ର ସୁବାହୁ ସିଂହ କଂଗ୍ରେସ
ବାଇଧର ନାୟକ କଂଗ୍ରେସ
ଢେଙ୍କାନାଳ (ଯୁଗ୍ମ) ବୈଷ୍ଣବ ଚରଣ ପଟ୍ଟନାୟକ କମ୍ୟୁନିଷ୍ଟ
ମଦନ ଦେହୁରୀ କମ୍ୟୁନିଷ୍ଟ
ଭବାନୀପାଟଣା (ଯୁଗ୍ମ) ଜନାର୍ଦ୍ଦନ ମାଝି ଗଣତନ୍ତ୍ର ପରିଷଦ
ଜେ.ସି. ସିଂହଦେଓ ଗଣତନ୍ତ୍ର ପରିଷଦ
ଜୟପାଟଣା-କାଶୀପୁର ଝାଝୁର ଝୁରିଆ କଂଗ୍ରେସ
ଜୁନାଗଡ଼- (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
ଦୟାନିଧି ନାଏକ ଗଣତନ୍ତ୍ର ପରିଷଦ
ନୂଆପଡ଼ା- (ଯୁଗ୍ମ) ଅନୁପ୍‍ ସିଂହଦେଓ କଂଗ୍ରେସ
ଚୈତନ୍ୟ ମାଝି କଂଗ୍ରେସ
ଟିଟିଲାଗଡ-଼ (ଯୁଗ୍ମ) ରମେଶ ଚନ୍ଦ୍ର ଭୋଇ ଗଣତନ୍ତ୍ର ପରିଷଦ
ମୁରଲୀଧର ପଣ୍ଡା ଗଣତନ୍ତ୍ର ପରିଷଦ
ପାଟଣାଗଡ଼ (ଯୁଗ୍ମ) ଅର୍ଜୁନ ଦାସ ଗଣତନ୍ତ୍ର ପରିଷଦ
ଗଣେଶ ରାମ ବରିହା ଗଣତନ୍ତ୍ର ପରିଷଦ
ବଲାଙ୍ଗୀର (ଯୁଗ୍ମ) ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ସୋନପୁର ଅନନ୍ତରାମ ନନ୍ଦ ଗଣତନ୍ତ୍ର ପରିଷଦ
ବିନ୍‍କା ବୈକୁଣ୍ଠନାଥ ନେପାକ ଗଣତନ୍ତ୍ର ପରିଷଦ
ବୀରମହାରାଜପୁର ଅଚ୍ୟୁତାନନ୍ଦ ମହାକୁଡ ଗଣତନ୍ତ୍ର ପରିଷଦ
ପଦ୍ମପୁର (ଯୁଗ୍ମ) ଲାଲ ରଣଜିତ ସିଂହ ବରିହା କଂଗ୍ରେସ
ଅନିରୁଦ୍ଧ ମିଶ୍ର ସ୍ୱାଧୀନ
ବରଗଡ଼ ତୀର୍ଥବାସୀ ପ୍ରଧାନ କଂଗ୍ରେସ
ଅତାବିରା- ବିପିନ ବିହାରୀ ଦାସ କଂଗ୍ରେସ
ସୋହେଲା (ଯୁଗ୍ମ) ଭିକାରି ସାହୁ କଂଗ୍ରେସ
ବିଶି ବିଭରା କଂଗ୍ରେସ
ମୁର୍‍ଆମ୍ବାଭୋନା ମକରଧ୍ୱଜ ପ୍ରଧାନ ସୋସାଲିଷ୍ଟ
ସମ୍ବଲପୁର-ରେଢ଼ାଖୋଲ (ଯୁଗ୍ମ) ଭିକାରି ଘାସି ଗଣତନ୍ତ୍ର ପରିଷଦ
ଶ୍ରଦ୍ଧାକର ସୂପକାର ଗଣତନ୍ତ୍ର ପରିଷଦ
ବାମଣ୍ଡା (ଯୁଗ୍ମ) ହରପ୍ରସାଦ ଦେବ (ଇସ୍ତଫା) ଗଣତନ୍ତ୍ର ପରିଷଦ
ଇନ୍ଦୁଭୂଷଣ ମହାନ୍ତି (ଉପ ନିର୍ବାଚନ)
ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା-ରମ୍ପେଲା (ଯୁଗ୍ମ) ବିଜୟ କୁମାର ପାଣି କଂଗ୍ରେସ
ମନୋହର ନାୟକ ଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ (ଯୁଗ୍ମ) କୃପାନିଧି ନାୟକ କଂଗ୍ରେସ
ହରିହର ପଟେଲ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ଆଗାପିଲ୍‍ ଲାକ୍ରା କଂଗ୍ରେସ
ବିଶ୍ରା ମଦନ ମୋହନ ଅମାତ କଂଗ୍ରେସ
ବଣେଇ ନୀଳମଣି ସିଂହ ଦଣ୍ଡପାଟ ଗଣତନ୍ତ୍ର ପରିଷଦ
ଚମ୍ପୂଆ ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର (ଯୁଗ୍ମ) ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ସ୍ୱାଧୀନ
ଗୋବିନ୍ଦ ମୁଣ୍ଡା ଗଣତନ୍ତ୍ର ପରିଷଦ
ଆନନ୍ଦପୁର (ଯୁଗ୍ମ) ଜନାର୍ଦ୍ଦନ ଭଞ୍ଜଦେଓ ସ୍ୱାଧୀନ
ଭାଇଗ ସେଠୀ ସ୍ୱାଧୀନ
ପଞ୍ଚପୀଢ଼ (ଯୁଗ୍ମ) ବିଶ୍ୱନାଥ ସାହୁ ଗଣତନ୍ତ୍ର ପରିଷଦ
ଘାସିରାମ ସାଣ୍ଡିଲ ସ୍ୱାଧୀନ
କପ୍ତିପଦା ହାରାଚାନ୍ଦ ହାଁସଦା ସୋସାଲିଷ୍ଟ
ଖୁଣ୍ଟା ସାକିଳା ସୋରେନ୍‍ ସୋସାଲିଷ୍ଟ
ବାରିପଦା (ଯୁଗ୍ମ) ଗିରୀଶ ଚନ୍ଦ୍ର ରାୟ ସୋସାଲିଷ୍ଟ
ସୁରେନ୍ଦ୍ର ସିଂହ କଂଗ୍ରେସ
ବାହଲଦା ସୋନାରାମ ସୋରେନ କଂଗ୍ରେସ
ରାଇରଂଗପୁର ହରଦେବ ତିରିଆ କଂଗ୍ରେସ
ବାଙ୍ଗିରିପୋଷି ଜୟଦେବ ମାଝି କଂଗ୍ରେସ
ମୁରୁଡ଼ା ପ୍ରସନ୍ନ କୁମାର ଦାସ ସୋସାଲିଷ୍ଟ
ଜଳେଶ୍ୱର କରୁଣାକର ପାଣିଗ୍ରାହୀ କଂଗ୍ରେସ
ଭୋଗରାଇ ଶଶିକାନ୍ତ ଭଞ୍ଜ ସ୍ୱାଧୀନ
ବସ୍ତା ତ୍ରିଲୋଚନ ସେନାପତି କଂଗ୍ରେସ
ସୋରୋ ନନ୍ଦ କିଶୋର ଦାସ କଂଗ୍ରେସ
ବାଲେଶ୍ୱର ସୁରେନ୍ଦ୍ର ନାଥ ଦାସ କଂଗ୍ରେସ
ନୀଳଗିରି (ଯୁଗ୍ମ) ନୀଳାମ୍ବର ଦାସ କଂଗ୍ରେସ
ଚୈତନ୍ୟ ସେଠି କଂଗ୍ରେସ
ଭଦ୍ରକ ମହମ୍ମଦ ହନିଫ୍‍ କଂଗ୍ରେସ
ବନ୍ତ ଗୋକୁଳାନନ୍ଦ ମହାନ୍ତି କଂଗ୍ରେସ
ଧାମନଗର ନୀଳମଣି ରାଉତରାୟ କଂଗ୍ରେସ
ଚାନ୍ଦବାଲି (ଯୁଗ୍ମ) ବୃନ୍ଦାବନ ଦାସ କଂଗ୍ରେସ
ଚକ୍ରଧର ବେହେରା କଂଗ୍ରେସ
ସୁକିନ୍ଦା (ଯୁଗ୍ମ) ପୀତାମ୍ବର ଭୂପତି ସ୍ୱାଧୀନ
ହରିଚନ୍ଦନ ମହାପାତ୍ର ସ୍ୱାଧୀନ
ଯାଜପୁର (ଯୁଗ୍ମ) ଗଦାଧର ଦତ୍ତ କଂଗ୍ରେସ
ଶାନ୍ତନୁ କୁମାର ଦାସ କଂଗ୍ରେସ
ଧର୍ମଶାଳା ପରମାନନ୍ଦ ମହାନ୍ତି ସୋସାଲିଷ୍ଟ
ବିଂଝାରପୁର (ଯୁଗ୍ମ) ନବକିଶୋର ମଲ୍ଲିକ କଂଗ୍ରେସ
ପଦ୍ମନାଭ ରାୟ କଂଗ୍ରେସ
ବଡ଼ଚଣା ନବକୃଷ୍ଣ ଚୌଧୁରୀ କଂଗ୍ରେସ
ଆଳି ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସ୍ୱାଧୀନ
ପଟ୍ଟାମୁଣ୍ଡାଇ କୁମାରୀ ରାମରାଜ ସ୍ୱାଧୀନ
ରାଜନଗର ସରସ୍ୱତୀ ଦେବୀ କଂଗ୍ରେସ
କେନ୍ଦ୍ରାପଡ଼ା ଦୀନବନ୍ଧୁ ସାହୁ କଂଗ୍ରେସ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ତିର୍ତ୍ତୋଲ ନିଶାମଣି ଖୁଣ୍ଟିଆ ସୋସାଲିଷ୍ଟ
ଏରସମା ଗୌରୀଶ୍ୟାମ ନାୟକ କଂଗ୍ରେସ
ବାଲିକୁଦା ପ୍ରାଣକୃଷ୍ଣ ପରିଜା ସ୍ୱାଧୀନ
ଜଗତସିଂହପୁର ନୀଳମଣି ପ୍ରଧାନ କଂଗ୍ରେସ
କିଶନନଗର ରାଜକୃଷ୍ଣ ବୋଷ କଂଗ୍ରେସ
ସାଲେପୁର (ଯୁଗ୍ମ) ସୁରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସ
ପୂର୍ଣ୍ଣାନନ୍ଦ ସାମଲ କଂଗ୍ରେସ
ମାହାଙ୍ଗା ମହମ୍ମଦ ଅତାହାର କଂଗ୍ରେସ
କଟକ ସହର ବୀରେନ୍‍ ମିତ୍ର କଂଗ୍ରେସ
କଟକ (ଗ୍ରାମ) (ଯୁଗ୍ମ) ଲକ୍ଷ୍ମଣ ମଳିକ କଂଗ୍ରେସ
ଉଦାହରଣ ଭୈରବ ଚନ୍ଦ୍ର ମହାନ୍ତି କଂଗ୍ରେସ
ବାଙ୍କୀ ଗୋକୁଳାନନ୍ଦ ପ୍ରହରାଜ ସୋସାଲିଷ୍ଟ
ନରସିଂହପୁର ବୃନ୍ଦାବନ ସାହୁ ଗଣତନ୍ତ୍ର ପରିଷଦ
ଆଠଗଡ଼ ରାଧାନାଥ ରଥ କଂଗ୍ରେସ
କାକଟପୁର ନିମାପଡ଼ା (ଯୁଗ୍ମ) ଉପେନ୍ଦ୍ର ମହାନ୍ତି କଂଗ୍ରେସ
ଗୋବିନ୍ଦ ଚନ୍ଦ୍ର ସେଠି କଂଗ୍ରେସ
ସତ୍ୟବାଦୀ ନୀଳକଣ୍ଠ ଦାସ ସ୍ୱାଧୀନ
ପିପିଲି ଜୟକୃଷ୍ଣ ମହାନ୍ତି ସ୍ୱାଧୀନ
ପୁରୀ ଫକୀର ଚରଣ ଦାସ ସୋସାଲିଷ୍ଟ
ବ୍ରହ୍ମଗିରି ବିଶ୍ୱନାଥ ପରିଡ଼ା ସ୍ୱାଧୀନ
ବାଣପୁର ଗୋଦାବରୀଶ ମିଶ୍ର ସ୍ୱାଧୀନ
ଭୁବନେଶ୍ୱର (ଯୁଗ୍ମ) ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
କାହ୍ନୁ ମଳିକ କଂଗ୍ରେସ
ଖୋର୍ଦ୍ଧା ମାଧବ ଚନ୍ଦ୍ର ରାଉତରାୟ କଂଗ୍ରେସ
ରଣପୁର ବସନ୍ତ ମଞ୍ଜରୀ ଦେବୀ କଂଗ୍ରେସ
ବେଗୁନିଆ ଗଙ୍ଗାଧର ପାଇକରାୟ କମ୍ୟୁନିଷ୍ଟ
ନୟାଗଡ଼ କେ.ସି ସିଂହମାନ୍ଧାତା ସ୍ୱାଧୀନ
ଖଣ୍ଡପଡ଼ା ହରିହର ସିଂହ ମର୍ଦ୍ଦରାଜ ସ୍ୱାଧୀନ
ଦଶପଲ୍ଲା କୃଷ୍ଣଚନ୍ଦ୍ର ଦେଓ ଭଞ୍ଜ କଂଗ୍ରେସ
ଜଗନ୍ନାଥପ୍ରସାଦ ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
ରସୁଲକୁଣ୍ଡା ଦୀନବନ୍ଧୁ ବେହେରା କଂଗ୍ରେସ
ଆସ୍କା (ଯୁଗ୍ମ) ହରିହର ଦାସ କମ୍ୟୁନିଷ୍ଟ
ମୋହନ୍‍ ନାୟକ କମ୍ୟୁନିଷ୍ଟ
ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ସ୍ୱାଧୀନ
କୋଦଳା ବନମାଳୀ ମହାରଣା ସୋସାଲିଷ୍ଟ
ପୁରୁଷୋତ୍ତମପୁର ହରିହର ଦାସ କଂଗ୍ରେସ
ଛତ୍ରପୁର ଭି.ସୀତାରାମାୟା ସ୍ୱାଧୀନ
ପାଟପୁର ଗୋବିନ୍ଦ ପ୍ରଧାନ କମ୍ୟୁନିଷ୍ଟ
ବ୍ରହ୍ମପୁର (ଯୁଗ୍ମ) ଦଣ୍ଡପାଣି ଦାସ ସ୍ୱାଧୀନ
ରାମଚନ୍ଦ୍ର ମିଶ୍ର ସ୍ୱାଧୀନ
ପାରଳାଖେମୁଣ୍ଡି (ଯୁଗ୍ମ) ଜଗନ୍ନାଥ ମିଶ୍ର କମ୍ୟୁନିଷ୍ଟ
ଅପନା ଦୋରା ବିଶ୍ୱାସ ରାୟ ସ୍ୱାଧୀନ
ପାତ୍ରପୁର ଦିବାକର ପଟ୍ଟନାୟକ ଫରଓ୍ୱାର୍ଡ଼ ବ୍ଲକ
ଉଦୟଗିରି-ମୋହନା ମାଲିକ ପାଟୁ କଂଗ୍ରେସ
ଲୋକସଭାକୁ ଓଡ଼ିଶାର ନିର୍ବାଚିତ ସଦସ୍ୟ :
ମୟୂରଭଞ୍ଜ ରାମଚନ୍ଦ୍ର ମାଝି କଂଗ୍ରେସ
ବାଲେଶ୍ୱର କାହ୍ନୁଚରଣ ଜେନା କଂଗ୍ରେସ
କେନ୍ଦ୍ରାପଡ଼ା ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
କଟକ ହରେକୃଷ୍ଣ ମହତାବ କଂଗ୍ରେସ
ପୁରୀ ଲୋକନାଥ ମିଶ୍ର କଂଗ୍ରେସ
ଖୋର୍ଦ୍ଧା ଲିଙ୍ଗରାଜ ମିଶ୍ର କଂଗ୍ରେସ
ଘୁମୁସର ଉମାଚରଣ ପଟ୍ଟନାୟକ ସ୍ୱାଧୀନ
ଗଞ୍ଜାମ ବିଜୟ ଚନ୍ଦ୍ର ଦାସ କମ୍ୟୁନିଷ୍ଟ
ନବରଙ୍ଗପୁର ବି.ସୁବାରାଓ ଗଣତନ୍ତ୍ର ପରିଷଦ
କଳାହାଣ୍ଡି- ବଲାଙ୍ଗୀର (ଯୁଗ୍ମ) ଗିରିଧାରୀ ଭୋଇ ଗଣତନ୍ତ୍ର ପରିଷଦ
ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ସମ୍ବଲପୁର ନଟବର ପାଣ୍ଡେ ଗଣତନ୍ତ୍ର ପରିଷଦ
ବରଗଡ ଜି. ଦାସ ଥିରାନୀ ସ୍ୱାଧୀନ
ଢେଙ୍କାନାଳ-ପଶ୍ଚିମ କଟକ (ଯୁଗ୍ମ) ନିରଞ୍ଜନ ଜେନା କଂଗ୍ରେସ
ସାରଙ୍ଗଧର ଦାସ ସୋସାଲିଷ୍ଟ
ସୁନ୍ଦରଗଡ ଶିବନାରାୟଣ ସିଂହ କଂଗ୍ରେସ
ଯାଜପୁର-କେଉଁଝର (ଯୁଗ୍ମ) ଭୁବନାନନ୍ଦ ଦାସ କଂଗ୍ରେସ
ଲକ୍ଷ୍ମୀଧର ଜେନା ଗଣତନ୍ତ୍ର ପରିଷଦ
ରାୟଗଡ଼ା-ଫୁଲବଣୀ ଟି. ସାଙ୍ଗ୍‍ନା କଂଗ୍ରେସ
ଏକାଦଶ ପରିଚ୍ଛେଦ
ନବକୃଷ୍ଣ ଚୌଧୁରୀଙ୍କ ଶାସନକାଳରେ ଓଡ଼ିଶା

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତି । ସଚ୍ଚା ସମାଜବାଦୀ ନେତା । ସାଦାସିଧା ମଣିଷଟିଏ । କୂଟନୀତିର ଧାର ଧାରନ୍ତି ନାହିିଁ । ଏପରି ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ସର୍ବ ପ୍ରଥମେ ୧୯୫୦ ମସିହା ମଇମାସ ୧୨ ତାରିଖ ଦିନ । ଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆ ଭାଷା ପ୍ରବର୍ତ୍ତନ ନିମନ୍ତେ ସେ ବଦ୍ଧପରିକର ହେଲେ । ଓଡ଼ିଶା ବିଧାନସଭାର ବିବରଣୀ ଓଡ଼ିଆ ଭାଷାରେ ଲେଖାଯିବ ବୋଲି ସେ ଉଦ୍ୟମ କଲେ । ହେଲେ ତତ୍‍କାଳୀନ ବାଚସ୍ପତି ଲାଲମୋହନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଏକମତ ହେଲେ ନାହିଁ । ତ‌ଥାପି ସେ ନିଜ ଲକ୍ଷ୍ୟରେ ଅଟଳ ରହି ୧୯୫୧ ମସିହା ଫେବ୍ରୁଆରି ୨୧ରେ ଓଡ଼ିଆଲେଖା ବଜେଟ ବିଧାନସଭାରେ ଉପସ୍ଥାପନ କଲେ । ଏହି ବଜେଟ ଅତି ସୁନ୍ଦର ଓ ସରଳ କଥିତ ଓଡ଼ିଆ ଭାଷାରେ ଲେଖାଯାଇଥିଲା ।

ଶାସନ ସ୍ତରରେ ଓଡ଼ିଆଭାଷା ପ୍ରବର୍ତ୍ତନ ଉଦ୍ୟମ:

ନବବାବୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ ପ୍ରଶାସନର ପ୍ରତ୍ୟେକ ସ୍ତରରେ ଓଡ଼ିଆଭାଷା ପ୍ରବର୍ତ୍ତନ କରିବାପାଇଁ ଉଦ୍ୟମ କଲେ । ୧୯୫୨ ମସିହାରେ ସେ ଏକ ପ୍ରାଶାସନିକ ଇଂରାଜୀ- ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଇଲେ । ଓଡ଼ିଶାରେ ପ୍ରାଶାସନିକ ସ୍ତରରେ ଆଞ୍ଚଳିକ ଭାଷା ପ୍ରବର୍ତ୍ତନ ସମଗ୍ର ଦେଶରେ ପ୍ରଥମ ଉଦ୍ୟମ ଭାବରେ ବିବେଚିତ । ମୁଖ୍ୟମନ୍ତ୍ରୀଙ୍କର ଏହି ଉଦ୍ୟମକୁ କେତେକ ଉଚ୍ଚ ଅଫିସର ବିରୋଧ କରିିଥିଲେ । ଏପରିକି ତତ୍‍କାଳୀନ ମୁଖ୍ୟ ଶାସନ ସଚିବ ବ୍ରହ୍ମଦେବ ମୁଖାର୍ଜୀ ମଧ୍ୟ ଏହାକୁ ବିରୋଧ କରିିଥିଲେ । ସେ ମତ ଦେଇଥିଲେ ଯେ ଏକାଉଣ୍ଟାଣ୍ଟ୍‍ ଜେନେରାଲଙ୍କ ସହିତ ପତ୍ରାଳାପ କରିବାରେ ଏଥିପାଇଁ ଅସୁବିଧା ହେବ । ତ‌ଥାପି ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ । ୧୯୫୬ ମସିହାରେ ଓଡ଼ିଆ

ଟାଇପ୍‍ ରାଇଟର ପ୍ରସ୍ତୁତିପାଇଁ ରେମିଙ୍ଗନ୍‍ କମ୍ପାନୀକୁ ଅର୍ଡ଼ର ପ୍ରଦାନ କଲେ । ହେଲେ କ'ଣ ହେବ? ଏହାପରେ ନବବାବୁ ମୁଖ୍ୟମନ୍ତ୍ରୀ ପଦତ୍ୟାଗ କରିବାରୁ ତାଙ୍କ ପରବର୍ତ୍ତୀ ମନ୍ତ୍ରିମଣ୍ଡଳ ଏ ଦିଗରେ ଆନ୍ତରିକତା ପ୍ରଦର୍ଶନ କଲେନାହିଁ । ଫଳରେ ନବବାବୁଙ୍କ ସ୍ୱପ୍ନ ସାକାର ହୋଇପାରିଲା ନାହିଁ । ଏହାର କେତେ ବର୍ଷ ପରେ ୧୯୮୦ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଫଳରେ କଡ଼ାକଡ଼ି ଭାବରେ ସେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବରେ ପ୍ରଚଳନ କରାଇଲେ ।

ନେପାଳୀବାବା ଘଟଣା :

ନବବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନୁଗୁଳର ରନ୍ତଲେଇ ଗ୍ରାମର ଘଟଣା ଥିଲା ଅତ୍ୟନ୍ତ ଚମକପ୍ରଦ । ରନ୍ତଲେଇ ଅନୁଗୁଳ ସହର ନିକଟରେ ଥିବା ଏକ ଅଖ୍ୟାତ ପଲ୍ଲୀ ଗାଁ । ଏହି ଗାଁଟି ରନ୍ତୁଲେଇ, ରନ୍ତଲାଇ ବା ରାମତଲାଇ ଭାବରେ ଜଣାଶୁଣା । ଏହି ଗାଁରେ ନଟବର ସାହୁଙ୍କର ଘର । ସେ ଜାତିରେ ଚଷା । ତାଙ୍କର ତିନିପୁଅ । ବଡ଼ ଗୋବର୍ଦ୍ଧନ, ମଝିଆ ଗୋପାଳ ଓ ସାନ ନେପାଳ । ସାନପୁଅ ନେପାଳର ଜନ୍ମ ୧୯୩୭ ମସିହାରେ । ରନ୍ତଲେଇ ଗାଁ ମୁଣ୍ଡରେ ଗୋଟିଏ ପୋଖରୀ, ପୋଖରୀର ନାଁ ବାବାଜୀ ବନ୍ଧ । ମଣିଦାସ ବୋଲି ଜଣେ ସାଧୁ ଏହି ପୋଖରୀଟି ଖୋଳିିଲେ । ନେପାଳ ବାରବର୍ଷ ବୟସରେ ମେଣ୍ଢା ଚରାଉଥିଲେ । ଦିନେ ନେପାଳ ଅସୁସ୍ଥ ହୋଇପଡ଼ି ପୋଖରୀ ହୁଡ଼ାରେ ଥିବା ଅଶ୍ୱତ୍ଥ ଗଛତଳେ ନିଦ୍ରାଗଲେ । ସେଠାରେ ନେପାଳ ଏକ ଅଭ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଜଣେ ସାଧୁ ତାଙ୍କୁ ଦର୍ଶନ ଦେଇ କହିଲେ, "ତୁମେ ନିଶ୍ଚୟ ଆରୋଗ୍ୟ ହେବ ନେପାଳ ।" କେତୋଟି ଗଛ ଚିହ୍ନାଇ ଦେଇ' ସାଧୁ ହୁକୁମଦେଲେ, "ଏଇସବୁ ଗଛ ସର୍ବରୋଗର ମହୌଷଧି ।"

ଏହି ଘଟଣାର କିଛିଦିନ ପରେ ନେପାଳଙ୍କୁ ସ୍ୱପ୍ନାଦେଶ ହେଲା ଔଷଧ ବିତରଣ ପାଇଁ । ନେପାଳ ପ୍ରଥମେ ଔଷଧଦେବା ଆରମ୍ଭ କଲେ ସାଇପଡ଼ିଶା ଓ ଗାଁରୁ । ଲୋକେ ଔଷଧ ନେଇ ଭଲ ହୋଇଗଲେ । ନେପାଳ "ନେପାଳୀବାବା" ନାମରେ ପରିଚିତ ହେଲେ । ତାଙ୍କର ମହିମା ଚାରିଆଡ଼େ ବ୍ୟାପିବାରେ ଲାଗିଲା । ଜିଲ୍ଲା, ରାଜ୍ୟ ଏପରିକି ଦେଶର ବିଭିନ୍ନ ପ୍ରାନ୍ତରୁ ରୋଗୀମାନଙ୍କର ଭିଡ଼ ହେଲା ରନ୍ତଲେଇରେ । ଚାରିଆଡ଼ ଲୋକାରଣ୍ୟ । ସେଇ ଗାଁର ଗୌରାଙ୍ଗ ବେହେରା ବୋଲି ଜଣେ ବ୍ୟକ୍ତି ନେପାଳୀବାବାଙ୍କୁ କାନ୍ଧରେ ବସାଇ ଲୋକ ଗହଳିରେ ଔଷଧ ବିତରଣ କରିଥାଆନ୍ତି । ସେ କହୁଥିଲେ ରନ୍ତଲେଇରେ ଖର୍ବଖର୍ବ ଲୋକ ଆସି ପହଞ୍ଚିିଥିଲେ । ରେଳଯୋଗେ ଦୈନିକ ମେରାମୁଣ୍ଡଳୀ ଷ୍ଟେସନରେ ପାଞ୍ଚ ହଜାର ଲୋକ ଆସି ପହଞ୍ଚୁଥିଲେ ବୋଲି ସେହି ସମୟର ସରକାରୀ ହିସାବରୁ ଜଣାପଡ଼େ । ସ୍ଥାନୀୟ ଲୋକେ ପାଦରେ, ବଳଦଗାଡ଼ିରେ ତ‌ଥା ଅନ୍ୟାନ୍ୟ ଯାନରେ ରନ୍ତଲେଇରେ ଆସି ପହଞ୍ଚୁଥିଲେ । ସୋମବାର, ମଙ୍ଗଳବାର ଓ ବୁଧବାର ସପ୍ତାହର ଏଇ ତିନିଦିନ ଔଷଧ ଦିଆଯାଉଥିଲା । ବ‌ହୁ ଲୋକ ଅନ୍ୟ ଦିନରେ ଖରା, କାକର, ବର୍ଷା, ଶୀତ ସ‌ହି ରନ୍ତଲେଇଠାରେ

ପଡିରହୁଥିଲେ । ଗାଁ ଲୋକ ଓ ପୋଲିସଙ୍କ ସହାୟତାରେ ଲୋକଙ୍କୁ ଧାଡ଼ିରେ ବସାଇ ଔଷଧ ଦିଆଯାଉଥିଲା । ପୋଲିସମାନେ ମଧ୍ୟ ଏଠାରେ ଡେରା ପକାଇଥିଲେ । ନେପାଳୀ ବାବା ଧାଇଁଧାଇଁ କରି ଯାଇ କେତେବେଳେ କାହା କାନ୍ଧରେ ବସି ଲୋକଙ୍କ ମେଳରେ ପଶି ଔଷଧ ବିତରଣ କରୁଥିଲେ । ଜ୍ୱର, ପେଟବ୍ୟଥା, କୃଷ୍ଣ, ଛୋଟା, ଘୁଙ୍ଗ ଓ କାଲା ଲୋକମାନେ ଭଲ ହେବାରେ ଲାଗିଲେ । ଭକ୍ତମାନେ ନାମ ସଂକୀର୍ତ୍ତନରେ ମାତି ନେପାଳୀବାବାଙ୍କର ଜୟଗାନ କରୁଥିଲେ । ଯେତିକି ଲୋକ ଔଷଧ ନେଇ ଫେରୁଥିଲେ ତା’ର ଦଶ ଗୁଣ ଲୋକ ଆସି ସେଠାରେ ଉପସ୍ଥିତ ହେଉଥିଲେ ।

ଲୋକଙ୍କର ପ୍ରବଳ ଭିଡ଼ ଯୋଗୁଁ ଜଳ ଓ ଆହାରର ସଂକଟ ଦେଖାଦେଲା । ରୋଗୀକୁ ନେଇ ଆସୁଥିବା ଲୋକେ ରୋଗୀ ହୋଇ ପ୍ରାଣତ୍ୟାଗ କଲେ । ହଇଜା ବ୍ୟାପିଲା । ହଇଜା ମହାମାରୀ ରୂପ ଧାରଣକଲା । ଲୋକେ ପୋକମାଛି ପରି ପଡ଼ି ମଲେ । କିଏ କୁଆଡ଼େ ଗଲେ ତା’ର ହିସାବ ରହିଲା ନାହିଁ । ନବବାବୁ ଥାଆନ୍ତି ମୁଖ୍ୟମନ୍ତ୍ରୀ । ଏପରି ଅସ୍ବାଭାବିକ ପରିସ୍ଥିତି ଦେଖି ମାଳତୀ ଦେବୀ ସେଠାରେ ୧୪୪ ଧାରା ଜାରି କରିବା ପାଇଁ ନବ ବାବୁଙ୍କୁ କହିଲେ ।

ନବବାବୁ ମାଳତୀ ଦେବୀଙ୍କୁ କହିଲେ, "ସରକାରର ଲୋକଙ୍କ ଧର୍ମବିଶ୍ୱାସରେ ବାଧାଦେବାର ଅଧିକାର ନାହିଁ । ସମ୍ବିଧାନ କହୁଛି କେହି କାହାରି ଧର୍ମ ବିଶ୍ବାସରେ ବାଧାଦେଇ ପାରିବେ ନାହିଁ।" ମାଳତୀ ଦେବୀ ରାଗିଯାଇ କହିଲେ, "ନ ପାରିବ ତ ଇସ୍ତଫା ଦେଇଦିଅ । ଏଭଳି ମାଇଚିଆ ସରକାର ଆମର ଦରକାର ନାହିଁ ।"

ଅବସ୍ଥା ଅସମ୍ଭାଳ ହେଲା । ମାଳତୀ ଦେବୀ ବାଜି ରାଉତ ଆଶ୍ରମରୁ ଜଗାଭାଇ (ଜଗନ୍ନାଥ ପ୍ରସାଦ ଦାସ ) ଓ ଏମ.ଏଲ.ଏ ହୃଷୀକେଶ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଜିପରେ ବସାଇ ଗ୍ରାମରେ ଯାଇ ପହଞ୍ଚିଲେ । ଜଗାଭାଇ ନେପାଳୀବାବାଙ୍କୁ ଢାଇ କରି ଏକ ଶକ୍ତ ଚାପୁଡ଼ା ଦେଇ କହିଲେ, "ଆବେ ବଦମାସ୍, ବାବା ହୋଇ ହୁକୁମ୍ ଦେଉଛୁ, ଏଣେ ହଜାର ହଜାର ଲୋକ ମଲେଣି । ଜଗାଭାଇଙ୍କ ଚାପୁଡ଼ାରେ ନେପାଳୀବାବା ବଣ ଭିତରକୁ ଦୌଡ଼ି ଦୌଡ଼ି ପଳାଇଲେ । ସେଠାରେ ଥିବା ଭକ୍ତମାନେ ପାଟିକରି ଉଠିଲେ । କହିଲେ "ଆମ ବାବାଙ୍କୁ ମାରି ପକାଇଲେ ।" ଲୋକେ ଉତ୍ତ୍ୟକ୍ତ ହୋଇ ଉଠିବାରୁ ମାଳତୀ ଦେବୀ, ଜଗନ୍ନାଥ ପ୍ରସାଦ ଦାସ ଓ ହୃଷୀକେଶ ତ୍ରିପାଠୀ ଜିପ୍‌ରେ ବସି କୌଶଳକ୍ରମେ ସେହି ସ୍ଥାନ ତ୍ୟାଗ କରି ଚାଲିଆସିଲେ । ତା’ପରେ ସେଠାରେ ସରକାରଙ୍କ ତରଫରୁ ୧୪୪ ଧାରା ଜାରିହେଲା । ରନ୍ତଲେଇକୁ ବାହାରୁ ଆଉ ଲୋକଙ୍କୁ ଛାଡ଼ି ଦିଆଗଲା ନାହିଁ । କଲେରା ପାଇଁ ଉପଯୁକ୍ତ ପ୍ରତଷେଧକ ବ୍ୟବସ୍ଥା ଓ ଚକିତ୍ସା ଆରମ୍ଭ ହୋଇଗଲା । ସେଠାରେ ଥବା ଲୋକଙ୍କୁ ନିଜ ନିଜ ଗ୍ରାମ, ସହର ଆଦିକୁ ବସ୍ ଓ ଟ୍ରେନ୍ ଯୋଗେ ପଠେଇ ଦେବାର ସୁବ୍ୟବସ୍ଥା କରାଗଲା । ଧୀରେ ଧୀରେ ରନ୍ତଲେଇ ଅବସ୍ଥା ଶାନ୍ତ ପଡ଼ିଲା । କିନ୍ତୁ ବହୁତ ଲୋକ ମରିଗଲେ । ପ୍ରଜାତନ୍ତ୍ର ଖବରକାଗଜରେ ସେତେବେଳେ ଏହାର ବିସ୍ତୃତ ବିବରଣୀ ପ୍ରକାଶ ପାଉଥାଏ । ବୃଦ୍ଧିଜୀବୀ ଶିକ୍ଷିତ ଲୋକ ମଧ୍ୟ ରନ୍ତଲେଇକୁ ଆରୋଗ୍ୟ ହେବାପାଇଁ ଆସିଥିବାର ଜଣାଯାଏ ।

୧୯୫୧ ଛାତ୍ର ଆନ୍ଦୋଳନ :

ସରକାରୀ କଲେଜମାନଙ୍କରେ ଛାତ୍ରଙ୍କ ଦରମା ଓ ହଷ୍ଟେଲ୍‍ ଫି ବୃଦ୍ଧିପାଇଲା ୧୯୫୧ ମସିହାରେ । ଏହି ଦରମା ଓ ଫି ଦ୍ୱିତୀୟ ମହାସମର ପୂର୍ବରୁ ବୃଦ୍ଧି ପାଇ ନଥିଲା । ସ୍ୱାଧୀନତା ପରେ ରାଜ୍ୟରେ ଅଧିକ ମହାବିଦ୍ୟାଳୟ ଖୋଲାଗଲା । ସେହି ସମୟରେ ମୁଦ୍ରାସ୍ଫୀତି ଘଟିଲା । ଦରଦାମ ବୃଦ୍ଧି ପାଇଲା । ଫଳରେ ଖର୍ଚ୍ଚକୁ ଭରଣା କରିବା ପାଇଁ ସରକାର ଏହି ସବୁ ଫି ଓ ଛାତ୍ର ମାନଙ୍କ ଟିଉସନ ଫି ବୃଦ୍ଧି କରିବା ପାଇଁ ବାଧ୍ୟହେଲେ । ଏହାକୁ ବାମପନ୍ଥୀ ଓ ବିରୋଧୀଦଳର ନେତାମାନେ ଦୃଢ଼ ବିରୋଧ କଲେ । ସେମାନେ ଯୁକ୍ତି ବାଢ଼ିଲେ କି ରାଜା, ମହାରାଜା, ଜମିଦାରମାନେ କାହିିଁକି ଭତ୍ତା ପାଇବେ ? ସରକାର ସେମାନଙ୍କ ଉପରେ ଟିକସ ବସାଇ ରାଜସ୍ୱ ବୃଦ୍ଧି କରନ୍ତୁ । ଗରିବ ଘରର ପିଲା ଯେଉଁମାନେ କି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଉଛନ୍ତି, କଲେଜ ଟିଉସନ ଫିସ୍‍ ବୃଦ୍ଧି କରାଯାଇ ସେମାନଙ୍କୁ ଶୋଷଣ କରା ନଯାଉ । ପୂର୍ବର ଛାତ୍ର କଂଗ୍ରେସ ନେତାମାନେ ସୋସାଲିଷ୍ଟ୍‍ ଦଳକୁ ଚାଲି ଯାଇଥାଆନ୍ତି । ମୁଖ୍ୟମନ୍ତ୍ରୀ ନବବାବୁଙ୍କ ହାତରେ କୌଣସି ଛାତ୍ର ସଂଗଠନ ନଥାଏ । କଟକର ରେଭେନ୍‍ସା କଲେଜ ଥାଏ ଛାତ୍ର ସଂଗଠନର ମୂଳପୀଠ । ଏଠାରେ ସୋସାଲିଷ୍ଟ ଓ କମ୍ୟୁନି୍‍ଷ୍ଟ ପାର୍ଟି ପରିଚାଳିତ ଛାତ୍ର ସଂଗଠନଗୁଡ଼ିକ କାୟା ବିସ୍ତାର କରିାଆନ୍ତି । ଓଡ଼ିଶାର ଅନ୍ୟ କଲେଜର ପରିସ୍ଥିତି ମଧ୍ୟ ଅନୁରୂପ । ରେଭେନ୍‍ସା କଲେଜ ଆଦି ବଡ଼ ବଡ଼ କଲେଜମାନଙ୍କରେ ସୋସାଲିଷ୍ଟ୍‍ ଓ କମ୍ୟୁନିଷ୍ଟ୍‍ ପାର୍ଟିର ଅନୁଗତମାନେ ନେତୃତ୍ୱ ନେଇ ଥାଆନ୍ତି ।

କଟକ ସହର ଛାତ୍ର ଆନ୍ଦୋଳନ ଯୋଗୁଁ ପଡ଼ୁଥାଏ ଉଠୁଥାଏ । ରେଭେନ୍‍ସା କଲେଜର ଛାତ୍ରମାନେ ତତ୍‍କାଳୀନ ଉଚ୍ଚ ଶ୍ରେଣୀର ଛାତ୍ର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଧର୍ମଘଟ ଜାରି ରଖିଥାଆନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରବୀର ପାଲିତ, ଅଖିଳ ମୋହନ ପଟ୍ଟନାୟକ, ଦେବୀପ୍ରସନ୍ନ ପଟ୍ଟନାୟକ ଓ ବ୍ରଜମୋହନ ମହାନ୍ତି ଆଦି ଛାତ୍ର ନେତାମାନଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଦୀର୍ଘ ବାରଦିନ ଯାଏଁ ରେଭେନ୍‍ସା କଲେଜରୁ ଚାନ୍ଦିନୀଚୌକ ପର୍ଯ୍ୟନ୍ତ ପ୍ରତ୍ୟେହ ଛାତ୍ରମାନଙ୍କର ଶୋଭାଯାତ୍ରା ଯାଉଥାଏ । ସରକାର ଏହି ଛାତ୍ର ଆନ୍ଦୋଳନ ପ୍ରତି କର୍ଣ୍ଣପାତ ନ କରିବାରୁ ଶେଷରେ ଛାତ୍ରସଂଗଠନ ଠିକ୍‍ କଲେ ୧୯୫୧ ଜୁଲାଇ ୧୭ ତାରିଖ ଦିନ ବିଧାନସଭା ଘେରାଉ କରିବେ । ସେତେବେଳେ ବିଧାନସଭା ରେଭେନ୍‌ସା କଲେଜ ହଲରେ ଅନୁଷ୍ଠିତ ହେଉଥାଏ । ସେହିଦିନ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ବିଲ ବିଧାନସଭାରେ ପାସ୍‍ ହେବାକୁ ଥାଏ । ଛାତ୍ରମାନେ ବିଧାନସଭା ଭିତରକୁ ଯିବାପାଇଁ କାହାକୁ ଛାଡ଼ିଲେ ନାହିିଁ । କେବଳ ଏମ୍‍.ଏଲ.ଏ ବିଜୟାନନ୍ଦ ପଟ୍ଟନାୟକ ଛାତ୍ରମାନଙ୍କ ଉପରେ ଚଢ଼ି ଚାଲିଗଲେ । ନବବାବୁ ମୁଖ୍ୟମନ୍ତ୍ରୀ ହିସାବରେ ପିଲାମାନଙ୍କୁ ବହୁତ ବୁଝାଇଲେ । ଫଳ କିଛି ହେଲାନାହିିଁ । ଶେଷରେ ମୁଖ୍ୟମନ୍ତ୍ରୀ ସେଠାରୁ ଫେରିଆସିଲେ ।

ଛାତ୍ର ଧର୍ମଘଟର ସମାଧାନ ନିମନ୍ତେ ଆଡ୍‍ଭୋକେଟ୍‍ ଜେନେରାଲ୍‍ ବାଞ୍ଛାନିଧି ମହାପାତ୍ର, ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ଅଧ୍ୟାପକ ଶ୍ରୀରାମ ଦାସଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଲା । ହରେକୃଷ୍ଣ ମହତାବ ସେମାନଙ୍କ ସହ ସହଯୋଗ କଲେ । କିନ୍ତୁ କିଛି ନିଷ୍ପତ୍ତି ହୋଇପାରିଲା ନାହିିଁ । ଶେଷରେ ରାଜେନ୍ଦ୍ର ପ୍ରସାଦ ଦାସ ଓ ଚନ୍ଦ୍ରମଣି ନାୟକ ଆଦି କେତେକ ଛାତ୍ରନେତା ଅଧ୍ୟାପକ ଶ୍ରୀରାମ ଦାସଙ୍କ ପରାମର୍ଶକ୍ରମେ ବିଜୁ ପଟ୍ଟନାୟକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଏଠାରେ ନିଷ୍ପତ୍ତି ହେଲା ଯେ ଟିଉସନ୍‍ ଫିସ୍‍ ଦୁଇଟଙ୍କା ବଦଳରେ ଟଙ୍କାଏ ବଢ଼ିବ । ହଷ୍ଟେଲ୍‍ ଫିସ୍‍ ଚାରିଟଙ୍କା ବଦଳରେ ଦୁଇଟଙ୍କା ବଢ଼ିବ । ଏହା ପରେ କଲେଜ ଶୀଘ୍ର ଖୋଲିବ । କିନ୍ତୁ ଏହି ନିଷ୍ପତ୍ତି ପରେ ପିଲାମାନଙ୍କ ମନ ପରିବର୍ତ୍ତନ ହେଲା ନାହିିଁ । ସେମାନେ ପୁଣି ଆନ୍ଦୋଳନ ଅଭିମୁଖୀ ହେଲେ ।

ଜୁଲାଇ ୧୯ ତାରିଖରେ ନନ୍ଦିନୀ ଶତପଥୀ ଆଦି କେତେକ କମ୍ୟୁନିଷ୍ଟ ଛାତ୍ର ବିଧାନସଭା ଦ୍ୱାରଦେଶରେ ବସିରହିଲେ । ସରକାରଙ୍କ ତରଫରୁ ପୋଲିସ୍‍ ଲାଠିଚାର୍ଜ କଲା । ପାଣିଜେଟ୍‍ ମରାଗଲା । ଛାତ୍ରମାନଙ୍କୁ ଗିରଫ କରାଗଲା । ଅପରପକ୍ଷରୁ ମଧ୍ୟ ଢେଲାମାଡ଼ ହେଲା । ଜଣେ ସର୍ଜେଣ୍ଟଙ୍କ ନାକ ଫାଟିଲା । ସେ ରିଭରଭଲ୍‍ ଚଳାଇଲେ । ସ୍ୱସ୍ତି ମହାପାତ୍ରଙ୍କ ଗୋଡ଼ରେ ଗୁଳି ବାଜିଲା । ବହୁ ଲୋକ ହତାହତ ହେଲେ । ସଂଧ୍ୟା ୬ଟା ଯାଏଁ ଏପରି ପରିସ୍ଥିତି ଲାଗି ରହିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଛାତ୍ରମାନେ ପରଦିନ ଅନଶନ କରି ଗିରଫ ହେଲେ । ସେମାନେ ଜାମିନରେ ଖଲାସ ହୋଇ ବି ପାଠପଢ଼ାରୁ ବଂଚିତ ହେଲେ । କେତେକ ଦୁଇ ବର୍ଷ ପାଇଁ କଲେଜରୁ ବହିଷ୍କୃତ ହେଲେ । ସରକାର ଏହାଦ୍ୱାରା ବଦନାମ୍‍ ହେଲେ । ("ଅନିର୍ବାଣ'ରୁ ସଂଗୃହୀତ)

ଏହା ପରେ ଆସିଲା ପ୍ରଥମ ସାଧାରଣ ନିର୍ବାଚନ । ଉପରୋକ୍ତ କାରଣଗୁଡ଼ିକ ପାଇଁ ସରକାର ବଦନାମ ହୋଇଥିଲେ, ଏଣୁ ନିର୍ବାଚନରେ କଂଗ୍ରେସ ୧୪୦ଟି ଆସନରୁ ୬୭ ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ବିବେଚିତ ହେଲା । ସାତଜଣ ସ୍ୱାଧୀନ ସଦସ୍ୟଙ୍କ ସର୍ମରେ ୧୯୫୨ ମସିହା ଫେବ୍ରୁଆରି ୨୦ ତାରିଖ ଦିନ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ।

ନବକୃଷ୍ଣ ଚୌଧୁରୀଙ୍କ ଦ୍ୱିତୀୟ ମନ୍ତ୍ରିମଣ୍ଡଳ :

ନବକୃଷ୍ଣ ଚୌଧୁରୀ : (ମୁଖ୍ୟମନ୍ତ୍ରୀ)- ଗୃହନିର୍ମାଣ, ଉନ୍ନୟନ , ନଦୀ
ଉପତ୍ୟକା ବିକାଶ, ରିଲିଫ୍‍, ପୁନର୍ବସତି ଓ ଲୋକସମ୍ପର୍କ
ସଦାଶିବ ତ୍ରିପାଠୀ : ରାଜସ୍ୱ, ଅବକାରୀ ଓ ଯୋଗାଣ ବିଭାଗ ମନ୍ତ୍ରୀ
ରାଜା ସାହେବ କିଶୋର ଚନ୍ଦ୍ର ଦେଓଭଞ୍ଜ- : ଶିଳ୍ପ ଓ ପରିବହନ ମନ୍ତ୍ରୀ
ସୁନାରାମ ସୋରେନ୍‍ : ଆଦିବାସୀ ଓ ଗ୍ରାମ ବିକାଶ, ଶ୍ରମ ଓ ବାଣିଜ୍ୟ ମନ୍ତ୍ରୀ
ରାଧାନାଥ ରଥ : ଅର୍ ଓ ଶିକ୍ଷା ମନ୍ତ୍ରୀ
ସତ୍ୟପ୍ରିୟ ମହାନ୍ତି : ଆଇନ୍‍, ଘରୋଇ ଓ ସ୍ୱାସ୍ଥ୍ୟ
ଉପମନ୍ତ୍ରୀ :
ବସନ୍ତ ମଂଜରୀ ଦେବୀ : ସ୍ୱାସ୍ଥ୍ୟ
ଭୈରବ ଚରଣ ମହାନ୍ତି : ଗୃହ ନିର୍ମାଣ
ନୀଳମଣି ରାଉତରାୟ : ଘରୋଇ
ଅନୁପ ସିଂହଦେଓ : ଲୋକସମ୍ପର୍କ, ରିଲିଫ୍‍, ପୁନର୍ବସତି ଓ ପଶୁପାଳନ
ଶାନ୍ତନୁ କୁମାର ଦାସ : ସ୍ୱାୟତ୍ତଶାସନ, ସମବାୟ ଓ ମତ୍ସ୍ୟ
ତୀର୍ଥବାସୀ ପ୍ରଧାନ : ପରିବହନ ଓ ଜଙ୍ଗଲ
କୃପାନିଧି ନାୟକ : ଯୋଗାଣ ଓ କୃଷି

ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ଭାବରେ ରଣପୁରର ରାଜମାତା ବସନ୍ତ ମଂଜରୀ ଦେବୀ ଶପଥ ଗ୍ରହଣ କଲେ । ଓଡ଼ିଶାର ଦୁଇଜଣ ଆଦିବାସୀ ନେତା ସୁନାରାମ ସୋରେନ (ବାହଲଦା) ଓ କୃପାନିଧି ନାୟକ (ସୁନ୍ଦରଗଡ଼)ଙ୍କୁ ମନ୍ତ୍ରିମଣ୍ଡଳରେ ଯଥାକ୍ରମେ କ୍ୟାବିନେଟ ମନ୍ତ୍ରୀ ଓ ଉପମନ୍ତ୍ରୀ ଭାବରେ ଗ୍ରହଣ କରାଗଲା । ସେହିପରି ଓଡ଼ିଶାର ଜଣେ ଅଗ୍ରଗଣ୍ୟ ହରିଜନ ନେତା (ଦଳିତ ଜାତିର) ଶାନ୍ତନୁ କୁମାର ଦାସଙ୍କୁ ଉପମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପ୍ରଦାନ କରାଗଲା ।

କଂଗ୍ରେସର ତତ୍‍କାଳୀନ ବିଶିଷ୍ଟ ଯୁବ ଓ ବିପ୍ଳବୀ ନେତା ବିଜୟାନନ୍ଦ ପଟ୍ଟନାୟକ ଗଂଜାମ ଜିଲ୍ଲାର ଜଗନ୍ନାପ୍ରସାଦ ନିର୍ବାଚନମଣ୍ଡଳୀରୁ, ବୀରେନ୍‍ ମିତ୍ର ମର୍ଯ୍ୟାଦାପୂର୍ଣ୍ଣ କଟକ ନଗର ଆସନରୁ, ବିଜୟ କୁମାର ପାଣି, ଝାରସୁଗୁଡ଼ା- ରମ୍ପେଲା ନିର୍ବାଚନମଣ୍ଡଳୀରୁ, ପବିତ୍ର ମୋହନ ପ୍ରଧାନ ତାଳଚେରରୁ ଓ ଚକ୍ରଧର ବେହେରା ଚାନ୍ଦବାଲିରୁ ନିର୍ବାଚିତ ହୋଇ ଆସିିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିଲେ ।

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସ୍ଥାନ :

ପ୍ରଥମ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ହରେକୃଷ୍ଣ ମହତାବ ବିଜୟୀ ହେଲେ । ସମସ୍ତେ ଆଶା କରିିଥିଲେ ଯେ, ଦ୍ୱିତୀୟର ପାଇଁ ହରେକୃଷ୍ଣ ମହତାବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । କିନ୍ତୁ ପଣ୍ଡିତ ଜବାହାରଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରେ ଆଉ ଗ୍ରହଣ କଲେ ନାହିିଁ । ଜଣାଯାଏ, ମହତାବ କେନ୍ଦ୍ରରେ ଶିଳ୍ପମନ୍ତ୍ରୀ ଥିବା ସମୟରେ (୧୯୫୦-୫୨) କେତେକ ଶିଳ୍ପପତିଙ୍କୁ ଅନୁକମ୍ପା ପ୍ରଦର୍ଶନ କରିିଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ଆସିିଥିଲା । ପୁଣି ଶୁଣାଯାଏ ଯେ ମହତାବ ଏହି ସମୟରେ ଅନ୍ୟ ମନ୍ତ୍ରଣାଳୟରେ ମଧ୍ୟ ଅଯଥା ହସ୍ତକ୍ଷେପ କରୁଥିଲେ । ଏଥିପାଇଁ ନେହରୁ ତାଙ୍କ ଉପରେ ସନ୍ତୁଷ୍ଟ ନଥିଲେ । ତାଙ୍କୁ ମନ୍ତ୍ରିମଣ୍ଡଳରେ ଗ୍ରହଣ ନକଲେ ମଧ୍ୟ ପଣ୍ଡିତ ନେହରୁ ତାଙ୍କୁ କଂଗ୍ରେସ ଦଳର ସାଂଗଠନିକ ଦାୟିତ୍ୱ ପ୍ରଦାନ କରିଥିଲେ । ଦଳରେ ପ୍ରଥମଥର ପାଇଁ ସେକ୍ରେଟାରୀ ଜେନେରାଲ୍‍ ପଦବୀ ସୃଷ୍ଟି କରାଯାଇ ହରେକୃଷ୍ଣ ମହତାବଙ୍କୁ ସେହି ପଦବୀରେ ଅବସ୍ଥାପିତ କରାଗଲା । ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଲେ ଯେ ପ୍ରତ୍ୟେକ କ୍ୟାବିନେଟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବିଚାର ଆଲୋଚନା ନିମନ୍ତେ ସେକ୍ରେଟାରୀ ଜେନେରାଲଙ୍କ ସହ ପରାମର୍ଶ କରିବାକୁ ବାଧ୍ୟ । ଏହାଦ୍ୱାରା କଂଗ୍ରେସ ଦଳରେ ଶୃଙ୍ଖଳା ପରିଲକ୍ଷିତ ହେବା ସହ ପ୍ରତ୍ୟେକ କାର୍ଯ୍ୟର ମାନରେ ଉନ୍ନତି ଘଟିିଲା । ହରେକୃଷ୍ଣ ମହତାବ ୧୯୫୨-୫୫ ଯାଏଁ ଏହି ପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ କରି ଯଶସ୍ୱୀ ହୋଇଥିଲେ ।

ନିତ୍ୟାନନ୍ଦ କାନୁନ୍‍ଗୋ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ । ସେ ସଂସ୍କୃତି ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ।

ନବକୃଷ୍ଣ ଚୌଧୁରୀଙ୍କ ସମୟରେ ଓଡ଼ିଶାର ରାଜ୍ୟପାଳ :

ମାନ୍ୟବର ଏସ୍‍. ଆସଫ୍‍. ଅଲ୍ଲି ୨୧.୬.୧୯୪୮ରେ ଓଡ଼ିଶାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ । ୬.୫.୧୯୫୧ରୁ ୧୭.୭.୧୯୫୧ ଯାଏଁ ସେ ଛୁଟିରେ ରହିବାରୁ ତାଙ୍କ ସ୍ଥାନରେ ଭି.ପି. ମେନନ୍‍ କାର୍ଯ୍ୟକାରୀ ରାଜ୍ୟପାଳ ଭାବରେ ଦାୟିତ୍ୱରେ ଥିଲେ । ଆସଫ୍‍ ଅଲି ୧୮.୭.୧୯୫୧ରେ କାର୍ଯ୍ୟରେ ଯୋଗଦେଇ ୬.୬.୧୯୫୨ ଯାଏ ଓଡ଼ିଶାର ରାଜ୍ୟପାଳ ରହିଲେ । ଏହା ପରେ ମାନ୍ୟବର ସୟଦ ଫଜଲ ଅଲି, ବାରିଷ୍ଟର ଆଟ-ଲ' ୭.୬.୧୯୫୨ରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରି ୯.୨.୧୯୫୪ ଯାଏ କାର୍ଯ୍ୟ କରିିଥିଲେ । ୧୦.୨.୧୯୫୪ରେ ପି.ଏସ୍‍. କୁମାର ସ୍ୱାମୀରାଜା ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣକରି ୧୧.୯.୧୯୫୬ ଯାଏ କାର୍ଯ୍ୟ କରିିଥିଲେ । ୧୨.୯.୧୯୫୬ରେ ଭୀମସେନ ସାଚାର ଓଡ଼ିଶାର ରାଜ୍ୟପାଳ ହୋଇ ଆସି ୩୧.୭.୧୯୫୭ ଯାଏ କାର୍ଯ୍ୟଭାର ଗ୍ରହଣ କରିିଥିଲେ । ଏହାଙ୍କ ସମୟରେ ନବକୃଷ୍ଣ ଚୌଧୁରୀ ୧୯୫୬ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିିଥିଲେ ।

ଓଡ଼ିଶାରେ ପଞ୍ଚବାର୍ଷିକ ଯୋଜନାର ଅଗ୍ରଦୂତ ନବକୃଷ୍ଣ ଚୌଧୁରୀ :

ଓଡ଼ିଶାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା (୧୯୫୦-୧୯୫୬)କୁ କାର୍ଯ୍ୟକାରୀ କରିବାପାଇଁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ସେତେବେଳେ କୃଷି ଇଂଜିନିୟରିଂ ଶିକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶାରେ କୌଣସି ଅନୁଷ୍ଠାନ ନଥିଲା । କେବଳ କଟକର ଇଂଜିନିୟରିଂ ସ୍କୁଲ ଓ କଟକ ମେଡ଼ିକାଲ କଲେଜ ଥିଲା ଦୁଇଟି ମାତ୍ର ଉଚ୍ଚବୈଷୟିକ ଶିକ୍ଷାନୁଷ୍ଠାନ । ପ୍ରଥମ ପଂଚବାର୍ଷିକ ଯୋଜନାରେ କୃଷିକୁ ଅଗ୍ରାଧିକାର ଦିଆଯାଇଥିବାରୁ ଶ୍ରୀ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ଓଡ଼ିଶାରେ ସର୍ବପ୍ରଥମେ ଗୋଟିଏ କୃଷି କଲେଜ ଓ ଗୋଟିଏ ପଶୁପାଳନ ଓ ପଶୁଚିକିତ୍ସା କଲେଜ ପ୍ରତିଷ୍ଠା କଲେ । ଏଠାରେ ଉନ୍ନତ ଧରଣର କୃଷିପଦ୍ଧତି ପ୍ରବର୍ତ୍ତନ ହେଲା । କୃଷି ଉତ୍ପାଦନ ବୃଦ୍ଧି ପାଇଲା ।

ଶିଳ୍ପ ପ୍ରସାର :

ମୂଳଧନ ଅଭାବରୁ ଓଡ଼ିଶାରେ ଯୁବକମାନେ ଶିଳ୍ପ ପ୍ରତିଷ୍ଠାପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ଫଳରେ ନବବାବୁଙ୍କ ମନ୍ତ୍ରିମଣ୍ଡଳ ପ୍ରଥମେ କଟକ ମଧୁପାଟଣାଠାରେ 'ପଥପ୍ରଦର୍ଶନ ଶିଳ୍ପ ଯୋଜନା' ଆରମ୍ଭ କଲେ । ଏହି ଯୋଜନା ଅନୁଯାୟୀ ଶିଳ୍ପ କାରଖାନା ସ୍ଥାପନରେ ସରକାର ୯୦ ଭାଗ ଅର୍ଥ ବିନିଯୋଗ କରିବେ । ଶିଳ୍ପୋଦ୍ୟୋଗୀମାନେ ୧୦ ଭାଗ ଅର୍ଥ ବିନିଯୋଗ କରି ଅଂଶୀଦାର ହେବାର ସୁବିଧା ପାଇବେ । କାଳକ୍ରମେ ଅଂଶୀଦାରମାନେ କାରଖାନାର ସମସ୍ତ ଅଂଶ କିଣିନେଇ ମାଲିକ ହେବାର ପରିକଳ୍ପନା ରହିିଥିଲା ।

ଏହା ବ୍ୟତୀତ ଡୁଡୁମା, ହୀରାକୁଦ ଜଳବିଦ୍ୟୁତ ଯୋଜନା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲା । ଚୌଦ୍ୱାରଠାରେ ଗୋଟିଏ କାଗଜକଳ, କେନ୍ଦୁଝରର ଯୋଡ଼ା ଓ କୋରାପୁଟର ରାୟଗଡ଼ାଠାରେ ଫେରୋମାଙ୍ଗାନିଜ କାରଖାନା ଶିଳ୍ପପତିମାନଙ୍କଦ୍ୱାରା ପ୍ରତିଷ୍ଠା ସମ୍ଭବ ହେଲା ।

ରାଉରକେଲା ଇସ୍ପାତ କାରଖାନା ଓ ହୀରାକୁଦ ବନ୍ଧ ନିର୍ମାଣ :

ରାଉରକେଲା ଇସ୍ପାତ୍‍ କାରଖାନା ଓ ହୀରାକୁଦ ବନ୍ଧ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ଆରମ୍ଭ ହୋଇ ଶେଷ ହୋଇଥିଲା । ଏହି ଦୁଇଟି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଦାନ ଅତୁଳନୀୟ । ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା ନିଜ ରାଜ୍ୟରେ ନିର୍ମାଣ ପାଇଁ ସେତେବେଳର ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ପ୍ରଭାବିତ କରିବାପାଇଁ ବହୁ ଚେଷ୍ଟା ଅବ୍ୟାହତ ରଖିଥିଲେ । କିନ୍ତୁ ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ପଣ୍ଡିତ ନେହରୁଙ୍କର ଅତୀବ ଶ୍ରଦ୍ଧା ଥିବାରୁ ଶେଷରେ ରାଉରକେଲାରେ ହିିଁ ଏହି ଇସ୍ପାତ କାରାଖାନା ନିର୍ମାଣ ପାଇଁ ସ୍ଥିର ହେଲା । ବୈଦେଶିକ ବିଶେଷଜ୍ଞମାନେ ମଧ୍ୟ ରାଉରକେଲାକୁ ଉପଯୁକ୍ତ ସ୍ଥାନ ବୋଲି ନିରୂପିତ କରିିଥିଲେ । ହୀରାକୁଦ ବହୁମୁଖୀ ଯୋଜନାର ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀଯୁକ୍ତ ଚୌଧୁରୀ ବ୍ୟକ୍ତିଗତ ଭାବରେ ଦୃଷ୍ଟି ପ୍ରଦାନ କରିିଲେ । ବୁଡି ଅଞ୍ଚଳର ଲୋକଙ୍କ

ଥଇଥାନ ପାଇଁ ସେ ବହୁ କଷ୍ଟ ସ୍ୱୀକାର କରିଥିଲେ । ବିଧାନସଭାରେ ଓ ସମ୍ବଲପୁର ଅଂଚଳରେ ଏଥିପାଇଁ ତୀବ୍ର ଆନ୍ଦୋଳନ ଦେଖାଦେଇଥିଲା ।

ଏହି ଦୁଇଟି ଯୋଜନା ଉଦ୍‍ଘାଟନ ବେଳକୁ ଶାସନ ଦାୟିତ୍ୱରେ ନବବାବୁ ନଥିଲେ । ନବବାବୁ ମୁଖ୍ୟମନ୍ତ୍ରୀ ପଦରୁ ୧୯୫୬ ଅକ୍ଟୋବର ମାସରେ ଇସ୍ତଫା ପ୍ରଦାନ କରିଥିଲେ । ଏହାର ଚାରିମାସ ପରେ ଅର୍ଥାତ୍‍ ୧୯୫୭ ମାର୍ଚ୍ଚ ମାସରେ ହୀରାକୁଦ ବନ୍ଧ ଉଦ୍‍ଘାଟିତ ହୋଇଥିଲା ।

ଶାସନ ବିକେନ୍ଦ୍ରୀକରଣ :

ଶାସନର ବିକେନ୍ଦ୍ରୀକରଣ କରି ଜନସାଧାରଣଙ୍କୁ କ୍ଷମତାର ଅଂଶୀଦାର କରିବା ନବକୃଷ୍ଣ ଚୌଧୁରୀଙ୍କର ପରିକଳ୍ପନା ଥିଲା । ଏହି ପରିକଳ୍ପନା ଅନୁଯାୟୀ ଓଡ଼ିଶାକୁ ବିଭିନ୍ନ ଅଞ୍ଚଳରେ ବିଭକ୍ତ କରାଯାଇ ପ୍ରତ୍ୟେକ ଅଂଚଳର ଲୋକପ୍ରତିନିଧିଙ୍କୁ ଘେନି ଏକ ଅଂଚଳସଭା ଗଠିତ ହେବ । ଅଂଚଳସଭା ରାଜସ୍ୱ ଆଦାୟ କରି ଅଂଚଳର ସମସ୍ତ ଉନ୍ନୟନ ଦାୟିତ୍ୱ ବହନକରିବ । ୧୯୫୬ରେ ନବବାବୁ ଏଥିପାଇଁ ବିଧିବଦ୍ଧ ଆଇନପ୍ରଣୟନ କରିିଥିଲେ । ଶାସନରେ ଥିବା ନେତା ଓ ରାଜ୍ୟର ଅମଲାତନ୍ତ୍ରର ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହାର ପାଂଚବର୍ଷ ପରେ ବଳବନ୍ତରାୟ ମେହେଟ୍ଟା କମିଟି ସୁପାରିସରେ ଅଂଚଳ ଶାସନ କ୍ଷମତାକୁ ସଂକୁଚିତ କରାଯାଇ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରାଗଲା ।

ନବବାବୁଙ୍କ ଶାସନ ସମୟରେ ୧୯୫୫ ମସିହା ସେପ୍ଟେମ୍ବର ମାସରେ କାଠଯୋଡ଼ି ନଦୀର ଶାଖା ନଦୀରେ ପ୍ରବଳ ବନ୍ୟା ହେଲା । କଟକ ଜିଲ୍ଲାର ବରଡ଼ାଠାରେ ନଦୀବନ୍ଧ ଭାଙ୍ଗିଗଲା । ବଡ଼ଘାଇ ହୋଇଗଲା । ଏହା ଦଳେଇଘାଇ ଭାବରେ ଜଣାଶୁଣାା ଜଗତସିଂହପୁର ଅଂଚଳ

ବନ୍ୟାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ହଜାର ହଜାର ଲୋକ ଗୃହଶୂନ୍ୟ ହେଲେ । ହଜାର ହଜାର ଏକର ଜମି ବାଲିଚର ହୋଇଗଲା । ଏହା ମନୁଷ୍ୟକୃତ ବନ୍ୟା ଥିଲା ବୋଲି ବଡ଼ନେତା ଜଣେ ଗୁପ୍ତ ରିପୋର୍ଟ ପ୍ରଦାନ କଲେ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରିପାଇଁ ଏହି ନେତାଜଣକ ମଧ୍ୟ ସୁପାରିସ କଲେ । ରାଜ୍ୟର ଗଣତାନ୍ତ୍ରିକ ସରକାର ଲୋକଙ୍କ ଦୁଃଖଦୁର୍ଦ୍ଦଶାରେ ସହାୟକ ହୋଇପାରିନାହାନ୍ତି ବୋଲି ଚାରିଆଡେ଼ ପ୍ରଚାର ଚାଲିଲା । ବସ୍ତୁତଃ ଏହାଥିଲା ନବକୃଷ୍ଣ ଚୌଧୁରୀଙ୍କ ଶାସନ ବିରୋଧରେ ଏକ ଚକ୍ରାନ୍ତ ।

୧୯୫୫ ମସିହା ନଭେମ୍ବର ମାସରେ ସୀମା କମିଶନ ରିପୋର୍ଟ ପ୍ରକାଶ ପାଇଲା । ଷଢେ଼ଇକଳା ଓ ଖରସୁଆଁ ବିହାରରେ ମିଶିଲା । ଏଥିପାଇଁ ରାଜ୍ୟର ଚାରିଆଡେ଼ ଜନ ଅସନ୍ତୋଷ ବ୍ୟାପିଲା । ପ୍ରାଦେଶିକ କଂଗ୍ରେଦଳ ତରଫରୁ ପ୍ରସ୍ତାବ ଗ୍ରହଣ କରାଗଲା ଯେ, ଏପରି ପରିସ୍ଥିତିରେ କଂଗ୍ରେସଦଳ ଶାସନ ଚଳାଇବା ସମ୍ଭବ ନୁହେଁ; ଫଳରେ ମନ୍ତ୍ରୀମାନେ ସମୂହ ଇସ୍ତଫା ପ୍ରଦାନ କଲେ । ହେଲେ କେନ୍ଦ୍ର ସରକାର ଓଡ଼ିଆବାସୀଙ୍କ ଦାବି ପ୍ରତି ଗୁରୁତ୍ୱ ଦେଲେ ନାହିିଁ । ଚାରିଆଡ଼େ ଅସନ୍ତୋଷର ବହ୍ନି ଜଳିଲା । କଟକ ଓ ପୁରୀରେ ଏହି ଆନ୍ଦୋଳନ ବ୍ୟାପକ ହେଲା । ସବୁ ଶ୍ରେଣୀର ଲୋକେ ଏଥିରେ ଯୋଗଦେଲେ । ପୁରୀ ରେଳ ଷ୍ଟେସନ୍‍ରେ ନିଆଁ ଲଗାଇ ଦିଆଗଲା । କଟକ ରେଡ଼ିଓ ଷ୍ଟେସନ୍‍କୁ ବନ୍ଦ କରିଦେବା ପାଇଁ ଆନ୍ଦୋଳନକାରୀମାନେ ଉଦ୍ୟମ କଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଦିଲ୍ଲୀରେ । ଅନ୍ୟ ମନ୍ତ୍ରୀମାନେ କିଏ କୁଆଡ଼େ ପଳାଇଲେ । ଅବସ୍ଥା ଅଣାୟତ୍ତ ହେଲା । ଫଳରେ ପୋଲିସ୍‍ ଗୁଳି ଚଳାଇବାକୁ ବାଧ୍ୟ ହେଲା । ପୋଲିସ୍‍ ଗୁଳିରେ କଟକରେ ସୁନୀଲ ଦେ ଓ ପୁରୀରେ ବେଙ୍ଗପାଣିଆଙ୍କର ମୃତ୍ୟୁ ଘଟିଲା ।

ଏହି ଘଟଣାରେ ନବକୃଷ୍ଣ ଚୌଧୁରୀ ସରକାର ନିନ୍ଦିତ ଓ ବଦନାମ ହେଲେ । ତାଙ୍କ ସରକାର ଦୁର୍ବଳ ସରକାର ବୋଲି ଚାରିଆଡ଼େ ପ୍ରଚାର ହେଲା ।

* * *
ଦ୍ୱାଦଶ ପରିଚ୍ଛେଦ
ନବକୃଷ୍ଣ ଚୌଧୁରୀଙ୍କ ଇସ୍ତଫା ଓ
ଦ୍ୱିତୀୟ ସାଧାରଣ ନିର୍ବାଚନ

ଷଢେ଼ଇକଳା-ଖରସୁଆଁ ଓଡ଼ିଶାରୁ ଚାଲିଗଲା । ଓଡ଼ିଶାରେ ଜୋର୍‍ଦାର ସୀମା ଆନ୍ଦୋଳନ ହେଲା । ଏହି ଆନ୍ଦୋଳନଯୋଗୁଁ କଟକର ଯୁବକ ସୁନୀଲ୍‍ ଦେ ଓ ପୁରୀର କିଶୋର ବେଙ୍ଗପାଣିଆ ପୁଲିସ୍‍ ଗୁଳିରେ ମୃତ୍ୟୁବରଣ କଲେ । କେନ୍ଦ୍ର ସରକାର କୌଣସି ସୁବିଚାର କଲେ ନାହିିଁ । ଫଳରେ ବିରୋଧିଦଳ ଏହାର ଫାଇଦା ଉଠାଇଲେ । ଆନ୍ଦୋଳନ ସେମାନଙ୍କ ହାତକୁ ଚାଲିଗଲା । ବିରୋଧିଦଳମାନେ ଓଡ଼ିଶାକୁ ଭାରତବର୍ଷରୁ ପୃଥକ କରିଦେବା ପାଇଁ ଧ୍ୱନି ଦେଲେ । ସୀମା ଆନ୍ଦୋଳନ ନିମନ୍ତେ ନବକୃଷ୍ଣ ଚୌଧୁରୀ ସରକାର ବଦନାମ ହେଲା । କାନ୍ଥବାଡ଼ରେ ଲେଖାହେଲା, "ନବକୃଷ୍ଣ ଚୌଧୁରୀ ବରଗଛ ଦେଖି ଦଉଡ଼ି ଦିଅ ।" ପ୍ରଥମେ ଏହି ସୀମା ଆନ୍ଦୋଳନ ଥିଲା ଭାରତ ସରକାରଙ୍କ ବିରୁଦ୍ଧରେ । ହଠାତ୍‍ ମୋଡ଼ ବଦଳି ଯାଇ ଏହା ଓଡ଼ିଶା ସରକାର ଓ ନବବାବୁଙ୍କ ବିରୋଧୀ ହୋଇଗଲା ।

ସଭାସମିତିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପୂରେଇ ଦିଆଗଲାନାହିିଁ । ମୁଖ୍ୟମନ୍ତ୍ରୀ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ୍‍ର ପୁରସ୍କାର ବିତରଣ ଉତ୍ସବକୁ ଯାଇ ଟେକାମାଡ଼ ଖାଇଲେ । କଂଗ୍ରେସଦଳ ଭିତରେ ମଧ୍ୟ ନବବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜୋରସୋର ଉଦ୍ୟମ ଚାଲିଥାଏ । ତାଙ୍କ ଜାଗାରେ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରି ଆଣିବାପାଇଁ ଗୋଟିଏଗୋଷ୍ଠୀ ଉଦ୍ୟମ କରୁଥାଆନ୍ତି । ସେତେବେଳେ ମହତାବବାବୁ ଥାଆନ୍ତି ବମ୍ବେ ପ୍ରଦେଶର ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ପଦରେ ନରହିବା ପାଇଁ ନବବାବୁ ବହୁତ ଥର ପଣ୍ଡିତ ନେହେରୁଙ୍କୁ ପତ୍ର ଲେଖି ଜଣାଇଥାଆନ୍ତି- ବିଶ୍ୱନା ଦାସଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବା ପାଇଁ । ପଣ୍ଡିତ ନେହେରୁ ରାଜି ନଥାନ୍ତି । କାରଣ ସେ ବିଶ୍ୱନାଥ ଦାସଙ୍କ ଉପରେ ସନ୍ତୁଷ୍ଟ ନଥିଲେ ।

ତା'ପରେ ନାମ ଉଠିଲା ନିିତ୍ୟାନନ୍ଦ କାନୁନ୍‍ଗୋଙ୍କର । ନିତ୍ୟାନନ୍ଦ ବାବୁଙ୍କ ନାମ ଉଠାଇଥିଲେ ମୌଲାନା ଆବୁଲ୍‍ କଲାମ ଆଜାଦ୍‍ । ହେଲେ ନିତ୍ୟାନନ୍ଦବାବୁ ଏହି ପ୍ରସ୍ତାବରେ ରାଜି ନ ହୋଇ ହରେକୃଷ୍ଣ ମହତାବଙ୍କ ନାମ ନିଜ ଆଡୁ ପ୍ରସ୍ତାବ କଲେ । ପଣ୍ଡିତ ନେହେରୁ ବଡ଼ ଅଡୁଆରେ ପଡ଼ିଲେ । ନବବାବୁଙ୍କୁ ବୁଝାଇବା ପାଇଁ ସେ ତାଙ୍କର ପତ୍ନୀ ମାଳତୀଦେବୀଙ୍କୁ ପତ୍ର ଲେଖିଲେ । କଂଗ୍ରେସ ସଭାପତି ଧେବର ଓ ପଣ୍ଡିତ ନେହେରୁ ଚାହୁଁଥାଆନ୍ତି- ଆଗକୁ ୧୯୫୭ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯାଏ ଅନ୍ତତଃ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ରହିଯାଆନ୍ତୁ । ତାହା ହେଲା ନାହିିଁ । ନବବାବୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଆପାତତଃ ନାପସନ୍ଦ କରୁଥିଲେ । ପଣ୍ଡିତ ନେହେରୁ ନବକୃଷ୍ଣ ଚୌଧୁରୀଙ୍କୁ ଖୁବ୍‍ ଭଲ ପାଉଥିଲେ । ତାଙ୍କର ଇଚ୍ଛା ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ନ ଛାଡ଼ନ୍ତୁ ।

କଂଗ୍ରେସ ହାଇକମାଣ୍ଡ ଶେଷରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ବାଧ୍ୟହୋଇ ରାଜିହେଲେ । ନବବାବୁ ତାଙ୍କର ସମସ୍ତ ପରିକଳ୍ପିତ କାର୍ଯ୍ୟକ୍ରମକୁ ଓଡ଼ିଶାର ଭବିଷ୍ୟତ ନେତୃବର୍ଗଙ୍କ ହସ୍ତରେ ଅର୍ପଣ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସେଦିନ ଥିଲା ୧୯୫୬ ମସିହା ଅକ୍ଟୋବର ୧୯ ତାରିଖ । ହରେକୃଷ୍ଣ ମହତାବ ବମ୍ବେ ରାଜ୍ୟପାଳ ପଦବୀରୁ ଇସ୍ତଫାଦେଇ ସେହିଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ଦ୍ୱିତୀୟଥର ପାଇଁ । ଓଡ଼ିଶାର ତତ୍‍କାଳୀନ ରାଜ୍ୟପାଳ ଭୀମସେନ ସାଚାର ତାଙ୍କୁ ଶପଥପାଠ କରାଇଲେ । ତାଙ୍କ ନେତୃତ୍ୱରେ ନୂତନ ମନ୍ତ୍ରିମଣ୍ଡଳ ଶପଥନେଲା । ସେଥିରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଚାରିଜଣ କ୍ୟାବିନେଟମନ୍ତ୍ରୀ ଓ ପାଞ୍ଚଜଣ ଉପମନ୍ତ୍ରୀ । ପୂର୍ବରୁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା କ୍ୟାବିନେଟ୍‍ ମନ୍ତ୍ରୀ ସଦାଶିବ ତ୍ରିପାଠୀ ଓ ସୁନାରାମ ସୋରେନ୍‍ ଏବଂ ଉପମନ୍ତ୍ରୀ ଭୈରବ ଚନ୍ଦ୍ର ମହାନ୍ତି ଓ ତୀର୍ଥବାସୀ ପ୍ରଧାନଙ୍କୁ ମନ୍ତ୍ରିମଣ୍ଡଳରେ ହରେକୃଷ୍ଣ ମହତାବ ଗ୍ରହଣ କଲେନାହିିଁ । ତାଙ୍କ ମନ୍ତ୍ରିମଣ୍ଡଳରେ ଯେଉଁମାନେ ସ୍ଥାନ ପାଇଲେ, ସେମାନେ ହେଲେ ନିଜେ ହରେକୃଷ୍ଣ ମହତାବ- ମୁଖ୍ୟମନ୍ତ୍ରୀ, ରାଜନୈତିକ ବ୍ୟାପାର ବିଭାଗ, ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟ, ଆଦିବାସୀ, ଗ୍ରାମମଙ୍ଗଳ ଓ ଶ୍ରମବିଭାଗ; ରାଧାନାଥ ରଥ- ମନ୍ତ୍ରୀ, ପରିବହନ ଓ ନିର୍ମାଣ, କୃଷି, ସମବାୟ ଓ ଜଙ୍ଗଲ, ଯୋଗାଣ, ବାଣିଜ୍ୟ ଏବଂ ରିଲିଫ୍‍ ଓ ପୁର୍ନବସତି; ଶ୍ରୀସତ୍ୟପ୍ରିୟ ମହାନ୍ତି- ମନ୍ତ୍ରୀ, ରାଜସ୍ୱ- ଅବକାରୀ, ଘରୋଇ ଏବଂ ଆଇନ; ରାଜାସାହେବ କିଶୋରଚନ୍ଦ୍ର ଦେଓଭଞ୍ଜ- ମନ୍ତ୍ରୀ ଶିଳ୍ପ, ଖଣି ଓ ଭୂତତ୍ତ୍ୱ । ଉପମନ୍ତ୍ରୀମାନେ ହେଲେ ଶ୍ରୀମତୀ ବସନ୍ତ ମଞ୍ଜରୀ ଦେବୀ- ସ୍ୱାସ୍ଥ୍ୟ, ନୀଳମଣି ରାଉତରାୟ ଘରୋଇ ଓ ଶିଳ୍ପ; କୃପାନିଧି ନାୟକ- କୃଷି, ପଶୁପାଳନ, ବିପଣନ ସଂଗଠନ ଓ ଯୋଗାଣ; ଅନୁପ ସିଂହଦେଓ- ଆଦିବାସୀ, ଗ୍ରାମମଙ୍ଗଳ ଓ ଶ୍ରମ ଏବଂ ଶାନ୍ତନୁ କୁମାର ଦାସ- ସମବାୟ, ମତ୍ସ୍ୟ, ରିଲିଫ୍‍ ଓ ପୁନର୍ବସତି । ଏହି ମନ୍ତ୍ରୀ ଓ ଉପମନ୍ତ୍ରୀମାନେ ପୂର୍ବରୁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ରହିିଥିଲେ ।

ମହତାବ ବାବୁ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନୂତନ ଭାବରେ ପଲ୍‍ଟିକାଲ୍‍ ଆଣ୍ଡ ସର୍ଭିିସେସ୍‍ ବିଭାଗ ନାମରେ ଏକ ନୂଆ ବିଭାଗ ଖୋଲି ତାକୁ ନିଜ ଦାୟିତ୍ୱରେ ରଖିଲେ । ଭୁବନେଶ୍ୱରରେ ରାଜଧାନୀ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ । ସୀମା ଆନ୍ଦୋଳନରେ ଅଂଶଗ୍ରହଣ କରି ଚାକିରିରୁ ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କଲେ । ଏହି ସମୟ ମଧ୍ୟରେ ସେ ବିଶେଷ କିଛି କାର୍ଯ୍ୟକ୍ରମ ଗ୍ରହଣ କରିପାରିଲେ ନାହିିଁ । କାରଣ ସେ ଦାୟିତ୍ୱ ନେବାର ଚାରିମାସ ପରେ ଦେଶ ତ‌ଥା ରାଜ୍ୟରେ ଦ୍ୱିତୀୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ସେଥିପାଇଁ ସେ ବ୍ୟସ୍ତ ରହିଲେ । ଏହି ନିର୍ବାଚନରେ ବିଧାନସଭା ମଣ୍ଡଳୀର ସୀମାରେ ସାମାନ୍ୟ ଅଦଳବଦଳ ହୋଇଥିଲେ ହେଁ ପୂର୍ବ ପରି ୧୪୦ଟି ବିଧାନସଭା ଆସନ ରହିଲା । ସେଥିରୁ ୩୯ଟି ଯୁଗ୍ମ ସଦସ୍ୟ ଆସନ ଓ ୬୨ଟି ଜଣିକିଆ ସଦସ୍ୟ ଆସନ ହୋଇରହିଲା ।

ଲୋକସଭା ଓ ବିଧାନସଭା ପାଇଁ ଓଡ଼ିଶାରେ ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ୧୯୫୭ ମସିହା ଫେବ୍ରୁଆରି ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୨ତାରିଖରେ ଶେଷ ହେଲା । ଏହି ନିର୍ବାଚନରେ ଯେଉଁ ରାଜନୈତିକ ଦଳମାନେ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ ସେମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ, ଗଣତନ୍ତ୍ର ପରିଷଦ, ଭାରତୀୟ କମ୍ୟୁନିଷ୍ଟପାର୍ଟି, ପ୍ରଜା ସମାଜବାଦୀ ଦଳ, ସଂଯୁକ୍ତ ସମାଜବାଦୀ ଦଳ ଓ ଝାଡ଼ଖଣ୍ଡ ଦଳ । ଏହା ବ୍ୟତୀତ ଥିଲେ ନିର୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ । କଂଗ୍ରେସ ୧୪୦ଟି ଆସନ ନିମନ୍ତେ ପ୍ରାର୍ଥୀ ଦେଇଥିବା ସ୍ଥଳେ, ଗଣତନ୍ତ୍ର ପରିଷଦ ୧୦୭ଟି ଆସନରେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪୨ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୩ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଏହା ବ୍ୟତୀତ ସଂଯୁକ୍ତ ସମାଜବାଦୀ ଦଳ, ଝାଡ଼ଖଣ୍ଡ ଦଳ ଓ ନିର୍ଦଳୀୟ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ । ବିଶେଷ ଉଲ୍ଲେଖନୀୟ ଘଟଣା ହେଲା ଯେ, ସମାଜବାଦୀ ଦଳରେ ମତଭେଦ ସୃଷ୍ଟି ହେବାରୁ ସେହି ଦଳ 'ପ୍ରଜାସମାଜବାଦୀ ଦଳ' ଓ 'ସଂଯୁକ୍ତ ସମାଜବାଦୀ ଦଳ' ନାମରେ ଦୁଇ ଦଳରେ ବିଭକ୍ତ ହୋଇଗଲେ । ଦୁଇଟିଯାକଦଳ ସ୍ୱତନ୍ତ୍ର ଭାବରେ ନିର୍ବାଚନରେ ପ୍ରାର୍ଥୀ ଠିଆ କରାଇଲେ ।

ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ-୫୬, ଗଣତନ୍ତ୍ର ପରିଷଦ-୫୧, ପ୍ରଜାସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାଟି-୯ ଓ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ୧୩ଟି ଆସନ ଲାଭ କରିଥିଲେ । ପୂର୍ବପରି ଲୋକସଭା ପାଇଁ ୨୦ଟି ଆସନ ରହିଲା । ସେଥିରୁ ଛ'ଟି ଯୁଗ୍ମ ସଦସ୍ୟ ବିଶିଷ୍ଟ ଆସନ ଓ ଆଠଟି ଜଣିକିଆ ସଦସ୍ୟ ଆସନ ଭାବରେ ମାନ୍ୟତା ଲାଭ କରିଥିଲା । ଏହି କୋଡ଼ିଏଟି ଆସନରୁ କଂଗ୍ରେସ-୭, ଗଣତନ୍ତ୍ର ପରିଷଦ-୭, ପ୍ରଜା ସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାର୍ଟି- ୧ ଏବଂ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥମାନେ ତିନୋଟି ଆସନରେ ବିଜୟୀ ହୋଇଥିଲେ ।

ଲୋକସଭା ଓ ବିଧାନସଭାର ବିଜୟୀ ପ୍ରାର୍ଥୀମାନଙ୍କର ତାଲିକା ନିମ୍ନରେ ପ୍ରଦତ୍ତ ହେଲା:

ଦ୍ୱିତୀୟ ଲୋକସଭାକୁ ଓଡ଼ିଶାର ନିର୍ବାଚିତ ସଦସ୍ୟ (୧୯୫୭) :

ମୟୂରଭଞ୍ଜ ରାମଚନ୍ଦ୍ର ମାଝି ସ୍ୱାଧୀନ
ବାଲେଶ୍ୱର (ଯୁଗ୍ମ) କାହ୍ନୁ ଚରଣ ଜେନା କଂଗ୍ରେସ
ଭାଗବତ ସାହୁ କଂଗ୍ରେସ
କେନ୍ଦ୍ରାପଡ଼ା (ଯୁଗ୍ମ) ସୁରେନ୍ଦ୍ର ନାଥ ଦ୍ୱିବେଦୀ ପି.ଏସ୍‍.ପି
ବୈଷ୍ଣବ ଚରଣ ମଳିକ ପି.ଏସ୍‍.ପି
କଟକ ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
ପୁରୀ ଚିନ୍ତାମଣି ପାଣିଗ୍ରାହୀ କମ୍ୟୁନିଷ୍ଟ
ଭୁବନେଶ୍ୱର ନୃସିଂହଚରଣ ସାମନ୍ତସିଂହାର କଂଗ୍ରେସ
ଗଂଜାମ (ଯୁଗ୍ମ) ଉମା ଚରଣ ପଟ୍ଟନାୟକ ସ୍ୱାଧୀନ
ମୋହନ ନାୟକ କଂଗ୍ରେସ
କୋରାପୁଟ (ଯୁଗ୍ମ) ଆର.ଜଗନ୍ନାଥ ରାଓ କଂଗ୍ରେସ
ଟି.ସାଙ୍ଗନା କଂଗ୍ରେସ
କଳାହାଣ୍ଡି (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
ବିଜୟ ଚନ୍ଦ୍ର ପ୍ରଧାନ ଗଣତନ୍ତ୍ର ପରିଷଦ
ସମ୍ବଲପୁର (ଯୁଗ୍ମ) ଶ୍ରଦ୍ଧାକର ସୂପକାର ଗଣତନ୍ତ୍ର ପରିଷଦ
ବନମାଳୀ କୁମ୍ଭାର ଗଣତନ୍ତ୍ର ପରିଷଦ
ଅନୁଗୁଳ ପି.ଜି. ବଡ଼ କୁମାର ଗଣତନ୍ତ୍ର ପରିଷଦ
ଢେଙ୍କାନାଳ ସୁରେନ୍ଦ୍ର ମହାନ୍ତି ଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ ଚନ୍ଦ୍ରମଣି କାଲା ଗଣତନ୍ତ୍ର ପରିଷଦ
କେନ୍ଦୁଝର ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ ସ୍ୱାଧୀନ

ଦ୍ୱିତୀୟ ବିଧାନସଭାର ନିର୍ବାଚିତ ସଦସ୍ୟ (୧୯୫୭) :

ଉମରକୋଟ ରାଧାକୃଷ୍ଣ ବିଶ୍ୱାସ ରାୟ କଂଗ୍ରେସ
ନବରଙ୍ଗପୁର (ଯୁଗ୍ମ) ସଦାଶିବ ତ୍ରିପାଠୀ କଂଗ୍ରେସ
ହରିଜନ ମିରୁ କଂଗ୍ରେସ
ଜୟପୁର (ଯୁଗ୍ମ) ଲଇଛନ ନାୟକ ଗଣତନ୍ତ୍ର ପରିଷଦ
ହରିହର ମିଶ୍ର ଗଣତନ୍ତ୍ର ପରିଷଦ
ମାଲକାନଗିରି ମାଡକାମୀ ଗୁରୁ ଗଣତନ୍ତ୍ର ପରିଷଦ
ପାଡୁଆ ଲକ୍ଷ୍ମଣ ଗଉଡ଼ ଗଣତନ୍ତ୍ର ପରିଷଦ
କୋରାପୁଟ ଲଛମନ ପୂଜାରୀ ଗଣତନ୍ତ୍ର ପରିଷଦ
ପଟ୍ଟାଙ୍ଗୀ ମୁଲୁ ସାନ୍ତା କଂଗ୍ରେସ
ରାୟଗଡ଼ା କାମାୟା ମଣ୍ଡାଙ୍ଗୀ କଂଗ୍ରେସ
ଗୁଣୁପୁର (ଯୁଗ୍ମ) ନରସିଂହ ପାତ୍ର କଂଗ୍ରେସ
ସନ୍ନ୍ୟାସୀ ଚରଣ ପିଡ଼ିକା କଂଗ୍ରେସ
ପାରଳାଖେମୁଣ୍ଡି ନାଲା କୁରୁମୁ ନାଇକୁଲା ସ୍ୱାଧୀନ
ଆର୍‍.ଉଦୟଗିରି ରାମ ଭୂୟାଁ କଂଗ୍ରେସ
ଦିଗପହଣ୍ଡି (ଯୁଗ୍ମ) ଅନଙ୍ଗମଞ୍ଜରୀ ଦେବୀ କଂଗ୍ରେସ
ମୋହନ ନାୟକ କଂଗ୍ରେସ
ବ୍ରହ୍ମପୁର (ଯୁଗ୍ମ) ଦଣ୍ଡପାଣି ଦାସ କଂଗ୍ରେସ
ଲିଙ୍ଗରାଜ ପାଣିଗ୍ରାହୀ କଂଗ୍ରେସ
ଡୁରା ପି.ଭି.ଜଗନ୍ନାଥ ରାଓ କଂଗ୍ରେସ
ଛତ୍ରପୁର ଯତୀରାଜ ପ୍ରହରାଜ କଂଗ୍ରେସ
ଖଲ୍ଲିକୋଟ ନାରାୟଣ ସାହୁ ସ୍ୱାଧୀନ
ହିଞ୍ଜିଳି ବୃନ୍ଦାବନ ନାୟକ କଂଗ୍ରେସ
ପଶ୍ଚିମ କୋଦଳା ହରିହର ଦାସ କଂଗ୍ରେସ
ପୂର୍ବ କୋଦଳା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ କଂଗ୍ରେସ
ଭଂଜନଗର(ଯୁଗ୍ମ) ସୁମ ନାୟକ କମ୍ୟୁନିଷ୍ଟ
ଗୋବିନ୍ଦ ପ୍ରଧାନ କମ୍ୟୁନିଷ୍ଟ
ଆସ୍କା ହରିହର ଦାସ କମ୍ୟୁନିଷ୍ଟ
ସୋରଡ଼ା ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
ବାଲିଗୁଡ଼ା ଲୋକନାଥ ପାତ୍ର ଗଣତନ୍ତ୍ର ପରିଷଦ
ଜି.ଉଦୟଗିରି ସାରଙ୍ଗଧର ପ୍ରଧାନ ଗଣତନ୍ତ୍ର ପରିଷଦ
ଫୁଲବାଣୀ (ଯୁଗ୍ମ) ହିମାଂଶୁ ଶେଖର ପାଢ଼ୀ ଗଣତନ୍ତ୍ର ପରିଷଦ
ଅନିରୁଦ୍ଧ ଦୀପ ଗଣତନ୍ତ୍ର ପରିଷଦ
ଭବାନୀପାଟଣା (ଯୁଗ୍ମ) ପ୍ରତାପ କେଶରୀ ଦେଓ ଗଣତନ୍ତ୍ର ପରିଷଦ
କରୁଣାକର ଭୋଇ ଗଣତନ୍ତ୍ର ପରିଷଦ
କାଶୀପୁର (ଯୁଗ୍ମ) କିଶୋର ଚନ୍ଦ୍ର ଦେଓ ଗଣତନ୍ତ୍ର ପରିଷଦ
ମାଣିକ ରାୟ ନାୟକ ଗଣତନ୍ତ୍ର ପରିଷଦ
ଧର୍ମଗଡ଼ (ଯୁଗ୍ମ) ଜିତେନ୍ଦ୍ର ମାଝି ଗଣତନ୍ତ୍ର ପରିଷଦ
ନାମ୍‍ତରା (ଯୁଗ୍ମ) ବୀରକେିଶୋର ଦାସ ଗଣତନ୍ତ୍ର ପରିଷଦ
ଅନୁପ ସିଂହ ଦେଓ କଂଗ୍ରେସ
ଟିଟିଲାଗଡ଼ (ଯୁଗ୍ମ) ଘାସିରାମ ମାଝି କଂଗ୍ରେସ
ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ପାଟଣାଗଡ଼ (ଯୁଗ୍ମ) ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ଆଶାରାମ ଭୋଇ ଗଣତନ୍ତ୍ର ପରିଷଦ
ଲୋଇସିଂହା ଅଇଁଠୁ ସାହୁ ଗଣତନ୍ତ୍ର ପରିଷଦ
ରାମପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
ବଲାଙ୍ଗୀର (ଯୁଗ୍ମ) ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ରମେଶ ଚନ୍ଦ୍ର ଭୋଇ ଗଣତନ୍ତ୍ର ପରିଷଦ
ସୋନପୁର (ଯୁଗ୍ମ) ଅନନ୍ତରାମ ନନ୍ଦ ଗଣତନ୍ତ୍ର ପରିଷଦ
ଦଉଲତ ଗଣ୍ଡ ଗଣତନ୍ତ୍ର ପରିଷଦ
ପଦ୍ମପୁର (ଯୁଗ୍ମ) ବୀର ବିକ୍ରମ ସିଂହ ବରିହା କଂଗ୍ରେସ
ଏଲ୍‍.ଏମ୍‍.ଏସ ବରିହା ଗଣତନ୍ତ୍ର ପରିଷଦ
ବରଗଡ଼ (ଯୁଗ୍ମ) ନିକୁଞ୍ଜ ବିହାରୀ ସିଂହ ଗଣତନ୍ତ୍ର ପରିଷଦ
ମହାନନ୍ଦ ବାହାଦୂର ଗଣତନ୍ତ୍ର ପରିଷଦ
ଭଟଲୀ ନଟବର ବନ୍‍ଛୋର କମ୍ୟୁନିଷ୍ଟ
ସମ୍ବଲପୁର (ଯୁଗ୍ମ) ଭିକାରି ଘାସି କମ୍ୟୁନିଷ୍ଟ
ଲକ୍ଷ୍ମୀ ପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
କଟରବଗା ପୁରୁଷୋତ୍ତମ ପଣ୍ଡା ଗଣତନ୍ତ୍ର ପରିଷଦ
ଦେବଗଡ଼ (ଯୁଗ୍ମ) ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ରାଣୀ ଜ୍ୟୋତି ମଞ୍ଜରୀ ଦେବୀ ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା (ଯୁଗ୍ମ) ମନୋହର ନାୟକ ଗଣତନ୍ତ୍ର ପରିଷଦ
ବିଜୟ କୁମାର ପାଣି କଂଗ୍ରେସ
ସୁନ୍ଦରଗଡ଼ (ଯୁଗ୍ମ) ଉଦିତ୍‍ ପ୍ରତାପ ଶେଖର ଦେଓ ଗଣତନ୍ତ୍ର ପରିଷଦ
ଗଙ୍ଗାଧର ପ୍ରଧାନ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ଶାନ୍ତି ପ୍ରକାଶ ଓରାମ ସ୍ୱାଧୀନ
ବିଶ୍ରା ନିର୍ମଳ ମୁଣ୍ଡା ସ୍ୱାଧୀନ
ବଣେଇ ଅର୍ଜୁନ ନାୟକ ଗଣତନ୍ତ୍ର ପରିଷଦ
ଚମ୍ପୂଆ (ଯୁଗ୍ମ) ରାଜବଲ୍ଲଭ ମିଶ୍ର ଗଣତନ୍ତ୍ର ପରିଷଦ
ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର (ଯୁଗ୍ମ) ଜନାର୍ଦ୍ଦନ ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱାଧୀନ
ଆନନ୍ଦପୁର (ଯୁଗ୍ମ) ଉପେନ୍ଦ୍ର ନାଥ ଜେନା ଗଣତନ୍ତ୍ର ପରିଷଦ
ବୀର କିଶୋର ଜେନା ଗଣତନ୍ତ୍ର ପରିଷଦ
ପାଲଲହଡ଼ା ମୃତ୍ୟୁଞ୍ଜୟ ପାଲ ଗଣତନ୍ତ୍ର ପରିଷଦ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
କିଶୋର ନଗର ରାଣୀ ରତ୍ନପ୍ରଭା ଦେବୀ ଗଣତନ୍ତ୍ର ପରିଷଦ
ଢେଙ୍କାନାଳ (ଯୁଗ୍ମ) କାଳିଆ ଦେହୁରୀ ଗଣତନ୍ତ୍ର ପରିଷଦ
ରାଜା ଶଙ୍କର ପ୍ରତାପ ସିଂହଦେଓ ଗଣତନ୍ତ୍ର ପରିଷଦ
ଅନୁଗୁଳ (ଯୁଗ୍ମ) କୁମୁଦ ଚନ୍ଦ୍ର ସିଂହ ସ୍ୱାଧୀନ
ହୃଷୀକେଶ ପ୍ରଧାନ କମ୍ୟୁନିଷ୍ଟ
ଆଠମଲ୍ଲିକ କ୍ଷେତ୍ର ମୋହନ ପାଣିଗ୍ରାହୀ ଗଣତନ୍ତ୍ର ପରିଷଦ
ଦଶପଲ୍ଲା (ଯୁଗ୍ମ) କିଶୋର ଚନ୍ଦ୍ର ଦେଓ ଭଞ୍ଜ କଂଗ୍ରେସ
ଶ୍ରୀଧର ନାୟକ ଗଣତନ୍ତ୍ର ପରିଷଦ
ଖଣ୍ଡପଡ଼ା ହରିହର ସିଂହ ମର୍ଦ୍ଦରାଜ କଂଗ୍ରେସ
ଭ୍ରମରବର ରାୟ କଂଗ୍ରେସ
ନୟାଗଡ଼ କୃଷ୍ଣଚନ୍ଦ୍ର ମାନ୍‍ଧାତା ସ୍ୱାଧୀନ
ରଣପୁର ବସନ୍ତ ମଞ୍ଜରୀ ଦେବୀ କଂଗ୍ରେସ
ବେଗୁନିଆ ସତ୍ୟାନନ୍ଦ ଚମ୍ପତ୍ତିରାୟ କଂଗ୍ରେସ
ଖୋର୍ଦ୍ଧା ପ୍ରାଣନାଥ ପଟ୍ଟନାୟକ କମ୍ୟୁନିଷ୍ଟ
ଭୁବନେଶ୍ୱର ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
ବ୍ରହ୍ମଗିରି ପଦ୍ମଚରଣ ସାମନ୍ତସିଂହାର କଂଗ୍ରେସ
ପୁରୀ ହରିହର ବାହିନୀପତି ପ୍ର.ସମାଜବାଦୀ
ସତ୍ୟବାଦୀ ପଣ୍ଡିତ ନୀଳକଣ୍ଠ ଦାସ କଂଗ୍ରେସ
ପିପିଲି (ଯୁଗ୍ମ) ରାମଚନ୍ଦ୍ର ପଟ୍ଟନାୟକ ସ୍ୱାଧୀନ
ଗୋପୀନାଥ ଭୋଇ କଂଗ୍ରେସ
କାକଟପୁର (ଯୁଗ୍ମ) ମୋହନ ଦାସ କମ୍ୟୁନିଷ୍ଟ
ଭରତ ଦାସ କମ୍ୟୁନିଷ୍ଟ
ବାଙ୍କି ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ କଂଗ୍ରେସ
ବଡ଼ମ୍ବା ରାଣୀ ସାହେବା କନକଲତା ଦେବୀ ଗଣତନ୍ତ୍ର ପରିଷଦ
ଆଠଗଡ଼ ରାଧାନାଥ ରଥ କଂଗ୍ରେସ
କଟକ ନଗର ବୀରେନ୍‍ ମିତ୍ର କଂଗ୍ରେସ
କଟକ ସଦର (ଯୁଗ୍ମ) ରାଜକୃଷ୍ଣ ବୋଷ କଂଗ୍ରେସ
ପୂର୍ଣ୍ଣାନନ୍ଦ ସାମଲ କଂଗ୍ରେସ
ଜଗତସିଂହପୁର (ଯୁଗ୍ମ) ନୀଳମଣି ପ୍ରଧାନ କଂଗ୍ରେସ
କଣ୍ଡୁରୀ ଚରଣ ମଳିକ ପ୍ରଜା ସମାଜବାଦୀ
ସାଲେପୁର (ଯୁଗ୍ମ) ପ୍ରଦୀପ୍ତ କିଶୋର ଦାସ ପ୍ରଜା ସମାଜବାଦୀ
ବାଇଧର ବେହେରା ପ୍ରଜା ସମାଜବାଦୀ
ବାଲିକୁଦା ବୈକୁଣ୍ଠନାଥ ମହାନ୍ତି ପ୍ରଜା ସମାଜବାଦୀ
ଏରସମା ଲୋକନାଥ ଚୌଧୁରୀ କମ୍ୟୁନିଷ୍ଟ
ତିର୍ତ୍ତୋଲ ନିଶାମଣି ଖୁଣ୍ଟିଆ ପ୍ରଜା ସମାଜବାଦୀ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ରାଜନଗର ଅନନ୍ତ ଚରଣ ତ୍ରିପାଠୀ ସ୍ୱାଧୀନ
ଆଳି ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ କଂଗ୍ରେସ
କେନ୍ଦ୍ରାପଡ଼ା (ଯୁଗ୍ମ) ପ୍ରହ୍ଲାଦ ମଳିକ ଓ ଦୀନବନ୍ଧୁ ସାହୁ କଂଗ୍ରେସ
ବିଞ୍ଝାରପୁର ବାଙ୍କ ବିହାରୀ ଦାସ ପ୍ରଜା ସମାଜବାଦୀ
ବଡ଼ଚଣା ଯଦୁମଣି ମଙ୍ଗରାଜ କଂଗ୍ରେସ
ଧର୍ମଶାଳା (ଯୁଗ୍ମ) ମଦନ ମୋହନ ପଟ୍ଟନାୟକ କଂଗ୍ରେସ
ମାୟାଧର ସିଂହ କଂଗ୍ରେସ
ଯାଜପୁର (ଯୁଗ୍ମ) ଗଦାଧର ଦତ୍ତ କଂଗ୍ରେସ
ଶାନ୍ତନୁ କୁମାର ଦାସ କଂଗ୍ରେସ
ଧାମନଗର ମୁରଲୀଧର ଜେନା କଂଗ୍ରେସ
ଚାନ୍ଦବାଲି (ଯୁଗ୍ମ) ନନ୍ଦ କିଶୋର ଜେନା କଂଗ୍ରେସ
ନୀଳମଣି ରାଉତରାୟ କଂଗ୍ରେସ
ଭଦ୍ରକ ନିତ୍ୟାନନ୍ଦ ମହାପାତ୍ର ସ୍ୱାଧୀନ
ସୋରୋ-(ଯୁଗ୍ମ) ହରେକୃଷ୍ଣ ମହତାବ କଂଗ୍ରେସ
ଚୈତନ୍ୟ ସେଠି କଂଗ୍ରେସ
ନୀଳଗିରି ନୀଳମଣି ଦାସ କଂଗ୍ରେସ
ବାଲେଶ୍ୱର ରବୀନ୍ଦ୍ର ମୋହନ ଦାସ ପ୍ରଜା ସମାଜବାଦୀ
ବସ୍ତା ଅକ୍ଷୟ କୁମାର ପ୍ରହରାଜ କଂଗ୍ରେସ
ଭୋଗରାଇ ଦୁର୍ଗା ଶଙ୍କର ଦାସ କଂଗ୍ରେସ
ଜଳେଶ୍ୱର ପ୍ରସନ୍ନ କୁମାର ପାଲ ପ୍ରଜା ସମାଜବାଦୀ
ବୈସିଙ୍ଗା (ଯୁଗ୍ମ) ପ୍ରସନ୍ନ କୁମାର ଦାସ ପ୍ରଜା ସମାଜବାଦୀ
ପଞ୍ଚାନନ ଦାସ କଂଗ୍ରେସ
ଉଦଳା ମନମୋହନ ଟୁଡୁ କଂଗ୍ରେସ
କରଞ୍ଜିଆ ନଳିନୀ ଚନ୍ଦ୍ର ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
ଯଶୀପୁର ମୋଚିରାମ ତୁରିଆ ଗଣତନ୍ତ୍ର ପରିଷଦ
ରାଇରଙ୍ଗପୁର ହରଦେବ ତିରିଆ ସ୍ୱାଧୀନ
ବହଲଦା ସୁରେନ୍ଦ୍ର ମୋହନ ହେମ୍ବ୍ର‌ମ ଗଣତନ୍ତ୍ର ପରିଷଦ
ବାରିପଦା (ଯୁଗ୍ମ) ହରିହର ମହାନ୍ତି ପ୍ରଜା ସମାଜବାଦୀ
ସମଲ ମାଝି ସ୍ୱାଧୀନ

ଦ୍ୱିତୀୟ ବିଧାନସଭାର ମାନ୍ୟବର ବିଧାୟିକାଗଣ :

ଏହି ନିର୍ବାଚନରେ ମୋଟ ପାଞ୍ଚଜଣ ସଦସ୍ୟା ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିିଥିଲେ । ଏମାନେ ସମସ୍ତେ ପୂର୍ବତନ ଗଡ଼ଜାତ ରାଜ୍ୟର ରାଣୀ । ଏମାନଙ୍କ ମଧ୍ୟରୁ ଦୁଇଜଣ କଂଗ୍ରେସଦଳ ଓ ତିନିଜଣ ଗଣତନ୍ତ୍ର ପରିଷଦ ଟିକେଟରେ ନିର୍ବାଚିତ ହୋଇିଥିଲେ । ସେମାନେ ହେଲେ, ରାଣୀ ଅନଙ୍ଗମଂଜରୀ ଦେବୀ (କଂଗ୍ରେସ) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ; ରାଣୀ ବସନ୍ତ ମଂଜରୀ ଦେବୀ (କଂଗ୍ରେସ) ରଣପୁର ନିର୍ବାଚନ ମଣ୍ଡଳୀରୁ; ରାଣୀ ଜ୍ୟୋତି ମଂଜରୀ ଦେବୀ (ଗ.ପ)

ଦେବଗଡ଼ ନିର୍ବାଚନ ମଣ୍ଡଳୀରୁ, ଢେଙ୍କାନାଳ ରାଣୀ ରତ୍ନପ୍ରଭା ଦେବୀ (ଗ.ପ) କିଶୋର ନଗର ନିର୍ବାଚନ ମଣ୍ଡଳୀରୁ ଓ ରାଣୀ ସାହେବା କନକଲତା ଦେବୀ (ଗ.ପ) ବଡ଼ମ୍ବା ନିର୍ବାଚନ ମଣ୍ଡଳୀରୁ ।

କଂଗ୍ରେସଦଳର ଯେଉଁ ପୁରୁଖା ଓ ଜଣାଶୁଣା ନେତା ଏହି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ସେମାନଙ୍କ ମଧ୍ୟରେ ଡକ୍ଟର ହରେକୃଷ୍ଣ ମହତାବ (ସୋରୋ), ସଦାଶିବ ତ୍ରିପାଠୀ (ନବରଙ୍ଗପୁର); ପବିତ୍ରମୋହନ ପ୍ରଧାନ (ତାଳଚେର), ରାଧାନାଥ ରଥ (ଆଠଗଡ଼), ନୀଳକଣ୍ଠ ଦାସ (ସତ୍ୟବାଦୀ), ଯଦୁମଣି ମଙ୍ଗରାଜ (ବଡ଼ଚଣା); ଗଦାଧର ଦତ୍ତ (ଯାଜପୁର), ରାଧାକୃଷ୍ଣ ବିଶ୍ୱାସରାୟ (ଉମରକୋଟ), ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ (ଆଳି) ବିଜୟ ପାଣି (ଝାରସୁଗୁଡ଼ା) ଆଦି ଅନ୍ୟତମ । କଂଗ୍ରେସର ଯୁବନେତାମାନଙ୍କ ମଧ୍ୟରେ ବିଜୟାନନ୍ଦ ପଟ୍ଟନାୟକ (ସୁରୁଡ଼ା), ନୀଳମଣି ରାଉତରାୟ (ଚାନ୍ଦବାଲି) ଓ ବୀରେନ୍‍ ମିତ୍ର (କଟକ ନଗର) ନିର୍ବାଚିତ ହୋଇ ଆସିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସାହିତ୍ୟିକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର (ଭଦ୍ରକ) ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତି ବିଧାନସଭାକୁ ଆସିଲେ ।

କମ୍ୟୁନିଷ୍ଟ ଦଳର ମୋହନ ଦାସ (କାକଟପୁର), ପ୍ରାଣନାଥ ପଟ୍ଟନାୟକ (ଖୋର୍ଦ୍ଧା) ଓ ସର୍ଦ୍ଦାର ଗୋବିନ୍ଦ ପ୍ରଧାନ (ଭଞ୍ଜନଗର) ଆଦି ନିର୍ବାଚିତ ହୋଇଆସିଲେ । ପ୍ରଜା ସମାଜବାଦୀ ଦଳର ପ୍ରସନ୍ନ ଦାସ, ପ୍ରସନ୍ନ ପାଲ, ବାଙ୍କବିହାରୀ ଦାସ, ପ୍ରଦୀପ୍ତ କିଶୋର ଦାସ, ନିଶାମଣି ଖୁଣ୍ଟିଆ ଓ ରବୀନ୍ଦ୍ର ମୋହନ ଦାସ ଆଦି ନିର୍ବାଚିତ ହୋଇ ଆସିଲେ । ଗଣତନ୍ତ୍ର ପରିଷଦର ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ, ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂହଦେଓ, ରାଜବଲ୍ଲଭ ମିଶ୍ର ଓ ନନ୍ଦ କିଶୋର ମିଶ୍ର ଆଦି ପ୍ରମୁଖ ପ୍ରାର୍ଥୀମାନେ ବିଜୟୀ ହୋଇଆସିଲେ ।

ପୂର୍ବତନ ଗଡ଼ଜାତ ରାଜ୍ୟମାନଙ୍କରେ କଂଗ୍ରେସଦଳ ମାତ୍ର ପାଞ୍ଚଟି ଆସନ ଯଥା- ତାଳଚେର, ଆଠଗଡ଼, ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ବିଧାନସଭା ଆସନରେ ବିଜୟୀ ହେଲେ । ଅନ୍ୟ ଗଡ଼ଜାତର ସମସ୍ତ ଆସନ ପ୍ରାୟ ଗଣତନ୍ତ୍ର ପରିଷଦ ହାତକୁ ଚାଲିଗଲା । ଢେଙ୍କାନାଳ ନିବାସୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଓ ଗଡ଼ଜାତ ସୁୁଭାଷ ବୀର ବୈଷ୍ଣବ ପଟ୍ଟନାୟକଙ୍କର ଢେଙ୍କାନାଳରେ କୌଣସି ପତିଆରା ରହିଲାନାହିିଁ । ଦ୍ୱିତୀୟ ସାଧାରଣ ନିର୍ବାଚନର ମାତ୍ର କେତେବର୍ଷ ତଳେ ଯେଉଁ ଅତ୍ୟାଚାରୀ ଢେଙ୍କାନାଳ ରାଜା ଶଙ୍କର ପ୍ରତାପଙ୍କ ବିରୁଦ୍ଧରେ ଲଢେଇ କରି ବୈଷ୍ଣବ ବାବୁ ଗୁଳିମାଡ଼ ଖାଇ କଲିକତାରେ ଯାଇ ଅଣ୍ଡରଗ୍ରାଉଣ୍ଡରେ ଦୀର୍ଘ ୩-୪ ବର୍ଷ ରହିିଲେ, ତାଙ୍କ ମୁଣ୍ଡ ପାଇଁ ଯେଉଁ ରାଜା ପୁରସ୍କାର ଘୋଷଣା କରିିଥିଲେ, ଯେଉଁ ଅତ୍ୟାଚାରୀ ରାଜା ବାରବର୍ଷର ବାଳକ ବାଜିରାଉତକୁ ଗୁଳିକରି ହତ୍ୟା କରିିଥିଲେ, ଯେଉଁ ଢେଙ୍କାନାଳରେ ଭାରତ ପ୍ରସିଦ୍ଧ ଗଣ ଆନ୍ଦୋଳନ ଦେଖାଦେଇଥିଲା ଅତ୍ୟାଚାରୀ ରାଜାଙ୍କ ବିରୁଦ୍ଧରେ, ସେହି ରାଜା ଶଙ୍କର ପ୍ରତାପ ମହୀନ୍ଦ୍ର ବାହାଦୁର ଢେଙ୍କାନାଳ ନିର୍ବାଚନମଣ୍ଡଳୀରୁ ଆଉ ତାଙ୍କର ଧର୍ମପତ୍ନୀ ରତ୍ନପ୍ରଭା ଦେବୀ କିଶୋର ନଗର (ଆଠମଲ୍ଲିକ) ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ । କେବଳ ସେତିକି ନୁହେଁ, ସାରଙ୍ଗଧର ଦାସ, ବୈଷ୍ଣବ ପଟ୍ଟନାୟକ ଓ ବ୍ରଜକିଶୋର ଧଳ ଆଦି ବିପ୍ଳବୀ ନେତା ଥାଉଁ ଥାଉଁ ରାଜା ଶଙ୍କର ପ୍ରତାପଙ୍କ

ମନୋନୀତ ପ୍ରାର୍ଥୀ ଢେଙ୍କାନାଳ ବାହାରର ବ୍ୟକ୍ତି ସୁରେନ୍ଦ୍ର ମହାନ୍ତି (ସାହିତ୍ୟିକ) ଢେଙ୍କାନାଳ ଲୋକସଭା ଆସନରୁ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ କେମିତି ନିର୍ବାଚିତ ହେଲେ ? ଲୋକେ କାହିିଁକି କଂଗ୍ରେସ, କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ପ୍ରାର୍ଥୀମାନଙ୍କୁ ପ୍ରତ୍ୟାଖ୍ୟାନ କଲେ ? ଏହା ବଡ଼ ଆଶ୍ଚର୍ଯ୍ୟର କଥା । କାରଣ ଏଇ ଢେଙ୍କାନାଳ ଅତ୍ୟାଚାର ସମ୍ପର୍କରେ ଏସ.ଏ.ହମିଦଙ୍କର ଦୁଇ ପଇସିକିଆ ଗୀତ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇଥିଲା । ଅନ୍ୟ ସ୍ଥାନର ଲୋକେ ତାକୁ ପଢ଼ି ଜାଗ୍ରତହୋଇ ଢେଙ୍କାନାଳବାସୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ଗୀତଟି ହେଲା-

କଟକ ପଡ଼ିଶା ଢେଙ୍କାନାଳ ଦଶା
ଦେଖହେ ଭାଇ ଭଉଣୀ,
ଅନ୍ଧାରି ମୁଲକ ମଳି ମୁଣ୍ଡିଆଙ୍କ
ବୀରପଣ ଦେଖ ପୁଣି ହେ,
ବାର ବରଷ ବାଳକ,
ଗୁଳି ମୁହେଁ ଦେଖାଇଛି ବେକ ହେ ।।୧ାା


ନୀଳକଣ୍ଠପୁର ଭୁବନ ଗ୍ରାମର
ଏ ଯେ ଷଡ଼ ମହାରଥୀ
ସ୍ୱାଧୀନତା ପଥେ ଢାଳିଛନ୍ତି ରକ୍ତ
ଦେଖ ଏହାଙ୍କର ମୂର୍ତ୍ତିି ହେ
ଏକି କଳିଯୁଗ ଭୀମ ?
ଛାର ଗୁଳି ନେଲା ୟାଙ୍କ ପ୍ରାଣ ହେ ।।୨ାା


ରାତିଅଧେ ଯାଇ ଘେରାଉ କରିଲେ
ରାଜ ସରକାର ବଳ,
ଭୁବନ ଗ୍ରାମରେ ଗୁଳିମାରି ସାରି
ନଦୀକୂଳେ ହେଲେ ଠୁଳ ହେ
ଡଙ୍ଗା ମାଗିଲେ ଏହାଙ୍କୁ
ନଦୀ ପରେ ଯିବେ ଗଡ଼କୁ ।।୩ାା


ନୀଳକଣ୍ଠପୁର ନଦୀକୂଳେ ଶୁଣି
ଭୁବନର ବିବରଣ,
ନେହୁରା ହୋଇଣ ନାହିିଁ କରିବାରୁ
ଗୁଳିଖାଇ ଦେଲେ ପ୍ରାଣ ହେ,
ପ୍ରଜା ମଣ୍ଡଳ ଆଦେଶ,
ସର୍ବେ ହୋଇବେ ସଦା ଅହିଂସହେ ।।୪ାା


ଧନ୍ୟ ଏ ଅହିଂସା ମନ୍ତର ବେଉସା
କରିଛି ଯେ ସେହୁ ଧନ୍ୟ,
ମରଣ ବରଣ କରୁଛି ଯେ ଧନ୍ୟ
ହୋଇଛି ସେ ଅଗ୍ରଗଣ୍ୟ ହେ
ଅତି ଅଧର୍ମ ନୋହିଲେ,
ଧର୍ମ ନମିଳିବ କେବେ ଭଲେ ହେ ।।୫ାା


ମୃତଦେହ ଦେଖି କାତର ନହୋଇ
ବୋଲ ଧରମର ଜୟ,
ଅଧର୍ମୀ ବର୍ବର ଅତି ଅତ୍ୟାଚାର
ହୋଇବ ଯେପରି ଲୟ ହେ,
ତହିଁ ପ୍ରତି ଦିଅ ମନ,
ଦେଖୁ ଜଗତ ପ୍ରଜାର ଟାଣ ହେ ।।୬ାା

ଉପରୋକ୍ତ ମତଟି ଲେଖକର ନିଜସ୍ୱ ମତ । ଲେଖକର ଜନ୍ମ ଢେଙ୍କାନାଳରେ । ଲେଖକର ଜେଜେବାପା ଓ ବାପା ବହୁଳ ଭାବରେ ଅତ୍ୟାଚାରିତ ହୋଇଥିଲେ ରାଜତନ୍ତ୍ର ଶାସନ କାଳରେ । ଲେଖକ ସେମାନଙ୍କ ମୁହଁରୁ କେତେକଥା ଶୁଣିଛି । ଦ୍ୱିତୀୟ ସାଧାରଣ ନିର୍ବାଚନ ବେଳେ ଲେଖକର ବୟସ ହୋଇଥିଲା ମାତ୍ର ଏଗାର ବର୍ଷ । ସେତେବେଳେ ସେ ମାଇନର ସ୍କୁଲ୍‍ର ଛାତ୍ର । ବୟସ ହେବାପରେ ଢେଙ୍କାନାଳବାସୀ ହିସାବରେ ଏସବୁ କଥା ଜାଣିବା ପରେ ବଡ଼ ଆଶ୍ଚର୍ଯ୍ୟ ଲାଗେ ।

ଏହି ଦ୍ୱିତୀୟ ବିଧାନସଭା(୧୯୫୭) ବାଚସ୍ପତି ଭାବରେ ପଣ୍ଡିତ ନୀଳକଣ୍ଠ ଦାସ ୨୭.୫.୧୯୫୭ ତାରିଖରେ ନିର୍ବାଚିତ ହେଲେ । ସେହିପରି ଉପବାଚସ୍ପତି ଭାବରେ ବାଗ୍ମୀ ଯଦୁମଣି ମଙ୍ଗରାଜ ୨୯.୫.୧୯୫୭ ତାରିଖରେ ନିର୍ବାଚିତ ହେଲେ । ହରେକୃଷ୍ଣ ମହତାବ ଏକକ ସଂଖ୍ୟା ଗରିଷ୍ଠ ଦଳ କଂଗ୍ରେସ ପାର୍ଟିର ବିଧାୟକ ଦଳର ନେତା ଭାବରେ ୬.୪.୧୯୫୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଗଣତନ୍ତ୍ର ପରିଷଦର ବିଧାୟକ ଦଳର ନେତା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ବିରୋଧୀଦଳ ନେତା ହେବାର ମାନ୍ୟତା ଲାଭକଲେ ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ହେଲେ:

କ୍ୟାବିନେଟ ମନ୍ତ୍ରୀ :

ଡକ୍ଟର ହରେକୃଷ୍ଣ ମହତାବ : ମୁଖ୍ୟମନ୍ତ୍ରୀ, ପଲ୍‍ଟିକାଲ ଆଣ୍ଡ୍‍ ସର୍ଭିିସେସ୍‍ (ଗୋଷ୍ଠୀ ଉନ୍ନୟନ ଓ
: ଏନ୍‍.ଇ.ଏସ୍‍), ଓ ଅର୍ଥବିଭାଗ ମନ୍ତ୍ରୀ
ଲିଙ୍ଗରାଜ ପାଣିଗ୍ରାହୀ : ଘରୋଇ, ଆଇନ ଓ ଶିକ୍ଷା
ରାଧାନାଥ ରଥ : ଉନ୍ନୟନ (୨୭-୪-୧୯୫୭)
ଦିନବନ୍ଧୁ ସାହୁ : ଶିଳ୍ପ, ଖଣି ଓ ଭୂତତ୍ତ୍ୱ
ସତ୍ୟପ୍ରିୟ ମହାନ୍ତି : ରାଜସ୍ୱ, ଅବକାରୀ ଓ ସ୍ୱାୟତ୍ତ ଶାସନ
ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ : ପୂର୍ତ୍ତ
ବସନ୍ତ ମଞ୍ଜରୀ ଦେବୀ : ସ୍ୱାସ୍ଥ୍ୟ (ସ୍ୱାୟତ୍ତ ଶାସନ, ରିଲିଫ୍‍ ଓ ପୁନର୍ବସତି ବ୍ୟତୀତ)
ନୀଳମଣି ରାଉତରାୟ : ଯୋଗାଣ, ପରିବହନ ଓ ଶ୍ରମ
ପବିତ୍ରମୋହନ ପ୍ରଧାନ : ଆଦିବାସୀ, ଗ୍ରାମମଙ୍ଗଳ ଓ ବାଣିଜ୍ୟ
ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ : ନଦୀ ଉପତ୍ୟକା, ଉନ୍ନୟନ ଦୁର୍ନୀତି ନିବାରଣ, ରାଉରକେଲା
: ଇସ୍ପାତ କାରଖାନାର ସମସ୍ତ ବ୍ୟାପାର (ଜମିଅଧିଗ୍ରହଣ,
: ଥଇଥାନ ଓ ପୁନର୍ବସତି ସହିତ) (୨୧-୮-୧୯୫୭)
ଉପ ମନ୍ତ୍ରୀ :
ଶାନ୍ତନୁ କୁମାର ଦାସ : ପଲ୍‌ଟିକାଲ ଆଣ୍ଡ୍‍ ସର୍ଭିିସେସ୍‍ (ଗ୍ରାମପଞ୍ଚାୟତ), ଉନ୍ନୟନ, ମତ୍ସ୍ୟ
ଓ ସମବାୟ
ବିକ୍ରମାଦିତ୍ୟ ସିଂହ ବରିହା : ଆଦିବାସୀ ଓ ଗ୍ରାମମଙ୍ଗଳ (ଆଦିବାସୀ ହରିଜନ ଶିକ୍ଷା),
ଆଦିବାସୀ ଗବେଷଣା ବ୍ୟତୀତ
କୌମୁଦ ଚନ୍ଦ୍ର ସିଂହ : ଲୋକସଂପର୍କ, ପରିବହନ ଓ ପୂର୍ତ୍ତ
ହିମାଂଶୁ ଶେଖର ପାଢ଼ୀ : କୃଷି (୯-୯-୧୯୫୭)

ବିଧାନସଭାରେ କଂଗ୍ରେସଦଳର ଅଧାରୁ ଅଧିକ ସଂଖ୍ୟାଗରିଷ୍ଠତା ନଥାଇ ହରେକୃଷ୍ଣ ମହତାବ କେଉଁ ବିଧାୟକମାନଙ୍କ ସହାୟତାରେ ମନ୍ତ୍ରିମଣ୍ଡଳ ଗଠନ କଲେ, ଏହି ମନ୍ତ୍ରିମଣ୍ଡଳରେ, କେଉଁମାନେ ସ୍ଥାନ ପାଇଲେ ଓ ମନ୍ତ୍ରିମଣ୍ଡଳ କେତଦିନ ରହିଲା, ସେ ସମ୍ପର୍କରେ ସବିଶେଷ ଆଲୋଚନା ପରବର୍ତ୍ତୀ ଅଧ୍ୟାୟରେ ହୋଇଛି ।

* * *
ତ୍ରୟୋଦଶ ପରିଚ୍ଛେଦ
୧୯୫୭ର ଝୁଲା ବିଧାନସଭା
ଓ ମିଳିତ ସରକାର

୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ କଂଗ୍ରେସ ୧୪୦ଟି ଆସନରୁ ମାତ୍ର ୫୬ଟି ଆସନ ଲାଭ କରି ଏକକ ସଂଖ୍ୟା ଗରିଷ୍ଠଦଳର ମାନ୍ୟତା ଲାଭ କଲା । କିନ୍ତୁ ୭୧ ଜଣ ବିଧାୟକଙ୍କ ସମର୍ଥନ ରହିଲେ ଯାଇ କଂଗ୍ରେସଦଳ ମନ୍ତ୍ରିମଣ୍ଡଳ ଗଠନ କରିପାରିବ । ମନ୍ତ୍ରିମଣ୍ଡଳ ଗଠନ ନ ହେଲେ ଓଡ଼ିଶା କଂଗ୍ରେସ ବଦନାମ ହେବ । ଡକ୍ଟର ମହତାବଙ୍କ ରାଜନୈତିକ ସୁଖ୍ୟାତିରେ ଆଞ୍ଚ ଆସିବ । କାରଣ ମହତାବଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ହେଉଥିଲା । ଏଣୁ ୧୦ଜଣ ସ୍ୱାଧୀନ ବିଧାୟକ ଓ ୪-୫ ଜଣ ଗଣତନ୍ତ୍ର ପରିଷଦର ବିଧାୟକଙ୍କୁ ଆଣି କଂଗ୍ରେସ ଦଳଭୁକ୍ତ କରାଗଲା । ତା ସହିତ ଝାଡ଼ଖଣ୍ଡ ଦଳର ୫ ଜଣ ବିଧାୟକଙ୍କ ସମର୍ଥନ ହାସଲ କରାଗଲା ।

ଏହିପରି ଭାବରେ କୃତ୍ରିମ ସଂଖ୍ୟା ଗରିଷ୍ଠତା ହାସଲ କରାଯାଇ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଡକ୍ଟର ହରେକୃଷ୍ଣ ମହତାବ ହେଲେ ମୁଖ୍ୟମନ୍ତ୍ରୀ । ତାଙ୍କ ହାତରେ ରହିଲା ପଲଟିକାଲ ସର୍ଭିିସେସ୍‍ ଓ ଅର୍ଥ ବିଭାଗ । ଅନ୍ୟ ମନ୍ତ୍ରୀମାନେ ହେଲେ, ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ- ଘରୋଇ ଆଇନ୍‍ ଓ ଶିକ୍ଷାବିଭାଗ ମନ୍ତ୍ରୀ; ରାଧାନାଥ ରଥ- ଉନ୍ନୟନ ବିଭାଗ ମନ୍ତ୍ରୀ; ଶ୍ରୀ ଦିନବନ୍ଧୁ ସାହୁଶିଳ୍ପ, ଖଣି ଓ ଭୂତତ୍ତ୍ୱ ବିଭାଗ ମନ୍ତ୍ରୀ; ଶ୍ରୀ ସତ୍ୟପ୍ରିୟ ମହାନ୍ତି- ରାଜସ୍ୱ, ଅବକାରୀ ଓ ସ୍ୱାୟତ୍ତ ଶାସନ ବିଭାଗ ମନ୍ତ୍ରୀ; ବସନ୍ତ ମଞ୍ଜରୀ ଦେବୀ- ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ (ସ୍ୱାୟତ୍ତ ଶାସନ, ରିଲିଫ ଓ ପୁନର୍ବସତି), ନୀଳମଣି ରାଉତରାୟ- ଯୋଗାଣ ପରିବହନ ଓ ଶ୍ରମମନ୍ତ୍ରୀ; ପବିତ୍ର ମୋହନ ପ୍ରଧାନ- ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ମନ୍ତ୍ରୀ; ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ- ନଦୀ ଉପତ୍ୟକା ଉନ୍ନୟନ, ଦୁର୍ନୀତି ନିବାରଣ ସହ ରାଉରକେଲା ଇସ୍ପାତ କାରଖାନାର ସମସ୍ତ ବିଷୟର ମନ୍ତ୍ରୀ ।

ଉପମନ୍ତ୍ରୀମାନେ ହେଲେ; ଶ୍ରୀ ଶାନ୍ତନୁ କୁମାର ଦାସ- ପଲ୍‍ଟିକାଲ ସର୍ଭିିସେସ୍‍, ଉନ୍ନୟନ, ମତ୍ସ୍ୟ ଓ ସମବାୟ ବିଭାଗ; ଶ୍ରୀ ବୀର ବିକ୍ରମାଦିତ୍ୟ ସିଂହ ବରିହା- ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ (ଆଦିବାସୀ ଓ ହରିଜନ ଶିକ୍ଷା ଓ ଆଦିବାସୀ ଗବେଷଣା ବ୍ୟତୀତ); ଶ୍ରୀ କୁମୁଦ ଚନ୍ଦ୍ର ସିଂହ- ଲୋକସଂପର୍କ, ପରିବହନ ଓ ନିର୍ମାଣ ବିଭାଗ; ଶ୍ରୀ ହିମାଂଶୁ ଶେଖର ପାଢ଼ୀ- କୃଷି ବିଭାଗ । କଟକ ସହର ବିଧାୟକ ଶ୍ରୀ ବୀରେନ୍‍ ମିତ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ପାଇଁ ଆଗ୍ରହୀ ଥିଲେ ମଧ୍ୟ ତାଙ୍କୁ ଡକ୍ଟର ମହତାବ ମନ୍ତ୍ରିମଣ୍ଡଳରେ ଗ୍ରହଣ କରି ନଥିଲେ । ସେଥିପାଇଁ ବୀରେନ୍‍ ମିତ୍ର ମନ ଦୁଃଖ କରଥିଲେ ।

ଡକ୍ଟର ହରେକୃଷ୍ଣ ମହତାବ :

ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କଟକର ରେଭେନ୍‍ସା କଲେଜରେ ଅଧ୍ୟୟନ କରିଥିଲେ । ୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡ଼ିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାମାନଙ୍କ ଭିତରେ ସେ ଥିଲେ ଅନ୍ୟତମ । ୧୯୨୩-୨୪ରେ ସେ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭-୩୯ ମସିହା ଯାଏ ସେ ଓଡ଼ିଶାର ଦେଶୀୟ ରାଜ୍ୟ ପ୍ରଜା ଆନ୍ଦୋଳନକୁ ପରିଚାଳିତ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ଗଡ଼ଜାତ ପ୍ରଜା ଅନୁସନ୍ଧାନ କମିଟିର ଚେୟାରମ୍ୟାନ୍‍ ହେଲେ । ୧୯୪୨ ମସିହାରେ ସେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣକରି ଅହମଦନଗର ଦୁର୍ଗରେ ଭାରତର ତୁଙ୍ଗ କଂଗ୍ରେସ ନେତାମାନଙ୍କ ସହିତ ଅଟକବନ୍ଦୀ ଥିଲେ । ସେଠାରୁ ମୁକ୍ତ ହେବା ପରେ ୧୯୪୬ ମସିହା ଏପ୍ରିଲ୍‍ ମାସରେ ଓଡ଼ିଶାର କଂଗ୍ରେସର ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ୧୯୫୦ ମଇମାସ ୧୨ ତାରିଖ ଯାଏ କାର୍ଯ୍ୟ ବହନ କରଥିଲେ । ଏହି ସମୟରେ ତତ୍‍କାଳୀନ ଓଡ଼ିଶା ପ୍ରଦେଶ ସହିତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଥିଲା ତାଙ୍କର ଐତିହାସିକ ଅବଦାନ । ଏହା ଫଳରେ ପରବର୍ତ୍ତୀକାଳରେ ସ୍ୱାଧୀନ ଭାରତରେ ସମସ୍ତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପଥ ଉନ୍ମୁକ୍ତ ହୋଇଯାଇଥିଲା । ଏହା ବ୍ୟତୀତ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ଭୁବନେଶ୍ୱରଠାରେ ରାଜଧାନୀ ନିର୍ମାଣ ଆଦି ଉଲ୍ଲେଖନୀୟ ଘଟଣା । ୧୯୫୦-୫୨ ଯାଏଁ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ, ୧୯୫୨-୫୫ ଯାଏ ପାର୍ଲିିଆମେଣ୍ଟରେ କଂଗ୍ରେସ ଦଳର ସାଧାରଣ

ସମ୍ପାଦକ ଦାୟିତ୍ୱ ବହନ କରିିଥିଲେ । ଏହି ସମୟ ମଧ୍ୟରେ ସେ ଇଂଲଣ୍ଡ, ଆମେରିକା, ଜାପାନ ଆଦି ଅନେକ ରାଷ୍ଟ୍ର ଭ୍ରମଣରେ ଯାଇଥିଲେ । ୧୯୫୫ ମସିହା ମାର୍ଚ୍ଚ ମାସଠାରୁ ୧୯୫୬ ଅକ୍ଟୋବର ମାସ ଯାଏ ସେ ଥିଲେ ବମ୍ବେ ପ୍ରଦେଶର ରାଜ୍ୟପାଳ । ତା'ପରେ ସେ ନବକୃଷ୍ଣ ଚୌଧୁରୀଙ୍କ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରି ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ ।

ସେ କେବଳ ଜଣେ ରାଜନୈତିକ ବା କୂଟନୀତିଜ୍ଞ ନୁହନ୍ତି, ସେ ଜଣେ ମହାନ୍‍ ସଂସ୍କୃତିସମ୍ପନ୍ନ ବ୍ୟକ୍ତି । 'ଓଡ଼ିଶା ଇତିହାସ' ପୁସ୍ତକ ରଚନା କରିବା ସହ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ବହୁ ଉଚ୍ଚକୋଟୀର ରାଜନୀତିକ ସମସ୍ୟାମୂଳକ ପୁସ୍ତକ ଲେଖିଛନ୍ତି । ଓଡ଼ିଆ ଭାଷାରେ ଅନେକ ଗଳ୍ପ, ଉପନ୍ୟାସ ଓ ନାଟକ ମଧ୍ୟ ସେ ରଚନା କରିଛନ୍ତି । ସାହିତ୍ୟ କୃତି ପାଇଁ ୧୯୫୦ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଡକ୍ଟର ମହତାବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଉପାଧିରେ ଭୂଷିତ କରିଛନ୍ତି । ସେ ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଜୀବନ ସଭ୍ୟ । ଏହିପରି ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ଡକ୍ଟର ମହତାବ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ଡକ୍ଟର ମହତାବଙ୍କ ମନ୍ତ୍ରିମଣ୍ଡଳ କିଛିଦିନ ଚାଲିବା ପରେ ବିଭ୍ରାଟ ଆରମ୍ଭ ହୋଇଗଲା । ଯେଉଁ ସ୍ୱାଧୀନ ସଦସ୍ୟ ଓ ଗଣତନ୍ତ୍ର ପରିଷଦର ସଦସ୍ୟମାନେ କଂଗ୍ରେସରେ ଯୋଗଦେଇଥିଲେ, ସେମାନେ ନାନା ପ୍ରକାର ଦାବି ଉପସ୍ଥାପନ କଲେ । କିଏ ମନ୍ତ୍ରୀପଦ ଦାବି କରୁଥାଆନ୍ତି ତ କିଏ ଆର୍ଥିକ ସହାୟତା ପାଇଁ ଦାବି ଉପସ୍ଥାପନ କରୁଥାଆନ୍ତି । ଆଉ ଝାଡ଼ଖଣ୍ଡ ଦଳର ନେତାମାନଙ୍କ କଥା କହିଲେ ନସରେ । ସେହି ସମୟରେ ଓଡ଼ିଶା ବିଧାନସଭା ଶନିବାର-ରବିବାରରେ ବନ୍ଦ ରହେ । ଶୁକ୍ରବାର ଦିନ ସକାଳଓଳି ବିଧାନସଭା ବସେ ଓ ଦିନ ଗୋଟାକରେ ବନ୍ଦ ହୁଏ । ପ୍ରତି ଶୁକ୍ରବାର ଦିନ ଝାଡ଼ଖଣ୍ଡ ଦଳର ସଭ୍ୟମାନେ ନିଜ ଗାଁ ଓ ନିର୍ବାଚନମଣ୍ଡଳୀକୁ ଯାଆନ୍ତି । ସ୍ୱାଧୀନ ସଭ୍ୟମାନଙ୍କର ଅଭ୍ୟାସ ମଧ୍ୟ ଠିକ୍‍ ସେହିପରି ।

ପବିତ୍ରମୋହନ ପ୍ରଧାନ ଥାଆନ୍ତି ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗ ମନ୍ତ୍ରୀ । ଝାଡ଼ଖଣ୍ଡ ଦଳର ନେତାମାନେ ସମସ୍ତେ ଆଦିବାସୀ । ତେଣୁ ସେମାନଙ୍କ ଯିବା ଆସିବା ଦାୟିତ୍ୱ ପବିତ୍ର ବାବୁଙ୍କ ଉପରେ ନ୍ୟସ୍ତ ଥାଏ । ସୋମବାର ଦିନ ୧୧ଟା ସୁଦ୍ଧା ଏହି ନେତାମାନଙ୍କୁ ବିଧାନସଭାରେ ଉପସ୍ଥିତ କରାଇବା ଦାୟିତ୍ୱ ମଧ୍ୟ ପବିତ୍ର ବାବୁଙ୍କର । ଗଣତନ୍ତ୍ର ପରିଷଦ ଦଳରୁ ଆସି କଂଗ୍ରେସରେ ମିଶିିବା ସଭ୍ୟମାନଙ୍କ ଉପରେ ଉକ୍ତ ଦଳର ଚାପ ଓ ଧମକ ସଦାସର୍ବଦା ଲାଗି ରହିଥାଏ ।

ଦିନକର କଥା । ସେଦିନ ବିଧାନସଭା ଚାଲିିବା ସମୟରେ ଗଣତନ୍ତ୍ର ଦଳରୁ କଂଗ୍ରେସରେ ମିଶିିବା ଦୁଇଜଣ ସଦସ୍ୟ ହଠାତ୍‍ କଂଗ୍ରେସ ଦଳ ତ୍ୟାଗ କରି ସେମାନଙ୍କ ନିଜ ଦଳରେ ମିଶିଗଲେ । ଏହାଫଳରେ କଂଗ୍ରେସ ଦଳରେ ହତାଶା ଭାବ ହେଲା । ଏଥିପାଇଁ ଗଣତନ୍ତ୍ର ପରିଷଦ ମଧ୍ୟ ଉତ୍ସାହୀ ହୋଇଉଠିଲେ । ତାଙ୍କ ଦଳରୁ ଯାଇ କଂଗ୍ରେସ ଦଳରେ ମିଶିିବା ଅନ୍ୟ ସଦସ୍ୟମାନଙ୍କୁ ନେଇଯିବା ପାଇଁ ଉଦ୍ୟମ କଲେ । ଖାଲି ସେତିକି ନୁହେଁ- କଂଗ୍ରେସଦଳରୁ ମଧ୍ୟ ଦୁଇ ତିନିଜଣ ସଦସ୍ୟଙ୍କୁ ନେଇଯିବା ପାଇଁ ଚେଷ୍ଟା ଅବ୍ୟାହତ ରଖିଲେ ।

ଆୟାରାମ ଗୟାରାମ ପ୍ରସଙ୍ଗ :

ଏପରି ଏକ ସଂଖ୍ୟାଲଘୁ ସରକାରକୁ ଚଳାଇବା କାଠିକର ପାଠ ହୋଇପଡ଼ିଲା । ସଦାସର୍ବଦା ଗଣତନ୍ତ୍ର ପରିଷଦ ଦଳର ସଭ୍ୟମାନଙ୍କ ସହ ବାଚନିକ ଯୁଦ୍ଧ ଚାଲିଲା । ବେଳେବେଳେ ହାତାହାତି ବି ହେଲା । ଦିଲ୍ଲୀ ମହଲରେ କଂଗ୍ରେସ ହାଇକମାଣ୍ଡ ଏଥିପାଇଁ ଅତ୍ୟନ୍ତ ବିବ୍ରତ ଓ ବିଚଳିତ ହୋଇପଡ଼ିଲେ । କାରଣ ସେତେବେଳେ ଅନ୍ୟ ଦଳରୁ ସଭ୍ୟ ଆଣି ମନ୍ତ୍ରିମଣ୍ଡଳ ଚଳାଇବା କାର୍ଯ୍ୟ ନିନ୍ଦା ଓ ଅପମାନସୂଚକ ବୋଲି ବିବେଚିତ ହେଉଥିଲା । ବିଧାନସଭା ବୈଠକରେ ଏପରି ଅବସ୍ଥା ଉପୁଜୁଥାଏ ଯେ ଜଣାପଡୁଥାଏ, ମନ୍ତ୍ରିମଣ୍ଡଳ କେତେେବେଳେ ଭାଙ୍ଗଯିବ ତାହା କେହି କହିପାରିବ ନାହିଁ । କଂଗ୍ରେସ ଦଳ ଏଥିପାଇଁ ସବୁବେଳେ ସଜାଗ ଥାଏ । ଦଳରେ ଯୋଗ ଦେଇଥିବା ସ୍ୱାଧୀନ ସଭ୍ୟମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥାଏ । ଅନ୍ୟମାନଙ୍କ ମଧ୍ୟରେ ଜଣେ ରାଜା ସ୍ୱାଧୀନ ସଭ୍ୟ ଭାବରେ ଥାଆନ୍ତି । ମହତ୍ତ୍ୱପୂର୍ଣ୍ଣ ଭୋଟିଂ ଦିନ ସେ ବିଧାନସଭାରେ ଉପସ୍ଥିତ ରହିବାକୁ କୁଣ୍ଠାବୋଧ କରନ୍ତି । କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ଲାଭ ନ ପାଇଲେ ସେ ବିଧାନସଭାରେ ଉପସ୍ଥିତ ରହି ଭୋଟ ଦେବେ ନାହିଁ ବୋଲି ରୋକ୍‍ଠୋକ୍‍ ଭାବରେ କହନ୍ତି । ଏହିସବୁ ପ୍ରସଙ୍ଗରେ କେନ୍ଦ୍ର କର୍ତ୍ତୃପକ୍ଷ ଓଡ଼ିଶାର କଂଗ୍ରେସ ସରକାରଙ୍କୁ ଭାଙ୍ଗିଦେବା ପାଇଁ ମନସ୍ଥ କରୁଥାଆନ୍ତି । ଡକ୍ଟର ମହତାବ ମଧ୍ୟ ଚାହୁଁଥିଲେ ଏପରି ଦୁର୍ବଳ ସରକାର ଭାଙ୍ଗିଯିବା ଉଚିତ ।

ହେଲେ ଯେଉଁମାନେ ମହତାବଙ୍କୁ ବମ୍ବେ ରାଜ୍ୟପାଳ ପଦରୁ ଉଠାଇ ଆଣିିଲେ, ସେମାନେ ଚାହୁଁଥାଆନ୍ତି ଯେକୌଣସି ପ୍ରକାରେ ଓଡ଼ିଶାରେ କଂଗ୍ରେସ ସରକାର ବଞ୍ଚି ରହୁ । ସରକାର ଭାଙ୍ଗି ସାନି ନିର୍ବାଚନ କରିବାକୁ ଅଧିକାଂଶ ସଭ୍ୟ ଚାହୁଁ ନଥାନ୍ତି । ଶାସନ କୌଣସି ପ୍ରକାରେ ଚଳିବ, ମହତାବ ବାବୁ ଏହି ଶାସନର ନେତୃତ୍ୱ ନେବେ- ଏହା ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ନୀଳମଣି ରାଉତରାୟଙ୍କ ସମେତ କଂଗ୍ରେସ ଦଳର ଶତକଡ଼ା ପଚାଶ ଭାଗରୁ ଅଧିକ ସଭ୍ୟଙ୍କର ମତ ବୋଲି 'ମୁକ୍ତିପଥେ ସୈନିକ'ରେ ଲେଖିଛନ୍ତି ପବିତ୍ରମୋହନ ପ୍ରଧାନ ।

କଂଗ୍ରେସ ପ୍ରତି ଶକ୍ତ ଧକ୍କା :

୧୯୫୮ ମସିହା ମାର୍ଚ୍ଚ ୨୪ ତାରିଖ ଦିନ ଓଡ଼ିଶା ରାଜ୍ୟସଭାର ତିନୋଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଝାଡଖଣ୍ଡଦଳର ୫ଜଣ ସଭ୍ୟଙ୍କ ସମର୍ଥନ ସହ ବିଧାନସଭାରେ କଂଗ୍ରେସଦଳର ସଭ୍ୟ ସଂଖ୍ୟା ଥିଲା ୭୫ । ଫଳରେ କଂଗ୍ରେସ ଦଳ ତରଫରୁ ବିଭୁଧେନ୍ଦ୍ର ମିଶ୍ର ଓ ମହମ୍ମଦ ହନିଫ୍‍ଙ୍କୁ ପ୍ରାର୍ଥୀ କରାଗଲା । ଗଣତନ୍ତ୍ର ପରିଷଦର ସଭ୍ୟସଂଖ୍ୟା ୪୧ । ଏହି ଦଳରୁ ହରିହର ପଟେଲ ପ୍ରାର୍ଥୀ ହେଲେ । ପ୍ରଜା ସମାଜବାଦୀ ଦଳର ସଭ୍ୟସଂଖ୍ୟା ୧୧ ଥାଇ ସେହି ଦଳରୁ ପ୍ରାର୍ଥୀ କରାଗଲା ଦିବାକର ପଟ୍ଟନାୟକଙ୍କୁ । କଂଗ୍ରେସ ଦଳର ସ୍ଥିତି ଅନୁଯାୟୀ ଦୁଇଜଣଯାକ ପ୍ରାର୍ଥୀ ଜିତିବା କଥା । ହେଲେ କଂଗ୍ରେସଦଳରୁ କେବଳ ବିଭୁଧେନ୍ଦ୍ର ମିଶ୍ର ଜିତିଲେ ଓ ମହମ୍ମଦ ହନିଫ୍‍ ପରାଜିତ ହେଲେ । ଗଣତନ୍ତ୍ର ପରିଷଦର ଏକମାତ୍ର ପ୍ରାର୍ଥୀ ହରିହର ପଟେଲ

ଓ ପ୍ରଜା ସମାଜବାଦୀ ଦଳର ପ୍ରାର୍ଥୀ ଦିବାକର ପଟ୍ଟନାୟକ ଜୟଯୁକ୍ତ ହେଲେ । ଏହା କଂଗ୍ରେସ ଦଳ ପାଇଁ ହେଲା ଏକ ଶକ୍ତ ଧକ୍କା ।

କଂଗ୍ରେସ ଦଳର ଏପରି ପରାଜୟ କାରଣରୁ ଗଣତନ୍ତ୍ର ପରିଷଦର ତୁଙ୍ଗ ନେତାମାନେ ଉତ୍ସାହୀ ହୋଇଉଠିଲେ । ତାଙ୍କ ଦଳରୁ କଂଗ୍ରେସ ଦଳରେ ମିଶିଯାଇଥିବା ସଦସ୍ୟମାନଙ୍କୁ କିପରି ନିଜ ଦଳକୁ ଅଣାଯିବ ଓ କଂଗ୍ରେସଦଳକୁ ଫଟାଇ ସେଥିରୁ କେମିତି କିଛି ସଦସ୍ୟଙ୍କୁ ଅଣାଯିବ ସେଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଲେ । ସେମାନେ ପ୍ରଥମେ ଖଡ଼ିଆଳର ରାଜା କଂଗ୍ରେସ ବିଧାୟକ ଅନୁପ ସିଂହ ଦେଓଙ୍କ ଉପରେ ଆଖି ପକାଇ ସଫଳ ହେଲେ । କାରଣ ଅନୁପ ସିଂହଦେଓ ଥିଲେ କଳାହାଣ୍ଡି ରାଜପରିବାରର ଜାମାତା । ଯେଉଁ ଅନୁପ ସିଂହଦେଓ ପ୍ରଥମ ସାଧାରଣ ନିର୍ବାଚନ କାଳରୁ କଂଗ୍ରେସ ଦଳରେ ଥାଇ ନୂଆପଡ଼ା ଆସନରୁ ୧୯୫୧-୫୨ ନିର୍ବାଚନରେ ବିଜୟୀ ହୋଇଥିଲେ, ସେ କଂଗ୍ରେସ ବିରୁଦ୍ଧରେ ମତବ୍ୟକ୍ତ କରି କଂଗ୍ରେସ ଦଳ ତ୍ୟାଗ କରି ବିରୋଧୀ ଦଳ ଆସନରେ ଯାଇ ବସିଲେ । ଏହା ପରେ ଦିଗପହଣ୍ଡି କଂଗ୍ରେସ ବିଧାୟକ, ବିଶିଷ୍ଟ ହରିଜନ ନେତା ମୋହନ ନାୟକ ଓ ଅନୁପ ସିଂହଦେଓଙ୍କ ସହ ନାମତାରା ଯୁଗ୍ମ ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ଘାସିରାମ ମାଝିଙ୍କୁ ମଧ୍ୟ ଗଣତନ୍ତ୍ର ପରିଷଦର ନେତାମାନେ ନିଜ ପକ୍ଷକୁ ଟାଣିନେଲେ । ଏହି ଦୁଇଜଣ ନେତା କଂଗ୍ରେସ ଦଳ ପରିତ୍ୟାଗ କରିିଥିବା କଥା ବାଚସ୍ପତିଙ୍କୁ ମଧ୍ୟ ଜଣାଇଦେଲେ ।

ଦିନକୁ ଦିନ ଅବସ୍ଥା ସଙ୍ଗୀନ ହୋଇଉଠିଲା । କଂଗ୍ରେସଦଳ ଉବୁଟୁବୁ ଅବସ୍ଥାରେ । କଂଗ୍ରେସର ବିଶିଷ୍ଟ ଯୁବ ବିଧାୟକ ବିଜୟାନନ୍ଦ ପଟ୍ଟନାୟକ ଜାଣିପାରିଲେ ଯେ ଅନୁପ ସିଂହଦେଓଙ୍କୁ କଳାହାଣ୍ଡି ରାଜା ସୁନ୍ଦରଗଡ଼ ରାଜାଙ୍କ ସରକାରୀ ବାସଭବନ (ଏମ୍‍.ଏଲ୍.ଏ. କ୍ୱାର୍ଟର)ରେ ଲୁଚେଇ ରଖିଛନ୍ତି । ତହୁଁ ସେ ଜବରଦସ୍ତ ସୁନ୍ଦରଗଡ଼ ରାଜାଙ୍କ ସରକାରୀ ବାସଗୃହରେ ପ୍ରବେଶ କରି ଗଣତନ୍ତ୍ର ପରିଷଦର ନେତାମାନଙ୍କ ଗହଣରେ ଥିବା ଅନୁପ ସିଂହଦେଓଙ୍କୁ ଉଦ୍ଧାର କଲେ । ଏହି ଘଟଣା ପରେ ଅନୁପ ସିଂହଦେଓ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କଲେ । ଏହା ପରେ ପରେ ମୋହନ ନାୟକ ଓ ଘାସିରାମ ମାଝି ମଧ୍ୟ କଂଗ୍ରେସ ଦଳକୁ ଫେରି ଆସିଲେ ।

୧୯୫୯ ମସିହା ବିଧାନସଭା ବଜେଟ୍‍ ଅଧିବେଶନ ସମୟରେ ଜଣାଗଲା, ଏଣିକି ସରକାର ଚାଲିବା କାଠିକର ପାଠ ହେବ । ଦିନେ ସରକାରଙ୍କର ଏକ ପ୍ରସ୍ତାବ ଉପରେ ଭୋଟ ଦାବିକରି ବିରୋଧିଦଳ ନାକଚ କରିଦେଲେ । ଏହି ବିଲ୍‍ଟି ପୌରସଂସ୍ଥା ନିର୍ବାଚନକୁ ବିଧିବଦ୍ଧ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ବିଲ୍‌ଟିକୁ ଆଣିଥିଲେ ମନ୍ତ୍ରୀ ସତ୍ୟପ୍ରିୟ ମହାନ୍ତି । ବିରୋଧିଦଳ ହଠାତ୍‍ ଏହି ବିଲ୍‍ ଉପରେ ଭୋଟ ଦାବି କଲେ । କଂଗ୍ରେସ ଦଳ ଏଥିପାଇଁ ସଜାଗ ନ ଥିଲେ । ଫଳରେ ଭୋଟରେ ଶାସକ ଦଳର ଶୋଚନୀୟ ପରାଜୟ ଘଟିଲା । ବିରୋଧିଦଳ ଏକାବନଟି ଓ ଶାସକ ଦଳ ତେୟାଳିଶିଟି ଭୋଟ ପାଇଲେ । ସରକାର ଇସ୍ତଫା ଦେବା ପାଇଁ ବିରୋଧିଦଳ ପକ୍ଷରୁ ଜୋରଦାର ଦାବି ହେଲା । ଅନ୍ୟଦଳର ସଦସ୍ୟ ଯେଉଁମାନେ କି କଂଗ୍ରେସରେ ମିଶିିଥିଲେ ସେମାନେ ସରକାରଙ୍କୁ ବଞ୍ଚାଇବା ପାଇଁ ନାନାପ୍ରକାର

ପ୍ରୋତ୍ସାହନ ଦାବି କଲେ । ଏପରି ନୀତିହିନ ଭାବରେ ମନ୍ତ୍ରିମଣ୍ଡଳ ଚଳାଇବା ଠିକ୍‍ ନୁହେଁ ବୋଲି କଂଗ୍ରେସର ମୁଖିଆ ନେତାମାନେ ପ୍ରସ୍ତାବ ଦେଲେ ।

ଆଉ କେତେକ କଂଗ୍ରେସ ନେତା ମତ ଦେଲେ ଯେ, ରାଜା ମହାରାଜଙ୍କ ଗଣତନ୍ତ୍ର ପରିଷଦ ଦଳକୁ କଂଗ୍ରେସରେ ସାମିଲ କରିଦେଲେ ଭଲ ହୁଅନ୍ତା । ଆଉ କିଏ କିଏ କହିଲେ ଯେ ଏହି ରାଜାମାନଙ୍କୁ ଦଳରେ ଉଚ୍ଚସ୍ଥାନ ପ୍ରଦାନ କଲେ, ସେମାନେ ଗଣତନ୍ତ୍ର ଦଳ ଭାଙ୍ଗି କଂଗ୍ରେସରେ ମିଶିଯାଆନ୍ତେ । ଉପକୂଳ ଅଞ୍ଚଳର କଂଗ୍ରେସ ନେତାମାନେ କହୁଥାଆନ୍ତି ଯେ ରାଜା ମହାରାଜାମାନେ କଂଗ୍ରେସ ଦଳରେ ଯୋଗଦେବାକୁ ଆଗ୍ରହୀ, ହେଲେ ପବିତ୍ର ମୋହନ ପ୍ରଧାନ ଏହି ମିଳନ ପ୍ରକ୍ରିୟାରେ ପ୍ରତିବନ୍ଧକ ହେଉଛନ୍ତି ।

ଶେଷରେ ଠିକ୍‍ ହେଲା ଯେ ଗଣତନ୍ତ୍ର ପରିଷଦ ସହ ହାତ ମିଳାଇ କଂଗ୍ରେସ ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାହେବ । କେନ୍ଦ୍ରରେ ଓଡ଼ିଶାର ରାଜାମାନଙ୍କ ସପକ୍ଷରେ କୁହାଗଲା ଯେ "ଓଡ଼ିଶାର ଗଣତନ୍ତ୍ର ଦଳର ରାଜାମାନେ ଲୋକପ୍ରିୟ, ଗଣତନ୍ତ୍ରବାଦୀ ଓ ପ୍ରଗତିଶୀଳ । ସେମାନେ ପଶ୍ଚିମ ଓଡ଼ିଶା ତ‌ଥା ଗଡ଼ଜାତମାନଙ୍କର ପ୍ରକୃତ ନେତା । ଯାହାହେଉ, କେନ୍ଦ୍ର ଏଥିରେ ରାଜିହେଲେ ।

ଡକ୍ଟର ମହତାବଙ୍କର ଆଶଙ୍କା ଥିଲା, କାଳେ ପବିତ୍ର ମୋହନ ପ୍ରଧାନ ଏହି ମିିଳିତ ମନ୍ତ୍ରିମଣ୍ଡଳ ଗଠନକୁ ବିରୋଧ କରିବେ; ତେଣୁ ସେ ମଝିରେ ମଝିରେ ପବିତ୍ରବାବୁଙ୍କୁ ବୁଝାଉ ଥାଆନ୍ତି । ତା'ପରେ ସେ ପ୍ରସ୍ତାବ ଦେଲେ ଯେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଗତୁରା ଇସ୍ତଫା ପ୍ରଦାନ କଲେ ଖୁବ୍‍ ଭଲ ହେବ । କିନ୍ତୁ କିଏ ଇସ୍ତଫା ଦେଇ ଆଦର୍ଶ ଦେଖାଇବ ? ମହତାବ ବାବୁ କହିଲେ, "ଯଦି ପବିତ୍ର ବାବୁ ଇସ୍ତଫା ପ୍ରଥମେ ଦେବେ, ତେବେ ଅନ୍ୟ ମନ୍ତ୍ରୀମାନେ ଇସ୍ତଫା ଦେଇଦେବେ" ଫଳରେ ପବିତ୍ର ବାବୁ ପ୍ରଥମେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । କାରଣ ପବିତ୍ର ବାବୁ ରାଜାମାନଙ୍କ ସହ ମିଶି ମିଳିତ ମନ୍ତ୍ରିମଣ୍ଡଳ ଗଠନ ସପକ୍ଷରେ ନାହାନ୍ତି ବୋଲି ଖୁବ୍‍ ଜୋରରେ ପ୍ରଚାର ହେଉଥିଲା । ପବିତ୍ରବାବୁ ଇସ୍ତଫା ଦେଇଥିବା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତା'ପରେ ସମସ୍ତେ ଇସ୍ତଫା ପ୍ରଦାନ କଲେ । କଂଗ୍ରେସ ମନ୍ତ୍ରିମଣ୍ଡଳ ଭାଙ୍ଗିଲା ।

କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ :

ଗଣତନ୍ତ୍ର ପରିଷଦର ସଭାପତି ପ୍ରତାପ କେଶରୀ ଦେଓ ଏହିପରି ମିଳିତ ମନ୍ତ୍ରିମଣ୍ଡଳ ଗଠନରେ ରାଜି ନ ଥିଲେ । କିନ୍ତୁ ରାଜେନ୍ଦ୍ର ନାରାୟଣ ସିଂହଦେଓ ଏହାକୁ ଏକ ସୁଯୋଗ ଭାବି ହାତଛଡ଼ା କରିବାକୁ ଚାହିଁ ନଥିଲେ । ଓଡ଼ିଶାର ଏକ ନୂଆ ମିଳିତ ମନ୍ତ୍ରିମଣ୍ଡଳ ୧୯୫୯ ମସିହା ମଇ ମାସ ୨୨ ତାରିଖ ଦିନ ୧୦ଟା ସମୟରେ କଟକ ରାଜଭବନଠାରେ ଶପଥ ଗ୍ରହଣ କଲେ । ଏହି ମନ୍ତ୍ରିମଣ୍ଡଳ ଡକ୍ଟର ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଗଠିତ ହେଲା । ପ୍ରଥମ ଦିନ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ତିନି ଜଣ ମନ୍ତ୍ରୀ ଶପଥ ଗ୍ରହଣ କଲେ । ଅନ୍ୟ ଦୁଇ ଜଣ ହେଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ରାଧାନାଥ ରଥ । ପରବର୍ତ୍ତୀ ସମୟରେ ଏହି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯାଇ ଉଭୟପକ୍ଷରୁ ଆଉ ଆଠଜଣଙ୍କୁ

ମନ୍ତ୍ରିମଣ୍ଡଳରେ ଗ୍ରହଣ କରାଯାଇଥିଲା । ଏହି ମନ୍ତ୍ରିମଣ୍ଡଳରେ କଂଗ୍ରେସର ବହୁ ପୂର୍ବତନ ମନ୍ତ୍ରୀ ସ୍ଥାନ ପାଇଲେ ମଧ୍ୟ ଶ୍ରୀ ପବିତ୍ର ମୋହନ ପ୍ରଧାନଙ୍କୁ ଗ୍ରହଣ କରାଗଲା ନାହିଁ । ବୋଧେ ରାଜା ମହାରାଜାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଯେଉଁ ତିନିଜଣ ମନ୍ତ୍ରୀ ପ୍ରଥମେ ଶପଥ ଗ୍ରହଣ କରିିଥିଲେ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଏହିପରି ହେଲା: ଡକ୍ଟର ହରେକୃଷ୍ଣ ମହତାବ- (ମୁଖ୍ୟମନ୍ତ୍ରୀ) ପଲ୍‍ଟିକାଲ ଆଣ୍ଡ ସର୍ଭିିସେସ୍‍ ବିଭାଗର ସାଧାରଣ ଶାସନ ଓ ନୂଆ ରାଜଧାନୀ ପରିଚାଳନା, ସ୍ୱରାଷ୍ଟ୍ର, ରାଜସ୍ୱ, ଅବକାରୀ ଓ ଶିକ୍ଷାବିଭାଗ; ରାଜେନ୍ଦ୍ର ନାରାୟଣ ସିଂହଦେଓ- ଅର୍ଥ, ସାଧାରଣ ଶାସନ ଓ ନୂଆ ରାଜଧାନୀ ପରିଚାଳନା ବ୍ୟତୀତ ଆଦିବାସୀ ଓ ଗ୍ରାମମଙ୍ଗଳ, ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ଆଇନ ଓ ପୁନର୍ବସତି ବିଭାଗ; ରାଧାନାଥ ରଥ- ବିକାଶ, ନିର୍ମାଣ, ବାଣିଜ୍ୟ, ଯାନବାହନ ଓ ଯୋଗାଣ ବିଭାଗ ।

ଶପଥ ଗ୍ରହଣ ଉତ୍ସବ ପରେ ଡକ୍ଟର ହରେକୃଷ୍ଣ ମହତାବ ଓ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ମିଳିତ ଭାବରେ ନିମ୍ନଲିଖିତ ବିବୃତି ପ୍ରଦାନ କଲେ । ସେମାନେ କହିଲେ-

"ମୋଟାମୋଟି ଭାବରେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ବିଶେଷତଃ ଷଢ଼େଇକଳା ଓ ଖରସୁଆଁ କଥା ଆମମାନଙ୍କ ମନରେ ସର୍ବଦା ରହିବ ଓ ସେସବୁ ଅଞ୍ଚଳକୁ ଓଡ଼ିଶା ସହିତ ପୁଣି ମିଶାଇବା ଲାଗି ଆମ୍ଭଦ୍ୱାରା ଯାହା କିଛି ହେବା ସମ୍ଭବ ଆମେ ସେ ସମସ୍ତ ଉଦ୍ୟମ କରିବୁ । ଏହି ମିଳନକୁ ରାଜନୈତିକ ସୁବିଧା ବୋଲି କେହି କେହି ଅଭିସନ୍ଧି ଆରୋପ କରିଛନ୍ତି । କିନ୍ତୁ ସେମାନେ ଭୁଲିଯିବା ଉଚିତ ନୁହେଁ ଯେ, ଯେଉଁଠାରେ ବ୍ୟବସ୍ଥାସଭା ଭିତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ରହିଛନ୍ତି ଓ କୌଣସି ଗୋଟିଏ ଦଳର ସୁସ୍ପଷ୍ଟ ସଂଖ୍ୟାଗରିଷ୍ଠତା ନାହିଁ, ସେଠାରେ ଗଣତନ୍ତ୍ର ବ୍ୟବସ୍ଥାକୁ ସଚଳ ରଖିବାକୁ ହେଲେ ମିଳିତ ସରକାର ଗଠନ ହିଁ ଏକମାତ୍ର ସ୍ୱାଭାବିକ ଅପରିହାର୍ଯ୍ୟ ପନ୍ଥା ।"

ବିବୃତିରେ ସେମାନେ ଆହୁରି କହିଲେ ଯେ ବ୍ୟବସ୍ଥାପକ ସଭା ଭିତରେ ଓ ବାହାରେ ଶକ୍ତିଶାଳୀ ସମର୍ଥନ ଥାଇ ଏକ ସୁଦୃଢ଼ ସରକାର ହେବା ଫଳରେ ଆମେ ଆଶା କରୁଛୁ ଯେ ବର୍ତ୍ତମାନ ଏ ରାଜନୈତିକ ଅଚଳ ଅବସ୍ଥାର ଅବସାନ ଘଟିବ । ରାଜ୍ୟର ବିରାଟ ସମ୍ପଦଗୁଡ଼ିକୁ ଯଥା ସମ୍ଭବ ସ୍ୱଳ୍ପତମ କାଳ ମଧ୍ୟରେ ଅଧିକତମ ପରିମାଣରେ ଉପଯୋଗ କରିବା ଏବଂ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ।

ଡକ୍ଟର ମହତାବ ଓ ଶ୍ରୀ ସିଂହଦେଓ ତାଙ୍କ ବିବୃତିରେ ଆହୁରି କହିଲେ ଯେ ବୃହତ୍ତର ରାଜନୈତିକ ଦଳ ଭିତରେ ଲକ୍ଷ୍ୟ ସାଧନର ସୁଦୃଢ଼ ସଂହତିର ଅଭାବ ଘଟିବା ଫଳରେ ଗତ କେତେବର୍ଷ ହେଲା ଓଡ଼ିଶା ରାଜନୈତିକ ଅନିଶ୍ଚିତତା ଭିତରେ ଘୋଷାରି ହେଉଥିଲା । ଓଡ଼ିଶା ପରି ଏକ ଅନୁନ୍ନତ ରାଜ୍ୟ ପକ୍ଷରେ ସେଭଳି ପରିସ୍ଥିତି ସହ୍ୟ କରାଯାଇ ନ ପାରେ । ପ୍ରାକୃତିକ ସମ୍ପଦ ଓ ଲୋକଶକ୍ତିରେ ଓଡ଼ିଶା ଗରିବ ନୁହେଁ । ଏହି ସମ୍ପଦ ସମୂହର ଯଥାର୍ଥ ବିିନିଯୋଗ କରିବାରେ ଯେଉଁ ଶକ୍ତି ପ୍ରୟୋଗ କରାଯିବା ଉଚିତ୍‍ ଥିଲା, ତାହା ଦୁର୍ଭାଗ୍ୟ କ୍ରମେ ସୀମାହୀନ ଓ ନିରର୍ଥକ ରାଜନୈତିକ ବାଦବିବାଦ ଭିତରେ ନଷ୍ଟ ହୋଇଯାଇଛି । ସେଭଳି ଅବସ୍ଥାର ଅବସାନ

ଘଟାଇବା ଲାଗି ଆମେ ସ୍ଥିର କରିଛୁ ଯେ ଏ ରାଜ୍ୟର ଦୁଇଟି ଯାକ ବଡ଼ ରାଜନୈତିକ ଦଳ ଯେଉଁମାନେ କି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଫଳ ଭାବରେ ଚଳାଇବା ବିଷୟରେ ପ୍ରକୃତରେ ବିଶ୍ୱାସ କରନ୍ତି ଏବଂ ଭାରତ ତ‌ଥା ଓଡ଼ିଶାର ଉନ୍ନତି ଓ ପ୍ରଗତି କାମନା କରନ୍ତି ସେ ଦୁଇଟିଯାକ ଦଳମିଳିତ ହେବା ଉଚିତ ଏବଂ ଏକ ମିଳିତ ସରକାର ଗଢ଼ି ଏକ ସଙ୍ଗେ କାର୍ଯ୍ୟ କରିବା ଉଚିତ ।"

ପୁଣି ଡକ୍ଟର ମହତାବ ଓ ସିଂହଦେଓ ସରକାରୀ କର୍ମଚାରୀମାନଙ୍କ ଦାୟିତ୍ୱ ସମ୍ପର୍କରେ କହିଲେ ଯେ "ରାଜ୍ୟକୁ ପୁନର୍ଗଠିତ କରିବା ଭଳି କ୍ଲେଶକର କାର୍ଯ୍ୟ ସାଧନାରେ ଶାସନ କଳର ଗୁରୁଦାୟିତ୍ୱ ରହିଛି । ଆମର ଆଶା ଓ ବିଶ୍ୱାସ ଯେ ଓଡ଼ିଶାର ସ୍ଥାୟୀ ସରକାରୀ କର୍ମଚାରୀମାନେ ପରିସ୍ଥିତିର ଯୋଗ୍ୟ ହୋଇ ଉଠିବେ ଏବଂ ଶାସନକଳ ଭିତରେ ଦକ୍ଷତା ତ‌ଥା ସାଧୁତାର ନୂତନ ଆଦର୍ଶ ଦେଖାଇବେ ।"

ତା୧୪.୭.୧୯୫୯ରିଖରେ କଂଗ୍ରେସ-ଗଣତନ୍ତ୍ର ପରିଷଦର ମିଳିତ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହେଲା । ଏହି ମନ୍ତ୍ରିମଣ୍ଡଳରେ ନୂତନ ସଭ୍ୟ ଗ୍ରହଣ କରାଯିବା ସହ ବିଭାଗର ପୁନଃବଣ୍ଟନ ହେଲା:

କ୍ୟାବିନେଟ ମନ୍ତ୍ରୀ :

ଡକ୍ଟର ହରେକୃଷ୍ଣ ମହତାବ : ପଲ୍‍ଟିକାଲ ଆଣ୍ଡ୍‍ ସର୍ଭିିସେସ୍‍ (ସାଧାରଣ ବିଭାଗ), ଘରୋଇ,
ଶିକ୍ଷା, ଯୋଜନା ଓ ସମନ୍ୱୟ
ରାଜେନ୍ଦ୍ର ନାରାୟଣ ସିଂହଦେଓ : ଅର୍ଥ, ଶିଳ୍ପ, ଖଣି, ଭୂତତ୍ତ୍ୱ ଓ ଆଇନ
ରାଧାନାଥ ରଥ : ବିକାଶ
ସତ୍ୟପ୍ରିୟ ମହାନ୍ତି : ରାଜସ୍ୱ, ଅବକାରୀ, ପଲଟିକାଲ ଆଣ୍ଡ ସର୍ଭିିସେସ୍‍, ରାଜଧାନୀ ପ୍ରଶାସନ
ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ : ପୂର୍ତ୍ତ (ନିଯୁକ୍ତି, ଜଳସେଚନ, ନଦୀବନ୍ଧ, ଡ୍ରେନେଜ୍‍ ଓ ବିଜୁଳି)
ନୀଳମଣି ରାଉତରାୟ : ଯୋଗାଣ ଓ ବାଣିଜ୍ୟ
ଉଦିତ୍‍ ପ୍ରତାପ ଶେଖର ଦେଓ : ପଲଟିକାଲ ଆଣ୍ଡ ସର୍ଭିିସେସ, ରାଜଧାନୀ ପ୍ରଶାସନ, ଆଦିବାସୀ
କଲ୍ୟାଣ, ଭିଜିଲାନ୍‍ସ ସଂଗଠନ, ନଦୀ ଉପତ୍ୟକା ଉନ୍ନୟନ,
ରାଉରକେଲା ଇସ୍ପାତ କାରଖାନା ବିଷୟ
ବୃନ୍ଦାବନ ନାୟକ : ପରିବହନ, ପୂର୍ତ୍ତ (ରାସ୍ତା ଓ ଗୃହନିର୍ମାଣ)
ରାମ ପ୍ରସାଦ ମିଶ୍ର : ଯୋଜନା ଓ ସମନ୍ୱୟ (ଗୋଷ୍ଠୀ ଉନ୍ନୟନ, ଜାତୀୟ ସଂପ୍ରସାରଣ
ସେବା ଏବଂ ଗ୍ରାମ ପଞ୍ଚାୟତ ସଂଯୋଜନା)
ରାଜବଲ୍ଲଭ ମିଶ୍ର : ଆଦିବାସୀ ଗ୍ରାମ ମଙ୍ଗଳ ଏବଂ ଶ୍ରମ
* * *
ଚତୁର୍ଦ୍ଦଶ ପରିଚ୍ଛେଦ
ମିଳିତ ସରକାରର ପତନ ଓ
୧୯୬୧ ସାଧାରଣ ନିର୍ବାଚନ

ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଯୁବଗୋଷ୍ଠୀ କ୍ଷମତାକୁ ଆସିବା ପାଇଁ ବ୍ୟାକୁଳ ହୋଇପଡ଼ିଲେ । ବିଜୁ ପଟ୍ଟନାୟକ, ବୀରେନ ମିତ୍ର ଓ ନୀଳମଣି ରାଉତରାୟ ଡକ୍ଟର ମହତାବଙ୍କର ବିରୋଧୀ ହୋଇଗଲେ । ଏମାନେ କଂଗ୍ରେସ-ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ଅହରହ ଉଦ୍ୟମ କଲେ । ଏମାନେ ହିଁ ଡକ୍ଟର ମହତାବଙ୍କୁ ବମ୍ବେ ରାଜ୍ୟପାଳରୁ ଆଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଇଥିଲେ । ପୁଣି ଏମାନଙ୍କ ଉଦ୍ୟମରେ ହିଁ କଂଗ୍ରେସ ଗଣତନ୍ତ୍ର ପରିଷଦ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ହେଲେ ଏବେ ଏମାନେ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ କାହିଁକି ଉଦ୍ୟମ କଲେ ? ଜଣାଯାଏ, ଡକ୍ଟର ମହତାବଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ନିଜର କିଛି ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବାକୁ ବିଜୁବାବୁ ମନେ ମନେ ଠିକ୍‍ କରିଥିଲେ । ବାସ୍ତବରେ ତାହା ହୋଇ ପାରିଲା ନାହିଁ । କେବଳ ଗୋଟିଏ ଦଳ ମନ୍ତ୍ରିମଣ୍ଡଳ ଗଠନ କଲେ, ଦଳୀୟ ଲୋକଙ୍କର ସ୍ୱାର୍ଥ ହାସଲ ହେବା ସହଜ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାହା ଏତେ ସହଜ ନୁହେଁ ।

ଡକ୍ଟର ମହତାବ ନୀତି ବିରୁଦ୍ଧରେ ଯାଇ ଦଳୀୟ ଲୋକଙ୍କର ସ୍ୱାର୍ଥ ରଖିବାକୁ ଅନିଚ୍ଛୁକ ହେଲେ । ତେଣୁ ଏହି ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପୂରା ଦମ୍‍ରେ ଚେଷ୍ଟା ଅବ୍ୟାହତ ରହିଲା । ଏଥିପାଇଁ ବିଜୁବାବୁ ଓ ବୀରେନ୍‍ବାବୁ ବ୍ୟକ୍ତିଗତ ଭାବରେ ନିଜ ଦଳର ବିଧାନସଭା ସଭ୍ୟମାନଙ୍କୁ ଭେଟି ପ୍ରଭାବିତ କରିବାରେ ଲାଗିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା, କଂଗ୍ରେସ ବିଧାୟକ ଦଳର ସଦସ୍ୟମାନଙ୍କର ବହୁମତ ନେଇ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା । କିନ୍ତୁ ସେଥିରେ ସେମାନେ ସଫଳ ହୋଇ ପାରିଲେ ନାହିଁ । ତା'ପରେ ସଂଗଠନକୁ ଭାଙ୍ଗିବା ପାଇଁ ଚେଷ୍ଟା କଲେ ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିର୍ବାଚନରେ ଡକ୍ଟର ମହତାବଙ୍କ ବିରୋଧୀ ତ‌ଥାକଥିତ ଯୁବଗୋଷ୍ଠୀ ତରଫରୁ ବିଜୁ ପଟ୍ଟନାୟକଙ୍କୁ ସଭାପତି ପ୍ରାର୍ଥୀ କରାଗଲା । ସଭାପତି ପଦକୁ ନେଇଯିବା ପାଇଁ ଏହି ଗୋଷ୍ଠୀ ପ୍ରବଳ ଉଦ୍ୟମ କଲେ । କିନ୍ତୁ ମାତ୍ର ଚାରିଟି ଭୋଟରେ ବିଜୁ ପଟ୍ଟନାୟକ ହାରିଗଲେ । ବନମାଳୀ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହେଲେ । ହାରିଯାଇ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଯେନ ତେନ ପ୍ରକାରେଣ କଂଗ୍ରେସ କମିଟି ସଭାପତି ପଦକୁ ଛଡାଇ ଆଣିବା ପାଇଁ ଚେଷ୍ଟାକଲେ । ସେମାନେ ବନମାଳୀ ବାବୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଗଲେ । ଏ କଥା ବନମାଳୀ ବାବୁ ଜାଣିପାରି ନିଜ ଆଡ଼ୁ ବିଶ୍ୱାସ ପ୍ରସ୍ତାବ ଆଗତ କଲେ । ଦୁଃଖର ବିଷୟ, ବନମାଳୀବାବୁ ୪୬ ଭୋଟରେ ହାରିଗଲେ । ସେହିଦିନ ବିଜୁ ପଟ୍ଟନାୟକ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିର୍ବାଚିତ ହେଲେ ।

ବିଜୁ ପଟ୍ଟନାୟକ କଂଗ୍ରେସ ସଭାପତି ହେବାରୁ ତାଙ୍କ ଅନୁଗାମୀମାନେ କଂଗ୍ରେସ-ଗଣତନ୍ତ୍ର ପରଷିଦ ମିଳିତ ମନ୍ତ୍ରିମଣ୍ଡଳକୁ ଭାଙ୍ଗିଦେବା ପାଇଁ ପାର୍ଟି ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଇନେଲେ । କଂଗ୍ରେସ ଦଳ ମିିଳିତ ମନ୍ତ୍ରିମଣ୍ଡଳରୁ ଓହରି ଆସିବା ପାଇଁ ସ୍ଥିର ହେଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ନିଶ୍ଚିତ ହୋଇଗଲା । ବିଜୁ ପଟ୍ଟନାୟକ, ବୀରେନ୍‍ ମିତ୍ର ଓ ନୀଳମଣି ରାଉତରାୟ କଂଗ୍ରେସ ଦଳର ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଓଡ଼ିଶାରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିବ ବୋଲି ପ୍ରସ୍ତାବ ଦେଲେ । କେନ୍ଦ୍ର କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କଲେ । ବିଜୁ ପଟ୍ଟନାୟକ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଚଳାଇ ପାରିଲେ ଖୁବ୍‍ ଭଲ ହେବ ବୋଲି କଂଗ୍ରେସ ହାଇକମାଣ୍ଡ ମତ ଦେଲେ । କଂଗ୍ରେସ ହାଇକମାଣ୍ଡଙ୍କ ଆଶୀର୍ବାଦ ବିଜୁ ପଟ୍ଟନାୟକଙ୍କ ଉପରେ ଅଜାଡି ହୋଇ ପଡିଲା । ଅନ୍ୟ ଦଳରୁ ୫-୭ ଜଣ ସଭ୍ୟ ଆଣି କଂଗ୍ରେସରେ ମିଶାଇ ମନ୍ତ୍ରିମଣ୍ଡଳ ଗଠନ କରବାପାଇଁ ବିଜୁ ପଟ୍ଟନାୟକଙ୍କ ଗୋଷ୍ଠୀ ଉଦ୍ୟମ କଲେ ।

ମିଳିତ ମନ୍ତ୍ରିମଣ୍ଡଳ ନ ଚାଲିଲେ ରାଷ୍ଟ୍ରପତି ଶାସନ ଜାରି ହେଉ, କିନ୍ତୁ ଅନ୍ୟ ଦଳରୁ ସଭ୍ୟ ଆଣି କଂଗ୍ରେସରେ ମିଶାଇ ଆଉ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ମତ ପୋଷଣ କଲେ । କିନ୍ତୁ ବିଜୁ ପଟ୍ଟନାୟକ ଗୋଷ୍ଠୀର ଏକା ଜିଦ୍‍ ଯେ, ମିଳିତ ମନ୍ତ୍ରିମଣ୍ଡଳ ଭଙ୍ଗାଯାଇ କଂଗ୍ରେସ ଏକାକୀ ସଂଖ୍ୟାଗରିଷ୍ଠ ଦଳ ଭାବରେ ରାଜ୍ୟ ଶାସନ ନିୟନ୍ତ୍ରଣ କରିବ । ଏହିସବୁ କାରଣରୁ ବିଜୁ ପଟ୍ଟନାୟକଙ୍କ କ୍ୟାମ୍ପ ଓ ଡକ୍ଟର ମହତାବଙ୍କ କ୍ୟାମ୍ପରେ ଘନ ଘନ ଆଲୋଚନା ଚାଲିଥାଏ । ଫଳରେ କଂଗ୍ରେସ ଦଳରେ ପ୍ରକାଶ୍ୟ ଭାବରେ ଫାଟ ସୃଷ୍ଟି ହେଲା ।

ଡକ୍ଟର ମହତାବ ଏପରି ପରିସ୍ଥିତିରେ ଅତିଷ୍ଠ ହୋଇପଡିଲେ । ଆଉ ଅଧିକ କାଳ ମନ୍ତ୍ରିମଣ୍ଡଳକୁ ନ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡିଲେ । କଂଗ୍ରେସ କର୍ତ୍ତୃପକ୍ଷ ଏହି ମିଳିତ

ମନ୍ତ୍ରିମଣ୍ଡଳ ଆଉ କିଛିଦିନ ରହିବା ସପକ୍ଷରେ ଥିଲେ । ସେଥିରେ ଡକ୍ଟର ମହତାବ ସନ୍ତୁଷ୍ଟ ହେଲେ ନାହିଁ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କଲା । ଦିନକୁ ଦିନ ଦଳରେ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଲା । ଏ ସବୁକୁ ହୃଦୟଙ୍ଗମ କରି ଡକ୍ଟର ମହତାବ ୧୯୬୧ ମସିହା ଜାନୁଆରି ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କରଙ୍କୁ ଭେଟି ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ପ୍ରଦାନ କଲେ । ରାଜ୍ୟପାଳ ମିଳିତ ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ । ବିକଳ୍ପ ମନ୍ତ୍ରିମଣ୍ଡଳ ଗଠନ ପାଇଁ ସେ ଦ୍ୱିତୀୟ ବୃହତ୍ତମ ଦଳ ଗଣତନ୍ତ୍ର ପରିଷଦର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଆମନ୍ତ୍ରଣ କଲେ । ହେଲେ ଗଣତନ୍ତ୍ର ପରିଷଦର ନେତା ଏଥିରେ ଅସାମର୍ଥ ପ୍ରକାଶ କଲେ । ଫଳରେ ରାଜ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଶାସନ ଜାରି ହେଲା ।

ସାଧାରଣ ନିର୍ବାଚନ :

ଏହି ସମୟରେ ବିଜୁ ପଟ୍ଟନାୟକଙ୍କର ଦିଲ୍ଲୀ ମହଲରେ ବେଶ୍‍ ପ୍ରଭାବ ରହିଥାଏ । ବିଶେଷ କରି ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଅଧିକ ପ୍ରିୟ ହୋଇଥାଆନ୍ତି । ଏଣୁ ସେ ତାଙ୍କର କାମଗୁଡ଼ିକ ସହଜରେ କେନ୍ଦ୍ରର ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ କରାଇ ଆଣୁଥିଲେ । ଓଡ଼ିଶାରେ ରାଷ୍ଟ୍ରପତି ଶାସନ ୧୯୬୨ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯାଏ ବଳବତ୍ତର ରହିବ ନା ୧୯୬୧ ମସିହାରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ହେବ, ରାଜନୈତିକ ମହଲରେ ଏହା ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ଥାଏ । ସବୁ ରାଜନୈତିକ ଦଳ ଭାବୁଥାଆନ୍ତି ଯେ, ୧୯୬୨ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାର ନିର୍ବାଚନ ହେବ । ଏଣୁ ନିର୍ବାଚନ ପାଇଁ କେହି ପ୍ରସ୍ତୁତ ନଥାନ୍ତି । କିନ୍ତୁ ବିଜୁ ପଟ୍ଟନାୟକ ଭିତରେ ଭିତରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ସାରିଥାନ୍ତି । ସେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଭାବିତ କରି ଓଡ଼ିଶା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରାଇନେଲେ । ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ୧୯୬୧ ମସିହା ଜୁନ ମାସ ୨ ତାରିଖରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କଲେ ।

ବିଧାନ-ସୌଧ ଉଦ୍‍ଘାଟିତ :

ବର୍ତ୍ତମାନ ବିଧାନସଭା ବୈଠକ ବସୁଥିବା ଗୃହକୁ କୁହାଯାଉଛି 'ବିଧାନ ସୌଧ' । ଏହାର ନିର୍ମାଣ କାର୍ଯ୍ୟ ୧୯୬୧ ଜାନୁଆରି ମାସରେ ସଂପୂର୍ଣ୍ଣ ହେଲା । ୪୭,୦୦୦ ବର୍ଗଫୁଟ ପରିମିତ ଜାଗାରେ ଏହା ନିର୍ମାଣ କରାଯାଇଛିି । ୧୯୬୧ ମସିହା ଫେବ୍ରୁଆରି ୧୨ ତାରିଖ ଦିନ ଭାରତର ତତ୍‍କାଳୀନ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଆନୁଷ୍ଠାନିକ ଭାବରେ ଏହାକୁ ଉଦ୍‍ଘାଟନ କଲେ । ଏହି 'ବିଧାନ ସୌଧ'ର ନିର୍ମାଣ ପାଇଁ ସେହି ସମୟରେ ୨୫,୦୦୦,୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ।

ତୃତୀୟ ବିଧାନସଭା ନିର୍ବାଚନ :

ଓଡ଼ିଶାର ତୃତୀୟ ବିଧାନସଭା ନିମନ୍ତେ ୧୯୬୧ ମସିହା ଜୁନ ୨ ତାରିଖଠାରୁ ୮ ତାରିଖ ଯାଏ ନିର୍ବାଚନ ଅନୁଷ୍ଠିତ ହେଲା । ପୂର୍ବ ଦୁଇଟି ନିର୍ବାଚନରେ ଯୁଗ୍ମ ନିର୍ବାଚନ ମଣ୍ଡଳୀ ରହିିଥିଲା । ତହିଁରେ ପରିବର୍ତ୍ତନ କରାଯାଇ ସବୁଗୁଡ଼ିକୁ ଜଣିକିଆ ବିଧାନସଭା ଆସନ ଭାବରେ ମାନ୍ୟତା ପ୍ରଦାନ କରାଗଲା । ୧୪୦ଟି ବିଧାନସଭା ଆସନ ମଧ୍ୟରୁ ୨୨ଟି ହରିଜନଙ୍କ ପାଇଁ ଓ ୩୪ଟି ଆଦିବାସୀଙ୍କ ପାଇଁ, ଏହିପରି ୫୬ଟି ଆସନ ସଂରକ୍ଷିତ କରାଗଲା । ଏହି ନିର୍ବାଚନରେ କଂଗ୍ରେସ ଦଳ ୧୪୦ଟି ଯାକ ଆସନରେ, ଗଣତନ୍ତ୍ର ପରିଷଦ ୧୧୭ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୨ଟି ଆସନରେ, କମ୍ୟୁନିଷ୍ଟ ଦଳ ୩୨ଟି ଆସନରେ, ଜନତା ଦଳ ୯ଟି ଆସନରେ ପ୍ରାର୍ଥୀ ଠିଆ କରାଇଲେ । ୧୬୩ ଜଣ ସ୍ୱାଧୀନ ବା ନିର୍ଦ୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କଲେ ।

କଂଗ୍ରେସଦଳ ୮୨ଟି, ଗଣତନ୍ତ୍ର ପରିଷଦ-୩୭ଟି, ପ୍ରଜା ସମାଜବାଦୀ ଦଳ-୧୦ଟି , ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୪ଟି ଓ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ ମାତ୍ର ୭ଟି ଆସନ ଲାଭ କଲେ । ଏହି ନିର୍ବାଚନରେ ନୂତନ ଭାବେ ବାଲଟ ପେପରରେ ମୋହର ମାରିବାର ପଦ୍ଧତି ଅନୁସରଣ କରାଗଲା । ଏହି ନବନିର୍ବାଚିତ ବିଧାନସଭା ସଦସ୍ୟମାନେ ଜୁନ ୨୬ ଓ ୨୮ ତାରିଖରେ ଶପଥ ଗ୍ରହଣ କଲେ । ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିଙ୍ଗରାଜ

ପାଣିଗ୍ରାହୀ ବାଚସ୍ପତି ଭାବରେ ଓ ଲୋକନାଥ ମିଶ୍ର ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ । ବିଧାନସଭାର ସଂଖ୍ୟା ଗରିଷ୍ଠଦଳ (କଂଗ୍ରେସ ଦଳ)ର ନେତା ଭାବରେ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବରେ ଓ ତାଙ୍କ ମନ୍ତ୍ରି ମଣ୍ଡଳର ଅନ୍ୟ ସଦସ୍ୟମାନେ ଜୁନ୍‍ ୨୩ ତାରିଖରେ ଶପଥ ଗ୍ରହଣ କଲେ । ଗଣତନ୍ତ୍ର ପରିଷଦର ବିଧାୟକ ଦଳର ନେତା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ହେଲେ ବିରୋଧୀ ଦଳର ନେତା ।

ଏହି ନିର୍ବାଚନରେ ବିଭିନ୍ନ ଦଳର ସମୁଦାୟ ୧୦ଜଣ ମହିଳା ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଚାରିଜଣ ନିର୍ବାଚିତ ହୋଇ ଆସିଲେ । ଏମାନେ ହେଲେ- ରତ୍ନମାଳୀ ଜେମା (କଂଗ୍ରେସ) ଏରସମାରୁ; ଶ୍ରୀମତୀ ସରସ୍ୱତୀ ପ୍ରଧାନ (କଂଗ୍ରେସ) ଭଟ୍‍ଲିରୁ; ରାଜମାତା ରତ୍ନପ୍ରଭା ଦେବୀ (ଗଣତନ୍ତ୍ର ପରିଷଦ) ଢେ଼ଙ୍କାନାଳରୁ ଓ ନବ କୁମାରୀ ଦେବୀ (ଗଣତନ୍ତ୍ର ପରିଷଦ) କାଶୀପୁରରୁ । କଂଗ୍ରେସ ଦଳର ପ୍ରାର୍ଥୀ ବିଜୁ ପଟ୍ଟନାୟକ ଢେ଼ଙ୍କାନାଳ ଓ ଚୌଦ୍ୱାର ଦୁଇଟି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରି ଚୌଦ୍ୱାରରୁ ନିର୍ବାଚିତ ହୋଇ ଆସିଲେ ।

ସେହିପରି କଂଗ୍ରେସ ପ୍ରାର୍ଥୀ ପବିତ୍ର ମୋହନ ପ୍ରଧାନ ତାଳଚେର ଓ ପାଲଲହଡ଼ା ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରି ଦୁଇଟି ଯାକରେ ବିଜୟ ଲାଭ କରି 'ନିର୍ବାଚନ ବୀର' ଭାବରେ ଆଖ୍ୟାୟିତ ହେଲେ । ତାଙ୍କ ବିଜୟର ବିଶେଷତ୍ୱ ହେଲା ଯେ, ସେ ନିର୍ବାଚନ ରଣାଙ୍ଗନରେ ଦୁଇ ଦୁଇ ଜଣ ପୂର୍ବତନ ଗଡ଼ଜାତ ଶାସକ ରାଜାଙ୍କୁ ପରାଜିତ କରି ବିପୁଳ ଭୋଟରେ ବିଜୟୀ ହୋଇ ଆସିିଥିଲେ । ସେମାନେ ହେଲେ ତାଳଚେର ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ତାଳଚେର ରାଜା

ଆହ୍ଲାଦ ଚନ୍ଦ୍ର ଦେବରାଉତରାୟ ଓ ପାଲଲହଡ଼ା ନିର୍ବାଚନ ମଣ୍ଡଳୀରୁ ଗଣତନ୍ତ୍ର ପରିଷଦ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିିବା ଢେଙ୍କାନାଳ ରାଜା ମହୀନ୍ଦ୍ର ବାହାଦୂର ଶଙ୍କର ପ୍ରତାପ ସିଂହ ଦେଓ ।

ପୂର୍ବ ନିର୍ବାଚନରେ ଗଣତନ୍ତ୍ର ପରିଷଦ କୋରାପୁଟ ଓ ସମ୍ବଲପୁର ଜିଲ୍ଲାରେ ଯେଉଁଭଳି ଲୋକପ୍ରିୟତା ହାସଲ କରିିଥିଲେ, ଏହି ନିର୍ବାଚନରେ ତାହା ଦେଖାଗଲା ନାହିଁ । ଗଣତନ୍ତ୍ର ପରିଷଦ କୋରାପୁଟ ଜିଲ୍ଲାରେ ସମୂଳେ ଲୋପ ପାଇବା ସ୍ଥଳେ ସମ୍ବଲପୁର ଜିଲ୍ଲାରେ ୧୨ଟି ଆସନରୁ ମାତ୍ର ତିନି ଗୋଟି ଆସନ ଲାଭ କଲା । ଗତ ନିର୍ବାଚନ (୧୯୫୭)ରେ ଏହି ଦଳ ଏହି ଜିଲ୍ଲାରେ ନ'ଟି ଆସନ ପାଇଥିଲା । ଗଣତନ୍ତ୍ର ପରିଷଦ କେବଳ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ନିଜର ପୂର୍ବସ୍ଥିତି ବଜାୟ ରଖିପାରିଲା ।

ଏହି ତୃତୀୟ ସାଧାରଣ ନିର୍ବାଚନ (ମଧ୍ୟବର୍ତ୍ତୀ କାଳୀନ)ରେ ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ବିଭିନ୍ନ ଦଳର ନିର୍ବାଚିତ ସଭ୍ୟମାନେ ହେଲେ:

ତୃତୀୟ ବିଧାନସଭାର ସଦସ୍ୟ (୧୯୬୧):

ବାଙ୍କି ଗୋକୁଳାନନ୍ଦ ପ୍ରହରାଜ ପ୍ରଜା ସମାଜବାଦୀ
କଟକ ନଗର ବୀରେନ୍‍ ମିତ୍ର କଂଗ୍ରେସ
ଜଗତସିଂହପୁର ପ୍ରିୟନାଥ ଦେ କଂଗ୍ରେସ
ଗୋବିନ୍ଦପୁର କଣ୍ଡୁରୀ ଚରଣ ମଳିକ ପ୍ରଜା ସମାଜବାଦୀ
ବାଲିକୁଦା ବିପିନ ବିହାରୀ ଦାସ କଂଗ୍ରେସ
ଏରସମା ଶ୍ରୀମତୀ ରତ୍ନମାଳୀ ଜେମା କଂଗ୍ରେସ
ପଟ୍ଟାମୁଣ୍ଡାଇ ପ୍ରହ୍ଲାଦ ମଳିକ କଂଗ୍ରେସ
ବଡ଼ଚଣା ଧନଞ୍ଜୟ ଲେଙ୍କା କଂଗ୍ରେସ
ଧର୍ମଶାଳା ଗଦାଧର ଦତ୍ତ କଂଗ୍ରେସ
ସୁକିନ୍ଦା ବାଇଧର ସିଂହ କଂଗ୍ରେସ
ପଶ୍ଚିମ ଯାଜପୁର ମଦନ ମୋହନ ପଟ୍ଟନାୟକ କଂଗ୍ରେସ
ଆଠଗଡ ଅଚ୍ୟୁତାନନ୍ଦ ଦାସ ସ୍ୱାଧୀନ
ବଡ଼ମ୍ବା ବିଦ୍ୟାଧର ନାୟକ କଂଗ୍ରେସ
ଚଉଦ୍ୱାର ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସ
କଟକ ସଦର ଲକ୍ଷ୍ମଣ ମଳିକ କଂଗ୍ରେସ
ମାହାଙ୍ଗା ସୁରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସ
ସାଲେପୁର ବାଇଧର ବେହେରା ପି.ଏସ୍‍.ପି.
ତିର୍ତ୍ତୋଲ ପ୍ରତାପ ଚନ୍ଦ୍ର ମହାନ୍ତି କଂଗ୍ରେସ
ପାଟକୁରା ଲୋକନାଥ ମିଶ୍ର କଂଗ୍ରେସ
ରାଜନଗର ପଦ୍ମଚରଣ ନାୟକ ସ୍ୱାଧୀନ
ଆଳି ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ କଂଗ୍ରେସ
କେନ୍ଦ୍ରାପଡ଼ା ଧ୍ରୁବଚରଣ ସାହୁ ପି.ଏସ୍‍.ପି
ବିଞ୍ଝାରପୁର ଚିତ୍ତରଞ୍ଜନ ନାୟକ କଂଗ୍ରେସ
ପୂର୍ବ ଯାଜପୁର ଶାନ୍ତନୁ କୁମାର ଦାସ କଂଗ୍ରେସ
ଦଶପଲ୍ଲା ସାହେବ ନାୟକ କଂଗ୍ରେସ
ବେଗୁନିଆ ଗଙ୍ଗାଧର ପାଇକରାୟ କମ୍ୟୁନିଷ୍ଟ
ଭୁବନେଶ୍ୱର ସତ୍ୟପ୍ରିୟ ମହାନ୍ତି କଂଗ୍ରେସ
ପୁରୀ ଭଗବାନ ପ୍ରତିହାରୀ କଂଗ୍ରେସ
ପିପିଲି ରାମଚନ୍ଦ୍ର ପଟ୍ଟନାୟକ କଂଗ୍ରେସ
ବାଣପୁର ରଘୁନାଥ ମିଶ୍ର ଗଣତନ୍ତ୍ର ପରିଷଦ
ଖଣ୍ଡପଡ଼ା ହରିହର ମର୍ଦ୍ଦରାଜ ଭ୍ରମରବର ରାୟ କଂଗ୍ରେସ
ନୟାଗଡ଼ ବୃନ୍ଦାବନ ଚନ୍ଦ୍ର ସିଂହ କଂଗ୍ରେସ
ରଣପୁର ରାମଚନ୍ଦ୍ର ରାମ ଉଦାହରଣ
ଖୋର୍ଦ୍ଧା ବନମାଳୀ ପଟ୍ଟନାୟକ କଂଗ୍ରେସ
ବାଲିପାଟଣା ଗୋପୀନାଥ ଭୋଇ କଂଗ୍ରେସ
ବ୍ରହ୍ମଗିରି ଗୋପବନ୍ଧୁ ପାତ୍ର ସ୍ୱାଧୀନ
ସତ୍ୟବାଦୀ ରାଜରାଜ ଦେବ ଗଣତନ୍ତ୍ର ପରିଷଦ
କାକଟପୁର ଉପେନ୍ଦ୍ର ମହାନ୍ତି କଂଗ୍ରେସ
ନିମାପଡ଼ା ଗୋବିନ୍ଦ ଚନ୍ଦ୍ର ସେଠୀ କଂଗ୍ରେସ
ବାସୁଦେବପୁର ନୀଳମଣି ରାଉତରାୟ କଂଗ୍ରେସ
ଭଦ୍ରକ ନିତ୍ୟାନନ୍ଦ ମହାପାତ୍ର ସ୍ୱାଧୀନ
ସୋରୋ କରୁଣାକର ପାଣିଗ୍ରାହୀ କଂଗ୍ରେସ
ସିମୂଳିଆ ଭାଗୀରଥି ଦାସ କଂଗ୍ରେସ
ନୀଳଗିରି ରାଜେନ୍ଦ୍ର ଚନ୍ଦ୍ର ହରିଚନ୍ଦନ ମର୍ଦ୍ଦରାଜ ଗଣତନ୍ତ୍ର ପରିଷଦ
ଜଳେଶ୍ୱର ପ୍ରସନ୍ନ କୁମାର ପାଳ ପି.ଏସ୍‍.ପି
ଧାମନଗର ମୁରଲୀଧର ଜେନା କଂଗ୍ରେସ
ଚାନ୍ଦବାଲି ବୈରାଗୀ ଜେନା କଂଗ୍ରେସ
ବସ୍ତା ମହେଶ୍ୱର ବାଗ ପି.ଏସ୍‍.ପି
ଭୋଗରାଇ ପ୍ୟାରୀମୋହନ ଦାସ ପି.ଏସ୍‍.ପି
ବାଲେଶ୍ୱର ବିଜୟକୃଷ୍ଣ ଦେ କଂଗ୍ରେସ
ପାରଳାଖେମୁଣ୍ଡି ଏନ୍‍. କୁର୍ମାନାଇକୁଲୁ କଂଗ୍ରେସ
ଆର୍‍.ଉଦୟଗିରି ରାମ ଭୋୟା କଂଗ୍ରେସ
ବ୍ରହ୍ମପୁର ଶିଶିର କୁମାର ନରେନ୍ଦ୍ର ଦେବ ସ୍ୱାଧୀନ
ଡୁରା ପି.ଭି.ଜଗନ୍ନାଥ ରାଓ କଂଗ୍ରେସ
ଛତ୍ରପୁର ଲକ୍ଷ୍ମଣ ମହାପାତ୍ର କମ୍ୟୁନିଷ୍ଟ
ଖଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ କଂଗ୍ରେସ
ପଶ୍ଚିମ କୋଦଳା ବିଶ୍ୱନାଥ ଦାସ କଂଗ୍ରେସ
ପୂର୍ବ କୋଦଳା ଲିଙ୍ଗରାଜ ପାଣିଗ୍ରାହୀ କଂଗ୍ରେସ
ଭଂଜନଗର ମାଗୁଣି ଚରଣ ପ୍ରଧାନ କଂଗ୍ରେସ
ଆସ୍କା ଜଗନ୍ନାଥ ମିଶ୍ର ଉଦାହରଣ
ହିଞ୍ଜିଳିକାଟୁ ବୃନ୍ଦାବନ ନାୟକ କଂଗ୍ରେସ
ସୋରଡ଼ା ଅର୍ଜୁନ ନାୟକ କଂଗ୍ରେସ
ଦିଗପହଣ୍ଡି ରଘୁନାଥ ମହାପାତ୍ର କଂଗ୍ରେସ
ମୋହନ ବିଶ୍ୱନାଥ ନାୟକ କଂଗ୍ରେସ
ଜଗନ୍ନାଥପ୍ରସାଦ ମାଗୁଣି ଚରଣ ପ୍ରଧାନ କଂଗ୍ରେସ
ପାତ୍ରପୁର ତ୍ରିଲୋଚନ ଜାନି କଂଗ୍ରେସ
ରେଢ଼ାଖୋଲ ଭାନୁଗଙ୍ଗ ତ୍ରିଭୁବନ ଦେବ ଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା ବିନୋଦ ବିହାରୀ ବରିହା କଂଗ୍ରେସ
ବରଗଡ ଗଣନାଥ ପ୍ରଧାନ ସ୍ୱାଧୀନ
କତରବଗା ବିଷ୍ଣୁ ପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
ଦେବଗଡ଼ ଜୟଦେବ ଠାକୁର ଗଣତନ୍ତ୍ର ପରିଷଦ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା କମ୍ୟୁନିଷ୍ଟ
ପଦ୍ମପୁର ବୀରବିକ୍ରମାଦିତ୍ୟ ସିଂହ ବରିହା କଂଗ୍ରେସ
ଭଟଲି ସରସ୍ୱତୀ ପ୍ରଧାନ କଂଗ୍ରେସ
ମେଳଛାମୁଣ୍ଡା ସଚ୍ଚିଦାନନ୍ଦ ପାଢ଼ୀ କଂଗ୍ରେସ
ବିଜେପୁର ମୋହନ ନାଗ କଂଗ୍ରେସ
ଅତାବିରା ଦଳଗଞ୍ଜନ ଛୁରିଆ କଂଗ୍ରେସ
ସମ୍ବଲପୁର ବନମାଳୀ ବାବୁ କଂଗ୍ରେସ
ଉମରକୋଟ ସଦାଶିବ ତ୍ରିପାଠୀ କଂଗ୍ରେସ
ଡାବୁଗାଁ ଜଗନ୍ନାଥ ତ୍ରିପାଠୀ କଂଗ୍ରେସ
ନବରଙ୍ଗପୁର ମିରୁ ହରିଜନ କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
କୋଟପାଡ଼ ମହାଦେବ ବାକିରିଆ କଂଗ୍ରେସ
ପାଡଓ୍ୱା ଗଣେଶ୍ୱର ମହାପାତ୍ର କଂଗ୍ରେସ
କୋରାପୁଟ ଟି.ସାଙ୍ଗନ୍ନା କଂଗ୍ରେସ
ପଟାଙ୍ଗୀ ମୁସୁରୀ ସାନ୍ତାଙ୍ଗୀ କଂଗ୍ରେସ
ରାୟଗଡ଼ା କାମାୟା ମଡାଙ୍ଗୀ କଂଗ୍ରେସ
ଗୁଣପୁର ନରସିଂହ ପାତ୍ର କଂଗ୍ରେସ
ବିଷମକଟକ ବିଶ୍ୱନାଥ ଚୌଧୁରୀ ଗଣତନ୍ତ୍ର ପରିଷଦ
ମାଲକାନାଗିରି ଗୁରୁ ନାୟକ ଗଣତନ୍ତ୍ର ପରିଷଦ
ଖୁଣ୍ଟା ପ୍ରସନ୍ନ କୁମାର ଦାସ (ପି.ଏସ୍‍.ପି)
ଉଦଳା ମନମୋହନ ଟୁଡୁ କଂଗ୍ରେସ
ବୈସିଙ୍ଗା ଅର୍ଜୁନ ପାତ୍ର (ପି.ଏସ୍‍.ପି)
କରଞ୍ଜିଆ ପ୍ରଭାକର ବେହେରା କଂଗ୍ରେସ
ଯଶୀପୁର ମୋଚିରାମ ତିରିଆ କଂଗ୍ରେସ
ରାଇରଙ୍ଗପୁର ଚନ୍ଦ୍ରମୋହନ ସିଂ କଂଗ୍ରେସ
ବାରିପଦା ସନ୍ତୋଷ କୁମାର ସାହୁ କଂଗ୍ରେସ
ବାହଲଦା ସୋନାରାମ ସୋରେନ କଂଗ୍ରେସ
ବାଙ୍ଗିରିପୋଷି ଈଶ୍ୱର ଚନ୍ଦ୍ର ନାୟକ କଂଗ୍ରେସ
ମୁରୁଡା ସାକିଲା ସୋରେନ (ପି.ଏସ୍‍.ପି.)
ଚମ୍ପୂଆ ଗୁରୁଚରଣ ନାୟକ ଗଣତନ୍ତ୍ର ପରିଷଦ
କେନ୍ଦୁଝର ଜନାର୍ଦ୍ଦନ ଭଞ୍ଜଦେଓ ଗଣତନ୍ତ୍ର ପରିଷଦ
ତେଲକୋଇ ଗୋବିନ୍ଦ ମୁଣ୍ଡା ଗଣତନ୍ତ୍ର ପରିଷଦ
ରାମଚନ୍ଦ୍ରପୁର ମୁରଲୀଧର କୁଅଁର କଂଗ୍ରେସ
ଆନନ୍ଦପୁର ମକର ସେଠି କଂଗ୍ରେସ
ପାଟଣା ରାଜବଲ୍ଲଭ ମିଶ୍ର ଗଣତନ୍ତ୍ର ପରିଷଦ
ଢେଙ୍କାନାଳ ଶ୍ରୀମତୀ ରତ୍ନପ୍ରଭା ଦେବୀ ଗଣତନ୍ତ୍ର ପରିଷଦ
କାମାକ୍ଷାନଗର ବୃନ୍ଦାବନ ତ୍ରିପାଠୀ ଗଣତନ୍ତ୍ର ପରିଷଦ
ପାଲଲହଡ଼ା ପବିତ୍ର ମୋହନ ପ୍ରଧାନ (ଇସ୍ତଫା) କଂଗ୍ରେସ
ମଦନ ମୋହନ ପ୍ରଧାନ (ଉପ ନିର୍ବାଚନ) କଂଗ୍ରେସ
ତାଳଚେର ପବିତ୍ର ମୋହନ ପ୍ରଧାନ କଂଗ୍ରେସ
ଛେଣ୍ଡିପଦା ପଦ ନାୟକ କଂଗ୍ରେସ
ଗଁଦିଆ କାଳିଆ ଦେହୁରୀ ଗଣତନ୍ତ୍ର ପରିଷଦ
ଅନୁଗୁଳ କୁମୁଦ ଚନ୍ଦ୍ର ସିଂହ କଂଗ୍ରେସ
ଆଠମଲ୍ଲିକ କ୍ଷେତ୍ରମୋହନ ପାଣଗ୍ରାହୀ ଗଣତନ୍ତ୍ର ପରିଷଦ
ବାଲିଗୁଡ଼ା ଦୁବରା ପାତ୍ର ଗଣତନ୍ତ୍ର ପରିଷଦ
ଜି.ଉଦୟଗିରି ସାରଙ୍ଗଧର ପ୍ରଧାନ କଂଗ୍ରେସ
ଫୁଲବାଣୀ ହିମାଂଶୁ ଶେଖର ପାଢ଼ୀ କଂଗ୍ରେସ
ବଉଦ ଅନିରୁଦ୍ଧ ଦୀପ ଗଣତନ୍ତ୍ର ପରିଷଦ
ମଦନପୁରରାମପୁର ବୀର କେଶରୀ ଦେଓ ଗଣତନ୍ତ୍ର ପରିଷଦ
ଭବାନୀପାଟଣା ଅଞ୍ଚଳ ମାଝୀ ଗଣତନ୍ତ୍ର ପରିଷଦ
ଜୁନାଗଡ଼ ମହେଶ୍ୱର ନାୟକ ଗଣତନ୍ତ୍ର ପରିଷଦ
ଖଡ଼ିଆଳ ଅନୁପ ସିଂହଦେଓ କଂଗ୍ରେସ
କୋକସରା ଦୟାନିଧି ନାୟକ ଗଣତନ୍ତ୍ର ପରିଷଦ
କାଶୀପୁର ଶ୍ରୀମତୀ ନବ କୁମାରୀ ଦେବୀ ଗଣତନ୍ତ୍ର ପରିଷଦ
ଧରମଗଡ଼ ମୁକୁନ୍ଦ ନାୟକ ଗଣତନ୍ତ୍ର ପରିଷଦ
ନୂଆପଡ଼ା ଘାସିରାମ ମାଝି ସ୍ୱାଧୀନ
ସଇଁତଳା ଅଇଁଠୁ ସାହୁ ଗଣତନ୍ତ୍ର ପରିଷଦ
ପାଟଣାଗଡ଼ ଶୋଭାକର ବରିହା ସ୍ୱାଧୀନ
ଲୋଇସିଙ୍ଗା ରାମ ପ୍ରସାଦ ମିଶ୍ର ଗଣତନ୍ତ୍ର ପରିଷଦ
ବଲାଙ୍ଗୀର ଚନ୍ଦ୍ର ଶେଖର ସିଂହ ଗଣତନ୍ତ୍ର ପରିଷଦ
ତୁସରା ନନ୍ଦ କିଶୋର ମିଶ୍ର ଗଣତନ୍ତ୍ର ପରିଷଦ
ସୋନପୁର ଦୌଲତ ଗଣ୍ତ ଗଣତନ୍ତ୍ର ପରିଷଦ
କଣ୍ଟାବାଞ୍ଜି ରାଜେନ୍ଦ୍ର ନାରାୟଣ ସିଂହଦେଓ ଗଣତନ୍ତ୍ର ପରିଷଦ
ବିନ୍‍କା ଅନନ୍ତ ରାମ ନନ୍ଦ ଗଣତନ୍ତ୍ର ପରିଷଦ
ଟିଟିଲାଗଡ଼ ଅଚ୍ୟୁତାନନ୍ଦ ମହାନନ୍ଦ ଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ ହରିହର ପଟେଲ ଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁର ରଙ୍ଗବଲ୍ଲଭ ଅମାତ୍‍ କଂଗ୍ରେସ
ବଣେଇ ହେମେନ୍ଦ୍ର ପ୍ରସାଦ ମହାପାତ୍ର ଗଣତନ୍ତ୍ର ପରିଷଦ
ବିଶ୍ରା ପ୍ରେମଚାନ୍ଦ ଭଗତ ଗଣତନ୍ତ୍ର ପରିଷଦ
ତଲସରା ଗଙ୍ଗାଧର ପ୍ରଧାନ ଗଣତନ୍ତ୍ର ପରିଷଦ

ଗତ ଦୁଇଟି ସାଧାରଣ ନିର୍ବାଚନ ପରେ କଂଗ୍ରେସ ଏଥର ଉତ୍ତମ ଭାବରେ ସଂଖ୍ୟାଗରିଷ୍ଠତା ହାସଲ କରିିଥିବାରୁ ଓଡ଼ିଶା ଓ ଦିଲ୍ଲୀ ମହଲରେ କଂଗ୍ରେସ କର୍ତ୍ତୃପକ୍ଷ ଓ ନେତାମାନଙ୍କ ମହଲରେ ଆନନ୍ଦ ଖେଳିଗଲା । କିନ୍ତୁ ଏହି ଆନନ୍ଦ ଭିତରେ ଆଶଙ୍କା ଦେଖାଗଲା । ଡକ୍ଟର ମହତାବ ଅଲଗା ହୋଇଥିବାରୁ ଯେ କୌଣସି ସମୟରେ ଦଳ ଭିତରେ ଅଧିକ ବିଭେଦ ଦେଖାଦେଇପାରେ ! ତେଣୁ ଓଡ଼ିଶା ମନ୍ତ୍ରିମଣ୍ଡଳ ଗଠନ ପ୍ରତି ଦିଲ୍ଲୀ କର୍ତ୍ତୃପକ୍ଷ ତୀକ୍ଷ୍‍ଣ ନଜର ରଖିଥାଆନ୍ତି । ଦିଲ୍ଲୀ ମହଲର ଇଚ୍ଛାଥାଏ ଯେ- ମହତାବ ଗୋଷ୍ଠୀରୁ କେହି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତୁ । କିନ୍ତୁ ବିଜୁବାବୁ ଏହା କରାଇ ଦେବାକୁ ନାରାଜ । (ମୁକ୍ତି ପର ସୈନିକ- ପବିତ୍ର ମୋହନ ପ୍ରଧାନ) ।

ଏହି ନିର୍ବାଚନରେ କଂଗ୍ରେସ ଦଳ ୮୨ଟି ଆସନ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ବିବେଚିତ ହେବା ଗୌରବର ଅଧିକାରୀ ହେଲେ ବିଜୁ ପଟ୍ଟନାୟକ । ତାଙ୍କର କଟକ ବାସଭବନ "ଆନନ୍ଦ ଭବନ" ଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଲ। । ଏହି ବୈଠକରେ ବିଜୁ ପଟ୍ଟନାୟକ ସର୍ବସମ୍ମତିକ୍ରମେ ଦଳର ନେତା ଓ ବୀରେନ୍ ମିତ୍ର ଦଳର ଉପନେତା ଭାବରେ ନିର୍ବାଚିତ ହେଲେ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କର ବିଜୁ ପଟ୍ଟନାୟକଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବା ପାଇଁ ଆମନ୍ତ୍ରଣ କଲେ ।

ଏଠାରେ ନିର୍ବାଚନବୀର ପବିତ୍ର ମୋହନ ପ୍ରଧାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରିବା ଉଚିତ୍‍ ମନେ କରୁଛି । ପବିତ୍ର ବାବୁ ଓଡ଼ିଶାର ଜଣେ ଖ୍ୟାତନାମା ଗଡ଼ଜାତ ପ୍ରଜା ଆନ୍ଦୋଳନର ନେତା । ୧୯୧୦ ମସିହାରେ ପୂର୍ବତନ ଗଡ଼ଜାତ ରାଜ୍ୟ ତାଳଚେରରେ

ତାଙ୍କର ଜନ୍ମ । ବାଲ୍ୟକାଳରେ ପିତା ମାତାଙ୍କୁ ହରାଇ ବହୁ କଷ୍ଟ ସ୍ୱୀକାର କରି ସେ କଟକ ରେଭେନ୍‌ସା କଲେଜରୁ ବି.ଏ ପାସ୍‍ କଲେ । ତା'ପରେ କଟକ ଟ୍ରେନିଂ କଲେଜରୁ ଡି.ଏଡ୍‍ ପାସ୍‍କରି ତାଳଚେର ହାଇସ୍କୁଲରେ ଶିକ୍ଷକତା କଲେ । ସ୍କଲାରସିପ୍‍ ଓ ଷ୍ଟାଇପେଣ୍ଡ୍‍ ପାଇ ପାଇ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୩୯ ମସିହାରେ ଶିକ୍ଷକତାରୁ ଇସ୍ତଫା ଦେଇ ଗଡ଼ଜାତ ଆନ୍ଦୋଳନରେ ଝାସ ଦେଲେ । ଏଥିପାଇଁ ସେ ତାଳଚେର ଦରବାର ପ୍ରଶାସନ ଦ୍ୱାରା ବହୁବାର ଜେଲଦଣ୍ଡରେ ଦଣ୍ଡିତ ହେଲେ । ସେ ହେଲେ ତାଳଚେର ପ୍ରଜାମଣ୍ଡଳର ସଭାପତି । ରାଜାର କୁଶାସନ ବିରୁଦ୍ଧରେ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କରି ୬୦,୦୦୦ ଲୋକଙ୍କୁ ଧରି ସେ ପଡୋଶୀ ବ୍ରିଟିଶ ଶାସିତ ଅଞ୍ଚଳ ଅନୁଗୁଳ ଇଲାକାକୁ ପଳାଇ ଆସିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବରେ ଯୋଗଦାନ କରି ତାଳଚେର ଜେଲରେ ରହିଲେ । ୧୯୪୨ ମସିହା ଅଗଷ୍ଟ ୧୨ତାରିଖ ଦିନ ଜେଲ ପାଚେରି ଡେଇଁ ପଳାଇ ଆସିଲେ ବାହାରକୁ । ବିରାଟ ଜନ ଆନ୍ଦୋଳନ ଓ ଲୋକ ସଂଗଠନ ଜରିଆରେ ଏକ ସମାନ୍ତରାଳ ସରକାର ଗଠନ କଲେ । ତା'ପରେ ସେ ଓଡ଼ିଶା ତ୍ୟାଗ କରି ଛଦ୍ମବେଶରେ କଲିକତା ଚାଲିଗଲେ । ସେଠାରେ ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କ ଘରେ ମାସିକ ଛ'ଟଙ୍କା ଦରମାରେ ପୂଜାରୀ କାମ କଲେ । ଏହି ସମୟରେ ସେ ସୁଭାଷ ଚନ୍ଦ୍ର ବୋଷଙ୍କ ଯୁଗାନ୍ତର ଦଳ ସହିତ ସମ୍ପର୍କ ସ୍ଥାପନ କଲେ । ଯୁଗାନ୍ତର ଦଳର ଆତ୍ମଘାତୀ ଦୂତ ଭାବରେ (as a suicide squad) ମିଲିଟାରୀ ଲାଇନ ଅତିକ୍ରମ କରି ରାତ୍ରିର ଘୋର ଅନ୍ଧକାର ମଧ୍ୟରେ ବ୍ରହ୍ମପୁତ୍ର ନଦୀ ପହଁରି ସୁଭାଷଙ୍କ କ୍ୟାମ୍ପରେ ଖବର ପ୍ରଦାନ କରିବାରେ ଲାଗିଲେ । ଏହି ସମୟରେ ବ୍ରିଟିଶ ସରକାର ଓ ତାଳଚେର ରାଜା ତାଙ୍କୁ ପଳାତକ ଘୋଷଣା କରି ତାଙ୍କ ମୁଣ୍ଡ ଉପରେ ଦଶହଜାର ଟଙ୍କାର ପୁରସ୍କାର ଘୋଷଣା କଲେ । କିନ୍ତୁ ତାଙ୍କୁ କେହି ଧରି ପାରିଲେ ନାହିଁ । ଏହି ସମୟରେ ମଧ୍ୟ ସେ ଜୟ ପ୍ରକାଶ ନାରାୟଣଙ୍କ ସହ ସମ୍ପର୍କ ସ୍ଥାପନ କଲେ । ଦେଶ ସ୍ୱାଧୀନ ହେଲା । ସେ ମୁକ୍ତି ପାଇଲେ । ଛଦ୍ମବେଶ ତ୍ୟାଗ କଲେ । ସ୍ୱାଧୀନତା ପରେ ଗଡ଼ଜାତ ସମୂହର ପୂର୍ଣ୍ଣ ମୁକ୍ତି ଆନ୍ଦୋଳନ ନିମନ୍ତେ ମୁକ୍ତି ବାହିନୀ ଗଠନ କରି ଗଡ଼ଜାତ ମିଶ୍ରଣକୁ ସୁଗମ କଲେ । ଗଡ଼ଜାତ ମିଶଣ୍ର ପରେ ଏଗୁଡିକର ଶାସନ ପରିଚାଳନା ନିମନ୍ତେ ତାଙ୍କୁ ଏକ୍‍ଜିକ୍ୟୁଟିଭ୍‍ କାଉନ୍‍ସିଲର କରାଗଲା । ତିନିଜଣ ସଭ୍ୟଙ୍କୁ ନେଇ ଏହି କାଉନ୍‍ସିଲ ଗଠନ କରାଯାଇଥିଲା । ପବିତ୍ର ବାବୁ ସେମାନଙ୍କ ଭିତରୁ ଜଣେ । ୧୯୫୨ ଓ ୧୯୫୭ ନିର୍ବାଚନରେ ତାଳଚେର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସିଲେ । ୧୯୫୭ରେ ସେ ମନ୍ତ୍ରୀ ହେଲେ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାଙ୍କୁ ମନ୍ତ୍ରୀ ଭାବରେ ଗ୍ରହଣ କରାଗଲା ନାହିଁ । ୧୯୬୧ (ମଧ୍ୟବର୍ତ୍ତୀ) ସାଧାରଣ ନିର୍ବାଚନରେ ତାଳଚେର ଓ ପାଲ୍‌ଲହଡ଼ା ଦୁଇଟି ଆସନରୁ ବିଜୟ ଲାଭ କଲେ । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା, କୃଷି, ଆଦିବାସୀ ଓ ଗ୍ରାମ ମଙ୍ଗଳ ବିଭାଗରେ ମନ୍ତ୍ରୀପଦ ଲାଭ କଲେ । ଏହିପରି ଜଣେ ସଂଗ୍ରାମୀ ଯୋଦ୍ଧା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଗର୍ବ ଓ ଗୌରବର କଥା ।

* * *
ପଞ୍ଚଦଶ ପରିଚ୍ଛେଦ
ଯୁବ ନେତୃତ୍ୱରେ ୧୯୬୧ ମସିହା
କଂଗ୍ରେସ ମନ୍ତ୍ରିମଣ୍ଡଳ

୧୯୬୧ ମସିହା ଜୁନ୍‍ ମାସ ୨୩ ତାରିଖ ଦିନ ବିଜୟାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ୭ଜଣ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ ଓ ୮ ଜଣ ଉପମନ୍ତ୍ରୀ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହେଲେ । ଡକ୍ଟର ହରେକୃଷ୍ଣ ମହତାବ ଏଥର କୌଣସି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ । ବୀରେନ ମିତ୍ର ପୂର୍ବରୁ ବହୁଚେଷ୍ଟା କରି ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିଲେ । ଏଥର ସେ ଏହି ମନ୍ତ୍ରିମଣ୍ଡଳରେ ହେଲେ ଉପମୁଖ୍ୟମନ୍ତ୍ରୀ । ସେତେବେଳେ ଓଡ଼ିଶା କଂଗ୍ରେସ ମହତାବ ଗୋଷ୍ଠୀ ଓ ବିଜୁ ପଟ୍ଟନାୟକ ଗୋଷ୍ଠୀରେ ଦୁଇଭାଗ ହୋଇଯାଇଥାଏ । ଏକଥା ଦିଲ୍ଲୀ ଦରବାରରେ ସମସ୍ତେ ଜାଣିଥାଆନ୍ତି । ଏଣୁ ଦୁଇ ଗୋଷ୍ଠୀ ଭିତରେ ସନ୍ତୁଳନ ରକ୍ଷା କରିବା ପାଇଁ ଦିଲ୍ଲୀ ଦରବାର ଥାଏ ସଦା ଆଗ୍ରହୀ । ଉଭୟ ଗୋଷ୍ଠୀର ନେତାମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତୁ- ଏଥିପାଇଁ ଦିଲ୍ଲୀ କର୍ତ୍ତୃପକ୍ଷ କଡ଼ା ନଜର ରଖିଥାଆନ୍ତି ।

ପବିତ୍ର ମୋହନ ପ୍ରଧାନ ପ୍ରକୃତରେ ମହତାବ ଗୋଷ୍ଠୀର । ସେ ହେଲେ ଏହି ମନ୍ତ୍ରିମଣ୍ଡଳରେ ଶିକ୍ଷା, କୃଷି, ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗର ମନ୍ତ୍ରୀ । ସେ କହନ୍ତି "ମୋତେ କେହି କେହି ମହତାବଙ୍କ ଲୋକ ବୋଲି ଭାବନ୍ତି । ମୁଁ କିନ୍ତୁ କାହାରି ଲୋକ ନୁହେଁ- କଂଗ୍ରେସ ଲୋକ । ମୁଁ କାହାରି ପକ୍ଷ ନୁହେଁ, ନ୍ୟାୟ ଓ ଧର୍ମର ପକ୍ଷ । ମୁଁ ଏକ ସଙ୍ଗେ ଦୁଇଜଣ ଦୁର୍ଦ୍ଦାନ୍ତ ରାଜାଙ୍କୁ ପରାଜିତ କରି ଆସିିଥିବାରୁ ମନ୍ତ୍ରିମଣ୍ଡଳରେ ମୋତେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଗଲା ।" (ମୁକ୍ତି ପଥରେ ସୈନିକ) ।

ବୃନ୍ଦାବନ ନାୟକ ପୂର୍ବରୁ ମହତାବଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ ଥିଲେ । କିନ୍ତୁ ଏଥର ସେ ଏହି ମନ୍ତ୍ରିମଣ୍ଡଳରେ ଉପମନ୍ତ୍ରୀ ଭାବରେ ଯୋଗଦେଲେ । ସେଥିପାଇଁ ତାଙ୍କ ମନଦୁଃଖ ନଥାଏ । ଏହି ମନ୍ତ୍ରିମଣ୍ଡଳରେ ଜଣେ ମହିଳାଙ୍କୁ ଗ୍ରହଣ କରାଗଲା, ସେ ହେଲେ ସରସ୍ୱତୀ ପ୍ରଧାନ । ଶିକ୍ଷା ବିଭାଗର ଉପମନ୍ତ୍ରୀ ପଦବୀରେ ସେ ରହିଲେ । ସେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ଭଟ୍‍ଲି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ଆସିିଥିଲେ । ତାଙ୍କ ସମ୍ପର୍କରେ ଏଠାରେ ସଂକ୍ଷିପ୍ତ ସୂଚନା ଦେବାପାଇଁ ଉଚିତ ମନେ କରୁଛି । ୧୯୨୫ ମସିହାରେ ସେ ଜନ୍ମ ହୋଇିଥିଲେ ସମ୍ବଲପୁରର କମାଗାଁରେ । ତାଙ୍କର ପିତା ରାଏ ସାହେବ ମଦନ ମୋହନ ପ୍ରଧାନ । ତାଙ୍କର ସ୍ୱାମୀଙ୍କ ନାମ ଦୁର୍ଯ୍ୟୋଧନ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଏଡ୍‍. । ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କର ସେ ଜନନୀ । ଛାତ୍ରୀ ଅବସ୍ଥାରୁ ସେ ସମାଜ ସେବା କରି ଗ୍ରାମର ବିକାଶ ନିମନ୍ତେ ମନବଳାଇ ଥିଲେ । ସେ ଥିଲେ ଜଣେ ଶିକ୍ଷୟିତ୍ରୀ । ଅନେକ ପ୍ରାଥମିକ ବିଦ୍ୟାଳୟ ତାଙ୍କରି ତତ୍ତ୍ୱାବଧାନରେ ସମ୍ବଲପୁର ଜିଲ୍ଲାରେ ଖୋଲା ଯାଇଥିଲା । ସେ ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍‍-ଫେଲୋ । ୧୯୬୧ ମସିହାରେ କଂଗ୍ରେସ ଦଳରେ ଯୋଗଦାନ କରି ସେହି ବର୍ଷ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇ ଶିକ୍ଷା ବିଭାଗର ଉପମନ୍ତ୍ରୀ ହେଲେ । ସମାଜ ସେବା ଥିଲା ତାଙ୍କର ପ୍ରଧାନ ବ୍ରତ ।

ବିଜୁ ବାବୁ, ବୀରେନ ବାବୁ ଓ ନୀଳମଣି ବାବୁ ଏହି ତିନିଜଣ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥାଇ କଂଗ୍ରେସକୁ ଆୟତ୍ତ କରିବାରେ ମହତାବ ବାବୁଙ୍କୁ ସର୍ବବିଧ ସାହାଯ୍ୟ କରୁଥିଲେ । ଏମାନଙ୍କୁ ଓଡ଼ିଶା କଂଗ୍ରେସର ତିନି ବନ୍ଧୁକଧାରୀ (The three musketeers) ସୈନିକ ବୋଲି କେହି କେହି ଡାକନ୍ତି (ମୁକ୍ତିପଥେ ସୈନିକ) । ଘଟଣା କ୍ରମେ ଏହି ତିନିହେଁ ମହତାବଙ୍କର ବିରୋଧୀ ହୋଇଗଲେ ଓ ତିନିଜଣଯାକ ଏହି ମନ୍ତ୍ରିମଣ୍ଡଳରେ ସମ୍ମାନଜନକ ବିଭାଗ ଅକ୍ତିଆର କରିନେଲେ । ପ୍ରଥମ ଜଣକ ହେଲେ ମୁଖ୍ୟମନ୍ତ୍ରୀ; ଦ୍ୱିତୀୟ ଜଣକ ହେଲେ ଉପ-ମୁଖ୍ୟମନ୍ତ୍ରୀ ଓ ତୃତୀୟ ଜଣକ ହେଲେ ଘରୋଇ ବିଭାଗ ମନ୍ତ୍ରୀ । ଏମାନେ ସମସ୍ତେ ସେତେବେଳେ ଯୁବକ ।

ବିଜୟାନନ୍ଦ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ଓ ସେମାନଙ୍କ ବିଭାଗମାନ ହେଲା:

କ୍ୟାବିନେଟ ମନ୍ତ୍ରୀ :
ବିଜୟାନନ୍ଦ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ ତଥା ଅର୍, ଉନ୍ନୟନ (ମତ୍ସ୍ୟ ସମବାୟ ଏବଂ
ବାଣିଜ୍ୟିକ ସଂଗଠକ), ଶିଳ୍ପ, ଖଣି ଓ ଭୂତତ୍ତ୍ୱ, ପୂର୍ତ୍ତ (ନିଯୁକ୍ତି,
ଜଳସେଚନ, ନଦୀବନ୍ଧ, ନର୍ଦ୍ଦମା ଓ ବିଦ୍ୟୁତ), ଯୋଜନା ଓ
ସମନ୍ୱୟ (ଯୋଜନା) ଏବଂ ବାଣିଜ୍ୟ (ବନ୍ଦର) ବିଭାଗ ମନ୍ତ୍ରୀ ।
ବୀରେନ୍‍ ମିତ୍ର : ଉପମୁଖ୍ୟମନ୍ତ୍ରୀ ତଥା ପଲଟିକାଲ ଆଣ୍ଡ ସର୍ଭିସେସ, ସ୍ୱାସ୍ଥ୍ୟ
(ସ୍ୱାୟତ୍ତ ଶାସନ), ଯୋଜନା ଓ ସମନ୍ୱୟ (ଗୋଷ୍ଠୀ ଉନ୍ନୟନ
ଓ ଜାତୀୟ ସଂପ୍ରସାରଣ ସେବା ଓ ଗ୍ରାମ ପଞ୍ଚାୟତ, ସମନ୍ୱୟ) ଏବଂ ଆଇନ୍‍
ସଦାଶିବ ତ୍ରିପାଠୀ : ରାଜସ୍ୱ ଓ ଅବକାରୀ, ଉନ୍ନୟନ (ଜଙ୍ଗଲ)
ପବିତ୍ର ମୋହନ ପ୍ରଧାନ : ଶିକ୍ଷା, ଉନ୍ନୟନ (କୃଷି), ଆଦିବାସୀ ଓ ଗ୍ରାମ ମଙ୍ଗଳ
ନୀଳମଣି ରାଉତରାୟ : ସ୍ୱରାଷ୍ଟ୍ର, ବାଣିଜ୍ୟ (ବନ୍ଦର ବ୍ୟତୀତ) ଶ୍ରମ ଓ ଯୋଗାଣ
ଡାକ୍ତର ପି.ଭି. ଜଗନ୍ନାଥ ରାଓ : ସ୍ୱାସ୍ଥ୍ୟ (ସ୍ୱାୟତ୍ତ ଶାସନ ବ୍ୟତୀତ) ଏବଂ ଉନ୍ନୟନ
(ପଶୁପାଳନ)
ହରିହର ସିଂହ ମର୍ଦ୍ଦରାଜ : ପୂର୍ତ୍ତ (ରାସ୍ତାଘାଟ ଓ କୋଠା), ପରିବହନ

ଉପ ମନ୍ତ୍ରୀ :

ବୃନ୍ଦାବନ ନାୟକ : ଗୋଷ୍ଠୀ ଉନ୍ନୟନ ଓ ଗ୍ରାମପଞ୍ଚାୟତ
ସରସ୍ୱତୀ ପ୍ରଧାନ : ଶିକ୍ଷା
ପ୍ରହ୍ଲାଦ ମଲ୍ଲିକ : ବିଦ୍ୟୁତ ଓ ଜଳସେଚନ
ସନ୍ତୋଷ କୁମାର ସାହୁ : ସ୍ୱାସ୍ଥ୍ୟ (ସ୍ୱାୟତ୍ତଶାସନ), ସାଂସ୍କୃତିକ ବ୍ୟାପାର, ସମବାୟ ଓ ଜଙ୍ଗଲ
ଟୋୟାକ ସାଙ୍ଗନ୍ନା : ଆଦିବାସୀ ଓ ଗ୍ରାମ ମଙ୍ଗଳ
ବୀର ବିକ୍ରମାଦିତ୍ୟ ସିଂହ ବରିହା : ପୂର୍ତ୍ତ ଓ ପରିବହନ (ପରିବହନ), କୃଷି ଓ ପଶୁପାଳନ
ଚନ୍ଦ୍ର ମୋହନ ସିଂହ : ଶ୍ରମ ଓ ଘରୋଇ (ଜେଲ)
ବନମାଳୀ ବାବୁ : ଆଇନ

ସେତେବେଳେ ବିଜୁବାବୁଙ୍କର ଦିଲ୍ଲୀରେ ଥାଏ ଭାରି ଖ୍ୟାତି ଓ ଖାତିରି । ସେ ଓଡ଼ିଶାର ବିଶିଷ୍ଟ ତଥା ପୁରୁଖା କଂଗ୍ରେସ ନେତା ବିଶ୍ୱନାଥ ଦାସଙ୍କୁ ଭାରତର ସର୍ବବୃହତ୍‍ ରାଜ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳ ହେଲେ ।

୧୯୬୧ ମସିହାରେ ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନ ହେବାର ଠିକ୍‍ ବର୍ଷକ ପରେ ୧୯୬୨ ମସିହାରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ ଉଲ୍ଲେଖନୀୟ ସଫଳତା ପାଇ ମୋଟ ୨୦ଟି ଲୋକସଭା ଆସନରୁ ୧୪ଟି ଆସନ ଲାଭକଲା । ଅନୁଗୁଳ ଲୋକସଭା ଆସନରୁ କଂଗ୍ରେସ ଦଳ ତରଫରୁ ଡକ୍ଟର ହରେକୃଷ୍ଣ ମହତାବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ।

ତୃତୀୟ ଲୋକସଭା ସଦସ୍ୟ (୧୯୬୨) :

ମୟୂରଭଂଜ ମହେଶ୍ୱର ନାୟକ କଂଗ୍ରେସ
ବାଲେଶ୍ୱର ଗୋକୁଳାନନ୍ଦ ମହାନ୍ତି କଂଗ୍ରେସ
ଭଦ୍ରକ କାହ୍ନୁଚରଣ ଯେନା କଂଗ୍ରେସ
ଯାଜପୁର ରାମଚନ୍ଦ୍ର ମଲ୍ଲିକ କଂଗ୍ରେସ
କେନ୍ଦ୍ରାପଡ଼ା ସୁରେନ୍ଦ୍ରନାଥ ଦ୍ୱିବେଦୀ ସୋସାଲିଷ୍ଟ
କଟକ ନିତ୍ୟାନନ୍ଦ କାନୁନ୍‍ଗୋ କଂଗ୍ରେସ
ପୁରୀ ବିବୁଧେନ୍ଦ୍ର ମିଶ୍ର କଂଗ୍ରେସ
ଭୁବନେଶ୍ୱର ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କଂଗ୍ରେସ
ଭଂଜନଗର ମୋହନ ନାୟକ କଂଗ୍ରେସ
ଛତ୍ରପୁର ଅନନ୍ତ ତ୍ରିପାଠୀ ଶର୍ମା କଂଗ୍ରେସ
କୋରାପୁଟ ରାମଚନ୍ଦ୍ର ଉଲାକା କଂଗ୍ରେସ
ନବରଙ୍ଗପୁର ଆର୍‍. ଜଗନ୍ନାଥ ରାଓ କଂଗ୍ରେସ
କଳାହାଣ୍ଡି ପ୍ରତାପ କେଶରୀ ଦେଓ ଗ.ପ.
ଫୁଲବାଣୀ ରାଜେନ୍ଦ୍ର କହଁର ଗ.ପ.
ବଲାଙ୍ଗୀର ହୃଷୀକେଶ ମହାନନ୍ଦ ଗ.ପ.
ସମ୍ବଲପୁର କିଶାନ ପଟ୍ଟନାୟକ ସୋସାଲିଷ୍ଟ
ଅନୁଗୁଳ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସ
ଢେଙ୍କାନାଳ ବୈଷ୍ଣବ ଚରଣ ପଟ୍ଟନାୟକ କଂଗ୍ରେସ
ସୁନ୍ଦରଗଡ଼ ଯଜ୍ଞ ନାରାୟଣ ସିଂହ ଗ.ପ.
କେନ୍ଦୁଝର ଲକ୍ଷ୍ମୀନାରାୟଣ ଭଞ୍ଜ କଂଗ୍ରେସ

ଭାରତ ଚୀନ୍‍ ଯୁଦ୍ଧ :

୧୯୬୨ ମସିହା ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ-ଚୀନ ଯୁଦ୍ଧ ହେଲା । ଯୁଦ୍ଧର କାରଣ ହେଲା, ଭାରତ ଉପରେ ଚୀନ୍‍ର ଲୋଲୁପ ଦୃଷ୍ଟି । ସାମ୍ରାଜ୍ୟ ବିସ୍ତାରର ମନୋଭାବ । ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲଙ୍କର ଚୀନ୍‍ ପ୍ରତି ଅତିଶୟ ବନ୍ଧୁତା ଓ ବିଶ୍ୱାସ । ଭାରତଦ୍ୱାରା ଉଦ୍‍ଘୋଷିତ ପଞ୍ଚଶୀଳ ନୀତିର ଅବମାନନା ଇତ୍ୟାଦି । ସେତେବେଳେ ଦେଶରକ୍ଷା ବିଭାଗର ମନ୍ତ୍ରୀ ଥାଆନ୍ତି ଭି.କେ. କ୍ରିଷ୍ଣମେନ୍‍ନ । ଯୁଦ୍ଧ ସମୟରେ ସାରା ଦେଶରେ ଦେଶାତ୍ମଭାବ ଜାଗ୍ରତ ହେଲା । ମାତୃଭୂମିକୁ ରକ୍ଷା କରିବା ନିମନ୍ତେ ଦେଶର ନାଗରିକମାନେ ଦୃଢ଼ ପ୍ରତିଜ୍ଞ ହେଲେ । ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କଠାରୁ ସ୍ୱର୍ଣ୍ଣ ଓ ଅର୍ଥ ସଂଗ୍ରହରେ ଲାଗିପଡ଼ିଲେ । ସ୍କୁଲ, କଲେଜ ଓ ବିିଭିନ୍ନ ଅନୁଷ୍ଠାନର ଛାତ୍ର, ଛାତ୍ରୀମାନେ ଗାଁ ଗହଳିରେ ବୁଲି ଏ ସମ୍ପର୍କରେ ଲୋକଙ୍କୁ ସଚେତନ କଲେ । ଲୋକେ ଅକାତରରେ ସ୍ୱର୍ଣ୍ଣ ଓ ଅର୍ଥ ଦେଶରକ୍ଷା ପାଣ୍ଠି ପାଇଁ ଦାନ କଲେ । ଦେଶରକ୍ଷା ମନ୍ତ୍ରୀଙ୍କୁ ହଟାଇବା ପାଇଁ ଓଡ଼ିଶାରେ ପ୍ରତିକୂଳ ହାଓ୍ୱା ସୃଷ୍ଟି ହେଲା । ଏଥିପାଇଁ ରାଜ୍ୟର ଲୋକସଭା ସଦସ୍ୟମାନଙ୍କୁ ମଧ୍ୟ ରାଜ୍ୟର ନେତାମାନେ ପ୍ରଭାବିତ କଲେ । ଭାରତ ଏହି ଯୁଦ୍ଧରେ ପରାଜୟ ଲାଭକଲେ ବି ଚୀନ୍‍ ନିଜ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବାରୁ ଯୁଦ୍ଧର ଅବସାନ ଘଟିଲା ।

ବିକାଶ ପଥେ ଓଡ଼ିଶା :

କୋରାପୁଟ ଜିଲ୍ଲାର ସୁନାବେଡ଼ାଠାରେ ମିଗ୍‍-୨୧ ବିମାନର ଇଂଜିନ୍‍ କାରଖାନା, ରାଉରକେଲାଠାରେ ଆଞ୍ଚଳିକ ଇଂଜିନିଅରିଂ କଲେଜ, ଭୁବନେଶ୍ୱରଠାରେ ଆଞ୍ଚଳିକ ଗବେଷଣାକେନ୍ଦ୍ର, ସୈନିକସ୍କୁଲ, କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ଏହା ବ୍ୟତୀତ ଭୁବନେଶ୍ୱରଠାରେ ଆଞ୍ଚଳିକ ଶିକ୍ଷା କଲେଜ ପ୍ରତିଷ୍ଠା ନିମନ୍ତେ ଭିତ୍ତି ସ୍ଥାପନ କରାଗଲା । ସମଗ୍ର ଭାରତରେ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦଦ୍ୱାରା (NCERT) ଯେଉଁ ଚାରିଗୋଟି ପ୍ରାନ୍ତୀୟ ଶିକ୍ଷା କଲେଜ ସ୍ଥାପିତ ହୋଇଛି, ସେଥିରୁ ଭୁବନେଶ୍ୱର ହେଉଛି ଗୋଟିଏ । ଏହାଦ୍ୱାରା ସମଗ୍ର ପୂର୍ବାଞ୍ଚଳ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ମଣିପୁର ଓ ତ୍ରିପୁରା ରାଜ୍ୟର କଲ୍ୟାଣ ସାଧିତ ହେବାର ଲକ୍ଷ୍ୟ ରଖାଯାଇଥିଲା । ୧୯୬୩ ମସିହା ମଇ ମାସ ଏକୋଇଶି ତାରିଖ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର କେ.ଏଲ୍‍. ଶ୍ରୀମାଳି ଏହି ଅନୁଷ୍ଠାନର ଭିତ୍ତି ସ୍ଥାପନ କରିିଥିଲେ । ଏହି ଉତ୍ସବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓ ଶିକ୍ଷା ଉପମନ୍ତ୍ରୀ ସରସ୍ୱତୀ ପ୍ରଧାନ ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ଏହି ସମୟର ଏକ ଉଲ୍ଲେଖଯୋଗ୍ୟ ଘଟଣା । ଏହି ସମୟରେ ପାରାଦ୍ୱୀପ ଥିଲା ଏକ ଅଗମ୍ୟ ତ‌ଥା ଦୁର୍ଗମ ଅଞ୍ଚଳ । ବିଜୁବାବୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଆଣି ପାରାଦ୍ୱୀପଠାରେ ବନ୍ଦର ସ୍ଥାପନ ନିମନ୍ତେ ତାଙ୍କ ହାତରେ ଶୁଭ ପ୍ରଦାନ

କଲେ । ସେଠାରେ ପଣ୍ଡିତ ନେହେରୁଙ୍କ ରହିବା ପାଇଁ ସମୁଦ୍ର କୂଳରେ ସ୍ୱତନ୍ତ୍ର ବଙ୍ଗଳାଟିଏ ସ୍ଥାପନ ହେଲା । ନେହେରୁ ସେଇଠି ଅବସ୍ଥାନ କଲେ । ସେହି ବଙ୍ଗଳାର ନାମ 'ନେହେରୁ ବଙ୍ଗଳା' । ଏବେ ବି ତାହା ପାରାଦ୍ୱୀପର ଉଚ୍ଚଶ୍ରେଣୀୟ ବଙ୍ଗଳା ଭାବରେ ଖ୍ୟାତ ।

ବନ୍ଦର ହୋଇଗଲେ ତାହା କିପରି ପରିଚାଳିତ ହେବ ? ଏଇ ଚିନ୍ତା ବିଜୁବାବୁଙ୍କ ମୁଣ୍ଡକୁ ଘାରିଲା । ଖଣି ଖାଦାନରେ ଭରପୁର ଦୈତାରି ଅଞ୍ଚଳରୁ ଖଣିଜ ପଦାର୍ଥ ବାହାରକୁ ଯିବା ନିମନ୍ତେ ନିର୍ମାଣ ହେଲା ଦୈତାରିରୁ ପାରାଦ୍ୱୀପ ଯାଏ ସବୁଦିନିଆ ଏକ୍ସପ୍ରେସ୍‍ ହାଇଓ୍ୱେ । ଖଣିଜ ପଦାର୍ଥ ପାରାଦ୍ୱୀପରୁ ବିଦେଶକୁ ରପ୍ତାନି ହେବା ନିମନ୍ତେ ଏହି ରାସ୍ତା ଦେଇ ଟ୍ରକରେ ବୁହାହୋଇ ଆସିଲା ।

ପାଠ୍ୟପୁସ୍ତକ ଜାତୀୟ କରଣ ଏହି ସମୟର ଏକ ଉଲ୍ଲେଖନୀୟ ଘଟଣା । ସମଗ୍ର ରାଜ୍ୟରେ ପ୍ରାଥମିକ ସ୍ତରରେ ଏକ ପ୍ରକାର ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରଚଳନ ନିମନ୍ତେ ସରକାର ଚିନ୍ତାକଲେ । ଏଥିପାଇଁ "ପାଠ୍ୟ ପୁସ୍ତକ ରଚନା ବୋର୍ଡ" ଗଠିତ ହେଲା । ଏହାର ସଭାପତି ରହିଲେ ନିଜେ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ, ଉପସଭାପତି ରହିଲେ ଶିକ୍ଷାମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ । ଏହି କମିଟି ତ‌ଥା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଥମିକ ଶ୍ରେଣୀର ପାଠ୍ୟପୁସ୍ତକ ଗୁଡ଼ିକ ତ୍ରିରଙ୍ଗୀ ହେଲା । ସରକାର କମ୍‍ ମୂଲ୍ୟରେ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ କରି ଛାତ୍ର ଛାତ୍ରୀମାନଙ୍କୁ ଯୋଗାଇ ଦେଲେ । ଏଥିପାଇଁ ସରକାରଙ୍କ ତରଫରୁ ଏକ ପ୍ରେସ୍‍ ଭୁବନେଶ୍ୱରଠାରେ ସ୍ଥାପିତ ହେଲା । ସରକାରଙ୍କର ଏହି ଉଦ୍ୟମ ସଫଳ ହେଲା । ପୂର୍ବରୁ ଘରୋଇ ପ୍ରକାଶକମାନେ ଏହି ସବୁ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ବିଦ୍ୟାଳୟମାନଙ୍କୁ ଯୋଗାଉଥିଲେ । ଗୋଟିଏ ଗୋଟିଏ ଜିଲ୍ଲା ପାଇଁ ଚାରି ପାଞ୍ଚଟି ପୁସ୍ତକକୁ ମଞ୍ଜୁର କରାଯାଇଥିଲା । ଫଳରେ ସ୍କୁଲ ବିଭାଗୀୟ ଇନ୍‍ସପେକ୍ଟରମାନେ ଦୂଷିତ ଓ ଦୁର୍ନୀତି ପରାୟଣ ହେଉଥିଲେ । ପୁଣି ଏହି ବହି ଗୁଡ଼ିକ ଦୁଇ-ତିନି ବର୍ଷରେ ଥରେ ବଦଳି ଯାଉଥିଲା । ଅଭିଭାବକମାନେ ବହି କିଣି କିଣି ଖର୍ଚ୍ଚାନ୍ତ ହେଉଥିଲେ ।

ଜାତୀୟକରଣ ପୁସ୍ତକ ପ୍ରକାଶନ ହେବା ପରେ ତାହା ବର୍ଷ ବର୍ଷ ଧରି ଚାଲିଲା । ଫଳରେ ଅଭିଭାବକମାନେ ପ୍ରଥମ ପିଲାପାଇଁ ବହି କ୍ରୟ କରି ତାକୁ ଦ୍ୱିତୀୟ, ତୃତୀୟ ସନ୍ତାନ ପାଇଁ ମଧ୍ୟ ସାଇତି ରଖିଲେ । ଏହି ଜାତୀୟକରଣ ପୁସ୍ତକ ବ୍ଳକ୍‍ ସ୍ତରରେ ବିକ୍ରୀ ଆରମ୍ଭ ହେଲା । ଏହା ସରକାରଙ୍କର ଏକ ସଫଳ ଯୋଜନା । ଅଦ୍ୟାବଧି ସେହି ଢାଞ୍ଚାରେ ପୁସ୍ତକ ପ୍ରସ୍ତୁତି, ପ୍ରକାଶନ ଓ ଯୋଗାଣ ଅବ୍ୟାହତ ରହିଛି । ପଞ୍ଚାୟତ ସ୍ତରରେ ଶିଳ୍ପ ପ୍ରତିଷ୍ଠା ମଧ୍ୟ ଏହି ସମୟରେ ଏକ ନୂତନ ଯୋଜନା ।

ରାଜ୍ୟପାଳ ପରିବର୍ତ୍ତନ :

ମାନ୍ୟବର ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକ୍ତଙ୍କର ୧୯୬୨ ମସିହା ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ଓଡ଼ିଶାରୁ ବିଦାୟ ନେଇ ଚାଲିଗଲେ । ତାଙ୍କ ସ୍ଥାନରେ ରାଜ୍ୟପାଳ ଡକ୍ଟର ଅଯୋଧ୍ୟା ନାଥ ଖୋସଲା ଯୋଗଦେଲେ । ସେ ଓଡ଼ିଶାର ପ୍ରଗତି ପଥରେ ବିଶେଷ

ଭାବରେ ସହଯୋଗ କରିବାରେ ଲାଗିଲେ । ଡକ୍ଟର ଖୋସଲା ଦିଲ୍ଲୀ ମହାନଗରୀର ମଥୁରା ରୋଡ଼ରେ ୧୮୯୨ ମସିହା ଡିସେମ୍ବର ୧୧ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ରାଲ୍ଲାରାମ । ସେ ଇଂଜିନିୟରିଂ ଡିଗ୍ରୀଧାରୀ ବ୍ୟକ୍ତି । ୧୯୧୬ ମସିହାରେ ପଞ୍ଜାବ ସରକ।ରଙ୍କର ଜଳସେଚନ ବିଭାଗରେ ଚାକିରିରେ ଯୋଗଦାନ କରି ଭାକ୍ରା ନଦୀବନ୍ଧ ଯୋଜନାର ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହା ପରେ ଜଣେ କମିଶନର ଅଧିକ।ରୀ ଭ।ବରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୧୯୧୮-୧୯୨୦ ପର୍ଯ୍ୟନ୍ତ ମେସୋପଟାମିଅ। ଏକ୍ସପେଡିସନାରୀ ଫୋର୍ସରେ କାର୍ଯ୍ୟ କରି ଇରାକଠାରେ ଅବସ୍ଥାପିତ ହୋଇିଥିଲେ । ସେ ବହୁ ନଦୀବନ୍ଧ ଯୋଜନା ଓ ଜଳସେଚନ ପ୍ରକଳ୍ପରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହେଲେ । ସେ ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ । ୧୯୪୩ ମସିହାରେ ସେ ହେଲେ ଭାରତ ସରକାରଙ୍କ ପରାମର୍ଶଦାତା ଯନ୍ତ୍ରୀ । ନିର୍ମାଣ, ଖଣି ଓ ଶକ୍ତିମନ୍ତ୍ରଣାଳୟର ଅତିରିକ୍ତ ସଚିବ । ଭାକ୍ରା, ଚମ୍ବଲ, ଦାମୋଦର ଉପତ୍ୟକା, ହୀରାକୁଦ ଏବଂ ତାପ୍ତି ପ୍ରକଳ୍ପର ଜଳ ଓ ଶକ୍ତିର ଉଚ୍ଚ କ୍ଷମତା ସମ୍ପର୍କରେ ସେ ଅନୁସନ୍ଧାନ ଆରମ୍ଭ କଲେ । ତା'ପରେ ହେଲେ ରୁର୍କି ବିଶ୍ୱବିଦ୍ୟାଳୟର କୁଳପତି ୧୯୫୪ ମସିହାରେ । ୧୯୫୮ ଏପ୍ରିଲ୍‌ରୁ ୧୯୫୯ ଅକ୍ଟୋବର ଯାଏ ହେଲେ ରାଜ୍ୟସଭା ସଦସ୍ୟ । ୧୯୫୯ ଡିସେମ୍ବରରେ ହେଲେ ଯୋଜନା କମିଶନ ସଭ୍ୟ ।

ତା'ପରେ ସେ ଓଡ଼ିଶାର ରାଜ୍ୟପାଳ ଭାବରେ ୧୯୬୨ରେ ଯୋଗଦାନ କଲେ । ସେ ଥିଲେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଞ୍ଜିନିୟର୍ସ (ଇଣ୍ଡିଆ)ର ଦୁଇଥର ସଭାପତି (୧୯୪୯-୫୦ ଓ ୧୯୫୦-୫୧) । ଏହିପରି ସେ ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ବହୁତ ସମ୍ମାନ ସେ ପାଇଥିଲେ । ୧୯୫୪ରେ ପଦ୍ମଭୂଷଣ ସମ୍ମାନରେ ଭୂଷିତ ହୋଇଥିଲେ । ଦେଶ ବିଦେଶର ବହୁ ଅନୁଷ୍ଠାନ ତରଫରୁ ସମ୍ମାନସୂଚକ 'ଡକ୍ଟର ଅଫ୍‍ ଇଂଜିନିୟରିଂ ଡିଗ୍ରୀ' ତାଙ୍କୁ ପ୍ରଦାନ କରାଯାଇଥିଲା । ସେ ଥିଲେ ଆମେରିକାନ୍‍ ସୋସାଇଟି ଅଫ୍‍ ସିଭିଲ୍‍ ଇଂଜିନିଅର୍ସ ଓ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଂଜିନିଅର୍ସ (ଇଣ୍ଡିଆ)ର ଆଜୀବନ ସଦସ୍ୟ ।

ଡକ୍ଟର ଖୋସଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କୁ ଖୁବ୍‍ ଭଲ ପାଉଥିଲେ । ଓଡ଼ିଶାର ବିକାଶ ଓ ପ୍ରଗତିରେ ତାଙ୍କର ଦାନ କମ୍‍ ନୁହେଁ ।

କାମରାଜ ଯୋଜନା ଓ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ :

ଧୀରେ ଧୀରେ ଦେଶର ରାଜନୈତିକ ପରିସ୍ଥିତି ଅଡୁଆ ହେବାରେ ଲାଗିଲା । କେତେକ ବ୍ୟକ୍ତି ବରାବର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଉଥିବାରୁ ଅନ୍ୟ ନେତାଙ୍କର ଚକ୍ଷୁଶୂଳ ହେଲେ । ପୁଣି ନେତାମାନେ ମନ୍ତ୍ରୀ ଦାୟିତ୍ୱରେ ରହିବାରୁ ସଂଗଠନ କାର୍ଯ୍ୟ ବାଧାପ୍ରାପ୍ତ ହେଲା । କ୍ଷମତାସୀନ ଓ କ୍ଷମତାହୀନ ଭାବରେ ଦୁଇ ଗୋଷ୍ଠୀ ଦେଖାଦେଲେ । ଏମାନଙ୍କ ଭିତରେ ମଝିରେ ମଝିରେ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟ ଲାଗି ଯାଉଥାଏ । ଏସବୁର ସମାଧାନ ନିମନ୍ତେ ନେହେରୁ ବାଟ ଖୋଜୁ ଥାଆନ୍ତି । ତତ୍କାଳୀନ ମାନ୍ଦ୍ରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ କାମରାଜ ନାଦର ଉପଲବ୍ଧି କଲେ ଯେ, "ସେ ଦିନକୁ ଦିନ ଲୋକଙ୍କ ପାଖରେ ଅପ୍ରିୟ ହୋଇ ଯାଉଛନ୍ତି । ସାଧାରଣ କଂଗ୍ରେସ ଲୋକେ ଗାଁ ଗହଳିକୁ ନଯାଇ ମନ୍ତ୍ରୀ ଓ ମୁଖିଆମାନଙ୍କ ଗହଣରେ ସହରରେ ରହି ନାନା ପ୍ରକାର ଦୁର୍ନୀତିରେ ଲିପ୍ତ ରହୁଛନ୍ତି ।"

ଫଳରେ କାମରାଜ ପଣ୍ଡିତ ଜବାହାର ଲାଲ ନେହେରୁଙ୍କୁ ପ୍ରସ୍ତବ ଦେଲେ ଯେ, ଏଇସବୁ କାରଣରୁ କଂଗ୍ରେସ ବଦନାମ ହେବାକୁ ଯାଉଛି । ଏଥିରେ କଂଗ୍ରେସର ବିପର୍ଯ୍ୟୟ ସୁନିଶ୍ଚିତ । ଏଣୁ କଂଗ୍ରେସକୁ ଶକ୍ତିଶାଳୀ ଏବଂ ଲୋକପ୍ରିୟ କରିବାକୁ ହେଲେ କେତେକ ନେତୃସ୍ଥାନୀୟ ବ୍ୟକ୍ତି ଯେଉଁମାନେ ବରାବର ରାଜ୍ୟ ବା କେନ୍ଦ୍ରରେ କ୍ଷମତାରେ ରହୁଛନ୍ତି, ସେମାନେ ନିଜ ନିଜ ମନ୍ତ୍ରୀ ପଦରୁ ଓହରି ଆସି ସଂଗଠନରେ ଅଂଶ ଗ୍ରହଣ କରନ୍ତୁ । ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଂଗଠନ କାର୍ଯ୍ୟରେ ଲିପ୍ତ ହେବା ପାଇଁ ପ୍ରସ୍ତୁତ ଅଛି ।" ଏହା ହେଉଛି କାମରାଜ ପ୍ଳାନ୍‍ ।

ପଣ୍ଡିତ ନେହେରୁ କାମରାଜଙ୍କ ପ୍ଳାନ୍‍ ଶୁଣି ବହୁତ ଖୁସି ହେଲେ । ତାଙ୍କୁ ଉପାୟ ମିଳିଗଲା ବୋଲି ସେ ଭାବିଲେ । ଏହି କାମରାଜ ପ୍ଳାନ୍‍ ଚାରିଆଡେ଼ ପ୍ରଚାରିତ ହୋଇଗଲା । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ନେହେରୁଙ୍କର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ଲାଲ ବାହାଦୂର ଶାସ୍ତ୍ରୀ ପ୍ରଥମେ ଇସ୍ତଫା ଦେଲେ । ତା'ପରେ ଗୋଟି ଗୋଟି କରି ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଇସ୍ତଫା ପ୍ରଦାନ କଲେ । ଦେଶାଇ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ପଣ୍ଡିତ ନେହେରୁଙ୍କ ଇଚ୍ଛା ମୋରାରଜୀଙ୍କ ଭଳି ଆହୁରି ଅନେକ ନେତା ଇସ୍ତଫା ଦିଅନ୍ତୁ । ଏହି ଅବସରରେ ବିଜୟାନନ୍ଦ ପଟ୍ଟନାୟକ ଓଡ଼ିଶା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ପଣ୍ଡିତ ନେହେରୁ ବିଜୁବାବୁଙ୍କ ଇସ୍ତଫାକୁ ଗ୍ରହଣ କରିନେଲେ । ପ୍ରକୃତରେ ବିଜୁବାବୁ ଇସ୍ତଫା ଦେବା ଉଚିତ୍‍ ନଥିଲା । କାରଣ ସେ କାମରାଜ ପ୍ଳାନ୍‍ ଅନ୍ତର୍ଭୁକ୍ତ ଶ୍ରେଣୀୟ ନେତା ନଥିଲେ । ସେ ତ ବରାବର ରାଜ୍ୟ କି କେନ୍ଦ୍ରରେ ମନ୍ତ୍ରୀ ନଥିଲେ । ମାତ୍ର ୨୭ ମାସ ଜୀବନରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପଣ୍ଡିତ ନେହେରୁ ବିଜବାବୁଙ୍କ ଇସ୍ତଫା ଗ୍ରହଣ କରିନେବାର ଭିତ୍ତିରି କଥା ହେଲା, ବିଜୁବାବୁଙ୍କ ନାମରେ ସେତେବେଳକୁ ଦୁର୍ନୀତି ବିଷୟରେ ନାନା କଥା ଶୁଣାଯାଉଥିଲା । ତାଙ୍କ ନାମରେ ମଧ୍ୟ ବହୁ ଅଭିଯୋଗ ପଣ୍ଡିତ ନେହେରୁଙ୍କ ପାଖରେ ଆସି ପହଞ୍ଚି ସାରିଥିଲା । ଦୈତାରି ଲୁହା ଖଣି ଯୋଜନା ପାଇଁ ଲିଂକ୍‍ସ କମ୍ପାନୀ ସହ ଏକତରଫା ଚୁକ୍ତି, ପାରାଦ୍ୱୀପ ବନ୍ଦର ନିର୍ମାଣ ଓ ପୋତାଶ୍ରୟ ନିମନ୍ତେ ସମୁଦ୍ର ଭିତରେ ପଥର ବନ୍ଧ ତିଆରିରେ କିଏ କେତେ ଟଙ୍କା ନେଲେ ତାର ଠିକଣା ନଥିବା, ଏହି ପଥର ବନ୍ଧ ପକାଇବାରେ ପ୍ରିୟା-ପ୍ରୀତି ତୋଷଣ ଦ୍ୱାରା ବହୁ ଅପବ୍ୟୟ ଓ ବିଜୁ ପଟ୍ଟନାୟକ ୧୧ଟି କର୍ପୋରେସନ କରାଇଥିଲେ । ସେଥିରୁ କୌଣସି ଗୋଟିକରେ ଲାଭ ନହେବା, ସେଥିରୁ ଦୁଇ ଚାରୋଟି ପୂରା ବନ୍ଦ ହୋଇଯିବା ଆଦି ଅନେକ ଅଭିଯୋଗ ସମ୍ପର୍କରେ ଦିଲ୍ଲୀକୁ ସ୍ମାରକପତ୍ର ମାନ ବରାବର ଦିଆଯାଉଥାଏ । ଏଣୁ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ କାଳବିଳମ୍ବ ନକରି ବିଜୁବାବୁଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନେଲେ ।

* * *
ଷୋଡ଼ଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ବୀରେନ୍‍ ମିତ୍ର

କାମରାଜ ପ୍ଲାନ୍‍ରେ ବିଜୁ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓଡ଼ିଶା ଶାସନ କଳକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଦେଲେ । ତାଙ୍କ ମନଲାଖି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହୁଅନ୍ତୁ, ଏହା ହେଲା ତାଙ୍କର ବାସନା । ତାଙ୍କର ମନଲାଖି ବ୍ୟକ୍ତି ଜଣକ ହେଲେ କଟକ ନଗର ବିଧାୟକ ବୀରେନ୍‍ ମିତ୍ର - ଯିଏକି ତାଙ୍କର ପରମ ବଂଧୁ ମଧ୍ୟ । ବିଜୁବାବୁଙ୍କର ଇଚ୍ଛା, ବୀରେନ୍‍ ବାବୁ ନିର୍ଦ୍ୱନ୍ଦ୍ୱରେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସନ୍ତୁ ।

ହେଲେ ମହାତାବ ଗୋଷ୍ଠୀ ଏହାକୁ ଘୋର ବିରୋଧ କଲେ । ସେମାନେ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ପଦପାଇଁ ବିଶ୍ୱନାଥ ଦାସ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନ୍‍ଗୋ ଏବଂ ରାଧାନାଥ ରଥଙ୍କ ନାମ ପ୍ରସ୍ତାବ ଦେଲେ । ଏମାନଙ୍କ ମଧ୍ୟରୁ କାହାକୁ ଯଦି ବିଜୁ ପଟ୍ଟନାୟକ ଗୋଷ୍ଠୀ ଦଳପତି ପଦ ନିମନ୍ତେ ଗ୍ରହଣ କରିନେବେ, ତେବେ ସମସ୍ୟାର ସମାଧାନ ହୋଇଯିବ ବୋଲି ଏହି ଗୋଷ୍ଠୀ ଖୋଲା ଖୋଲି ଭାବରେ ପ୍ରକାଶ କଲେ ।

ବିଜୁ ପଟ୍ଟନାୟକଙ୍କ ଇଚ୍ଛା କିନ୍ତୁ ଅନ୍ୟ ପ୍ରକାରର । ନିଜ ଗୋଷ୍ଠୀରୁ ନିଜର ପରମ ପ୍ରିୟ ବ୍ୟକ୍ତିଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦିଲ୍ଲୀ ରାଜନୀତି ତ‌ଥା ରାଜ୍ୟ ରାଜନୀତିକୁ ସେ ନିୟନ୍ତ୍ରଣ କରିବେ । 'ବୀରେନ୍‍ ମିତ୍ର ମୁଖ୍ୟମନ୍ତ୍ରୀ ହେବେ' ସେ ନିଜ ଜିଦ୍‍ରେ ଅଟଳ ରହିଲେ । ଓଡ଼ିଶା ବିଧାୟକ ଦଳର ନେତା ନିର୍ବାଚନ ନିର୍ଦ୍ୱନ୍ଦ୍ୱରେ କରାଇ ପାରିଲେ ଦିଲ୍ଲୀରେ ତାଙ୍କର ସୁନାମ ଯଥେଷ୍ଟ ବଢ଼ିଯିବ - ଏହା ମଧ୍ୟ ତାଙ୍କର ଆଉ ଗୋଟିଏ ଇଛା । ତାଙ୍କର ଆଶା ପୂରଣରେ ବିଡମ୍ବନା ସୃଷ୍ଟି ହେଉଛି - ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଦଳର ସମସ୍ତେ ଗ୍ରହଣ କରିବାକୁ ନାରାଜ - ଏହା ଜାଣିପାରି ସେ ବ୍ୟସ୍ତ ଓ ବିବ୍ରତ ହୋଇପଡିଲେ ।

ସେତେବେଳେ ଓଡ଼ିଶା ବିଧାନ ସଭାରେ କଂଗ୍ରେସ ଦଳର ସଭ୍ୟ ସଂଖ୍ୟା ୮୨ । ସେମାନଙ୍କ ଭିତରୁ ୫୨ ଜଣ ମହତାବଙ୍କ ଗୋଷ୍ଠୀର । ହେଲେ କେହି ଚିହ୍ନା ପଡୁ ନଥାନ୍ତି । ଏମାନଙ୍କର ଏକ ତାଲିକା ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ ଓ ଶାନ୍ତନୁ କୁମାର ଦାସ ତିଆରି କରି ରଖିଥାଆନ୍ତି । ଏହା ଜାଣିପାରି ବିଜୁବାବୁ ହତାଶ ହୋଇ ପଡିଲେ । କଳେବଳେ କଉଶଳେ ସେ କେମିତି ବୀରେନ୍‍ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବେ, ସେଇ ଯୋଜନାରେ ଲାଗିପଡିଲେ । ନିଜ ଗୋଷ୍ଠୀର କେତେଜଣ ବିଧାୟକଙ୍କୁ ମହତାବ ଗୋଷ୍ଠୀର ବିଧାୟକମାନଙ୍କ ପାଖକୁ ପଠାଇ ସେହି ୫୨ଜଣ ଏମ୍‍.ଏଲ୍‍.ଏ କେଉଁମାନେ ତାହା ଜାଣିବାକୁ ଚେଷ୍ଟାକଲେ । ଶେଷରେ ସଫଳ ମଧ୍ୟ ହେଲେ । ଶୁଣାଯାଏ, ଅନେକ ବିଧାୟକଙ୍କୁ ପ୍ରଲୋଭିତ, ଆକର୍ଷିତ, ଆତଙ୍କିତ ତ‌ଥା ଭୟଭୀତ କରାଇ ନିଜ ଗୋଷ୍ଠୀକୁ ଟାଣି ନେବାକୁ ସେ ସକ୍ଷମ ହେଲେ ।

ମହତାବ ଗୋଷ୍ଠୀ ତରଫରୁ ଗଡ଼ଜାତ ପ୍ରଜା ଆନ୍ଦୋଳନର ବିଶିଷ୍ଟ ନେତା ପବିତ୍ର ମୋହନ ପ୍ରଧାନ ଦଳର ନେତା ତ‌ଥା ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ସ୍ଥିରହେଲା । ପବିତ୍ରବାବୁଙ୍କ ପାଇଁ ଡକ୍ଟର ହରେକୃଷ୍ଣ ମହତାବ, ସୁରେନ୍ଦ୍ର ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ଉପେନ୍ଦ୍ର ମହାନ୍ତି, ମୁରଲୀଧର ଜେନା ଆଦି କଂଗ୍ରେସର ପୂର୍ବତନ ସଭାପତି ଓ ସଂପାଦକମାନେ ଏବଂ ହିମାଂଶୁ ଶେଖର ପାଢ଼ୀ, କୁମୁଦ ଚନ୍ଦ୍ର ସିଂହ, ବୀର ବିକ୍ରମାଦିତ୍ୟ ସିଂହ ବରିହା, ମନମୋହନ ଟୁଡୁ, ସୁନାରାମ ସୋରେନ୍‍ ଆଦି ବିଧାୟକମାନେ ଖୋଲାଖୋଲି ଭାବରେ ପ୍ରଚାର କଲେ । (ମୁକ୍ତିପଥେ ସୈନିକ)

୧୯୬୩ ମସିହା ଅକ୍ଟୋବର ୧ ତାରିଖରେ ବିଧାୟକ ଦଳର ନେତା ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହେଲା । ସେ ବେଳର କେନ୍ଦ୍ରମନ୍ତ୍ରୀ ରଫି ଅହମ୍ମଦ କିଦ୍‍ଓ୍ୱାଇ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବରେ ଆସିଲେ । ବିଧାନସଭାର ୫୪ ନମ୍ବର କୋଠରିରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେଲା । ବୀରେନ୍‍ ମିତ୍ର କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ । ପବିତ୍ର ମୋହନ ପ୍ରଧାନ ପରାଜିତ ହେଲେ । ତହିଁ ପରଦିନ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ବୀରନ୍‍ବାବୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ୧୪ ଜଣିଆ ମନ୍ତ୍ରିମଣ୍ଡଳ ସଭ୍ୟମାନଙ୍କ ସହ ଶପଥ ଗ୍ରହଣ କଲେ । ସେହି ମନ୍ତ୍ରୀମାନେ ଓ ସେମାନଙ୍କର ବିଭାଗମାନ ହେଲା :

କ୍ୟାବିନେଟ ମନ୍ତ୍ରୀ :
ବୀରେନ୍‍ ମିତ୍ର : ମୁଖ୍ୟମନ୍ତ୍ରୀ, ଅର୍ଥ, ଶିଳ୍ପ, ଯୋଜନା ଓ ସମନ୍ୱୟ, ଖଣି ଓ ଭୂତ‌ତ୍ତ୍ୱ
ଜଳସେଚନ ଓ ବିଦ୍ୟୁତ୍‍, ସାଂସ୍କୃତିକ ବ୍ୟାପାର, ସ୍ୱାସ୍ଥ୍ୟ (ସ୍ୱାୟତ୍ତ
ଶାସନ) ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ
ନୀଳମଣି ରାଉତରାୟ : ପଲଟିକାଲ ଆଣ୍ଡ ସର୍ଭିସେସ୍‍, ସ୍ୱରାଷ୍ଟ୍ର, ଯୋଗାଣ ଓ ଶ୍ରମ
ସଦାଶିବ ତ୍ରିପାଠୀ : ରାଜସ୍ୱ ଓ ଅବକାରୀ, ସମବାୟ ଓ ଜଙ୍ଗଲ
ସତ୍ୟପ୍ରିୟ ମହାନ୍ତି : ଶିକ୍ଷା, କୃଷି ଓ ପଶୁଚିକିତ୍ସା, ସମବାୟ ଓ ଜଙ୍ଗଲ (ଜଙ୍ଗଲ
ବ୍ୟତୀତ ଅନ୍ୟ ସମସ୍ତ ଶାଖା)
ପି.ଭି.ଜଗନ୍ନାଥ ରାଓ : ସ୍ୱାସ୍ଥ୍ୟ
ହରିହର ସିଂହ ମର୍ଦ୍ଦରାଜ : ପୂର୍ତ୍ତ ଓ ପରିବହନ
ବୃନ୍ଦାବନ ନାୟକ : ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତ ରାଜ
ଟି.ସାଙ୍ଗନ୍ନା : ଆଦିବାସୀ ଓ ଗ୍ରାମମଙ୍ଗଳ
ବନମାଳୀ ବାବୁ : ଆଇନ
ପ୍ରହଲ୍ଲାଦ ମଲ୍ଲିକ : ଉପମନ୍ତ୍ରୀ, ଜଳସେଚନ ଓ ବିଦ୍ୟୁତ
ବୀର ବିକ୍ରମାଦିତ୍ୟ ସିଂହ ବରିହା : ଉପମନ୍ତ୍ରୀ ପୂର୍ତ୍ତବିଭାଗର ପରିବହନ ଶାଖା, କୃଷି ବିଭାଗର
ପଶୁପାଳନ ଶାଖା ଓ ପଶୁ ଚିକିତ୍ସା
ସରସ୍ୱତୀ ପ୍ରଧାନ : ଉପମନ୍ତ୍ରୀ, ଶିକ୍ଷା
ସନ୍ତୋଷ କୁମାର ସାହୁ : ଉପମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ସ୍ୱାୟତ୍ତ ଶାସନ ଶାଖା, ସାଂସ୍କୃତିକ
ବ୍ୟାପାର, ସମବାୟ ବିଭାଗର ସମବାୟ ଶାଖା ଏବଂ ଜଙ୍ଗଲ ବିଭାଗ
ଚନ୍ଦ୍ରମୋହନ ସିଂହ : ଉପମନ୍ତ୍ରୀ, ଶ୍ରମ ବିଭାଗ ଓ ଘରୋଇ ବିଭାଗ (ଜେଲ ଶାଖା)
ବିଜୁ ପଟ୍ଟନାୟକ ହେଲେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ।

ମହତାବ ଗୋଷ୍ଠୀରୁ କାହାରିକୁ ଏହି ମନ୍ତ୍ରିମଣ୍ଡଳରେ ନିଆଗଲା ନାହିିଁ । ପବିତ୍ର ବାବୁ ତ ମୁଖ୍ୟମନ୍ତ୍ରୀ ପଦପାଇଁ ବୀରେନ୍‍ ମିତ୍ରଙ୍କ ସହ ଲଢୁଥିଲେ, ଏଣୁ ତାଙ୍କ ପ୍ରଶ୍ନ ବି ଉଠିଲା ନାହିିଁ । ମହତାବ ଗୋଷ୍ଠୀରେ ଥାଆନ୍ତି ସାତଜଣ ଟାଣୁଆ ବିଧାୟକ । ସେମାନେ ସର୍ବଦା କଂଗ୍ରେସର ସୁନାମ ଓ ଦେଶର ମର୍ଯ୍ୟାଦା ଓ ସମ୍ମାନ ରଖିବାପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ । ସେମାନେ ହେଲେ ପବିତ୍ରମୋହନ ପ୍ରଧାନ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ବନମାଳୀ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ଉପେନ୍ଦ୍ର ନାଥ ମହାନ୍ତି, ମୁରଲୀଧର ଜେନା ଓ ମନମୋହନ ଟୁଡୁ । ଏମାନଙ୍କୁ କୁହାଯାଉଥିଲା ସପ୍ତରଥୀ ।

ବିଜୁ ପଟ୍ଟନାୟକ ଏହି ସାତଜଣଙ୍କୁ ବ୍ୟଙ୍ଗରେ କହୁ ଥିଲେ, "ଏମାନଙ୍କ ଭିତରୁ ଜଣେ ହେଉଛି 'ଡଙ୍କି' ବା ଗଧ, ୫ଜଣ ଜେନେରାଲ (ସେନାପତି) ଏବଂ ଜଣେ ଷ୍ଟାଣ୍ଡାର୍ଡ ବିଅରର୍‍ (ଧ୍ୱଜିନୀ) ।

ଭାର ବୋହିବାରେ 'ଗଧ ଯେପରି ଧୁରନ୍ଧର, ବିନା ଆପତ୍ତିରେ ଗୁରୁଦାୟିତ୍ୱ ତୁଲାଇବାରେ ପବିତ୍ର ବାବୁ ସେହିପରି ଯୋଗ୍ୟ ଏବଂ ଦକ୍ଷ । ତେଣୁ ତାଙ୍କୁ ଗଧ ବୋଲି କୁହାଯାଉଛି ।' ଗୋଷ୍ଠୀ ତରଫରୁ ସବୁବେଳେ ପ୍ରଥମରୁ ଟୁଡୁ ବାବୁ ଗୋଷ୍ଠୀର ମନୋଭାବ ଓ ମତର ସୂଚନା ଦେଉଥିବାରୁ, ସେ ଅଗ୍ରଣୀ ଭାବରେ କାର୍ଯ୍ୟ କରୁଛନ୍ତି ତେଣୁ ସେ ଧ୍ୱଜିନୀ । ବାକି ପାଞ୍ଚଜଣ ଯାକ ହେଲେ ଜେନେରାଲ ।

(ମୁକ୍ତିପଥେ ସୈନିକ : ପବିତ୍ର ପ୍ରଧାନ)

ପରବର୍ତ୍ତୀ ସମୟରେ ଏହି ସପ୍ତରଥୀଙ୍କଯୋଗୁଁ କଂଗ୍ରେସ ବିଭାଜନ ହେଲା । ସେମାନେ 'ଜନ କଂଗ୍ରେସ' ଦଳ ପ୍ରତିଷ୍ଠା କଲେ ।

ବୀରେନବାବୁ ମୁଖ୍ୟମନ୍ତ୍ରୀ ହେବାର ଦୁଇ ମାସ ଭିତରେ, ନଭେମ୍ବର ୨୨ ତାରିଖରେ (୧୯୬୩) ମାର୍କିନ ଯୁକ୍ତରାଷ୍ଟ୍ରର ପ୍ରେସିଡେଣ୍ଟ ଜନ୍‍ କେନେଡି ଅସଓ୍ୱାଲଡ ନାମକ ଜଣେ ଆତତାୟୀର ଗୁଳିରେ ପ୍ରାଣ ହରାଇ ଶହୀଦ ହେଲେ । ଏଥିପାଇଁ ଆମ ଦେଶରେ ତ‌ଥା ଆମ ରାଜ୍ୟରେ ଗଭୀର ଶୋକପାଳନ କରାଗଲା । ନଭେମ୍ବର ୨୫ ତାରିଖ ଦିନ ଯୁକ୍ତରାଷ୍ଟ୍ର ଦୂତାବାସରେ ସ୍ୱର୍ଗତ କେନେଡିଙ୍କର ସ୍ମୃତି ତର୍ପଣରେ ଯୋଗଦେଇଥିଲେ ଆମ ଦେଶର ପ୍ରଧାନ ମନ୍ତ୍ରୀ ଓ ରାଷ୍ଟପ୍ରତି । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତା ପଠାଇଥିଲେ ।

ଏହା ପୂର୍ବରୁ ୧୯୬୩ ନଭେମ୍ବର ୧୭ ତାରିଖ ଦିନ ରୁଷର ତିନିଜଣ ମହାକାଶଚାରୀ ଓଡ଼ିଶା ଭ୍ରମଣରେ ଆସିଥିଲେ । ସେମାନଙ୍କୁ କଟକଠାରେ ଓଡ଼ିଶା ସରକାର ତ‌ଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ସେହି ମହାକାଶଚାରୀ ତିନିଜଣ ଯାକ ହେଲେ; ବିଶ୍ୱର ପ୍ରଥମ ମହିଳା ମହାକାଶଚାରୀ କ୍ୟାପ୍‍ଟେନ ଭାଲେନ୍ତିନା ନିକୋଲାଏଭା ତେରେସ୍କୋଭା, ମେଜର ଆଣ୍ଡିଆନ୍‍ ନିକୋଲା ଏଭ ଓ ମେଜର ଭାଲେରୀ ବାଇକୋଭସ୍କି । ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପହାର ଓ ନାରୀସଂଘ ସଦନ ତରଫରୁ ଉପହାର ଭାଲେଣ୍ଟିନାଙ୍କୁ ପ୍ରଦାନ କରାଗଲା । ରୁଷ ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଶୋକ ଚକ୍ର ଉପହାର ପ୍ରଦାନ କରାଗଲା । କଟକ ମ୍ୟୁନିସିପାଲଟି ଚେୟାରମ୍ୟାନଙ୍କ ପ୍ରଦତ୍ତ ଉପହାର ମେଜର ନିକୋଲାଏଭଙ୍କୁ ପ୍ରଦାନ କରାଗଲା । ମେଜର ଭାଲେରୀ ବାଇକୋଭସ୍କିଙ୍କୁ ମଧ୍ୟ ନାନା ଭାବରେ ଉପହାର ପ୍ରଦାନ କରାଗଲା ।

ଭୁବନେଶ୍ୱରରେ ଜାତୀୟ କଂଗ୍ରେସ ଅଧିବେଶନ :

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶାରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେବାପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇସାରିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ୧୯୩୨ ମସିହା ଏପ୍ରିଲ ମାସରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେବା ନିମନ୍ତେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । ବ୍ରିଟିଶ ସରକାର ସେତେବେଳେ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କରିଦେବାରୁ ଅଧିବେଶନ ବସିବା ବାତିଲ ହୋଇଯାଇଥିଲା । ଯାହାହେଉ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ଫଳରେ ଏହି କଂଗ୍ରେସ ଅଧିବେଶନ ୧୯୬୪ ମସିହା

ଜାନୁଆରି ମାସରେ ଅନୁଷ୍ଠିତ ହେଲା । ଏହି ଅଧିବେଶନ ଭୁବନେଶ୍ୱରଠାରେ ବସୁଥିବାରୁ ଜନସାଧାରଣ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା । ଏହି ଅଧିବେଶନ ଉପଲକ୍ଷେ ଭୁବନେଶ୍ୱର ରେଳଷ୍ଟେସନର ସୌନ୍ଦର୍ଯ୍ୟକରଣ ହେଲା । ଏହି ଅଧିବେଶନଟି ଭୁବନେଶ୍ୱରର ଆଠ ନମ୍ବର ୟୁନିଟ୍‍ରେ ଅନୁଷ୍ଠିତ ହୋଇଥିଲା ।

ଏହି ଅଞ୍ଚଳରେ ଅନେକ ସରକାରୀ ଗୃହ ନିର୍ମାଣ କରାଯାଇ ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠାତା ତ‌ଥା ବିଶିଷ୍ଟ ଜାତୀୟବାଦୀ ନେତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ଏହାକୁ ଗୋପବନ୍ଧୁ ନଗର ନାମରେ ନାମିତ କରାଗଲା । ଏହିସବୁ ସରକାରୀ ଘରେ ବିଭିନ୍ନ ଅଞ୍ଚଳରୁ ଆସିିଥିବା କର୍ମୀ ତ‌ଥା ପ୍ରତିନିଧିମାନେ ଅବସ୍ଥାପିତ ହେଲେ । ପରେ ପରେ ସେହି ସରକାରୀ ବାସଗୃହଗୁଡିକ ସରକାରଙ୍କୁ ଆବଣ୍ଟନ କରାଗଲା । ଏବେ ବି ସେହି ଘର ଗୁଡିକରେ ସରକାରୀ କର୍ମଚାରୀମାନେ ରହୁଛନ୍ତି ଓ ଏହି ଅଞ୍ଚଳଟି ଗୋପବନ୍ଧୁ ନଗର ଭାବରେ ସୁପରିଚିତ । ଏହି ଅଧିବେଶନ ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବାହାରି ସଭାସ୍ଥଳକୁ ଯାଇଥିଲା । ଏପରି ବିରାଟ ଶୋଭାଯାତ୍ରା କେବେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇ ନଥିବା ଜଣାଯାଏ ।

ଏହି କଂଗ୍ରେସ ଅଧିବେଶନ ପୂର୍ବରୁ ଭାରତର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଟିକରପଡା ନଦୀ ବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ତାଳଚେର ତାପଜ ବିଦ୍ୟୁତ୍‍ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।

ଏହି କଂଗ୍ରେସ ଅଧିବେଶନ ଥିଲା ଏକ ଐତିହାସିକ ଅଧିବେଶନ । ଭାରତର କୋଣ ଅନୁକୋଣରୁ ବହୁ କଂଗ୍ରେସ କର୍ମୀ ତ‌ଥା କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଏଥିରେ ଯୋଗଦାନ କରିିଥିଲେ । ଏହା ଥିଲା ପଣ୍ଡିତ ଜବାହାରଲାଲ ନେହେରୁଙ୍କପାଇଁ ଶେଷ ଓଡ଼ିଶା ଗସ୍ତ । କାରଣ ଜାନୁଆରି ମାସ ୬ ତାରିଖ ସକାଳ ଅଧିବେଶନ ବେଳେ ସେ ଖୁବ୍‍ ପ୍ରଫୁଲ୍ଲ ଥିଲେ । ହଠାତ୍‍ କ'ଣ

ହେଲା କେଜାଣି ସେ ଅସୁସ୍ଥ ଅନୁଭବ କଲେ । ଯାହା ଫଳରେ କି ତାଙ୍କୁ ଅଧିବେଶନ ସ୍ଥାନରୁ ବିଶ୍ରାମପାଇଁ ରାଜଭବନକୁ ନିଆଗଲା । ପରେ ସେ ଭୀଷଣ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ନିଆଗଲା । ଚାରିବାଟିଆଠାରୁ ଏକ ସ୍ୱତନ୍ତ୍ର ବିମାନରେ ସେ ଦିଲ୍ଲୀ ଚାଲି ଯାଇଥିଲେ । ତାଙ୍କ ଅନୁପସ୍ଥିତରେ କଂଗ୍ରେସ ଅଧିବେଶନ ସମାପ୍ତ ହେଲା ।

୧୯୬୪ ମସିହା ମଇମାସ ୨୭ ତାରିଖ ବୁଧବାର ଦିନ ଦିଲ୍ଲୀଠାରେ ତାଙ୍କର ପରଲୋକ ଘଟିଲା । ଗୋଟିଏ ଯୁଗର ଅବସାନ ଘଟିଲା ।

* * *
ସପ୍ତଦଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ସଦାଶିବ ତ୍ରିପାଠୀ

ବୀରେନ୍‍ ମିତ୍ରଙ୍କ ମେରୀ ରାୟ ଶାସନ ତ‌ଥା ତାଙ୍କୁ ସବୁକଥାରେ ବିଜୁବାବୁଙ୍କ ସମର୍ଥନ ଯୋଗୁଁ ଶାସନ କ୍ଷେତ୍ରରେ ଅନେକ ବିଶୃଙ୍ଖଳା ଦେଖାଦେଲା । ଓଡ଼ିଶାର ଜଣେ ଖଣି ମାଲିକ ମହମ୍ମଦ ସିରାଜ ଉଦ୍ଦିନ୍‍ଙ୍କଠାରୁ ବୀରେନ୍‍ ମିତ୍ର ଦେଢ଼ଲକ୍ଷ ଟଙ୍କାଚାନ୍ଦା ଉଠାଇ ଥିବା ଘଟଣାକୁ ନେଇ କଂଗ୍ରେସ ଦଳରେ ତୁମ୍ବିତୋଫାନ ଦେଖାଦେଲା । ଆଗରୁ ମହତାବ ଗୋଷ୍ଠୀର ପବିତ୍ର ପ୍ରଧାନ ଆଦି ବିଜୁ ଓ ବୀରେନଙ୍କର ବିରୋଧୀ ହୋଇସାରିଥିଲେ । ସେମାନେ ବିଜୁ ଓ ବୀରେନଙ୍କ ନାମରେ ଏପରି ଅନେକ ଘଟଣା କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ବରାବର ଆଣିବାରେ ଲାଗିଲେ । ସେତେବେଳେ କଂଗ୍ରେସ ସଭାପତି ଥାଆନ୍ତି କେ.କାମରାଜ ନାଦର । ଉତ୍କଳ ପ୍ରଦେଶ କମିଟିର ସଭାପତି ବିଜୟ କୁମାର ପାଣି । କାମରାଜ ନାଦର ଓଡ଼ିଶା ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଓ ଅନ୍ୟମାନଙ୍କ ନାମରେ ପାଇଥିବା ଅଭିଯୋଗ ପତ୍ରଗୁଡିକୁ ପ୍ରଦେଶ କମିଟି ସଭାପତିଙ୍କ ପାଖକୁ ପଠାଇଦେଲେ । ତଦନ୍ତକରି ଶୀଘ୍ର ଏକ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ ।

ପବିତ୍ରବାବୁଙ୍କୁ ଆକ୍ରମଣ :

ପ୍ରଦେଶ କଂଗ୍ରେସ ସଭାପତି ବିଜୟାନନ୍ଦ ପାଣି ତଦନ୍ତ ଉଦ୍ଦେଶ୍ୟରେ ୧୯୬୪ ମସିହା ଅଗଷ୍ଟ ମାସ ୨୩ ତାରିଖ ସନ୍ଧ୍ୟା ୭ଟା ସମୟରେ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଏକ ବୈଠକ ଡକାଇଲେ । ସଭାରେ ମହତାବ ଗୋଷ୍ଠୀରୁ ବନମାଳୀ ପଟ୍ଟନାୟକ ଓ ପବିତ୍ର ମୋହନ ପ୍ରଧାନ କେବଳ ଦୁଇଜଣ ଆସି ଯୋଗଦେଲେ । ସଂଧ୍ୟା ୭ଟା ବେଳକୁ ଅନ୍ୟ ସଭ୍ୟମାନେ ଆସି ଉପସ୍ଥିତ ହୋଇଗଲେ । ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ସଭାରେ ଉପସ୍ଥିତ ହୋଇ ସଭା ଆରମ୍ଭ ହେବା ଆଗରୁ ବାହାନା ଦେଖାଇ ଚାଲିଗଲେ ।

ସଭା ଆରମ୍ଭ ହେଲା । ଅଭିଯୋଗ ପତ୍ରଟିକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ବିଜୟ କୁମାର ପାଣି ସଭାରେ ଉପସ୍ଥାପନ କଲେ । ବିଜୁ ପଟ୍ଟନାୟକ ସେହି ଅଭିଯୋଗ ପତ୍ରଟିକୁ ଧରି ବନମାଳୀ ପଟ୍ଟନାୟକ ଓ ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଭୀଷଣ ରାଗିଯାଇ କହିଲେ, "ଆମ ଗୋଷ୍ଠୀର ଅମୂଳକ କୁତ୍ସା ପ୍ରଚାରଯୋଗୁଁ ନାନା ବିଭ୍ରାଟ ଉପୁଜୁଛି । ସେ ଦାବି କଲେ ଯେ, ଦରଖାସ୍ତରେ ଥିବା ସମସ୍ତ ଆପତ୍ତି ଅଭିଯୋଗ ଭିତ୍ତିହୀନ ଓ ମନଗଢ଼ା । ତେଣୁ ଅଭିଯୋଗକାରୀ ପବିତ୍ର ମୋହନ ପ୍ରଧାନ ଏହିସବୁ ଅଭିଯୋଗ ମିଥ୍ୟାରେ କରିଛନ୍ତି ବୋଲି ସ୍ୱୀକାର କରନ୍ତୁ । ଏହି ଅଭିଯୋଗକୁ ଏହି କ୍ଷଣି ଉଠାଇ ନିଅନ୍ତୁ ।" ବିଜୁବାବୁଙ୍କ କଥା ଶୁଣି ତାଙ୍କର ସମର୍ଥକମାନେ ରାଗରେ ପ୍ରଜ୍ୱଳିତ ହୋଇ ଚିତ୍କାର କଲେ ଯେ ଏହାକୁ ପବିତ୍ର ବାବୁ ଶୀଘ୍ର ଉଠାଇ ନିଅନ୍ତୁ । କେହି କେହି ପବିତ୍ରବାବୁଙ୍କୁ ମାଡ ମାରିବାକୁ ଆଗେଇ ଆସିଲେ । ଭୟରେ ପବିତ୍ରବାବୁ ଓ ବନମାଳୀବାବୁ ଧୀରସ୍ଥିର ହୋଇ କେବଳ ଯୁକ୍ତି କରୁଥା'ନ୍ତି । ସେ ଦୁହେଁ କହୁଥାଆନ୍ତି ଯେ, ଏହି ଅଭିଯୋଗଗୁଡିକ ବିଜୁ ଏବଂ ବୀରେନ୍‍ଙ୍କ ବିରୁଦ୍ଧରେ ଅଣାଯାଇଛି । ଏଠାରେ ଆମ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ହେଉଛନ୍ତି ବିଜୁବାବୁଙ୍କ ଲୋକ । ଆମକୁ ଏଠାରେ ନ୍ୟାୟ ମିଳିବ ନାହିିଁ । ସେଥିପାଇଁ ଆମେ ଉଚିତ୍‍ ପ୍ରମାଣ ଦିଲ୍ଲୀର ନିଖିଳ ଭାରତ କଂଗ୍ରେସ କମିଟି ପାଖରେ ପ୍ରକାଶ କରିବୁ ।"

ଏହା ପରେ ବିଜୁ ପଟ୍ଟନାୟକ ଗୋଟିଏ ଟେଲିଗ୍ରାମର ଡ୍ରାଫ୍‍ଟ ପବିତ୍ରବାବୁଙ୍କୁ ଦେଖାଇ କହିଲେ, ଏହାକୁ କେନ୍ଦ୍ର କମିଟିକୁ ପଠାଯିବ । ଆପଣ ଏଥିରେ ଦସ୍ତଖତ କରନ୍ତୁ । ସେହି ଟେଲିଗ୍ରାମରେ ଲେଖାଥିଲା, "ମୁଁ ଯେଉଁ ଆପତ୍ତି ଅଭିଯୋଗ କରିିଥିଲି ତାହା ଡକ୍ଟର ମହତାବ ଆଦିଙ୍କ ପ୍ରରୋଚନାରେ କରିିଥିଲି । ଅଭିଯୋଗଗୁଡିକ ମିଥ୍ୟା । ତେଣୁ ମୁଁ କ୍ଷମା ମାଗିବା ସଙ୍ଗେ ସଙ୍ଗେ ଉକ୍ତ ଦରଖାସ୍ତକୁ ପ୍ରତ୍ୟାହାର କରି ନେଉଛି ।" ପବିତ୍ରବାବୁ ଏହାର ପ୍ରତିବାଦ କରିବାରୁ ବିଜୁବାବୁ ତାଙ୍କ ଆସନରୁ ଉଠିଆସି ପବିତ୍ରବାବୁଙ୍କ ଉପରକୁ ଝା- ମାରି ଏକ ନିର୍ଘାତ ଚାପୁଡା ମାରିଲେ ଏବଂ ତାଙ୍କୁ ଖୁବ୍‍ ଜୋର୍‍ରେ ଟାଣି ପୁଣି ମାରିବାରେ ଲାଗିଲେ । ପବିତ୍ରବାବୁଙ୍କ କାମିଜ୍‍ ଚିରି ପକାଇଲେ । ଏହି ଘଟଣାରେ ବନମାଳୀବାବୁ ଓ ପବିତ୍ରବାବୁ ନିର୍ବାକ - କାଠଭୂତ ପାଲଟିଗଲେ । ବନମାଳୀବାବୁ ପବିତ୍ରବାବୁଙ୍କୁ ସେଠାରୁ ନେଇ ଚାଲିଆସିଥିଲେ । ସେତେବେଳକୁ ସମୟ ରାତ୍ରି ପ୍ରାୟ ସାଢ଼େଦଶଟା କି ଏଗାରଟା ହେବ । ବାହାରେ ଥିବା ଡ୍ରାଇଭର ଓ ଅନ୍ୟାନ୍ୟ କେତେକ ବ୍ୟକ୍ତି ଏପରି ଆକ୍ରମଣାତ୍ମକ ଚିତ୍କାର ଶୁଣି ଅବାକ୍‍ । ପ୍ରଥମେ ବନମାଳୀବାବୁ ଓ ପବିତ୍ରବାବୁ ଏହି ଘଟଣା ସୁରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ କହିଲେ । ସଙ୍ଗେ ସଙ୍ଗେ ଏହି ଘଟଣା ଦିଲ୍ଲୀ କର୍ତ୍ତୃପକ୍ଷ ତ‌ଥା ଓଡ଼ିଶାର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଜଣାଇ ଦିଆଗଲା ।

ପରଦିନ ସକାଳେ ଏହି ଘଟଣା ବିଜୁଳି ବେଗରେ ରାଜ୍ୟର ଚତୁର୍ଦ୍ଦିଗକୁ ବ୍ୟାପିଗଲା । ଓଡ଼ିଶାବାସୀ ଏପରି ଘଟଣାକୁ ତୀବ୍ର ଭାବରେ ନିନ୍ଦା ଓ ଘୃଣାକଲେ । ବିଜୁବାବୁଙ୍କର ଶତ ସଫେଇକୁ କେହି ବିଶ୍ୱାସ କଲେନାହିିଁ । ଏହି ଖବର ଭାରତର ପ୍ରତ୍ୟେକ ଅଞ୍ଚଳର ଖବରକାଗଜମାନଙ୍କରେ ପ୍ରକାଶପାଇଲା । (ମୁକ୍ତିପଥେ ସୈନିକ - ପୃ ୨୦୧-୨୦୫)

ଏହି ଘଟଣା ପରେ ପରେ ଓଡ଼ିଶା କଂଗ୍ରେସର ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଗଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଦୁର୍ନୀତି ସ-ର୍କରେ ପାର୍ଲାମେଣ୍ଟରେ ମଧ୍ୟ ଆଲୋଚନା ହେଲା । ଅନୁସନ୍ଧାନ କରିବାପାଇଁ କେନ୍ଦ୍ରର ଛ'ଜଣ ବରିଷ୍ଠମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଗଲା । ଏଥିରେ ରହିଲେ : ଏମ୍‍.ସି.ଚଗଲା - ଶିକ୍ଷାମନ୍ତ୍ରୀ, ଅଶୋକ ସେନ - ଆଇନ ମନ୍ତ୍ରୀ, ଟି.ଟି କୃଷ୍ଣମାଚାରୀ- ଅର୍ଥମନ୍ତ୍ରୀ, ଚୌହାନ- ଦେଶରକ୍ଷା ମନ୍ତ୍ରୀ, ସର୍ଦ୍ଦାର ସ୍ୱରଣ ସିଂହ- ବୈଦେଶିକ ବିଭାଗ ମନ୍ତ୍ରୀ ଓ ଗୁଲଜାରୀ ଲାଲ ନନ୍ଦା- ସ୍ୱରାଷ୍ଟ୍ର ମନ୍ତ୍ରୀ ।

ବୀରେନ୍‍ ମିତ୍ରଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଦୁଇ ଦୁଇଟି ଛାତ୍ର ଆନ୍ଦୋଳନ ଘଟିିଥିଲା । ସେହି ଛାତ୍ର ଆନ୍ଦୋଳନ ଦୁଇଟି ଭୟାବହ ରୂପ ନେଇଥିଲା ଏବଂ ଏହା ତାଙ୍କ ପତନର କାରଣ ହୋଇଥିଲା ।

୧୯୬୪ ମସିହା ସେପ୍ଟେମ୍ବର ଦୁଇ ତାରିଖ । କଟକରୁ ଭୁବନେଶ୍ୱର ଆସୁଥିଲେ ଜଣେ କୃଷି ମହାବିଦ୍ୟାଳୟର ଛାତ୍ର ଓ.ଆର.ଟି ବସ୍‍ରେ । ପଇସା ଦିଆନିଆକୁ କେନ୍ଦ୍ର କରି ଛାତ୍ର ଓ ବସ୍‍ କଣ୍ଡବ୍ଧରଙ୍କ ଭିତରେ ବଚସା ପରେ ଧସ୍ତାଧସ୍ତି ହେଲା । ଛାତ୍ର ଜଣକ ଆଘାତ ପାଇଲେ । ଫଳରେ ସେ କ୍ୟାପିଟାଲ ଥାନାରେ ଏକ ଏତଲା ଦେଲେ କଣ୍ଡକ୍ଟରଙ୍କ ନାଁରେ । କଣ୍ଡକ୍ଟର ଗିରଫ ହୋଇ ହାଜତରେ ରହିଲେ । କଥାଟି ଏଇଠି ସରିଗଲା ନାହିିଁ । ଖରାବେଳେ କୃଷି ମହାବିଦ୍ୟାଳୟ ଓ ବିଜେବି କଲେଜର ଛାତ୍ରମାନେ ଶୋଭାଯାତ୍ରାରେ ଆସି ଥାନା ପାଖରେ ପହଞ୍ଚିଲେ । ଗିରଫ କଣ୍ଡକ୍ଟରଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ପାଟିକଲେ । ହେଲେ କଣ୍ଡକ୍ଟରଙ୍କୁ ପିଲାଙ୍କ ହାତରେ ଛାଡି ଦେଲେ କଣ୍ଡକ୍ଟରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ଭାବି ପୋଲିସ୍‍ ନାରାଜ ହେଲେ । ଫଳରେ ପିଲାମାନେ ସେଠାରୁ ଓଡ଼ିଶା ବିଧାନସଭା ଆଡକୁ ମାଡିଚାଲିଲେ । ସେମାନେ ଗେଟ୍‍ ଭାଙ୍ଗି ବିଧାନସଭା ହତା ଭିତରେ ପଶିଲେ । କାରଣ ସେଠାରେ ସ୍ୱଳ୍ପ ସଂଖ୍ୟକ ପୋଲିସ୍‍ କର୍ମଚାରୀ ଥିଲେ । ପୁରୀ ଜିଲ୍ଲା ପୋଲିସ୍‍ ଅଧୀକ୍ଷକ ଗୋବିନ୍ଦ ସେନାପତି ଓ ଆଇ.ଜି ଶ୍ରୀକାନ୍ତ ଘୋଷ ଘଟଣା ସ୍ଥଳରେ ଆସି ପହଞ୍ଚିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଛାତ୍ରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୋଲିସ୍‍କୁ ନିବେଦନ କଲେ । ପୋଲିସ ନିଷ୍କ୍ରିୟ ହୋଇ ଯିବାରୁ ଛାତ୍ରମାନେ ବିଧାନସଭା ଗୃହରେ ପ୍ରବେଶ କରିଗଲେ । ବିଧାନସଭା ଚାଲିଥାଏ । ଛାତ୍ରମାନେ ବିଧାନସଭାରେ ନାନା ଉପଦ୍ରବ କରି ଭଙ୍ଗାରୁଜା କଲେ । ଟେକା ମାରି ବିଧାନସଭାର ଝରକା ଆଦି ଭାଙ୍ଗିଦେଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ୍‍ ନିଷ୍କ୍ରିୟ ରହିଲା । ଅନୁତପ୍ତ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଦେଲେ ।

ନିଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଅତୁଲ୍ୟ ଘୋଷ ପର୍ଯ୍ୟବେକ୍ଷକ ଭାବରେ ଆସି ବୀରେନ୍‍ ମିତ୍ରଙ୍କୁ ବୁଝାସୁଝା କଲେ । ପରିସ୍ଥିତି ସ-ର୍କରେ ଅନୁଧ୍ୟାନ କଲେ । ଫଳରେ ବୀରେନ୍‍ ମିତ୍ର ନିଜର ଇସ୍ତଫା ପ୍ରତ୍ୟାହାର କରିନେଲେ ।

ଭୁବନେଶ୍ୱର ଛାତ୍ର ଆନ୍ଦୋଳନ ପରେ କଟକ ସହରରୁ ଆଉ ଗୋଟିଏ ଛାତ୍ର ଆନ୍ଦୋଳନ ମୁଣ୍ଡଟେକିଲା । ଏହା ଐତିହାସିକ ଛାତ୍ରଆନ୍ଦୋଳନ ଭାବରେ ଖୁବ୍‍ ଜଣାଶୁଣା । କାରଣ ଏହି ଛାତ୍ର ଆନ୍ଦୋଳନ କଟକରୁ ଆରମ୍ଭ ହୋଇ ସାରା ଓଡ଼ିଶାକୁ ବ୍ୟାପି ଯାଇଥିଲା । ଗୋଟିଏ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଏହି ଆନ୍ଦୋଳନ ବିରାଟ ରୂପ ନେଇଥିଲା ।

୧୯୬୪ ମସିହା ସେପ୍ଟେମ୍ବର ୨୬ ତାରିଖ ସଂଧ୍ୟା । କଟକ ଇଞ୍ଜିନିୟରିଂ ସ୍କୁଲର ଜଣେ ଛାତ୍ର ଗୋଟିଏ ପୁରୁଣା ଟ୍ରାଞ୍ଜିଷ୍ଟର ଷ୍ଟେସନବଜାରର ଗୋଟିଏ ରେଡିଓ ଦୋକାନରେ ମରାମତି କରାଇଥିଲେ । ମାତ୍ର ତାକୁ ତା'ର ପ୍ରାପ୍ୟ ଦେଇ ନଥିଲେ । ଦିନେ ସେହି ଛାତ୍ର ଷ୍ଟେସନବଜାରର ଗୋଟିଏ ସେଲୁନ୍‍ରେ ବାଳ କାଟୁଥିବା ସମୟରେ ରେଡିଓ ଦୋକାନୀ ଛାତ୍ରଙ୍କୁ ନିଜ ଦେକାନକୁ ଟାଣି ଟାଣି ଆଣିିଥିଲେ । ଫଳରେ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । ସେହି ଛାତ୍ରଙ୍କ ନାମ ଶଶଧର ଦାସ । ସେ ରହୁଥିଲେ ରେଳବାଇ ହଷ୍ଟେଲରେ । ଶଶଧର ଆସି ସାଙ୍ଗମାନଙ୍କୁ ଏକଥା କହିଲେ ।

ସନ୍ଧ୍ୟାବେଳେ କିଛି ଛାତ୍ର ସେହି ରେଡିଓ ଦୋକାନରେ ପହଞ୍ଚି ଲୁଟପାଟ ଆରମ୍ଭ କରିଦେଲେ । ସେମାନଙ୍କ ସହ ରେଭେନ୍‍ସା କଲେଜର କିଛି ଛାତ୍ର ମଧ୍ୟ ଯୋଗଦେଲେ । ଏହି ଗଣ୍ଡଗୋଳର ମଉକା ଦେଖି କେତେକ ଅସାମାଜିକ ଲୋକ ମଧ୍ୟ ଏଥିରୁ ଫାଇଦା ଉଠାଇଥିଲେ । ଗଣ୍ଡଗୋଳ ଭୀଷଣ ରୂପନେଲା । ଖବର ପାଇ ପୋଲିସ ଓ ମାଜିଷ୍ଟ୍ରେଟ ସେଠାରେ ପହଞ୍ଚିିଥିଲେ । ପିଲାମାନେ ପୋଲିସକୁ ଟେକା ମାରିଲେ । ପୋଲିସ ଓ ଛାତ୍ରମାନଙ୍କ ଭିତରେ ଘମାଘୋଟ ଲଢେ଼ଇ ହେଲା । ପାଖରେ ଥିବା ମଧୁସୂଦନ ଲ' କଲେଜର ଛାତ୍ରମାନେ ମଧ୍ୟ ଏଥିରେ ସହଯୋଗ କଲେ । କେତେକ ଛାତ୍ର ଗିରଫ ହେଲେ ।

କ୍ରମେ ଏହି ଆନ୍ଦୋଳନ ସାରା ଓଡ଼ିଶାକୁ ବ୍ୟାପିଲା । କଟକ ମେଡିକାଲ କଲେଜର ଛାତ୍ରମାନେ ଏଥିରେ ପୂର୍ଣ୍ଣ ସହଯୋଗ କଲେ । ପ୍ରତିଦିନ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ କଟକ କଲେକ୍ଟରେଟରେ ପହଞ୍ଚି ସଭା କରୁଥିଲେ । ଛାତ୍ରଛାତ୍ରୀମାନେ ରାସ୍ତାରେ ଶୋଭାଯାତ୍ରାରେ ଗଲାବେଳେ ବିଜୁ-ବୀରେନ୍‍ କେଉଁଠି ? ମଦବୋତଲ ଯେଉଁଠି ବୋଲି ଧ୍ୱନି ଦେଉଥିଲେ । କଟକ ଜିଲ୍ଲାପାଳଙ୍କ ଅଫିସ୍‍ ଉପରକୁ ଉଠିଯାଇ ଛାତ୍ରମାନେ ଜାତୀୟ ପତାକାକୁ କାଢ଼ି ସେଠାରେ କଳା ପତାକା ଉଡାଇଲେ । ପଦ୍ମନାଭ ମିଶ୍ର କଲେକ୍ଟର ଥାଆନ୍ତି । ପିଲାମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥାନ୍ତି । ଛାତ୍ରଆନ୍ଦୋଳନ ଥମିଲା ନାହିଁ, ବରଂ ଦିନକୁ ଦିନ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା । ପ୍ରତ୍ୟେକ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ସରକାରୀ ଅଫିସମାନଙ୍କରେ କଳାପତାକା ଉଡାଇଲେ । ବିଭିନ୍ନ ଦାବି ନେଇ ଛାତ୍ରମାନେ ଆନ୍ଦୋଳନକୁ ଜୋରଦାର କଲେ । ଜଗତସିଂହପୁର, ଯାଜପୁର, ବ୍ରହ୍ମପୁରରେ ପୋଲିସ ଗୁଳିମାଡରେ ଜଣେ ଲେଖାଏଁ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହେଲା । ବାଙ୍କୀ, ଭବାନୀପାଟଣା ଓ ଭୁବନେଶ୍ୱର ଆଦି ସହରରେ ପୁଲିସଗୁଳିରେ ଆନ୍ଦୋଳନକାରୀମାନେ ଆହତ ହେଲେ ।

ଅନେକ ଛାତ୍ର ଓ ଛାତ୍ରନେତାଙ୍କୁ ଜେଲ୍‍ରେ ରଖାଗଲା । ଆନ୍ଦୋଳନ ନଭେମ୍ବର ମାସ ପ୍ରଥମ ସପ୍ତାହ ଯାଏ ଚାଲିିଥିଲା ।

ଏହାର ତଦନ୍ତ କରିବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁଲଜାରୀଲାଲ ନନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଓଡ଼ିଶା ପଠାଇଲେ ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବେକରେ ମଦବେପାରୀଙ୍କ ଫୁଲମାଳ :

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଗୁଲଜାରୀଲାଲ୍‍ ନନ୍ଦାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରଠାରେ ସ୍ୱାଗତ ଜଣାଇବାପାଇଁ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଗଲେ । ତାଙ୍କ ସହିତ ଗଲେ କଟକ ସାହି ବସ୍ତିର କେତେଜଣ ମୁରବୀ ବ୍ୟକ୍ତି । ସେମାନଙ୍କ ଭିତରେ ଥିଲେ ମଙ୍ଗଳାବାଗର ପ୍ରସିଦ୍ଧ ମଦ ବ୍ୟବସାୟୀ ହାଡିବଂଧୁ ଦାସ ଓଗେର ଅନ୍ୟ କେତେଜଣ ବ୍ୟକ୍ତି । ସେମାନେ ନନ୍ଦାଜୀଙ୍କ ବେକରେ ଫୁଲମାଳ ପିନ୍ଧାଇ ଦେଲେ । ତହିିଁ ପରଦିନ ଖବର କାଗଜରେ ପ୍ରକାଶ ପାଇଲା "ସଦାଚାରୀ ନନ୍ଦାଙ୍କୁ ମଦବେପାରୀଙ୍କ ଫୁଲମାଳ" ଏଥିରେ ନନ୍ଦାଜୀ କ୍ରୋଧ ପ୍ରକାଶ କଲେ ।

କଟକ ସହରରେ ନନ୍ଦାଜୀ ପହଞ୍ଚିଲେ । ରେଭେନ୍‍ସା କଲେଜକୁ ଗଲେ ଛାତ୍ର ଆନ୍ଦୋଳନ ସ-ର୍କରେ ଅନୁଧ୍ୟାନ କରିବା ପାଇଁ । ସେହି ସମୟରେ ଅନେକ ଛାତ୍ର ଓ ଛାତ୍ରନେତା ଥାଆନ୍ତି ଜେଲ୍‍ରେ । ରେଭେନ୍‍ସା କଲେଜରେ ନନ୍ଦାଜୀଙ୍କୁ ଛାତ୍ରମାନଙ୍କ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ନନ୍ଦାଜୀ ଛାତ୍ରମାନଙ୍କ ସହ ଆଲୋଚନା କରିବାପାଇଁ ଚାହିିଁବାରୁ, ଛାତ୍ରମାନେ ଦାବିକଲେ ଯେ, ଗିରଫ ଛାତ୍ରମାନଙ୍କୁ ଖଲାସ ନ କଲାଯାଏ କୌଣସି ଆଲୋଚନା ସମ୍ଭବ ନୁହେଁ । ଫଳରେ ଛାତ୍ର ନେତାମାନଙ୍କୁ ଖଲାସ କରି ଦେବାପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦେଶ ଦେଲେ । ଛାତ୍ରମାନେ ଖଲାସ ହୋଇ ଆସି ଆଲୋଚନାରେ ଭାଗ ନେଲେ ।

ଛାତ୍ର ଆନ୍ଦୋଳନର ବିଚାର ବିଭାଗୀୟ ତଦନ୍ତ ଆଦେଶ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିବାରୁ ଛାତ୍ର ଆନ୍ଦୋଳନ ପ୍ରତ୍ୟାହୃତ ହେଲା । ଏହା ପରେ ରମା ଦେବୀ ଓ ଆଡଭୋକେଟ ଜେନେରାଲ ଦୀନବଂଧୁ ସାହୁଙ୍କ ମଧ୍ୟସ୍ଥତାରେ ସରକାର ଓ ଛାତ୍ର ପ୍ରତିନିଧିମାନଙ୍କର ବୈଠକ ବସିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଛାତ୍ରମାନଙ୍କର ସମସ୍ତ ଦାବି ମାନିନେଲେ । ଚୁକ୍ତି ପତ୍ରରେ ନିଜେ ଦସ୍ତଖତ କଲେ । ମାନ୍ୟବର ବିଚାରପତି ସତ୍ୟଭୂଷଣ ବର୍ମନଙ୍କ ଅଧ୍ୟକ୍ଷତାରେ ଏକ ଜଣିକିଆ କମିଶନ ଗଠିତ ହେଲା । କମିଶନରଙ୍କ ରିପୋର୍ଟ ଛାତ୍ରମାନଙ୍କ ସପକ୍ଷରେ ଯାଇଥିଲା ।

ବିଜୁ ପଟ୍ଟନାୟକ ଓ ବୀରେନ୍‍ ମିତ୍ରଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିକଟକୁ ଅନବରତ ପ୍ରେରଣ ହେଲା । ଏହାକୁ କେବଳ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀର ଲୋକେ ପଠାଇ ନଥିଲେ । ରାଜ୍ୟର ସୋସାଲିଷ୍ଟ ନେତା ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ବିରୋଧିଦଳ ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଦଳ ତରଫରୁ ମଧ୍ୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏପରି ଅଭିଯୋଗମାନ ପଠାଯାଇଥିଲା । ଏହିସବୁ ଅଭିଯୋଗର ସତ୍ୟତା

ପରୀକ୍ଷା କରିବାପାଇଁ ସି.ବି.ଆଇ ତଦନ୍ତ ନିର୍ଦେଶ ଦିଆଯାଇଥିଲା । ଛ'ଜଣିଆ କ୍ୟାବିନେଟ ସବ୍‍କମିଟି ମଧ୍ୟ ଗଠନ କରାଯାଇଥିଲା । ତଦନ୍ତ ରିପୋର୍ଟ ବିଜୁବାବୁ ଓ ବୀରେନ୍‍ ମିତ୍ରଙ୍କ ବିରୁଦ୍ଧରେ ଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ରିପୋର୍ଟ ଅନୁସାରେ ବିଜୁ ପଟ୍ଟନାୟକଙ୍କୁ ଯୋଜନାବୋର୍ଡ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ନିର୍ଦେଶ ଦେଇଥିଲେ । ଏହା ହେଲା ୧୯୬୫ ମସିହା ଜାନୁଆରି ୨୯ ତାରିଖର ଘଟଣା । ଫେବ୍ରୁଆରି ୨୦ ତାରିଖରେ ବୀରେନ୍‍ ମିତ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ବିଜୁ-ବୀରେନ୍‍ଙ୍କ ଶାସନର ଅବସାନ ଘଟିଲା । ସେତେବେଳେ ଓଡ଼ିଶାର ରାଜ୍ୟପାଳ ଥିଲେ ଡଃ ସୌକତଲା ସାହା ଆନ୍‍ସାରୀ ।

ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ :

ସେତେବେଳେ ବିଜୁ ପଟ୍ଟନାୟକଙ୍କର କଂଗ୍ରେସ ଦଳ ଉପରେ ଅଖଣ୍ଡ କର୍ତ୍ତୃତ୍ୱ । ସେ ଥାଆନ୍ତି କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ । ସେ ପୁ'ଣି ଚାହିଁଲେ ଓଡ଼ିଶାରେ ଦୁର୍ବଳ ନେତୃତ୍ୱ । ଯଦିଓ ତାଙ୍କର ନୀଳମଣି ରାଉତରାୟଙ୍କ ସହ ସ-ର୍କ ଖୁବ୍‍ ମଧୁର ତ‌ଥାପି ସେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବାକୁ ଚାହିଁଲେ ନାହିିଁ । ସେ ଚାହିଁଲେ ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ।

ଫେବ୍ରୁଆରି ୨୧ ତାରିଖ ଦିନ ବିଧାନସଭା ଗୃହ କମିଟି ରୁମରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେଲା । ସଦାଶିବ ତ୍ରିପାଠୀ ନିର୍ଦ୍ୱନ୍ଦ୍ୱରେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ । ସେ ମନ୍ତ୍ରିମଣ୍ଡଳ ଗଠନ କଲେ । ତାଙ୍କ ମନ୍ତ୍ରିମଣ୍ଡଳରେ ରହିଲେ ତାଙ୍କୁ ମିଶାଇ ୭ଜଣ କ୍ୟାବିନେଟ ମନ୍ତ୍ରୀ । ସେମାନେ ଓ ସେମାନଙ୍କର ବିଭାଗ ସବୁ ହେଲା :

}} କ୍ୟାବିନେଟ ମନ୍ତ୍ରୀ :
ସଦାଶିବ ତ୍ରିପାଠୀ : ମୁଖ୍ୟମନ୍ତ୍ରୀ ସହିତ ଅର୍, ଶିଳ୍ପ, ଯୋଜନା ଓ ସମନ୍ୱୟ, ଖଣି-ଭୂତତ୍ତ୍ୱ
ଜଳସେଚନ ଓ ଶକ୍ତି, ବାଣିଜ୍ୟ, ରାଜସ୍ୱ, ସମବାୟ ଓ ଜଙ୍ଗଲ, ଗୋଷ୍ଠୀ
ଉନ୍ନୟନ ଓ ପଞ୍ଚାୟତିରାଜ
ନୀଳମଣି ରାଉତରାୟ : ପଲଟିକାଲ ଓ ସର୍ଭିସେସ୍‍, ଘରୋଇ, ଯୋଗାଣ, ଶ୍ରମ ଓ ନିୟୋଜନ
ଏବଂ ହାଉସିଂ
ସତ୍ୟପ୍ରିୟ ମହାନ୍ତି : ଶିକ୍ଷା, ସାଂସ୍କୃତିକ ବ୍ୟାପାର, ପୂର୍ତ୍ତ ଓ ପରିବହନ
ପି.ଭି.ଜଗନ୍ନାଥ ରାଓ : ସ୍ୱାସ୍ଥ୍ୟ ବିଭାଗ (ସ୍ୱାୟତ୍ତ ଶାସନ ସଂସ୍ଥା ବ୍ୟତୀତ)
ଟି. ସାଙ୍ଗନ୍ନା : ଆଦିବାସୀ ଓ ଗ୍ରାମ ଉନ୍ନୟନ, ଅବକାରୀ, ରାଜସ୍ୱ
ବନମାଳୀବାବୁ : ଆଇନ, ସ୍ୱାସ୍ଥ୍ୟ (ସ୍ୱାୟତ୍ତ ଶାସନ ବିଭାଗ)
ରାମ ପ୍ରସାଦ ମିଶ୍ର : କୃଷି, ପଶୁପାଳନ ସମବାୟ, ଜଙ୍ଗଲ (ଜଙ୍ଗଲ ବ୍ୟତୀତ)

ଉପମନ୍ତ୍ରୀ :

ପ୍ରହ୍ଲାଦ ମଲ୍ଲିକ : ଜଳସେଚନ ଓ ଶକ୍ତି, ରାଜସ୍ୱ (ବିଭାଗର କିଛିଅଂଶ) ଓ ଅର୍
ସରସ୍ୱତୀ ପ୍ରଧାନ : ଶିକ୍ଷା
ସନ୍ତୋଷ କୁମାର ସାହୁ : ସାଂସ୍କୃତିକ ବ୍ୟାପାର, ସମବାୟ ଓ ଜଙ୍ଗଲ (ସମବାୟ ଓଜଙ୍ଗଲ
ବିଭାଗର ବିଭିନ୍ନ ଶାଖା) ଖଣି ଓ ଭୂତତ୍ତ୍ୱ
ଚନ୍ଦ୍ରମୋହନ ସିଂହ : ଶ୍ରମ, ନିୟୋଜନ, ହାଉସିଂ, ଘରୋଇ (ଜେଲ), ଅବକାରୀ, ରାଜସ୍ୱ
(ବେଟରମେଣ୍ଟ ଲେଭି ଏବଂ ଜଳକର ଓ ସେସ୍‍ବ୍ୟତୀତ)
ଚିତ୍ତ ରଂଜନ ନାୟକ : ଶିଳ୍ପ, ବାଣିଜ୍ୟ ଓ ପରିବହନ (ପୂର୍ତ୍ତ ଓ ପରିବହନ ବିଭାଗର ଶାଖା)
ଅନୁପ ସିଂହଦେଓ : ଗୋଷ୍ଠୀ ଉନ୍ନୟନ, ପଞ୍ଚାୟତିରାଜ, ଲୋକ ସ-ର୍କ (ଘରୋଇ ବିଭାଗର
ଶାଖା)
ମଦନମୋହନ ପ୍ରଧାନ : କୃଷି ଓ ପଶୁ ପାଳନ

ମୁଖ୍ୟମନ୍ତ୍ରୀ ହେବାର କିଛି ଦିନ ପରେ ସଦାଶିବବାବୁ ପୀଡିତ ହୋଇଗଲେ । ଏହି ସମୟରେ ସେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ବିଭାଗରେ ଅଦଳ ବଦଳ କଲେ । ଏିରେ ସାଧାରଣରେ ବିସ୍ମୟ ସୃଷ୍ଟି ହେଲା । ସେ ଏହି ବିଭାଗ ଅଦଳ ବଦଳ ବିଜୁ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ କରିନିବାରୁ ବିଜୁବାବୁ ତାଙ୍କ ଉପରେ କ୍ଷୁବ୍ଧ ହେଲେ । ଫଳରେ ଚଉଦ ଜଣ ମନ୍ତ୍ରୀ, ଉପମନ୍ତ୍ରୀଙ୍କ ଭିତରୁ ୧୨ ଜଣ ଇସ୍ତଫା ପ୍ରଦାନ କଲେ । ଏହା ଥିଲା ବିଜୁ ପଟ୍ଟନାୟକଙ୍କ ଇଙ୍ଗିତ । ଏକା କଂଗ୍ରେସ ସଭାପତି କାମରାଜଙ୍କ ଦୃଷ୍ଟିକୁ ଗଲା । କାମରାଜ ମନ୍ତ୍ରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେଇ, ସେହି ତାରିଖ ମଧ୍ୟରେ ନିଜ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର ନକଲେ ତାହା ଗୃହୀତ

ହୋଇଗଲା ବୋଲି ଧରିନିଆଯିବ ବୋଲି କହିଲେ । ଫଳରେ ମନ୍ତ୍ରୀମାନେ ସେମାନଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଥିଲେ ।

ଶେଷରେ ସଦାଶିବ ତ୍ରିପାଠୀ ପରବର୍ତ୍ତୀ ନିର୍ବାଚନ ହେବାଯାଏ ନିଜ ପଦବୀରେ ରହି ଉତ୍ତମ ରୂପେ ଶାସନ ତୁଲାଇଥିଲେ । ସଦାଶିବବାବୁଙ୍କ ଶାସନକାଳରେ ୧୯୬୬ ମସିହାରେ ଓଡ଼ିଶାରେ ଦେଖାଦେଇଥିବା ମରୁଡି ବିଶେଷ ଭାବରେ ଲୋକଙ୍କ ଆର୍ଥିକମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା ।

* * *
ଅଷ୍ଟାଦଶ ପରିଚ୍ଛେଦ
ଚତୁର୍ଥ ସାଧାରଣ ନିର୍ବାଚନ ଓ
ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ

ଡକ୍ଟର ହରେକୃଷ୍ଣ ମହତାବ, ପବିତ୍ର ମୋହନ ପ୍ରଧାନ, ବନମାଳୀ ପଟ୍ଟନାୟକ, ମନମୋହନ ଟୁଡୁ, ସୁରେନ୍ଦ୍ରନାଥ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ ଓ ସୁନାରାମ ସୋରେନ ଆଦି କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ କଂଗ୍ରେସ ଦଳ ତ୍ୟାଗ କରି ୧୯୬୫ ମସିହା ମଇ ମାସ ୫ ତାରିଖରେ ଓଡ଼ିଶା ଜନକଂଗ୍ରେସ ନାମରେ ଏକ ନୂତନ ଆଞ୍ଚଳିକ ରାଜନୈତିକ ଦଳ ପ୍ରତିଷ୍ଠା କଲେ । ପବିତ୍ର ମୋହନ ପ୍ରଧାନ ହେଲେ ଏହି ଦଳର ସଭାପତି । ସେହି ବର୍ଷ ନଭେମ୍ବର ୨୬ ତାରିଖ ଦିନ ଭୁବନେଶ୍ୱରର କେଦାରଗୌରୀଠାରେ ଦଳର ଏକ ସମ୍ମିଳନୀ ଅନୁଷ୍ଠିତ ହେଲା । ଏହି ସମ୍ମିଳନୀରେ ଦଳର ଲକ୍ଷ୍ୟ, ଉଦ୍ଦେଶ୍ୟ, ନୀତି ଓ କାର୍ଯ୍ୟକ୍ରମମାନ ସ୍ଥିର କରାହେଲା । କାରଣ ଆଗକୁ ଥାଏ ସାଧାରଣ ନିର୍ବାଚନ । ଦଳ କିପରି ସଫଳତା ଲାଭ କରିବ ସେଥିପାଇଁ ମଧ୍ୟ ନୀତିନିର୍ଦ୍ଧାରଣ କରାଗଲା । ଦଳର ଦର୍ଶନ ହେଲା, ଗାନ୍ଧୀ-ଦର୍ଶନ, ନୀତି ହେଲା ଗାନ୍ଧୀ-ନୀତି, ଓ ଲକ୍ଷ୍ୟ ହେଲା ଗାନ୍ଧୀ ଦର୍ଶନର ଲକ୍ଷ୍ୟ । (ମୁକ୍ତିପଥେ ସୈନିକ- ପବିତ୍ର ମୋହନ ପ୍ରଧାନ)

ଓଡ଼ିଶା ବିଧାନ ସଭା ଓ ଲୋକସଭାପାଇଁ ସାଧାରଣ ନିର୍ବାଚନ ୧୯୬୭ ମସିହା ଫେବ୍ରୁଆରି ୨୧ ତାରିଖରେ ଗୋଟିଏ ଦିନରେ ସମାପ୍ତ ହେବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । କ୍ଷମତା ହାସଲ ପାଇଁ ଏହି ନବଗଠିତ 'ଜନକଂଗ୍ରେସ ଦଳ' ସ୍ୱତନ୍ତ୍ର ଦଳ ସହ ମେଣ୍ଟ କଲା । ଓଡ଼ିଶାର 'ଗଣତନ୍ତ୍ର ପରିଷଦ' ସେତେବେଳକୁ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ପ୍ରତଷ୍ଠିତ ଜାତୀୟ ଦଳ, ସ୍ୱତନ୍ତ୍ରପାର୍ଟି ସହ ମିଶି ଯାଇଥାଏ । ଏହି ନିର୍ବାଚନରେ ସମୁଦାୟ ୬୦୩ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ସମସ୍ତ ୧୪୦ଟି ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନରେ ପ୍ରାର୍ଥୀ ଠିଆ କରାଇଲା । ସ୍ୱତନ୍ତ୍ର ଓ ଜନକଂଗ୍ରେସ ଦଳ ବୁଝାମଣା ଭିତ୍ତିରେ ଯଥାକ୍ରମେ ୧୦୧ ଓ ୪୯

ଜଣ ପ୍ରାର୍ଥୀ ଠିଆ କରାଇଲେ । ଏହା ବ୍ୟତୀତ ପ୍ରଜା ସମାଜବାଦୀ, ସଂଯୁକ୍ତ ସମାଜବାଦୀ ଦଳ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ବିଭିନ୍ନ ଆସନରେ ପ୍ରାର୍ଥୀ ଠିଆ କରାଇଲେ । ଉଲ୍ଲେଖନୀୟ କଥା ହେଲା, ୨୧୧ ଜଣ ସ୍ୱାଧୀନ ପ୍ରାର୍ଥୀ ବିଭନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କଲେ । ସେଥିରୁ ମାତ୍ର ୩ଜଣ ଜୟଯୁକ୍ତ ହେଲେ । ସେହିପରି ଜନସଂଘ ଦଳ ପ୍ରଥମ କରି ୧୨ଜଣ ପ୍ରାର୍ଥୀ ଠିଆ କରାଇ ଗୋଟିଏ ହେଲେ ଆସନ ପାଇଲା ନାହିିଁ ।

ନିର୍ବାଚନ ପ୍ରଚାର ସଭାରେ ଇନ୍ଦିରାଙ୍କ ନାକ ଫାଟିଲା :

ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ନିର୍ବାଚନ ପ୍ରଚାରପାଇଁ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓଡ଼ିଶା ଆସିଲେ । କାରଣ ସେତେବେଳକୁ ଓଡ଼ିଶାରେ କଂଗ୍ରେସ ବିରୋଧୀ ହାଓ୍ୱା ପ୍ରବଳ ବେଗରେ ବୋହୁଥାଏ । ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାର ସଭା ଭୁବନେଶ୍ୱର ପ୍ୟାରେଡ ପଡିଆରେ ଆୟୋଜନ କରାଗଲା । ଏହି ପ୍ୟାରେଡ ପଡିଆଟି ବର୍ତ୍ତମାନ ଇନ୍ଦିରାଗାନ୍ଧୀ ପାର୍କ ନାମରେ ଜଣାଶୁଣା । ସେଦିନଟି ଥିଲା ୧୯୬୭ ମସିହା ଫେବ୍ରୁଆରି ମାସ ୮ ତାରିଖ । ଇନ୍ଦିରା ଗାନ୍ଧୀଙ୍କ ସମେତ ସଭାମଞ୍ଚରେ ବସିଥାଆନ୍ତି କଂଗ୍ରେସ ନେତା ବିଜୁ ପଟ୍ଟନାୟକ, ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ଚିନ୍ତାମଣି ପାଣିଗ୍ରାହୀ ଓ ବିଧାନସଭା କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରିୟ ମହାନ୍ତି । ସଭା ଆରମ୍ଭରେ ହଠାତ୍‍ କେତେଜଣ ଯୁବକ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଲେ ଯେତେବେଳେ କି ଇନ୍ଦିରା ଗାନ୍ଧୀ ଭାଷଣ ଦେବାକୁ ଆରମ୍ଭ କଲେ । ତା'ପରେ ମଞ୍ଚ ଉପରକୁ ଚାଲିଲା ଢେଲାମାଡ । ତ‌ଥାପି ବି ଇନ୍ଦିରା ଗାନ୍ଧୀ ଭାଷଣ ଦେଉଥାଆନ୍ତି । 'ମୋତେ କହିବାରୁ ନିବୃତ୍ତ କରିପାରିବେ ନାହିିଁ ବୋଲି ଇନ୍ଦିରା ଗାନ୍ଧୀ ସ୍ପଷ୍ଟ ଭାବରେ କହୁଥାଆନ୍ତି । ଶେଷରେ ଢେଲାମାଡରେ ତାଙ୍କର ନାକ ଫାଟିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଜ ଭବନକୁ ନିଆଗଲା । ସେଠାରେ ତାଙ୍କର ଚିକିତ୍ସା କରାଗଲା । ଏହି ଢେଲାମାଡ଼ରେ ମଞ୍ଚରେ ଥିବା ଅନ୍ୟ ସମସ୍ତେ ମଧ୍ୟ ଆହତ ହୋଇଥିଲେ ।

ଏହି ନିର୍ବାଚନରେ ପ୍ରଚାର ପାଇଁ ସ୍ୱତନ୍ତ୍ର ଦଳର ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ମିନୁ ମସାନୀ ଓ ପ୍ରଫେସର ରଙ୍ଗା ଆଦି ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶା ଆସିଥିଲେ । ନିର୍ବାଚନ ସରିଲ। । କଂଗ୍ରେସ ଦଳର ଶୋଚନୀୟ ପରାଜୟ ଘଟିଲା । କଂଗ୍ରେସ ପାଇଲା ମାତ୍ର ୩୧ଟି ଆସନ । ପୂର୍ବରୁ ଥିଲା କଂଗ୍ରେସର ୮୨ଟି

ଆସନ । ଅନ୍ୟ ଦଳମାନେ ହାସଲ କରିଥିବା ଆସନ ସଂଖ୍ୟାଗୁଡ଼ିକ ହେଲା; ସ୍ୱତନ୍ତ୍ର ପାର୍ଟି ୪୯, ଜନକଂଗ୍ରେସ- ୨୬, ପ୍ରଜା ସମାଜବାଦୀ ଦଳ- ୨୧; ସଂଯୁକ୍ତ ସମାଜବାଦୀ ଦଳ-୨; ଭାରତୀୟ କମ୍ୟୁନିଷ୍ଟ ପାର୍ଟି- ୭; ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି- ୧ ଓ ସ୍ୱାଧୀନ ପ୍ରାର୍ଥୀ- ୩ । ସ୍ୱତନ୍ତ୍ର ଦଳର ସଦସ୍ୟ ନନ୍ଦ କିଶୋର ମିଶ୍ର ବାଚ଼ସ୍ପତି ଓ ପ୍ରଜାସମାଜବାଦୀ ଦଳ ସଦସ୍ୟ ହରିହର ବାହିନୀପତି ଉପବାଚ଼ସ୍ପତି ଭାବରେ ନିର୍ବାଚିତ ହେଲେ । ବିଧାନସଭାର ନବନିର୍ବାଚିତ ସଦସ୍ୟମାନେ ୧୯୬୭ ମସିହା ମାର୍ଚ୍ଚମାସ ୧୭ ତାରିଖରେ ଶପଥ ଗ୍ରହଣ କଲେ । ସ୍ୱତନ୍ତ୍ର ଓ ଜନକଂଗ୍ରେସ ଦଳର ନେତା ଭାବରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ । କଂଗ୍ରେସ ବିଧାୟକ ଦଳର ନେତା ଭାବରେ ସଦାଶିବ ତ୍ରିପାଠୀ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ଆସନରେ ବସିଲେ ।

ଏହି ନିର୍ବାଚନରେ ୧୧ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରି ୪ଜଣ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ । ସେମାନେ ହେଲେ, ରାଜମାତା ରତ୍ନପ୍ରଭା ଦେବୀ ଢେଙ୍କାନାଳ ସ୍ୱତନ୍ତ୍ର ପାର୍ଟି, ସତ୍ୟଭାମା ଦେଈ-ରାଜନଗର, ଜନକଂଗ୍ରେସ ଦଳର, ସରସ୍ୱତୀ ପ୍ରଧାନ- ଭଟଲି କଂଗ୍ରେସ ଦଳର ଓ ଆନନ୍ଦ ମଂଜରୀ ଦେବୀ- ସୁକିନ୍ଦା ଜନକଂଗ୍ରେସ ଦଳର । ସୁଭଦ୍ରା ମହତାବ ଉପନିର୍ବାଚନରେ ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସିଲେ । କାରଣ ମହତାବ ଏହି ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଓ ପୁରୀ ଜିଲ୍ଲାର ଭୁବନେଶ୍ୱର ଆସନରୁ ଜନକଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟଲାଭ କରିଥିଲେ । ମହତାବ ବାସୁଦେବପୁର ବିଧାନସଭା ଆସନକୁ

ହାତରେ ରଖି ଭୁବନେଶ୍ୱର ଆସନକୁ ଛାଡି ଦେଇଥିଲେ । ସେହିପରି ପବିତ୍ର ମୋହନ ପ୍ରଧାନ ଜନକଂଗ୍ରେସ ଟିକେଟରେ ଢେଙ୍କାନାଳର ପାଲଲହଡା ଆସନ ଓ କଟକ ଜିଲ୍ଲାର ଆଠଗଡ଼ ଆସନରୁ ନିର୍ବାଚିତ ହୋଇ ଆସିଥିଲେ । ସେ ପାଲଲହଡା ଆସନକୁ ରଖି ଆଠଗଡ଼ ଆସନଟିକୁ ଛାଡିଦେବାରୁ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଠାରୁ ଉପନିର୍ବାଚନରେ ଡକ୍ଟର ରାଧାନାଥ ରଥ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହେଲେ । ଫଳରେ ବିଧାନସଭାରେ ମହିଳା ସଭ୍ୟମାନଙ୍କ ସଂଖ୍ୟା ହେଲା ୫ ଓ ସ୍ୱାଧୀନ ସଭ୍ୟଙ୍କ ସଂଖ୍ୟା ୪ ।

ବିଜୁ ପଟ୍ଟନାୟକ କଟକ ଜିଲ୍ଲା ପାଟକୁରା ଆସନରୁ ଓ ନୀଳମଣି ରାଉତରାୟ ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ନିର୍ବାଚନ ମଣ୍ତଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହେଲେ ।

ଚତୁର୍ଥ ବିଧାନସଭା ସଦସ୍ୟ (୧୯୬୭) :

କରଞ୍ଜିଆ ପ୍ରଫୁଲ କୁମାର ଦାସ ସ୍ୱତନ୍ତ୍ର
ଯଶୀପୁର ଦୁର୍ଗାଚରଣ ନାୟକ ସ୍ୱତନ୍ତ୍ର
ରାଇରଙ୍ଗପୁର କାର୍ତ୍ତିକ ଚନ୍ଦ୍ର ମାଝ ସ୍ୱତନ୍ତ୍ର
ବାହଲଦା ସୁନାରାମ ସୋରେନ୍‍ ଜନ କଂଗ୍ରେସ
ବାଙ୍ଗିରିପୋଷି ରାଧାମୋହନ ନାୟକ ସ୍ୱତନ୍ତ୍ର
ବାରିପଦା ସନ୍ତୋଷ କୁମାର ସାହୁ କଂଗ୍ରେସ
ସୋରଡା ସାକିଲା ସୋରେନ୍‍ ପ୍ରଜା ସମାଜବାଦୀ
ବଇସିଙ୍ଗା ପ୍ରସନ୍ନ କୁମାର ଦାସ ପ୍ରଜା ସମାଜବାଦୀ
ଖୁଣ୍ଟା ହାରାଚାନ୍ଦ ହଂସଦା ପ୍ରଜା ସମାଜବାଦୀ
ଉଦଳା ମନମୋହନ ଟୁଡୁ ଜନ କଂଗ୍ରେସ
ଭୋଗରାଇ ପ୍ୟାରୀମୋହନ ଦାସ ପ୍ରଜା ସମାଜବାଦୀ
ଜଳେଶ୍ୱର ପ୍ରସନ୍ନ କୁମାର ପାଳ ପ୍ରଜା ସମାଜବାଦୀ
ବସ୍ତା ଚିନ୍ତାମଣି ଜେନା କଂଗ୍ରେସ
ବାଲେଶ୍ୱର ରବୀନ୍ଦ୍ରମୋହନ ଦାସ ପ୍ରଜା ସମାଜବାଦୀ
ନୀଳଗିରି ବନମାଳୀ ଦାସ ସି.ପି.ଏମ୍‍.
ସୋରୋ ହରପ୍ରସାଦ ମହାପାତ୍ର ସ୍ୱତନ୍ତ୍ର
ସିମୂଳିଆ ଉତ୍ସବ ଚରଣ ଜେନା ପ୍ରଜା ସମାଜବାଦୀ
ଭଦ୍ରକ ନିତ୍ୟାନନ୍ଦ ମହାପାତ୍ର ଜନ କଂଗ୍ରେସ
ଧାମନଗର ସତ୍ୟଭାମା ଦେଈ ଜନ କଂଗ୍ରେସ
ଚାନ୍ଦବାଲି ମନମୋହନ ଦାସ ଜନ କଂଗ୍ରେସ
ବାସୁଦେବପୁର ହରେକୃଷ୍ଣ ମହତାବ ଜନ କଂଗ୍ରେସ
ସୁକିନ୍ଦା ଆନନ୍ଦ ମଞ୍ଜରୀ ଦେବୀ ଜନ କଂଗ୍ରେସ
ଧର୍ମଶାଳା ପରମାନନ୍ଦ ମହାନ୍ତି ପ୍ରଜା ସମାଜବାଦୀ
ବଡଚଣା ଜଗନ୍ନାଥ ଦାସ ପ୍ରଜା ସମାଜବାଦୀ
ବିଞ୍ଝାରପୁର ବୈଷ୍ଣବ ଚରଣ ମଲ୍ଲିକ ପ୍ରଜା ସମାଜବାଦୀ
ପଶ୍ଚିମ ଯାଜପୁର ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଜନ କଂଗ୍ରେସ
ପୂର୍ବ ଯାଜପୁର ଶାନ୍ତନୁ କୁମାର ଦାସ ଜନ କଂଗ୍ରେସ
ଆଳି ଦିବାକର ନାଥ ଶର୍ମା କଂଗ୍ରେସ
ପଟ୍ଟାମୁଣ୍ଡାଇ ବିଶ୍ୱନାଥ ମଲ୍ଲିକ୍‍ ପ୍ରଜା ସମାଜବାଦୀ
ରାଜନଗର ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସ୍ୱାଧୀନ
କେନ୍ଦ୍ରାପଡା ସରୋଜ କାନ୍ତ କାନୁନ୍‍ଗୋ ପ୍ରଜା ସମାଜବାଦୀ
ପାଟକୁରା ଚକ୍ରଧର ଶତ୍‍ପଥୀ ପ୍ରଜା ସମାଜବାଦୀ
ତିର୍ତ୍ତୋଲ ନିଶାମଣି ଖୁଣ୍ଟିଆ ପ୍ରଜା ସମାଜବାଦୀ
ଏରସମା ଲୋକନାଥ ଚୌଧୁରୀ କମ୍ୟୁନିଷ୍ଟ
ବାଲିକୁଦା ବୈକୁଣ୍ଠ ନାଥ ମହାନ୍ତି ପ୍ରଜା ସମାଜବାଦୀ
ଜଗତ୍‍ସିଂହପୁର କଣ୍ଡୁରୀ ଚରଣ ମଳିକ ପ୍ରଜା ସମାଜବାଦୀ
ଗୋବିନ୍ଦପୁର ମୁରଲୀଧର କାନୁନ୍‍ଗୋ ଜନ କଂଗ୍ରେସ
ସାଲେପୁୂର ସୁରେନ୍ଦ୍ର ନାଥ ପଟ୍ଟନାୟକ ଜନ କଂଗ୍ରେସ
ମାହାଙ୍ଗା ବିରଜା ପ୍ରସାଦ ରାୟ ପ୍ରଜା ସମାଜବାଦୀ
ଚୌଦ୍ୱାର ଆକୁଳା ନନ୍ଦ ବେହେରା ପ୍ରଜା ସମାଜବାଦୀ
କଟକ ସହର ବୀରେନ୍‍ ମିତ୍ର କଂଗ୍ରେସ
କଟକ ସଦର ଶୁକଦେବ ଜେନା ଜନ କଂଗ୍ରେସ
ବାଙ୍କୀ ଯୋଗେଶ ଚନ୍ଦ୍ର ରାଉତ ସ୍ୱାଧୀନ
ଆଠଗଡ଼ ପବିତ୍ର ମୋହନ ପ୍ରଧାନ (ଇସ୍ତଫା) ଜନ କଂଗ୍ରେସ
ପରେ ଡ. ରାଧାନାଥ ରଥ ସ୍ୱାଧୀନ
ବଡ଼ମ୍ବା ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଜନ କଂଗ୍ରେସ
ଭୁବନେଶ୍ୱର ହରେକୃଷ୍ଣ ମହତାବ ଜନ କଂଗ୍ରେସ
ବାଲିପାଟଣା ପରେ ଶ୍ରୀମତୀ ସୁଭଦ୍ରା ମହତାବ ଜନ କଂଗ୍ରେସ
ବାଲିପାଟଣା ହରିହର ଭୋଇ ଜନ କଂଗ୍ରେସ
ପିପିଲି ବନମାଳୀ ପଟ୍ଟନାୟକ ଜନ କଂଗ୍ରେସ
ନିମାପଡ଼ା ନୀଳମଣି ସିଂହ ଜନ କଂଗ୍ରେସ
କାକଟପୁର ଗତିକୃଷ୍ଣ ସ୍ୱାଇଁ କମ୍ୟୁନିଷ୍ଟ
ସତ୍ୟବାଦୀ ଗଙ୍ଗାଧର ମହାପାତ୍ର କଂଗ୍ରେସ
ପୁରୀ ହରିହର ବାହିନୀପତି ପ୍ରଜା ସମାଜବାଦୀ
ବ୍ରହ୍ମଗିରି ବ୍ରଜ ମୋହନ ମହାନ୍ତି କଂଗ୍ରେସ
ବାଣପୁର ରଘୁନାଥ ମିଶ୍ର କଂଗ୍ରେସ
ଖୋର୍ଦ୍ଧା ରାଜା ବୀରକିଶୋର ଦେବ ଜନ କଂଗ୍ରେସ
ବେଗୁନିଆ ଗଙ୍ଗାଧର ପାଇକରାୟ କମ୍ୟୁନିଷ୍ଟ
ଖଣ୍ଡପଡ଼ା ହରିହର ସିଂହ ବି.ଏମ୍‍.ରାୟ କଂଗ୍ରେସ
ଦଶପଲ୍ଲା ଅରକ୍ଷିତ ନାୟକ କମ୍ୟୁନିଷ୍ଟ
ନୟାଗଡ଼ ଅଚ୍ୟୁତାନନ୍ଦ ମହାନ୍ତି ସ୍ୱାଧୀନ
ରଣପୁର ବି.ଏସ୍‍.ବି ନରେନ୍ଦ୍ର ମହାପାତ୍ର କଂଗ୍ରେସ
ଜଗନ୍ନାଥପ୍ରସାଦ ଉଦୟ ନାଥ ନାୟକ କଂଗ୍ରେସ
ଭଞ୍ଜନଗର ଦୀନବନ୍ଧୁ ବେହେରା କଂଗ୍ରେସ
ସୋରଡା ଅନନ୍ତ ନାରାୟଣ ସିଂହଦେଓ ସ୍ୱତନ୍ତ୍ର
ଆସ୍କା ହରିହର ଦାସ କମ୍ୟୁନିଷ୍ଟ
କବିସୂର୍ଯ୍ୟନଗର ଦଣ୍ଡପାଣି ସ୍ୱାଇଁ କମ୍ୟୁନିଷ୍ଟ
କୋଦଳା ବନମାଳୀ ମହାରଣା ପ୍ରଜା ସମାଜବାଦୀ
ଖଲ୍ଲିକୋଟ ନାରାୟଣ ସାହୁ ପ୍ରଜା ସମାଜବାଦୀ
ଛତ୍ରପୁର ରଘୁନାଥ ରାମାନୁଜ ସ୍ୱତନ୍ତ୍ର
ଲକ୍ଷ୍ମଣ ମହାପାତ୍ର କମ୍ୟୁନିଷ୍ଟ
ହିଞ୍ଜିଳି ଉଦୟନା ପାଳ ଜନ କଂଗ୍ରେସ
ବୃନ୍ଦାବନ ନାୟକ କଂଗ୍ରେସ
ଦୁରା ମୋହନ ନାୟକ କଂଗ୍ରେସ
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଂଗ୍ରେସ
ଚିକିଟି ଦିବାକର ପଟ୍ଟନାୟକ କଂଗ୍ରେସ
ମୋହନା ତାରିଣୀ ସର୍ଦ୍ଦାର କଂଗ୍ରେସ
ରାମଗିରି ଅର୍ଜୁନ ସିଂହ କଂଗ୍ରେସ
ପାରଳାଖେମୁଣ୍ଡି ନାଲକୁରମା ନାଇକୁଲା କଂଗ୍ରେସ
ଗୁଣପୁର ଭାଗୀରଥି ଗମାଙ୍ଗୋ କଂଗ୍ରେସ
ବିଷମକଟକ ବିଶ୍ୱନାଥ ଚୌଧୁରୀ ସ୍ୱତନ୍ତ୍ର
ରାୟଗଡ଼ା ଅନନ୍ତରାମ ମାଝି କଂଗ୍ରେସ
ନାରାୟଣପାଟଣା ବିଡିକା ମାଲନା ସ୍ୱାଧୀନ
ନନ୍ଦପୁର ମାଲୁ ସାନ୍ତା କଂଗ୍ରେସ
ମାଲକାନଗିରି ଗଙ୍ଗାଧର ମାଡ଼ି କଂଗ୍ରେସ
ଜୟପୁର ଏନ୍‍.ରାମସାସେୟା ସ୍ୱତନ୍ତ୍ର
କୋଟପାଡ ସୂର୍ଯ୍ୟନାରାୟଣ ମାଝି କଂଗ୍ରେସ
ନବରଙ୍ଗପୁର ସଦାଶିବ ତ୍ରିପାଠୀ କଂଗ୍ରେସ
କୋଡିଙ୍ଗା ଝିତ୍ରୁ ନାୟକ ସ୍ୱତନ୍ତ୍ର
ଡାବୁଗାଁ ଡମ୍ବରୁ ମାଝି ସ୍ୱତନ୍ତ୍ର
ଉମରକୋଟ ରବି ସିଂହ ମାଝି କଂଗ୍ରେସ
ନୂଆପଡ଼ା ଓଁକାର ସିଂହ ମାଝି କଂଗ୍ରେସ
ଖଡିଆଳ ଅନୁପ ସିଂହଦେଓ କଂଗ୍ରେସ
ଧରମଗଡ ଲୋଚନ ଧାଙ୍ଗଡ଼ା ମାଝି ସ୍ୱତନ୍ତ୍ର
କୋକସରା ରଘୁନାଥ ପ୍ରହରାଜ ସ୍ୱତନ୍ତ୍ର
ଜୁନାଗଡ଼ ମହେଶ୍ୱର ନାୟକ ସ୍ୱତନ୍ତ୍ର
ଭବାନୀପାଟଣା ଦୟାନିଧି ନାୟକ ସ୍ୱତନ୍ତ୍ର
ନରଲା ଅଞ୍ଚଳ ମାଝି ସ୍ୱତନ୍ତ୍ର
କେସିଙ୍ଗା ଭଗବାନ ଭୋଇ ସ୍ୱତନ୍ତ୍ର
ଉଦୟଗିରି ଗୋପାଳ ପ୍ରଧାନ ସ୍ୱତନ୍ତ୍ର
ବାଲିଗୁଡ଼ା ନରେଶ ପ୍ରଧାନ ସ୍ୱତନ୍ତ୍ର
ଫୁଲବାଣୀ ବରଦା ପ୍ରସନ୍ନ କହଁର ସ୍ୱତନ୍ତ୍ର
ବଉଦ ହିମାଂଶୁ ଶେଖର ପାଢ଼ୀ ଜନ କଂଗ୍ରେସ
ସୋନପୁର ନୀଳାମ୍ବର ରାୟଗୁରୁ ସ୍ୱତନ୍ତ୍ର
ବିନିକା ନରସିଂହ ଚରଣ ମିଶ୍ର ସ୍ୱତନ୍ତ୍ର
ତୁଷରା ରାଧା ମୋହନ ମିଶ୍ର ସ୍ୱତନ୍ତ୍ର
ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ୱତନ୍ତ୍ର
ଲୋଇସିଂହା ନନ୍ଦ କିଶୋର ମିଶ୍ର ସ୍ୱତନ୍ତ୍ର
ପାଟଣାଗଡ ଅଇଁଠୁ ସାହୁ ସ୍ୱତନ୍ତ୍ର
ସଇଁତଳା ରମେଶ ଚନ୍ଦ୍ର ସିଂହଭୋଇ ସ୍ୱତନ୍ତ୍ର
ଟିଟିଲାଗଡ ଅଚ୍ୟୁତାନନ୍ଦ ମହାନନ୍ଦ ସ୍ୱତନ୍ତ୍ର
କଣ୍ଟାବାଞ୍ଜି ଲୋକନାଥ ରାୟ ସ୍ୱତନ୍ତ୍ର
ପଦ୍ମପୁର ବୀର ବିକ୍ରମାଦିତ୍ୟ ସିଂହ ବରିହା ଜନ କଂଗ୍ରେସ
ମେଳଚ୍ଛାମୁଣ୍ଡା ବୀରେନ୍ଦ୍ର କୁମାର ସାହୁ ସ୍ୱତନ୍ତ୍ର
ବିଜେପୁର ମୋହନ ନାଗ କଂଗ୍ରେସ
ଭଟ୍‍ଲି ସରସ୍ୱତୀ ପ୍ରଧାନ କଂଗ୍ରେସ
ବରଗଡ଼ ଭରତ ଚନ୍ଦ୍ର ହୋତା କଂଗ୍ରେସ
ସମ୍ବଲପୁର ବନମାଳୀ ବାବୁ କଂଗ୍ରେସ
ବ୍ରଜରାଜ ନଗର ପ୍ରସନ୍ନ କୁମାର ପଣ୍ଡା କମ୍ୟୁନିଷ୍ଟ
ଝାରସୁଗୁଡ଼ା ମୁରାରି ପ୍ରସାଦ ମିଶ୍ର ସ୍ୱତନ୍ତ୍ର
ଲଇକେରା ଲାଲା ଗଜେନ୍ଦ୍ର ସିଂହ ସ୍ୱତନ୍ତ୍ର
କୁଚିଣ୍ଡା କହ୍ନେଇ ସିଂହ ସ୍ୱତନ୍ତ୍ର
ରେଢ଼ାଖୋଲ ଭିକାରି ସୁନା ସ୍ୱତନ୍ତ୍ର
ଦେବଗଡ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ସ୍ୱତନ୍ତ୍ର
ସୁନ୍ଦରଗଡ଼ ହରିହର ପଟେଲ ସ୍ୱତନ୍ତ୍ର
ତଳସରା ଗଙ୍ଗାଧର ପ୍ରଧାନ ସ୍ୱତନ୍ତ୍ର
ରାଜଗାଙ୍ଗପୁର ପ୍ରେମଚାନ୍ଦ ଭଗତ ସ୍ୱତନ୍ତ୍ର
ବିଶ୍ରା କୃଷ୍ଣଚନ୍ଦ୍ର ନାୟକ ସ୍ୱତନ୍ତ୍ର
ରାଉରକେଲା ରାଜକିଶୋର ସାମନ୍ତରାୟ ପ୍ରଜା ସମାଜବାଦୀ
ବଣେଇ ହେମନ୍ତ ପ୍ରସାଦ ମହାପାତ୍ର ସ୍ୱତନ୍ତ୍ର
ଚୂଆ କ୍ଷେତ୍ରମୋହନ ନାୟକ ସ୍ୱତନ୍ତ୍ର
ପାଟଣା ରାମରାୟ ମୁଣ୍ଡା ସ୍ୱତନ୍ତ୍ର
କେଉଁଝର ଗୋବିନ୍ଦ ମୁଣ୍ଡା ସ୍ୱତନ୍ତ୍ର
ତେଲକୋଇ ଭାଗୀରଥି ମହାପାତ୍ର ସ୍ୱତନ୍ତ୍ର
ରାମଚନ୍ଦ୍ରପୁର ରାଜ ବଲ୍ଲଭ ମିଶ୍ର ସ୍ୱତନ୍ତ୍ର
ଆନନ୍ଦପୁର ଭୁବନାନନ୍ଦ ଜେନା ଜନ କଂଗ୍ରେସ
ପାଲଲହଡା ପବିତ୍ର ମୋହନ ପ୍ରଧାନ ଜନ କଂଗ୍ରେସ
କାମାକ୍ଷାନଗର ବୃନ୍ଦାବନ ତ୍ରିପାଠୀ ସ୍ୱତନ୍ତ୍ର
ଗଁଦିଆ ହଳଧର ମିଶ୍ର ସ୍ୱତନ୍ତ୍ର
ଢେଙ୍କାନାଳ ରାଜମାତା ରତ୍ନପ୍ରଭା ଦେବୀ ସ୍ୱତନ୍ତ୍ର
ତାଳଚେର କୁମର ଚନ୍ଦ୍ର ବେହେରା ଜନ କଂଗ୍ରେସ
ଛେଣ୍ଡିପଦା ନବଘନ ନାଏକ ଜନ କଂଗ୍ରେସ
ଅନୁଗୋଳ କୁମୁଦ ଚନ୍ଦ୍ର ସିଂହ ଜନ କଂଗ୍ରେସ
ଆଠମଲ୍ଲିକ ସୁରେନ୍ଦ୍ର ପ୍ରଧାନ ସଂଯୁକ୍ତ ସମାଜବାଦୀ

ଚତୁର୍ଥ ଲୋକସଭା ସଦସ୍ୟ (୧୯୬୭) :

ମୟୂରଭଂଜ ମହେନ୍ଦ୍ର ମାଝି ସ୍ୱତନ୍ତ୍ର
ବାଲେଶ୍ୱର ସମରେନ୍ଦ୍ର କୁଣ୍ଡୁ ପ୍ରଜା ସମାଜବାଦୀ
ଭଦ୍ରକ ଧରଣୀଧର ଜେନା ସ୍ୱାଧୀନ
ଯାଜପୁର ବାଇଧର ବେହେରା ପ୍ରଜା ସମାଜବାଦୀ
କେନ୍ଦ୍ରାପଡ଼ା ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରଜା ସମାଜବାଦୀ
କଟକ ଶ୍ରୀନିବାସ ମିଶ୍ର ପ୍ରଜା ସମାଜବାଦୀ
ପୁରୀ ରବି ରାୟ ସଂଯୁକ୍ତ ସମାଜବାଦୀ
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ
ଭଂଜନଗର ଅନନ୍ତ ତ୍ରିପାଠୀ ଶର୍ମା କଂଗ୍ରେସ
ଗୁଣପୁର ଆର୍‍. ଜଗନ୍ନାଥ ରାଓ କଂଗ୍ରେସ
କୋରାପୁଟ ରାମଚନ୍ଦ୍ର ଉଲ୍ଲାକା କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ପ୍ରତାପ କେଶରୀ ଦେଓ ସ୍ୱତନ୍ତ୍ର
ଫୁଲବାଣୀ ଅନିରୁଦ୍ଧ ଦୀପ ସ୍ୱତନ୍ତ୍ର
ବଲାଙ୍ଗୀର ରାଜ ରାଜ ସିଂହଦେଓ ସ୍ୱତନ୍ତ୍ର
ସମ୍ବଲପୁର ଶ୍ରଦ୍ଧାକର ସୂପକାର କଂଗ୍ରେସ
ଅନୁଗୁଳ ଧୀରେନ୍ଦ୍ର ନାଥ ଦେବଲାଲ ସ୍ୱତନ୍ତ୍ର
ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ
ମହୀନ୍ଦ୍ର ବାହାଦୂର ସ୍ୱତନ୍ତ୍ର
ସୁନ୍ଦରଗଡ଼ ଦେବାନନ୍ଦ ଅମାତ ସ୍ୱତନ୍ତ୍ର
କେନ୍ଦୁଝର ଗୁରୁ ଚରଣ ନାୟକ ସ୍ୱତନ୍ତ୍ର

ସ୍ୱତନ୍ତ୍ର ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ଗଠନ :

ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ପରିଚାଳିତ ମୂଳ କଂଗ୍ରେସକୁ ହରାଇବାପାଇଁ ଜନକଂଗ୍ରେସର ସ୍ୱତନ୍ତ୍ର ମେଣ୍ଟ ଗଠନ କରାଯାଇଥିଲା । ତାହା ସଫଳ ହେଲା । ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଦଳର ସର୍ବଭାରତୀୟ ନେତା ଏବଂ ସଭାପତି ମିନୁ ମାସାନୀ ଓ ସମ୍ପାଦକ ଦାଣ୍ଡେକରଙ୍କ ସ୍ୱୀକୃତିରେ ସ୍ଥିର ହୋଇଥିଲା ଯେ, ଜନକଂଗ୍ରେସ- ସ୍ୱତନ୍ତ୍ର ମେଣ୍ଟ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କଲେ ଜନକଂଗ୍ରେସର ସଭ୍ୟ ସଂଖ୍ୟା ଯାହା ଥାଉ ପଛକେ ଡକ୍ଟର ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ୱତନ୍ତ୍ର ଦଳ ଏହି ବୁଝାମଣାକୁ ଆଦୌ ମାନିଲା ନାହିିଁ । ସ୍ୱତନ୍ତ୍ର ଦଳର ତୁଙ୍ଗ ନେତା ଚକ୍ରବର୍ତ୍ତୀ ରାଜ ଗୋପାଳାଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀ ଯାଏଁ ଦାବି କଲେ କି ଯେହେତୁ ସ୍ୱତନ୍ତ୍ର ଦଳର ସଭ୍ୟସଂଖ୍ୟା

ଜନକଂଗ୍ରେସ ଦଳର ସଭ୍ୟସଂଖ୍ୟାଠାରୁ ଅଧିକ, ସ୍ୱତନ୍ତ୍ର ଦଳ ତରଫରୁ ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବେ । ଏଥିରେ ଜନକଂଗ୍ରେସ ଦଳର ସଭ୍ୟମାନେ ମର୍ମାହତ ହୋଇପଡ଼ିଲେ । (ମୁକ୍ତିପଥେ ସୈନିକ- ପବିତ୍ର ମୋହନ ପ୍ରଧାନ)

ଯାହାହେଉ ଶେଷରେ ଉଭୟ ଦଳ ତରଫରୁ ଠିକ୍‍ ହେଲା ଯେ, ରାଜେନ୍ଦ୍ର ନାରାୟଣ ସିଂହ ଦେଓ ମୁଖ୍ୟମନ୍ତ୍ରୀ ହେବେ ଓ ଜନକଂଗ୍ରେସ ଦଳ ତରଫରୁ ପବିତ୍ର ମୋହନ ପ୍ରଧାନ ଉପମୁଖ୍ୟମନ୍ତ୍ରୀ ହେବେ । ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର-ଜନକଂଗ୍ରେସ ମନ୍ତ୍ରିମଣ୍ଡଳ ୦୮.୩.୧୯୬୭ ତାରିଖରେ ଦାୟିତ୍ୱ ଗ୍ରହଣ କଲା । ଏଥିରେ ଉଭୟ ଦଳରୁ ରହିଲେ ୧୪ଜଣ କ୍ୟାବିନେଟ୍‍ ମନ୍ତ୍ରୀ ଓ ୫ଜଣ ଉପମନ୍ତ୍ରୀ । ସେମାନେ ହେଲେ:

କ୍ୟାବିନେଟ୍‍ ମନ୍ତ୍ରୀ :

ରାଜେନ୍ଦ୍ର ନାରାୟଣ ସିଂହଦେଓ : ମୁଖ୍ୟମନ୍ତ୍ରୀ, ଅର୍ଥ, ଘରୋଇ (ଜେଲ ଓ ସଂସ୍କାର ଏବଂ
ଲୋକସଂପର୍କ ବିଭାଗ ବ୍ୟତୀତ), ପର୍ଯ୍ୟଟନ, ଯୋଜନା ଓ
ସମନ୍ୱୟ ବିଭାଗ ମନ୍ତ୍ରୀ
ପବିତ୍ର ମୋହନ ପ୍ରଧାନ : ଉପମୁଖ୍ୟମନ୍ତ୍ରୀ, ପଲ୍‍ଟିକାଲ ଆଣ୍ଡ ସର୍ଭିସେସ୍‍ (ରାଜଧାନୀ
ପ୍ରଶାସନ ଓ ନଦୀ ଉପତ୍ୟାକା ଉନ୍ନୟନ ବ୍ୟତୀତ), ଖଣି ଓ ଭୂତତ୍ତ୍ୱ
ରାଜ ବଲ୍ଲଭ ମିଶ୍ର : କୃଷି (ପଶୁପାଳନ ଓ ମତ୍ସ୍ୟ ବିଭାଗ ବ୍ୟତୀତ), ଶ୍ରମ,
ନିୟୋଜନ ଓ ଗୃହ ନିର୍ମାଣ
ସୁରେନ୍ଦ୍ର ନାଥ ପଟ୍ଟନାୟକ : ରାଜସ୍ୱ (ନିବନ୍ଧନ ବ୍ୟତୀତ) ଜଳସେଚେନ ଓ ବିଦ୍ୟୁତ୍‍
ହରିହର ପଟେଲ : ଶିଳ୍ପ, ବାଣିଜ୍ୟ, ଘରୋଇ (ଲୋକସଂପର୍କ ଓ ପର୍ଯ୍ୟଟନ),
ଶିକ୍ଷା (ଭୁବନେଶ୍ୱର ପାଠ୍ୟ ପୁସ୍ତକ ପ୍ରେସ୍‍)
ଶାନ୍ତନୁ କୁମାର ଦାସ : ଅବକାରୀ, ରାଜସ୍ୱ (ନିବନ୍ଧନ), ପଲଟିକାଲ ଆଣ୍ଡ
ସର୍ଭିସେସ (ନୂଆ ରାଜଧାନୀ ପ୍ରଶାସନ ଓ ନଦୀବନ୍ଧ
ଉପତ୍ୟକା ଉନ୍ନୟନ)
ନିତ୍ୟାନନ୍ଦ ମହାପାତ୍ର : ଯୋଗାଣ ଓ ସାଂସ୍କୃତିକ ବ୍ୟାପାର
ହର ପ୍ରସାଦ ମହାପାତ୍ର : ଆଇନ, ସମବାୟ ଓ ଜଙ୍ଗଲ (ସମବାୟ ଓ ମାର୍କେଟିଙ୍ଗ
ସଂଗଠନ) ଗୋଷ୍ଠୀଉନ୍ନୟନ ଓ ପଞ୍ଚାୟତରାଜ
ଦୟାନିଧି ନାଏକ : ପୂର୍ତ୍ତ ପରିବହନ, (ଜନସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ)
ମୁରାରି ପ୍ରସାଦ ମିଶ୍ର : ସ୍ୱାସ୍ଥ୍ୟ, ସମବାୟ ଓ ଜଙ୍ଗଲ (ସମବାୟ)
ବନମାଳୀ ପଟ୍ଟନାୟକ : ଶିକ୍ଷା (ଭୁବନେଶ୍ୱର ପାଠ୍ୟ ପୁସ୍ତକ ପ୍ରେସ୍‍ ବ୍ୟତୀତ)
ମନ ମୋହନ ଟୁଡୁ : ଆଦିବାସୀ ଓ ଗ୍ରାମମଙ୍ଗଳ
କାର୍ତ୍ତିକ ଚନ୍ଦ୍ର ମାଝି : ନଗର ଉନ୍ନୟନ ପୂର୍ତ୍ତ ଓ ପରିବହନ (ଜନ ସ୍ୱାସ୍ଥ୍ୟ ବିଭାଗ)
ଗଙ୍ଗାଧର ପ୍ରଧାନ : ଘରୋଇ (ଜେଲ ଓ ସଂସ୍କାର) କୃଷି, (ପଶୁ ପାଳନ ଓ ମତ୍ସ୍ୟ)

ଉପମନ୍ତ୍ରୀ :

ହିମାଂଶୁ ଶେଖର ପାଢ଼ୀ : ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ୍‍
ଅନନ୍ତ ନାରାୟଣ ସିଂହଦେଓ : ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତରାଜ ଏବଂ ଶିଳ୍ପ ଓ ବାଣିଜ୍ୟ
ବୃନ୍ଦାବନ ତ୍ରିପାଠୀ : ଯୋଜନା ସମନ୍ୱୟ, କୃଷି, ସମବାୟ ଓ ଜଙ୍ଗଲ
ଗୋବିନ୍ଦ ମୁଣ୍ଡା : ସ୍ୱାସ୍ଥ୍ୟ, ଶ୍ରମ ଓ ନିୟୋଜନ, ଗୃହ ନିର୍ମାଣ
ଡମ୍ବରୁ ମାଝି : ପୂର୍ତ୍ତ ଓ ପରିବହନ (ଜନସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ)

ଏହି ସରକାର ବିଭିନ୍ନ ୨୧ ଦଫା କାର୍ଯ୍ୟକ୍ରମ ନେଇ ଶାସନ କରିବାରେ ଆଗେଇ ଚାଲିଲା । ଏହି କାର୍ଯ୍ୟକ୍ରମ ମଧ୍ୟରେ ଉତ୍ତମ ଓ ନିର୍ମଳ ଶାସନ ପ୍ରତିଷ୍ଠା, ପୂରାପୂରି ଦୁର୍ନୀତି ନିବାରଣ, ଖଜଣା ଉଠାଇ ଦେବା, ଶାସନ କ୍ଷେତ୍ରରେ ସବୁ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ କରିବା, ପଞ୍ଚାୟତ ସମିତି ଅଧୀନରୁ ପ୍ରାଥମିକ ଶିକ୍ଷାକୁ ମୁକ୍ତ କରିବା, କେନ୍ଦୁପତ୍ର ବ୍ୟବସାୟରେ ଏକଚାଟିଆ ବ୍ୟବସାୟର ପରିବର୍ତ୍ତନ କରିବା ଇତ୍ୟାଦି ଥିଲା ପ୍ରମୁଖ କାର୍ଯ୍ୟକ୍ରମ । ସେହି ସମୟରେ ୧୯୬୯ରେ ଜାତୀୟ ସ୍ତରରେ କଂଗ୍ରେସ ଦଳ ଦୁଇ ଭାଗରେ ବିଭକ୍ତ ହୋଇଯିବାରୁ ଜନକଂଗ୍ରେସର କେତେକ ସଦସ୍ୟ ଇନ୍ଦିରା କଂଗ୍ରେସରେ ମିଶିବାକୁ ଆଗ୍ରହୀ ହେଲେ । ଏଣେ ମୁଖ୍ୟମନ୍ତ୍ରୀ ସିଂହଦେଓ ନିଜେ ନିଜର ଟେକ ଓ ଦମ୍ଭ ରଖି ନପାରି କେନ୍ଦୁପତ୍ର ଠିକାଦାରଙ୍କୁ ରିହାତି ଦେବା ବାହାନାରେ ଏକ ବେଆଇନ ଆଦେଶ ଦେଲେ, ଯାହାକି ଥିଲା ଦୁର୍ନୀତିମୂଳକ । ଫଳରେ ଏହି ମିଳିତ ସରକାର ୩ ବର୍ଷ ୧୦ମାସ ରହିବା ପରେ ଜନ କଂଗ୍ରେସ ଦଳ ମିଳିତ ମନ୍ତ୍ରିମଣ୍ଡଳରୁ ଓହରି ଆସିଲା । ତା'ର ପାଞ୍ଚଦିନ ପରେ ସ୍ୱତନ୍ତ୍ର ଦଳ ଇସ୍ତଫା ପ୍ରଦାନ କଲା । ମିଳିତ ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା ୧୯୭୧ ମସିହା ଜାନୁଆରି ୯ ତାରିଖ ଦିନ । ସେଦିନ ସଂଧ୍ୟା ଘ.୮.୩୦ମିନିଟ୍‍ରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ପତ୍ର ଗ୍ରହଣ କରିନେଲେ । ୧୧ ତାରିଖଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲା ।

ଏହି ଚତୁର୍ଥ ବିଧାନ ସଭାର ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେଥିରେ ୧୯୭ଟି ବୈଠକ ବସିିଲା । ୧୯୬୯ ମସିହାରେ କଂଗ୍ରେସ ଦଳ ଶାସକ (ଆର) ଓ ସଂଗଠନ (ଓ) ନାମରେ ଦୁଇଭାଗରେ ବିଭକ୍ତ ହୋଇଗଲା । ଓଡ଼ିଶାରେ 'ଉତ୍କଳ କଂଗ୍ରେସ' ନାମରେ ଆଉ ଗୋଟିଏ ନୂଆ ଆଞ୍ଚଳିକ ଦଳ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ହେଲା, ଏହି ଚତୁର୍ଥ ବିଧାନସଭାର ଶେଷ ସମୟରେ ।

* * *
ଊନବିଂଶ ପରିଚ୍ଛେଦ
ପଞ୍ଚମ ବିଧାନସଭା ଓ
ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ

ପୂର୍ବର ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ୧୯୭୧ ମସିହା ଜାନୁଆରି ୫ତାରିଖରେ ଭାଙ୍ଗିଗଲା । ଜାନୁଆରି ୯ତାରିଖଠାରୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଲା । ଭାରତୀୟ ଜାତୀୟ କଂଗ୍ରେସ- ଶାସକ କଂଗ୍ରେସ ଓ ସଂଗଠନ କଂଗ୍ରେସ ଭାବରେ ଦୁଇଦଳରେ ବିଭକ୍ତ ହୋଇଗଲା । ଓଡିଶାର ପ୍ରଥମ ଆଞ୍ଚଳିକ ଦଳ ଜନକଂଗ୍ରେସ ମଧ୍ୟ ଭାଙ୍ଗିଗଲା । ଡକ୍ଟର ମହତାବ ୧୦ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଶାସକ କଂଗ୍ରେସ ଦଳରେ ଯୋଗଦେଲେ । ସେହିପରି ବିଜୁ ପଟ୍ଟନାୟକ ତାଙ୍କ ସମର୍ଥକଙ୍କ ମଧ୍ୟରୁ କେତେକଙ୍କୁ ଧରି କଂଗ୍ରେସରୁ ବାହାରି ଆସି 'ଉତ୍କଳ କଂଗ୍ରେସ' ନାମରେ ଏକ ନୂଆ ଦଳ ଗଢ଼ିଲେ ।

ନିୟମ ଅନୁସାରେ ପଞ୍ଚମ ସାଧାରଣ ନିର୍ବାଚନ ୧୯୭୨ ମସିହାରେ ହେବା କଥା- ଯେହେତୁ ଚତୁର୍ଥ ସାଧାରଣ ନିର୍ବାଚନ ୧୯୬୭ରେ ହୋଇଥିଲା । କିନ୍ତୁ କଂଗ୍ରେସ ବିଭାଜନ ପରେ ଲୋକସଭାରେ ଜାତୀୟ କଂଗ୍ରେସ ସଂଖ୍ୟା ନ୍ୟୂନ ହୋଇଥିବାରୁ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ୧୯୭୧ ମସିହାରେ ଲୋକସଭାପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କଲେ । ସେହିପରି ପାଞ୍ଚବର୍ଷ ନପୂରୁଣୁ ଓଡ଼ିଶାରେ ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବାରୁ ଓଡ଼ିଶା ବିଧାନସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । ସେହି ଅନୁସାରେ ଓଡ଼ିଶା ବିଧାନସଭାର ୧୪୦ଟି ଆସନ ଓ ୨୦ଟି ଲୋକସଭା ଆସନ ନିମନ୍ତେ ୧୯୭୧ ମସିହା ମାର୍ଚ୍ଚ ୫ତାରିଖରେ ଭୋଟ ଗ୍ରହଣ କରାଗଲା ।

ଏହି ନିର୍ବାଚନରେ ଓଡିଶା ବିଧାନସଭା ପାଇଁ ମୋଟ ୮୩୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ସେମାନଙ୍କ ମଧ୍ୟରେ ଭାରତୀୟ ଜାତୀୟକଂଗ୍ରେସ (ଜଗଜ୍ଜୀବନ ରାମ) ୧୩୯, କଂଗ୍ରେସ (ନିଜ ଲିଙ୍ଗପା)-୫୦, ଉତ୍କଳ କଂଗ୍ରେସ-୧୩୭, ସ୍ୱତନ୍ତ୍ରଦଳ-୧୧୫, ପ୍ରଜା ସମାଜବାଦୀ ଦଳ-୪୯, ଭାରତୀୟ ଜନସଂଘ- ୨୧, ଝାଡଖଣ୍ଡ ଦଳ-୨୬, ଫରୱାର୍ଡ ବ୍ଲକ-୪, ଜନକଂଗ୍ରେସ-୬୬, ଓ ସ୍ୱାଧୀନ-୧୮୭ ।

ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ କଂଗ୍ରେସ (ଜଗଜ୍ଜୀବନ)-୫୧, କଂଗ୍ରେସ (ନିଜଲିଙ୍ଗପା)-୧, ସ୍ୱତନ୍ତ୍ର ପାର୍ଟି-୩୬, ଉତ୍କଳ କଂଗ୍ରେସ-୩୩, ପ୍ରଜା ସମାଜବାଦୀ ଦଳ-୪, ଭାରତୀୟ କମ୍ୟୁନିଷ୍ଟ ଦଳ-୨, ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ-୨, ଜନକଂଗ୍ରେସ-୧, ଝାଡଖଣ୍ଡ-୪, ଓ ସ୍ୱାଧୀନ ପ୍ରାର୍ଥୀମାନେ-୪ ଗୋଟି ଆସନ ଲାଭ କରିଥିଲେ । ଏହି ନିର୍ବାଚିତ ସଦସ୍ୟମାନେ ୧୯୭୧ ମସିହା ଏପ୍ରିଲ-୯ ଓ ୧୦ ତାରିଖରେ ଶପଥ ଗ୍ରହଣ କରିଥିଲେ ।

ବିଶେଷ ଘଟଣା:

ଏହି ନିର୍ବାଚନରେ ୯ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଜଣେ ହେଲେ ନିର୍ବାଚିତ ହୋଇପାରିଲେ ନାହିଁ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍କଳ-କଂଗ୍ରେସର ପ୍ରାଣପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ଭଂଜନଗର, ଖୋର୍ଦ୍ଧା, ଭୁବନେଶ୍ୱର, ଚୌଦ୍ବାର ଓ ଭଂଜନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି କୌଣସି ଗୋଟିଏ ସ୍ଥାନରୁ ବି ବିଜୟୀ ହୋଇପାରିଲେ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର କଟକ ବିଧାନସଭା ଓ କଟକ ଲୋକସଭା ଆସନରୁ ଉତ୍କଳକଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ଦୁଇଟି ଯାକ ଆସନରୁ ପରାଜିତ ହେଲେ । ପୂର୍ବ ନିର୍ବାଚନରେ 'ନିର୍ବାଚନ ବୀର' ଆଖ୍ୟା ଲାଭ କରିଥିବା ତଥା ଜନକଂଗ୍ରେସ ଦଳର ପ୍ରାଣପ୍ରତିଷ୍ଠାତା ପବିତ୍ର ମୋହନ ପ୍ରଧାନ ନିର୍ବାଚନରେ ହାରିଗଲେ । ତାଙ୍କ ଦଳ ୬୬ ଆସନରେ ପ୍ରାର୍ଥୀ ଠିଆ କରାଇଥିଲେ ମଧ୍ୟ ମାତ୍ର ଗୋଟିଏ ଆସନରେ ଜୟଯୁକ୍ତ ହେଲେ । ଭାରତୀୟ ଜାତୀୟ କଂଗ୍ରେସ (ଜଗଜ୍ଜୀବନ ରାମ) ଦଳ ତରଫରୁ ଡକ୍ଟର ହରେକୃଷ୍ଣ ମହତାବ ଭଦ୍ରକ ଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଜୟଲାଭ କରି ଭଦ୍ରକ ଆସନଟି ଛାଡି ଦେଲେ । ଉତ୍କଳ କଂଗ୍ରେସ ପ୍ରାର୍ଥୀ ପ୍ରହ୍ଲାଦ ମଲ୍ଲିକ ରାଜନଗର ଓ ପଟ୍ଟାମୁଣ୍ଡାଇ ଆସନରୁ ନିର୍ବାଚନ ଜିଣି ରାଜନଗର ଆସନଟିକୁ ଛାଡିଦେଲେ । କଂଗ୍ରେସ (ଜ) ପ୍ରାର୍ଥୀ ଶ୍ୟାମସୁନ୍ଦର ମହାପାତ୍ର ବାଲେଶ୍ୱର ଲୋକସଭା ଆସନ ଓ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଜିଣି ରାଉରକେଲା ବିଧାନସଭା ଆସନଟିକୁ ଛାଡିଦେଲେ । ସେହିପରି ସ୍ୱତନ୍ତ୍ରଦଳର ବୀର କିଶୋର ଦେଓ ରାଜ୍ୟସଭା ସଦସ୍ୟ ଥାଇ କଳାହାଣ୍ଡି ଜିଲ୍ଲାର କୋଲସରା ବିଧାନସଭା ଆସନରୁ ନିର୍ବାଚନ ଜିତି ଥିଲେ । ସେ ରାଜ୍ୟସଭା ସଭ୍ଯ ପଦକୁ ରଖି ଲୋକସଭା ଓ ବିଧାନସଭା ଆସନକୁ ଛାଡିଦେଲେ । ଭଦ୍ରକ, ରାଜନଗର, ରାଉରକେଲା ଓ

କୋକସରା ବିଧାନସଭା ଆସନ ଖାଲିପଡ଼ିଲା । ଏ ସବୁର ଉପନିର୍ବାଚନ ବିଷୟରେ ପରେ ଆଲୋଚନା ହେବ । ୧୯୫୨ ମସିହାରୁ କଟକ ସହର ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିବା ନେତା ତ‌ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‍ ମିତ୍ର ଉତ୍କଳ-କଂଗ୍ରେସ ପ୍ରାର୍ଥୀ ଭାବରେ କଟକ ସହର ବିଧାନସଭା ଓ କଟକ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଭାରତୀୟ ଜାତୀୟ କଂଗ୍ରେସ(ଜ) ଦଳର କଟକ ବିଧାନସଭା ଆସନର ପ୍ରାର୍ଥୀ ଭୈରବ ଚନ୍ଦ୍ର ମହାନ୍ତି ଓ ସେହି ଦଳର ନବାଗତ ଲୋକସଭା ପ୍ରାର୍ଥୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ବିପୁଳ ଭୋଟରେ ପରାଜିତ ହେଲେ ।

ଜାନକୀଙ୍କ ସଫଳତା, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ :

ପ୍ରଥମ କରି ୧୯୭୧ ମସିହା ଲୋକସଭା ନିର୍ବାଚନରେ କଟକ ଲୋକସଭା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ (ଜଗଜ୍ଜୀବନ) ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭୋଟରେ ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୟ ଲାଭ କଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତ‌ଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ବୀରେନ୍‍ ମିତ୍ର ୬୪, ୬୧୫ ଭୋଟ ପାଇଥିବା ସ୍ଥଳେ ଜାନକୀ ବାବୁ ୧,୫୪,୭୦୭ ଭୋଟ ପାଇଥିଲେ । ଓଡ଼ିଶାରେ ଲୋକସଭା ଆସନ ଗୁଡ଼ିକରେ ବିଜୟ ଲାଭ କରିିବା ପ୍ରାର୍ଥୀମାନଙ୍କ ଭିତରେ ସେ ସର୍ବାଧିକ ଭୋଟ ପାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦେଶରକ୍ଷା ବିଭାଗର ଉପମନ୍ତ୍ରୀ ଭାବରେ ୧୯୭୩ ମସିହାରୁ ୧୯୭୫ଯାଏ ଅଧିଷ୍ଠିତ ହେଲେ ।

ପଞ୍ଚମ ଲୋକସଭାକୁ ନିର୍ବାଚିତ ସଦସ୍ୟ (୧୯୭୧):

ମୟୂରଭଞ୍ଜ ମନମୋହନ ଟୁଡୁ କଂଗ୍ରେସ
ବାଲେଶ୍ୱର ଶ୍ୟାମସୁନ୍ଦର ମହାପାତ୍ର କଂଗ୍ରେସ
ଭଦ୍ରକ ଅର୍ଜୁନ ଚରଣ ସେଠି କଂଗ୍ରେସ
ଯାଜପୁର ଅନାଦି ଚରଣ ଦାସ କଂଗ୍ରେସ
କେନ୍ଦ୍ରାପଡ଼ା ସୁରେନ୍ଦ୍ର ମହାନ୍ତି ଉତ୍କଳ କଂଗ୍ରେସ
କଟକ ଜନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ
ପୁରୀ ବନମାଳୀ ପଟ୍ଟନାୟକ କଂଗ୍ରେସ
ଭୁବନେଶ୍ୱର ଚିନ୍ତାମଣି ପାଣିଗ୍ରାହୀ କଂଗ୍ରେସ
ଭଞ୍ଜନଗର ଦ୍ୟୁତିକୃଷ୍ଣ ପଣ୍ଡା କମ୍ୟୁନିଷ୍ଟ
ଛତ୍ରପୁର ଆର୍‍. ଜଗନ୍ନାଥ ରାଓ କଂଗ୍ରେସ
କୋରାପୁଟ ଭାଗୀରି ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ପ୍ରତାପ କେଶରୀ ଦେଓ ସ୍ୱତନ୍ତ୍ର
ଫୁଲବାଣୀ ବକ୍ସି ନାଏକ ସ୍ୱତନ୍ତ୍ର
ବଲାଙ୍ଗୀର ରାଜରାଜ ସିଂହଦେଓ ସ୍ୱତନ୍ତ୍ର
ସମ୍ବଲପୁର ବନମାଳୀ ବାବୁ କଂଗ୍ରେସ
ଅନୁଗୁଳ ପ୍ରତାପଗଙ୍ଗ ବଡ କୁମାର କଂଗ୍ରେସ
ଢେଙ୍କାନାଳ ଦେବେନ୍ଦ୍ର ଶତପଥୀ କଂଗ୍ରେସ
ସୁନ୍ଦରଗଡ ଗଦାଧର ମାଝୀ କଂଗ୍ରେସ
କେନ୍ଦୁଝର କୁମାର ମାଝି କଂଗ୍ରେସ

ପଞ୍ଚମ ବିଧାନସଭାକୁ ନିର୍ବାଚିତ ସଦସ୍ୟ (୧୯୭୧) :

କରଂଜିଆ ପ୍ରଫୁଲ୍ଲ କୁମାର ଦାସ ସ୍ୱତନ୍ତ୍ର
ଯଶୀପୁର ଲାଲ ମୋହନ ନାଏକ କଂଗ୍ରେସ
ରାଇରଙ୍ଗପୁର ସିଦ୍ଧିଲାଲ ମୁର୍ମୁ ଝାଡଖଣ୍ଡ
ବାହଲଦା ଶଶିଭୂଷଣ ମାରାଣ୍ଡି ସ୍ୱାଧୀନ
ବାଙ୍ଗିରିପୋଷି ରାଧାମୋହନ ନାଏକ ସ୍ୱତନ୍ତ୍ର
ବାରିପଦା ପ୍ରମୋଦ କୁମାର ଭଂଜଦେଓ ସ୍ୱାଧୀନ
ମୋରଡ଼ା କୁଆଁରିଆ ମାଝି ସ୍ୱତନ୍ତ୍ର
ବୈସିଙ୍ଗା ପ୍ରସନ୍ନ କୁମାର ଦାସ ପ୍ରଜା ସମାଜବାଦୀ
ଖୁଣ୍ଟା ବୀରଭଦ୍ର ସିଂହ ଉତ୍କଳ କଂଗ୍ରେସ
ଉଦଳା ମାନମୋହନ ଟୁଡୁ କଂଗ୍ରେସ
ଭୋଗରାଇ କାର୍ତ୍ତିକେଶ୍ୱର ପାତ୍ର କଂଗ୍ରେସ
ଜଳେଶ୍ୱର ପ୍ରସନ୍ନ କୁମାର ପାଳ ପ୍ରଜା ସମାଜବାଦୀ
ବସ୍ତା ଚିନ୍ତାମଣି ଜେନା ଉତ୍କଳ କଂଗ୍ରେସ
ବାଲେଶ୍ୱର ପ୍ରିୟନାଥ ନନ୍ଦୀ କଂଗ୍ରେସ
ନୀଳଗିରି ବନମାଳୀ ଦାସ କମ୍ୟୁନିଷ୍ଟ
ସୋରୋ ଯଦୁନାଥ ଦାସମହାପାତ୍ର ଉତ୍କଳ କଂଗ୍ରେସ
ସିମୁଳିଆ ଚିନ୍ତାମଣି ଜେନା କମ୍ୟୁନିଷ୍ଟ
ଭଦ୍ରକ ହରେକୃଷ୍ଣ ମହତାବ କଂଗ୍ରେସ
ପରେ ବଳରାମ ସାହୁ ଉତ୍କଳ କଂଗ୍ରେସ
ଧାମନଗର ବୃନ୍ଦାବନ ମଲ୍ଲିକ ଉତ୍କଳ କଂଗ୍ରେସ
ଚାନ୍ଦବାଲି ଗଙ୍ଗାଧର ଦାସ କଂଗ୍ରେସ
ବାସୁଦେବପୁର ନୀଳମଣି ରାଉତରାୟ ଉତ୍କଳ କଂଗ୍ରେସ
ସୁକିନ୍ଦା ସନାତନ ଦେଓ ଉତ୍କଳ କଂଗ୍ରେସ
ଧର୍ମଶାଳା ବାଙ୍କବିହାରୀ ଦାସ ପ୍ରଜା ସମାଜବାଦୀ
ବଡ଼ଚଣା ମାନଗୋବିନ୍ଦ ସାମଲ ଉତ୍କଳ କଂଗ୍ରେସ
ବିଞ୍ଝାରପୁର ପବିତ୍ର ମୋହନ ଜେନା ଉତ୍କଳ କଂଗ୍ରେସ
ପଶ୍ଚିମ ଯାଜପୁର ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ କଂଗ୍ରେସ
ପୂର୍ବ ଯାଜପୁର ଜଗନ୍ନାଥ ମଲ୍ଲିକ ଉତ୍କଳ କଂଗ୍ରେସ
ଆଳି ଶରତ କୁମାର ଦେବ ସ୍ୱତନ୍ତ୍ର
ପଟ୍ଟାମୁଣ୍ଡାଇ ପ୍ରହ୍ଲାଦ ମଲ୍ଲିକ ଉତ୍କଳ କଂଗ୍ରେସ
ରାଜନଗର ପ୍ରହ୍ଲାଦ ମଲ୍ଲିକ ଉତ୍କଳ କଂଗ୍ରେସ
ପରେ ବିଜୁ ପଟ୍ଟନାୟକ ଉତ୍କଳ କଂଗ୍ରେସ
କେନ୍ଦ୍ରାପଡ଼ା ଭାଗବତ ପ୍ରସାଦ ମହାନ୍ତି ପ୍ରଜା ସମାଜବାଦୀ
ପାଟକୁରା ରାଜକିଶୋର ନାୟକ ଉତ୍କଳ କଂଗ୍ରେସ
ତିର୍ତ୍ତୋଲ ପ୍ରତାପଚନ୍ଦ୍ର ମହାନ୍ତି ଉତ୍କଳ କଂଗ୍ରେସ
ଏରସମା ନାରାୟଣ ବୀରବର ସାମନ୍ତ ଉତ୍କଳ କଂଗ୍ରେସ
ବାଲିକୁଦା ବାସୁଦେବ ମହାପାତ୍ର କଂଗ୍ରେସ
ଜଗତସିଂହପୁର ଲକ୍ଷ୍ମଣ ମଲ୍ଲିକ କଂଗ୍ରେସ
ଗୋବିନ୍ଦପୁର ତ୍ରିଲୋଚନ କାନୁନ୍‍ଗୋ କଂଗ୍ରେସ
ସାଲେପୁର ବଟକୃଷ୍ଣ ଜେନା ଉତ୍କଳ କଂଗ୍ରେସ
ମାହାଙ୍ଗା ଶରତ କୁମାର କର ଉତ୍କଳ କଂଗ୍ରେସ
ଚୌଦ୍ୱାର କାହ୍ନୁ ଚରଣ ଲେଙ୍କା କଂଗ୍ରେସ
କଟକ ନଗର ଭୈରବ ଚନ୍ଦ୍ର ମହାନ୍ତି କଂଗ୍ରେସ
କଟକ ସଦର ସୁର ସେଠି କଂଗ୍ରେସ
ବାଙ୍କୀ ଗୋକୁଳାନନ୍ଦ ପ୍ରହରାଜ ଉତ୍କଳ କଂଗ୍ରେସ
ଆଠଗଡ଼ ରାଧାନାଥ ରଥ ସ୍ୱାଧୀନ
ବଡ଼ମ୍ବା ତ୍ରିଲୋଚନ ମାନସିଂହ ହରିଚନ୍ଦନ ସ୍ୱତନ୍ତ୍ର
ଭୁବନେଶ୍ୱର ହରେକୃଷ୍ଣ ମହତାବ କଂଗ୍ରେସ
ବାଲିପାଟଣା ବସନ୍ତ ବେହେରା କଂଗ୍ରେସ
ପିପିଲି ଅଭିମନ୍ୟୁ ରଣସିଂହ କଂଗ୍ରେସ
ନିମାପଡ଼ା ଗୋବିନ୍ଦ ଚନ୍ଦ୍ର ସେଠି ଉତ୍କଳ କଂଗ୍ରେସ
କାକଟପୁର ସୁରେନ୍ଦ୍ର ନାଥ ନାୟକ ଉତ୍କଳ କଂଗ୍ରେସ
ସତ୍ୟବାଦୀ ଚନ୍ଦ୍ର ମାଧବ ମିଶ୍ର ସ୍ୱାଧୀନ
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ
ବ୍ରହ୍ମଗିରି ଗୋପବନ୍ଧୁ ପାତ୍ର କଂଗ୍ରେସ
ବାଣପୁର ରାମଚନ୍ଦ୍ର ପ୍ରହରାଜ ସ୍ୱତନ୍ତ୍ର
ଖୋର୍ଦ୍ଧା ବେଣୁଧର ବଳିୟାର ସିଂହ କଂଗ୍ରେସ
ବେଗୁନିଆ ଗଙ୍ଗାଧର ପାଇକରାୟ କମ୍ୟୁନିଷ୍ଟ
ଖଣ୍ଡପଡ଼ା ବଂଶୀଧର ପଟ୍ଟନାୟକ ସ୍ୱାଧୀନ
ଦଶପଲ୍ଲା ସାହେବ ନାଏକ କଂଗ୍ରେସ
ନୟାଗଡ଼ ଅଚ୍ୟୁତାନନ୍ଦ ମହାନ୍ତି ଉତ୍କଳ କଂଗ୍ରେସ
ରଣପୁର ରମେଶ ଚନ୍ଦ୍ର ପଣ୍ଡା କମ୍ୟୁନିଷ୍ଟ
ଜଗନ୍ନାଥପ୍ରସାଦ ଶ୍ରୀବତ୍ସ ନାଏକ କଂଗ୍ରେସ
ଭଂଜନଗର ସୋମନାଥ ରଥ କଂଗ୍ରେସ
ସୋରଡ଼ା ଅନନ୍ତ ନାରାୟଣ ସିଂହଦେଓ ସ୍ୱତନ୍ତ୍ର
ଆସ୍କା କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଉତ୍କଳ କଂଗ୍ରେସ
କବିସୂର୍ଯ୍ୟନଗର ସଦାନନ୍ଦ ମହାନ୍ତି କମ୍ୟୁନିଷ୍ଟ
କୋଦଳା ରାମକୃଷ୍ଣ ପଟ୍ଟନାୟକ ଉତ୍କଳ କଂଗ୍ରେସ
ଖଲ୍ଲିକୋଟ ତ୍ରିନାଥ ସାମନ୍ତରାୟ ଉତ୍କଳ କଂଗ୍ରେସ
ଛତ୍ରପୁର ଲକ୍ଷ୍ମଣ ମହାପାତ୍ର କମ୍ୟୁନିଷ୍ଟ
ହିଞ୍ଜିଳି ବୃନ୍ଦାବନ ନାୟକ ଉତ୍କଳ କଂଗ୍ରେସ
ଡୁରା ମୋହନ ନାୟକ କଂଗ୍ରେସ
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଂଗ୍ରେସ
ଚିକିଟି ସଚ୍ଚିଦାନନ୍ଦ ଦେଓ କଂଗ୍ରେସ
ମୋହନା ଭୀମସେନ ମଣ୍ଡଳ କଂଗ୍ରେସ
ରାମଗିରି ଗୋର୍ସାଙ୍ଗ ଶବର କଂଗ୍ରେସ
ପାରଳାଖେମୁଣ୍ଡି ଲଚ୍ଛନ ନାଇଡୁ ଡରାମୁ ସ୍ୱତନ୍ତ୍ର
ଗୁଣପୁର ଭାଗୀରଥି ଗମାଙ୍ଗ କଂଗ୍ରେସ
ବିଷମ କଟକ ପ୍ରସକା ଶ୍ରୀପତି ସ୍ୱତନ୍ତ୍ର
ରାୟଗଡ଼ା ହିମ୍‍ରିକା ରୁକୁନା ସ୍ୱତନ୍ତ୍ର
ନାରାୟଣ ପାଟଣା ତାଡିଙ୍ଗ ଯୋଗୀ କଂଗ୍ରେସ
ନନ୍ଦପୁର ଦିସାରୀ ସାନୁ ଉତ୍କଳ କଂଗ୍ରେସ
ମାଲକାନାଗିରି ଗଙ୍ଗାଧର ମାଢ଼ୀ କଂଗ୍ରେସ
ଜୟପୁର ପ୍ରତାପନାରାୟଣ ସିଂହଦେଓ ସ୍ୱତନ୍ତ୍ର
କୋଟପାଡ଼ ଧନସାୟୀ ଋଣଧୀର ସ୍ୱତନ୍ତ୍ର
ନବରଙ୍ଗପୁର ହବିବୁଲ୍ଲା ଖାଁ ସ୍ୱତନ୍ତ୍ର
କୋଡିଙ୍ଗା ପୁରଣଚନ୍ଦର ମିରଗାନ୍ ଉତ୍କଳ କଂଗ୍ରେସ
ଡାବୁଗାଁ ଡମ୍ବରୁ ମାଝି ସ୍ୱତନ୍ତ୍ର
ଉମରକୋଟ ରବି ସିଂହ ମାଝି ଉତ୍କଳ କଂଗ୍ରେସ
ନୂଆପଡା ଘାଷିରାମ ମାଝି ସ୍ୱତନ୍ତ୍ର
ଖଡିଆଳ ଅନୁପ ସିଂହଦେଓ (କଂ.ସଂ)
ଧର୍ମଗଡ ଲୋଚଣ ଧାଙ୍ଗଡା ମାଝି ସ୍ୱତନ୍ତ୍ର
ଲୋକସରା ବୀରକିଶୋର ଦେବ ସ୍ୱତନ୍ତ୍ର
ପରେ ରଘୁନାଥ ପ୍ରହରାଜ ସ୍ୱତନ୍ତ୍ର
ଜୁନାଗଡ଼ ତ୍ରିନାଥ ସରାବ ସ୍ୱତନ୍ତ୍ର
ଭବାନୀପାଟଣା ଦୟାନିଧି ନାଏକ ସ୍ୱତନ୍ତ୍ର
ନର୍ଲ୍ଲା ଧନେଶ୍ୱର ମାଝି ସ୍ୱତନ୍ତ୍ର
କେଶିଙ୍ଗା ଭଗବାନ ଭୋଇ ସ୍ୱତନ୍ତ୍ର
ଉଦୟଗିରି ଗୋପାଳ ପ୍ରଧାନ ସ୍ୱତନ୍ତ୍ର
ବାଲିଗୁଡ଼ା ନରେଶ ପ୍ରଧାନ ସ୍ୱତନ୍ତ୍ର
ଫୁଲବାଣୀ ଭାଗନ୍ନାଥ ଜାନୀ କଂଗ୍ରେସ
ବୌଦ୍ଧ ନଟବର ପ୍ରଧାନ ସ୍ୱତନ୍ତ୍ର
ସୋନପୁର ନୀଳାମ୍ବର ରାୟଗୁରୁ ସ୍ୱତନ୍ତ୍ର
ବିନକା ନୃସିଂହ ଚରଣ ମିଶ୍ର ସ୍ୱତନ୍ତ୍ର
ତୁଷରା ରାଧାମୋହନ ମିଶ୍ର ସ୍ୱତନ୍ତ୍ର
ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ୱତନ୍ତ୍ର
ଲୁଇସିଂହା ନନ୍ଦକିଶୋର ମିଶ୍ର ସ୍ୱତନ୍ତ୍ର
ପାଟଣାଗଡ ଅଇଁଠୁ ସାହୁ ସ୍ୱତନ୍ତ୍ର
ସଇଁତଳା ରମେଶ ଚନ୍ଦ୍ର ସିଂହ ଭୋଇ ସ୍ୱତନ୍ତ୍ର
ଟିଟଲାଗଡ଼ ତପି ଜାଲ ସ୍ୱତନ୍ତ୍ର
କଣ୍ଟାବାଞ୍ଜି ଅଚ୍ୟୁତାନନ୍ଦ ମହାନନ୍ଦ ସ୍ୱତନ୍ତ୍ର
ପଦ୍ମପୁର କୃପାସିନ୍ଧୁ ଭୋଇ କଂଗ୍ରେସ
ମେଳଛାମୁଣ୍ଡା ବୀରେନ୍ଦ୍ର କୁମାର ସାହୁ ସ୍ୱତନ୍ତ୍ର
ବିଜେପୁର ତ୍ରିବିକ୍ରମ ମଲ୍ଲିକ କଂଗ୍ରେସ
ଭଟ୍‍ଲି ନଟବର ବନ୍‍ଛୋଡ଼ କମ୍ୟୁନିଷ୍ଟ
ବରଗଡ଼ ଚିତ୍ତରଂଜନ କର କଂଗ୍ରେସ
ସମ୍ବଲପୁର ଶ୍ରୀ ବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ବ୍ରଜରାଜନଗର ଉପେନ୍ଦ୍ର ଦୀକ୍ଷିତ୍‍ କଂଗ୍ରେସ
ଝାରସୁଗୁଡ଼ା ଝସକେତନ ସାହୁ କଂଗ୍ରେସ
ଲାଇକେରା ରାମେଶ୍ୱର ନାୟକ କଂଗ୍ରେସ
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ
ରେଢ଼ାଖୋଲ ଅଭିମନ୍ୟୁ କୁମ୍ଭାର କଂଗ୍ରେସ
ଦେବଗଡ଼ ଭାନୁଗଙ୍ଗ ତ୍ରିଭୁବନ ଦେବ ସ୍ୱତନ୍ତ୍ର
ସୁନ୍ଦରଗଡ଼ ଦିବ୍ୟଲୋଚନ ଶେଖର ଦେଓ କଂଗ୍ରେସ
ତଲସରା ଗଙ୍ଗାଧର ପ୍ରଧାନ ସ୍ୱତନ୍ତ୍ର
ରାଜଗାଙ୍ଗପୁର ଇଗ୍ନେଶ ମାଝି ଝାଡ଼ଖଣ୍ଡ
ବିଶ୍ରା କୁଲନ ବାଗେ ଝାଡ଼ଖଣ୍ଡ
ରାଉରକେଲା ଶ୍ୟାମସୁନ୍ଦର ମହାପାତ୍ର କଂଗ୍ରେସ
ପରେ ବିଶ୍ୱନାଥ ଦାସ ସ୍ୱାଧୀନ
ବଣେଇ ହେମେନ୍ଦ୍ର ପ୍ରସାଦ ମହାପାତ୍ର ସ୍ୱତନ୍ତ୍ର
ଚ-ୂଆ ସହରାଇ ଓରାମ ଉତ୍କଳ କଂଗ୍ରେସ
ପାଟଣା ମହେଶ୍ୱର ମାଝି ଉତ୍କଳ କଂଗ୍ରେସ
କେନ୍ଦୁଝର ଛୋଟରାୟ ମାଝି ଉତ୍କଳ କଂଗ୍ରେସ
ତେଲକୋଇ ନୀଳାଦ୍ରି ନାୟକ ଉତ୍କଳ କଂଗ୍ରେସ
ରାମଚନ୍ଦ୍ରପୁର ମୁରଲୀଧର କୁଅଁର କଂଗ୍ରେସ
ଆନନ୍ଦପୁର ମକର ସେଠି କଂଗ୍ରେସ
ପାଲଲହଡ଼ା ନାରାୟଣ ସାହୁ କଂଗ୍ରେସ
କାମାକ୍ଷାନଗର ବ୍ରହ୍ମାନନ୍ଦ ବିଶ୍ୱାଳ କଂଗ୍ରେସ
ଗଁଦିଆ ବୃନ୍ଦାବନ ତ୍ରିପାଠୀ କଂଗ୍ରେସ
ଢେଙ୍କାନାଳ ସୁରେନ୍ଦ୍ର ମୋହନ ପଟ୍ଟନାୟକ କଂଗ୍ରେସ
ତାଳଚେର ବୃନ୍ଦାବନ ବେହେରା ଜନ କଂଗ୍ରେସ
ଛେଣ୍ଡିପଦା ଭଜମନ ବେହେରା ଉତ୍କଳ କଂଗ୍ରେସ
ଅନୁଗୁଳ ଦେବରାଜ ସାହୁ ଉତ୍କଳ କଂଗ୍ରେସ
ଆଠମଲ୍ଲିକ ରାଜକିଶୋର ପ୍ରଧାନ ଉତ୍କଳ କଂଗ୍ରେସ
ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ ଗଠନ :

ଏହି ମଧ୍ୟବର୍ତ୍ତୀ କାଳୀନ ବିଧାନସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଲେ ନାହିିଁ । ଡକ୍ଟର ହରେକୃଷ୍ଣ ମହତାବ ହେଲେ କଂଗ୍ରେସ ବିଧାୟକ ଦଳର ନେତା । ନୀଳମଣି ରାଉତରାୟ ହେଲେ ଉତ୍କଳ କଂଗ୍ରେସ ବିଧାୟକ ଦଳର ନେତା । ରାଜେନ୍ଦ୍ର ନାରାୟଣ ସିଂହଦେଓ ହେଲେ ସ୍ୱତନ୍ତ୍ର ଦଳ ବିଧାୟକ ଦଳର ନେତା । ପ୍ରଥମେ କଂଗ୍ରେସ ଓ ଉତ୍କଳ-କଂଗ୍ରେସ ଦଳ ମିଶି ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହେଲା । କିନ୍ତୁ ବହୁ ଆଲୋଚନା ସମାଲୋଚନା ପରେ ତାହା ବିଫଳ ହେବାରୁ ସ୍ୱତନ୍ତ୍ର- ଉତ୍କଳ କଂଗ୍ରେସ ଦଳ ମିଶି ଏକ ବିକଳ୍ପ ମିଳିତ ସରକାର ଗଠନ କରିବା ନିମନ୍ତେ ଆଲୋଚନା ଆରମ୍ଭ ହେଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦ କେଉଁଦଳ ପାଇବ ସେଥିନିମନ୍ତେ ସମସ୍ୟା ଦେଖାଦେବାରୁ ଶେଷରେ ଠିକ୍‍ ହେଲା ଯେ ଜଣେ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କ ମୁଖ୍ୟମନ୍ତ୍ରିତ୍ୱରେ ସ୍ୱତନ୍ତ୍ର, ଉତ୍କଳ-କଂଗ୍ରେସ ଓ ଝାଡ଼ଖଣ୍ଡ ଦଳକୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରାଯିବ । ଏହି ପ୍ରସ୍ତାବରେ ତିନୋଟିଯାକ ଦଳର ନେତା ଏକମତ ହେଲେ । ଏଥିପାଇଁ ନିରପେକ୍ଷ ନେତାଙ୍କୁ ଖୋଜା ଚାଲିଲା । ସମାଜ ସଂପାଦକ ରାଧାନାଥ ରଥ ଓ ବିହାରର ପୂର୍ବତନ ରାଜ୍ୟପାଳ ନିତ୍ୟାନନ୍ଦ କାନୁନ୍‍ଗୋଙ୍କ ସହ ଏଥିପାଇଁ ଆଲୋଚନା କରାଗଲା । ହେଲେ ଏମାନେ କେହି ରାଜି ହେଲେନାହିିଁ । ଶେଷରେ ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶିଷ୍ଟ କଂଗ୍ରେସ ନେତା ବିଶ୍ୱନାଥ ଦାସଙ୍କୁ ଅନୁରୋଧ କରାଗଲା । ସେତେବେଳକୁ ତାଙ୍କର ବୟସ ୮୦ ବର୍ଷରୁ ଅଧିକ । ବହୁ ଆଲୋଚନା ପରେ ସେ ରାଜି ହେଲେ ମିଳିତ ସାମ୍ମୁଖ୍ୟର ନେତୃତ୍ୱ ନେବାପାଇଁ । ୧୪୦ ଆସନ ବିଶିଷ୍ଟ ଓଡ଼ିଶା

ବିଧାନସଭାର ମିଳିତ ସାମ୍ମୁଖ୍ୟର ସଭ୍ୟମାନଙ୍କ ସଂଖ୍ୟା ହେଲା ୭୩, ସ୍ୱତନ୍ତ୍ର-୩୬, ଉତ୍କଳ କଂଗ୍ରେସ-୩୩ ଓ ଝାଡ଼ଖଣ୍ଡ-୪ ।

ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ମିଳିତ ସାମ୍ମୁଖ୍ୟର ୧୪ଜଣିଆ ମନ୍ତ୍ରିମଣ୍ଡଳ ୧୯୭୧ ମସିହା ଏପ୍ରିଲ ୩ତାରିଖ ଦିନ ଶପଥ ଗ୍ରହଣ କଲେ । ଓଡ଼ିଶାର ତତ୍‍କାଳୀନ ରାଜ୍ୟପାଳ ଡକ୍ଟର ଏସ.ଏସ ଆନସାରୀ ସେମାନଙ୍କୁ ଶପଥ ପାଠ କରାଇଲେ । ୫ତାରିଖ ଦିନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଗଲା । ଏହି ମନ୍ତ୍ରୀମାନେ ଥିଲେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ । ପରେ ଆଉ ୧୨ଜଣ ଉପମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ବିଶ୍ୱନାଥ ଦାସଙ୍କ ସହ ଶପଥ ଗ୍ରହଣ କରିିଥିବା ମନ୍ତ୍ରୀମାନେ ହେଲେ-

କ୍ୟାବିନେଟ୍‍ ମନ୍ତ୍ରୀ :

ବିଶ୍ୱନାଥ ଦାସ : ମୁଖ୍ୟମନ୍ତ୍ରୀ, ଅର୍ଥ, ଯୋଜନା ଓ ସମନ୍ୱୟ, (ଗ୍ରାମ୍ୟ ଇଂଜିିନିୟରିଂ ସଂସ୍ଥା ବ୍ୟତୀତ)
ରାଜେନ୍ଦ୍ର ନାରାୟଣ ସିଂହଦେଓ : ରାଜନୈତିକ ଓ ଶାସନ ସଂସ୍ଥା (ନଦୀ ଉପତ୍ୟକା ଓ ଉନ୍ନୟନ
ବ୍ୟତୀତ), ଶିଳ୍ପ, ସ୍ୱରାଷ୍ଟ୍ର (ଲୋକ ସଂପର୍କ ଓ ପର୍ଯ୍ୟଟନ)
ନୀଳମଣି ରାଉତରାୟ : ସ୍ୱରାଷ୍ଟ୍ର (ଲୋକ ସ-ର୍କ ଓ ପର୍ଯ୍ୟଟନ ବିଭାଗ ବ୍ୟତୀତ) ଖଣି
ଓ ଭୂତତ୍ତ୍ୱ, ଯୋଗାଣ ଓ କୃଷି (ସମବାୟ)
ସିଦ୍ଧିଲାଲ ମୁର୍ମୁ : ଶ୍ରମ, କର୍ମନିଯୁକ୍ତ ଓ ଗୃହ ନିର୍ମାଣ
ଦୟାନିଧି ନାୟକ : ଅବକାରୀ ଓ ବାଣିଜ୍ୟ
ବୃନ୍ଦାବନ ନାୟକ : ଯୋଜନା ଓ ସମନ୍ୱୟ ବିଭାଗ (ଗ୍ରାମ୍ୟ ଇଂଜିନିୟରିଂ
ସଂଗଠନ) ଓ ପୌର ଉନ୍ନୟନ
ଗଙ୍ଗାଧର ପ୍ରଧାନ : ଜଙ୍ଗଲ ଓ ପଶୁପାଳନ (ମତ୍ସ୍ୟ)
ପ୍ରହ୍ଲାଦ ମଳିକ : ଜଳସେଚନ ଓ ବିଦ୍ୟୁତ (ଉଠା ଜଳସେଚନ ବ୍ୟତୀତ) ଓ
ରାଜନୈତିକ ଶାସନ ସଂସ୍ଥା (ନଦୀ ଉପତ୍ୟକା ଉନ୍ନୟନ)
ଅନନ୍ତ ନାରାୟଣ ସିଂହଦେଓ : କୃଷି, ପଶୁପାଳନ, (ସମବାୟ ଓ ମତ୍ସ୍ୟ ବିଭାଗ ବ୍ୟତୀତ)
ଗୋଷ୍ଠୀ ଉନ୍ନୟନ, ପଞ୍ଚାୟତିରାଜ
ପ୍ରତାପ ଚନ୍ଦ୍ର ମହାନ୍ତି : ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ (ଉଠା ଜଳସେଚନ)
ଅଇଁଠୁ ସାହୁ : ପୂର୍ତ୍ତ, ପରିବହନ ଓ ଜଙ୍ଗଲ
ଶରତ କୁମାର କର : ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର
ନଟବର ପ୍ରଧାନ : ଆଇନ ଆଦିବାସୀ ଓ ଗ୍ରାମମଙ୍ଗଳ
ରାମକୃଷ୍ଣ ପଟ୍ଟନାୟକ : ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ
ଉପମନ୍ତ୍ରୀ :
ଡମ୍ବରୁ ମାଝି : କୃଷି, ସମବାୟ, ପୂର୍ତ୍ତ ଓ ପରିବହନ (ପରିବହନ)
ଯଦୁନାଥ ଦାଶମହାପାତ୍ର : ଅର୍ଥ ଓ ସାଂସ୍କୃତିକ ବ୍ୟାପାର
ଘାସିରାମ ମାଝି : ଆଦିବାସୀ, ଗ୍ରାମମଙ୍ଗଳ, ସ୍ୱରାଷ୍ଟ୍ର
(ଲୋକସ-ର୍କ ଓ ପର୍ଯ୍ୟଟନ)
ବୀରଭଦ୍ର ସିଂହ : ଜଳସେଚନ ବିଦ୍ୟୁତ (ଉଠା ଜଳସେଚନ ବ୍ୟତୀତ)
ଭାନୁଗଙ୍ଗ ତ୍ରିଭୁବନ ଦେବ : ଶିଳ୍ପ, ଯୋଜନା ଓ ସମନ୍ୱୟ
ସହରାଇ ଓରାମ : ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ଖଣି ଓ ଭୂତତ୍ତ୍ୱ
ପ୍ରଫୁଲ୍ଲ କୁମାର ଦାସ : : ବାଣିଜ୍ୟ, ଜଙ୍ଗଲ ଓ ପଶୁପାଳନ (ପଶୁପାଳନ)
ଦେବରାଜ ସାହୁ : ସ୍ୱରାଷ୍ଟ୍ର (ଲୋକସଂପର୍କ ଓ ପର୍ଯ୍ୟଟନ ବ୍ୟତୀତ), ଯୋଗାଣ,
ରାଜ୍ୟ ନିଗମ ଏବଂ କୃଷି ଓ ସମବାୟ
ଶରତ କୁମାର ଦେବ : ପୂର୍ତ୍ତ ଓ ପରିବହନ, (ପୂର୍ତ୍ତ) ଓ ଅବକାରୀ
ଗୋବିନ୍ଦ ଚନ୍ଦ୍ର ସେଠ : ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ୍‍ (ଉଠା ଜଳସେଚନ)
ରାମଚନ୍ଦ୍ର ପ୍ରହରାଜ : ଗୋଷ୍ଠୀଉନ୍ନୟନ ଓ ପଞ୍ଚାୟତିରାଜ
ରବି ସିଂହ ମାଝି : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ଏହି ୧୨ଜଣ ଉପମନ୍ତ୍ରୀ ପ୍ରଥମ ୧୪ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ପରେ ଶପଥ ଗ୍ରହଣ କରିିଥିଲେ । ପଞ୍ଚମ ବିଧାନସଭାର ପ୍ରଥମ ଅଧିବେଶନ ୧୯୭୧ ମସିହା ମଇ ମାସ ୩ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ନନ୍ଦକିଶୋର ମିଶ୍ର ଓ ନାରାୟଣ ବୀରବର ସାମନ୍ତ ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ।

ଉପନିର୍ବାଚନ ଫଳାଫଳ:

ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇନଥିଲେ । ନିୟମ ଅନୁସାରେ ସେ ୬ମାସ ଭିତରେ ନିର୍ବାଚିତ ହେବା ଦରକାର । ଏଣୁ ଖାଲି ପଡ଼ିଥିବା ରାଉରକେଲା ଆସନରୁ ଉପନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କଲେ । ତାଙ୍କ ସହ କଂଗ୍ରେସ ନେତା ବିନାୟକ ଆଚାର୍ଯ୍ୟ ଲଢ଼ି ହାରିଗଲେ । ଏହି ଆସନଟି କଂଗ୍ରେସ ଦଳର ଶ୍ୟାମସୁନ୍ଦର ମହାପାତ୍ର ଛାଡି ଦେଇଥିଲେ । କାରଣ ସେ ବାଲେଶ୍ୱର ଲୋକସଭା ଆସନଟିକୁ ରଖିଲେ । ସେ ରାଉରକେଲା ବିଧାନସଭା ଓ ବାଲେଶ୍ୱର ଲୋକସଭା ଦୁଇଟି ଆସନରୁ ବିଜୟ ଲାଭ କରିଥିଲେ । ଡକ୍ଟର ମହତାବ ଛାଡିଦେଇଥିବା ଭଦ୍ରକ ଆସନରୁ ଉତ୍କଳ କଂଗ୍ରେସ ପ୍ରାର୍ଥୀ ବଳରାମ ସାହୁ ଉପନିର୍ବାଚନରେ ବିଜୟୀ ହେଲେ । ବୀରକିଶୋର ଦେବ ଛାଡିଦେଇଥିବା କୋକସରା ନିର୍ବାଚନମଣ୍ଡଳୀରୁ ଉପନିର୍ବାଚନରେ ସ୍ୱତନ୍ତ୍ର ଦଳର ପ୍ରାର୍ଥୀ ରଘୁନାଥ ପ୍ରହରାଜ

ନିର୍ବାଚିତ ହେଲେ । ଚାରୋଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିବା ତ‌ଥା ଉତ୍କଳ କଂଗ୍ରେସର ପ୍ରାଣପ୍ରତିଷ୍ଠାତା ବିଜୁ ପଟ୍ଟନାୟକ- ପ୍ରହ୍ଲାଦ ମଳିକ ଛାଡ଼ି ଦେଇଥିବା ରାଜନଗର ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହେଲେ । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଧ୍ରୁବ ଚରଣ ରାଉତରାୟ କଂଗ୍ରେସ ପ୍ରାର୍ଥୀ ଭାବରେ । ଏହି ପଞ୍ଚମ ବିଧାନସଭାରେ ବିନାୟକ ଆଚାର୍ଯ୍ୟ (କଂଗ୍ରେସ) ଥିଲେ ବିରୋଧୀଦଳର ନେତା । ପ୍ରଥମେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ ଡକ୍ଟର ହରେକୃଷ୍ଣ ମହତାବ । ସେ ଏହି ପଦରୁ ଇସ୍ତଫା ପ୍ରଦାନ କରିବାରୁ ବିନାୟକ ଆଚାର୍ଯ୍ୟ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ ।

ଶାସକ ଦଳର ଅର୍ଥାତ; ମିଳିତ ସାମ୍ମୁଖ୍ୟର ବହୁ ସଂଖ୍ୟକ ସଭ୍ୟ ଦଳ ବଦଳ କରିବା ଫଳରେ ସରକାର ଭାଙ୍ଗିଗଲା । ଫଳରେ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଇସ୍ତଫା ପ୍ରଦାନ କଲେ ୧୪-୬-୧୯୭୨ ତାରିଖରେ । ସେହିଦିନ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ବିଶ୍ୱନାଥ ଦାସଙ୍କ ମିଳିତ ସାମ୍ମୁଖ୍ୟ ସରକାର ମାତ୍ର ୧ବର୍ଷ ୨ମାସ ୫ଦିନ ତିଷ୍ଠି ରହିିଥିଲା ।

* * *
ବିଂଶ ପରିଚ୍ଛେଦ
ମୁଖ୍ୟମନ୍ତ୍ରୀ ଆସନରେ ନନ୍ଦିନୀ ଦେବୀ ଓ
୧୯୭୪ର ମଧ୍ୟବର୍ତ୍ତୀ ନିର୍ବାଚନ

ବିଶ୍ୱନାଥ ଦାସଙ୍କ ମିଳତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ କାଳରେ ୧୯୭୨ ମସିହା ନଭେମ୍ବର ମାସରେ (ବଡଓଷା ଦିନ) ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟାବହ ବାତ୍ୟା ହେଲା । ଏହା ଫଳରେ ବହୁ ଧନ, ଜୀବନ ନଷ୍ଟ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡ଼ିଲା । ପ୍ରାୟ ଦଶ ହଜାର ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଲେ । ହଜାର ହଜାର ଲୋକ ଗୃହଶୂନ୍ୟ ହେଲେ । ସମୁଦ୍ରଠାରୁ ପ୍ରାୟ ପଚିଶ କି.ମି. ଦୂରଯାଏ ସମୁଦ୍ରପାଣି ମାଡ଼ି ଆସିଲା । କେତେ ଯେ ଗୃହପାଳିତ ପଶୁଙ୍କର ମୃତ୍ୟୁ ହେଲା ତା'ର ହିସାବ ମିଳିଲା ନାହିିଁ । ଭାରତର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଅର୍ଥମନ୍ତ୍ରୀ ଓ୍ୱାଇ. ଭି. ଚଭନ ଓଡ଼ିଶାର ବାତ୍ୟାଞ୍ଚଳ ଭ୍ରମଣରେ ଆସି ଲୋକମାନଙ୍କର ଦୁର୍ଦ୍ଦଶା ଦେଖିକରି ଗଲେ । କେନ୍ଦ୍ରରୁ ମଧ୍ୟ ସାହାଯ୍ୟ ମିଳିଲା ।

ଓଡ଼ିଶାରେ ଏଭଳି ପ୍ରାକୃତିକ ବିପଦ ଓ ଆର୍ଥିକ ବିପର୍ଯ୍ୟୟ ସହିତ ରାଜନୈତିକ ଓ ଶାସନଗତ ବିପଦ ମଧ୍ୟ ଦେଖାଗଲା । କୌଣସି କାରଣରୁ ମିଳିତ ସାମ୍ମୁଖ୍ୟ ସରକାରର ଅନ୍ୟତମ ମୁଖ୍ୟ ଅଂଶୀଦାର 'ଉତ୍କଳ କଂଗ୍ରେସ'ରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଗଲା । ଜାତୀୟ ସ୍ତରରେ ପ୍ରଜା ସମାଜବାଦୀ ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଅନ୍ୟ ଦଳଟି ସଂଯୁକ୍ତ ସମାଜବାଦୀ ଦଳ ଭାବରେ ନାମିତ ହେଲା । ରବି ରାୟ ଏହି ସଂଯୁକ୍ତ ସମାଜବାଦୀ ଦଳରେ ଯୋଗ ଦେଲେ । କିନ୍ତୁ ଓଡ଼ିଶାର କେତେଜଣ ନାମୀଦାମୀ ପି.ଏସ୍‍.ପି ନେତା ଯଥା ସୁରେନ୍ଦ୍ର ଦ୍ୱିବେଦୀ ଓ ବାଙ୍କ ବିହାରୀ ଦାସଙ୍କ ସମେତ ପ୍ରଜା ସମାଜବାଦୀ ଦଳର ପୂର୍ବତନ ବିଧାୟକ ରବୀନ୍ଦ୍ର ମୋହନ ଦାସ, କଣ୍ଡୁରୀ ଚରଣ ମଳିକ ଓ ଆକୁଳାନନ୍ଦ ବେହେରା ଆଦି ଜାତୀୟ କଂଗ୍ରେସରେ ଯୋଗ ଦେଲେ । ୧୯୭୧ ନିର୍ବାଚନରେ ପି.ଏସ୍‍.ପି ଦଳର କୌଣସି ସଭ୍ୟ ଲୋକସଭାକୁ ନିର୍ବାଚିତ ହୋଇନିବା ବେଳେ

ମାତ୍ର ଚାରିଜଣ ସଭ୍ୟ ଯଥା - ପ୍ରସନ୍ନ କୁମାର ଦାସ, ପ୍ରସନ୍ନ କୁମାର ପାଳ, ଭାଗବତ ପ୍ରସାଦ ମହାନ୍ତି ଓ ବାଙ୍କ ବିହାରୀ ଦାସ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ପୁ'ଣି ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳର ଦୁଇଜଣ ମନ୍ତ୍ରୀଙ୍କ ସମେତ ଛ'ଜଣ ବିଧାୟକ କଂଗ୍ରେସ ଦଳରେ ଆସି ଯୋଗ ଦେଲେ । ଏମାନଙ୍କର ନେତୃତ୍ୱ ନେଇଥିଲେ ଗଙ୍ଗାଧର ପ୍ରଧାନ । ସେ ଥିଲେ କୃଷି (ପଶୁପାଳନ ଓ ମତ୍ସ୍ୟ) ବିଭାଗର ମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ଦଳର ସଭ୍ୟ । ଏପରି ସ୍ଥଳେ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ ଆଉ ବେଶୀଦିନ ତିଷ୍ଠି ରହିବା ଦେଖାଗଲା ନାହିିଁ ।

୧୯୭୨ ମସିହା ଜୁନ୍‍ ମାସ ୯ ତାରିଖ ଦିନ ଉତ୍କଳ କଂଗ୍ରେସ ଦଳର ଏକ ବୈଠକ ଅନୁଷ୍ଠିତ ହେଲା । ଏହି ବୈଠକରେ ସ୍ଥିର ହେଲା ଯେ, ଦଳ ଇନ୍ଦିରା ଗାନ୍ଧୀଙ୍କ ସମାଜବାଦୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ପୂରାପୂରି ଭାରତୀୟ ଜାତୀୟ କଂଗ୍ରେସରେ ମିଶିଯିବା ସହିତ ଓଡ଼ିଶାର ମଳିତ ସାମ୍ମୁଖ୍ୟ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେବ । ସେହିଦିନ ସେହି ମୁହୂର୍ତ୍ତରେ ଉତ୍କଳ କଂଗ୍ରେସ ଦଳ ଭାଙ୍ଗିଗଲା ବୋଲି ବିଜୁ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ । ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଏହି ପ୍ରସ୍ତାବ ପାଇବା ପରେ ସାଙ୍ଗେ ସାଙ୍ଗେ ରାଜଭବନକୁ ଯାଇ ରାଜ୍ୟପାଳ ସର୍ଦ୍ଦାର ଯୋଗୀନ୍ଦ୍ର ସିଂହଙ୍କୁ ମନ୍ତ୍ରିମଣ୍ଡଳର ଇସ୍ତଫା ପ୍ରଦାନ କଲେ । ଉତ୍କଳ କଂଗ୍ରେସ ପୂରାପୂରି ଭାରତୀୟ ଜାତୀୟ କଂଗ୍ରେସରେ ମିଶିଗଲା । ସ୍ୱତନ୍ତ୍ର ଦଳର ବିଶିଷ୍ଟ ଆଦିବାସୀ ନେତା ତଥା ମିଳିତ ସାମ୍ମୁଖ୍ୟ ସରକାରର ଅନ୍ୟତମ ବରିଷ୍ଠ ଓ ଦକ୍ଷ ମନ୍ତ୍ରୀ ଗଙ୍ଗାଧର ପ୍ରଧାନ କଂଗ୍ରେସ ଦଳର ସମାଜବାଦ ନୀତି ଉପରେ ଦୃଢ଼ ଆସ୍ଥା ଜ୍ଞାପନ କରି ମନ୍ତ୍ରିତ୍ୱକୁ ଜଳାଞ୍ଜଳି ଦେଇ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ । ସେହିପରି ସ୍ୱତନ୍ତ୍ର ଦଳର ଅନ୍ୟତମ ବରିଷ୍ଠ ହରିଜନ ନେତା ତଥା ଅଗ୍ରଣୀ ସଦସ୍ୟ ତଥା ସ୍ୱତନ୍ତ୍ର ଦଳର କାରପଟଦାର (Chief Wheep) ଅଚ୍ୟୁତାନନ୍ଦ ମହାନନ୍ଦ ମଧ୍ୟ ସ୍ୱତନ୍ତ୍ର ଦଳ ସହ ଆଦର୍ଶଗତ ମତଭେଦଯୋଗୁଁ ସମାଜବାଦ ନୀତିରେ ଦୃଢ଼ ବିଶ୍ୱାସ ଜ୍ଞାପନ କରି ୧୯୭୨ ମେ ମାସରେ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଲେ । ଫଳରେ ଓଡ଼ିଶା ବିଧାନସଭାରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଲା । ଓଡ଼ିଶାରେ ମିଳିତ ସାମ୍ମୁଖ୍ୟ ସରକାରର ଅବସାନ ଘଟିଲା ।

ହାଇକମାଣ୍ଡଙ୍କ ନିର୍ଦେଶ ବଳରେ ୧୯୭୨ ଜୁନ୍‍ ମାସ ୧୩ ତାରିଖ ଦିନ ନନ୍ଦିନୀ ଶତପଥୀ ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତ୍ରୀ ନିର୍ବାଚିତ ହେଲେ । ସେହି ସମୟରେ ସେ ଥିଲେ କେନ୍ଦ୍ର କ୍ୟାବିନେଟ୍‍ରେ ରାଷ୍ଟ୍ରମନ୍ତ୍ରୀ । ଜୁନ ୧୪ତାରିଖରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳର ଇସ୍ତଫା ଗୃହୀତ ହେଲା ଓ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୭ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କଲେ । ସେହି ମନ୍ତ୍ରୀମାନେ ଓ ସେମାନଙ୍କର ବିଭାଗଗୁଡ଼ିକ ହେଲା ।

କ୍ୟାବିନେଟ ମନ୍ତ୍ରୀ :

ନନ୍ଦିନୀ ଶତପଥୀ : ମୁଖ୍ୟମନ୍ତ୍ରୀ, ରାଜନୈତିକ ଓ ଶାସନ ସଂସ୍ଥା, ସ୍ୱରାଷ୍ଟ୍ର, ଶିକ୍ଷା, ସାଂସ୍କୃତିକ
ବ୍ୟାପାର, ଗ୍ରାମାଞ୍ଚଳ ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ଓ ପରିବାର ନିୟନ୍ତ୍ରଣ
ନୀଳମଣି ରାଉତରାୟ : ଶିଳ୍ପ, ଯୋଗାଣ, ଆଇନ ଏବଂ ରାଜ୍ୟ ସରକାରୀ କର୍ପୋରେସନ ଓ
ଉଦ୍ୟୋଗ
ବ୍ରଜ ମୋହନ ମହାନ୍ତି : ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ ଏବଂ ଖଣି ଓ ଭୂତତ୍ତ୍ୱ
ବିନାୟକ ଆଚାର୍ଯ୍ୟ : କୃଷି ଓ ସମବାୟ, ଶ୍ରମ, କର୍ମସଂସ୍ଥାନ ଓ ଗୃହ ନିର୍ମାଣ
ଏବଂ ନଗରଉନ୍ନୟନ
ବାଙ୍କ ବିହାରୀ ଦାସ : ଅର୍ଥ, ଯୋଜନା ଓ ସମନ୍ୱୟ ଏବଂ ବାଣିଜ୍ୟ
ଗଙ୍ଗାଧର ପ୍ରଧାନ : ଆଦିବାସୀ ଓ ଗ୍ରାମମଙ୍ଗଳ ଏବଂ ଜଙ୍ଗଲ ଓ ପଶୁପାଳନ
ଲକ୍ଷ୍ମଣ ମଲ୍ଲିକ : ନିର୍ମାଣ ଓ ପରିବହନ, ଅବକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଓ
ପଞ୍ଚାୟତିରାଜ

ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ପାର୍ଟିର ବିଧାୟକ ଦଳର ନେତା ରାଜେନ୍ଦ୍ର ନାରାୟଣ ସିଂହଦେଓ ହେଲେ ବିରୋଧୀ ଦଳର ନେତା ।

କଟକ ନଗର ଉପନିର୍ବାଚନ :

ନନ୍ଦିନୀ ଶତପଥୀ ଓଡ଼ିଶା ବିଧାନସଭାର ସଦସ୍ୟ ନଥାଇ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବାରୁ ଛ'ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାର ଆବଶ୍ୟକତା ଥିଲା । ତାଙ୍କ ପାଇଁ ନିରାପଦ ବିଧାନସଭା ନିର୍ବାଚନ ମଣ୍ଡଳୀଟିଏ ଖୋଜା ପଡ଼ିଲା । ଶେଷରେ ଠିକ୍‍ ହେଲା ସେ କଟକ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ । କଟକ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା କଂଗ୍ରେସ ସଦସ୍ୟ ଭୈରବ ଚନ୍ଦ୍ର ମହାନ୍ତି ତାଙ୍କ ପଦବୀରୁ ଇସ୍ତଫା ଦେଲେ । ନନ୍ଦିନୀ ଦେବୀ ଏହି ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢ଼ିଲେ । ତାଙ୍କ ବିରୁଦ୍ଧରେ ମିଳିତ ବିରୋଧୀ ଦଳ ତରଫରୁ ବୀରେନ୍‍ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଲେ । ବହୁ ବିରୋଧ ସତ୍ତ୍ୱେ ନନ୍ଦିନୀ ଶତପୀ ବହୁ ଭୋଟ ବ୍ୟବଧାନରେ ନିର୍ବାଚନ

ଜିତିଲେ । ଏହି ଉପନିର୍ବାଚନ ୧୯୭୨ ମସିହା ନଭେମ୍ବର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ବି.ଡି. ଜତ୍ତି ୧୯୭୨ ମସିହା ନଭେମ୍ବର ୮ତାରିଖରେ ଓଡ଼ିଶାର ରାଜ୍ୟପାଳ ହୋଇ ଆସିଲେ ।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ :

ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳ ୧୯୭୩ ମସିହା ଜାନୁଆରି ୨୯ତାରିଖରେ ସଂପ୍ରସାରିତ ହେଲା । ଏହି ସଂପ୍ରସାରଣରେ ୨ଜଣ ନୂଆ କ୍ୟାବିନେଟ୍‍ ମନ୍ତ୍ରୀ, ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀ ସ୍ଥାନ ପାଇଲେ । ସେମାନେ ଓ ସେମାନଙ୍କ ବିଭାଗଗୁଡିକ ହେଲା

କ୍ୟାବିନେଟ ମନ୍ତ୍ରୀ :

ଶ୍ରୀବଲ୍ଲଭ ପାଣିଗ୍ରାହୀ : ଶିକ୍ଷା, ସାଂସ୍କୃତିକ ବ୍ୟାପାର ଓ ସଂସଦୀୟ ବ୍ୟାପାର
ଅଚ୍ୟୁତାନନ୍ଦ ମହାନନ୍ଦ : ଜଙ୍ଗଲ ଓ ପଶୁପାଳନ

ରାଷ୍ଟ୍ର ମନ୍ତ୍ରୀ :

ଡମ୍ବରୁ ମାଝି : ଜଳସେଚନ ଓ ବିଦ୍ୟୁତ
ଭାଗୀରଥି ଗମାଙ୍ଗୋ : ଯୋଗାଣ
ସୋମନାଥ ରଥ : ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ
ଗୋବିନ୍ଦ ଚନ୍ଦ୍ର ସେଠ୍‍ : କୃଷି ଓ ସମବାୟ
ଡାକ୍ତର କୃପାସିନ୍ଧୁ ଭୋଇ : ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତିରାଜ

ଉପ ମନ୍ତ୍ରୀ :

ଭଜମନ ବେହେରା : ଗ୍ରାମାଞ୍ଚଳ ଉନ୍ନୟନ

ସେତେବେଳେ ଉତ୍କଳ ପ୍ରଦେଶ କମିଟିର ସଭାପତି ଥିଲେ ବ୍ରଜମୋହନ ମହାନ୍ତି । ସେ ସବୁଥିରେ ନନ୍ଦିନୀ ଶତପଥୀଙ୍କୁ ପରାମର୍ଶ ଦେଉ ଥାଆନ୍ତି । ବାଙ୍କ ବିହାରୀ ଦାସଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କ ସହ ଥାଏ ଖୁବ୍‍ ଭଲ ସ-ର୍କ । ପ୍ରଦେଶ କଂଗ୍ରେସ ସଭାପତି ବ୍ରଜମୋହନ ମହାନ୍ତି ଦିଲ୍ଲୀ ଓଡ଼ିଶା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଡକ୍ଟର ହରେକୃଷ୍ଣ ମହତାବ କଂଗ୍ରେସ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ସସ୍‍ପେଣ୍ଡ ହେଲେ ବୋଲି ଘୋଷଣା କଲେ । ସେହିଦିନଟି ଥିଲା ୧୯୭୨ ମସିହା ଡିସେମ୍ବର ୩ତାରିଖ ।

ଏହାପରେ ନନ୍ଦିନୀ ଶତପୀଙ୍କ ମନ୍ତ୍ରିମଣ୍ଡଳରେ ବିପଦ ସୃଷ୍ଟି ହେଲା । ଉତ୍କଳ କଂଗ୍ରେସର ୨୧ଜଣ ବିଧାୟକ ଯେଉଁମାନେ କି କଂଗ୍ରେସ ଦଳସହ ମିଶିଯାଇଥିଲେ, ସେମାନେ ନନ୍ଦିନୀ ଶତପୀଙ୍କ ମନ୍ତ୍ରିମଣ୍ଡଳରୁ ସମର୍ଥନ ପ୍ରତ୍ୟାହାର କରିନେବା ପାଇଁ ସ୍ଥିର କଲେ । ଏ ସ-ର୍କରେ ମଧ୍ୟ ବାଚସ୍ପତିଙ୍କ ପାଖକୁ ଚିଠି ଲେଖି ଜଣାଇ ଦେଲେ । ଗୋଟିଏ ନୂଆ ଦଳ ଆଉ ଥରେ ଗଠିତ ହେଲା । ତାର ନାମ ପ୍ରଗତି ବିଧାୟକ ଦଳ । ଏହି ପ୍ରଗତି ବିଧାୟକ ଦଳରେ ଉତ୍କଳ କଂଗ୍ରେସ, ସ୍ୱତନ୍ତ୍ର ଓ ଅନ୍ୟ କିଛି ଦଳର ବିଧାୟକମାନେ ସାମିଲ ହେଲେ । ବିଜୁ ପଟ୍ଟନାୟକ ହେଲେ ପ୍ରଗତି ବିଧାୟକ ଦଳର ନେତା । ପ୍ରଗତି ବିଧାୟକ ଦଳ ୧୯୭୩ ଫେବ୍ରୁଆରି ୯ତାରିଖରେ ଗଠିତ ହେଲା । ଏହି ଦିନ ବିଜୁ ପଟ୍ଟନାୟକ ହେଲେ ବିରୋଧୀ ଦଳର ନେତା, ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ବଦଳରେ । ୧୯୭୩ ମାର୍ଚ୍ଚ ୧ ତାରିଖ ଦିନ ନନ୍ଦିନୀ ଦେବୀଙ୍କ ମନ୍ତ୍ରିମଣ୍ଡଳରୁ ନୀଳମଣି ରାଉତରାୟ ଓ ଗଙ୍ଗାଧର ପ୍ରଧାନ ଇସ୍ତଫା ପ୍ରଦାନ କଲେ । ଫଳରେ ବାଧ୍ୟ ହୋଇ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ । ମାର୍ଚ୍ଚ ୩ତାରିଖ ଦିନ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଲା, ରାଜ୍ୟପାଳଙ୍କ ସୁପାରିଶ କ୍ରମେ । ଏହା ଥିଲା ଓଡ଼ିଶାର ତୃତୀୟ ଥରପାଇଁ ରାଷ୍ଟ୍ରପତି ଶାସନ । ସେହିଦିନ ଓଡ଼ିଶା ବିଧାନସଭାକୁ ମଧ ଭାଙ୍ଗି ଦିଆଗଲା । ଏହି ବିଧାନସଭାର ପାଞ୍ଚଟି ଅଧିବେଶନ ଓ ୯୭ଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ କଂଗ୍ରେସର ବିଜୟ :

୧୯୭୧ ମସିହା ଜନଗଣନାକୁ ଆଧାର କରି ଓଡ଼ିଶାରେ ୭ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ବୃଦ୍ଧି ଘଟିଲା । ଫଳରେ ବିଧାନସଭା ଆସନ ସଂଖ୍ୟା ୧୪୦ରୁ

୧୪୭କୁ ଓ ଲୋକସଭା ଆସନ ୨୦ ରୁ ୨୧ କୁ ବୃଦ୍ଧି ପାଇଲା । ଏହି ସମୟରେ ଇନ୍ଦିରା ଗାନ୍ଧୀଙ୍କର ଲୋକପ୍ରିୟତା ଖୁବ ବୃଦ୍ଧି ପାଇଥାଏ । କାରଣ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟଲାଭ ଘଟିଥାଏ ଓ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ ପରିଚାଳିତ କଂଗ୍ରେସ ଦଳ ହିଁ ପ୍ରକୃତ କଂଗ୍ରେସ ଦଳ ବୋଲି ଗ୍ରହଣୀୟ ହୋଇସାରି ଥାଏ ।

୧୯୭୪ ଫେବୃଆରୀ ୨୨, ୨୪ ଓ ୨୬ ତାରିଖରେ ତିନୋଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳ- ୧୩୫, ସଂଗଠନ କଂଗ୍ରେସ-୧୭, ଉତ୍କଳ କଂଗ୍ରେସ-୯୫, ସ୍ୱତନ୍ତ୍ର ଦଳ-୫୬, କମ୍ୟୁନିଷ୍ଟ ଦଳ-୧୪, ସୋସାଲିଷ୍ଟ ଦଳ-୧୭, ଜନସଙ୍ଘ ଦଳ-୧୨ ଓ ଜନ କଂଗ୍ରେସ ଦଳ-୯ ଓ ସ୍ୱାଧୀନ ଭାବରେ ୨୮୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିଲେ । ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ୭ଜଣ, ଜନକଂଗ୍ରେସର ଜଣେ, ପ୍ରଜାସମାଜବାଦୀ ଦଳର ୨ ଜଣ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ଜୟଯୁକ୍ତ ହେଲେ । ଚିଲିକା ବିଧାନସଭା ଆସନପାଇଁ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । କାରଣ ଏହି ଆସନ ପାଇଁ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ ।

ଏହି ନିର୍ବାଚନରେ ସଂଗଠନ କଂଗ୍ରେସ ଓ ଜନସଂଘ ଦଳ ଗୋଟିଏ ହେଲେ ସ୍ଥାନ ହାସଲ କରିପାରିଲେ ନାହିଁ । ୧୫ଜଣ ମହିଳା ପ୍ରାର୍ଥୀ ବିଭିନ୍ନ ଦଳରୁ ନିର୍ବାଚନ ଲଢୁଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୪ଜଣ ନିର୍ବାଚିତ ହୋଇଆସିଲେ । ସେମାନେ ହେଲେ : ନନ୍ଦିନୀ ଶତପଥୀ

(କଂଗ୍ରେସ)- ଢେଙ୍କାନାଳ, ସୈରିନ୍ଦ୍ରୀ ନାୟକ (କଂଗ୍ରେସ)- ଝାରସୁଗୁଡା, ସୁଧାଂଶୁମାଳିନୀ ରାୟ (କଂଗ୍ରେସ)- ଗୋବିନ୍ଦପୁର ଓ ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ (ଉତ୍କଳ କଂଗ୍ରେସ)- ଖଲିକୋଟ ।

୧୯୭୪ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବିଧାନସଭାର ସଦସ୍ୟ:

କରଞ୍ଜିଆ କରୁଣାକର ନାୟକ କଂଗ୍ରେସ
ଯଶୀପୁର ଘନଶ୍ୟାମ ହେମ୍ବ୍ରମ ସ୍ୱାଧୀନ
ବାହଲଦା ଶଶିଭୂଷଣ ମାରାଣ୍ଡି ସ୍ୱାଧୀନ
ରାଇରଙ୍ଗପୁର ଅର୍ଜୁନ ମାଝି ଉତ୍କଳ କଂଗ୍ରେସ
ବାଙ୍ଗିରିପୋଷି ରୁଦ୍ରମୋହନ ଦାସ କମ୍ୟୁନିଷ୍ଟ
କୁଳିଅଣା ଶରତ ଚନ୍ଦ୍ର ସିଂହ କଂଗ୍ରେସ
ବାରିପଦା ପ୍ରମୋଦ ଚନ୍ଦ୍ର ଭଞ୍ଜଦେଓ ସ୍ୱାଧୀନ
ବଇଶିଙ୍ଗା କୁଆଁରିଆ ମାଝି କଂଗ୍ରେସ
ଖୁଣ୍ଟା ରମେଶ ସୋରେନ୍‍ କଂଗ୍ରେସ
ଉଦଳା ରାବଣେଶ୍ୱର ମଢେ଼ଇ କଂଗ୍ରେସ
ଭୋଗରାଇ କାର୍ତ୍ତିକେଶ୍ୱର ପାତ୍ର କଂଗ୍ରେସ
ଜଳେଶ୍ୱର ଗଦାଧର ଗିରି ସମାଜବାଦୀ
ବସ୍ତା ଚିନ୍ତାମଣି ଜେନା କଂଗ୍ରେସ
ବାଲେଶ୍ୱର ଅରୁଣ ଦେ ମାର୍କ୍ସବାଦୀ କମ୍ୟୁ.
ସୋରୋ ଯଦୁନାଥ ଦାଶମହାପାତ୍ର କଂଗ୍ରେସ
ସିମୁଳିଆ ଶୈଲେନ୍‍ ମହାପାତ୍ର କଂଗ୍ରେସ
ନୀଳଗିରି ବନମାଳୀ ଦାସ ମାର୍କ୍ସବାଦୀ କମ୍ୟୁ.
ଭଣ୍ଡାରିପୋଖରୀ ବୈରାଗୀ ଜେନା ଉତ୍କଳ କଂଗ୍ରେସ
ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ କଂଗ୍ରେସ
ଧାମନଗର ହୃଦାନନ୍ଦ ମଲ୍ଲିକ ଉତ୍କଳ କଂଗ୍ରେସ
ଚାନ୍ଦବାଲି ମନମୋହନ ଦାସ କଂଗ୍ରେସ
ବାସୁଦେବପୁର ଜଗବନ୍ଧୁ ଦାସ କଂଗ୍ରେସ
ସୁକିନ୍ଦା ସନାତନ ଦେଓ କଂଗ୍ରେସ
କୋରେଇ ଅଶୋକ କୁମାର ଦାସ ଉତ୍କଳ କଂଗ୍ରେସ
ଯାଜପୁର ଜଗନ୍ନାଥ ମଲ୍ଲିକ କଂଗ୍ରେସ
ଧର୍ମଶାଳା ବାଙ୍କବିହାରୀ ଦାସ କଂଗ୍ରେସ
ବଡଚଣା ଦୁଃଶାସନ ଜେନା ଭାରତୀୟ କମ୍ୟୁ.
ବରୀ-ଡେରାବିଶି ପ୍ରହ୍ଲାଦ ମଲ୍ଲିକ କଂଗ୍ରେସ
ବିଂଝାରପୁର ବୈଷ୍ଣବ ଚରଣ ମଲ୍ଲିକ କଂଗ୍ରେସ
ଆଳି ଶରତ କୁମାର ଦେବ ସ୍ୱତନ୍ତ୍ର
ପଟ୍ଟାମୁଣ୍ଡାଇ ବିଶ୍ୱନାଥ ମଲ୍ଲିକ କଂଗ୍ରେସ
ରାଜନଗର ବିଜୟାନନ୍ଦ ପଟ୍ଟନାୟକ ଉତ୍କଳ କଂଗ୍ରେସ
କେନ୍ଦ୍ରାପଡ଼ା ବେଦପ୍ରକାଶ ଅଗରଓ୍ୱାଲ ଉତ୍କଳ କଂଗ୍ରେସ
ପାଟକୁରା ରାଜକିଶୋର ନାୟକ ଉତ୍କଳ କଂଗ୍ରେସ
ତିର୍ତ୍ତୋଲ ପ୍ରତାପ ଚନ୍ଦ୍ର ମହାନ୍ତି ଉତ୍କଳ କଂଗ୍ରେସ
ଏରସମା ଲୋକନାଥ ଚୌଧୁରୀ ଭାରତୀୟ କମ୍ୟୁ.
ବାଲିକୁଦା ବାସୁଦେବ ମହାପାତ୍ର କଂଗ୍ରେସ
ଜଗତସିଂହପୁର ଲକ୍ଷ୍ମଣ ମଲ୍ଲିକ କଂଗ୍ରେସ
କିଶନନଗର ବଟକୃଷ୍ଣ ଜେନା ଉଦାହରଣ
ମାହାଙ୍ଗା ସେକ୍‍ ମତଲୁବ ଅଲ୍ଲି କଂଗ୍ରେସ
ସାଲେପୁର ବାଇଧର ବେହେରା କଂଗ୍ରେସ
ଗୋବିନ୍ଦପୁର ଶ୍ରୀମତୀ ସୁଧାଂଶୁ ମାଳିନୀ ରାୟ କଂଗ୍ରେସ
କଟକସଦର ତ୍ରିଲୋଚନ କାନୁନ୍‍ଗୋ କଂଗ୍ରେସ
କଟକ ନଗର ଶ୍ରୀକାନ୍ତ ପଣ୍ଡା ଉତ୍କଳ କଂଗ୍ରେସ
ଚୌଦ୍ୱାର କାହ୍ନୁଚରଣ ଲେଙ୍କା କଂଗ୍ରେସ
ବାଙ୍କୀ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ ସ୍ୱାଧୀନ
ଆଠଗଡ଼ ରାଧାନାଥ ରଥ ସ୍ୱାଧୀନ
ବଡମ୍ବା ରାଜା ସାହେବ ତ୍ରିଲୋଚନ ସିଂହଦେଓ ସ୍ୱତନ୍ତ୍ର
ବାଲିପାଟଣା ଗୋପୀନାଥ ଭୋଇ ଉତ୍କଳ କଂଗ୍ରେସ
ଭୁବନେଶ୍ୱର ହରେକୃଷ୍ଣ ମହତାବ ଉତ୍କଳ କଂଗ୍ରେସ
ଜଟଣୀ ସତ୍ୟପ୍ରିୟ ମହାନ୍ତି ଉତ୍କଳ କଂଗ୍ରେସ
ପିପିଲି ବିପିନ ବିହାରୀ ଦାସ କଂଗ୍ରେସ
ନିମାପଡ଼ା ନୀଳମଣି ସିଂ କଂଗ୍ରେସ
କାକଟପୁର ବୃନ୍ଦାବନ ଚନ୍ଦ୍ର ପାତ୍ର କଂଗ୍ରେସ
ସତ୍ୟବାଦୀ ଗଙ୍ଗାଧର ମହାପାତ୍ର କଂଗ୍ରେସ
ପୁରୀ ବ୍ରଜମୋହନ ମହାନ୍ତି କଂଗ୍ରେସ
ବ୍ରହ୍ମଗିରି ସିଦ୍ଧେଶ୍ୱର ପାଣିଗ୍ରାହୀ ଭାରତୀୟ କମ୍ୟୁ.
ଚିଲିକା- (ଖାଲି)
ଖୋର୍ଦ୍ଧା ବେଣୁଧର ବଳୀୟାର ସିଂହ କଂଗ୍ରେସ
ବେଗୁନିଆ ସତ୍ୟାନନ୍ଦ ଚ-ତ୍ତିରାୟ ଉତ୍କଳ କଂଗ୍ରେସ
ରଣପୁର ରମେଶ ଚନ୍ଦ୍ର ପଣ୍ଡା ମାର୍କ୍ସବାଦୀ କମ୍ୟୁ.
ନୟାଗଡ଼ ଭଗବତ ବେହେରା ସୋସାଲିଷ୍ଟ
ଖଣ୍ଡପଡ଼ା ସତ୍ୟସୁନ୍ଦର ମିଶ୍ର ସ୍ୱାଧୀନ
ଦଶପଲ୍ଲା ହରିହର କରଣ ସ୍ୱାଧୀନ
ଜଗନ୍ନାଥପ୍ରସାଦ ଶ୍ରୀବତ୍ସ ନାୟକ ସ୍ୱାଧୀନ
ଭଞ୍ଜନଗର ସୋମନାଥ ରଥ କଂଗ୍ରେସ
ସୋରଡ଼ା ଶରତ ଚନ୍ଦ୍ର ପଣ୍ଡା କଂଗ୍ରେସ
ଆସ୍କା ହରିହର ଦାସ ଭାରତୀୟ କମ୍ୟୁ.
କବିସୂର୍ଯ୍ୟନଗର ସଦାନନ୍ଦ ମହାନ୍ତି ଭରତୀୟ କମ୍ୟୁ.
କୋଦଳା କାହ୍ନୁଚରଣ ନାୟକ କଂଗ୍ରେସ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଉତ୍କଳ କଂଗ୍ରେସ
ଛତ୍ରପୁର ଦୈତ୍ୟାରି ବେହେରା ଉତ୍କଳ କଂଗ୍ରେସ
ହିଞ୍ଜିଳି ବୃନ୍ଦାବନ ନାୟକ ଉତ୍କଳ କଂଗ୍ରେସ
ଗୋପାଳପୁର ମୋହନ ନାୟକ କଂଗ୍ରେସ
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଂଗ୍ରେସ
ଚିକିଟି ସଚ୍ଚିଦାନନ୍ଦ ଦେଓ ଉତ୍କଳ କଂଗ୍ରେସ
ମୋହନା ଉଦୟ ନାରାୟଣ ଦେଓ ଉତ୍କଳ କଂଗ୍ରେସ
ରାମଗିରି ଚକ୍ରଧର ପାଇକ ଉତ୍କଳ କଂଗ୍ରେସ
ପାରଳାଖେମୁଣ୍ଡି ନାଇକୁଲ କୁର୍‍ମା ଉତ୍କଳ କଂଗ୍ରେସ
ଗୁଣପୁର ଭାଗୀରଥି ଗମାଙ୍ଗୋ କଂଗ୍ରେସ
ବିଷମକଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡ଼ା ରାମଚନ୍ଦ୍ର ଉଲାକା କଂଗ୍ରେସ
ଲକ୍ଷ୍ମୀପୁର ଅନନ୍ତରାମ ମାଝି କଂଗ୍ରେସ
ପଟ୍ଟାଙ୍ଗୀ ଦିସାରି ସାନୁ ଉତ୍କଳ କଂଗ୍ରେସ
କୋରାପୁଟ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଉତ୍କଳ କଂଗ୍ରେସ
ମାଲକାନଗିରି ନାକା କାନାୟା ଉତ୍କଳ କଂଗ୍ରେସ
ଚିତ୍ରକୋଣ୍ଡା ଗଙ୍ଗାଧର ମାଢ଼ୀ କଂଗ୍ରେସ
କୋଟପାଡ଼ ବାସୁଦେବ ମାଝି କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ ସ୍ୱତନ୍ତ୍ର
କୋଡ଼ିଙ୍ଗା ସୋମ୍ବାରୁ ମାଝି ଉତ୍କଳ କଂଗ୍ରେସ
ଡାବୁଗାଁ ଶ୍ୟାମଘନ ମାଝି ସ୍ୱତନ୍ତ୍ର
ଉମରକୋଟ ରବି ସିଂହ ମାଝି ଉତ୍କଳ କଂଗ୍ରେସ
ନୂଆପଡ଼ା ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ
ଖଡ଼ିଆଳ ଅନୁପ ସିଂହଦେଓ ଉତ୍କଳ କଂଗ୍ରେସ
ଧରମଗଡ଼ ଦୟାନିଧି ନାୟକ ସ୍ୱତନ୍ତ୍ର
କୋକସରା ଚନ୍ଦ୍ରଭାନୁ ସିଂହଦେଓ ସ୍ୱତନ୍ତ୍ର
ଜୁନାଗଡ଼ ଉଦିତ ପ୍ରତାପ ଦେଓ ସ୍ୱତନ୍ତ୍ର
ଭବାନୀପାଟଣା ଜଗମୋହନ ନାୟକ ସ୍ୱତନ୍ତ୍ର
ନରଲା ଧନେଶ୍ୱର ମାଝି ସ୍ୱତନ୍ତ୍ର
କେସିଙ୍ଗା ଶରତ ଚନ୍ଦ୍ର ସିଂହଦେଓ ସ୍ୱତନ୍ତ୍ର
ବାଲିଗୁଡ଼ା ସାହୁରା ମଲିକ କଂଗ୍ରେସ
ଜି. ଉଦୟଗିରି ଗୋପାଳ ପ୍ରଧାନ କଂଗ୍ରେସ
ଫୁଲବାଣୀ ଚନ୍ଦ୍ରଶେଖର ବେହେରା କଂଗ୍ରେସ
ବଉଦ ନଟବର ପ୍ରଧାନ ସ୍ୱତନ୍ତ୍ର
ଟିଟିଲାଗଡ଼ ତାପି ଜାଲ ସ୍ୱତନ୍ତ୍ର
କଣ୍ଟାବାଂଜି ରାମପ୍ରସାଦ ମିଶ୍ର ସ୍ୱତନ୍ତ୍ର
ପାଟଣାଗଡ଼ ଅଇଁଠୁ ସାହୁ ସ୍ୱତନ୍ତ୍ର
ସଇଁତଳା କୃଷ୍ଣଚନ୍ଦ୍ର ପଣ୍ଡା ସ୍ୱତନ୍ତ୍ର
ଲୋଇସିଂହା ଅନଙ୍ଗ ଉଦୟ ସିଂହଦେଓ ସ୍ୱତନ୍ତ୍ର
ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ୱତନ୍ତ୍ର
ସୋନପୁର ଦୌଲତ ବାଗ ସ୍ୱତନ୍ତ୍ର
ବିନ୍‍କା ରାଧାମୋହନ ମିଶ୍ର ସ୍ୱତନ୍ତ୍ର
ବୀରମହାରାଜପୁର ହୃଷୀକେଶ ହୋତା କଂଗ୍ରେସ
ଆଠମଲ୍ଲିକ ଭଜମନ ବେହେରା କଂଗ୍ରେସ
ଅନୁଗୁଳ ଅଦ୍ୱୈତ ପ୍ରସାଦ ସିଂହ ଉତ୍କଳ କଂଗ୍ରେସ
ହିନ୍ଦୋଳ ଭାଗୀରଥି ନାୟକ କଂଗ୍ରେସ
ଢେଙ୍କାନାଳ ନନ୍ଦିନ୍ଦୀ ଶତପଥୀ କଂଗ୍ରେସ
ଗଁଦିଆ ଶ୍ରୀବତ୍ସ ନାୟକ କଂଗ୍ରେସ
କାମାକ୍ଷାନଗର ବ୍ରହ୍ମାନନ୍ଦ ବିଶ୍ୱାଳ କଂଗ୍ରେସ
ପାଲଲହଡା ନାରାୟଣ ସାହୁ କଂଗ୍ରେସ
ତାଳଚେର ବୃନ୍ଦାବନ ବେହେରା ଜନ କଂଗ୍ରେସ
ପଦ୍ମପୁର ଡାଃ. କୃପାସିନ୍ଧୁ ଭୋଇ କଂଗ୍ରେସ
ମେଳଛାମୁଣ୍ଡା ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ
ବିଜେପୁର ଗଣନାଥ ପ୍ରଧାନ ଉତ୍କଳ କଂଗ୍ରେସ
ଭଟ୍‍ଲି ମୋହନ ନାଗ କଂଗ୍ରେସ
ବରଗଡ଼ ନବୀନ କୁମାର ପ୍ରଧାନ ଉତ୍କଳ କଂଗ୍ରେସ
ସମ୍ବଲପୁର ଶ୍ରୀ ବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା ଭାରତୀୟ କମ୍ୟୁ.
ଝାରସୁଗୁଡ଼ା ସୌରିନ୍ଦ୍ରୀ ନାୟକ କଂଗ୍ରେସ
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ଜଗତେଶ୍ୱର ମିର୍ଦ୍ଧା କଂଗ୍ରେସ
ରେଢ଼ାଖୋଲ ବସନ୍ତ କୁମାର ମହାନନ୍ଦ ଉତ୍କଳ କଂଗ୍ରେସ
ଦେଓଗଡ଼ ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ସ୍ୱତନ୍ତ୍ର
ସୁନ୍ଦରଗଡ଼ ଦିବ୍ୟଲୋଚନ ଶେଖର ଦେଓ କଂଗ୍ରେସ
ତଲସରା ପ୍ରେମାନନ୍ଦ କାଲୋ କଂଗ୍ରେସ
ରାଜଗଙ୍ଗପୁର ଖ୍ରୀଷ୍ଟୋଫରଏକ୍କା କଂଗ୍ରେସ
ବୀରମିତ୍ରପୁର ଖ୍ରୀଷ୍ଟ ଦାସ ଲୁଗୁନ୍‍ ସ୍ୱାଧୀନ
ରାଉରକେଲା ଧନଞ୍ଜୟ ମହାନ୍ତି କଂଗ୍ରେସ
ରଘୁନାଥପଲ୍ଲୀ ଅଗାପିତ ଲାକ୍ରା କଂଗ୍ରେସ
ବଣେଇ ବେଣୁଧର ନାୟକ କଂଗ୍ରେସ
ଚୂ ଆ ଗୁରୁ ଚରଣ ନାଏକ କଂଗ୍ରେସ
ପାଟଣା ମହେଶ୍ୱର ମାଝି ଉତ୍କଳ କଂଗ୍ରେସ
କେନ୍ଦୁଝର ଗୋବିନ୍ଦ ମୁଣ୍ଡା ସ୍ୱତନ୍ତ୍ର
ତେଲକୋଇ ନୀଳାଦ୍ରି ନାୟକ ଉତ୍କଳ କଂଗ୍ରେସ
ରାମଚନ୍ଦ୍ରପୁର ମୁରଲୀଧର କୁଅଁର ଉତ୍କଳ କଂଗ୍ରେସ
ଆନନ୍ଦପୁର ଭୁବନାନନ୍ଦ ଜେନା କଂଗ୍ରେସ

ଚିଲିକା ବିଧାନସଭା ପାଇଁ ୭.୭.୧୯୭୪ରେ ଉପନିର୍ବାଚନ ହେଲା । ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରଘୁନାଥ ରାୟ ବିଜୟୀ ହେଲେ ।