ଦୀନବନ୍ଧୁ ହୋ... କୃପାସିନ୍ଧୁ ହୋ...

ତୁମ୍ଭେ ଡାକିଲେ ନ ଶୁଣ କାହିଁକି

ଆହେ ଦ୍ରୌପଦୀ ଆତଙ୍ଗ ବିବସନ କାଳେ

ବସ୍ତ୍ର ଦେଲ ପଠିଆଇକି

ଲକ୍ଷେ ଯୋଜନରେ ଗଜ ଡାକ ଦେଲା

କର୍ଣ୍ଣ ଡ଼େରିଥିଲ ତହିଁକି |

ଦୀନବନ୍ଧୁ ହୋ... କୃପାସିନ୍ଧୁ ହୋ...

ତୁମ୍ଭେ ଡାକିଲେ ନ ଶୁଣ ନାହିଁ କାହିଁକି (ଘୋଷା)

ଆହେ ଅନ୍ତୁଡ଼ିଶାଳାରେ କ୍ଷୀର ଦେବାବେଳେ

ମାରି ପକାଇଲ ଧାଇକି

ଗର୍ଭର ଭିତରେ ଚଉଦ ବ୍ରହ୍ମାଣ୍ଡ ଦେଖାଇଲ ନିଜ ଆଇକି |

ଦୀନବନ୍ଧୁ ହୋ... କୃପାସିନ୍ଧୁ ହୋ...

ତୁମ୍ଭେ ଡାକିଲେ ନ ଶୁଣ ନାହିଁ କାହିଁକି (ଘୋଷା)

ଆହେ ମଧୁପୁରେ ପଶି ଗଜ ମାଲ ନାଶି

ମାଇଲ ମାତାର ଭାଇକି

କହେ ସାଲବେଗ ଜାତିରେ ଯବନ

ଚକାନୟନକୁ ଧାୟିକି

ଦୀନବନ୍ଧୁ ହୋ... କୃପାସିନ୍ଧୁ ହୋ...

ତୁମ୍ଭେ ଡାକିଲେ ନ ଶୁଣ କାହିଁକି