ମଣିମା ଶୁଣିମା ହେଉ
ଲେଖକ/କବି: ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

ମଣିମା ଶୁଣିମା ହେଉ


ମଣ‌ିମା ଶୁଣିମା ହେଉ ଗରୀବ ଡାକ ।
ନିରକ୍ଷ ଜନକୁ ରଖ ପଙ୍କଜ ମୁଖ ।।

କୃପାସାଗର କାହିଁକି ମୋ ବେଳକୁ ଗଲ ଶୁଖି ।
ଜାଣିଲି ମୋ କର୍ମ ବାଙ୍କ ନୁହେଁ ସଳଖ । ୧।

ଆତଙ୍କ ନାଶନ ବାନା ନ ଶୁଣ ଭୃତ୍ୟ ବେଦନା ।
ଏବେ ହୋଇଯିବ ମନା କେ ଦେବ ଡାକ ।୨।

ଦାସ ଯେବେ ନାଶ ଯିବ କ୍ଷିତିରେ ଅକୀର୍ତ୍ତି ହେବ ।
କୀରତି-ଚନ୍ଦ୍ରରେ ଲାଗିଯିବ କଳଙ୍କ ।୩।

କହେ ସଦାନନ୍ଦ ଛାର ନାହିଁ ଆନ ପ୍ରତିକାର ।
ଏ ଦୀନ ଅବସ୍ଥା ମୋର ନେତ୍ରେ ନ ଦେଖ । ୪।