ଶରଦ ରାତି କୁନ୍ଦ କାନ୍ତି

ଶରଦ ରାତି କୁନ୍ଦ କାନ୍ତି
ଲେଖକ/କବି: ଚମ୍ପତି ରାୟ

ଶ୍ରୀରାଧା ବିରହ

( ତାଳ—ମଠା )

ଶରଦ ରାତି କୁନ୍ଦ କାନ୍ତି କେତକୀ କାନ୍ତି ଶୋଭିତୁଆ
ମଲ୍ଲିକାକୁଳ ମାଧବୀ ଫୁଲ ମଦଗନ୍ଧ ଭ୍ରମରୁଆ ।
ସୁରଭି ସମଏଶଶୀ ବିଷମ ଏ
ବହତି ମଳୟ ପବନୁଆ
ବିସରି ନେଲେଚୂତ ଧୂଳି
ଜୀମୂତାଙ୍ଗ ଦହନୁଆ ।
ଅବଧି ପୂର୍ଣ୍ଣନ କରି ଖିନ
ଯୁଗ ଶଶିପ୍ରାୟେ ଦୀନୁଆ
ଚମ୍ପତି ରାୟେସ୍ୱାମୀ ବିରହେ
ନିଶ୍ଚୟେ ଜୀବନ ନରହେଆ ।