ଶ୍ରୀ ଜଗନ୍ନାଥ/ଶ୍ରୀଜଗନ୍ନାଥଙ୍କ ବେଶ

ଶ୍ରୀ ଜଗନ୍ନାଥ ଲେଖକ/କବି: ମହୀ ମୋହନ ତ୍ରିପାଠୀ
ଶ୍ରୀଜଗନ୍ନାଥଙ୍କ ବେଶ

ଶ୍ରୀଜଗନ୍ନାଥଙ୍କ ବେଶ


ବେଶ’ ଅର୍ଥ ଶରୀରର ସାଜସଜ୍ଜା, ଭୂଷା । ଏହାର ଅନ୍ୟ ଅର୍ଥ ହେଉଛି ସିଂହାର । ବସ୍ତ୍ର, ପୃଷ୍ଟ ଓ ଅଳର ଆଦିରେ ଦିଅଁମାନଙ୍କର ଅଙ୍ଗସଜ୍ଜା କରାଯାଏ । ଶ୍ରୀମନ୍ଦିରରେ ପ୍ରଥମରେ ବସ୍‌ ସିଂହାର, ଦ୍ବିତୀୟରେ ରତ୍ନାଳଙ୍କର ବା ଭୂଷଣ ସିଂହାର ଓ ଶୟନ କାଳରେ ପୃଷ୍ଠ ସିଂହାର କରାଯାଏ । ପ୍ରଥମେ ନିତ୍ୟପୂଜା', ପରେ ଐଶ୍ବର୍ଯ୍ୟ ଉପାସନା ବା ପରପୂଜା’ ଏବଂ ପରିଶେଷରେ ‘ଭାବ ଉପାସନା ବା ମଧୁର ପୂଜା', ଏହି କ୍ରମ ହିଁ ଆଚରିତ ହୁଏ ।
ପ୍ରତିଦିନ ମଙ୍ଗଳ ଆଳତି ପରେ ରାତ୍ର ପହୁଡ଼ ଯାଏ ରତ୍ନବେଦିରେ ଦିଅଁମାନଙ୍କର ବିଭିନ୍ନ ବେଶ ହୁଏ । ଦୈନନ୍ଦିନ ନୀତି, ବିଶେଷ ନୀତି ଓ ପର୍ବପର୍ବାଣି ନୀତିମାନଙ୍କରେ ହେଉଥିବା ବେଶ ସାମଗ୍ରୀ ହେଲା- ସୂତାବ ପାଟବସ୍ତ୍ର, ଫୁଲ, ଫୁଲର ଅଳଙ୍କାର, ସୁନା, ସୁନା ଅଳଙ୍କାର, ରତ୍ନପଥର, ସୋଲ, ଜରି, ଚନ୍ଦନ, କର୍ପୂର, ତୁଳସୀ, ଦୟଣା ପତ୍ର, କସ୍ତୁରୀ ଇତ୍ୟାଦି । ନିମ୍ନରେ ଶ୍ରୀଜୀଉମାନଙ୍କର କେତୋଟି ପ୍ରମୁଖ ବୈଶ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଛି ।
୧. ଅବକାଶ (ତଡ଼ପ ଉତ୍ତରୀ) ବେଶ
ଶ୍ରୀମନ୍ଦିର ନୀତିରେ ଅବକାଶ କହିଲେ ସାଧାରଣତଃ ଦିଅଁଙ୍କର ମୁଖ ପ୍ରକ୍ଷାଳନ, ଦନ୍ତମାର୍ଜନ ଓ ସ୍ନାନକୁ ବୁଝାଏ । ନିତ୍ୟ ମଙ୍ଗଳ ଆଳତି ପରେ ପୁଷ୍ପାଳକ ସେବକମାନେ ପୂର୍ବ ରାତ୍ରରେ ବଡ଼ସିଂହାର ବେଶ ମଇଲମ କରି ଅବକାଶ ନୀତି ନିମନ୍ତେ ତଡ଼ପ ଉତ୍ତରୀ (ଉତ୍ତରୀୟ) ବେଶ କରାନ୍ତି । ସ୍ନାନ ଶୌଚ ବେଳେ ଆମେ ଯେପରି ଗାମୁଛା ପିନ୍ଧି କାନ୍ଧରେ ଅନ୍ୟ ଏକ ଗାମୁଛା ବ୍ୟବହାର କରୁ ସେହିପରି ଦିଅଁମାନେ ଗାମୁଛା ପରି ଧଳା ବସ୍ତ୍ର ପରିଧାନ କରନ୍ତି । ଏଥିରେ ହଳଦିଆ ବା କମଳା ରଙ୍ଗର ଧଡ଼ି ଥାଏ । ଶ୍ରୀବଳଭଦ୍ର ୨ଟି, ଶ୍ରୀଜଗନ୍ନାଥ ୨ଟି, ଦେବୀ ସୁଭଦ୍ରା ୧ଟି ଓ ସୁଦର୍ଶନ ୧ଟି ଗାମୁଛା ପିନ୍ଧନ୍ତି । ଏହି ବସ୍ତ୍ର ପିନ୍ଧା ପରେ ଦିଅଁମାନଙ୍କର ସ୍ନାନ ନୀତି ହୁଏ । ସ୍ୱତ୍ୱଲିପିରେ ଲେଖାଅଛି- “ତିନି ଠାକୁରଙ୍କୁ ୩ଗୋଟି ତଡ଼ପ ଓ ସୁଦର୍ଶନଙ୍କୁ ୧ଗୋଟି ତଡ଼ପ ଲାଗି କରାହୁଏ । ଉତ୍ତରୀୟ ଦୁଇ ଗୋଟି ବଡ଼ଠାକୁର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଏ । ଅବକାଶ ନୀତି ପରେ ଦିଅଁମାନଙ୍କର ବସ ମଇଲମ କରାଯାଇ ବାରଲାଗି ପାଟବସ୍ତ୍ର ପରିଧାନ କରାଯାଏ ।
୨. ବଡ଼ସିଂହାର ବେଶ
ପ୍ରତିଦିନର ପ୍ରଥମବେଶ ହେଲା ଅବକାଶ ବେଶ ଏବଂ ଶେଷ ବେଶ ହେଲା ବଡ଼ସିଂହାର ବେଶ । ବଡ଼ସିଂହାର ବେଶରେ ଦିଅଁମାନେ ରାତ୍ର ପହୁଡ଼ ହୁଅନ୍ତି । ପ୍ରତିଦିନ ସଂଧ୍ୟା ଧୂପ ପରେ ମଇଲମ ହୋଇ ଚନ୍ଦନଲାଗି ନୀତି ହୁଏ । ପୃଷ୍ଠାଳକମାନେ ତିନିବାଡ଼ରେ ଚନ୍ଦନ ଲାଗି କରାନ୍ତି ।



ତା’ପରେ ବଡ଼ସିଂହାର ବେଶ ହୁଏ । ପୁଷ୍ପାଳକ ସେବକ ଦିଅଁମାନଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଏବଂ ମାଳଫୁଲରେ ବେଶ କରାନ୍ତି । ଏହି ବେଶ ମୁଖ୍ୟତଃ ଫୁଲ ବେଶ । ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି ଯେ ଶ୍ରୀରାମ ଦାସ ମଠ ଏହି ବେଶପାଇଁ ଫୁଲର କରପଲ୍ଲବ, କୁଣ୍ଡଳ ଓ ତଡ଼ଗି (ତଡ଼କୀ) ଏବଂ ଏମାର ମଠ ଫୁଲର ଚନ୍ଦ୍ରିକା ଯୋଗାନ୍ତି । କରପଲ୍ଲବ, କୁଣ୍ଡଳ ଓ ଚନ୍ଦ୍ରିକା ଦୁଇ ଠାକୁର (ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି ହୁଏ । ତଡ଼କୀ ଓ ଚନ୍ଦ୍ରିକା ଦେବୀ ସୁଭଦ୍ରାଙ୍କୁ ଲାଗି ହୁଏ । ତଡ଼କୀ ହେଉଛି କଣ୍ଠ ନିମନ୍ତେ ଏକ ପୁଷ୍ପ ଭୂଷା । ଦିଅଁମାନେ ଅଧରମାଳା, ଚଉସରା, ବକ୍ଷରେ ପଦକ, ନାସାରେ ଗୁଣା ଓ ନାକୃଆସି, ମଥାରେ ଅଳକା ପରିଧାନ କରନ୍ତି । ପିନ୍ଧାଯାଇଥିବା ବାରଲାଗି ପାଟବରେ ଜୟଦେବଙ୍କ ଗୀତଗୋବିନ୍ଦର କେତୋଟି ଧାଡ଼ି ବୁଣାଯାଇଥାଏ । ବେଶ ବଢ଼ିବା ପରେ ପୁଷ୍ପାଳକ ଠାକୁରମାନଙ୍କୁ କର୍ପୂର ଲାଗି କରାନ୍ତି । ବେଶ ପରେ ବଡ଼ସିଂହାର ଧୂପ ହୁଏ ।
୩. ଗଣପତି ବେଶ ବା ହାତୀ ବେଶ
ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ସ୍ନାନବେଦୀରେ ଦେବସ୍ନାନ ନୀତି ପରେ ଶ୍ରୀଜୀଉମାନଙ୍କର ହାତୀ ବେଶ ହୁଏ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ଯଥାକ୍ରମେ ଧଳା ଓ କଳା ହୟୀ ବେଶରେ ସଜ୍ଜିତ ହୁଅନ୍ତି । ଗୋପାଳତୀର୍ଥ ମଠ ବଡ଼ ବାଡ଼ର ଅର୍ଥାତ୍ ଶ୍ରୀବଳଭଦ୍ରଙ୍କର ହାତୀ ବେଶର ଉପକରଣ ଓ ରାଘବ ଦାସ ମଠ ଅନ୍ୟ ଦୁଇ ବାଡ଼ର ଉପକରଣ ଯୋଗାନ୍ତି । ସୋଲ, ଜରି, କଦଳୀ ପଟରେ ତରାସ, ଚୂଳ ଓ କରପଲ୍ଲବ ଥାଇ ଏହି ବେଶ ତିଆରି କରାଯାଇଥାଏ । ପାଳିଆ ପୁଷ୍ପାଳକ ଓ ଦଇତାପତିମାନେ ଏହି ବେଶ କରନ୍ତି । ବେଶ ଶେଷ ପରେ କର୍ପୂର ଲାଗି ହୁଏ । ଓଡ଼ିଶାରେ ଗଙ୍ଗବଂଶର ଶେଷ ରାଜା ଭାନୁଦେବ (୪ର୍ଥ)ଙ୍କ ରାଜତ୍ୱ କାଳ (ଖ୍ରୀ. ୧୪୧୪୧୪୩୫)ରେ ଏହି ହାତୀବେଶ ଆରମ୍ଭ ହୋଇଥିବା କୁହାଯାଏ ।
୪. ରାଜବେଶ ବା ସୁନାବେଶ
ରାଜବେଶର ଅନ୍ୟ ନାମ ବଡ଼ ତଡ଼ଉ ବେଶ । ତଉ ଅର୍ଥ ସୁନା । ସୁତରାଂ ରାଜବେଶ ହେଉଛି ଏକ ବଡ଼ ଧରଣର ସୁନା ବେଶ । ରତୃଭଣ୍ଡାର ବା ଭଣ୍ଡାରକରଣ ସେବକ ହେଉଛନ୍ତି ତଡଉକରଣ । ରତ୍ନବେଦିୟ ତ୍ରିମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବର୍ଷ ତମାମ (ଅଣସର ସମୟକୁ ଛାଡ଼ି) କିଛି ନା କିଛି ଅଳଙ୍କାର ଲାଗି ହୋଇଥାଏ । ଶ୍ରୀଅଙ୍ଗରେ ସର୍ବଦା ତିନି ଦିଅଁଙ୍କର ସୁବର୍ଣ ଝୋବା କଣ୍ଠି (୨ ମୂର୍ତ୍ତି ଲେଖାଏ) ଥାଏ । ପ୍ରତ୍ୟେକ ଧୂପ ପୂଜାରେ ଗୋଟିଏ ଲେଖାଏଁ ସୁବର୍ଣ୍ଣ ପଦକ ଲାଗି ହୁଅନ୍ତି । ନୀଳାଦ୍ରିବିଜେଠାରୁ ଚିତାଲାଗି ଅମାବାସ୍ୟା ଯାଏ ଶ୍ରୀଗୁଣ୍ଡିଚା ବେଶ ହୁଅନ୍ତି । ଏହି ବେଶରେ ଲାଗି ହେଉଥିବା ରତ୍ନ ଅଳଙ୍କାରମାନ ହେଲା- ନଳୀ ଭୁଜ-୨, କୁଣ୍ଡଳ-୨, ମାଳି-୧, ତିଳକ-୧ଟି ଲେଖାଏଁ ଦୁଇଠାକୁରଙ୍କ ପାଇଁ ଏବଂ ମାଳି-୧, ତଡ଼କୀ-୨ ସୁଭଦ୍ରାଙ୍କ ପାଇଁ । ଆଉ କେତୋଟି ପର୍ବପର୍ବାଣି ଦିନରେ ଯଥା- ବାମନ ଜନ୍ମ, ରାଧାଦାମୋଦର ବେଶ ଚାଚେରୀ ବେଶରେ ଅଧିକ ଅଳଙ୍କାର ଲାଗି କରଯାଏ । କିନ୍ତୁ ରାଜବେଶରେ ସର୍ବାଧିକ ରତ୍ନ ଅଳଙ୍କାର ଲାଗି କଷ୍ଟଯାଏ । ସୁତରାଂ ସବୁ ରାଜବେଶ ସୁନାବେଶ, କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ ।

ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ । ସେହି ଦିନମାନ ହେଲା- ବିଜୟାଦଶମୀ, କାର୍ତ୍ତିକପୂଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିିମା ଓ ରଥ ଉପରେ ବଡ଼ ଏକାଦଶୀ । ଦଶହରା ଓ କାର୍ତ୍ତିିକପୂର୍ଣ୍ଣିିମାରେ ରାଜବେଶ ହେବା ପରେ ସକାଳ ଧୂପ ହୁଏ । ପୌଷପୂର୍ଣ୍ଣିିମା (ଅଭିଷେକ ପୂର୍ଣ୍ଣିିମା)ରେ ସକାଳ ଧୂପ ପରେ ଓ ରଥ ଉପରେ ରାଜବେଶ ମଧ୍ୟାହ୍ନ ଧୂପ ପରେ ହୁଏ । ଦୋଳପୂର୍ଣ୍ଣିିମାରେ ବଲ୍ଲଭ ଭୋଗ ପୂର୍ବରୁ ଏହି ବେଶ ହୁଏ । କେବଳ ରଥ ଉପରେ ରାଜବେଶ ଶ୍ରୀମନ୍ଦିର ବାହାରେ ହୋଇଥାଏ । ରଥ ଉପରେ ରାଜବେଶକୁ "ବଡ଼ ତଡ଼ଉ ବେଶ' ଓ କାର୍ତ୍ତିକପୂର୍ଣ୍ଣିିମାର ରାଜବେଶକୁ "ରାଜରାଜେଶ୍ୱର ବେଶ' ବୋଲି କେହି କେହି ମତବ୍ୟକ୍ତ କରନ୍ତି । ପ୍ରକୃତରେ ସବୁ ରାଜବେଶକୁ ହିଁ ବଡ଼ ତଡ଼ଉ ବେଶ ଓ ରାଜରାଜେଶ୍ୱର ବେଶ କହିବା ସମୀଚୀନ ହେବ ।
ରଥ ଉପରେ ରାଜବେଶର ତାଲିକା ନିମ୍ନରେ ପ୍ରଦତ୍ତ :
ଶ୍ରୀପୟର-୪, ଶ୍ରୀଭୁଜ-୪ (ଦେବୀଙ୍କର ନାହିଁ), କିରୀଟ-୩ (ପ୍ରତ୍ୟେକ-୧), କାନ-୬ (ପ୍ରତ୍ୟେକ-୨), ବାହାଡ଼ାମାଳି-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତାବିଜ ମାଳି-୧ (ଶ୍ରୀଜଗନ୍ନାଥଙ୍କର), ହରିଡ଼ା କଦମ୍ବ ମାଳି-୧ (ଶ୍ରୀଜଗନ୍ନାଥଙ୍କର), ବାଘନଖୀ ମାଳି-୧ (ଶ୍ରୀଜଗନ୍ନାଥଙ୍କର), କଦମ୍ବ ମାଳି-୪ (ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୧, ଦେବୀ ସୁଭଦ୍ରା-୧), ସେବତୀ ମାଳି-୩ (ପ୍ରତ୍ୟେକ-୧), ହଳମୂଷଳ(୧ମ୍ପ୧) (ଶ୍ରୀବଳଭଦ୍ର), ଚକ୍ର-୧ (ଶ୍ରୀଜଗନ୍ନାଥ), ତିଳକ-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ଆଡ଼କାନି-୪(ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୨), ଚନ୍ଦ୍ରସୂର୍ଯ୍ୟ-୬ (ପ୍ରତ୍ୟେକ-୨ଟି), ଅଳକା-୩ (ପ୍ରତ୍ୟେକ-୧ଟି), ଓଡ଼ିଆଣୀ-୩ (ପ୍ରତ୍ୟେକ-୧), ଚନ୍ଦ୍ରିକା-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତଡ଼କୀ-୨ (ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ଶଙ୍ଖ (ରୁପା)-୧ (ଶ୍ରୀଜଗନ୍ନାଥଙ୍କର)
ଏହି ରାଜବେଶରେ କେବଳ ଶଙ୍ଖଟି ରୁପା, ବାକି ସବୁ ଅଳଙ୍କାର ସୁନା । ରଥ ଉପରେ ହେଉଥିବା ରାଜବେଶରେ ଦୁଇଟି ପ୍ରଧାନ ଅଳଙ୍କାର ନଥାଏ । ତାହା ହେଲା: ସୁନାର ରାହୁରେଖା ଓ ରତ୍ନ ଚିତା । ରଥଯାତ୍ରା ସମୟରେ ତିନିଦିଅଁଙ୍କ ଶ୍ରୀମୁଖମଣ୍ଡଳରେ ପ୍ରକୃତ ରତ୍ନଚିତା ନଥାଏ । ରଥଯାତ୍ରା ଦିନ ପହଣ୍ଡି ଶେଷ ପରେ ଓ ଛେରାପହଁରା ପୂର୍ବରୁ ତିନି ଦିଅଁଙ୍କୁ ଗୋଟିଏ ଲେଖାଏଁ ସୋଲ ଚିତା ଲାଗି କରାଯାଏ । ସୋଲ ଚିତା ମଝିରେ ଅଳ୍ପ ପରିମାଣର ସୁନା ଓ ରତ୍ନ ପଥର ବସାଯାଇଥାଏ ।
ଓଡ଼ିଶାର କେଉଁ ରାଜାଙ୍କ ଶାସନ କାଳରେ ରାଜବେଶର ପ୍ରଚଳନ କରାଯାଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ୁନାହିଁ । ପୁରୁଷୋତ୍ତମ-ଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ରାଜା ବୋଲି ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ-୩ୟ (ଖ୍ରୀଷ୍ଟାବ୍ଦ ୧୨୧୧-୧୨୩୮) ଘୋଷଣା କରିଥିଲେ । ହୁଏତ ତାଙ୍କ ସମୟରେ ଏହି ବେଶ ପ୍ରଚଳନ କରାଯାଇଥିବ । ଅନ୍ୟ ମତରେ ସମ୍ରାଟ କପିଳେନ୍ଦ୍ର ଦେବ (ଖ୍ରୀଷ୍ଟାବ୍ଦ ୧୪୩୫-୧୪୬୮) ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ରାଜବେଶର ପ୍ରଚଳନ କରାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜକୀୟତା ତାଙ୍କର ରାଜବେଶରେ ପ୍ରତିଫଳିତ ହୁଏ ।


୫. ବଣଭୋଜି ବେଶ

ଏହା କୃଷ୍ଣଲୀଳା ଅନ୍ତର୍ଗତ ଏକ ବେଶ । ଭାଦ୍ରବ କୃଷ୍ଣପକ୍ଷ ଦଶମୀରେ ଏହି ବେଶ ହୁଏ । ଶ୍ରୀବଳଭଦ୍ର (ବଳରାମ) ଓ ଶ୍ରୀଜଗନ୍ନାଥ (କୃଷ୍ଣ) ଗଉଡ଼ ବାଳକ ରୂପେ ବଣଭୋଜି ନିମନ୍ତେ ଯାଉଥିବା ବେଶ । ସଂଧ୍ୟାଧୂପରେ ଏହି ବେଶ ହୁଏ । ଏହି ବେଶରେ ଠାକୁରମାନେ ଶ୍ରୀହସ୍ତରେ ଶିକାରେ ରୁପା ପିଙ୍ଗଣରେ ସର ଧରନ୍ତି ଓ ଅନ୍ୟ ହସ୍ତରେ ଲଉଡ଼ି ଧରନ୍ତି । ଦୁଧ ପେଡ଼ାର ମାଳି ଠାକୁରମାନଙ୍କୁ ଲାଗି ହୁଏ । ଏହି ବେଶ ରାଜା ପ୍ରତାପରୁଦ୍ରଦେବ (୧୬ଶ ଶତାବ୍ଦୀ), ମତାନ୍ତରେ ଚୋଡ଼ଗଙ୍ଗଦେବଙ୍କ ପୁତ୍ର କାମାର୍ଣ୍ଣବ ଦେବ (ଖ୍ରୀଷ୍ଟାବ୍ଦ ୧୧୪୭-୧୧୫୬)ଙ୍କ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା ।

୬. କାଳୀୟଦଳନ ବେଶ

ଏହି ବେଶ ଭାଦ୍ର କୃଷ୍ଣ ଏକାଦଶୀ ତିଥିରେ ହୁଏ । ସଂଧ୍ୟା ଧୂପ ପୂର୍ବରୁ ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବେଶ ହୁଏ । କନାରେ ନିର୍ମିତ ବିରାଟକାୟ ଗୋଟିଏ କଳା ନାଗ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଆବୃତ କରି ରହିଥାଏ । ନାଗ ଫଣା ଉପରେ ମହାପ୍ରଭୁଙ୍କ ଶ୍ରୀପୟର ଦୁଇଟି ରହିଥାଏ । ବେଶ ବଢ଼ି ସଂଧ୍ୟା ଧୂପ ପାଣି ପଡ଼ିବା ପରେ ଏକ ଅମୃତ ଲଡୁ ଶ୍ରୀହସ୍ତରେ ଲାଗି କରାଯାଏ ।

୭. ପ୍ରଳମ୍ବାସୁର ବଧ ବେଶ

ଏହି ବେଶ ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଶ୍ରୀବଳଭଦ୍ରଙ୍କ ବାଡ଼ରେ କରାଯାଏ । ମଧ୍ୟାହ୍ନ ଧୂପ ପରେ ଏହି ବେଶ ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରନ୍ତି । କେବଳ ଶ୍ରୀବଳଭଦ୍ରଙ୍କ ପଦପ୍ରାନ୍ତରେ ପ୍ରଳମ୍ବାସୁରର ଏକ ମୂତ୍ତି ସଜାଯାଏ । ଫଳରେ ଅସୁରର ସ୍କନ୍ଦ ଓ ଦୁଇ ଭୁଜରେ ବଳଭଦ୍ର ବସିବା ପରି ଦୃଶ୍ୟହୁଏ ।

୮. କୃଷ୍ଣ-ବଳରାମ ବେଶ

ଭାଦ୍ରବ କୃଷ୍ଣ ତ୍ରୟୋଦଶୀରେ ହୁଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ କୃଷ୍ଣ-ବଳରାମ ବେଶରେ ସଜାଯାଏ । ଏହି ବେଶ ଗିରିଗୋବର୍ଦ୍ଧନ ବେଶ ନାମରେ ବଡ଼ ଓଡ଼ିଆ ମଠ ଆନୁମାନିକ ୧୫୨୪ ଖ୍ରୀଷ୍ଟାବ୍ଦରେ କରାଉଥିଲେ । ପରେ ବନ୍ଦ ହୋଇଯାଇଥିଲା । ଖ୍ରୀଷ୍ଟାବ୍ଦ ୧୯୪୫ ପରଠାରୁ ଏହାର ପୁନଃ ପ୍ରଚଳନ କରାଗଲା । କିନ୍ତୁ ଗିରିଗୋବର୍ଦ୍ଧନ ସ୍ଥାନରେ କଦମ୍ବ ବୃକ୍ଷ ରଖାଯାଇ କୃଷ୍ଣ-ବଳରାମ ବେଶ ଭାବରେ ଏହାକୁ ନାମିତ କରାଗଲା । କଟକ ଜିଲ୍ଲା ସାଲେପୁର ଥାନାର ଖଣ୍ଡସାହି ଗ୍ରାମର ଜମିଦାର ଚୌଧୁରୀ ଗୋପବନ୍ଧୁ ମିଶ୍ର ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରୁଥିଲେ । ତାଙ୍କର ଦେହାନ୍ତ ପରେ ତାଙ୍କର ଉତ୍ତରାଧିକାରୀ ଏହି ବେଶ କରାଇ ଆସୁଛନ୍ତି । ଏହା ଏକ ଯଜମାନି ବେଶ ।

୯. ବାମନ ବେଶ

ଭାଦ୍ରବ ଶୁକ୍ଲ ଦ୍ୱାଦଶୀରେ ବାମନ ବେଶ ହୁଏ । କାରଣ ଏହି ଦିନଟି ଭଗବାନଙ୍କ ବାମନାବତାରର ଜନ୍ମଦିବସ । ଏହିଦିନ ରତ୍ନ ବେଦୀରେ ତିନି ଦିଅଁଙ୍କ ସୁନାବେଶ ହୁଏ ।

ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବାମନ ଅବତାର ବେଶ ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥଙ୍କ କିରୀଟରୁ ଫଳି କାଢ଼ି ଦିଆଯାଇ କିରୀଟଟି ଲଗାଯିବାରୁ ମହାପ୍ରଭୁ ବଡ଼ଠାକୁରଙ୍କ ତୁଳନାରେ ଗେଡ଼ା (ବାମନ) ଦେଖାଯାଆନ୍ତି ।

୧୦. ରାଧା-ଦାମୋଦର ବେଶ

ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ଯାଏ ଏହି ରାଧା-ଦାମୋଦର ବେଶ ହୁଏ । ଏହି ଏକାଦଶୀ ଦିନଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ନୀତି, ବେଶ ଓ ବ୍ରତ ଆରମ୍ଭ ହୁଏ । ପ୍ରତ୍ୟହ ଆଳତି ଅବକାଶ ପରେ ରାଧା-ଦାମୋଦର ବେଶ ହୋଇ ଗୋପାଳବଲ୍ଲଭ ଭୋଗ ହୁଏ । ରାଧା-ଦାମୋଦର ବେଶରେ ଦିଅଁମାନେ ୩୦ ମୂର୍ତ୍ତିି ସୁନା ଅଳଙ୍କାର ଲାଗି ହୁଅନ୍ତି । ତାହା ହେଲା- ନଳୀଭୁଜ-୪, କୁଣ୍ଡଳ-୪, ତିଳକ-୨, ଆଡ଼କାନି-୪, ଚନ୍ଦି୍ରକା-୨, ଚନ୍ଦ୍ରସୂର୍ଯ୍ୟ-୬, ତଡ଼କୀ- ୨, ଓଡ଼ିଆଣୀ-୩, ମାଳି-୩ (ମୋଟ-୩୦)

୧୧. ଲକ୍ଷ୍ମୀ-ନାରାୟଣ (ଠିଆକିଆ) ବେଶ

କାର୍ତ୍ତିିକ ଶୁକ୍ଲ ଏକାଦଶୀରେ ଏହି ବେଶ କରାଯାଏ । ମସ୍ତକରେ ସୁବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶର ଅନ୍ୟ ନାମ ଠିଆକିଆ ବେଶ । ଏହି ବେଶରେ ନିମ୍ନଲିଖିତ ଅଳଙ୍କାର ଲାଗି ହୁଏ । ଶ୍ରୀଭୁଜ ୪, ଶ୍ରୀପୟର-୪, କାନ-୬, ଆଡ଼କାନି-୪, ଚନ୍ଦ୍ରିକା-୨, ଚନ୍ଦ୍ରସୂର୍ଯ୍ୟ- ୬, ତଡ଼କୀ-୨, ଓଡ଼ିଆଣୀ-୩, କିଆ-୫୦, ଶଙ୍ଖ(ରୁପା) ୧, ଚକ୍ର ୧, ହଳମ୍ପମୂଷଳ (୧ମ୍ପ୧) । ଏହା ବ୍ୟତୀତ କେତେଖଣ୍ଡ ମାଳି ପିନ୍ଧାଯାଏ ।

୧୨. ବାଙ୍କଚୂଡ଼ା ବେଶ

ଏହି ବେଶରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ପଟକୁ ଆଡ଼ ଖୋସା ପଡେ଼ । କାର୍ତ୍ତିିକ ଶୁକ୍ଲ ଦ୍ୱାଦଶୀରେ ଏହି ବେଶ ହୁଏ । ଏ ବେଶରେ ଠାକୁରମାନେ ଅପେକ୍ଷାକୃତ ଗେଡ଼ା ବା ବାମନ ପରି ଶୋଭା ପାଆନ୍ତି ।

୧୩. ତ୍ରିବିକ୍ରମ (ଆଡ଼କିଆ) ବେଶ

କାର୍ତ୍ତିିକ ଶୁକ୍ଲ ତ୍ରୟୋଦଶୀରେ ଏହି ବେଶ ହୁଏ । ଏଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡ଼ବାଗରେ ଖଞ୍ଜାଯାଉଥିବାରୁ ଏହାର ନାମ ଆଡ଼କିଆ ବେଶ । ବାମନାବତାରର ତ୍ରିବିକ୍ରମ ରୂପ ସହିତ ଏହି ବେଶ ସଂପର୍କିତ ।

୧୪. ଲକ୍ଷ୍ମୀ ନୃସିଂହ (ଡାଳିକିଆ) ବେଶ

କାର୍ତ୍ତିିକ ଶୁକ୍ଲ ଚତୁର୍ଦ୍ଦଶୀରେ ହୁଏ । ଏଥିରେ ସୁନାକିଆ ଡାଳିପରି ଖଞ୍ଜା ଯାଇଥିବାରୁ ଏହାର ନାମ ଡାଳିକିଆ ବେଶ ।

୧୫. ଶ୍ରାଦ୍ଧ ବେଶ

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଲ ପ୍ରତିପଦା ମଧ୍ୟରେ ପ୍ରଭୁ ଜଗନ୍ନାଥ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି । ଏହି ସମୟରେ ପ୍ରଭୁ ଯେଉଁ ବେଶ ହୁଅନ୍ତି ତାହା ଶ୍ରାଦ୍ଧ ବେଶ ଭାବରେ ପରିଚିତ । ଏହି ବେଶରେ ପ୍ରଭୁ ନାଗପୁରୀ ଅର୍ଥାତ୍‍ କୁମ୍ଭପକା ଧଡ଼ି ବସ୍ତ୍ର ପିନ୍ଧନ୍ତି ।

୧୬. ନାଗାର୍ଜୁନ ବେଶ

ଯେଉଁ ବର୍ଷ କାର୍ତ୍ତିିକ ଶୁକ୍ଲପକ୍ଷରେ ପଞ୍ଚକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ପଡେ଼, ସେହି ବର୍ଷ ପଞ୍ଚକର ବଡ଼ ଦିନ ବା ମଳ ତିିଥିରେ ଶ୍ରୀଜଗନ୍ନାଙ୍କର ନାଗାର୍ଜୁନ ବେଶ ହୁଏ । ୧୯୯୩ ଓ ୧୯୯୪ ମସିହାରେ କାର୍ତ୍ତିକ ଶୁକ୍ଲ ଦ୍ୱାଦଶୀ (ମଳ) ଓ କାର୍ତ୍ତିିକ ଶୁକ୍ଲ ତ୍ରୟୋଦଶୀ (ମଳ) ତିିଥିରେ ଏହି ବେଶ ହୋଇିଲା । ତତ୍‍ପୂର୍ବରୁ ୧୯୬୬, ୧୯୬୭ ଓ ୧୯୬୮ ମସିହାରେ ମଳ ତିିଥିରେ ଏହି ବେଶ ହୋଇିଲା । ସୁତରାଂ ପଞ୍ଚକର ମଳ ତିିଥିରେ ପରମ୍ପରା ଅନୁସାରେ ନାଗାର୍ଜୁନ ବେଶ ହୋଇ ଆସୁଛି । ଏହି ବେଶକୁ ମଧ୍ୟ 'ପର୍ଶୁରାମ ବେଶ' କୁହାଯାଏ ।

ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ବନବାସୀ ବୀର ବେଶରେ ସଜ୍ଜିତ ହୁଅନ୍ତି । ଏହା ଏକ ସାମରିକ ବେଶ । ଏହି ବେଶରେ ବଡ଼ ବଡ଼ ଫୁଲ ହାଣ୍ଡିଆ ବା ଶିରସ୍ତ୍ରାଣ, ବାଘ ନଖ, ଧନୁ, ଶରପୁଞ୍ଜ, କଟିରେ ଢାଲ ଏବଂ ନାନା ପ୍ରକାର ହାର ଲାଗି କରାଯାଏ । ନାଗା ବା ପାର୍ବତୀୟ ବୀର ବେଶରେ ଦିଅଁମାନେ ସଜ୍ଜିତ ହୁଅନ୍ତି । ପୁରୀରେ ନାଗାବେଶ ଅତି ଲୋକପ୍ରିୟ । ସାହି ଯାତ ବିଶେଷତଃ ଗୋସାଣୀ ଯାତରେ ଏହି ବେଶ ଅଧିକ ଦେଖାଯାଏ । ଏହି ବେଶ ସହିତ ଠାକୁରଙ୍କ ନାଗାର୍ଜୁନ ବେଶର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

ପୂର୍ବେ ପୁରୀର ଚକ୍ରକୋଟ ସ୍ଥାନର ଖୁଣ୍ଟିଆ ପଣ୍ଡା ଏହି ବେଶର ସମସ୍ତ ଖର୍ଚ୍ଚ ବହନ କରୁିଲେ । ୧୯୯୩ ମସିହାରେ ପୁରୀର ଦୋଳମଣ୍ଡପ ସାହିର ଶ୍ରୀମତୀ ତିଳୋତ୍ତମା ଦାସ ମହାପାତ୍ର ଏହି ବେଶ କରାଇ ଥିଲେ । ୧୯୯୪ରେ କାର୍ତ୍ତିିକ ଶୁକ୍ଲ ତ୍ରୟୋଦଶୀ (ମଳ) ତା ୧୬୧୧-୧୯୯୪ରେ ହୋଇିବା ଏହି ବେଶର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥିଲେ । ସକାଳେ ଅବକାଶ ନୀତି ପରେ ନାଗାର୍ଜୁନ ବେଶ ହୋଇିଲା । ବେଶ ହେବା ପରେ ସକାଳ ଧୂପ ଓ ଅନ୍ୟାନ୍ୟ ନୀତି ହୋଇ ଭୋଗ ମଣ୍ଡପ ଧୂପ ପରେ ସର୍ବସାଧାରଣଙ୍କ ପାଇଁ ବେଶ ଦର୍ଶନର ବ୍ୟବସ୍ଥା କରାଯାଇିଲା ।

ନାଗାର୍ଜୁନ ବେଶ ଶୈବ ଓ ବୈଷ୍ଣବ ଭାବନାର ମିଶ୍ରିତ ପରିପ୍ରକାଶ । ବିଧର୍ମୀ ଆକ୍ରମଣକୁ ପ୍ରତିହତ କରାଇବାପାଇଁ ଓଡ଼ିଆ ଖଣ୍ଡାଏତ ଓ ପାଇକ ମନରେ ଐଶୀ ବିଶ୍ୱାସ ସହିତ ବୀରତ୍ୱ ଭାବ ଉଦ୍ରେକ କରାଇବା ହୁଏତ ଏହି ବେଶର ମୂଳ ଉଦ୍ଦେଶ୍ୟ ଥିଲା ।

୧୭. ଘୋଡ଼ଲାଗି ବେଶ

ମାର୍ଗଶିର ଶୁକ୍ଲ ଷଷ୍ଠୀ (ପ୍ରାବରଣ ଷଷ୍ଠୀ) ଦିନରୁ ଦିଅଁମାନଙ୍କୁ ଶୀତ ବସ୍ତ୍ର ବିଧିବିଧାନପୂର୍ବକ

ଲାଗି କରାଯାଏ । ଶୀତ ବସ୍ତ୍ରକୁ 'ଘୋଡ଼' କୁହାଯାଏ । ଏହି ବସ୍ତ୍ରଦ୍ୱାରା ତିିନିଠାକୁର ସଂପୂର୍ଣ୍ଣ ଘୋଡ଼ି

ହୋଇଯାଆନ୍ତି । ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ଲାଗି ହୁଏ । ଯା: ରବିବାର- ଲାଲ ରଙ୍ଗ, ସୋମବାର- କଳାଛିଟ ମିଶା ଶୁକ୍ଲରଙ୍ଗ, ମଙ୍ଗଳବାର- ବାରପଟିଆ (ପଞ୍ଚରଙ୍ଗ ମିଶା) ବୁଧବାର- ନୀଳରଙ୍ଗ, ଗୁରୁବାର- ବସନ୍ତ ରଙ୍ଗ, ଶୁକ୍ରବାର- ଶୁକ୍ଲରଙ୍ଗ, ଶନିବାର କଳା ରଙ୍ଗ ।

ଓଢ଼ଣ ଷଷ୍ଠୀଠାରୁ ମାଘ ଶୁକ୍ଲ ପଞ୍ଚମୀ (ବସନ୍ତ ପଞ୍ଚମୀ) ଯାଏ ଏହି ଘୋଡ଼ଲାଗି ବେଶ ହୁଏ । ଏହି ବେଶରେ ୮ ମୂର୍ତ୍ତିି (ତ୍ରିଶାଖା-୨, କୁଣ୍ଡଳ-୪, ତଡ଼କୀ-୨) ସୁନା ଅଳଙ୍କାର ଲାଗି କରାଯାଏ । କିନ୍ତୁ ଏହି ବେଶରେ ଝୋବା କଣ୍ଠି ଲାଗେ ନାହିଁ । ଶୀତ ଋତୁ ଦ୍ୱିପ୍ରହର ସମୟରେ ଆମେ ଯେପରି କମ୍‍ ଶୀତବସ୍ତ୍ର ବ୍ୟବହାର କରୁ ଦିଅଁମାନେ ମଧ୍ୟ ସେପରି ଦ୍ୱିପ୍ରହର ଧୂପ ସମୟରେ ଘୋଡ଼ଲାଗି ହୁଅନ୍ତି ନାହିଁ । ଏହି ଧୂପ ପୂଜାରେ ସିଂହାସନ ଉପରେ ବସି ପୂଜାପଣ୍ଡାମାନେ ପୂଜା କରନ୍ତି । ଅନ୍ୟ ଧୂପ ପୂଜା ବେଳେ, ଅର୍ଥାତ୍ ଘୋଡ଼ଲାଗି ସମୟର ପୂଜା ବେଳେ ସେମାନେ ସିଂହାସନ ତଳେ ବସି ପୂଜା କରନ୍ତି ।

ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏ ଦିଅଁମାନେ ଜାମା ବା ଠିଆଘୋଡ଼ ପରିଧାନ କରନ୍ତି । ଏହି ବେଶରେ ଶ୍ରୀଅଙ୍ଗ ସଂପୂର୍ଣ୍ଣ ଘୋଡ଼ାଇ ହୁଏ ନାହିଁ । ଜାମାଲାଗି ବେଶରେ ଦିଅଁମାନେ ୩୦ ମୂର୍ତ୍ତିି ସୁନା ଅଳଙ୍କାର ପରିଧାନ କରନ୍ତି । ଘୋଡ଼ ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡ଼ାରେ ତିଆରି ହୋଇାଏ ।

୧୮. ଚାଚେରୀ ବେଶ

ଫାଲଗୁନ ଶୁକ୍ଲ ଦଶମୀଠାରୁ ପୂର୍ଣ୍ଣିିମା ଯାଏ ଏ ଆନନ୍ଦ, ଉଲ୍ଲାସ ଭରା ଦୋଳ ଉତ୍ସବ ଅବସରରେ ଦିଅଁମାନେ ନାଲିରଙ୍ଗର ପାଟବସ୍ତ୍ର ପିନ୍ଧନ୍ତି । ଏହା ଚାଚେରୀ ବେଶ । ଏହି ବେଶରେ ଚାଚେରୀ ଭୋଗ ଓ ସଂଧ୍ୟାଧୂପ ହୁଏ ।

୧୯. ପଦ୍ମ ବେଶ

ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାରରେ ଏହି ବେଶ ହୁଏ । ବେଶର ସମସ୍ତ ଉପକରଣ ବଡ଼ଛତା ମଠ ଯୋଗାଏ । ଅର୍ଥାତ୍ ବଡ଼ଛତା ମଠ ତରଫରୁ ଏହି ବେଶ କରାଯାଏ । ରାତ୍ର ଚନ୍ଦନ ଲାଗି ପରେ ବଡ଼ସିଂହାରରେ ଏହି ବେଶ ହୁଏ ଓ ଏହି ବେଶରେ ହିଁ ପହୁଡ଼ ହୁଏ । ମଠ ତରଫରୁ ଖିରି ଅମାଲୁ ଭୋଗ ହୁଏ । ଏ ବେଶର ଅନ୍ୟ ନାମ ପଦ୍ମମୁଖ ବେଶ । ମୁଖ୍ୟତଃ ପଦ୍ମଫୁଲରେ ଏହି ବେଶ ହେବା କଥା । କିନ୍ତୁ ସୋଲ, ଜରି ଓ ପଦ୍ମଫୁଲରେ ଏହି ବେଶ କରାଯାଉଛି ।

୨୦. ଗଜଉଦ୍ଧାରଣ ବେଶ

ମାଘ ପୂର୍ଣ୍ଣିିମାରେ ଏହି ବେଶ ହୁଏ । ମଧ୍ୟାହ୍ନ ଧୂପ ସରି ମୈଲମ ହେବା ପରେ ତିନିବାଡ଼ରେ ଗଜଉଦ୍ଧାରଣ ବେଶ ହୁଏ । କର୍ପୂର ଲାଗି ଓ ସଂଧ୍ୟା ଆଳତି ହୋଇ ଏହି ବେଶ ସକାଶେ ଆଉ ଏକ ଭୋଗ ମଣ୍ଡପ (ପଛ ଭୋଗ ମଣ୍ଡପ) ଭୋଗ ହୁଏ । ତା'ପରେ ସାହାଣମେଲା ବା ସର୍ବସାଧାରଣ

ଦର୍ଶନ ହୁଏ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ଼ ଉପରେ ବସନ୍ତି ଏବଂ ତାଙ୍କ କୋଳରେ ମହାଲକ୍ଷ୍ମୀ ବିରାଜମାନ କରନ୍ତି । ଚଳ, କିରୀଟ ଓ ଅଳଙ୍କାରମାନ ସୋଲ ଜରିରେ ନିର୍ମିତ ହୋଇ ଖଞ୍ଜାଯାଏ । ବଡ଼ଠାକୁର ବଳଭଦ ମଧ୍ୟ ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରନ୍ତି । ଦେବୀ ସୁଭଦ୍ରା ଛନ୍ଦାପାଦରେ ପଦ୍ମ କଳିକା ଧାରଣ କରନ୍ତି । ସିଂହାସନ ତଳେ ପୋଖରିଆ ରେ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥାଏ । କୁମ୍ଭୀର ଆକ୍ରମଣରୁ ରକ୍ଷାପାଇଁ ହାତୀଟି ଶୁରେ ପଦ୍ମ ଧରି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିବା ଭଙ୍ଗୀରେ ଥାଏ । ଏହି ରମଣୀୟ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୁଏ । ବେଶରେ ଖିରି ଓ ଅମାଲୁ ଭୋଗ ହୁଏ । ଏହି ବେଶ ଏକ ଯଜମାନି ବେଶ । ଏହା ପ୍ରଥମେ ରାଣୀ ସାହେବା କରାଉଥିଲେ । ତା'ପରେ ଜନୈକ ବାସୁଦେବ ବାବାଜୀ କରାଇଲେ । ତା'ପରେ ରମେଶ ଚନ୍ଦ୍ର ମିତ କରାଇଲେ । କେତେବର୍ଷ ହେଲା ଶିଳ୍ପ ପତି ବଂଶୀଧର ପଣ୍ଡାଙ୍କ ଆର୍ଥିକ ସାହାଯ୍ୟରେ ଏହି ବେଶ ପ୍ରଶାସନ ତରଫରୁ ହେଉଛି ।
୨୧. ରଘୁନାଥ ବେଶ
ଏହି ବେଶ ପ୍ରତିବର୍ଷ ହୁଏ ନାହିଁ । ୧୯୦୫ ଖ୍ରୀଷ୍ଟାବ୍ଦ ପରଠାରୁ ହୋଇଥିବାର ପ୍ରମାଣ ମିଳୁ ନାହିଁ । ଏପ୍ରିଲ୍ ୨୭ ତାରିଖ ୧୯୦୫ରେ ଏହି ବେଶ ହୋଇଥିବାର ସମ୍ବାଦ “ଉତ୍କଳଦୀପିକା’ରେ ପ୍ରକାଶିତ ହୋଇଥିଲା । ଶ୍ରୀଜଗନ୍ନାଥ ଶ୍ରୀରାମଚନ୍ଦ୍ର ବେଶ ଧାରଣ କରିଥିଲେ । ବାମପାର୍ଶ୍ୱରେ ଭରତ ଓ ଶତ୍ରୁଘ୍ନ ଚାମର ଓ ଛତ୍ର ଧରି ଠିଆ ହୋଇଥିଲେ । ଲକ୍ଷ୍ମଣଙ୍କ ଦକ୍ଷିଣରେ ବ୍ରହ୍ମା ଓ ବଶିଷ୍ଠ ଆଦି ଠିଆ ହୋଇଥିଲେ । ରାମଚନ୍ଦ୍ରଙ୍କ ବାମ ଜାନୁରେ ଲକ୍ଷ୍ମୀ ପ୍ରତିମା (ସୀତା) ବସିଥିଲେ । ରତ୍ନ ସିଂହାସନକୁ ଲାଗି କଳାହାଟ ଦ୍ୱାର ପର୍ଯ୍ୟନ୍ତ ସରୁପଟା ପଡ଼ିଥିଲା । ତା’ ଉପରେ ଅଙ୍ଗଦ, ଜାମ୍ବବାନ, ବିଭୀଷଣ, ନିଳ, ନୀଳ ପ୍ରଭୁତି ଥିଲେ । ୧୯୦୫ ମସିହାରେ ରାଜା ମୁକୁନ୍ଦ ଦେବ-୩ୟ ରାଜାସୁପରିଟେଣ୍ଡେଣ୍ଟ୍ ଥିଲେ । ଏହି ବେଶରେ ବିବିଧ ରତ୍ନ ଅଳଙ୍କାର ଲାଗି ହୁଏ । ଏହା ସବୁ ବେଶଠାରୁ ବୃହତ୍ ଓ ଆକର୍ଷଣୀୟ ବେଶ ।
୨୨. ଚନ୍ଦନ ବେଶ
ଚନ୍ଦନ ଯାତ୍ରା ୪୨ଦିନ ଯାକ ଭୋଗମଣ୍ଡପ ଧୂପ ପରେ ଆଲଟଲାଗି ଏବଂ ପରେ ଚନ୍ଦନଲାଗି ହୁଏ । ତା' ପରେ ଠାକୁରମାନଙ୍କୁ ଫୁଲରେ ବେଶ କରାଯାଏ । ଫୁଲର ଚଉସରା, ଅଳକା, ଚୂଳ, ଗଭା, ଗୁଣା, ଝମ୍ପା, ଅଧିର ପ୍ରଭୃତି ଲାଗି କରାଯାଏ । ଏହାକୁ ଚନ୍ଦନ ବେଶ କହନ୍ତି ।
୨୩. ମକର ଚୌରାସୀ
ମକର ସଂକ୍ରାନ୍ତି ଦିନ ଚୂଳ (ତୁଳସୀ ମିଶା), ଛଅମୂର୍ତ୍ତି ଅଳଙ୍କାର ଲାଗି ହୋଇ ଏହି ବେଶ ହୁଏ । ଏହି ବେଶ ଥାଇ ମକର ବେଢ଼ା ହୁଏ ।

ଏହାଛଡ଼ା ରଥଯାତ୍ରା ସମୟରେ ବିଗ୍ରହମାନଙ୍କୁ ପହଣ୍ଡିରେ ନିଆଯିବା ବେଳେ ଠାକୁରମାନେ ଯେଉଁ ଦୃଢ଼ ପୋଷାକ ପରିଧାନ କରନ୍ତି ତାହାକୁ ସେନାପଟା ଲାଗି ଏବଂ ପହଣ୍ଡିବେଳେ ଯେଉଁ ଟାହିଆ ପିନ୍ଧନ୍ତି ତାହାକୁ ଟାହିଆଲାଗି ବେଶ ବୋଲି ଅନେକେ କହିଥାଆନ୍ତି । ତେବେ ଏସବୁ ସ୍ୱତନ୍ତ୍ର ନୀତି । ସେହିପରି ଅଣସର ପରେ ନବଯୌବନ ଦର୍ଶନ ଦିନ ଠାକୁରମ।ନେ ସ୍ୱତନ୍ତ୍ର ରୂପରେ ଦର୍ଶନ ଦିଅନ୍ତି । ମକର ସଂକ୍ରାନ୍ତି ପୂର୍ବଦିନ ବଡ଼ସିଂହାର ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ସୋଲ ନିର୍ମିତ ମକର କୁଣ୍ଡଳ ଧାରଣ କରନ୍ତି । ଶ୍ରୀଜଗନ୍ନାଥ ଶଙ୍ଖ ଓ ଚକ୍ର ଏବଂ ଶ୍ରୀବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି । ଏହି ବେଶକୁ ଅନେକେ ନବାଙ୍କ ବେଶ କହିଥାନ୍ତି । ଝୁଲଣ ସମୟରେ ଓ ସଂଧ୍ୟାଧୂପରେ ଠାକୁରମାନଙ୍କର ଯେଉଁ ନୀତି ସମ୍ବନ୍ଧୀୟ ବେଶ ହୋଇଥାଏ ତାହାକୁ ମଧ୍ୟ ଅନେକେ ସ୍ୱତନ୍ତ୍ର ବେଶ ବୋଲି କହନ୍ତି ।