ପୃଷ୍ଠା:Barnabodha (1901).pdf/୪୭

(ସ୍ତବରୁ ଲେଉଟି ଆସିଛି)
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୬
ବର୍ଣ୍ଣବୋଧ ।

ନାନାବର୍ଣ୍ଣର ଫୁଲ ଫଳ,
ବୃକ୍ଷର ପଲ୍ଲବ କୋମଳ ।
ମନୁଷ୍ୟ, ପଶୁ, ପକ୍ଷୀ ଆଦି,
ସକଳ ସୃଜିଲେ ଅନାଦି ।
ତାହାଙ୍କ ଆଜ୍ଞାରେ ପବନ,
ସର୍ବତ୍ର କରେ ବିଚରଣ ।
ଅଗ୍ନି ତାଙ୍କର ଆଦେଶରେ,
ଉତ୍ତାପ, ତେଜ ଦାନ କରେ ।
ଈଶ୍ୱର ଦୟାର ସାଗର,
ତାଙ୍କର ମହିମା ସୁମର ।

ପରମେଶ୍ୱର ।

ଯାହା ମୁଁ କରଇ ଯାହା ମୁଁ କହଇ,
 ଯାହା ମୁଁ ଚିନ୍ତଇ ମନେ ।
ଜଗତର କର୍ତ୍ତା ପରମ-ଈଶ୍ୱର
 ଜାଣୁଛନ୍ତି ପ୍ରତି କ୍ଷଣେ ।
ମୋ ପାଶେ ଅଛନ୍ତି ଦିବସ ରଜନୀ
 ମହାପ୍ରଭୁ ପରାତ୍ପର ।
ଏ କଥା ସୁମରି ହୃଦୟେ ତାହାଙ୍କୁ
 ପୂଜିବି ମୁଁ ନିରନ୍ତର ।

ସ୍ତବ ।

କି ସୁନ୍ଦର ଆହା କି ଆନନ୍ଦମୟ
 ଏହି ବିଶାଳ ସଂସାର ।