ହାତୀ ନେ ଘୋଡା ନେ
ହାତୀ ନେ ଘୋଡା ନେ
ସମ୍ପାଦନାକବି - ଶ୍ରୀ ରାମକୃଷ୍ଣ ନନ୍ଦ
ସମ୍ପାଦନାହାତୀ ନେ, ଘୋଡା ନେ ମୋ ପେଏଁ କାଳୀ ବଜେଇ ଦେ, ମୋତି ନେ, ହୀରା ନେ ମୋ ଘରଟିିକି ସଜେଇ ଦେ ।
ସୁବର୍ଣ୍ଣର ଥାଳି ନେ ମାଣିକ୍ୟର ମାଳୀ ନେ ମୋ ଗୁଡିଟିକୁ ଉଡେଇ ଦେ, ମୋ ଛବି ବହି ପଢେଇ ଦେ ।
ଜାମା ନେ, ଜୋତା ନେ ଜରି ପାଟଛତା ନେ, ମୋ ବରକୋଳି ଝଡ଼େଇ ଦେ, ମୋ ଖେଳଘର ଗଢେଇ ଦେ ।
ଶାରୀ ନେ, ଶୁଆ ନେ, ଧଳା ଭାଲୁଛୁଆ ନେ, ମୋ ଚକଟିକୁ ବୁଲେଇ ଦେ, ମୋ ବେଲୁନ୍କୁ ଫୁଲେଇ ଦେ ।
ଖିରି ପୁରି ଖଜା ନେ, ବଡ ମାଛ ଭଜା ନେ, ମୋ ଦୋଳିଟିକୁ ହଲେଇ ଦେ, ମୋ ସାଇକେଲ ଚଲେଇ ଦେ ।
ହୀରା ନୀଳା ମୋତି ନେ ମୋ କଣ୍ଢେଇକି ସଜେଇ ଦେ, ଘୋଡା ନେ, ହାତୀ ନେ, ମୋ ପେଏଁକାଳୀ ବଜେଇ ଦେ ।
ମୂଳ ରଚନା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ବହି 'ଝୁମୁକା'ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡ଼ିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ'ରୁ ଆହୃତ ।