"ଚ" - ଚନ୍ଦ୍ରମୁଖି ରେ
←"ଙ" - ନିଦ ନାହିଁଟି ନଟବରକୁ ଗୋ | ଚୌପଦୀ ରତ୍ନାକର ଲେଖକ/କବି: ଚନ୍ଦ୍ରମୂଖି ରେ |
"ଛ" - ଛଇଳା ମୋରେ ଛାଉଲି ଛାଡ଼→ |
ଚନ୍ଦ୍ରମୂଖି ରେ
(ରାଗ: ସାବେରୀ )
ଚନ୍ଦ୍ରମୂଖି ରେ, ଚଞ୍ଚଳ ଚାରୁଚନ୍ଦ୍ରକଚୂଳ ଚାହାଁ । ପଦ ।
ଚାପ ଚାରୁ ଚିଲ୍ଲୀ ବଲ୍ଲୀ ଚଳେ, ଚାକିଚିକଣଗଣ୍ଡଯୁଗଳେ,
ଚଳରତନ କୁଣ୍ଡଳ ଲୋଳେ ଚାହିଁ ଚକ୍ଷୁ ଲେଖା ହୁଏ ପରମସୁଖୀ ରେ । ୧ ।
ଚୁମ୍ବିଅଛି ଭାଲପଟ ରେଖ, ଚୂର୍ଣ୍ଣକେଶ କି ସୁନ୍ଦର ଦେଖ,
ଚନ୍ଦ୍ରଚୟକୁ ଜିଣିଛି ମୁଖ, ଚଞ୍ଚରୀକତୁଲ୍ୟ ତାରତରଳ ଆଖି ରେ । ୨ ।
ଚମତ୍କାର ଦନ୍ତବାସ ସୀମା, ଚୋରାଇଛି କି ବିମ୍ବସୁଷମା,
ଚିତ୍ତ କି ଲାଗୁଛି ଏ କିସ ମା, ଚିହ୍ନା ପଡ଼ିଯିବା କି ଚାତୁରୀ ଉପେକ୍ଷି ରେ । ୩ ।
ଚତୁର୍ଦ୍ଦଶଲୋକ ରମଣୀୟ, ଚାମୀକର-କାନ୍ତିଚୟମୟ,
ଚେଳ ମଧ୍ୟରେ କି କମନୀୟ, ଚେତା ଚମକାଇ ହେଉଅଛି ନ ରଖି ରେ। ୪।
ଚରିତରେ କବିରବି ଭାଷେ, ଚାରିମୁଖଦେବ ପରିତୋଷେ,
ଚେଟୀ ହେଲେ ହେଲେ ଏ ପୁରୁଷେ, ଚିରନ୍ତନ ଜନ୍ମ ପୁଣ୍ୟ ପୁଣ୍ୟରେ ଲେଖି ରେ ।୫।