ଅବନା ରସତରଙ୍ଗ/ଏ ଅନନ୍ତ ରସ କର ଶ୍ରବଣ ସଜ୍ଜନ

ଅବନା ରସତରଙ୍ଗ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଦ୍ୱିତୀୟ ଛାନ୍ଦ: ଏ ଅନନ୍ତ ରସ କର ଶ୍ରବଣ ସଜ୍ଜନ

ଦ୍ୱିତୀୟ ଛାନ୍ଦ: ଏ ଅନନ୍ତ ରସ କର ଶ୍ରବଣ ସଜ୍ଜନ
ରାଗ ବରାଡ଼ି

ଏ ଅନନ୍ତ ରସ କର ଶ୍ରବଣ ସଜ୍ଜନ
ଏଣ ହତ କ୍ଷଣ, ଗତ ବସନ୍ତ ବସନ ।୧।
ଛଦନ ସଦନ ଅପ୍ରସନ ଦରଶନ
ଦମ ଦମ ବତ୍ସ ସ୍ୱଚ୍ଛ ମନ ଛନ ଛନ ।୨।
ଉଚ୍ଚ ବଚ ରଚନ ଉଦକ କର ଦତ୍ତ
ରଚ ଚକ ଯତନ, ରତନ ଏଣ ହତ ।୩।
ଧନ ଅଜନ ବହନ ଏ ମଉନ ବହ
କହ କହ ବଚନ ଉଚ୍ଛନ୍ନ ଦହ, ଦହ ।୪।
ତବଦ ଏ ଶବଦ ଅଶ୍ରବଣର ଘନ
ସଦନ ଗମନ, କମ୍ପବହ ଅପଘନ ।୫।
ଅଦରଶନ ବଶର ସତ ସ୍ତମ୍ଭଭର
ଜଳ କରକ ଅନଳ ମଧ୍ୟ ଦତ୍ତକର ।୬।
ଧନ ଧନ ଉଚ୍ଚ ସ୍ୱନ କର ଘନ ଘନ
ଶତଦଳ ଦଳନ ନୟନ ଥନ ଥନ ।୭।
କଥନ ମମ ହରଷ ମଥନ ନ କର
ଘଟ ଉପର ଲଟ ଏ, ହଟ ହର ହର ।୮।
ନରଇନ୍ଦ୍ର ପଦ ଧନ ସମ୍ପଦ ତ୍ୟକତ
ବନଗତ ତବ ଅନ୍ତର ଅସନମତ ।୯।
ଏ ଢଙ୍ଗ ବଶକ ଭାବ ଜଗତର ଉନ
ତବ ରସଜ୍ଞ ଉତ୍ତମ କର ବନ ମନ ।୧୦।
ନୟନ ସଙ୍ଗ ନୟନ ଚଳନ ଚହଟ
ହସ ହସ ପ୍ରସନ୍ନ ବଦନ ଝଟ ଝଟ ।୧୧।
ସଦନ କରଇ ମନ ଧନ ସ୍ପରଶର
ମମ ଅନ୍ତର ଧରମ ଅଗ୍ୟମ ବନର ।୧୨।
ନବ ସଙ୍ଗମ ସମୟ ସତ୍ୟ ଲୟ କର
ତବମନ ଶରଣଉଦ୍ଧର ନ ଉଦ୍ଧର ।୧୩।
ପଦ ଅଳକ୍ତ ତର ରଞ୍ଜନକର ଜନ
ଅମରକ୍ଷ ଅରହଣ କର ତବ ମନ ।୧୪।
ଅସମକଳମ୍ବ ଭସ୍ମ ନ ଧର ଏ ମଦ
ବଡ ଭୟଦ ଅନଙ୍ଗ ମନମଥ ପଦ ।୧୫।
ଦର ବଣ ହର ଅଙ୍ଗ ତପଭଙ୍ଗ
ତବ ନବବୟ ଜନ ଭଲ ଏ ପ୍ରସଙ୍ଗ ।୧୬।
ମନ୍ଦଉଦର କର୍କଶ ଉରଜ ସଙ୍ଗମ
କରଇ କଷଣ ହସ କପଟ ଜନମ ।୧୭।
ଖଳବଶ ଯଶକ୍ଷୟ ଉତ୍ତମ ଜନର
ଲବକ କଳପ ସମ ଅଦୟ ନ ଧର ।୧୮।
ଏସମୟ ପରଭୃତ ରବକ ନଗ୍ରର
ପଞ୍ଚମ ସ୍ୱରର ସଙ୍ଗ ପଣ୍ଟ-ଶର-ଶର ।୧୯।
ଧନ ଗମନ କରଇ ଭରମ ଏସନ
ଧରମ ରଖ, ଧରମ ରଖ, ଏ ଭଜନ ।୨୦।
ପର୍ଣ୍ଣଘର ଅନ୍ତର ଚଳନ ନଗତଳ
କଳକଣ୍ଠ ଗତକ୍ଷଣ କଥନ ଚଞ୍ଚଳ ।୨୧।
ଅଛ, ଗଛ ପ୍ରକାର ନ ଗଛ ଅନ୍ୟ ସ୍ଥଳ
ଧନ ଗତ ପଥ କଥନ କର ମଞ୍ଚଳ ।୨୨।
ଚମ୍ପକ, କଦମ୍ବ ରମ୍ୟ କରତ ପ୍ରକଟ
ଚମକ କଦମ୍ବ ରମ୍ୟ ରଚନ କପଟ ।୨୩।
ଚନ୍ଦ୍ର ଚନ୍ଦନ ତଗର କହ ତତପର
ଚନ୍ଦ୍ର ଚନ୍ଦନ ତଗର କରଇ ଅନ୍ତର ।୨୪।
ମଦନ କନକ ରଥ କହ କହ ସତ
ମଦନ କନକ ରଥ ଜଳ ବଶଗତ ।୨୫।
ଧବ ଅଭୟ କରକ କହ ଫଳ ଅର୍ଥ
ଧବ ଅଭୟ କରକ ଗମନ ଏ ପଥ ।୨୬।
କହ ଭକ୍ଷଣ ଉଦ୍ୟମ ସରଳ ଅସନ
ଗରମ ସମ ତରଳ ସରଳ ଅଶନ ।୨୭।
ବରଷ ସର୍ବ ସମୟ ସହଜ ପର୍ବତ
ନ କହତି ଉଦନ୍ତ ସହଜ, ପର ବତ ।୨୮।
ଏ ସମୟ ରଥପଦ ପତନ ସ୍ଥଳର
ନୟନ ପତନ ଅପଘନ ଥର ଥର ।୨୯।
ରଙ୍କ ଯତନ ରତନ ଗତ ପର କର
ଏଥର ମରଣ ସତ କର ଏ ସ୍ୱର ।୩୦।
ଜଗତଜ୍ଜନକ ଜରତ ମହତ ଆଲଜ
ଅମର ମଣିର ରଣ, ରଣରଣ ସଜ ।୩୧।
ପଞ୍ଚମ ଶର ଏସନ ନ ପଡ଼ଇ ମନ
ନବ ବୟକ ଜନ ଅନ୍ତର ରଚନ ।୩୨।
ଶୟନ ସମୟ ଲବ ପଛ ନ କରଇ
ଅଗ୍ରତ ସମୟର ପଲକ ନ ଚଳଇ ।୩୩।
ଉରଜ ଉନ ସମୟ ଅନ୍ତର ଉସନ
ପ୍ରତ୍ୟକ୍ଷ ଅନ୍ତର ସହ ଏସନକ ଜନ ।୩୪।
ସଜ କମଳଜ ସମ ଅଙ୍ଗ ଗନ୍ଧ ବଶ
ଭୟ ଉଦୟ କରଇ ଭ୍ରମର ପରଶ ।୩୫।
ଅଞ୍ଚଳ ଚଞ୍ଚଳ କର ଉତ୍ସଙ୍ଗ ମଣ୍ଡଇ
ଯକ୍ଷ, ରକ୍ଷ ହସ୍ତଗତ ଭୟ ସମ୍ଭବଇ ।୩୬।
ପ୍ରଳୟ ଅବଲମ୍ବନ ଜଳଦ ବଚନ
ଲକ୍ଷ୍ମଣ ତକ୍ଷଣ ଦତ୍ତ ଲପନର ବନ ।୩୭।
କର୍ଣ୍ଣ ଅବରଟ ଦତ୍ତ ବଦନ ପବନ
ପତନ ଅନ୍ତ କହଇ ସରସ ବଚନ ।୩୮।
କର ଦମ୍ଭ ଅବଲମ୍ବନ ହରମକ ନର
ବଚନର ପ୍ରସନ୍ନର ଜବ ଥୟ କର ।୩୯।
ଅଛଇତ ସତ ସ୍ୱର୍ଗ, ତଳ, ମଞ୍ଚ ମଧ୍ୟ
ଏକଶର ବରକ୍ଷଣର କରଇ ବଧ ।୪୦।
ଅବରଜ ବରର ଭ୍ରମଣ ବନ ପଥ
ଦର୍ଶନ କରଇ ରକ୍ତମୟ ପତ୍ର ରଥ ।୪୧।
କହଇ ପତଙ୍ଗ କର ଗମନ ଏ ପଥ
ଧନ ଚଉର ସଙ୍ଗର କର ଅନରଥ ।୪୨।
ଲଙ୍କବର କର ଯତ୍ନ-ପତନର ସତ
ପଙ୍କପର ବର ରତ୍ନପତନର ମତ ।୪୩।
ମନ୍ଦଈଶ ରଥଗତ ସ୍ୱର ଧବ ରକ୍ଷ
ଦ୍ୱନ୍ଦବଶ ପଥ ହତ କର ମମ ପକ୍ଷ ।୪୪।
ଏ କଥନ ଅନ୍ତର ପରଶ, ଗତସ୍ୱର୍ଗ
ଏ ଅନନ୍ତ ଦହନକ ବହନର ଖଗ ।୪୫।
ଦଣ୍ଡକ ବନଅନ୍ତର ସହଜ ଉଦୟ
ଏକ ସର ଦରଶନ ଏ ଭ୍ରମ ଉଦୟ ।୪୬।
ମହ ଉଜ୍ଜ୍ୱଳ ତରଙ୍ଗ କର ଚକ୍ର ସ୍ତନ
ପଙ୍କଜ ବଦନ ଝସଚହଟ ନୟନ ।୪୭।
ଭ୍ରମର ଅଳକ ପଦ୍ମପତର ଉଦର
ଜଳଭ୍ରମ ତଦଧ ଅବଟ ରମ୍ୟତର ।୪୮।
ରକ୍ତ ଉତ୍ପଳ ରଙ୍ଗ ପଦତଳ କର
କମଳରଥ ଗମନ ଘନରସ ଭର ।୪୯।
ଚରଣ କଟକର ଶବଦ ରଣ ରଣ
ଲକ୍ଷ ଧବଳପତ୍ରର ଶବଦ ଶ୍ରବଣ ।୫୦।
ଏତ ଧନ ଏମନ ଗମନ ତତପର
ସକଣ୍ଟକ ଅପଘନ ଦମ ଦମ ଉର ।୫୧।
କର ଉର୍ଦ୍ଧ୍ୱକର ଖର ଧରଣ ଉଚ୍ଛନ୍ନ
ମରକତ ବଚନ ରଚନ ଉଚ୍ଚସ୍ୱନ ।୫୨।
ରହସ ହତଧବ, ବଟ ତପସ ହର
ରଚନ, ହସ ରତନ ତର ସହଚର ।୫୩।
ରସଲୟ, ନ ଧ୍ଵଂସ ସନ୍ଧ ନୟନଶର
ରଭସ ର ନଦମ ମଦନ ରସ, ଭର ।୫୪।
ରତ ରସର ଧନ ନ ଧରଷ, ରତର
ରଖ ବରଦ ଭଲ ଲାଭ ଦରବ ଖର ।୫୫।
ରଞ୍ଜ ପଣର, ସତତ ଶରଣପଞ୍ଜର
ରମ୍ୟ ରସ ଏ ସ୍ଥଳ ରତ ଏ ହରଷତ ।୫୬।
ରସତ ଏ ତବ ଜନମ ସମୟ
ନଷ୍ଟ ହରଷଣ ପରମ କଷ୍ଟ ସଉଦୟ ।୫୭।
ଦର୍ପକର ଶର ଚକ୍ର ଦର କର
ଦର୍ପକର ସର ରସ ଚକ୍ର ଦର କର ।୫୮।
ଦ୍ୱନ୍ଦଗତ କବନ୍ଧ ଧରଣ ସଂହନନ
ଦ୍ୱନ୍ଦଗତ କବନ୍ଧ ଧରଣ ସଂହନନ ।୫୯।
ପରମ ହରଷଦ ଉପଇନ୍ଦ୍ର ଭଞ୍ଜର
ଅଠର ଲକ୍ଷଣ ବହ ବନଜ ପୟର ।୬୦।