ଅଯୋଧ୍ୟାରେ ଭ୍ରତ ହୋଇଲେ ପ୍ରବେଶ
←ଶିରୀ ବାଲମୀକ ମହର୍ଷି | ବିଚିତ୍ର ରାମାୟଣ ଲେଖକ/କବି: ଆଦ୍ୟକାଣ୍ଡ |
ଦେବତାଙ୍କ ମୁଖୁଁ ଏହା ଶୁଣି ପ୍ରଜାପତି→ |
ଅଯୋଧ୍ୟାରେ ଭ୍ରତ ହୋଇଲେ ପ୍ରବେଶ
ବିଷୟ
ରାଗ କଲ୍ୟାଣ
ଅଯୋଧ୍ୟାରେ ଭ୍ରତ ହୋଇଲେ ପ୍ରବେଶ । ଦେଖିଲେ ସବୁରି ମୁଖ ବିରସ ।
ଅନ୍ତଃପୁରେ ମାତା ଚରଣେ ପଡ଼ି । ପଚାରୁଛନ୍ତି ବେନି କରଯୋଡ଼ି ।
ଗୋ ଜନନୀ, ଆମ୍ଭ ପିଅର କାହିଁ । ଜ୍ୟେଷ୍ଠ କନିଷ୍ଠକୁ ଦେଖୁତ ନାହିଁ ।
ଅଯୋଧ୍ୟାପୁର ଦିଶେ ନାରଖାର । ମଙ୍ଗଳ ଦିଶୁନାହିଁ ଆମ୍ଭପୁର ।
ପଥେ ଦେଖିଲି ଅଶଙ୍କୁନମାନ । କି ଅବା ନାଶଗଲା ଆମ୍ଭ-ପୁଣ୍ୟ ।
ଗୋ ଜନନୀ ଇତ୍ୟାଦି ।
ଶୁଣି ଜନନୀ କହନ୍ତି ବଚନ । ରାମଙ୍କୁ ରାଜା କରାନ୍ତେ ରାଜନ ।
ନୃପତିଙ୍କି ମୁଁ ସତ୍ୟ କରାଇଲି । ରାମ ଲକ୍ଷ୍ମଣ ବନକୁ ପେଶିଲି ।
ରେ କୁମର, ଏବେ ହୁଅ ନୃପତି । ତୁ ମୋର ଭୋଗ କର ଏ ବିଭୂତି ।
ରାମଙ୍କୁ ନ ଦେଖି ତୁମ୍ଭ ପିଅର । ଦେହ ଛାଡ଼ିଣ ଗଲେ ସ୍ୱର୍ଗପୁର ।
ମୃତ୍ୟୁ ଶବ ଏବେ ଅଛନ୍ତି ରଖି । ଦହନ ନ କଲେ ତୋତେ ନ ଦେଖି ।
ରେ କୁମର ଇତ୍ୟାଦି ।
ଶୁଣିଣ ମୂର୍ଚ୍ଛା ଗଲେ ଭ୍ରୃତବୀର । ମାତାଙ୍କୁ କଲେ ବହୁତ ଧିକ୍କାର ।
ମନ୍ଥରା କେଶ ଶତ୍ରୁଘନ ଧରି । ବନ୍ଧନ କଲେ ଅବଧ୍ୟ ବିଚାରି ।
ଛାଡ଼ିଣ ଦେଲେ ରାମଙ୍କ ଡ଼ରିଣ । କୈକେୟୀରେ ସେ ପଶିଲା ଶରଣ ।
ଶବ ଦହିଣ କଲେ ପ୍ରେତ କର୍ମ । ବୋଲେ ବିଶି ରାଜାଙ୍କର ଯେ ଧର୍ମ ।