ଆଗୋ ଦୂତୀ! ଆଜ ରାତି
←ମଣି ବିମାନେ ଗୋବିନ୍ଦ | ଆଗୋ ଦୂତୀ! ଆଜ ରାତି ଲେଖକ/କବି: ଆଗୋ ଦୂତୀ! ଆଜ ରାତି |
ସରିବ କି ଏ ନିଶି ଗୋ→ |
ରାଗ ଭୈରବୀ, ତାଳ ରୂପକ
ଆଗୋ ଦୂତୀ ଆଜ ରାତି ଶ୍ୟାମ ପ୍ରୀତି ନୋହିଲା ଗୋ । ଘୋଷା ।
ଶେଯ କରି ମୁଁ ସୁପାତି
ଜାଳିଲି କର୍ପୂର ବତୀ
ରାତିଯାକ ଉଜାଗରେ
ଦେଖ ଆସି ପାହିଲା ଗୋ । ୧ ।
କାଳିଆ ପୁରୁଷ ପ୍ରୀତି
ଅବଳା ନାରୀ ଯୁବତୀ
କରତି ହେଉଛି ଛାତି
ଧରତୀରେ ସହିଲା ଗୋ । ୨ ।
କରିଥିଲି ପ୍ରତିଆଶା
ହରି ଫେଡ଼ିବେ ଦୁର୍ଦ୍ଦଶା
ମୋଠାରେ ଏଡ଼ିକି ଦଶା
କେଉଁ ନାରୀ ବିହିଲା ଗୋ । ୩ ।
ଗୀତେ କହେ ବନମାଳୀ
ଏ ରସରେ ଭାଳି ଭାଳି
ବାନ୍ଧିଥିଲି ଫୁଲଗଭା
ବାସି ହୋଇ ରହିଲା ଗୋ । ୪ ।