ସରିବ କି ଏ ନିଶି ଗୋ ଲେଖକ/କବି: ବନମାଳୀ ଦାସ
ସରିବ କି ଏ ନିଶି ଗୋ

ସରିବ କି ଏ ନିଶି ଗୋ

ରାଗ ଧନାଶ୍ରୀ, ତାଳ ଏକତାଳି
ସରିବ କି ଏ ନିଶି ଗୋ ନାଗର ମୋହନ ବିନା । ଘୋଷା ।

କଣ୍ଟ ଦେଇ ବେଣୁଧାରୀ
ନଇଲେ ମୋ କୁଞ୍ଜପୁରୀ
କେ ସହିବ ମାର ବେଦନା । ୧ ।

ସଖୀ ମୁଁ ଯୋଡ଼ୁଛି କର
ଏଥକୁ ଉପାୟ କର
ଦୂର ହେବ ସନ୍ତାପ କିନା । ୨ ।

ସକଳ କଲା ଅନ୍ଧାର
ପ୍ରଖର ମଦନଶର
ଘନଶ୍ୟାମ ଅନାଉଁ କିନା । ୩ ।

ଅସନ ମଣିଲି ବିଷ
ଗରୁ ହେଲା ଝୀନବାସ
କୃଷ୍ଣ କୃଷ୍ଣ ବୋଲି ଜପେ ନା । ୪ ।

ଶ୍ରୀମତୀ ବିଳାପ ଜାଣି
ମିଳିଲେ ସେ ବେଣୁପାଣି
ବନମାଳୀ କରେ ଭାବନା । ୫ ।