ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି

ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି ଲେଖକ/କବି: ବନମାଳୀ ଦାସ
ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି

ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି

ରାଗ ସିନ୍ଧୁକାମୋଦୀ, ତାଳ ଆଦିତାଳ
ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି ।
ପାଶୋରି ନୁହେଁ ଗିରିଧାରୀକି ଲୋ
ମୂରୁଛି ନୁହେଁ ଗିରିଧାରୀକି । ଘୋଷା ।

ଆନ କିଛି ନ ରୁଚେ ଆଖି ଭିତରେ ନାଚେ
କଳଙ୍କ ହେଲା କୁଳନାରୀଙ୍କି । ୧ ।

ସେ କି ଗୋକୁଳବାସୀ ମହା ମୋହନ ଫାଶି
ଆସି ରହିଛି ନନ୍ଦପୁରୀକି । ୨ ।

ଚାହିଁବା ମାତ୍ରେ ମନ ହରେ ମତିମୋହନ
ଏତେକ ନ ପାରିଲି ତରକି । ୩ ।

କି କୋମଳ ବଚନ ପବିତ୍ର ଅପଘନ
ଲୋଚନ ବେନି କାମଛୁରୀ କି । ୪ ।

ଲେଖିଦେବି ମୁଁ ଖତ ଲୋକ ପଣେ ଦେଖ ତ
କେ ଆଣି ଦେବ କାଲି ପରି କି । ୫ ।

ବନମାଳୀ କହଇ ରାଗରେ ଯେ ଚାହଁଇ
ସେ ସିନା ଯାଏ ଏତେ ସରି କି । ୬ ।